Posts

Showing posts from November, 2022
Image
୨୧ . ତସ୍ମୈ ଶ୍ରୀ ଗୁରବେ ନମଃ -- ଏହା ଆମ ଭିତରେ ଥିବା ଅଜ୍ଞାନ ଯାହା ଆମକୁ ବିସ୍ମରଣ କରାଇ ଦିଏ ଯେ ଆମେ ଦିବ୍ୟ ଆତ୍ମା ଅଟେ ଏବଂ ଆମକୁ ଅନେକ ପ୍ରକାରର ଭ୍ରମରେ ପକାଇ ଥାଏ | ଜଣେ ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ସେହି ବିଭୂତି ଯିଏ ଆମ ଭିତରର ଅଜ୍ଞାନ ଅନ୍ଧକାରକୁ ଅପସାରିତ କରି ତାହାକୁ ଜ୍ଞାନର ଉଜ୍ଜଳ ଆଲୋକରେ ଉଦ୍ଭାସିତ କରିଥାଆନ୍ତି | ସଂସାରରେ ରହି ଆମେ କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ଦ୍ବେଷ ଆଦି ଅନେକ ପ୍ରକାରର ମାନସିକ ସନ୍ତାପ ତଥା ଦୋଷର ଶୀକାର ହୋଇଥାଏ | ସେସବୁର ମୂଳ କାରଣ କ’ଣ ? ମହାଭାରତ ଏବଂ ଅଷ୍ଟାଦଶ ପୁରାଣର ମହାନ୍ ରଚୟିତା, ବେଦବ୍ୟାସ କହନ୍ତି :             ଅଜ୍ଞାନମେବାସ୍ୟ ମୂଳକାରଣମ୍    ଏହା ଆମ ଭିତରେ ଥିବା ଅଜ୍ଞାନ, ଯାହା ଆମକୁ ବିସ୍ମରଣ କରାଇ ଦିଏ ଯେ ଆମେ ଦିବ୍ୟ ଆତ୍ମା ଅଟେ ଏବଂ ଆମକୁ ଅନେକ ପ୍ରକାରର ଭ୍ରମର ବଶବର୍ତ୍ତୀ କରାଇ ଥାଏ | ସେହି ଅଜ୍ଞାନକୁ ଆମେ ଦୂର କରିବା କିପରି ? ସେ ଦିଗରେ ଆମେ ଅନେକ ପ୍ରୟାସ କରିଥାଏ , ବଡ ବଡ ଡିଗ୍ରୀ ଅର୍ଜନ କରିଥାଏ, କିନ୍ତୁ ଅଜ୍ଞାନ ଯାଏ ନାହିଁ | ମନେକରନ୍ତୁ, କେହିଜଣେ କହିବେ, “ମୁଁ ଡି.ଲିଟ୍ ଅଟେ |” ଆପଣ ତାଙ୍କୁ କହନ୍ତୁ, “ସତରେ ? କିନ୍ତୁ ମୁଁ ତ ଭାବୁଛି ଆପଣ ଟିକିଏ ଅଲ୍ପଜ୍ଞ ଅଟନ୍ତି |” “ କ’ଣ କହିଲ, ମୁଁ ଅଳ୍ପଜ୍ଞ ? ମୁଁ ତୁମ ଜିଭ ଉପାଡି ଦେବି |” “ମୋର ଭୁଲ୍ ହୋଇଗଲା, ମୁଁ ଦୁଃଖିତ | ବାସ୍ତବରେ ଆପଣ ତ ସର୍ବଜ୍ଞ ଅଟନ୍ତି |” ଆପଣ
Image
