Posts

Showing posts from February, 2024
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ତୃତୀୟ ସ୍କନ୍ଧ ॥ ଦ୍ବିତୀୟ ଅଧ୍ୟାୟ ଉଦ୍ଧବଙ୍କ ଦ୍ବାରା ଭଗବାନଙ୍କ ବାଳଲୀଳାର ବର୍ଣ୍ଣନ   ଶ୍ରୀଶୁକ ଉବାଚ ଇତି ଭାଗବତଃ ପୃଷ୍ଟଃ କ୍ଷତ୍ତ୍ରା ବାର୍ତାଂ ପ୍ରିୟାଶ୍ରୟାମ୍ । ପ୍ରତିବକ୍ତୁଂ ନ ଚୋତ୍ସେହ ଔତ୍କଣ୍ଠ୍ୟାତ୍ସ୍ମାରିତେଶ୍ୱରଃ ॥ ୧॥ ଶ୍ରୀ ଶୁକଦେବ କହୁଛନ୍ତି – ବିଦୁରଜୀ ଯେତେବେଳେ ପରମ ଭକ୍ତ ଉଦ୍ଧବଙ୍କୁ ତାଙ୍କର ପ୍ରିୟତମ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ସମ୍ବନ୍ଧିତ ବିଷୟ ପଚାରିଲେ , ସେତେବେଳେ ନିଜ ପ୍ରଭୁଙ୍କ ସ୍ମରଣରେ ହୃଦୟରେ ଆବେଗ ବୃଦ୍ଧି ଲାଭ କରିବା କାରଣରୁ ଉଦ୍ଧବ କୌଣସି ଉତ୍ତର ଦେଇ ପାରି ନ ଥିଲେ | ଯଃ ପଞ୍ଚହାୟନୋ ମାତ୍ରା ପ୍ରାତରାଶାୟ ଯାଚିତଃ । ତନ୍ନୈଚ୍ଛଦ୍ରଚୟନ୍ୟସ୍ୟ ସପର୍ୟାଂ ବାଲଲୀଲୟା ॥ ୨॥ ତାଙ୍କର ବୟସ ଯେତେବେଳେ ମାତ୍ର ପାଞ୍ଚ ବର୍ଷର ଥିଲା , ସେତେବେଳେ ଖେଳରେ ହିଁ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ଗଢି ତାଙ୍କର ସେବା-ପୂଜାରେ ସେ ଏପରି ତନ୍ମୟ ରହୁଥିଲେ ଯେ ମା ’ ଖାଇବାକୁ ଡାକିଲେ ବି ସେ ଖେଳ ଛାଡି ଯାଉ ନ ଥିଲେ | ସ କଥଂ ସେବୟା ତସ୍ୟ କାଲେନ ଜରସଂ ଗତଃ । ପୃଷ୍ଟୋ ବାର୍ତାଂ ପ୍ରତିବ୍ରୂୟାଦ୍ଭର୍ତୁଃ ପାଦାବନୁସ୍ମରନ୍ ॥ ୩॥ ଏବେ ତ ଦୀର୍ଘକାଳ ତାଙ୍କ ସେବାରେ ରହି ସେ ବୃଦ୍ଧ ହେବାକୁ ବସିଲେଣି | ତେଣୁ ବିଦୁରଜୀଙ୍କର ପ୍ରଶ୍ନ ଶୁଣି ନିଜ ପ୍ରିୟତମ ପ୍ରଭୁଙ୍କ ଚରଣକମଳର ସ୍ମରଣରେ ତାଙ୍କର ଚିତ୍ତ
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ତୃତୀୟ ସ୍କନ୍ଧ ॥ ପ୍ରଥମ ଅଧ୍ୟାୟ ଉଦ୍ଧବ – ବିଦୁର ସାକ୍ଷାତକାର   ଶ୍ରୀଶୁକ ଉବାଚ ଏବମେତତ୍ପୁରା ପୃଷ୍ଟୋ ମୈତ୍ରେୟୋ ଭଗବାନ୍ କିଲ । କ୍ଷତ୍ତ୍ରା ବନଂ ପ୍ରବିଷ୍ଟେନ ତ୍ୟକ୍ତ୍ୱା ସ୍ୱଗୃହମୃଦ୍ଧିମତ୍ ॥ ୧॥ ଶ୍ରୀ ଶୁକଦେବ କହୁଛନ୍ତି – ହେ ପରୀକ୍ଷିତ ! ତୁମେ ଯାହା ପଚାରିଲ , ପୂର୍ବକାଳରେ ସେହି ପ୍ରଶ୍ନ ନିଜ ସୁଖ-ସମୃଦ୍ଧିପୂର୍ଣ୍ଣ ଗୃହ ତ୍ୟାଗ କରି ବନକୁ ଗମନ କରିଥିବା ବିଦୁରଜୀ ଭଗବାନ୍ ମୈତ୍ରେୟଙ୍କୁ ପଚାରି ଥିଲେ | ଯଦ୍ୱା ଅୟଂ ମନ୍ତ୍ରକୃଦ୍ୱୋ ଭଗବାନଖିଲେଶ୍ୱରଃ । ପୌରବେନ୍ଦ୍ରଗୃହଂ ହିତ୍ୱା ପ୍ରବିବେଶାତ୍ମସାତ୍କୃତମ୍ ॥ ୨॥ ସର୍ବେଶ୍ବର ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ପାଣ୍ଡବମାନଙ୍କର ଦୂତ ରୂପରେ ହସ୍ତୀନାପୁରକୁ ଯାଇଥିଲେ , ସେତେବେଳେ ସେ ଦୁର୍ଯ୍ୟୋଧନଙ୍କର ମହଲ ଛାଡି , ଅଡାକରାରେ ନିଜର ମନେ କରି ସେହି ବିଦୁରଙ୍କ ଘରକୁ ଯାଇଥିଲେ | ରାଜୋବାଚ କୁତ୍ର କ୍ଷତ୍ତୁର୍ଭଗବତା ମୈତ୍ରେୟେଣାସ ସଙ୍ଗମଃ । କଦା ବା ସହ ସମ୍ବାଦ ଏତଦ୍ୱର୍ଣୟ ନଃ ପ୍ରଭୋ ॥ ୩॥ ରାଜା ପରୀକ୍ଷିତ ପଚାରିଲେ – ପ୍ରଭୁ ! ପ୍ରଥମେ ମୋତେ ଏକଥା କହନ୍ତୁ , ଭଗବାନ୍ ମୈତ୍ରେୟଙ୍କ ସହିତ ବିଦୁରଜୀଙ୍କର ସାକ୍ଷାତକାର କେଉଁଠାରେ ଏବଂ କେଉଁ ସମୟରେ ହୋଇଥିଲା ? ନ ହ୍ୟଲ୍ପାର୍ଥୋଦୟସ୍ତସ୍ୟ ବିଦୁରସ୍ୟାମଲାତ୍ମନଃ । ତସ୍ମିନ୍ ବରୀୟସି ପ୍ରଶ୍ନଃ ସାଧୁବାଦୋପବୃଂ