Posts

Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଅଷ୍ଟମ ସ୍କନ୍ଧ ॥ ଚତୁର୍ବିଂଶ ଅଧ୍ୟାୟ ଭଗବାନଙ୍କର ମତ୍ସ୍ୟାବତାର କଥା   ରାଜୋବାଚ ଭଗବନ୍ ଶ୍ରୋତୁମିଚ୍ଛାମି ହରେରଦ୍ଭୁତକର୍ମଣଃ । ଅବତାରକଥାମାଦ୍ୟାଂ ମାୟାମତ୍ସ୍ୟବିଡମ୍ବନମ୍ ॥ ୧॥ ରାଜା ପରୀକ୍ଷିତ ପଚାରିଲେ – ଭଗବାନଙ୍କର କର୍ମ ଅତ୍ୟନ୍ତ ଅଦ୍ଭୁତ ଅଟେ | ଥରେ ସେ ନିଜ ଯୋଗମାୟା ବଳରେ ମତ୍ସ୍ୟାବତାର ଧାରଣ କରି ଅତି ସୁନ୍ଦର ଲୀଳା କରିଥିଲେ, ମୁଁ ତାଙ୍କର ସେହି ଆଦି-ଅବତାରର କଥା ଶୁଣିବାକୁ ଇଚ୍ଛା କରୁଛି | ଯଦର୍ଥମଦଧାଦ୍ରୂପଂ ମାତ୍ସ୍ୟଂ ଲୋକଜୁଗୁପ୍ସିତମ୍ । ତମଃପ୍ରକୃତିଦୁର୍ମର୍ଷଂ କର୍ମଗ୍ରସ୍ତ ଇବେଶ୍ୱରଃ ॥ ୨॥ ଭଗବନ୍ ! ଏକରେ ତ ମତ୍ସ୍ୟଯୋନି ଲୋକନିନ୍ଦିତ ଅଟେ , ଦୁଇରେ ତମୋଗୁଣ ଏବଂ ଅସହ୍ୟ ପରତନ୍ତ୍ରତାରେ ଯୁକ୍ତ ମଧ୍ୟ ଅଟେ | ସର୍ବଶକ୍ତିମାନ ହୋଇଥିଲେ ବି କର୍ମବନ୍ଧନରେ ବାନ୍ଧି ହୋଇଥିବା ଜୀବ ପରି ଭଗବାନ ଏହି ମତ୍ସ୍ୟରୂପ କାହିଁକି ଧାରଣ କଲେ ? ଏତନ୍ନୋ ଭଗବନ୍ ସର୍ୱଂ ଯଥାବଦ୍ୱକ୍ତୁମର୍ହସି । ଉତ୍ତମଶ୍ଲୋକଚରିତଂ ସର୍ୱଲୋକସୁଖାବହମ୍ ॥ ୩॥ ଭଗବନ୍ ! ମହାତ୍ମାମାନଙ୍କ ଦ୍ବାରା କୀର୍ତ୍ତନୀୟ ଭଗବାନଙ୍କର ଚରିତ ସମସ୍ତ ପ୍ରାଣୀଙ୍କୁ ସୁଖ ପ୍ରଦାନ କରିଥାଏ | ଆପଣ କୃପା କରି ସେହି ସବୁ ଲୀଳା-ଚରିତ ମୋ ସମ୍ମୁଖରେ ପୂର୍ଣ୍ଣରୂପରେ ବର୍ଣ୍ଣନା କରନ୍ତୁ | ସୂତ ଉବାଚ ଇତ୍ୟୁକ୍ତୋ ବିଷ୍ଣୁରାତେନ ଭଗବାନ୍ ବାଦରା...