Posts

Image
  ସାଧନା କରୁ ପ୍ୟାରେ............. ହରି ମେଁ ଗୁରୁ ମେଁ ଭେଦ ଜନି , ଲବଲେଶ ମାନହୁଁ ପ୍ୟାରେ | ହରି ଏବଂ ଗୁରୁ ଏକ ଓ ଅଭିନ୍ନ ଅଟନ୍ତି | ସେମାନଙ୍କ ମଧ୍ୟରେ ସାମାନ୍ୟତମ ପ୍ରଭେଦ ନାହିଁ | ଶାସ୍ତ୍ର କହେ , “ଯସ୍ୟ ଦେବେ ପରା ଭକ୍ତିର୍ଯଥା ଦେବେ ତଥା ଗୁରୌ | ତସୈତେ କଥିତା ହ୍ୟର୍ଥାଃ ପ୍ରକାଶନ୍ତେ ମହାତ୍ମନଃ || - ଯେଉଁମାନେ ଦୃଢ ଏବଂ ନିଶ୍ଚଳ ବିଶ୍ବାସର ସହିତ ସମାନ ଭାବରେ ହରି ଓ ଗୁରୁଙ୍କ ଭକ୍ତିରେ ନିଜକୁ ନିୟୋଜିତ ରଖନ୍ତି , ସେମାନଙ୍କ ହୃଦୟରେ ସମସ୍ତ ବେଦ-ଶାସ୍ତ୍ରର ଜ୍ଞାନ ସ୍ବତଃ ପ୍ରକାଶିତ ହୋଇଯାଏ | ଜ୍ଞାନ ପ୍ରଦାନକାରୀ ଗୁରୁ ସ୍ୱୟଂ ଈଶ୍ୱର ଅଟନ୍ତି । ସାଧନା ମେଁ ହୈ ପ୍ରମୁଖ ମନ , ଇନ୍ଦ୍ରିୟାଁ ନହୀଁ ପ୍ୟାରେ | ମୋକ୍ଷ ଅରୁ ବନ୍ଧନ କା କାରଣ , ଏକ ମନ ହୀ ପ୍ୟାରେ | ସାଧନାରେ ମନର ଭୂମିକା ପ୍ରଧାନ ଅଟେ କାରଣ ସାଧନାର ଲକ୍ଷ୍ୟ ହେଉଛି ମନ ବା ଅନ୍ତଃକରଣର ଶୁଦ୍ଧି , ଯାହା କେବଳ ମନକୁ ପରମ ଶୁଦ୍ଧ ଈଶ୍ବରଙ୍କ ସହିତ ସଂଯୁକ୍ତ ରଖିବା ଦ୍ବାରା ହିଁ ସମ୍ଭବ ହୋଇଥାଏ | ଇନ୍ଦ୍ରିୟମାନଙ୍କର ଭୂମିକା , ଯଥା ହାତରେ ପୂଜା କରିବା , ପାଦରେ ତୀର୍ଥ ବୁଲିବା , ମୁହଁରେ ଜପ କରିବା ଇତ୍ୟାଦି ଗୌଣ ଅଟେ | ଏତଦ୍ ବ୍ୟତୀତ, “ ମନ ଏବ କୃତଂ ରାମ, ନ ଶରୀର କୃତଂ କୃତମ୍” (ଯୋଗ ବସିଷ୍ଠ) ଇନ୍ଦ୍ରିୟର କର୍ମ ନୁହେଁ , ମନର କର୍ମ ହିଁ କର୍ମ ପଦବାଚ୍ୟ ଅଟେ | ଆସକ୍ତି ଏବଂ ବୈରାଗ୍ୟ ମନର ଅବସ୍ଥା ଅଟେ | ପ୍ରଥମ କର...
