Posts

Showing posts from January, 2024
Image
ଶ୍ରୀମଦ୍ ଭାଗବତ ମହାପୁରାଣ ଓଁ ନମୋ ଭଗବତେ ବାସୁଦେବାୟ ଦ୍ବିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ ଧ୍ୟାନ - ବିଧି ଏବଂ ଭଗବାନଙ୍କ ବିରାଟ ସ୍ବରୂପର ବର୍ଣ୍ଣନ ଶ୍ରୀଶୁକ ଉବାଚ ବରୀୟାନେଷ ତେ ପ୍ରଶ୍ନଃ କୃତୋ ଲୋକହିତଂ ନୃପ । ଆତ୍ମବିତ୍ସମ୍ମତଃ ପୁଂସାଂ ଶ୍ରୋତବ୍ୟାଦିଷୁ ଯଃ ପରଃ ॥ ୧॥ ଶ୍ରୀ ଶୁକଦେବ କହୁଛନ୍ତି – ହେ ପରୀକ୍ଷିତ ! ଲୋକହିତ ଉଦ୍ଦେଶ୍ୟରେ ତୁମେ ଏହି ଯେଉଁ ପ୍ରଶ୍ନ ପଚାରି ଅଛ, ତାହା ଅତି ଉତ୍ତମ ଅଟେ | ମନୁଷ୍ୟ ନିମନ୍ତେ ଯେତେ ସବୁ ବିଷୟ ଶ୍ରବଣ , ସ୍ମରଣ ଏବଂ କୀର୍ତ୍ତନ ଯୋଗ୍ୟ ଅଟେ , ତନ୍ମଧ୍ୟରେ ଏହା ସର୍ବଶ୍ରେଷ୍ଠ ଅଟେ | ଆତ୍ମଜ୍ଞାନୀ ପୁରୁଷ ଏପରି ପ୍ରଶ୍ନର ବହୁତ ଆଦର କରିଥାଆନ୍ତି | ଶ୍ରୋତବ୍ୟାଦୀନି ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ରଶଃ । ଅପଶ୍ୟତାମାତ୍ମତତ୍ତ୍ୱଂ ଗୃହେଷୁ ଗୃହମେଧିନାମ୍ ॥ ୨॥ ହେ ରାଜେନ୍ଦ୍ର ! ଯେଉଁ ଗୃହସ୍ଥ ପୁରୁଷ ଗୃହର କର୍ମଜଞ୍ଜାଳରେ ଛନ୍ଦି ହୋଇ ରହିଥାଆନ୍ତି , ନିଜର ସ୍ଵରୂପକୁ ଜାଣନ୍ତି ନାହିଁ , ସେମାନଙ୍କ ପାଇଁ କହିବାକୁ-ଶୁଣିବାକୁ , ଭାବିବାକୁ-କରିବାକୁ ହଜାର ହଜାର ବିଷୟ ରହିଛି | ନିଦ୍ରୟା ହ୍ରିୟତେ ନକ୍ତଂ ବ୍ୟବାୟେନ ଚ ବା ବୟଃ । ଦିବା ଚାର୍ଥେହୟା ରାଜନ୍ କୁଟୁମ୍ବଭରଣେନ ବା ॥ ୩॥ ସେମାନଙ୍କର ସମ୍ପୂର୍ଣ୍ଣ ଆୟୁ ଏହିପରି ବୃଥାରେ ହିଁ ଅତିବାହିତ ହୋଇଯାଏ – ରାତି ନିଦ୍ରାରେ ବା ସ୍ତ୍ରୀ-ସଙ୍ଗରେ ଏବଂ ଦିନ ଧନ ପାଇଁ ହାୟ-ହାୟରେ ବା କୁଟୁମ୍ବ ଭରଣ-ପୋଷଣରେ ଅତିବାହିତ
Image
॥ ଓଁ ନମୋ ଭଗବତେ ବାସୁଦେବାୟ ॥ ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରଥମ ସ୍କନ୍ଧ ଉନବିଂଶ ଅଧ୍ୟାୟ ପରୀକ୍ଷିତଙ୍କର ଅନଶନବ୍ରତ ଏବଂ ଶୁକଦେବଙ୍କର ଆଗମନ   ସୂତ ଉବାଚ ମହୀପତିସ୍ତ୍ୱଥ ତତ୍କର୍ମ ଗର୍ହ୍ୟଂ ବିଚିନ୍ତୟନ୍ନାତ୍ମକୃତଂ ସୁଦୁର୍ମନାଃ । ଅହୋ ମୟା ନୀଚମନାର୍ୟବତ୍କୃତଂ ନିରାଗସି ବ୍ରହ୍ମଣି ଗୂଢତେଜସି ॥ ୧॥ ସୂତ ମୁନି କହୁଛନ୍ତି – ରାଜଧାନୀରେ ପହଞ୍ଚିବା ପରେ ରାଜା ପରୀକ୍ଷିତ ନିଜର ସେହିଁ ନିନ୍ଦନୀୟ କର୍ମ ପାଇଁ ବହୁତ ପଶ୍ଚାତାପ କଲେ | ଅତ୍ୟନ୍ତ ଉଦାସ ହୋଇ ସେ ଚିନ୍ତା କରିବାରେ ଲାଗିଲେ – ନିରପରାଧ ଏବଂ ନିଜର ତେଜକୁ ଗୋପନୀୟ ରଖିଥିବା ଜଣେ ବ୍ରାହ୍ମଣଙ୍କ ପ୍ରତି ମୁଁ ଏକ ଅନାର୍ଯ୍ୟ ପୁରୁଷ ପରି ଅତିଶୟ ନୀଚ ବ୍ୟବହାର କଲି, ଏହା ଅତ୍ୟନ୍ତ କ୍ଷୋଭର ବିଷୟ ଅଟେ | ଧ୍ରୁବଂ ତତୋ ମେ କୃତଦେବହେଲନା- ଦ୍ଦୁରତ୍ୟଯଂ ବ୍ୟସନଂ ନାତିଦୀର୍ଘାତ୍ । ତଦସ୍ତୁ କାମଂ ତ୍ୱଘନିଷ୍କୃତାୟ ମେ ଯଥା ନ କୁର୍ୟାଂ ପୁନରେବମଦ୍ଧା ॥ ୨॥ ସେହି ମହାତ୍ମାଙ୍କର ଅପମାନର ଫଳସ୍ବରୂପ ନିଶ୍ଚିତଭାବରେ ଖୁବ୍ ଶୀଘ୍ର ମୋ ଉପରେ କିଛି ଘୋର ବିପତ୍ତି ଆସିବ | ବାସ୍ତବରେ , ମୁଁ ମଧ୍ୟ ତାହା ଇଚ୍ଛା କରେ , କାରଣ ତଦ୍ବାରା ମୋ ପାପର ପ୍ରାୟଶ୍ଚିତ ହୋଇଯିବ ଏବଂ ପୁନର୍ବାର ସେପରି ଅପରାଧ କରିବାର ଦୁଃସାହସ ମୁଁ କରିବି ନାହିଁ | ଅଦ୍ୟୈବ ରାଜ୍ୟଂ ବଲମୃଦ୍ଧକୋଶଂ ପ୍ରକୋପିତବ୍ରହ୍ମକୁଲାନଲୋ ମେ । ଦହତ୍ୱଭଦ୍ରସ୍ୟ ପୁନର୍ନ ମେଽଭୂ- ତ୍ପାପୀୟସୀ ଧୀର୍ଦ୍ୱିଜଦେବଗୋଭ୍ୟଃ ॥ ୩