୨୦ . ଜୀବନରେ ନିରାଶ ହେବା ନାହିଁ ....... ସଫଳ ଏବଂ ବିଫଳ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଭେଦ କ’ଣ ? ଆପଣ ଯଦି କୌଣସି ଦୀର୍ଘଡିଆଁ ପ୍ରତିଯୋଗିତା ଦେଖିଥିବେ, ତେବେ ଆପଣ ନିଶ୍ଚିତ ଭାବରେ ଲକ୍ଷ୍ୟ କରିଥିବେ ଯେ କେହି କେହି ଖେଳାଳୀ ଡେଇଁବା ରେଖାକୁ ସ୍ପର୍ଶ କରି କୁଦ ଲଗାଇବା ପରିବର୍ତ୍ତେ ଆଗକୁ ଦୌଡି ଚାଲି ଯାଉଛନ୍ତି | ସେପରି କାହିଁକି ହୁଏ, ଆପଣ ଜାଣିଛନ୍ତି କି ? ଦୌଡାଳି ଜଣକ ମନେ ମନେ ଭାବୁଥାଆନ୍ତି, “ମୁଁ ଏତେ ଦୂର ଡେଇଁ ପାରିବି ନାହିଁ |” ତାଙ୍କର ସେହି ନକାରାତ୍ମକ ଚିନ୍ତନ ତାଙ୍କୁ ସେ ଦିଗରେ ପ୍ରୟାସ କରିବାକୁ ମଧ୍ୟ ଦିଏ ନାହିଁ | “ ଆମେ ଏହା କରିପାରିବା ” – ଏହି ବିଶ୍ବାସ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅଟେ | ବର୍ତ୍ତମାନ ସୁଦ୍ଧା ଆମେ ଜୀବନ ରୂପାନ୍ତରଣର ଅନେକ ଗୁଡିଏ ସୁନ୍ଦର ସୁନ୍ଦର ଉପକରଣ ସମ୍ପର୍କରେ ଆଲୋଚନା କରିଅଛେ | ଆଗକୁ ଯାତ୍ରା ଟିକିଏ କଷ୍ଟଦାୟକ ହେବାକୁ ଯାଉଛି | ରାସ୍ତାରେ ଆପଣ ବାରମ୍ବାର ଝୁଣ୍ଟିବା ସ୍ବାଭାବିକ | କିନ୍ତୁ ଝୁଣ୍ଟି ପଡିଯିବାର ଅର୍ଥ ଭଲ ଭାବରେ ଚାଲି ଶିଖିବାର କଳା ଆୟତ୍ତ କରିବା ହେବା ଉଚିତ୍ | ମନେରଖନ୍ତୁ, ଯେଉଁମାନେ ଜୀବନରେ ସଫଳ ହୁଅନ୍ତି ଏବଂ ଯେଉଁମାନେ ବିଫଳ ହୁଅନ୍ତି, ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ? ସଫଳ ବ୍ୟକ୍ତିମାନେ ମଧ୍ୟ ବିଫଳ ହୁଅନ୍ତି, କିନ୍ତୁ ତା ସତ୍ତ୍ବେ ବି ସେମାନେ ଲକ୍ଷ୍ୟସ୍ଥଳରେ ପହଂଚିବା ପର୍ଯ୍ୟନ୍ତ ନିଜର ଚେଷ୍ଟା ଜାରି ରଖନ୍ତି | ଅଥଚ ବିଫଳ ବ୍ୟକ୍ତି
Image
୧୯ . କୁସଂଗରୁ ଦୂରେଇ ରହିବା - ଜୀବନ ରୂପାନ୍ତରଣ ପ୍ରକ୍ରିୟାରେ ନିଜକୁ ନିୟୋଜିତ କରିବା ଫଳରେ ଆମର ମନ ଏବଂ ବୁଦ୍ଧି ସଦଗୁଣରେ ବିଭୂଷିତ ହେବାରେ ଲାଗେ | କିନ୍ତୁ ସେତେବେଳେ ଆମେ ଯଦି ସାଂସାରିକ ସଂଗତିରୁ ଦୂରତା ରକ୍ଷା କରିବା ପ୍ରତି ଯତ୍ନବାନ ନ ହୁଏ ତେବେ ଆମକୁ ବହୁତ ବଡ ହାନିର ସମ୍ମୁଖୀନ ହେବାକୁ ପଡିପାରେ | ଆମେ ଯେତେବେଳେ କୁସଂଗର ସଂସ୍ପର୍ଶରେ ଆସିଥାଏ, ଆମେ ଜାଣିପାରେ ନାହିଁ ଯେ ଇନ୍ଦ୍ରିୟମାନେ ସେଥିରୁ ଯେଉଁ ଆଶୁ ସନ୍ତୋଷ ଲାଭ କରୁଛନ୍ତି, ବୁଦ୍ଧି ସେଥିରେ ଅଭିଭୂତ ହୋଇଯାଇଛି | ଆମେ ନିଜେ ଜାଣିବା ପୂର୍ବରୁ କୁସଂଗର ପ୍ରଭାବରେ ଆମର ସମୟ ବରବାଦ୍ ହୋଇ ଯାଇଥାଏ, ଚେତନା ନିମ୍ନଗାମୀ ହୋଇ ସାରିଥାଏ ଏବଂ ମନ ଦୁଷିତ ହୋଇ ଯାଇଥାଏ | ଅତଏବ, ସାଧନା କରିବା ଯେତିକି ମହତ୍ତ୍ବପୂର୍ଣ୍ଣ, କୁସଂଗ ଠାରୁ ଦୂରେଇ ରହିବା ମଧ୍ୟ ସେତିକି ମହତ୍ତ୍ବପୂର୍ଣ୍ଣ ଅଟେ | କୁସଂଗ କ’ଣ ? ଯାହାର ସଂଗତି ମନକୁ ମାୟିକ/ସାଂସାରିକ/ପାର୍ଥିବ କରି ଦେଇଥାଏ | କିନ୍ତୁ ତାହା ହାନିକାରକ କାହିଁକି ? କାରଣ ତାହା ଆମର ଆଧ୍ୟାତ୍ମିକ ପ୍ରାପ୍ତିକୁ ଆତ୍ମସାତ୍ କରିନିଏ | ଜଣେ ବ୍ୟକ୍ତି ଘାସରେ ଗୋଟିଏ ରସି ତିଆରି କରୁଛନ୍ତି | ତାଙ୍କ ପଛରେ ଗୋଟିଏ ବଳଦ ଠିଆ ହୋଇ ରସିଟିକୁ ଚର୍ବଣ କରିବାରେ ଲାଗିଛି, ଯାହା ବିଷୟରେ ବ୍ୟକ୍ତି ଜଣକ କିଛି ଜାଣନ୍ତି ନାହିଁ | ଦୀର୍ଘ ଏକ ଘଣ୍ଟା ରସି ବଳିଲା ପରେ ସେ ଭାବିଲେ ଏବେ ରସିର ଆକାର ହାରାହାରି ୫୦ ଗଜ ହୋଇ ଯାଇଥିବ | କିନ
Image
  ୧୮ . ମୃତ୍ୟୁ ହଠାତ୍ କେତେବେଳେ ଆସି ପହଞ୍ଚିଯିବ, କିଏ ଜାଣେ? ଆପଣ ଯଦି ନିଜର କଲ୍ୟାଣ ଇଚ୍ଛା କରୁଥାଆନ୍ତି, ଦୁଇଟି ସତ୍ୟକୁ ସର୍ବଦା ସ୍ମରଣ ରଖିବା ଆବଶ୍ୟକ | ତନ୍ମଧ୍ୟରୁ ପ୍ରଥମ ସତ୍ୟଟି ହେଉଛି ମୃତ୍ୟୁ | ମୃତ୍ୟୁକୁ ସ୍ମରଣ କରିବା ଦ୍ବାରା ଆପଣ କୌଣସି କାର୍ଯ୍ୟରେ ବିଳମ୍ବ କରିବେ ନାହିଁ | ଆପଣଙ୍କ ଠାରେ କର୍ମ ତତ୍ପରତା ବୃଦ୍ଧି ପାଇବ ଏବଂ ଆପଣ  ସମୟର ବୃଥା ଅପଚୟ କରିବେ ନାହିଁ | ଗତକାଲି ଆମେ ନିଜର ଇପ୍ସିତ ଲକ୍ଷ୍ୟ ଜୀବନ ରୂପାନ୍ତରଣ ଅଭିମୁଖେ ଉତ୍ସାହର ସହିତ ପ୍ରଯତ୍ନ କରିବାର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ | ତେବେ ନିଜ ଭିତରେ ଆମେ ସେହି ଉତ୍ସାହ ବିକଶିତ କରିବା କିପରି ? ଜଣେ ବ୍ୟକ୍ତି ସନ୍ଥ ଏକନାଥଙ୍କ ପାଖକୁ ଯାଇ ପଚାରିଲେ, “ହେ ମହାନୁଭବ ! ମୁଁ ମନକୁ ଭଗବାନଙ୍କ ଠାରେ ଲଗାଇବା ପାଇଁ ଚେଷ୍ଟା କରି ବିଫଳ ହେଲି | ଆପଣ ମୋତେ ଏପରି କିଛି ଉପାୟ ନିର୍ଦ୍ଦେଶ କରିବେ କି ଯଦ୍ବାରା ମୁଁ ସେହି ଦିଗରେ ସଫଳତା ହାସଲ କରିପାରିବି ?” ଏକନାଥ ବ୍ୟକ୍ତି ଜଣଙ୍କର ଆପାଦମସ୍ତକ ତନ୍ନ ତନ୍ନ ନିରୀକ୍ଷଣ କରି କହିଲେ, “ତୁମେ ଭଗବାନଙ୍କ ଠାରେ ମନ ଲଗାଇବାର ଉପାୟ ଜାଣିବାକୁ ଇଚ୍ଛା କରୁଅଛ, କିନ୍ତୁ ମୁଁ ତ ଦେଖିପାରୁଛି ତୁମ ଜୀବନର ଆଉ ମାତ୍ର ସାତୋଟି ଦିନ ବାକି ଅଛି |” “କ’ଣ ହେଲା?”, ବ୍ୟକ୍ତି ଜଣକ ବ୍ୟସ୍ତ ହୋଇ ଭାବିଲେ, “ଏହି ମହାତ୍ମା ଜଣଙ୍କ କହୁଛନ୍ତି ଆଉ ମାତ୍ର ସାତ ଦିନରେ ମୁଁ ମୃତ୍ୟୁ ବରଣ କରିବି | ଇଏ ନି
Image
୧୭ . ସର୍ବଦା ପ୍ରେରଣାଯୁକ୍ତ ରହିବାର ରହସ୍ୟ   ଜୀବନ ରୂପାନ୍ତରଣର ଏହି ଯେଉଁ ଯାତ୍ରାରେ ଆମ୍ଭେମାନେ ପାଦ ଦେଇଅଛେ, ତାହା ସହଜ କି କଠିନ ଅଟେ ? ବାସ୍ତବରେ, ତାହା ଆମ ଉତ୍ସାହର ମାତ୍ରା ଉପରେ ନିର୍ଭର କରିଥାଏ | ଆମର ଯଦି ଉତ୍ସାହ ନ ଥିବ, ପ୍ରତ୍ୟେକ ସାଧନ ଆମକୁ ସଂଘର୍ଷ ପରି ମନେହେବ | ଅନ୍ୟ ପକ୍ଷରେ, ଆମ ଭିତରେ ଯଦି ଉତ୍ସାହ ଭାରୀ ରହିଥିବ ତେବେ ଆମେ ଆରାମରେ ପବନ ପରି ଆଗକୁ ବଢି ଚାଲିବା | ଅତଏବ, ନିଜକୁ ଉତ୍ସାହିତ ରଖିବା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ | ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ଭକ୍ତ ଥରେ ଭାବିଲେ ଏହି ବର୍ଷ ସେ ରଥଯାତ୍ରା ଦେଖିବାକୁ ନିଶ୍ଚିତ ଭାବରେ ପୁରୀ ଯିବେ | କିନ୍ତୁ ସମୟ ଆସିଲା ବେଳକୁ ଏପରି ଏକ ସମସ୍ୟା ଉପଗତ ହେଲା ଯେ ସେ ଯାତ୍ରା ସ୍ଥଗିତ କରିବାକୁ ବାଧ୍ୟ ହେଲେ | ସେଥିରେ ନିରାଶ ନ ହୋଇ ସେ ଭାବିଲେ, “ଠିକ୍ ଅଛି, ଆସନ୍ତା ବର୍ଷ ମୁଁ ନିଶ୍ଚିତ ଭାବରେ ଯିବି |” ତେବେ ଦ୍ବିତୀୟ ବର୍ଷ ସେ ଯିବାକୁ ଯୋଗାଡ କରୁଥିବା ସମୟରେ ଅନ୍ୟ ଏକ ସମସ୍ୟା ଉପସ୍ଥିତ ହେଲା ଏବଂ ତାଙ୍କୁ ଯାତ୍ରା ରବ୍ଦ କରିବାକୁ ପଡିଲା | ଏହିପରି ଭାବରେ ବର୍ଷ ବର୍ଷ ବିତିଗଲା ଏବଂ ପ୍ରତ୍ୟେକ ବର୍ଷ କୌଣସି କାରଣରୁ ତାଙ୍କୁ ଯାତ୍ରା ସ୍ଥଗିତ କରିବାକୁ ପଡିଲା | ଶେଷରେ, ଚାଳିଶତମ ଥର ପାଇଁ ଯେତେବେଳେ ତାଙ୍କୁ ଯାତ୍ରା ରବ୍ଦ କରିବାକୁ ପଡିଲା, ସେ ଅତିଶୟ ମର୍ମାହତ ହୋଇ ଛୋଟ ଛୁଆଟିଏ ପରି ରୋଦନ କରିବାରେ ଲାଗିଲେ | ତାହା ଦେଖି ଜଣେ ପଣ୍
Image
୧୬ . ଅଭ୍ୟାସ ଓ ବୈରାଗ୍ୟ ବଳରେ ମନକୁ ଭଗବାନଙ୍କଠାରେ କେନ୍ଦ୍ରିତ କରିବା   ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ଅଭ୍ୟାସ ବଳରେ ହାସଲ ହୋଇଥାଏ | ପିଲାଦିନେ ଆମେ ଯେତେବେଳେ ପ୍ରଥମ ଥର ଠିଆ ହେବା ପାଇଁ ଚେଷ୍ଟା କରିଥାଏ, ଆମର ଶତ ଚେଷ୍ଟା ସତ୍ତ୍ବେ ଆମେ ପଡି ଯାଇଥାଏ | କିନ୍ତୁ ନିରାଶ ହୋଇ ଆମେ ଚେଷ୍ଟାରୁ ବିରତ ହୋଇ ନ ଥାଏ | ଆମେ ବାରମ୍ବାର ଚେଷ୍ଟା କରିଥାଏ ଏବଂ ଶେଷରେ ଠିଆ ହେବାରେ ସଫଳ ହୋଇଥାଏ | ସେହିପରି, ଆଧ୍ୟାତ୍ମିକ ମାର୍ଗରେ ମଧ୍ୟ ଅଗ୍ରଗତି କରି ନିଜ ଠାରେ ସୁଧାର ମୂଳକ ପରିବର୍ତ୍ତନ ଆଣିବା ପାଇଁ ବାରମ୍ବାର ଅଭ୍ୟାସର ଆବଶ୍ୟକତା ରହିଛି |             ଗତକାଲି, ମୁଁ ମନରେ ଭଗବାନଙ୍କର ରୂପର ଧ୍ୟାନ କରିବା, ଅର୍ଥାତ୍ ରୂପଧ୍ୟାନ ପ୍ରକ୍ରିୟାର ବର୍ଣ୍ଣନା କରିଥିଲି | ଏବେ କେହି କେହି କହିପାରନ୍ତି ଯେ ମୁଁ ସେପରି କରିବାକୁ ପ୍ରଯତ୍ନ କରିଥିଲି, କିନ୍ତୁ ସଫଳ ହେଲିନାହିଁ | କାହିଁକି ? ମନକୁ ମୁଁ ଭଗବାନଙ୍କ ପାଖକୁ ନେଲି, କିନ୍ତୁ ତାହା ପୁନର୍ବାର