ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ଅଷ୍ଟମ ଅଧ୍ୟାୟ
ସମୁଦ୍ରରୁ ଅମୃତ ପ୍ରକଟ ଏବଂ ଭଗବାନଙ୍କର ମୋହିନୀ-ଅବତାର
ଶ୍ରୀଶୁକ ଉବାଚ
ପୀତେ ଗରେ
ବୃଷାଙ୍କେଣ ପ୍ରୀତାସ୍ତେଽମରଦାନବାଃ ।
ମମନ୍ଥୁସ୍ତରସା
ସିନ୍ଧୁଂ ହବିର୍ଧାନୀ ତତୋଽଭବତ୍ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି - ଏହିପରି ଭାବରେ ଯେତେବେଳେ ଶଂକର ଭଗବାନ ବିଷ ପାନ କରିନେଲେ, ସେତେବେଳେ ଦେବତା ଓ ଅସୁରମାନଙ୍କର ପ୍ରସନ୍ନତାର ସୀମା
ରହିଲା ନାହିଁ | ନବୀନ ଉତ୍ସାହର ସହିତ ସେମାନେ ସମୁଦ୍ର ମନ୍ଥନ କରିବାରେ ଲାଗିଗଲେ | ଏହାପରେ
ସମୁଦ୍ରରୁ କାମଧେନୁ ପ୍ରକଟ ହେଲେ |
ତାମଗ୍ନିହୋତ୍ରୀମୃଷୟୋ
ଜଗୃହୁର୍ବ୍ରହ୍ମବାଦିନଃ ।
ଯଜ୍ଞସ୍ୟ
ଦେବୟାନସ୍ୟ ମେଧ୍ୟାୟ ହବିଷେ ନୃପ ॥ ୨॥
ସେ ଅଗ୍ନିହୋତ୍ର
ସାମଗ୍ରୀ ଉତ୍ପନ୍ନ କରିବାକୁ ସମର୍ଥ ଥିଲେ; ସେଥିପାଇଁ ବ୍ରହ୍ମଲୋକଯାଏଁ ପ୍ରାପ୍ତିର ସାଧନ ଯଜ୍ଞ
ଉପଯୋଗୀ ପବିତ୍ର ଘୃତ, ଦୁଗ୍ଧ ଆଦି ପ୍ରାପ୍ତ କରିବା
ଉପଲକ୍ଷେ ବ୍ରହ୍ମବାଦୀ ଋଷିମାନେ ତାଙ୍କୁ ଗ୍ରହଣ କଲେ |
ତତ ଉଚ୍ଚୈଃଶ୍ରବା
ନାମ ହୟୋଽଭୂଚ୍ଚନ୍ଦ୍ରପାଣ୍ଡୁରଃ ।
ତସ୍ମିନ୍ ବଲିଃ
ସ୍ପୃହାଂ ଚକ୍ରେ ନେନ୍ଦ୍ର ଈଶ୍ୱରଶିକ୍ଷୟା ॥ ୩॥
ତାପରେ ଉଚ୍ଚୈଶ୍ରଵା
ନାମକ ଅଶ୍ବ ପ୍ରକଟ ହେଲା | ତାହା ଚନ୍ଦ୍ରମା ସଦୃଶ ଶ୍ବେତବର୍ଣ୍ଣର ଥିଲା | ତାହାକୁ ନେବା ପାଇଁ
ବଳି ଇଚ୍ଛା ପ୍ରକାଶ କଲେ | ଇନ୍ଦ୍ର ତାହା ଇଚ୍ଛା କଲେ ନାହିଁ; କାରଣ ଭଗବାନ ତାଙ୍କୁ ପୂର୍ବରୁ ହିଁ ସେପରି କୌଣସି
ଇଚ୍ଛା କରିବାକୁ ବାରଣ କରିଥିଲେ |
ତତ ଐରାବତୋ ନାମ
ବାରଣେନ୍ଦ୍ରୋ ବିନିର୍ଗତଃ ।
ଦନ୍ତୈଶ୍ଚତୁର୍ଭିଃ
ଶ୍ୱେତାଦ୍ରେର୍ହରନ୍ ଭଗବତୋ ମହିମ୍ ॥ ୪॥
ତଦନନ୍ତର ଐରାବତ
ନାମକ ଶ୍ରେଷ୍ଠ ହସ୍ତୀ ପ୍ରକଟ ହେଲା | ତାହାର ବଡ-ବଡ ଚାରୋଟି ଦାନ୍ତ ଥିଲା, ଯାହାର ଉଜ୍ଜ୍ବଳବର୍ଣ୍ଣ କୈଳାସର ଶୋଭାକୁ ମଧ୍ୟ
ପରାସ୍ତ କରୁଥିଲା |
(ଐରାବଣାଦୟସ୍ତ୍ୱଷ୍ଟୌ
ଦିଗ୍ଗଜା ଅଭବଂସ୍ତତଃ ।
ଅଭ୍ରପ୍ରଭୃତୟୋଽଷ୍ଟୌ
ଚ କରିଣ୍ୟସ୍ତ୍ୱଭବନ୍ ନୃପ ॥)
କୌସ୍ତୁଭାଖ୍ୟମଭୂଦ୍ରତ୍ନଂ
ପଦ୍ମରାଗୋ ମହୋଦଧେଃ ।
ତସ୍ମିନ୍ ହରିଃ
ସ୍ପୃହାଂ ଚକ୍ରେ ବକ୍ଷୋଽଲଙ୍କରଣେ ମଣୌ ॥ ୫॥
ତତ୍ପଶ୍ଚାତ୍
ସମୁଦ୍ରରୁ କୌସ୍ତୁଭ ନାମକ ପଦ୍ମରାଗ ମଣି ବାହାରିଲା | ସେହି ମଣିକୁ ନିଜ ବକ୍ଷସ୍ଥଳରେ ଧାରଣ
କରିବା ପାଇଁ ଅଜିତ ଭଗବାନ ଇଚ୍ଛା ପ୍ରକାଶ କଲେ |
ତତୋଽଭବତ୍ପାରିଜାତଃ
ସୁରଲୋକବିଭୂଷଣମ୍ ।
ପୂରୟତ୍ୟର୍ଥିନୋ
ଯୋଽର୍ଥୈଃ ଶଶ୍ୱଦ୍ଭୁବି ଯଥା ଭବାନ୍ ॥ ୬॥
ପରୀକ୍ଷିତ !
