Posts

Showing posts from February, 2022
Image
ଅଭ୍ୟାସ – ଅଭ୍ୟାସ – ଅଭ୍ୟାସ --- ଯେଉଁସବୁ କର୍ମ ଆପଣ କରନ୍ତି , ସେଥିରେ ଆପଣଙ୍କର ସର୍ବୋଚ୍ଚ ଦକ୍ଷତା ଏବଂ ସର୍ବାଧିକ ସାମର୍ଥ୍ୟ ପ୍ରତିଫଳିତ ହୋଇଥାଏ , ଏହା ଆପଣ ବିଶ୍ବାସ କରନ୍ତି କି ? ଯଦି ନୁହେଁ , ତେବେ ନିଜ କର୍ମ କରିବାର ଉପକରଣକୁ ଅଧିକ ତୀକ୍ଷ୍ଣ କରିବା ଦିଗରେ କିଛି ସମୟ ବିନିଯୋଗ କରି ଆପଣ ନିଶ୍ଚିତ ଭାବରେ ଉପକୃତ ହେବେ | ଆନନ୍ଦ ଅଭିଯାନ ଶୃଂଖଳାର ଆଜି ଷୋଡଶ ଦିବସରେ ଆମେ ଆଲୋଚନା କରିବା ଏକ ସୁଖୀ ମନୋଭାବ ବିକଶିତ କରିବା ପାଇଁ ମୂଲ୍ୟ ଭାବରେ ଆମକୁ କ ’ ଣ ଦେବାକୁ ପଡିଥାଏ | ଜଣେ ବୃଦ୍ଧ ଅଥଚ ବଳବାନ କାଠକଟାଳି ଜଙ୍ଗଲରେ ଏକ କାଠ ଫାର୍ମର ମାଲିକଙ୍କ ପାଖରେ କାମ କରୁଥିଲେ | କିଛି ଦିନ ପରେ ଫାର୍ମର ଉତ୍ପାଦନ ବୃଦ୍ଧି କରିବା ପାଇଁ ମାଲିକ ଜଣେ ୨୦-ବର୍ଷୀୟ ଯୁବା କାଠକଟାଳିଙ୍କୁ ମଧ୍ୟ ନିଯୁକ୍ତି ଦେଲେ | ଯୁବା କାଠକଟାଳି ଜଣକ ବହୁତ ଅଧିକ ବେଗରେ କାଠ କାଟୁଥିବା ଦେଖି ମାଲିକ ତାଙ୍କର ବେତନ ବୃଦ୍ଧି କଲେ | ଏବେ ବୃଦ୍ଧ କଟାଳିଙ୍କଠାରୁ ଯୁବା କଟାଳି ଜଣକ ଅଧିକ ଦରମା ପାଉଥାଆନ୍ତି | ତାହା ଜାଣି ବୃଦ୍ଧ କାଠକଟାଳି ଜଣକ ଖୁବ୍ ବେଶୀ ଆହତ ହେଲେ | ମାଲିକଙ୍କ ପାଖକୁ ଯାଇ ସେ କହିଲେ , “ଆଜ୍ଞା , ଗତ ୨୫ ବର୍ଷ ଧରି ପୂର୍ଣ୍ଣ ଅନୁଗତ ଭାବରେ ମୁଁ ଆପଣଙ୍କ ପାଖରେ କାମ କରୁଛି | ଏହି ଯୁବା କଟାଳି ଜଣକ ମାତ୍ର ବର୍ଷକ ପୂର୍ବରୁ କାମରେ ଯୋଗ ଦେଇଛନ୍ତି , ଅଥଚ ସେ ମୋ ଠାରୁ ଅଧିକ ଦରମା ପାଉଛନ୍ତି | ଏହା ଅନ୍ୟାୟ
Image
ପ୍ରେରଣା ଏବଂ ଉତ୍ସାହର ଶକ୍ତି --- ଏପରି କୁହାଯାଏ ଯେ ଜୀବନର ଦୈର୍ଘ୍ୟର ଆକଳନ ଆମେ ଗ୍ରହଣ କରୁଥିବା ଶ୍ବାସର ସଂଖ୍ୟାରୁ କରାଯାଏ ନାହିଁ, ବରଂ ଜୀବନର ଯେତେ ଗୁଡିଏ ମୁହୂର୍ତ୍ତ ଭାବାବେଗରେ ଆମର ଶ୍ବାସରୁଦ୍ଧ ହୋଇଯାଏ , ତାହାର ସଂଖ୍ୟା ହିଁ ଆମ ଜୀବନକାଳର ବାସ୍ତବ ପରିମାପ ଅଟେ | ସେପରି