ସଂସାର ପାଖକୁ ଫେରି ଆସିଲା | ହଁ, ସେପରି ହେବ, କିନ୍ତୁ ଆମେ ସେଥିରେ ବିଚଳିତ ହେବା ଉଚିତ୍ ନୁହେଁ | ଅର୍ଜୁନ, ଭଗବଦ୍ ଗୀତାର ଶ୍ରୋତା, ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରି ଥିଲେ –                          ଚଞ୍ଚଲଂ ହୀ ମନ କୃଷ୍ଣଃ ପ୍ରମାଥି ବଲବତ୍ ଦୃଢମ୍ |                               ତସ୍ୟା ऽ ହଂ ନିଗ୍ରହଂ ମନ୍ୟେ ବାୟୋରିବ ସୁଦୁଷ୍କରମ୍ || “ହେ ଶ୍ର
Image
୧୫ . ଭଗବାନଙ୍କଠାରେ ମନୋନିବେଶ କରିବା ନିମନ୍ତେ ଏକ ସରଳ ଧ୍ୟାନ ପଦ୍ଧତି ମନ କାହା ବିଷୟରେ ଚିନ୍ତା କରିବାକୁ ଗଲାବେଳେ ତାହାର ଏକ ଛବି କଳନା କରିଥାଏ | ଏହା ମନର ସ୍ବଭାବ ଅଟେ | ମୁଁ ଯଦି ଆପଣଙ୍କୁ କହିବି, ନିଜ ବାପାଙ୍କର ଧ୍ୟାନ କରନ୍ତୁ, ତେବେ ଆପଣଙ୍କର ମନକୁ ତତକ୍ଷଣାତ୍ ବାପାଙ୍କର ଛବି ଆସିଯିବ |             ଗତକାଲି ଆମ୍ଭେମାନେ ମନକୁ ଶୁଦ୍ଧ କରିବା ପାଇଁ ଭଗବାନଙ୍କ ଠାରେ ମନୋନିବେଶ କରିବା ପ୍ରକରଣରେ ଏକାନ୍ତ ସାଧନାର ଦିନଚର୍ଯ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | କିନ୍ତୁ ଏହି ସାଧନା ଆମେ କରିବା କିପରି ? ଗୋଟିଏ ସାଧାରଣ ସାଧନା ପଦ୍ଧତି ଭଗବାନଙ୍କର ନାମ ଜପ କରିବା ଅଟେ | ଏହା ଗୋଟିଏ ସୁନ୍ଦର ପଦ୍ଧତି ଅଟେ ଏବଂ ଏହାକୁ ମୁଁ ନିଶ୍ଚିତ ଭାବରେ ପ୍ରୋତ୍ସାହିତ କରିବି |                             ନାମ ଚିନ୍ତାମଣି କୃଷ୍ନଃ ଚୈତନ୍ୟ ରସ ବିଗ୍ରହଃ |                                     ପୂର୍ଣ୍ଣଃ ଶୁଦ୍ଧ ନିତ୍ୟ ମୁକ୍ତୋ ଭିନ୍ନତ୍ବାତ୍ ନାମ ନାମୀ ନୋ || ଭଗବାନଙ୍କର ନାମ ଭଗବାନଙ୍କଠାରୁ ଅଭିନ୍ନ ଅଟେ | ତେଣୁ ଭଗବାନଙ୍କର ନାମ ଜପ କରି ଆମେ ଭଗବାନଙ୍କ ଠାରେ ମନୋନିବେଶ କରି ପାରିବା | କିନ୍ତୁ ମନକୁ ବଶୀଭୂତ କରିବା ପାଇଁ କେବଳ ନାମ ଜପ ଯଥେଷ୍ଟ ନୁହେଁ | ସେଥିପାଇଁ ଆମ୍ଭେମାନେ ଦେଖିବାକୁ ପାଇଥାଏ ବହୁତ ଲୋକ ମନର ସଂଯୋଗ ନ ଥାଇ କେବଳ ଏକ ଯାନ୍ତ୍ରିକ ପ୍ରକ୍ରିୟା ଭାବରେ ମୁହଁରେ ନାମ ଉଚ୍
Image
୧୪ . ଅନ୍ତଃକରଣ ଶୁଦ୍ଧି ନିମନ୍ତେ ଯୋଗୀମାନଙ୍କର ଶକ୍ତିଶାଳୀ ଦିନଚର୍ଯ୍ୟା ମନର ନିଜସ୍ବ ଏକ ସଂସାର ରହିଛି | ସେ ଇଚ୍ଛା କଲେ ସ୍ବର୍ଗକୁ ନର୍କରେ ପରିଣତ କରିପାରେ ଏବଂ ନର୍କରେ ମଧ୍ୟ ସ୍ବର୍ଗ ସୁଖର ଆନନ୍ଦ ଅନୁଭବ କରାଇ ପାରେ | ସେଥିପାଇଁ ଜୀବନକୁ ସମୁନ୍ନତ କରିବା ଅଭିଯାନରେ ମନ ପ୍ରତି ବିଶେଷ ଧ୍ୟାନ ଦେଇ ତାହାକୁ ଶୁଦ୍ଧ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ |             ତବ୍ରିତ ଏବଂ ସୁବ୍ରତ ଦୁଇ ଭାଇ ଦିନେ ଭାଗବତ କଥା ଶୁଣିବା ଉଦ୍ଦେଶ୍ୟରେ ଘରୁ ବାହାରି ମନ୍ଦିରକୁ ଯାଉଥାଆନ୍ତି | ଅଚାନକ ରାସ୍ତାରେ ପ୍ରବଳ ଝଡ ବର୍ଷା ଆରମ୍ଭ ହୋଇଗଲା | ଆଶ୍ରୟ ନେବା ପାଇଁ ସେମାନେ ନିକଟରେ ଥିବା ଗୋଟିଏ କୋଠା ଘରକୁ ପ୍ରବେଶ କରିଗଲେ | କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ଗୋଟିଏ ବେଶ୍ୟାଳୟ ଥିଲା | ବେଶ୍ୟାମାନେ ସେମାନଙ୍କର ଗ୍ରାହକମାନଙ୍କୁ ଆମୋଦିତ କରିବା ପାଇଁ ନୃତ୍ୟ କରୁଥାଆନ୍ତି | ତାହା ଦେଖି ଭୟରେ ତବ୍ରିତର ଆଖି ଖୋସି ହୋଇଗଲା | ସେ ଭାବିଲା ଯେତେ ଶୀଘ୍ର ସମ୍ଭବ ଏହି ପାପ ନିଳୟରୁ ବାହାରକୁ ଚାଲିଯିବା ଦରକାର | ସୁବ୍ରତ ତାକୁ ଶାନ୍ତ କରାଇବା ଉଦ୍ଦେଶ୍ୟରେ କହିଲା,”ଦେଖ ଭାଇ, ବାହାରେ ପ୍ରବଳ ବର୍ଷା ହେଉଛି | ଅନ୍ତତଃ ବର୍ଷା ଛାଡିବା ଯାଏଁ ଆମେ ଏଠାରେ ଟିକିଏ ଅପେକ୍ଷା କରିବା |” ତାହା ଶୁଣି ତବ୍ରିତ କ୍ରୋଧରେ ନିଆଁବାଣ ହୋଇ କହିଲା, “ତୋର ମନ ପାପ ପ୍ରତି ଲାଳାୟିତ ହେଉଛି, ସେଥିପାଇଁ ତୁ ଏପରି କହୁଛୁ |” ଏତିକି କହି ତବ୍ରିତ