Posts

Showing posts from May, 2024
Image
ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଚତୁର୍ଥ ସ୍କନ୍ଧ ॥ ତୃତୀୟ ଅଧ୍ୟାୟ ପିତାଙ୍କର ଯଜ୍ଞୋତ୍ସବକୁ ଯିବାକୁ ସତୀଙ୍କର ଆଗ୍ରହ   ମୈତ୍ରେୟ ଉବାଚ ସଦା ବିଦ୍ୱିଷତୋରେବଂ କାଲୋ ବୈ ଧ୍ରିୟମାଣୟୋଃ । ଜାମାତୁଃ ଶ୍ୱଶୁରସ୍ୟାପି ସୁମହାନତିଚକ୍ରମେ ॥ ୧॥ ହେ ବିଦୁର ! ଏହିପରି ଭାବରେ ସେହି ଶ୍ବଶୁର ଏବଂ ଜ୍ବାଇଁ ପରସ୍ପର ମଧ୍ୟରେ ବୈର-ବିରୋଧ ରଖି ବହୁତ ସମୟ ବିତିଗଲା | ଯଦାଭିଷିକ୍ତୋ ଦକ୍ଷସ୍ତୁ ବ୍ରହ୍ମଣା ପରମେଷ୍ଠିନା । ପ୍ରଜାପତୀନାଂ ସର୍ୱେଷାମାଧିପତ୍ୟେ ସ୍ମୟୋଽଭବତ୍ ॥ ୨॥ ଇତିମଧ୍ୟରେ ବ୍ରହ୍ମାଜୀ ଦକ୍ଷ ପ୍ରଜାପତିଙ୍କୁ ସମସ୍ତ ପ୍ରଜାପତିଙ୍କର ଅଧିପତି ନିଯୁକ୍ତ କଲେ | ତଦ୍ବାରା ତାଙ୍କର ଗର୍ବ ଆହୁରି ଅଧିକ ବଢିଗଲା | ଇଷ୍ଟ୍ୱା ସ ବାଜପେୟେନ ବ୍ରହ୍ମିଷ୍ଠାନଭିଭୂୟ ଚ । ବୃହସ୍ପତିସବଂ ନାମ ସମାରେଭେ କ୍ରତୂତ୍ତମମ୍ ॥ ୩॥ ସେ ଭଗବାନ ଶଂକର ଆଦି ବ୍ରହ୍ମନିଷ୍ଠଙ୍କୁ ଯଜ୍ଞଭାଗ ନ ଦେଇ, ତାଙ୍କର ତିରସ୍କାର କରି ପ୍ରଥମେ ବାଜପେୟ ଯଜ୍ଞ କଲେ ଏବଂ ପରେ ବୃହସ୍ପତିସବ ନାମକ ମହାଯଜ୍ଞ ଆରମ୍ଭ କଲେ | ତସ୍ମିନ୍ ବ୍ରହ୍ମର୍ଷୟଃ ସର୍ୱେ ଦେବର୍ଷିପିତୃଦେବତାଃ । ଆସନ୍ କୃତସ୍ୱସ୍ତ୍ୟଯନାସ୍ତତ୍ପତ୍ନ୍ୟଶ୍ଚ ସଭର୍ତୃକାଃ ॥ ୪॥ ସେହି ଯଜ୍ଞୋତ୍ସବକୁ ସବୁ ବ୍ରହ୍ମର୍ଷି, ଦେବର୍ଷି , ପିତୃପୁରୁଷ , ଦେବତା ଆଦି ନିଜ ପତ୍ନୀଙ୍କ ସହିତ ଆଗମନ କରିଥିଲେ, ସେମାନେ ସମସ୍ତେ ମିଶି ସେଠାରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କଲେ ଏବଂ ଦକ୍ଷଙ
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଚତୁର୍ଥ ସ୍କନ୍ଧ ॥ ଦ୍ବିତୀୟ ଅଧ୍ୟାୟ ଭଗବାନ ଶିବ ଏବଂ ଦକ୍ଷ ପ୍ରଜାପତିଙ୍କର ମନୋମାଳିନ୍ୟ   ବିଦୁର ଉବାଚ ଭବେ ଶୀଲବତାଂ ଶ୍ରେଷ୍ଠେ ଦକ୍ଷୋ ଦୁହିତୃବତ୍ସଲଃ । ବିଦ୍ୱେଷମକରୋତ୍କସ୍ମାଦନାଦୃତ୍ୟାତ୍ମଜାଂ ସତୀମ୍ ॥ ୧॥ ବିଦୁର ପଚାରିଲେ – ବ୍ରହ୍ମନ୍ ! ପ୍ରଜାପତି ଦକ୍ଷ ତ ନିଜ ପୁତ୍ରୀମାନଙ୍କୁ ବହୁତ ସ୍ନେହ କରୁଥିଲେ, ତଥାପି ସେ ନିଜ କନ୍ୟା ସତୀଙ୍କର ଅନାଦର କରି ଶୀଳବାନ ପୁରୁଷମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ମହାଦେବଙ୍କ ପ୍ରତି ଦ୍ବେଷ କାହିଁକି କରିଥିଲେ ? କସ୍ତଂ ଚରାଚରଗୁରୁଂ ନିର୍ୱୈରଂ ଶାନ୍ତବିଗ୍ରହମ୍ । ଆତ୍ମାରାମଂ କଥଂ ଦ୍ୱେଷ୍ଟି ଜଗତୋ ଦୈବତଂ ମହତ୍ ॥ ୨॥ ମହାଦେବ ତ ଚରାଚର ଜଗତର ଗୁରୁ , ବୈରରହିତ , ଶାନ୍ତମୂର୍ତ୍ତି , ଆତ୍ମାରାମ ଏବଂ ଜଗତର ପରମ ଆରାଧ୍ୟ ଦେବ ଅଟନ୍ତି ; ତାଙ୍କ ପ୍ରତି ଭଲା କିଏ କାହିଁକି ବୈରଭାବ ରଖିବ ? ଏତଦାଖ୍ୟାହି ମେ ବ୍ରହ୍ମନ୍ ଜାମାତୁଃ ଶ୍ୱଶୁରସ୍ୟ ଚ । ବିଦ୍ୱେଷସ୍ତୁ ଯତଃ ପ୍ରାଣାଂସ୍ତତ୍ୟଜେ ଦୁସ୍ତ୍ୟଜାନ୍ ସତୀ ॥ ୩॥ ଭଗବନ୍ ! ଶ୍ବଶୁର ଏବଂ ଜାମାତାଙ୍କ ମଧ୍ୟରେ ଏତେ ମାତ୍ରାରେ ଦ୍ବେଷ କିପରି ସୃଷ୍ଟି ହେଲା , ଯେଉଁ କାରଣରୁ ସତୀ ନିଜର ଦୁସ୍ତଜ୍ୟ ପ୍ରାଣ ମଧ୍ୟ ବିସର୍ଜନ କରିଦେଲେ ? ସେହି ସବୁ ବିଷୟ ଆପଣ ମୋତେ କୁହନ୍ତୁ | ମୈତ୍ରେୟ ଉବାଚ ପୁରା ବିଶ୍ୱସୃଜାଂ ସତ୍ରେ ସମେତାଃ ପ