Posts

Showing posts from December, 2023
Image
  ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ରୀକୃଷ୍ଣଙ୍କର ଦ୍ବାରକା ଗମନ ଶୌନକ ଉବାଚ ହତ୍ୱା ସ୍ୱରିକ୍ଥସ୍ପୃଧ ଆତତାୟିନୋ ଯୁଧିଷ୍ଠିରୋ ଧର୍ମଭୃତାଂ ବରିଷ୍ଠଃ । ସହାନୁଜୈଃ ପ୍ରତ୍ୟବରୁଦ୍ଧଭୋଜନଃ କଥଂ ପ୍ରବୃତ୍ତଃ କିମକାରଷୀତ୍ତତଃ ॥ ୧॥ ଶୌନକ ପଚାରିଲେ – ନିଜର ପୈତୃକ ସମ୍ପତ୍ତିକୁ ଛଡାଇ ନେବା ପାଇଁ ଇଚ୍ଛା କରୁଥିବା ଆତତାୟୀମାନଙ୍କୁ ବିନାଶ କରିବା ପରେ ଧାର୍ମିକଶିରୋମଣି ମହାରାଜ ଯୁଧିଷ୍ଠିର , ଯାହାର ଭୋଗ କରିବାର କୌଣସି ଲାଳସା ହିଁ ନ ଥିଲା , କିପରି ଭାବରେ ନିଜ ଭାଇମାନଙ୍କ ସହିତ ରାଜ୍ୟ ଶାସନ କଲେ ଏବଂ ସେ କ ’ ଣ କ ’ ଣ କାମ କଲେ ? ସୂତ ଉବାଚ ବଂଶଂ କୁରୋର୍ୱଂଶଦବାଗ୍ନିନିର୍ହୃତଂ ସଂରୋହୟିତ୍ୱା ଭବଭାବନୋ ହରିଃ । ନିବେଶୟିତ୍ୱା ନିଜରାଜ୍ୟ ଈଶ୍ୱରୋ ଯୁଧିଷ୍ଠିରଂ ପ୍ରୀତମନା ବଭୂବ ହ ॥ ୨॥ ସୂତ ମୁନି କହିଲେ – ସମ୍ପୂର୍ଣ୍ଣ ସୃଷ୍ଟିର ସଂରକ୍ଷକ ଭଗବାନ ଶ୍ରୀହରି , ପରସ୍ପର କଳହାଗ୍ନିରେ ଦଗ୍ଧ କୁରୁବଂଶକୁ ପୁନଃ ଅଂକୁରିତ କରିବା ପରେ ଯୁଧିଷ୍ଠିରଙ୍କୁ ରାଜସିଂହାସନରେ ଅଭିଷିକ୍ତ କରାଇ ଅତ୍ୟନ୍ତ ପ୍ରସନ୍ନ ହେଲେ | ନିଶମ୍ୟ ଭୀଷ୍ମୋକ୍ତମଥାଚ୍ୟୁତୋକ୍ତଂ ପ୍ରବୃତ୍ତବିଜ୍ଞାନବିଧୂତବିଭ୍ରମଃ । ଶଶାସ ଗାମିନ୍ଦ୍ର ଇବାଜିତାଶ୍ରୟଃ ପରିଧ୍ୟୁପାନ୍ତାମନୁଜାନୁବର୍ତିତଃ ॥ ୩॥ ଭୀଷ୍ମପିତାମହ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ଉପଦେଶ ଶ୍ରବ
Image
॥ ଓଁ ନମୋ ଭଗବତେ ବାସୁଦେବାୟ ॥ ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟ ଯୁଧିଷ୍ଠିରଙ୍କର ଭୀଷ୍ମଙ୍କ ପାଖକୁ ଗମନ ଏବଂ ଶ୍ରୀକୃଷ୍ଣଙ୍କର ସ୍ତୁତି କରି ଭୀଷ୍ମଦେବଙ୍କର ପ୍ରାଣତ୍ୟାଗ ସୂତ ଉବାଚ ଇତି ଭୀତଃ ପ୍ରଜାଦ୍ରୋହାତ୍ସର୍ୱଧର୍ମବିବିତ୍ସୟା । ତତୋ ବିନଶନଂ ପ୍ରାଗାଦ୍ୟତ୍ର ଦେବବ୍ରତୋଽପତତ୍ ॥ ୧॥ ସୂତ ମୁନି କହୁଛନ୍ତି – ରାଜା ଯୁଧିଷ୍ଠିର ପ୍ରଜାଦ୍ରୋହରେ ଭୟଭୀତ ହୋଇ ଉଠିଲେ | ଏହାପରେ ଧର୍ମର ଜ୍ଞାନ ପ୍ରାପ୍ତ କରିବା ଅଭିଳାଷରେ ସେ କୁରୁକ୍ଷେତ୍ରକୁ ଯାତ୍ରା କଲେ , ଯେଉଁଠାରେ ଭୀଷ୍ମପିତାମହ ଶରଶଯ୍ୟାରେ ଶୟନ କରିଥିଲେ | ତଦା ତେ ଭ୍ରାତରଃ ସର୍ୱେ ସଦଶ୍ୱୈଃ ସ୍ୱର୍ଣଭୂଷିତୈଃ । ଅନ୍ୱଗଚ୍ଛନ୍ ରଥୈର୍ୱିପ୍ରା ବ୍ୟାସଧୌମ୍ୟାଦୟସ୍ତଥା ॥ ୨॥ ଶୌନକାଦି ଋଷିଗଣ ! ସେହି ସମୟରେ ଅନ୍ୟ ଭାଇମାନେ ଉତ୍ତମ ଅଶ୍ବଯୁକ୍ତ ସ୍ବର୍ଣ୍ଣଜଟିତ ରଥ ଆରୋହଣ କରି ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିରଙ୍କର ଅନୁଗମନ କରିଥିଲେ | ସେମାନଙ୍କ ସହିତ ବ୍ୟାସ , ଧୌମ୍ୟ ଆଦି ବ୍ରାହ୍ମଣମାନେ ମଧ୍ୟ ଥିଲେ | ଭଗବାନପି ବିପ୍ରର୍ଷେ ରଥେନ ସଧନଞ୍ଜୟଃ । ସ ତୈର୍ୱ୍ୟରୋଚତ ନୃପଃ କୁବେର ଇବ ଗୁହ୍ୟକୈଃ ॥ ୩॥ ହେ ଶୌନକ ! ଅର୍ଜୁନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ରଥରେ ବସିଥିଲେ | ଭାଇମାନଙ୍କ ସହିତ ମହାରାଜ ଯୁଧିଷ୍ଠିର ଏପରି ଶୋଭା ପାଉଥିଲେ ସତେ ଯେପରି ଯକ୍ଷମାନଙ୍କ ଦ୍ବାରା ପରିବେଷ୍ଟିତ ହୋଇ ସ୍ବୟଂ କୁବେର ଯାତ୍ରା କରୁଛନ୍ତି | ଦୃଷ୍ଟ୍ୱା ନିପତିତଂ ଭୂ