ଏହାପରେ ସ୍ବର୍ଗଲୋକର ଶୋଭା ବୃଦ୍ଧିକାରୀ କଳ୍ପବୃକ୍ଷ ବାହାରିଲା | ପୃଥିବୀ ପୃଷ୍ଠରେ ତୁମେ
ଯେପରି ସମସ୍ତଙ୍କର ଇଚ୍ଛା ପୂର୍ଣ୍ଣ କରିଥାଅ, ଠିକ ସେହିପରି ଏହି
ବୃକ୍ଷ ଇପ୍ସିତ ବସ୍ତୁ ପ୍ରଦାନ କରି ଯାଚକମାନଙ୍କର ଇଚ୍ଛାପୂର୍ତ୍ତି କରିଥାଏ |
ତତଶ୍ଚାପ୍ସରସୋ
ଜାତା ନିଷ୍କକଣ୍ଠ୍ୟଃ ସୁବାସସଃ ।
ରମଣ୍ୟଃ
ସ୍ୱର୍ଗିଣାଂ ବଲ୍ଗୁଗତିଲୀଲାବଲୋକନୈଃ ॥ ୭॥
ତତ୍ପଶ୍ଚାତ୍
ଅପ୍ସରାମାନେ ପ୍ରକଟ ହେଲେ | ସେମାନେ ସୁନ୍ଦର-ସୁନ୍ଦର ବସ୍ତ୍ରରେ ସୁସଜ୍ଜିତ ହୋଇ ଗଳାରେ
ସ୍ବର୍ଣ୍ଣହାର ପରିଧାନ କରିଥିଲେ | ନିଜର ମନୋହର ହାବଭାବ ତଥା ବିଳାସଭରୀ ଚାହାଣୀରେ ସେମାନେ
ଦେବତାମାନଙ୍କୁ ସୁଖୀ କରିବାରେ ଲାଗିଲେ |
ତତଶ୍ଚାବିରଭୂତ୍ସାକ୍ଷାଚ୍ଛ୍ରୀ
ରମା ଭଗବତ୍ପରା ।
ରଞ୍ଜୟନ୍ତୀ ଦିଶଃ
କାନ୍ତ୍ୟା ବିଦ୍ୟୁତ୍ସୌଦାମନୀ ଯଥା ॥ ୮॥
ଏଥୁଅନ୍ତେ ଶୋଭାର
ମୂର୍ତ୍ତି ସ୍ବୟଂ ଭଗବତୀ ଲକ୍ଷ୍ମୀଦେବୀ ପ୍ରକଟ ହେଲେ | ସେ ଭଗବାନଙ୍କର ନିତ୍ୟଶକ୍ତି ଅଟନ୍ତି |
ତାଙ୍କର ବିଜୁଳି ପରି ଦିପ୍ତିମୟୀ ଆଭାରେ ଚତୁର୍ଦ୍ଦିଗ ଝଲସି ଉଠିଲା |
ତସ୍ୟାଂ ଚକ୍ରୁଃ
ସ୍ପୃହାଂ ସର୍ୱେ ସସୁରାସୁରମାନବାଃ ।
ରୂପୌଦାର୍ୟବୟୋବର୍ଣମହିମାକ୍ଷିପ୍ତଚେତସଃ
॥ ୯॥
ତାଙ୍କର ସୌନ୍ଦର୍ଯ୍ୟ,
ଔଦାର୍ଯ୍ୟ, ଯୌବନ, ରୂପ-ରଙ୍ଗ ଏବଂ ମହିମା
ସମସ୍ତଙ୍କର ଚିତ୍ତକୁ ଆକର୍ଷିତ କଲା | ଦେବତା, ଅସୁର, ମନୁଷ୍ୟ – ସମସ୍ତେ ତାଙ୍କୁ ପ୍ରାପ୍ତ କରିବାକୁ ଇଚ୍ଛା
କଲେ |
ତସ୍ୟା
ଆସନମାନିନ୍ୟେ ମହେନ୍ଦ୍ରୋ ମହଦଦ୍ଭୁତମ୍ ।
ମୂର୍ତିମତ୍ୟଃ
ସରିଚ୍ଛ୍ରେଷ୍ଠା ହେମକୁମ୍ଭୈର୍ଜଲଂ ଶୁଚି ॥ ୧୦॥
ସ୍ବୟଂ ଇନ୍ଦ୍ର ନିଜ
ହାତରେ ତାଙ୍କ ପାଇଁ ବସିବା ଉପଯୋଗୀ ଅତି ବିଚିତ୍ର ଆସନ ନେଇ ଆସିଲେ | ଶ୍ରେଷ୍ଠ ନଦୀମାନେ
ମୂର୍ତ୍ତିମାନ ହୋଇ ତାଙ୍କର ଅଭିଷେକ ନିମନ୍ତେ ସୁବର୍ଣ୍ଣ କଳସରେ ଭରି-ଭରି ପବିତ୍ର ଜଳ ନେଇ
ଆସିଲେ |
ଆଭିଷେଚନିକା
ଭୂମିରାହରତ୍ସକଲୌଷଧୀଃ ।
ଗାବଃ ପଞ୍ଚ
ପବିତ୍ରାଣି ବସନ୍ତୋ ମଧୁମାଧବୌ ॥ ୧୧॥
ଅଭିଷେକ-ଯୋଗ୍ୟ ସବୁ
ପ୍ରକାରର ଔଷଧି ପୃଥିବୀ ଯୋଗାଇ ଦେଲା | ଗାଈମାନେ ପଞ୍ଚଗବ୍ୟ ଏବଂ ବସନ୍ତ ଋତୁ ଚୈତ୍ର-ବୈଶାଖରେ
ପ୍ରସ୍ଫୁଟିତ ହେଉଥିବା ସମସ୍ତ ଫୁଲ-ଫଳ ଯୋଗାଇ ଦେଲେ |
ଋଷୟଃ
କଲ୍ପୟାଞ୍ଚକ୍ରୁରଭିଷେକଂ ଯଥାବିଧି ।
ଜଗୁର୍ଭଦ୍ରାଣି
ଗନ୍ଧର୍ୱା ନଟ୍ୟଶ୍ଚ ନନୃତୁର୍ଜଗୁଃ ॥ ୧୨॥
ସେହିସବୁ ସାମଗ୍ରୀ
ଦ୍ବାରା ଋଷିମାନେ ବିଧିପୂର୍ବକ ତାଙ୍କର ଅଭିଷେକ ସମ୍ପନ୍ନ କଲେ | ଗନ୍ଧର୍ବମାନେ ମଙ୍ଗଳମୟ
ସଙ୍ଗୀତର ମୂର୍ଚ୍ଛନା ସୃଷ୍ଟି କଲେ | ନର୍ତ୍ତକୀମାନେ ନୃତ୍ୟ କରି କରି ଗୀତ ଗାଇବାରେ ଲାଗିଲେ |
