ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ସପ୍ତବିଂଶ ଅଧ୍ୟାୟ
ପ୍ରକୃତି-ପୁରୁଷ ବିବେକରୁ ମୋକ୍ଷ-ପ୍ରାପ୍ତିର ବର୍ଣ୍ଣନ
ଶ୍ରୀଭଗବାନୁବାଚ
ପ୍ରକୃତିସ୍ଥୋଽପି ପୁରୁଷୋ ନାଜ୍ୟତେ ପ୍ରାକୃତୈର୍ଗୁଣୈଃ ।
ଅବିକାରାଦକର୍ତୃତ୍ୱାନ୍ନିର୍ଗୁଣତ୍ୱାଜ୍ଜଲାର୍କବତ୍ ॥ ୧॥
ଶ୍ରୀଭଗବାନ କହୁଛନ୍ତି – ହେ ମାତା ! ଜଳରେ ପ୍ରତିବିମ୍ବିତ ସୂର୍ଯ୍ୟ
ସହିତ ଯେପରି ଜଳର ଶୀତଳତା, ଚଞ୍ଚଳତା ଆଦି ଗୁଣର
କୌଣସି ସମ୍ବନ୍ଧ ନ ଥାଏ, ସେହିପରି ପ୍ରକୃତିର
କାର୍ଯ୍ୟ ଶରୀରରେ ସ୍ଥିତ ରହି ମଧ୍ୟ ଆତ୍ମା ବାସ୍ତବରେ ତା’ର ସୁଖ-ଦୁଃଖାଦି ଧର୍ମରେ ଲିପ୍ତ ହୁଏ
ନାହିଁ; କାରଣ ସ୍ବଭାବତଃ ସେ
ନିର୍ବିକାର, ଅକର୍ତ୍ତା ଏବଂ
ନିର୍ଗୁଣ ଅଟେ |
ସ ଏଷ ଯର୍ହି ପ୍ରକୃତେର୍ଗୁଣେଷ୍ୱଭିବିଷଜ୍ଜତେ ।
ଅହଙ୍କ୍ରିୟାବିମୂଢାତ୍ମା କର୍ତାସ୍ମୀତ୍ୟଭିମନ୍ୟତେ ॥ ୨॥
କିନ୍ତୁ ଯେତେବେଳେ ସେ ହିଁ ପ୍ରାକୃତ ଗୁଣ ସହିତ ନିଜର ସମ୍ବନ୍ଧ
ସ୍ଥାପିତ କରିନିଏ, ସେତେବେଳେ ସେ
ଅହଂକାର-ମୋହିତ ହୋଇ ‘ମୁଁ କର୍ତ୍ତା ଅଟେ’ ଏପରି ମନେ କରିବାରେ
ଲାଗେ |
ତେନ ସଂସାରପଦବୀମବଶୋଽଭ୍ୟେତ୍ୟନିର୍ୱୃତଃ ।
ପ୍ରାସଙ୍ଗିକୈଃ କର୍ମଦୋଷୈଃ ସଦସନ୍ମିଶ୍ରୟୋନିଷୁ ॥ ୩॥
ସେହି ଅଭିମାନ କାରଣରୁ ସେ ଦେହ ସଂସର୍ଗରେ କରାଯାଉ ଥିବା
ପୁଣ୍ୟ-ପାପରୂପ କର୍ମଦୋଷ ଦ୍ବାରା ନିଜର ସ୍ବାଧୀନତା ଏବଂ ଶାନ୍ତି ହରାଇ ବସେ ତଥା ଉତ୍ତମ, ମଧ୍ୟମ ଏବଂ ନୀଚ ଯୋନିରେ ଉତ୍ପନ୍ନ ହୋଇ ସଂସାରଚକ୍ରରେ ଘୂରି
ବୁଲିବାରେ ଲାଗେ |
ଅର୍ଥେ ହ୍ୟବିଦ୍ୟମାନେଽପି ସଂସୃତିର୍ନ ନିବର୍ତତେ ।
