Posts

Showing posts from March, 2022
Image
ଧୈର୍ଯ୍ୟ ଏବଂ ଅଧ୍ୟବସାୟ ବଳରେ ଚିରସ୍ଥାୟୀ ସୁଖ ପ୍ରାପ୍ତ କରିବା --- ସୁଖୀ ହେବାର କଳା ବିଷୟକ ଆଲୋଚନାର ଗତ ବିଂଶ ଦିବସୀୟ ଯାତ୍ରାରେ, ଅଧିକାଂଶତଃ ଆମ ସମସ୍ତଙ୍କର ଏପରି ଅନୁଭବ ହୋଇଥିବ ଯେ ଆମେ ଯେପରି ହେବାକୁ ଇଚ୍ଛା କରୁଅଛେ ଏବଂ ବାସ୍ତବରେ ବର୍ତ୍ତମାନ ଆମେ ଯେପରି ଅଟେ , ସେହି ଦୁଇଟି ସ୍ଥିତି ମଧ୍ୟରେ ଏକ ବିରାଟ ବ୍ୟବଧାନ ରହିଛି | କିନ୍ତୁ ସେହି ଅନୁଭବକୁ ନେଇ ଆମେ ନିରାଶ ହେବା ଉଚିତ୍ ନୁହେଁ | ଗୋଟିଏ ବଳଦକୁ ଦେଖନ୍ତୁ | ପ୍ରାଚୀନ କାଳରେ ଚାଷ-ବାସ ବଳଦ ସାହାଯ୍ୟରେ ହଳ-ଲଙ୍ଗଳ ଦ୍ବାରା କରା ଯାଉଥିଲା | ବଳଦଟି ବାଛୁରୀ ଅବସ୍ଥାରେ ଥିବା ବେଳେ ଚାଷୀ ଯଦି ତା ’ କାନ୍ଧରେ ହଳ ରଖିଦିଏ , ତେବେ ପ୍ରତିବାଦ କରିବାକୁ ଯାଇ ବାଛୁରୀଟି ଇତସ୍ତତଃ ଡେଇଁବାରେ ଲାଗେ – ଇଏ କ ’ ଣ ? ଆଜିଯାଏଁ ତ ହସି-ଖେଳି ମୋର ଦିନ କଟୁଥିଲା , ହଠାତ୍ ମୋ ଉପରେ ଏତେ ବୋଝ ଲଦି ଦିଆଯାଉଛି କାହିଁକି ? ମୁଁ କ ’ ଣ ଏଥିପାଇଁ ଜନ୍ମ ହୋଇଥିଲି ? ତାପରେ ଚାଷୀ କ ’ ଣ କରେ , ଦୁଇଟି ବାଛୁରୀଙ୍କ ବେକରେ ଗୋଟିଏ ପଘା ବାନ୍ଧିଦେଇ ସେହି ପଘା ମଝିରେ ଖଣ୍ଡିଏ ବଡ କାଠପଟା ଝୁଲାଇ ଦେଇଥାଏ | ପ୍ରଥମେ ବାଛୁରୀ ଦୁଇଟି ସେହି କାଠପଟା ସହ ଧାଇଁବାକୁ ଚେଷ୍ଟା କରନ୍ତି | କିନ୍ତୁ ମାତ୍ର କିଛି ବାଟ ଧାଇଁଵା ପରେ ସେମାନେ ଥକି ଯାଇ ଧୀରେ ଧୀରେ ଚାଲିବାରେ ଲାଗନ୍ତି | କିଛି ଦିନ ଏହିପରି ଅଭ୍ୟାସ କରିବା ପରେ, ଚାଷୀ ଯେତେବେଳେ ସେମାନଙ୍କ କାନ୍ଧରେ ହଳ ରଖି
Image
ପ୍ରତ୍ୟେକ ସମସ୍ୟାରେ ସୁଯୋଗର ଅନୁସନ୍ଧାନ କରିବା ---- ଇଂରାଜୀରେ ଏକ ପ୍ରବାଦ ଅଛି , “ A smooth sea never maketh a skillful sailor.” – ଶାନ୍ତ ସମୁଦ୍ରରେ ନାବ ଚଳାଇ କେହି କୁଶଳୀ ନାବିକ ହୁଅନ୍ତି ନାହିଁ | ସେହି ଦୃଷ୍ଟିରୁ ବିଚାର କଲେ , ଜୀବନରେ ଦେଖା ଦେଉଥିବା ଉତ୍ପାତ ଏବଂ ଅଶାନ୍ତି ହିଁ ଆନ୍ତରିକ ସ୍ତରରେ ଆମକୁ ବିକସିତ ଏବଂ ଉନ୍ନତ ହେବାକୁ ସକ୍ଷମ କରିଥାଆନ୍ତି | ଆମେ ଯଦି ସର୍ବୋଚ୍ଚ ମାନର ଇସ୍ପାତ ଉତ୍ପାଦନ କରିବାକୁ ଇଚ୍ଛା କରିବା ତେବେ ଲୁହାକୁ ଆମେ ଉତ୍ତପ୍ତ ଅଗ୍ନିରେ ରଖିବା ଆବଶ୍ୟକ | ସେହିପରି , ଏହା ଜୀବନର ତିକ୍ତ ଅନୁଭବ ହିଁ ଅଟେ ଯାହା ଆମକୁ ଯେତେ ଦୂର ସମ୍ଭବ ସର୍ବୋତ୍ତମ ମନୁଷ୍ୟ ହେବାକୁ ସମର୍ଥ କରିଥାଏ | କିନ୍ତୁ ଏହା ସେତେବେଳେ ସମ୍ଭବ ହୁଏ, ଯେତେବେଳେ ଆମେ ଜୀବନରେ ସମ୍ମୁଖୀନ ହେଉଥିବା ବାଧାରୁ କିଛି ଲାଭ ଆଦାୟ କରିବାକୁ ଚେଷ୍ଟା କରେ | ଆନନ୍ଦ ଅଭିଯାନ ଶୃଂଖଳାର ଆଜି ବିଂଶତମ ପ୍ରକରଣରେ ଆମେ ଆଲୋଚନା କରିବା ଜୀବନରେ ସମସ୍ୟାର ସମ୍ମୁଖୀନ ହେବା କ୍ରମରେ ଆମେ କିପରି ଭାବରେ ଭିତରୁ ଉନ୍ନତ ହୋଇପାରିବା | ଏହି ପରିପ୍ରେକ୍ଷୀରେ, ପ୍ରଥମେ ଆସନ୍ତୁ ଜାଣିବା ଦୟାମୟ ଭଗବାନ ଆମକୁ ଏତେ ସବୁ ସମସ୍ୟାରେ ପକାନ୍ତି କାହିଁକି | ଜଣେ ସ୍କୁଲ୍ ଛାତ୍ର ତା ’ ର ବିଜ୍ଞାନ ଶ୍ରେଣୀର ପାଠରୁ ଜାଣିବାକୁ ପାଇଲା କିପରି ଭାବରେ ସଁବାଳୁଆଟିଏ ନିଜ ଚତୁର୍ପାର୍ଶ୍ବରେ କୋଷାଟିଏ ସୃଷ୍ଟି କରି କିଛି ଦିନ ତା
Image
ଜୀବନରେ ବାଧା ଓ ଅସୁବିଧାର ସମ୍ମୁଖୀନ ହେବା କିପରି --- ନ୍ୟୁୟର୍କସ୍ଥିତ ଗୋଟିଏ କମ୍ପାନୀର ଜଣେ ସେବା ଯନ୍ତ୍ରୀ ଦିନେ ସନ୍ଧ୍ୟାରେ ନିଜର ଇମେଲ୍ ଯାଞ୍ଚ କରିବାକୁ ଯାଇ ଦେଖିଲେ ତାଙ୍କ ପାଖକୁ ଜାକସନଭିଲେ, ଫ୍ଲୋରିଡାର ଏକ କମ୍ପାନୀରୁ ଗୋଟିଏ ଅଧିଯାଚନା ଆସିଛି , “ ଆସନ୍ତା କାଲି ଏଠାକୁ ଆସି ଆପଣଙ୍କ କମ୍ପାନୀରୁ କ୍ରୟ କରାଯାଇଥିବା ମେସିନ୍ ମରାମତି କରନ୍ତୁ |” ଅନ୍ୟ ଏକ ଇମେଲ୍ ବାକସର୍ଫିଲଡ୍, କାଲିଫର୍ନିଆରୁ ଆସିଥିଲା ଯେଉଁଥିରେ ସେମାନେ ଅତ୍ୟାଗ୍ରହ କରିଥିଲେ , “ଆମର କାରଖାନା ପ୍ରାୟତଃ ଅଚଳ ଅବସ୍ଥାକୁ ଆସିଯାଇଛି | ଯେପରି ହେଉ ଆପଣ ଆସନ୍ତା କାଲି ଆସି ଆପଣଙ୍କର ମେସିନକୁ ଠିକ୍ କରି ଯାଆନ୍ତୁ |” ଏକ ସମୟରେ ଦୁଇଟିଯାକ ସମସ୍ୟାର ସମାଧାନ କିପରି କରିବେ , ସେହି କଥା ଭାବି ଭାବି ବ୍ୟକ୍ତି ଜଣକ ସେଦିନ ରାତିରେ ଶୋଇବାକୁ ଗଲେ | ପରଦିନ ସକାଳେ ସେ ମିଡଫିଲଡ଼ରୁ ଅନ୍ୟ ଏକ ବାର୍ତ୍ତା ପାଇଲେ ଯେ ଯେତେ ଶୀଘ୍ର ସମ୍ଭବ ଏଠାକୁ ଆସି ଆପଣଙ୍କର ମେସିନକୁ ଠିକ୍ କରି ଯାଆନ୍ତୁ , ନଚେତ୍ ଆମେ ଆପଣଙ୍କ କମ୍ପାନୀକୁ ଦେଇଥିବା ଅର୍ଡର୍ ବାତିଲ୍ କରିଦେବୁ | ବ୍ୟକ୍ତି ଜଣକ ତରବରରେ ଜଳଖିଆକୁ ପାଟିରେ ପୂରାଇ , ନିଜ ବ୍ୟାଗ୍ ସଜାଡି ଘରୁ ବାହାରି ଗଲେ ଏବଂ ରାସ୍ତାରେ ଟ୍ୟାକ୍ସିକୁ ଅଟକାଇଲେ | ଟ୍ୟାକ୍ସି ଚାଳକ ପଚାରିଲେ , “ସାହେବ ! କେଉଁଠିକୁ ଯିବେ ?” ବ୍ୟକ୍ତି ଜଣକ ଅସ୍ତବ୍ୟସ୍ତ ହୋଇ କହିଲେ , “ତୁମର ଯେଉଁଠିକୁ ଇଚ୍ଛା , ମୋ
Image
ଅଭ୍ୟାସ ପରିବର୍ତ୍ତନ କରି ଜୀବନକୁ ପରିବର୍ତ୍ତିତ କରିବା ---- ଅଭ୍ୟାସ କ ’ ଣ ? ଏହାକୁ ଏକ କେବୁଲ୍ ସହିତ ତୁଳନା କରାଯାଇ ପାରେ | ଗୋଟିଏ ଗୋଟିଏ ତାର ଯୋଡି କେବୁଲ୍ ବା ଏକ ତାରଗୁଚ୍ଛ ସୃଷ୍ଟି ହୋଇଥାଏ ଯାହା ଏତେ ଶକ୍ତ ଯେ ଆପଣ ତାହାକୁ ହାତରେ ଭାଙ୍ଗିପାରିବେ ନାହିଁ | ସେହିପରି , ଭଲ ହେଉ କି ମନ୍ଦ ହେଉ ଛୋଟ ଛୋଟ କ୍ରିୟା , ଯାହାର ପୁନରାବୃତ୍ତି ଆମେ ଦିନ ଦିନ ଧରି ବାରମ୍ବାର କରିଥାଏ , ତାହା ଆମର ଅଭ୍ୟାସରେ ପରିଣତ ହୋଇଯାଏ | ଭଲ ଅଭ୍ୟାସ ଆମକୁ ଶୀର୍ଷକୁ ଉନ୍ନୀତ କରିପାରେ , ଯେତେବେଳେ କି ମନ୍ଦ ଅଭ୍ୟାସ ଆମକୁ ନିମ୍ନତମ ପାତାଳକୁ ନିକ୍ଷେପ କରିପାରେ | ଆନନ୍ଦ ଅଭିଯାନ ଶୃଂଖଳାର ଅଷ୍ଟାଦଶ ଦିବସରେ ଆଜି ଆମେ ଆଲୋଚନା କରିବା ଅଭ୍ୟାସଟିଏ ବିକଶିତ ହେବାର ପ୍ରକ୍ରିୟା କ ’ ଣ ଏବଂ ତାହା କିପରି ଭାବରେ ଆମ ଜୀବନର ଗୁଣବତ୍ତା ଉନ୍ନତ କରିବା ଦିଗରେ ସହାୟକ ହୋଇଥାଏ | ଆମ୍ଭମାନଙ୍କର ମସ୍ତିଷ୍କ ଗୋଟିଏ ଅତି ଆଶ୍ଚର୍ଯ୍ୟ ଧରଣର ଯାନ୍ତ୍ରିକ ବ୍ୟବସ୍ଥା ଅଟେ | ଆମେ ଯେତେବେଳେ କୌଣସି ଶାରୀରିକ ଅଥବା ମାନସିକ କାର୍ଯ୍ୟ କରିଥାଏ , ଆମ ସ୍ନାୟୁ ମଣ୍ଡଳର ସମ୍ବେଦୀ-ପ୍ରେରକ ଅଂଚଳ , ନୂତନ ବହିରାବରଣ , ଏବଂ ବହିରାବରଣର ଅଗ୍ର ସମ୍ମୁଖ ଭାଗରେ ଥିବା ସ୍ନାୟୁମାନେ ସକ୍ରିୟ ହୋଇଥାଆନ୍ତି | କାର୍ଯ୍ୟଟିର ବାରମ୍ବାର ପୁନରାବୃତ୍ତି ଘଟିଲେ ମସ୍ତିଷ୍କରେ ସେହି କାର୍ଯ୍ୟଟି ପାଇଁ ଏକ ସ୍ନାୟୁ ପରିପଥ ସ୍ଥାପିତ ହୋଇଯାଏ , ଯାହାକୁ ଆମେ ପ୍