ମେଘା
ମୃଦଙ୍ଗପଣବମୁରଜାନକଗୋମୁଖାନ୍ ।
ବ୍ୟନାଦୟନ୍
ଶଙ୍ଖବେଣୁବୀଣାସ୍ତୁମୁଲନିଃସ୍ୱନାନ୍ ॥ ୧୩॥
ବାଦଲ ମୂର୍ତ୍ତିମାନ
ହୋଇ ମୃଦଙ୍ଗ, ଡମ୍ବରୁ, ଢୋଲ, ନାଗରା, ନରସିଂଘା,
ଶଂଖ, ବେଣୁ ଏବଂ ବୀଣା ଖୁବ୍ ଜୋରରେ ବଜାଇବାରେ ଲାଗିଲା |
ତତୋଽଭିଷିଷିଚୁର୍ଦେବୀଂ
ଶ୍ରିୟଂ ପଦ୍ମକରାଂ ସତୀମ୍ ।
ଦିଗିଭାଃ
ପୂର୍ଣକଲଶୈଃ ସୂକ୍ତବାକ୍ୟୈର୍ଦ୍ୱିଜେରିତୈଃ ॥ ୧୪॥
ତାପରେ ଭଗବତୀ
ଲକ୍ଷ୍ମୀଦେବୀ ହାତରେ କମଳପୁଷ୍ପ ଧାରଣ କରି ସିଂହାସନରେ ବିରାଜମାନ କଲେ | ଦିଗପାଳମାନେ କଳସରୁ
ଜଳ ନେଇ ତାଙ୍କର ସ୍ନାନ କରାଇଲେ | ସେହି ସମୟରେ ବ୍ରାହ୍ମଣମାନେ ବେଦମନ୍ତ୍ର ପାଠ କରୁଥାଆନ୍ତି |
ସମୁଦ୍ରଃ
ପୀତକୌଶେୟବାସସୀ ସମୁପାହରତ୍ ।
ବରୁଣଃ ସ୍ରଜଂ
ବୈଜୟନ୍ତୀଂ ମଧୁନା ମତ୍ତଷଟ୍ପଦାମ୍ ॥ ୧୫॥
ତାଙ୍କର ପରିଧାନ
ଉପଯୋଗୀ ପୀତବର୍ଣ୍ଣର ସୁନ୍ଦର ରେଶମୀ ବସ୍ତ୍ର ସମୁଦ୍ର ଯୋଗାଇ ଦେଲା | ବରୁଣ ତାଙ୍କୁ ଏପରି ଏକ ବୈଜୟନ୍ତୀ
ମାଳା ପ୍ରଦାନ କଲେ ଯାହାର ମଧୁମୟ ସୁଗନ୍ଧରେ ଉନ୍ମତ୍ତ ହୋଇ ଭ୍ରମରମାନେ ତା’ ଚାରିପାଖରେ ଘୂରି ବୁଲୁଥିଲେ |
ଭୂଷଣାନି
ବିଚିତ୍ରାଣି ବିଶ୍ୱକର୍ମା ପ୍ରଜାପତିଃ ।
ହାରଂ ସରସ୍ୱତୀ
ପଦ୍ମମଜୋ ନାଗାଶ୍ଚ କୁଣ୍ଡଲେ ॥ ୧୬॥
ପ୍ରଜାପତି
ବିଶ୍ବକର୍ମା ନାନା ପ୍ରକାରର ଗହଣା, ସରସ୍ବତୀ ମୋତିହାର, ବ୍ରହ୍ମା କମଳ ଏବଂ
ନାଗମାନେ ତାଙ୍କୁ ଦୁଇଟି କୁଣ୍ଡଳ ସମର୍ପିତ କଲେ |
ତତଃ
କୃତସ୍ୱସ୍ତ୍ୟଯନୋତ୍ପଲସ୍ରଜଂ
ନଦଦ୍ଦ୍ୱିରେଫାଂ
ପରିଗୃହ୍ୟ ପାଣିନା ।
ଚଚାଲ ବକ୍ତ୍ରଂ
ସୁକପୋଲକୁଣ୍ଡଲଂ
ସବ୍ରୀଡହାସଂ ଦଧତୀ
ସୁଶୋଭନମ୍ ॥ ୧୭॥
ବ୍ରାହ୍ମଣମାନେ
ସ୍ବସ୍ତ୍ୟୟନ ପାଠ କରିବା ପରେ ଲକ୍ଷ୍ମୀଦେବୀ ନିଜ ହାତରେ କମଳମାଳା ଧରି ତାହାକୁ କୌଣସି
ସର୍ବଗୁଣସମ୍ପନ୍ନ ପୁରୁଷଙ୍କ ଗଳାରେ ମଣ୍ଡନ କରିବା ଉଦ୍ଦେଶ୍ୟରେ ସିଂହାସନରୁ ଉଠି ଆସିଲେ |
ମାଳାର ଚତୁର୍ପାର୍ଶ୍ବରେ ତା’ର ସୁଗନ୍ଧରେ
ମତୁଆଲା ହୋଇ ଭ୍ରମରମାନେ ଗୁଞ୍ଜରଣ କରୁଥିଲେ | ସେହି ସମୟରେ ଲକ୍ଷ୍ମୀଦେବୀଙ୍କର ମୁଖର ଶୋଭା
ଅବର୍ଣ୍ଣନୀୟ ଥିଲା | ତାଙ୍କର କପୋଳରେ ସୁନ୍ଦର କୁଣ୍ଡଳ ଝୁଲି ରହିଥିଲା | ଈଶତ୍ ଲଜ୍ୟା ସହିତ
ଲକ୍ଷ୍ମୀଙ୍କର ମୁଖମଣ୍ଡଳ ମୃଦୁମନ୍ଦ ହାସ୍ୟଯୁକ୍ତ ଥିଲା |
ସ୍ତନଦ୍ୱୟଂ
ଚାତିକୃଶୋଦରୀ ସମଂ
ନିରନ୍ତରଂ
ଚନ୍ଦନକୁଙ୍କୁମୋକ୍ଷିତମ୍ ।
ତତସ୍ତତୋ
ନୂପୁରବଲ୍ଗୁଶିଞ୍ଜିତୈ-
ର୍ୱିସର୍ପତୀ
ହେମଲତେବ ସା ବଭୌ ॥ ୧୮॥
ତାଙ୍କର କଟି
ଅତ୍ୟନ୍ତ କୃଶ ଥିଲା | ସ୍ତନଯୁଗଳ ଅତି ସୁନ୍ଦର ଏବଂ ପରସ୍ପର ସହିତ ଯୋଡି ହୋଇଥିଲା | ତା’ ଉପରେ ଚନ୍ଦନ ଏବଂ କେଶରର ଲେପ ରହିଥିଲା | ହଲି-ଦୋହଲି