ଧ୍ୟାୟତୋ ବିଷୟାନସ୍ୟ ସ୍ୱପ୍ନେଽନର୍ଥାଗମୋ ଯଥା ॥ ୪॥
ସ୍ବପ୍ନରେ ଭୟ-ଶୋକ ଆଦିର କୌଣସି କାରଣ ନ ଥାଇ ମଧ୍ୟ ଯେପରି
ସ୍ବପ୍ନ-ପଦାର୍ଥରେ ଆସ୍ଥା ହୋଇଯିବା କାରଣରୁ ଦୁଃଖ ସହ୍ୟ କରିବାକୁ ପଡିଥାଏ, ସେହିପରି ଭୟ-ଶୋକ,
ଅହଂ-ମମ ଏବଂ ଜନ୍ମ-ମରଣାଦିରୂପ ସଂସାରର କୌଣସି ସତ୍ତା ନ ଥିଲେ ବି ଅବିଦ୍ୟାବଶ ବିଷୟର ଚିନ୍ତନ
କରିବାରେ ଲାଗିଥିବା କାରଣରୁ ଜୀବର ସଂସାରଚକ୍ରରୁ କେବେ ବି ନିବୃତ୍ତି ହୋଇ ନ ଥାଏ |
ଅତ ଏବ ଶନୈଶ୍ଚିତ୍ତଂ ପ୍ରସକ୍ତମସତାଂ ପଥି ।
ଭକ୍ତିୟୋଗେନ ତୀବ୍ରେଣ ବିରକ୍ତ୍ୟା ଚ ନୟେଦ୍ୱଶମ୍ ॥ ୫॥
ସେଥିପାଇଁ ବୁଦ୍ଧିମାନ ମନୁଷ୍ୟ ଅସତ୍ ମାର୍ଗ (ବିଷୟ-ଚିନ୍ତନ)ରେ
ଲିପ୍ତ ଚିତ୍ତକୁ ତୀବ୍ର ଭକ୍ତିଯୋଗ ଏବଂ ବୈରାଗ୍ୟ ଦ୍ବାରା ଧୀରେ ଧୀରେ ନିଜ ନିୟନ୍ତ୍ରଣରେ ରଖିବା
ଆବଶ୍ୟକ |
ଯମାଦିଭିର୍ୟୋଗପଥୈରଭ୍ୟସନ୍ ଶ୍ରଦ୍ଧୟାନ୍ୱିତଃ ।
ମୟି ଭାବେନ ସତ୍ୟେନ ମତ୍କଥାଶ୍ରବଣେନ ଚ ॥ ୬॥
ସର୍ୱଭୂତସମତ୍ୱେନ ନିର୍ୱୈରେଣାପ୍ରସଙ୍ଗତଃ ।
ବ୍ରହ୍ମଚର୍ୟେଣ ମୌନେନ ସ୍ୱଧର୍ମେଣ ବଲୀୟସା ॥ ୭॥
ଯଦୃଚ୍ଛୟୋପଲବ୍ଧେନ ସନ୍ତୁଷ୍ଟୋ ମିତଭୁଙ୍ମୁନିଃ ।
ବିବିକ୍ତଶରଣଃ ଶାନ୍ତୋ ମୈତ୍ରଃ କରୁଣ ଆତ୍ମବାନ୍ ॥ ୮॥
ସାନୁବନ୍ଧେ ଚ ଦେହେଽସ୍ମିନ୍ନକୁର୍ୱନ୍ନସଦାଗ୍ରହମ୍ ।
ଜ୍ଞାନେନ ଦୃଷ୍ଟତତ୍ତ୍ୱେନ ପ୍ରକୃତେଃ ପୁରୁଷସ୍ୟ ଚ ॥ ୯॥
ନିବୃତ୍ତବୁଦ୍ଧ୍ୟବସ୍ଥାନୋ ଦୂରୀଭୂତାନ୍ୟଦର୍ଶନଃ ।
ଉପଲଭ୍ୟାତ୍ମନାଽଽତ୍ମାନଂ ଚକ୍ଷୁଷେବାର୍କମାତ୍ମଦୃକ୍ ॥ ୧୦॥
ମୁକ୍ତଲିଙ୍ଗଂ ସଦାଭାସମସତି ପ୍ରତିପଦ୍ୟତେ ।
ସତୋ ବନ୍ଧୁମସଚ୍ଚକ୍ଷୁଃ ସର୍ୱାନୁସ୍ୟୂତମଦ୍ୱୟମ୍ ॥ ୧୧॥