Image
ସାଧନା କରୁ ପ୍ୟାରେ..... (ସାଧନ-ଭକ୍ତି ତତ୍ତ୍ବ) ସଂକୀର୍ତ୍ତନ ମାଧୁରୀ – ୧ , ପୃଷ୍ଠା ସଂଖ୍ୟା – ୧୭୩/୧୬୩ ଶ୍ରୀ ମହାରାଜ ଜୀଙ୍କର ଆଦେଶ ଅନୁଯାୟୀ ସାଧନା କରିବା ପାଇଁ ଆଗ୍ରହୀ ପ୍ରତ୍ୟେକ ସାଧକ ଏହି ପଦ୍ୟ ଅନ୍ତର୍ଗତ ୫୪ଟି ପଂକ୍ତିକୁ କଣ୍ଠସ୍ଥ କରିନେବା ଅତ୍ୟାବଶ୍ୟକ ଅଟେ | ସାଧନା କରୁ ସାଧନା କରୁ , ସାଧନା କରୁ ପ୍ୟାରେ | ସାଧନା ତେ ହୀ ମିଲେ ତୋହିଁ , ସାଧ୍ୟ ହରି ରତି ପ୍ୟାରେ | ପ୍ରିୟ ସାଧକ! ସାଧନା (ଭକ୍ତି ଅଭ୍ୟାସ) କରିବାକୁ ସଂକଳ୍ପବଦ୍ଧ ହୁଅ। କେବଳ ସାଧନା ହିଁ ତୁମକୁ ତୁମର ପରମ ଚରମ ଲକ୍ଷ୍ୟ , ଈଶ୍ୱର-ପ୍ରେମ ପ୍ରଦାନ କରିବ। (ଯଦିଓ ଈଶ୍ବର-ପ୍ରେମ କୌଣସି ସାଧନାର ଫଳ ନୁହେଁ ; ତାହା କୃପା-ସାଧ୍ୟ ଅଟେ , ତଥାପି ତାହାକୁ ପ୍ରାପ୍ତ କରିବା ନିମନ୍ତେ ସାଧନାର ଆବଶ୍ୟକତା ରହିଛି | ସାଧନା ଆମକୁ କୃପାର ଅଧିକାରୀତ୍ବ ପ୍ରଦାନ କରିଥାଏ | ଈଶ୍ବର-ପ୍ରେମ ଭଗବାନଙ୍କର ସର୍ବାନ୍ତରଙ୍ଗ ଶକ୍ତିର ନାମ ଅଟେ | ତାହାକୁ ଗ୍ରହଣ ଏବଂ ଧାରଣ କରିବା ନିମନ୍ତେ ଆମେ ନିଜର ଅନ୍ତଃକରଣ-ରୂପୀ ପାତ୍ରକୁ ଶୁଦ୍ଧ କରିବା ଆବଶ୍ୟକ ଯାହା କେବଳ ସାଧନା ଭକ୍ତି ବଳରେ ସମ୍ଭବ ହୋଇଥାଏ | ଶାସ୍ତ୍ର କହେ – ‘ତପଃ ପ୍ରଭାବାତ୍ ଦେବ ପ୍ରସାଦାଚ୍ଚ’ – ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ନିଜର ଉଦଯୋଗ ତଥା ଈଶ୍ବର-କୃପା ଉଭୟର ଆବଶ୍ୟକତା ରହିଛି | କୃପା କରିବା ଭଗବାନ ଏବଂ ଗୁରୁଙ୍କର କାର୍ୟ୍ୟ ଅଟେ | ଯାହା ଆମ ଦ୍ବାରା କରଣୀୟ ତାହା ସାଧନା ଭକ୍ତି ଅଟେ |) ପ୍...
