Posts

Showing posts from March, 2024
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ତୃତୀୟ ସ୍କନ୍ଧ ॥ ପଞ୍ଚଦଶ ଅଧ୍ୟାୟ ଜୟ - ବିଜୟଙ୍କୁ ସନକାଦିଙ୍କର ଶାପ   ମୈତ୍ରେୟ ଉବାଚ ପ୍ରାଜାପତ୍ୟଂ ତୁ ତତ୍ତେଜଃ ପରତେଜୋହନଂ ଦିତିଃ । ଦଧାର ବର୍ଷାଣି ଶତଂ ଶଙ୍କମାନା ସୁରାର୍ଦନାତ୍ ॥ ୧॥ ଶ୍ରୀମୈତ୍ରେୟ କହୁଛନ୍ତି – ହେ ବିଦୁର ! ଦିତିଙ୍କ ମନରେ ନିଜ ପୁତ୍ରମାନଙ୍କ ଦ୍ବାରା ଦେବତାମାନଙ୍କୁ କଷଣ ଦେବାର ଆଶଙ୍କା ରହିଥିଲା , ସେଥିପାଇଁ ସେ ଅନ୍ୟମାନଙ୍କର ତେଜକୁ ନାଶ କରି ପାରୁଥିବା କଶ୍ୟପଙ୍କର ତେଜ (ବୀର୍ଯ୍ୟ) କୁ ଶହେ ବର୍ଷ ପର୍ଯ୍ୟନ୍ତ ନିଜ ଉଦରରେ ହିଁ ରଖିଲେ | ଲୋକେ ତେନ ହତାଲୋକେ ଲୋକପାଲା ହତୌଜସଃ । ନ୍ୟବେଦୟନ୍ ବିଶ୍ୱସୃଜେ ଧ୍ୱାନ୍ତବ୍ୟତିକରଂ ଦିଶାମ୍ ॥ ୨॥ ସେହି ଗର୍ଭର ତେଜରେ ହିଁ ଲୋକରେ ସୂର୍ଯ୍ୟାଦିଙ୍କର ପ୍ରକାଶ କ୍ଷୀଣ ହେବାରେ ଲାଗିଲା ତଥା ଇନ୍ଦ୍ରାଦି ଲୋକପାଳ ମଧ୍ୟ ତେଜହୀନ ହୋଇଗଲେ | ସେମାନେ ବ୍ରହ୍ମାଜୀଙ୍କ ପାଖକୁ ଯାଇ କହିଲେ ଯେ ଦିଶାମାନଙ୍କରେ ଅନ୍ଧକାର କାରଣରୁ ବହୁତ ଅବ୍ୟବସ୍ଥା ସୃଷ୍ଟି ହୋଇଛି | ଦେବା ଊଚୁଃ ତମ ଏତଦ୍ୱିଭୋ ବେତ୍ଥ ସମ୍ବିଗ୍ନା ଯଦ୍ୱୟଂ ଭୃଶମ୍ । ନ ହ୍ୟବ୍ୟକ୍ତଂ ଭଗବତଃ କାଲେନାସ୍ପୃଷ୍ଟବର୍ତ୍ମନଃ ॥ ୩॥ ଦେବତାମାନେ କହିଲେ – ଭଗବନ୍ ! କାଳ ଆପଣଙ୍କ ଜ୍ଞାନଶକ୍ତିକୁ କୁଣ୍ଠିତ କରିପାରେ ନାହିଁ , ସେଥିପାଇଁ କୌଣସି ବିଷୟ ଆପଣଙ୍କୁ ଅଗୋଚର ନୁହେଁ | ଆପଣ ଏହି ଅନ୍ଧକାର ବିଷୟରେ