ଯମାଦି ଯୋଗସାଧନ ଦ୍ବାରା ଶ୍ରଦ୍ଧାପୂର୍ବକ ଅଭ୍ୟାସ କରି – ଚିତ୍ତକୁ
ବାରମ୍ବାର ଏକାଗ୍ର କରି ମୋ ପ୍ରତି ଶୁଦ୍ଧ ଭାବ ରଖିବା,
ମୋର କଥା ଶ୍ରବଣ କରିବା, ସମସ୍ତ
ପ୍ରାଣୀଙ୍କଠାରେ ସମଭାବ ରଖିବା, କାହା ପ୍ରତି
ଶତ୍ରୁତା ନ କରିବା; ଆସକ୍ତି-ତ୍ୟାଗ, ବ୍ରହ୍ମଚର୍ଯ୍ୟ,
ମୌନ-ବ୍ରତ ଏବଂ ବଳିଷ୍ଠ (ଭଗବାନଙ୍କ ପ୍ରତି ସମର୍ପିତ) ସ୍ବଧର୍ମ ପାଳନ କରି ଯାହାକୁ ଏପରି
ସ୍ଥିତି ପ୍ରାପ୍ତ ହୋଇ ଯାଇଥାଏ ଯେ ପ୍ରାରବ୍ଧ ଅନୁସାରେ ଯାହା ମିଳିଥାଏ ସେ ସେଥିରେ ସନ୍ତୁଷ୍ଟ
ରହେ, ପରିମିତ ଭୋଜନ କରେ, ସର୍ବଦା ଏକାନ୍ତରେ ବାସ କରେ,
ଶାନ୍ତସ୍ବଭାବ, ସମସ୍ତଙ୍କର ମିତ୍ର, ଦୟାଳୁ ଏବଂ ଧୈର୍ଯ୍ୟବାନ ହୋଇଥାଏ; ପ୍ରକୃତି ଏବଂ ପୁରୁଷର
ବାସ୍ତବିକ ସ୍ବରୂପ ଅନୁଭବରୁ ପ୍ରାପ୍ତ ତତ୍ତ୍ବଜ୍ଞାନ ଯୋଗୁଁ ଯିଏ ସ୍ତ୍ରୀ-ପୁତ୍ରାଦି
ସମ୍ବନ୍ଧୀଙ୍କ ସହିତ ଏହି ଦେହରେ ମୁଁ-ମୋପଣର ମିଥ୍ୟା ଅଭିନିବେଶ କରନ୍ତି ନାହିଁ, ବୁଦ୍ଧି ସବୁ ଅବସ୍ଥାରେ ନିଃସ୍ପୃହ ରହି କେବଳ ପରମାତ୍ମାଙ୍କ ବ୍ୟତିତ
ଅନ୍ୟ କିଛି ଦେଖେ ନାହିଁ – ସେହି ଆତ୍ମଦର୍ଶୀ ମୁନି ନେତ୍ରରେ ସୂର୍ଯ୍ୟଙ୍କୁ ଦେଖିବା ପରି ନିଜ
ଶୁଦ୍ଧ ଅନ୍ତଃକରଣରେ ପରମାତ୍ମାଙ୍କର ସାକ୍ଷାତକାର କରି ସେହି ଅଦ୍ବିତୀୟ ବ୍ରହ୍ମପଦକୁ ପ୍ରାପ୍ତ
କରିନିଅନ୍ତି, ଯିଏ ଦେହାଦି
ସମ୍ପୂର୍ଣ୍ଣ ଉପାଧିରୁ ପୃଥକ୍, ଅହଂକାରାଦି ମିଥ୍ୟା
ବସ୍ତୁରେ ସତ୍ୟବତ୍ ପ୍ରତିଭାସିତ, ଜଗତ୍-କାରଣଭୂତା
ପ୍ରକୃତିର ଅଧିଷ୍ଠାନ, ମହଦାଦି
କାର୍ଯ୍ୟବର୍ଗର ପ୍ରକାଶକ ଏବଂ କାର୍ଯ୍ୟ-କାରଣରୂପ ସମ୍ପୂର୍ଣ୍ଣ ପଦାର୍ଥରେ ବ୍ୟାପ୍ତ ଅଟନ୍ତି |
ଯଥା ଜଲସ୍ଥ ଆଭାସଃ ସ୍ଥଲସ୍ଥେନାବଦୃଶ୍ୟତେ ।
