ସାଧନା କରୁ ପ୍ୟାରେ............. ହରି ମେଁ ଗୁରୁ ମେଁ ଭେଦ ଜନି , ଲବଲେଶ ମାନହୁଁ ପ୍ୟାରେ | ହରି ଏବଂ ଗୁରୁ ଏକ ଓ ଅଭିନ୍ନ ଅଟନ୍ତି | ସେମାନଙ୍କ ମଧ୍ୟରେ ସାମାନ୍ୟତମ ପ୍ରଭେଦ ନାହିଁ | ଶାସ୍ତ୍ର କହେ , “ଯସ୍ୟ ଦେବେ ପରା ଭକ୍ତିର୍ଯଥା ଦେବେ ତଥା ଗୁରୌ | ତସୈତେ କଥିତା ହ୍ୟର୍ଥାଃ ପ୍ରକାଶନ୍ତେ ମହାତ୍ମନଃ || - ଯେଉଁମାନେ ଦୃଢ ଏବଂ ନିଶ୍ଚଳ ବିଶ୍ବାସର ସହିତ ସମାନ ଭାବରେ ହରି ଓ ଗୁରୁଙ୍କ ଭକ୍ତିରେ ନିଜକୁ ନିୟୋଜିତ ରଖନ୍ତି , ସେମାନଙ୍କ ହୃଦୟରେ ସମସ୍ତ ବେଦ-ଶାସ୍ତ୍ରର ଜ୍ଞାନ ସ୍ବତଃ ପ୍ରକାଶିତ ହୋଇଯାଏ | ଜ୍ଞାନ ପ୍ରଦାନକାରୀ ଗୁରୁ ସ୍ୱୟଂ ଈଶ୍ୱର ଅଟନ୍ତି । ସାଧନା ମେଁ ହୈ ପ୍ରମୁଖ ମନ , ଇନ୍ଦ୍ରିୟାଁ ନହୀଁ ପ୍ୟାରେ | ମୋକ୍ଷ ଅରୁ ବନ୍ଧନ କା କାରଣ , ଏକ ମନ ହୀ ପ୍ୟାରେ | ସାଧନାରେ ମନର ଭୂମିକା ପ୍ରଧାନ ଅଟେ କାରଣ ସାଧନାର ଲକ୍ଷ୍ୟ ହେଉଛି ମନ ବା ଅନ୍ତଃକରଣର ଶୁଦ୍ଧି , ଯାହା କେବଳ ମନକୁ ପରମ ଶୁଦ୍ଧ ଈଶ୍ବରଙ୍କ ସହିତ ସଂଯୁକ୍ତ ରଖିବା ଦ୍ବାରା ହିଁ ସମ୍ଭବ ହୋଇଥାଏ | ଇନ୍ଦ୍ରିୟମାନଙ୍କର ଭୂମିକା , ଯଥା ହାତରେ ପୂଜା କରିବା , ପାଦରେ ତୀର୍ଥ ବୁଲିବା , ମୁହଁରେ ଜପ କରିବା ଇତ୍ୟାଦି ଗୌଣ ଅଟେ | ଏତଦ୍ ବ୍ୟତୀତ, “ ମନ ଏବ କୃତଂ ରାମ, ନ ଶରୀର କୃତଂ କୃତମ୍” (ଯୋଗ ବସିଷ୍ଠ) ଇନ୍ଦ୍ରିୟର କର୍ମ ନୁହେଁ , ମନର କର୍ମ ହିଁ କର୍ମ ପଦବାଚ୍ୟ ଅଟେ | ଆସକ୍ତି ଏବଂ ବୈରାଗ୍ୟ ମନର ଅବସ୍ଥା ଅଟେ | ପ୍ରଥମ କର...