ଚାଲୁଥିବା ବେଳେ ତାଙ୍କ ପାଉଁଜିରୁ ମଧୁର ଧ୍ବନି ସୃଷ୍ଟି ହେଉଥିଲା | ମନେ ହେଉଥିଲା ସତେ ଯେପରି
ଏକ ସୁବର୍ଣ୍ଣଲତା ଏଣେତେଣେ ଘୂରି ବୁଲୁଛି |
ବିଲୋକୟନ୍ତୀ
ନିରବଦ୍ୟମାତ୍ମନଃ
ପଦଂ ଧ୍ରୁବଂ
ଚାବ୍ୟଭିଚାରିସଦ୍ଗୁଣମ୍ ।
ଗନ୍ଧର୍ୱୟକ୍ଷାସୁରସିଦ୍ଧଚାରଣ-
ତ୍ରୈବିଷ୍ଟପେୟାଦିଷୁ
ନାନ୍ୱବିନ୍ଦତ ॥ ୧୯॥
ସେ ଇଚ୍ଛା କରୁଥିଲେ
କୌଣସି ନିର୍ଦ୍ଦୋଷ ଏବଂ ସମସ୍ତ ଉତ୍ତମ ଗୁଣରେ ନିତ୍ୟଯୁକ୍ତ ଅବିନାଶୀ ପୁରୁଷ ମିଳିଲେ, ସେ ତାଙ୍କୁ ନିଜର ଆଶ୍ରୟ ରୂପେ ବରଣ କରିବେ | କିନ୍ତୁ
ଗନ୍ଧର୍ବ, ଯକ୍ଷ, ଅସୁର, ସିଦ୍ଧ, ଚାରଣ, ଦେବତା ଆଦିଙ୍କ ମଧ୍ୟରେ ସେପରି ପୁରୁଷ କେହି ଜଣେ ବି
ତାଙ୍କୁ ମିଳିଲେ ନାହିଁ |
ନୂନଂ ତପୋ ଯସ୍ୟ ନ
ମନ୍ୟୁନିର୍ଜୟୋ
ଜ୍ଞାନଂ
କ୍ୱଚିତ୍ତଚ୍ଚ ନ ସଙ୍ଗବର୍ଜିତମ୍ ।
କଶ୍ଚିନ୍ମହାଂସ୍ତସ୍ୟ
ନ କାମନିର୍ଜୟଃ
ସ ଈଶ୍ୱରଃ କିଂ
ପରତୋ ବ୍ୟପାଶ୍ରୟଃ ॥ ୨୦॥
(ସେ ମନେ-ମନେ
ବିଚାର କରିବାରେ ଲାଗିଲେ) କିଏ ତପସ୍ବୀ ହୋଇଥିଲେ ବି କ୍ରୋଧ ଉପରେ ବିଜୟ ପ୍ରାପ୍ତ କରିନାହାଁନ୍ତି; କାହାଠାରେ ଜ୍ଞାନ ଅଛି, କିନ୍ତୁ ସେ ପୂର୍ଣ୍ଣ ଅନାସକ୍ତ ନୁହଁନ୍ତି | କିଏ କିଏ
ଅତିଶୟ ପ୍ରଭାବଶାଳୀ ଅଟନ୍ତି, କିନ୍ତୁ ସେମାନେ
କାମକୁ ଜୟ କରିପାରି ନାହାଁନ୍ତି | କାହାଠାରେ ଐଶ୍ବର୍ଯ୍ୟ ତ ବହୁତ ବେଶୀ ରହିଛି, କିନ୍ତୁ ସେହି ଐଶ୍ବର୍ଯ୍ୟର ମୂଲ୍ୟ କ’ଣ ଯଦି ତାଙ୍କୁ ଅନ୍ୟର ଆଶ୍ରୟ ଗ୍ରହଣ କରିବାକୁ ପଡୁଥାଏ
|
ଧର୍ମଃ
କ୍ୱଚିତ୍ତତ୍ର ନ ଭୂତସୌହୃଦଂ
ତ୍ୟାଗଃ
କ୍ୱଚିତ୍ତତ୍ର ନ ମୁକ୍ତିକାରଣମ୍ ।
ବୀର୍ୟଂ ନ
ପୁଂସୋଽସ୍ତ୍ୟଜବେଗନିଷ୍କୃତଂ
ନ ହି ଦ୍ୱିତୀୟୋ
ଗୁଣସଙ୍ଗବର୍ଜିତଃ ॥ ୨୧॥
କାହାଠାରେ
ଧର୍ମାଚରଣ ତ ରହିଛି; କିନ୍ତୁ ସେ ପ୍ରାଣୀ ପ୍ରତି ପ୍ରେମପୂର୍ଣ୍ଣ ବ୍ୟବହାର କରୁନାହାଁନ୍ତି |
ତ୍ୟାଗ ତ ଅଛି, କିନ୍ତୁ କେବଳ ତ୍ୟାଗ ହିଁ ତ
ମୁକ୍ତିର କାରଣ ନୁହେଁ | କାହା-କାହାଠାରେ ବୀରତା ତ ଅବଶ୍ୟ ରହିଛି, କିନ୍ତୁ ସେ ମଧ୍ୟ କାଳର କବଳରୁ ମୁକ୍ତ ନୁହଁନ୍ତି |
କିଛି ମହାତ୍ମା ଅବଶ୍ୟ ବିଷୟାଶକ୍ତିରହିତ ଅଟନ୍ତି, କିନ୍ତୁ ସେମାନେ ତ
ନିରନ୍ତର ଅଦ୍ବୈତ ସମାଧିରେ ଲୀନ ରହନ୍ତି |
କ୍ୱଚିଚ୍ଚିରାୟୁର୍ନ
ହି ଶୀଲମଙ୍ଗଲଂ
କ୍ୱଚିତ୍ତଦପ୍ୟସ୍ତି
ନ ବେଦ୍ୟମାୟୁଷଃ ।
ଯତ୍ରୋଭୟଂ କୁତ୍ର ଚ
ସୋଽପ୍ୟମଙ୍ଗଲଃ
ସୁମଙ୍ଗଲଃ କଶ୍ଚ ନ
କାଙ୍କ୍ଷତେ ହି ମାମ୍ ॥ ୨୨॥
କେହି କେହି ଋଷି
ଦୀର୍ଘ ଆୟୁ ପ୍ରାପ୍ତ କରି ପାରିଛନ୍ତି, କିନ୍ତୁ
ସେମାନଙ୍କର ଶୀଳ-ଆଚରଣ ମୋର ଯୋଗ୍ୟ ନୁହେଁ | କାହାର ଶୀଳ-ଆଚରଣ ମଙ୍ଗଳମୟ ଅଟେ, କିନ୍ତୁ ସେମାନଙ୍କର ଆୟୁ ଅନିଶ୍ଚିତ ଅଟେ | କିଏ ଉଭୟ