ସ୍ୱାଭାସେନ ତଥା ସୂର୍ୟୋ ଜଲସ୍ଥେନ ଦିବିସ୍ଥିତଃ ॥ ୧୨॥
ଏବଂ ତ୍ରିବୃଦହଙ୍କାରୋ ଭୂତେନ୍ଦ୍ରିୟମନୋମୟୈଃ ।
ସ୍ୱାଭାସୈର୍ଲକ୍ଷିତୋଽନେନ ସଦାଭାସେନ ସତ୍ୟଦୃକ୍ ॥ ୧୩॥
ଭୂତସୂକ୍ଷ୍ମେନ୍ଦ୍ରିୟମନୋବୁଦ୍ଧ୍ୟାଦିଷ୍ୱିହ ନିଦ୍ରୟା ।
ଲୀନେଷ୍ୱସତି ଯସ୍ତତ୍ର ବିନିଦ୍ରୋ ନିରହଙ୍କ୍ରିୟଃ ॥ ୧୪॥
ଜଳରେ ପଡିଥିବା ସୂର୍ଯ୍ୟର ପ୍ରତିବିମ୍ବକୁ ଯେପରି ପ୍ରାଚୀରରେ
ପଡିଥିବା ତା’ର ଛାୟା ସହିତ
ସମ୍ବନ୍ଧିତ କରି ଦେଖା ଯାଇଥାଏ ଏବଂ ଜଳରେ ଦେଖା ଯାଉଥିବା ପ୍ରତିବିମ୍ବରୁ ଆକାଶସ୍ଥିତ ସୂର୍ଯ୍ୟର
ଜ୍ଞାନ ହୋଇଥାଏ, ଠିକ ସେହିପରି
ବୈକାରିକ ଆଦି ଭେଦରେ ତିନି ପ୍ରକାରର ଅହଂକାର ଦେହ,
ଇନ୍ଦ୍ରିୟ ଓ ମନରେ ସ୍ଥିତ ନିଜ ପ୍ରତିବିମ୍ବରୁ ଲକ୍ଷିତ ହୋଇଥାଏ ଏବଂ ପୁନଶ୍ଚ ସତ୍
ପରମାତ୍ମାଙ୍କର ପ୍ରତିବିମ୍ବଯୁକ୍ତ ସେହି ଅହଂକାର ଦ୍ବାରା ସତ୍ୟଜ୍ଞାନସ୍ବରୂପ ପରମାତ୍ମାଙ୍କର
ଦର୍ଶନ ହୋଇଥାଏ – ଯିଏ ସୁଷୁପ୍ତି ସମୟର ନିଦ୍ରାରେ ଶବ୍ଦାଦି ଭୂତସୂକ୍ଷ୍ମ, ଇନ୍ଦ୍ରିୟ ଏବଂ
ମନବୁଦ୍ଧି ଆଦି ଅବ୍ୟାକୃତରେ ଲୀନ ହୋଇଯିବା ପରେ ମଧ୍ୟ ସ୍ବୟଂ ଜାଗ୍ରତ ରହିଥାଏ ଏବଂ ଯିଏ ସର୍ବଥା
ଅହଂକାରଶୂନ୍ୟ ଅଟେ |
ମନ୍ୟମାନସ୍ତଦାଽଽତ୍ମାନମନଷ୍ଟୋ ନଷ୍ଟବନ୍ମୃଷା ।
ନଷ୍ଟେଽହଙ୍କରଣେ ଦ୍ରଷ୍ଟା ନଷ୍ଟବିତ୍ତ ଇବାତୁରଃ ॥ ୧୫॥
(ଜାଗ୍ରତ ଅବସ୍ଥାରେ ଏହି ଆତ୍ମା ଭୂତସୂକ୍ଷ୍ମାଦି ଦୃଶ୍ୟବର୍ଗର
ଦ୍ରଷ୍ଟାରୂପରେ ସ୍ପଷ୍ଟତୟା ଅନୁଭବରେ ଆସିଥାଏ;
କିନ୍ତୁ) ସୁଷୁପ୍ତି ସମୟରେ ନିଜ ଉପାଧିଭୂତ ଅହଂକାର ନାଶ ହେବା କାରଣରୁ ଭ୍ରମବଶତଃ ସେ ନିଜକୁ
ନଷ୍ଟ ହୋଇଯିବା ପରି ମନେ କରିଥାଏ ଏବଂ ଧନନାଶ ହେବା ଯୋଗୁଁ ମନୁଷ୍ୟ ଯେପରି ନିଜେ ନଷ୍ଟ ହୋଇଯିବା
ମନେକରି ବ୍ୟାକୁଳ ରହିଥାଏ, ସେହିପରି ସେ ମଧ୍ୟ
ଅତ୍ୟନ୍ତ ବିବଶ ହୋଇ ନଷ୍ଟବତ୍ ହୋଇଯାଏ |
ଏବଂ ପ୍ରତ୍ୟବମୃଶ୍ୟାସାବାତ୍ମାନଂ ପ୍ରତିପଦ୍ୟତେ ।
ସାହଙ୍କାରସ୍ୟ ଦ୍ରବ୍ୟସ୍ୟ ଯୋଽବସ୍ଥାନମନୁଗ୍ରହଃ ॥ ୧୬॥
ହେ ମାତା ! ଏହି ସବୁ ବିଷୟର ମନନ କରି ବିବେକୀ ପୁରୁଷ ନିଜ ଆତ୍ମାର
ଅନୁଭବ କରିଥାଆନ୍ତି, ଯିଏ ଅହଂକାର ସହିତ
ସମ୍ପୂର୍ଣ୍ଣ ତତ୍ତ୍ବର ଅଧିଷ୍ଠାନ ଏବଂ ପ୍ରକାଶକ ଅଟେ |
ଦେବହୂତିରୁବାଚ
ପୁରୁଷଂ ପ୍ରକୃତିର୍ବ୍ରହ୍ମନ୍ ନ ବିମୁଞ୍ଚତି କର୍ହିଚିତ୍ ।
ଅନ୍ୟୋନ୍ୟାପାଶ୍ରୟତ୍ୱାଚ୍ଚ ନିତ୍ୟତ୍ୱାଦନୟୋଃ ପ୍ରଭୋ ॥ ୧୭॥
ଦେବହୂତି ପଚାରିଲେ – ପ୍ରଭୁ ! ପୁରୁଷ ଏବଂ ପ୍ରକୃତି ଉଭୟ ହିଁ ନିତ୍ୟ
ଅଟନ୍ତି ତଥା ପରସ୍ପରର ଆଶ୍ରୟରେ ରହିଥାଆନ୍ତି, ସେଥିପାଇଁ ପ୍ରକୃତି ତ ପୁରୁଷକୁ କେବେ ଛାଡି
ପାରିବ ନାହିଁ |
ଯଥା ଗନ୍ଧସ୍ୟ ଭୂମେଶ୍ଚ ନ ଭାବୋ ବ୍ୟତିରେକତଃ ।
ଅପାଂ ରସସ୍ୟ ଚ ଯଥା ତଥା ବୁଦ୍ଧେଃ ପରସ୍ୟ ଚ ॥ ୧୮॥
ବ୍ରହ୍ମନ୍ ! ଗନ୍ଧ ଏବଂ ପୃଥିବୀ ତଥା ରସ ଏବଂ ଜଳର ଯେପରି ପୃଥକ୍
ପୃଥକ୍ ସ୍ଥିତି ରହିପାରେ ନାହିଁ, ସେହିପରି ପୁରୁଷ ଏବଂ
ପ୍ରକୃତି ମଧ୍ୟ ପରସ୍ପର ବିନା ରହିପାରିବେ ନାହିଁ |
ଅକର୍ତୁଃ କର୍ମବନ୍ଧୋଽୟଂ ପୁରୁଷସ୍ୟ ଯଦାଶ୍ରୟଃ ।
ଗୁଣେଷୁ ସତ୍ସୁ ପ୍ରକୃତେଃ କୈବଲ୍ୟଂ ତେଷ୍ୱତଃ କଥମ୍ ॥ ୧୯॥
ତେଣୁ ଯାହା ଆଶ୍ରୟରେ ଅକର୍ତ୍ତା ପୁରୁଷକୁ ଏହି କର୍ମବନ୍ଧନ ପ୍ରାପ୍ତ
ହୋଇଛି, ସେହି ପ୍ରକୃତିର
ଗୁଣସବୁ ରହିଥିବା ବେଳେ ତାହାକୁ କୈବଲ୍ୟପଦ ପ୍ରାପ୍ତ ହେବ କିପରି ?
