Posts

Showing posts from April, 2024
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ତୃତୀୟ ସ୍କନ୍ଧ ॥ ସପ୍ତବିଂଶ ଅଧ୍ୟାୟ ପ୍ରକୃତି - ପୁରୁଷ ବିବେକରୁ ମୋକ୍ଷ - ପ୍ରାପ୍ତିର ବର୍ଣ୍ଣନ   ଶ୍ରୀଭଗବାନୁବାଚ ପ୍ରକୃତିସ୍ଥୋଽପି ପୁରୁଷୋ ନାଜ୍ୟତେ ପ୍ରାକୃତୈର୍ଗୁଣୈଃ । ଅବିକାରାଦକର୍ତୃତ୍ୱାନ୍ନିର୍ଗୁଣତ୍ୱାଜ୍ଜଲାର୍କବତ୍ ॥ ୧॥ ଶ୍ରୀଭଗବାନ କହୁଛନ୍ତି – ହେ ମାତା ! ଜଳରେ ପ୍ରତିବିମ୍ବିତ ସୂର୍ଯ୍ୟ ସହିତ ଯେପରି ଜଳର ଶୀତଳତା , ଚଞ୍ଚଳତା ଆଦି ଗୁଣର କୌଣସି ସମ୍ବନ୍ଧ ନ ଥାଏ , ସେହିପରି ପ୍ରକୃତିର କାର୍ଯ୍ୟ ଶରୀରରେ ସ୍ଥିତ ରହି ମଧ୍ୟ ଆତ୍ମା ବାସ୍ତବରେ ତା’ର ସୁଖ-ଦୁଃଖାଦି ଧର୍ମରେ ଲିପ୍ତ ହୁଏ ନାହିଁ ; କାରଣ ସ୍ବଭାବତଃ ସେ ନିର୍ବିକାର , ଅକର୍ତ୍ତା ଏବଂ ନିର୍ଗୁଣ ଅଟେ | ସ ଏଷ ଯର୍ହି ପ୍ରକୃତେର୍ଗୁଣେଷ୍ୱଭିବିଷଜ୍ଜତେ । ଅହଙ୍କ୍ରିୟାବିମୂଢାତ୍ମା କର୍ତାସ୍ମୀତ୍ୟଭିମନ୍ୟତେ ॥ ୨॥ କିନ୍ତୁ ଯେତେବେଳେ ସେ ହିଁ ପ୍ରାକୃତ ଗୁଣ ସହିତ ନିଜର ସମ୍ବନ୍ଧ ସ୍ଥାପିତ କରିନିଏ , ସେତେବେଳେ ସେ ଅହଂକାର-ମୋହିତ ହୋଇ ‘ମୁଁ କର୍ତ୍ତା ଅଟେ ’ ଏପରି ମନେ କରିବାରେ ଲାଗେ | ତେନ ସଂସାରପଦବୀମବଶୋଽଭ୍ୟେତ୍ୟନିର୍ୱୃତଃ । ପ୍ରାସଙ୍ଗିକୈଃ କର୍ମଦୋଷୈଃ ସଦସନ୍ମିଶ୍ରୟୋନିଷୁ ॥ ୩॥ ସେହି ଅଭିମାନ କାରଣରୁ ସେ ଦେହ ସଂସର୍ଗରେ କରାଯାଉ ଥିବା ପୁଣ୍ୟ-ପାପରୂପ କର୍ମଦୋଷ ଦ୍ବାରା ନିଜର ସ୍ବାଧୀନତା ଏବଂ ଶାନ୍ତି ହରାଇ ବସେ ତଥା ଉତ୍ତମ , ମ
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ତୃତୀୟ ସ୍କନ୍ଧ ॥ ଷଡବିଂଶ ଅଧ୍ୟାୟ ମହଦାଦି ଭିନ୍ନ ଭିନ୍ନ ତତ୍ତ୍ବର ଉତ୍ପତ୍ତି ବର୍ଣ୍ଣନ   ଶ୍ରୀଭଗବାନୁବାଚ ଅଥ ତେ ସମ୍ପ୍ରବକ୍ଷ୍ୟାମି ତତ୍ତ୍ୱାନାଂ ଲକ୍ଷଣଂ ପୃଥକ୍ । ଯଦ୍ୱିଦିତ୍ୱା ବିମୁଚ୍ୟେତ ପୁରୁଷଃ ପ୍ରାକୃତୈର୍ଗୁଣୈଃ ॥ ୧॥ ଶ୍ରୀଭଗବାନ କହୁଛନ୍ତି – ହେ ମାତା ! ଏବେ ମୁଁ ତୁମକୁ ପ୍ରକୃତି ଆଦି ତତ୍ତ୍ବର ଭିନ୍ନ ଭିନ୍ନ ଲକ୍ଷଣ ବିଷୟରେ କହୁଛି; ଏହା ଜାଣି ମନୁଷ୍ୟ ପ୍ରକୃତିର ଗୁଣରୁ ମୁକ୍ତ ହୋଇଯାଏ | ଜ୍ଞାନଂ ନିଃଶ୍ରେୟସାର୍ଥାୟ ପୁରୁଷସ୍ୟାତ୍ମଦର୍ଶନମ୍ । ଯଦାହୁର୍ୱର୍ଣୟେ ତତ୍ତେ ହୃଦୟଗ୍ରନ୍ଥିଭେଦନମ୍ ॥ ୨॥ ପଣ୍ଡିତଜନ କହନ୍ତି , ଆତ୍ମଦର୍ଶନରୂପ ଜ୍ଞାନ ହିଁ ପୁରୁଷର ମୋକ୍ଷର କାରଣ ଅଟେ ଏବଂ ସେହି ଜ୍ଞାନ ହିଁ ତା ’ ର ଅହଂକାରରୂପ ହୃଦୟଗ୍ରନ୍ଥିର ଛେଦନ କରିଥାଏ | ମୁଁ ତୁମ ସମ୍ମୁଖରେ ସେହି ଜ୍ଞାନର ବର୍ଣ୍ଣନା କରୁଛି | ଅନାଦିରାତ୍ମା ପୁରୁଷୋ ନିର୍ଗୁଣଃ ପ୍ରକୃତେଃ ପରଃ । ପ୍ରତ୍ୟଗ୍ଧାମା ସ୍ୱୟଞ୍ଜ୍ୟୋତିର୍ୱିଶ୍ୱଂ ଯେନ ସମନ୍ୱିତମ୍ ॥ ୩॥ ଏହି ସାରା ଜଗତ ଯାହା ଦ୍ବାରା ବ୍ୟାପ୍ତ ହୋଇ ପ୍ରକାଶିତ ହୋଇଥାଏ , ସେହି ଆତ୍ମା ହିଁ ପୁରୁଷ ଅଟେ | ସେ ଅନାଦି , ନିର୍ଗୁଣ , ପ୍ରକୃତିର ଅତୀତ , ଅନ୍ତଃକରଣରେ ସ୍ଫୁରିତ ଏବଂ ସ୍ବୟଂପ୍ରକାଶ ଅଟେ | ସ ଏଷ ପ୍ରକୃତିଂ ସୂକ୍ଷ୍ମାଂ ଦୈବୀଂ ଗୁଣମୟୀଂ ବିଭୁଃ । ଯଦୃଚ୍ଛୟୈ