ଚମତ୍କାର ଏବଂ ସର୍ବତୋ ଭାବରେ ସମୃଦ୍ଧ ମୁହୂର୍ତ୍ତ ଆମ ଜୀବନରେ କିପରି ଆସିଥାଏ ? ତାହାର ଉପାଦାନ ପ୍ରେରଣା ଅଟେ | ପ୍ରେରଣା ସେହି ଇନ୍ଧନ ଅଟେ ଯାହା ଆମ ଭିତରେ ଉର୍ଜା ଉତ୍ପନ୍ନ କରିଥାଏ | ପ୍ରେରଣା ଆମକୁ ଶକ୍ତି ଯୋଗାଇ ଥାଏ ଯଦ୍ବାର ଆମେ ନିଜର ସର୍ବୋତ୍ତମ ଯୋଗ୍ୟତା ଏବଂ ପ୍ରତିଭାର ପରିପ୍ରକାଶ ନିଜ କାର୍ଯ୍ୟକ୍ଷେତ୍ରରେ କରିବାକୁ ସକ୍ଷମ ହୋଇଥାଏ | ଆନନ୍ଦ ଅଭିଯାନ ଶୃଂଖଳାର ପଞ୍ଚଦଶ ଦିବସରେ ଆଜି ଆମେ ଗୋଟିଏ ଅନୁପ୍ରେରିତ ଜୀବନର ରହସ୍ୟ ବିଷୟରେ ଆଲୋଚନା କରିବା | ବିଦ୍ୟାଳୟର ଗ୍ରୀଷ୍ମ ଅବକାଶରେ ଜଣେ ଛାତ୍ର ନିକଟସ୍ଥ ଏକ ମଲରେ ଅଂଶକାଳିକ ଚାକିରୀଟିଏ ପାଇଁ ଆବେଦନ କଲେ | ସାକ୍ଷାତକାର ପାଇଁ ତାଙ୍କୁ ଡାକରା ଆସିଲା | କିନ୍ତୁ ନିର୍ଦ୍ଦିଷ୍ଟ ତାରିଖରେ ସାକ୍ଷାତକାର ଦେବାକୁ ଯାଇ ସେ ଦେଖିଲେ ଆବେଦନକାରୀଙ୍କ ଧାଡ଼ିରେ ତାଙ୍କର ସ୍ଥାନ ୨୧ ନମ୍ବରରେ | ଚାକିରୀଟି ପାଇବା ପାଇଁ ସେ ବହୁତ ଉତ୍ସୁକ ଥିଲେ | ଏତେ ଜଣଙ୍କ ପରେ ସାକ୍ଷାତକାର ଦେବାକୁ ଗଲେ ହୁଏତ ତାଙ୍କୁ ଚାକିରୀଟି ମିଳି ନ ପାରେ , ଏହା ଭାବି ସେ ଗୋଟିଏ ଛୋଟ କାଗଜରେ କିଛି
Image
ଶ୍ରେଷ୍ଠ କର୍ମ କରି ପ୍ରସନ୍ନ ରହିବା--- ଜଣେ ବୃଦ୍ଧା ମହିଳା ଘରେ ଏକାକୀ ଥିବା ବେଳେ କେହି ଜଣେ ତାଙ୍କ କବାଟର ଘଣ୍ଟି ବଜାଇଲେ | କବାଟ ଖୋଲି ବୃଦ୍ଧା ଦେଖିଲେ ବାହାରେ ଛୋଟ ଝିଅଟିଏ ଠିଆ ହୋଇଛି | ଝିଅଟିର ମୁହଁ ପ୍ରସନ୍ନତାରେ ଉଜ୍ଜଳ ଦେଖାଯାଉଛି | ବୃଦ୍ଧା ତାକୁ ପଚାରିଲେ , “କ ’ ଣ ଦରକାର ?” ଅତି ବିନୀତ ଭାବରେ ଝିଅଟି ଉତ୍ତର ଦେଲା , “ମାଉସୀ ! ଏହି ଅଞ୍ଚଳରେ ତିରିଶ କୋଟି ଖର୍ଚ୍ଚ ଅଟକଳ ରଖି ଆମେ ଗୋଟିଏ ହସପିଟାଲ୍ ନିର୍ମାଣ କରିବାକୁ ଯାଉଛୁ | ସେହି ପ୍ରକଳ୍ପ ନିମନ୍ତେ ଅର୍ଥ ସଂଗ୍ରହ କରିବା ପାଇଁ ମୁଁ ଏହି ପେନସିଲ୍ ବିକ୍ରୀ କରୁଛି | ପ୍ରତି ପେନସିଲର ମୂଲ୍ୟ ମାତ୍ର ଏକ ଟଙ୍କା | ଆପଣ ମୋ ଠାରୁ କେତୋଟି ପେନସିଲ୍ କିଣିବେ କି ? ଈଷତ୍ ହସି ବୃଦ୍ଧା ଜଣକ କହିଲେ , “ତିରିଶ କୋଟିର ବିରାଟ ପ୍ରକଳ୍ପ ପାଇଁ ତୁମେ ଏହି ଟଙ୍କିକିଆ ପେନସିଲ୍ ବିକ୍ରୀ କରୁଛ ? ଏହା ଦ୍ବାରା ତୁମେ କେତେ ଅର୍ଥ ସଂଗ୍ରହ କରିପାରିବ ?” ଝିଅଟି କହିଲା , “ନା , ମାଉସୀ ! ଏହି ପ୍ରକଳ୍ପରେ ମୁଁ ଏକୁଟିଆ କାମ କରୁନାହିଁ | ରାସ୍ତାର ଅପର ପାର୍ଶ୍ବରେ ଆପଣ ଯେଉଁ ପୁଅତିକୁ ଦେଖୁଛନ୍ତି , ସେ ମଧ୍ୟ ଏଥିପାଇଁ ପେନସିଲ୍ ବିକ୍ରୀ କରୁଛି | ଆମେ ସବୁ ଏକାଠି ମିଶି ପ୍ରକଳ୍ପଟି ପାଇଁ ଅର୍ଥ ସଂଗ୍ରହ କରୁଛୁ |” ଏହା ଗୋଟିଏ ଅତ୍ୟନ୍ତ ହୃଦୟସ୍ପର୍ଶୀ କଥା ନୁହେଁ କି ? ଛୋଟ ଝିଅଟି କିଛି ମହତ୍ତ୍ବପୂର୍ଣ୍ଣ ଏବଂ ହିତକାରୀ କାର୍ଯ୍ୟ କରି ନିଜ ପାଇଁ ସୁଖ
Image
ଶ୍ରେଷ୍ଠ ହେବାର ମହତ୍ତ୍ବାକାଂକ୍ଷା --- ଆପଣ ଜଣେ ଭଲ ମଣିଷ ହେବାକୁ ଇଚ୍ଛା କରନ୍ତି କି ? ମୁଁ ଏବଂ ବିଶ୍ବର ଅନ୍ୟ ସମସ୍ତେ ତାହା ଇଚ୍ଛା କରନ୍ତି | ଆମଠାରେ ଉନ୍ନତ ହେବାର ଏହି ସହଜାତ ଲାଳସାର ଉଦ୍ଭବ କେଉଁଠାରୁ ହୋଇଥାଏ ? ଆନନ୍ଦ ଅଭିଯାନ ଶୃଂଖଳାର ତ୍ରୟୋଦଶ ଦିବସରେ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା | ଯେତିକି ଶ୍ରେଷ୍ଠ ହେବାର ସମ୍ଭାବନା ଆମ ଭିତରେ ରହିଛି , ଆମେ ଯଦି ସେତିକି ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା କରିବା ତେବେ ସ୍ବତଃ ଆମେ ସୁଖୀ ହୋଇଯିବା | ଗତକାଲିର ଆଲୋଚନାରୁ ଆମେ ଜାଣିବାକୁ ପାଇଥିଲେ ଯେ ଆମେ ସବୁ ଜୀବାତ୍ମା ପରମାତ୍ମା ଭଗବାନଙ୍କର କ୍ଷୁଦ୍ରାଂଶ ଅଟେ | ବେଦଶାସ୍ତ୍ର ଅନୁଯାୟୀ ଭଗବାନଙ୍କର ଅନ୍ୟ ଏକ ନାମ ‘ବ୍ରହ୍ମ ’ ଅଟେ | ବ୍ରହ୍ମ ଶବ୍ଦର ଅର୍ଥ ବୃହତ୍ – ବୃହତ୍ବାଦ୍ ବ୍ରହ୍ମ | ଭଗବାନ ଅନନ୍ତ ମାତ୍ରାରେ ବୃହତ୍ ଅଟନ୍ତି | ସେ ଏତେ ବୃହତ୍ ଯେ ଏହି ବିଶାଳ ସୃଷ୍ଟି ଏବଂ ତନ୍ମଧ୍ୟରେ ଥିବା ସବୁକିଛିକୁ ସେ ନିଜ ମଧ୍ୟରେ ଧାରଣ କରିଥାଆନ୍ତି | କିନ୍ତୁ ବ୍ରହ୍ମ ଶବ୍ଦର ଅନ୍ୟ ଏକ ପରିଭାଷା ମଧ୍ୟ ରହିଛି – ବୃଂହଣତ୍ବାତ୍ ବ୍ରହ୍ମ – ସେ ସ୍ବୟଂ ବୃହତ୍ ଅଟନ୍ତି ଏବଂ ନିଜ ପରି ଅନ୍ୟମାନଙ୍କୁ ମଧ୍ୟ ବୃହତ୍ କରିପାରନ୍ତି | ଭଗବାନ କୃପଣ ନୁହଁନ୍ତି | ସେ ନିଜର ଅଂଶ-ରୂପୀ କ୍ଷୁଦ୍ରାତିକ୍ଷୁଦ୍ର ଜୀବାତ୍ମାଙ୍କୁ ତାଙ୍କର ଦିବ୍ୟ ସମ୍ପଦ ପ୍ରଦାନ କରି ନିଜ ପରି ମହାନ୍ କରିବାକୁ ଇଚ୍ଛା କରିଥାଆନ୍ତି | ସେହି ଅନନ
Image
ଆନ୍ତରିକ ସୁଖ ଏବଂ ଆତ୍ମବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା --- କିଏ କେତେ ଲୋକପ୍ରିୟ ହୋଇଥାଆନ୍ତୁ, ନିଜ ପାଇଁ କେତେ ଧନ ଏକତ୍ରିତ କରିଥାଆନ୍ତୁ , କେତେ ବିଳାସରେ ଜୀବନ ଜାପାନ କରୁଥାଆନ୍ତୁ , ଅନ୍ତରଙ୍ଗ ସ୍ତରରେ ନିଜକୁ ଉନ୍ନତ ନ କରିବା ଯାଏଁ ବାସ୍ତବିକ ସୁଖାନୁଭୂତି ସେମାନଙ୍କ ପାଇଁ ମରୁଭୂମିର ମରୀଚିକା ତୁଲ୍ୟ ହୋଇ ରହିଥିବ | ଆଜି , ଆନନ୍ଦ ଅଭିଯାନ ଶୃଂଖଳାର ଦ୍ବାଦଶ ଦିବସରେ , ଆମେ ଆଲୋଚନା କରିବା କିପରି ଭାବରେ ଆନନ୍ଦ ପ୍ରାପ୍ତିର ଶାଶ୍ବତ ନିୟମ ଏବଂ ଆତ୍ମବିକାଶର ମାର୍ଗ ପ୍ରତ୍ୟକ୍ଷ ରୂପରେ ପରସ୍ପର ସହସମ୍ବନ୍ଧିତ ଅଟନ୍ତି | ଜୀବନରେ ସର୍ବଦା ଆମେ ସୁଖର କାମନା କରିବା – ଏହି ଶିକ୍ଷା କେବେ ଆମକୁ କିଏ ଦେଇଥିଲା କି ? ବାଲ୍ୟକାଳରେ ଯେପରି ଆମକୁ ଶିକ୍ଷା ଦିଆ ଯାଇଥାଏ – ସର୍ବଦା ସତ୍ୟ କହିବ , ମିଥ୍ୟା କହିବ ନାହିଁ , ଚୋରୀ କରିବ ନାହିଁ ଇତ୍ୟାଦି – ସେହିପରି କିଏ ଆମକୁ କେବେ କହିଛନ୍ତି କି , ସର୍ବଦା ସୁଖର କାମନା କରିବ, ଦୁଃଖର କାମନା କରିବ ନାହିଁ ? ନା , ସେପରି ଶିକ୍ଷା କେହି ଆମକୁ ଦେଇନାହାଁନ୍ତି | ସୁଖ-ପ୍ରାପ୍ତିର କାମନା ଆମ ଭିତରେ ସ୍ବତଃ ଜନ୍ମଗତ ଭାବରେ ଉତ୍ପନ୍ନ ହୋଇଥାଏ | ତେବେ ଆମେ ସମସ୍ତେ ସ୍ବଭାବତଃ ସୁଖର ଅନ୍ବେଷଣ କାହିଁକି କରିଥାଏ ? ଏଥିପାଇଁ ଯେ ଆମେ ସବୁ ଜୀବ ଆନନ୍ଦ ସିନ୍ଧୁ ଭଗବାନଙ୍କର କ୍ଷୁଦ୍ରାଂଶ ଅଟେ | ପ୍ରତ୍ୟେକ ଅଂଶ ଯେହେତୁ ଗୁରୁତ୍ଵାକର୍ଷଣ ବଳରେ ନିଜ ଅଂଶୀ ପ୍ରତି