କ୍ୱଚିତ୍ତତ୍ତ୍ୱାବମର୍ଶେନ ନିବୃତ୍ତଂ ଭୟମୁଲ୍ବଣମ୍ ।
ଅନିବୃତ୍ତନିମିତ୍ତତ୍ୱାତ୍ପୁନଃ ପ୍ରତ୍ୟବତିଷ୍ଠତେ ॥ ୨୦॥
ତତ୍ତ୍ବମାନଙ୍କର ବିଚାରଣ ଦ୍ବାରା ସଂସାରବନ୍ଧନର ତୀବ୍ର ଭୟ ନିବୃତ୍ତ
ହୋଇ ଯାଉଥିଲେ ବି, ତାହାର ନିମିତ୍ତଭୂତ ପ୍ରାକୃତ ଗୁଣମାନଙ୍କର ଅଭାବ ହୋଇ ନ ଥିବା କାରଣରୁ ସେହି
ଭୟ ପୁନଃ ଉପସ୍ଥିତ ହୋଇପାରେ |
ଶ୍ରୀଭଗବାନୁବାଚ
ଅନିମିତ୍ତନିମିତ୍ତେନ ସ୍ୱଧର୍ମେଣାମଲାତ୍ମନା ।
ତୀବ୍ରୟା ମୟି ଭକ୍ତ୍ୟା ଚ ଶ୍ରୁତସମ୍ଭୃତୟା ଚିରମ୍ ॥ ୨୧॥
ଜ୍ଞାନେନ ଦୃଷ୍ଟତତ୍ତ୍ୱେନ ବୈରାଗ୍ୟେଣ ବଲୀୟସା ।
ତପୋୟୁକ୍ତେନ ଯୋଗେନ ତୀବ୍ରେଣାତ୍ମସମାଧିନା ॥ ୨୨॥
ପ୍ରକୃତିଃ ପୁରୁଷସ୍ୟେହ ଦହ୍ୟମାନା ତ୍ୱହର୍ନିଶମ୍ ।
ତିରୋଭବିତ୍ରୀ ଶନକୈରଗ୍ନେର୍ୟୋନିରିବାରଣିଃ ॥ ୨୩॥
ଶ୍ରୀଭଗବାନ କହିଲେ – ହେ ମାତା ! ଯେପରି ଅଗ୍ନିର ଉତ୍ପତ୍ତିସ୍ଥାନ ଅରଣି
ନିଜଠାରୁ ଉତ୍ପନ୍ନ ଅଗ୍ନି ଦ୍ବାରା ସ୍ବୟଂ ଭସ୍ମୀଭୂତ ହୋଇଯାଏ, ସେହିପରି ନିଷ୍କାମଭାବରେ ସ୍ବଧର୍ମପାଳନ ଦ୍ବାରା ଅନ୍ତଃକରଣ ଶୁଦ୍ଧ
ହୋଇଯିବାରୁ ବହୁଦିନ ଧରି ଭଗବତ୍-କଥା ଶ୍ରବଣ ଦ୍ବାରା ପୁଷ୍ଟ ହୋଇଥିବା ମୋର ତୀବ୍ର ଭକ୍ତି ବଳରେ, ତତ୍ତ୍ବ-ସାକ୍ଷାତକାର କରାଉଥିବା ଜ୍ଞାନ ଏବଂ ପ୍ରବଳ ବୈରାଗ୍ୟ
ଦ୍ବାରା, ବ୍ରତନିୟମାଦି ସହିତ
କରାଯାଉଥିବା ଧ୍ୟାନାଭ୍ୟାସ ଏବଂ ଚିତ୍ତର ପ୍ରଗାଢ଼ ଏକାଗ୍ରତା ବଳରେ ପୁରୁଷର ପ୍ରକୃତି (ଅବିଦ୍ୟା)
