Posts

Showing posts from December, 2022
Image
୩ . ଈଶ୍ବରଙ୍କର ସ୍ବରୂପ ବର୍ତ୍ତମାନ ଆସନ୍ତୁ ଆମେ ଆଲୋଚନାର କେନ୍ଦ୍ରକୁ ସାମାନ୍ୟ ପରିବର୍ତ୍ତିତ କରି ଈଶ୍ବରଙ୍କର ସ୍ବରୂପ ବିଷୟରେ ଜାଣିବାକୁ ଚେଷ୍ଟା କରିବା | ଯଜୁର୍ବେଦର ଏକ ବିଭାଗ କୃଷ୍ଣ ଯଜୁର୍ବେଦ ଅଟେ | ତୈତ୍ତିରୀୟ ଉପନିଷଦ ତାହାର ଅନ୍ତର୍ଗତ ଅଟେ , ଯାହାର ତିନୋଟି ଭାଗ ରହିଛି: ଭୃଗୁ ବଲ୍ଲୀ , ବ୍ରହ୍ମାଣ୍ଡ ବଲ୍ଲୀ ଏବଂ ଶିକ୍ଷା ବଲ୍ଲୀ | ଏହା ଭୃଗୁ ବଲ୍ଲିର ଏକ ଆଖ୍ୟାନ ଅଟେ | ଭାରତ ଇତିହାସରେ ଭୃଗୁ ମହର୍ଷିଙ୍କର ନାମ ବହୁ ପ୍ରସିଦ୍ଧ ଅଟେ | ବ୍ରହ୍ମଙ୍କ ବିଷୟରେ ଜାଣିବା ପାଇଁ ଭୃଗୁଙ୍କ ମନରେ ଯେତେବେଳେ ଉତ୍କଟ ଇଚ୍ଛା ଜାତ ହେଲା , ସେ ଭାବିଲେ କାହାଠାରୁ ପଚାରି ବୁଝିବି, କାହାକୁ ଗୁରୁ ଭାବରେ ଗ୍ରହଣ କରିବି | ବହୁ ଭାବି-ଚିନ୍ତି ସେ ସ୍ଥିର କଲେ , ମୋର ପିତା ବରୁଣଦେବ ସ୍ବୟଂ ବ୍ରହ୍ମଜ୍ଞାନୀ ଅଟନ୍ତି ; ମୁଁ ତାଙ୍କୁ ନିଜର ଗୁରୁ ରୂପେ ବରଣ କରିବି | ଏହିପରି ନିର୍ଣ୍ଣୟ କରି ଭୃଗୁ ବରୁଣଙ୍କ ସମୀପକୁ ଗଲେ |           ଭୃଗୁର୍ ବୈ ବାରୁଣିଃ | ବରୁଣଂ ପିତରଂ ଉପସସାର | ଅଧୀହି ଭଗବୋ ବ୍ରହ୍ମେତି | ବରୁଣଙ୍କୁ ପ୍ରଣାମ କରି ଭୃଗୁ କହିଲେ , “ପିତାଜୀ ! ଆଜି ମୁଁ ଆପଣଙ୍କ ନିକଟକୁ ପୁତ୍ର ରୂପରେ ନୁହେଁ , ଶିଷ୍ୟ ରୂପରେ ଆସିଛି | ମୁଁ ଜାଣିବାକୁ ଇଚ୍ଛା କରୁଛି , ସେହି ଯେଉଁ ସର୍ବୋଚ୍ଚ ତତ୍ତ୍ବ ଯାହାକୁ କିଏ ବ୍ରହ୍ମ କହନ୍ତି , କିଏ ପରମାତ୍ମା କହନ୍ତି ଏବଂ କିଏ ଭଗବାନ କହନ୍ତି , ତାଙ୍କର ସ୍ବରୂପ
Image
୨ . ଆମେ ଆନନ୍ଦ କାହିଁକି ଇଚ୍ଛା କରେ ଆମେ ସମସ୍ତେ ଆନନ୍ଦ ଇଚ୍ଛା କରେ ; ଏହି ଇଚ୍ଛା ଆମର ଜନ୍ମଜାତ ଅଟେ | ଜନ୍ମ ହେବା ମାତ୍ରେ ଆମେ ଆନନ୍ଦର ସ୍ଲୋଗାନ ଦେଇଥାଏ – ‘ମୋତେ ଆନନ୍ଦ ଦିଅ ’ , ‘ମୋତେ ଆନନ୍ଦ ଦିଅ ’ | ଆପଣ କହିବେ ଜନ୍ମ ହେବା ମାତ୍ରେ ତ ଆମର ଭାଷାର ଜ୍ଞାନ ନ ଥାଏ , ଆମେ କଥା କହିପାରେ ନାହିଁ , ଆମେ ସ୍ଲୋଗାନ ଦେଲେ କିପରି ? ନା , କଥାଟି ସେପରି ନୁହେଁ | ଜନ୍ମ ହେବା ମାତ୍ରେ ଆମେ କାନ୍ଦିଥାଏ | ସେହି କ୍ରନ୍ଦନ ମାଧ୍ୟମରେ ଆମେ ଅଭିଯୋଗ କରିଥାଏ ଯେ ଜନ୍ମ ପ୍ରକ୍ରିୟାରେ ମୁଁ ଯେଉଁ କଷ୍ଟ ଅନୁଭବ କଲି , ତାହା ମୋର ଲୋଡା ନାହିଁ | ଏହି ସଂସାରକୁ ମୁଁ କଷ୍ଟ ଭୋଗ କରିବାକୁ ଆସିନାହିଁ | ମୁଁ ଆନନ୍ଦ ଇଚ୍ଛା କରେ , ମୋତେ ଆନନ୍ଦ ଦିଅ | ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଆମେ ଯାହାକିଛି କରିଥାଏ , ସବୁର ମୂଳରେ ଉଦ୍ଦେଶ୍ୟ ଆନନ୍ଦ-ପ୍ରାପ୍ତି ଅଟେ | ଏପରି କୌଣସି ଜୀବ ଅଛନ୍ତି କି ଯିଏ ଆନନ୍ଦ ପରିବର୍ତ୍ତେ ଦୁଃଖ ଇଚ୍ଛା କରନ୍ତି ? ନା ; କିନ୍ତୁ ଏହା ଆଶ୍ଚର୍ଯ୍ୟ ନୁହେଁ କି ? ଅନ୍ୟ ସବୁ ବିଷୟରେ ତ ଆମେ ପରସ୍ପରଠାରୁ ଏତେ ଭିନ୍ନ ଅଟେ – ଆମ ସମସ୍ତଙ୍କର ମୁଖର ଆକୃତି ଭିନ୍ନ , ଆଙ୍ଗୁଠି-ଛାପ ଭିନ୍ନ ଭିନ୍ନ | କୌଣସି ଦୁଇଜଣ ବ୍ୟକ୍ତିଙ୍କର ଆଙ୍ଗୁଠି-ଛାପ ସମାନ ନୁହେଁ – ଏହାକୁ ଭିତ୍ତି କରି ଫୋଟୋ-ମାଟ୍ରିକ୍ସ କାମ କରିଥାଏ | ଯଦି ସେଥିରେ କିଛି ସମାନତା ଦୃଷ୍ଟିଗୋଚର ହେଉଥାଆନ୍ତା, ତେବେ ଫୋଟୋ-ମାଟ୍ରିକ୍
Image
ଜୀବନର ଚରମ ଲକ୍ଷ୍ୟ ୧ . ଜୀବନରେ ଆମେ କ ’ ଣ ଇଚ୍ଛା କରେ ନିଜ ଜୀବନ ସମ୍ବନ୍ଧରେ ସର୍ବପ୍ରଥମ ଏବଂ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ବିଷୟ ଯାହା ଆମେ ବିଚାର କରିବା ଆବଶ୍ୟକ , ତାହା ହେଉଛି ଆମ ଜୀବନର ଲକ୍ଷ୍ୟ , ଆମ ଜୀବନର ପ୍ରୟୋଜନ | କେହି ଜଣେ ରାସ୍ତାରେ ଅତି ଦ୍ରୁତ ବେଗରେ ଚାଲିଛନ୍ତି | ଆପଣ ତା ଙ୍କୁ ପଚାରିଲେ , ‘କେଉଁଠିକୁ ଯାଉଛନ୍ତି ?’ ସେ କହିଲେ , ‘ଜାଣେନାହିଁ |’ ଆପଣ କହିବେ , ‘କେଉଁଠିକୁ ଯିବେ ଆପଣ ଜାଣି ନାହାଁନ୍ତି , ତେବେ ଏତେ ଦ୍ରୁତ ବେଗରେ ଚାଲିବାର କି ପ୍ରୟୋଜନ ?’ ଚାଲିବା ବେଳେ ଆପଣ ନିଜର ଲକ୍ଷ୍ୟ ବିଷୟରେ ସଚେତନ ରହିବା ଆବଶ୍ୟକ |’ ସେହିପରି , ସଂସାରରେ ଲୋକେ କଠିନ ପରିଶ୍ରମ କରୁଥାଆନ୍ତି , କିନ୍ତୁ ସେମାନଙ୍କୁ ଯଦି ପଚରା ଯିବ କାହିଁକି ସେମାନେ ଏତେ ପରିଶ୍ରମ କରୁଛନ୍ତି , ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବନର ଆଭିମୁଖ୍ୟ ଏବଂ ବାସ୍ତବ ଲକ୍ଷ୍ୟକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇପାରନ୍ତି