ଗୁଣରେ ସମ୍ପନ୍ନ ଅଟନ୍ତି, କିନ୍ତୁ ତାଙ୍କର
ବେଶ ଅମଙ୍ଗଳ ଅଟେ | ଏବେ କେବଳ ଜଣେ ମାତ୍ର ଭଗବାନ ବିଷ୍ଣୁ ରହିଲେ | ତାଙ୍କଠାରେ ସବୁ ମଙ୍ଗଳମୟ
ଗୁଣ ନିତ୍ୟ ନିବାସ କରନ୍ତି, କିନ୍ତୁ ସେ ମୋତେ
ଚାହାଁନ୍ତି ହିଁ ନାହିଁ |
ଏବଂ
ବିମୃଶ୍ୟାବ୍ୟଭିଚାରିସଦ୍ଗୁଣୈ-
ର୍ୱରଂ
ନିଜୈକାଶ୍ରୟତାଗୁଣାଶ୍ରୟମ୍ ।
ବବ୍ରେ ବରଂ
ସର୍ୱଗୁଣୈରପେକ୍ଷିତଂ
ରମା ମୁକୁନ୍ଦଂ
ନିରପେକ୍ଷମୀପ୍ସିତମ୍ ॥ ୨୩॥
ଏହିପରି ବହୁତ
ଭାବି-ଚିନ୍ତି ଶେଷରେ ଦେବୀ ଲକ୍ଷ୍ମୀ ନିଜର ଚିର ଅଭୀଷ୍ଟ ଭଗବାନଙ୍କୁ ହିଁ ବର ରୂପରେ ଚୟନ କଲେ; କାରଣ ତାଙ୍କଠାରେ ସମସ୍ତ ସଦଗୁଣ ନିତ୍ୟ ନିବାସ
କରନ୍ତି | ପ୍ରାକୃତ ଗୁଣ ତାଙ୍କୁ ସ୍ପର୍ଶ କରିପାରେ ନାହିଁ ଏବଂ ଅଣିମା ଆଦି ସମସ୍ତ ଗୁଣ ତାଙ୍କର
ହେବାକୁ ଇଚ୍ଛା କରୁଥିଲେ ବି ସେ ସେମାନଙ୍କର ଉପେକ୍ଷା କରିଥାଆନ୍ତି | ବାସ୍ତବରେ ଦେବୀ
ଲକ୍ଷ୍ମୀଙ୍କର ଏକମାତ୍ର ଆଶ୍ରୟ ଭଗବାନ ହିଁ ଅଟନ୍ତି; ସେଥିପାଇଁ ସେ
ତାଙ୍କୁ ବରଣ କଲେ |
ତସ୍ୟାଂସଦେଶ ଉଶତୀଂ
ନବକଞ୍ଜମାଲାଂ
ମାଦ୍ୟନ୍ମଧୁବ୍ରତବରୂଥଗିରୋପଘୁଷ୍ଟାମ୍
।
ତସ୍ଥୌ ନିଧାୟ
ନିକଟେ ତଦୁରଃ ସ୍ୱଧାମ
ସବ୍ରୀଡହାସବିକସନ୍ନୟନେନ
ଯାତା ॥ ୨୪॥
ଭଗବାନଙ୍କ ଗଳାରେ
ଦେବୀ ଲକ୍ଷ୍ମୀ ସେହି ନବୀନ କମଳପୁଷ୍ପର ମାଳା ପିନ୍ଧାଇ ଦେଲେ, ଯାହାର ଚତୁର୍ପାର୍ଶ୍ବରେ ଦଳ-ଦଳ ହୋଇ ମତୁଆଲା ଭ୍ରମର
ଗୁଞ୍ଜରଣ କରୁଥିଲେ | ଏହାପରେ ସଲ୍ଲଜ ସ୍ମିତହାସ୍ୟ ଏବଂ ପ୍ରେମପୂର୍ଣ୍ଣ ଚାହାଣୀରେ ନିଜର
ନିବାସ-ସ୍ଥାନ ଭଗବାନଙ୍କର ବକ୍ଷ-ସ୍ଥଳ ପ୍ରତି ଦୃଷ୍ଟିପାତ କରି ଦେବୀ ଲକ୍ଷ୍ମୀ ତାଙ୍କ ପାଖରେ
ଠିଆ ହୋଇଗଲେ |
ତସ୍ୟାଃ
ଶ୍ରିୟସ୍ତ୍ରିଜଗତୋ ଜନକୋ ଜନନ୍ୟା
ବକ୍ଷୋନିବାସମକରୋତ୍ପରମଂ
ବିଭୂତେଃ ।
ଶ୍ରୀଃ ସ୍ୱାଃ
ପ୍ରଜାଃ ସକରୁଣେନ ନିରୀକ୍ଷଣେନ
ଯତ୍ର ସ୍ଥିତୈଧୟତ
ସାଧିପତୀଂସ୍ତ୍ରିଲୋକାନ୍ ॥ ୨୫॥
ଜଗତ୍ପିତା ଭଗବାନ
ସମସ୍ତ ସମ୍ପତ୍ତିର ଅଧିଷ୍ଠାତ୍ରୀ ଦେବୀ ଜଗଜ୍ଜନନୀ ଲକ୍ଷ୍ମୀଙ୍କୁ ନିଜ ବକ୍ଷସ୍ଥଳରେ ହିଁ ସର୍ବଦା
ନିବାସ କରିବାର ସ୍ଥାନ ଦେଲେ | ସେଠାରେ ବିରାଜମାନ ହୋଇ ଦେବୀ ଲକ୍ଷ୍ମୀ ନିଜର କରୁଣାଭରୀ
ଦୃଷ୍ଟିରେ ତିନି ଲୋକ, ଲୋକପତି ଏବଂ ନିଜ ପ୍ରିୟ
ପ୍ରଜାବର୍ଗଙ୍କର ଅଭିବୃଦ୍ଧି କରିବାରେ ଲାଗିଲେ |
ଶଙ୍ଖତୂର୍ୟମୃଦଙ୍ଗାନାଂ
ବାଦିତ୍ରାଣାଂ ପୃଥୁଃ ସ୍ୱନଃ ।
ଦେବାନୁଗାନାଂ
ସସ୍ତ୍ରୀଣାଂ ନୃତ୍ୟତାଂ ଗାୟତାମଭୂତ୍ ॥ ୨୬॥
ସେହି ସମୟରେ ଶଂଖ, ତୁରୀ, ମୃଦଙ୍ଗ ଆଦି
ବାଦ୍ୟ ବାଜି ଉଠିଲା | ଅପ୍ସରାମାନଙ୍କ ସହିତ ଗନ୍ଧର୍ବମାନେ ନୃତ୍ୟ-ଗାନ କରିବାରେ ଲାଗିଲେ |
ସେହି ଶବ୍ଦ ତୁମୁଳ ହେବାରେ ଲାଗିଲା |