ଦିନରାତି କ୍ଷୀଣ ହୋଇ ଧୀରେ ଧୀରେ ଲୀନ ହୋଇଯାଏ |
ଭୁକ୍ତଭୋଗା ପରିତ୍ୟକ୍ତା ଦୃଷ୍ଟଦୋଷା ଚ ନିତ୍ୟଶଃ ।
ନେଶ୍ୱରସ୍ୟାଶୁଭଂ ଧତ୍ତେ ସ୍ୱେ ମହିମ୍ନି ସ୍ଥିତସ୍ୟ ଚ ॥ ୨୪॥
ତାପରେ ନିତ୍ୟପ୍ରତି ଦୋଷ ଦୃଷ୍ଟ ହେଉଥିବାରୁ ଭୋଗ କରି ତ୍ୟାଗ କରାଯାଇ
ଥିବା ସେହି ପ୍ରକୃତି ନିଜ ସ୍ବରୂପରେ ସ୍ଥିତ ଏବଂ ସ୍ବତନ୍ତ୍ର (ବନ୍ଧନମୁକ୍ତ) ହୋଇଯାଇ ଥିବା
ସେହି ପୁରୁଷର କିଛି ବି ହାନି କରିପାରେ ନାହିଁ |
ଯଥା ହ୍ୟପ୍ରତିବୁଦ୍ଧସ୍ୟ ପ୍ରସ୍ୱାପୋ ବହ୍ୱନର୍ଥଭୃତ୍ ।
ସ ଏବ ପ୍ରତିବୁଦ୍ଧସ୍ୟ ନ ବୈ ମୋହାୟ କଲ୍ପତେ ॥ ୨୫॥
ନିଦ୍ରିତ ପୁରୁଷକୁ ସ୍ବପ୍ନରେ ଯେତେସବୁ ଅନର୍ଥ ଅନୁଭବରେ ଆସିଲେ ବି
ଜାଗ୍ରତ ହେବା ପରେ ସେ ସେହି ଅନୁଭବରେ ମୋହିତ ହୋଇ ନ ଥାଏ |
ଏବଂ ବିଦିତତତ୍ତ୍ୱସ୍ୟ ପ୍ରକୃତିର୍ମୟି ମାନସମ୍ ।
ଯୁଞ୍ଜତୋ ନାପକୁରୁତ ଆତ୍ମାରାମସ୍ୟ କର୍ହିଚିତ୍ ॥ ୨୬॥
ସେହିପରି ଯାହାର ତତ୍ତ୍ବଜ୍ଞାନ ହୋଇ ଯାଇଥାଏ ଏବଂ ଯିଏ ନିରନ୍ତର ମନକୁ
ମୋଠାରେ ସଂଲଗ୍ନ ରଖିଥାଏ, ପ୍ରକୃତି ସେହି
ଆତ୍ମାରାମ ମୁନିଙ୍କର କିଛି ବି ବିଗାଡି ପାରେ ନାହିଁ |
ଯଦୈବମଧ୍ୟାତ୍ମରତଃ କାଲେନ ବହୁଜନ୍ମନା ।
ସର୍ୱତ୍ର ଜାତବୈରାଗ୍ୟ ଆବ୍ରହ୍ମଭୁବନାନ୍ମୁନିଃ ॥ ୨୭॥
ଅନେକ ଜନ୍ମରେ ମନୁଷ୍ୟ ଯେତେବେଳେ ବହୁ ସମୟଧରି ଏହିପରି
ଆତ୍ମଚିନ୍ତନରେ ନିମଗ୍ନ ରହେ, ସେତେବେଳେ ତାହାର
ବ୍ରହ୍ମଲୋକ-ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଭୋଗ ପ୍ରତି ବୈରାଗ୍ୟ ଆସିଯାଏ |