ନାହିଁ | କିଛି ଦଶକ ପୂର୍ବରୁ, ପ୍ରବନ୍ଧନ ବିଜ୍ଞାନ କ୍ଷେତ୍ରରେ ଏକ ସିଦ୍ଧାନ୍ତ ପ୍ରବର୍ତ୍ତିତ କରାଯାଇ ଥିଲା – MBO (Management By Objectives) ଉଦ୍ଦେଶ୍ୟ ଅନୁଯାୟୀ ପ୍ରବନ୍ଧନ | ଏଥିରେ ସଂଗଠନର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରାଯିବା ପରେ ତାହାକୁ ଭାଗ କରି କେତୋଟି ଉପ-ଉଦ୍ଦେଶ୍ୟ ଏବଂ ତାପରେ ଉପ-ଉପ-ଉଦ୍ଦେଶ୍ୟ ଭାବରେ ପ୍ରଦର୍ଶିତ କରାଯାଇ ଥାଏ , ଯାହା ଫଳରେ ସଂଗଠନର ପ୍ରତ୍ୟେକ ସଦ
Image
ଭଗବାନ କ ’ ଣ ସତରେ ଅଛନ୍ତି ? ଭଗବାନ କ’ଣ ସତରେ ଅଛନ୍ତି ଏବଂ ଯଦି ସେ ଅଛନ୍ତି, ତେବେ କେବଳ ଶାସ୍ତ୍ର ଓ ସନ୍ଥ ବାକ୍ୟରେ ବିଶ୍ବାସ କରି ଆମେ ତାଙ୍କର ଅସ୍ତିତ୍ବକୁ ସ୍ବୀକାର କରିବା ନା ତାହାର କିଛି ପ୍ରମାଣ ଅଛି ? ଇତିହାସରେ ଏହି ପ୍ରଶ୍ନର ସମାଧାନ ଅସଂଖ୍ୟ ବାର କରାଯାଇଛି | ଆଜି ଏହା ଉପରେ ଆଲୋଚନା କରାଯାଉଛି ଏବଂ ଭବିଷ୍ୟତରେ ମଧ୍ୟ ଏହାକୁ ନେଇ ଯୁକ୍ତି ଉପସ୍ଥାପନ କରାଯିବ | ତେଣୁ ଆସନ୍ତୁ, ପ୍ରଶ୍ନଟି ଉପରେ ଗଭୀର ବିଚାର କରିବା |             ଯେ କୌଣସି ତତ୍ତ୍ୱର ଅସ୍ତିତ୍ତ୍ବ ପ୍ରତିପାଦନ କରିବା ପାଇଁ ତିନି ପ୍ରକାରର ପ୍ରମାଣ ବିଚାରକୁ ନିଆ ଯାଇପାରେ : ପ୍ରତ୍ୟକ୍ଷ ପ୍ରମାଣ, ଅନୁମାନ ପ୍ରମାଣ ଏବଂ ଶବ୍ଦ ପ୍ରମାଣ | ପ୍ରଥମ ପ୍ରକାର ପ୍ରମାଣ ଅନୁଭବାତ୍ମକ ହୋଇଥିବା ଦୃଷ୍ଟିରୁ ପ୍ରତ୍ୟକ୍ଷ ଅଟେ – ଆମେ ନିଜ ଆଖିରେ କିଛି ଦେଖିଲେ ଏବଂ ତାହାକୁ ବିଶ୍ବାସ କଲେ | ଦ୍ବିତୀୟ ପ୍ରକାର ପ୍ରମାଣ ଆନୁମାନିକ ଅଟେ – ଆମେ କିଛି ଦେଖି ସେଥିରୁ ଅନ୍ୟ କିଛି ଅନୁମାନ କଲେ | ତୃତୀୟ ପ୍ରକାର ପ୍ରମାଣ ଲିଖିତ ପ୍ରମାଣ  ବା ସାଖ୍ୟ ପ୍ରମାଣ ଅଟେ – କେହିଜଣେ ତାହା ଅନୁଭବ କରିଛନ୍ତି ଏବଂ ତାଙ୍କର ପ୍ରାଧିକାର ଆପଣ ସ୍ବୀକାର କରନ୍ତି | ଏବେ ଆସନ୍ତୁ ଦେଖିବା ଏହି ତିନି ପ୍ରକାର ପ୍ରମାଣ ସାହାଯ୍ୟରେ ଈଶ୍ବରଙ୍କର ଅସ୍ତିତ୍ବ ପ୍ରତିପାଦନ କରାଯାଇ ପାରିବ କି ନାହିଁ | ପ୍ରତ୍ୟକ୍ଷବାଦୀ ବୈଜ୍ଞାନିକମାନେ କହନ୍ତି, “ଆପଣ ମୋତେ ଭଗବାନଙ୍କୁ ଦେଖାଇ ଦ