ବ୍ରହ୍ମରୁଦ୍ରାଙ୍ଗିରୋମୁଖ୍ୟାଃ
ସର୍ୱେ ବିଶ୍ୱସୃଜୋ ବିଭୁମ୍ ।
ଈଡିରେଽବିତଥୈର୍ମନ୍ତ୍ରୈସ୍ତଲ୍ଲିଙ୍ଗୈଃ
ପୁଷ୍ପବର୍ଷିଣଃ ॥ ୨୭॥
ବ୍ରହ୍ମା, ରୁଦ୍ର, ଅଙ୍ଗିରା ଆଦି
ସମସ୍ତ ପ୍ରଜାପତି ପୁଷ୍ପବୃଷ୍ଟି କରି ଭଗବାନଙ୍କର ଗୁଣ, ସ୍ବରୂପ ଏବଂ ଲୀଲା
ଆଦିର ଯଥାର୍ଥ ବର୍ଣ୍ଣନ କରୁଥିବା ମନ୍ତ୍ର ଦ୍ବାରା ତାଙ୍କର ସ୍ତୁତି କରିବାରେ ଲାଗିଲେ |
ଶ୍ରିୟା ବିଲୋକିତା
ଦେବାଃ ସପ୍ରଜାପତୟଃ ପ୍ରଜାଃ ।
ଶୀଲାଦିଗୁଣସମ୍ପନ୍ନା
ଲେଭିରେ ନିର୍ୱୃତିଂ ପରାମ୍ ॥ ୨୮॥
ଦେବତା, ପ୍ରଜାପତି ଏବଂ ପ୍ରଜା – ସମସ୍ତେ ଦେବୀ ଲକ୍ଷ୍ମୀଙ୍କର
କୃପାଦୃଷ୍ଟିରୁ ଶୀଳ ଏବଂ ଉତ୍ତମ ଗୁଣରେ ସମ୍ପନ୍ନ ହୋଇ ବହୁତ ସୁଖୀ ହେଲେ |
ନିଃସତ୍ତ୍ୱା
ଲୋଲୁପା ରାଜନ୍ ନିରୁଦ୍ୟୋଗା ଗତତ୍ରପାଃ ।
ଯଦା ଚୋପେକ୍ଷିତା
ଲକ୍ଷ୍ମ୍ୟା ବଭୂବୁର୍ଦୈତ୍ୟଦାନବାଃ ॥ ୨୯॥
ପରୀକ୍ଷିତ ! ଏଣେ
ଦେବୀ ଲକ୍ଷ୍ମୀଙ୍କ ଦ୍ବାରା ଉପେକ୍ଷିତ ହୋଇ ଦୈତ୍ୟ ଏବଂ ଦାନବମାନେ ନିର୍ବଳ, ଉଦ୍ୟୋଗରହିତ, ନିର୍ଲ୍ଜଜ ଏବଂ ଲୋଭୀ ହୋଇଗଲେ |
ଅଥାସୀଦ୍ୱାରୁଣୀ
ଦେବୀ କନ୍ୟା କମଲଲୋଚନା ।
ଅସୁରା ଜଗୃହୁସ୍ତାଂ
ବୈ ହରେରନୁମତେନ ତେ ॥ ୩୦॥
ଏଥୁଅନ୍ତେ
ସମୁଦ୍ର-ମନ୍ଥନର ପରିଣାମ ସ୍ବରୂପ କମଳନୟନୀ କନ୍ୟା ରୂପରେ ବାରୁଣୀ ଦେବୀ ପ୍ରକଟ ହେଲେ |
ଭଗବାନଙ୍କ ଅନୁମତିରେ ତାଙ୍କୁ ଦୈତ୍ୟମାନେ ଗ୍ରହଣ କଲେ |
ଅଥୋଦଧେର୍ମଥ୍ୟମାନାତ୍କାଶ୍ୟପୈରମୃତାର୍ଥିଭିଃ
।
ଉଦତିଷ୍ଠନ୍ମହାରାଜ
ପୁରୁଷଃ ପରମାଦ୍ଭୁତଃ ॥ ୩୧॥
ମହାରାଜ ! ଏହାପରେ
ଯେତେବେଳେ ଦେବତା ଓ ଅସୁରମାନେ ପ୍ରବଳ ବେଗରେ ସମୁଦ୍ରମନ୍ଥନ କରିବାରେ ଲାଗିଲେ, ସେଥିରୁ ଏକ ଅତ୍ୟନ୍ତ ଅଲୌକିକ ପୁରୁଷ ପ୍ରକଟ ହେଲେ |
ଦୀର୍ଘପୀବରଦୋର୍ଦଣ୍ଡଃ
କମ୍ବୁଗ୍ରୀବୋଽରୁଣେକ୍ଷଣଃ ।
ଶ୍ୟାମଲସ୍ତରୁଣଃ
ସ୍ରଗ୍ୱୀ ସର୍ୱାଭରଣଭୂଷିତଃ ॥ ୩୨॥
ପୀତବାସା ମହୋରସ୍କଃ
ସୁମୃଷ୍ଟମଣିକୁଣ୍ଡଲଃ ।
ସ୍ନିଗ୍ଧକୁଞ୍ଚିତକେଶାନ୍ତଃ
ସୁଭଗଃ ସିଂହବିକ୍ରମଃ ॥ ୩୩॥
ତାଙ୍କର ଭୁଜଦ୍ବୟ ଦୀର୍ଘ
ଏବଂ ସ୍ଥୂଳ ଥିଲା | ଗଳା ଶଂଖ ପରି ଭଙ୍ଗିଳ ଥିଲା ଏବଂ ଆଖିରେ ଲାଲିମା ଥିଲା | ଶରୀରର ରଙ୍ଗ
ସୁନ୍ଦର ଶ୍ୟାମଳ ବର୍ଣ୍ଣର ଥିଲା | ଗଳାରେ ମାଳା, ଅଙ୍ଗ-ଅଙ୍ଗରେ
ବିବିଧ ଆଭୂଷଣ, ଶରୀରରେ ପୀତାମ୍ବର, କାନରେ ଚକମକ ମଣି-କୁଣ୍ଡଳ, ପ୍ରଶସ୍ତ ଛାତି, ତରୁଣ ଅବସ୍ଥା, ସିଂହ ସଦୃଶ
ପରାକ୍ରମ, ଅନୁପମ ସୌନ୍ଦର୍ଯ୍ୟ, ଚିକ୍କଣ-କୁଞ୍ଚିତ କେଶରେ ଶୋଭିତ ହୋଇ ସେହି
ପୁରୁଷଙ୍କର ଛବି ଅତ୍ୟନ୍ତ ଅନୁପମ ଥିଲା |
ଅମୃତାପୂର୍ଣକଲଶଂ
ବିଭ୍ରଦ୍ୱଲୟଭୂଷିତଃ ।
ସ ବୈ ଭଗବତଃ
ସାକ୍ଷାଦ୍ୱିଷ୍ଣୋରଂଶାଂଶସମ୍ଭବଃ ॥ ୩୪॥