ମଦ୍ଭକ୍ତଃ ପ୍ରତିବୁଦ୍ଧାର୍ଥୋ ମତ୍ପ୍ରସାଦେନ ଭୂୟସା ।
ନିଃଶ୍ରେୟସଂ ସ୍ୱସଂସ୍ଥାନଂ କୈବଲ୍ୟାଖ୍ୟଂ ମଦାଶ୍ରୟମ୍ ॥ ୨୮॥
ପ୍ରାପ୍ନୋତୀହାଞ୍ଜସା ଧୀରଃ ସ୍ୱଦୃଶାଚ୍ଛିନ୍ନସଂଶୟଃ ।
ଯଦ୍ଗତ୍ୱା ନ ନିବର୍ତେତ ଯୋଗୀ ଲିଙ୍ଗାଦ୍ୱିନିର୍ଗମେ ॥ ୨୯॥
ମୋର ସେହି ଧୈର୍ଯ୍ୟବାନ ଭକ୍ତ ମୋର ହିଁ ମହତୀ କୃପାରୁ ତତ୍ତ୍ବଜ୍ଞାନ
ପ୍ରାପ୍ତ କରି ଆତ୍ମାନୁଭବ ଦ୍ବାରା ସମସ୍ତ ସଂଶୟରୁ ମୁକ୍ତ ହୋଇଯାଆନ୍ତି ଏବଂ ତାପରେ ଲିଙ୍ଗଦେହ
ନାଶ ହୋଇଯାଆନ୍ତେ ଏକମାତ୍ର ମୋର ହିଁ ଆଶ୍ରିତ ନିଜ ସ୍ବରୂପଭୂତ କୈବଲ୍ୟସଂଜ୍ଞକ ମଙ୍ଗଳମୟ ପଦକୁ
ସହଜରେ ପ୍ରାପ୍ତ କରିନିଅନ୍ତି, ଯେଉଁଠାରେ ପହଞ୍ଚି
ଯୋଗୀମାନଙ୍କର ପୁନଃ ପ୍ରତ୍ୟାବର୍ତ୍ତନ ହୋଇ ନ ଥାଏ |
ଯଦା ନ ଯୋଗୋପଚିତାସୁ ଚେତୋ
ମାୟାସୁ ସିଦ୍ଧସ୍ୟ ବିଷଜ୍ଜତେଽଙ୍ଗ ।
ଅନନ୍ୟହେତୁଷ୍ୱଥ ମେ ଗତିଃ ସ୍ୟା-
ଦାତ୍ୟନ୍ତିକୀ ଯତ୍ର ନ ମୃତ୍ୟୁହାସଃ ॥ ୩୦॥
ହେ ମାତା ! ଯୋଗୀର ଚିତ୍ତ ଯଦି କେବଳ ଯୋଗସାଧନା ଦ୍ବାରା ପ୍ରାପ୍ତ
ହେଉଥିବା ମାୟାମୟୀ ଅଣିମାଦି ସିଦ୍ଧିରେ ଆସକ୍ତ ରହି ନ ଥାଏ,
ତେବେ ସେ ମୋର ଅବିନାଶୀ ପରମପଦ ପ୍ରାପ୍ତ କରିଥାଏ, ଯେଉଁଠି
ମୃତ୍ୟୁର ପ୍ରବେଶ ମଧ୍ୟ ନ ଥାଏ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଲେୟୋପାଖ୍ୟାନେ ସପ୍ତବିଂଶୋଽଧ୍ୟାୟଃ ॥ ୨୭॥

Comments
Post a Comment