ତାଙ୍କ ହାତରେ
କଙ୍କଣ ଏବଂ ଅମୃତଭରା କଳସ ଥିଲା ! ସେ ସାକ୍ଷାତ ବିଷ୍ଣୁ ଭଗବାନଙ୍କର ଅଂଶାଂଶ ଅବତାର ଥିଲେ |
ଧନ୍ୱନ୍ତରିରିତି
ଖ୍ୟାତ ଆୟୁର୍ୱେଦଦୃଗିଜ୍ୟଭାକ୍ ।
ତମାଲୋକ୍ୟାସୁରାଃ
ସର୍ୱେ କଲଶଂ ଚାମୃତାଭୃତମ୍ ॥ ୩୫॥
ଲିପ୍ସନ୍ତଃ
ସର୍ୱବସ୍ତୂନି କଲଶଂ ତରସାହରନ୍ ।
ନୀୟମାନେଽସୁରୈସ୍ତସ୍ମିନ୍
କଲଶେଽମୃତଭାଜନେ ॥ ୩୬॥
ବିଷଣ୍ଣମନସୋ ଦେବା
ହରିଂ ଶରଣମାୟଯୁଃ ।
ଇତି
ତଦ୍ଦୈନ୍ୟମାଲୋକ୍ୟ ଭଗବାନ୍ ଭୃତ୍ୟକାମକୃତ୍ ।
ମା ଖିଦ୍ୟତ
ମିଥୋଽର୍ଥଂ ବଃ ସାଧୟିଷ୍ୟେ ସ୍ୱମାୟଯା ॥ ୩୭॥
ସେ ହିଁ ଆୟୁର୍ବେଦର
ପ୍ରବର୍ତ୍ତକ ଏବଂ ଯଜ୍ଞଭୋକ୍ତା ଧନ୍ବନ୍ତରୀ ନାମରେ ସୁପ୍ରସିଦ୍ଧ ହେଲେ | ଦୈତ୍ୟମାନଙ୍କର ଦୃଷ୍ଟି
ଯେତେବେଳେ ତାଙ୍କ ଉପରେ ତଥା ତାଙ୍କ ହାତରେ ଥିବା ଅମୃତ କଳସ ଉପରେ ପଡିଲା, ସେମାନେ ଜୋର-ଜବରଦସ୍ତି ତାହାକୁ ତାଙ୍କ ହାତରୁ ଛଡାଇ
ନେଲେ | ସେମାନେ ତ ପୂର୍ବରୁ ହିଁ ଏହି ଅପେକ୍ଷାରେ ରହିଥିଲେ ଯେ କିପରି ଭାବରେ ସମୁଦ୍ରମନ୍ଥନରୁ
ବାହାରୁ ଥିବା ସମସ୍ତ ପଦାର୍ଥ ସେମାନଙ୍କର ହସ୍ତଗତ ହେବ | ଅସୁରମାନେ ଯେତେବେଳେ ଅମୃତ କଳସକୁ
ଛଡାଇ ନେଲେ, ସେତେବେଳେ ଦେବତାମାନଙ୍କର
ମନ ବିଷାଦରେ ଭରିଗଲା | ସେମାନେ ଭଗବାନଙ୍କର ଶରଣାପନ୍ନ ହେଲେ | ସେମାନଙ୍କର ଦୀନ ଦଶା ଦେଖି
ଭକ୍ତବାଞ୍ଛାକଳ୍ପତରୁ ଭଗବାନ ସେମାନଙ୍କୁ କହିଲେ – ‘ହେ ଦେବଗଣ ! ତୁମ୍ଭେମାନେ ଦୁଃଖିତ
ହୁଅନାହିଁ | ମୁଁ ଏବେ ନିଜ ମାୟାରେ ସେମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ତୁମ୍ଭମାନଙ୍କର
କାର୍ଯ୍ୟ ସାଧିତ କରୁଛି |’
ମିଥଃ
କଲିରଭୂତ୍ତେଷାଂ ତଦର୍ଥେ ତର୍ଷଚେତସାମ୍ ।
ଅହଂ ପୂର୍ୱମହଂ
ପୂର୍ୱଂ ନ ତ୍ୱଂ ନ ତ୍ୱମିତି ପ୍ରଭୋ ॥ ୩୮॥
ପରୀକ୍ଷିତ ! ଅମୃତଲୋଲୁପ
ଦୈତ୍ୟମାନଙ୍କ ମଧ୍ୟରେ ସେହି ଅମୃତ ପାନ କରିବାକୁ ନେଇ ପରସ୍ପର ଝଗଡା ଲାଗିଗଲା | ସମସ୍ତେ କହିଲେ, ‘ପ୍ରଥମେ ମୁଁ ପିଇବି, ପ୍ରଥମେ ମୁଁ; ତୁମେ ନୁହେଁ, ତୁମେ ନୁହେଁ’ |
ଦେବାଃ ସ୍ୱଂ
ଭାଗମର୍ହନ୍ତି ଯେ ତୁଲ୍ୟାୟାସହେତବଃ ।
ସତ୍ରୟାଗ
ଇବୈତସ୍ମିନ୍ନେଷ ଧର୍ମଃ ସନାତନଃ ॥ ୩୯॥
ଇତି ସ୍ୱାନ୍
ପ୍ରତ୍ୟଷେଧନ୍ ବୈ ଦୈତେୟା ଜାତମତ୍ସରାଃ ।
ଦୁର୍ବଲାଃ
ପ୍ରବଲାନ୍ ରାଜନ୍ ଗୃହୀତକଲଶାନ୍ ମୁହୁଃ ॥ ୪୦॥
ସେମାନଙ୍କ ମଧ୍ୟରେ
ଯିଏ ଦୁର୍ବଳ ଥିଲେ, ସେ ବଳବାନମାନଙ୍କର ବିରୋଧ
କରିବାରେ ଲାଗିଲେ | ଯିଏ କଳସକୁ ଛଡାଇ ନେଇ ନିଜ ହାତରେ ରଖିଥିଲେ, ସେ ଈର୍ଷ୍ୟାବଶ ଧର୍ମର ଦ୍ବାହି ଦେଇ ବାରମ୍ବାର
କହିବାରେ ଲାଗିଥାଆନ୍ତି, ‘ଭାଈ ! ଦେବତାମାନେ ମଧ୍ୟ
ଆମ ସମତୁଲ୍ୟ ପରିଶ୍ରମ କରିଛନ୍ତି, ତେଣୁ ଯଜ୍ଞଭାଗ
ପରି ଏଥିରେ ମଧ୍ୟ ସେମାନଙ୍କର ଭାଗ ରହିବା ଉଚିତ୍; ଏହା ସନାତନ ଧର୍ମ ଅଟେ |’
ଏତସ୍ମିନ୍ନନ୍ତରେ
ବିଷ୍ଣୁଃ ସର୍ୱୋପାୟବିଦୀଶ୍ୱରଃ ।
ଯୋଷିଦ୍ରୂପମନିର୍ଦେଶ୍ୟଂ
ଦଧାର ପରମାଦ୍ଭୁତମ୍ ॥ ୪୧॥
ଏହିପରି ଭାବରେ
ଦୈତ୍ୟମାନଙ୍କ ମଧ୍ୟରେ ‘ତୁ-ତୁ, ମୁଁ-ମୁଁ’ ଚାଲିଥିଲା ବେଳେ ସବୁ ଉପାୟର ଜ୍ଞାତା ଚତୁରଶିରୋମଣି
ଭଗବାନ ଅତ୍ୟନ୍ତ ଅଦ୍ଭୁତ ଏବଂ ଅବର୍ଣ୍ଣନୀୟ ସ୍ତ୍ରୀ ରୂପ ଧାରଣ କଲେ |
ପ୍ରେକ୍ଷଣୀୟୋତ୍ପଲଶ୍ୟାମଂ
ସର୍ୱାବୟବସୁନ୍ଦରମ୍ ।
ସମାନକର୍ଣାଭରଣଂ
ସୁକପୋଲୋନ୍ନସାନନମ୍ ॥ ୪୨॥
ତାଙ୍କ ଶରୀରର ରଙ୍ଗ
ନୀଳ କମଳ ପରି ଶ୍ୟାମଳ ଏବଂ ଦେଖିବା ଯୋଗ୍ୟ ଥିଲା | ଅଙ୍ଗ-ପ୍ରତ୍ୟଙ୍ଗ ଅତ୍ୟନ୍ତ ଆକର୍ଷକ ଥିଲା |
ଉଭୟ କାନ ସମ-ଆକାର ଏବଂ କର୍ଣ୍ଣଫୁଲରେ ସୁଶୋଭିତ ଥିଲା | ସୁନ୍ଦର କପୋଳ, ଉନ୍ନତ ନାସିକା ଏବଂ ରମଣୀୟ ମୁଖ |
ନବୟୌବନନିର୍ୱୃତ୍ତସ୍ତନଭାରକୃଶୋଦରମ୍
।
ମୁଖାମୋଦାନୁରକ୍ତାଲି
ଝଙ୍କାରୋଦ୍ୱିଗ୍ନଲୋଚନମ୍ ॥ ୪୩॥
ନବଯୌବନା ହୋଇଥିବା
କାରଣରୁ ତାଙ୍କର ସ୍ତନଯୁଗଳ ଉନ୍ନତ ଥିଲେ ଏବଂ ତାହାର ଭାରରେ କଟି କ୍ଷୀଣ ହୋଇ ଯାଇଥିଲା | ତାଙ୍କ
ମୁଖରୁ ନିର୍ଗତ ହେଉଥିବା ସୁଗନ୍ଧର ପ୍ରେମରେ ଭ୍ରମରମାନେ ଗୁଣୁ-ଗୁଣୁ ଶବ୍ଦ କରି ସେହି ମୁଖ
ଚତୁର୍ପାର୍ଶ୍ବରେ ଘୂରି ବୁଲୁଥିଲେ ଏବଂ ସେଥିପାଇଁ ତାଙ୍କ ନେତ୍ରରେ କିଂଚିତ୍ ଭୀତି ପରିଦୃଶ୍ୟ
ହେଉଥିଲା |
ବିଭ୍ରତ୍ସ୍ୱକେଶଭାରେଣ
ମାଲାମୁତ୍ଫୁଲ୍ଲମଲ୍ଲିକାମ୍ ।
ସୁଗ୍ରୀବକଣ୍ଠାଭରଣଂ
ସୁଭୁଜାଙ୍ଗଦଭୂଷିତମ୍ ॥ ୪୪॥
ନିଜ ଲମ୍ବା ବେଣୀରେ
ସେ ପ୍ରସ୍ଫୁଟିତ ମଲ୍ଲୀ ମାଳ ବାନ୍ଧିଥିଲେ | ତାଙ୍କ ସୁନ୍ଦର ଗଳାରେ ମନୋହର କଣ୍ଠ ଆଭୂଷଣ ଏବଂ
ଭୁଜରେ ବାଜୁବନ୍ଧ ସୁଶୋଭିତ ଥିଲା |
ବିରଜାମ୍ବରସମ୍ବୀତନିତମ୍ବଦ୍ୱୀପଶୋଭୟା
।
କାଞ୍ଚ୍ୟା
ପ୍ରବିଲସଦ୍ୱଲ୍ଗୁଚଲଚ୍ଚରଣନୂପୁରମ୍ ॥ ୪୫॥
ତାଙ୍କ ଚରଣର ନୂପୁର
ରୁଣୁଝୁଣୁ ମଧୁର ଧ୍ବନି କରୁଥିଲେ ଏବଂ ସ୍ବଚ୍ଛ ଶାଢୀରେ ଆବୁତ ତାଙ୍କର ନିତମ୍ବ ଉପରେ କିଙ୍କିଣିର
ଅପୂର୍ବ ଶୋଭା ବିଚ୍ଛୁରିତ ହେଉଥିଲା |
ସବ୍ରୀଡସ୍ମିତବିକ୍ଷିପ୍ତଭ୍ରୂବିଲାସାବଲୋକନୈଃ
।
ଦୈତ୍ୟଯୂଥପଚେତଃସୁ
କାମମୁଦ୍ଦୀପୟନ୍ ମୁହୁଃ ॥ ୪୬॥
ନିଜର ସଲ୍ଲଜ ମନ୍ଦହାସ୍ୟ,
ନୃତ୍ୟ କରୁଥିବା ତୀକ୍ଷ୍ଣ ଭ୍ରୁକୁଟି ଏବଂ ବିଳାସଭରୀ ଚାହାଣୀରେ ମୋହିନୀରୂପଧାରୀ ଭଗବାନ ଦୈତ୍ୟସେନାପତିମାନଙ୍କ
ଚିତ୍ତରେ ବାରମ୍ବାର କାମୋଦ୍ଦୀପନ କରିବାରେ ଲାଗିଲେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ
ଭଗବନ୍ମାୟୋପଲମ୍ଭନଂ ନାମାଷ୍ଟମୋଽଧ୍ୟାୟଃ ॥ ୮॥

Comments
Post a Comment