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ନବମ ସ୍କନ୍ଧ ॥ ସପ୍ତଦଶ ଅଧ୍ୟାୟ କ୍ଷତ୍ରବୃଦ୍ଧ , ରଜି ଆଦି ରାଜାଙ୍କ ବଂଶର ବର୍ଣ୍ଣନ   ଶ୍ରୀଶୁକ ଉବାଚ ଯଃ ପୁରୂରବସଃ ପୁତ୍ର ଆୟୁସ୍ତସ୍ୟାଭବନ୍ ସୁତାଃ । ନହୁଷଃ କ୍ଷତ୍ରବୃଦ୍ଧଶ୍ଚ ରଜୀ ରମ୍ଭଶ୍ଚ ବୀର୍ୟବାନ୍ ॥ ୧॥ ଅନେନା ଇତି ରାଜେନ୍ଦ୍ର ଶୃଣୁ କ୍ଷତ୍ରବୃଧୋଽନ୍ୱୟମ୍ । କ୍ଷତ୍ରବୃଦ୍ଧସୁତସ୍ୟାସନ୍ ସୁହୋତ୍ରସ୍ୟାତ୍ମଜାସ୍ତ୍ରୟଃ ॥ ୨॥ କାଶ୍ୟଃ କୁଶୋ ଗୃତ୍ସମଦ ଇତି ଗୃତ୍ସମଦାଦଭୂତ୍ । ଶୁନକଃ ଶୌନକୋ ଯସ୍ୟ ବହ୍ୱୃଚପ୍ରବରୋ ମୁନିଃ ॥ ୩॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ରାଜେନ୍ଦ୍ର ପୁରୂରବାଙ୍କର ଗୋଟିଏ ପୁତ୍ରର ନାମ ଥିଲା ଆୟୁ | ତାଙ୍କର ନହୁଷ, କ୍ଷତ୍ରବୃଦ୍ଧ , ରଜି, ଶକ୍ତିଶାଳୀ ରମ୍ଭ ଏବଂ ଅନେନା ନାମରେ ପାଞ୍ଚ ପୁତ୍ର ଥିଲେ | ଏବେ କ୍ଷତ୍ରବୃଦ୍ଧଙ୍କର ବଂଶ ବିଷୟରେ ଶୁଣ | କ୍ଷତ୍ରବୃଦ୍ଧଙ୍କର ପୁତ୍ର ଥିଲେ ସୁହୋତ୍ର | ସୁହୋତ୍ରଙ୍କର ତିନି ପୁତ୍ର ଥିଲେ – କାଶ୍ୟ , କୁଶ ଏବଂ ଗୃତ୍ସମଦ | ଗୃତ୍ସମଦଙ୍କର ପୁତ୍ର ଥିଲେ ଶୁନକ | ଏହି ଶୁନକଙ୍କର ପୁତ୍ର ହେଲେ ଋଗ୍ବେଦୀୟ ଶ୍ରେଷ୍ଠ ମୁନିବର ଶୌନକ | କାଶ୍ୟସ୍ୟ କାଶିସ୍ତତ୍ପୁତ୍ରୋ ରାଷ୍ଟ୍ରୋ ଦୀର୍ଘତମଃପିତା । ଧନ୍ୱନ୍ତରିର୍ଦୈର୍ଘତମ ଆୟୁର୍ୱେଦପ୍ରବର୍ତକଃ ॥ ୪॥ କାଶ୍ୟଙ୍କର ପୁତ୍ର କାଶି, କାଶିଙ୍କର ରାଷ୍ଟ୍ର , ରାଷ୍ଟ୍ରଙ୍କର ଦୀର୍ଘତମା ଏବଂ ଦୀର୍ଘତମା...
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ନବମ ସ୍କନ୍ଧ ॥ ଷୋଡଶ ଅଧ୍ୟାୟ ପରଶୁରାମଙ୍କର କ୍ଷତ୍ରିୟସଂହାର ଏବଂ ବିଶ୍ବାମିତ୍ରଙ୍କ କଥା   ଶ୍ରୀଶୁକ ଉବାଚ ପିତ୍ରୋପଶିକ୍ଷିତୋ ରାମସ୍ତଥେତି କୁରୁନନ୍ଦନ । ସଂବତ୍ସରଂ ତୀର୍ଥୟାତ୍ରାଂ ଚରିତ୍ୱାଽଽଶ୍ରମମାବ୍ରଜତ୍ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ନିଜ ପିତାଙ୍କର ଏହି ଶିକ୍ଷାକୁ ପରଶୁରାମ ‘ଯଥା ଆଜ୍ଞା’ କହି ସ୍ବୀକାର କଲେ ଏବଂ ଏକ ବର୍ଷ ତୀର୍ଥଯାତ୍ରା କରି ଆଶ୍ରମକୁ ଫେରି ଆସିଲେ | କଦାଚିଦ୍ରେଣୁକା ଯାତା ଗଙ୍ଗାୟାଂ ପଦ୍ମମାଲିନମ୍ । ଗନ୍ଧର୍ୱରାଜଂ କ୍ରୀଡନ୍ତମପ୍ସରୋଭିରପଶ୍ୟତ ॥ ୨॥ ଦିନକର କଥା , ପରଶୁରାମଙ୍କର ମାତା ରେଣୁକା ଗଙ୍ଗାତଟକୁ ଯାଇଥିଲେ | ସେଠାରେ ସେ ଦେଖିବାକୁ ପାଇଲେ ଯେ ଗନ୍ଧର୍ବରାଜ ଚିତ୍ରରଥ କମଳ-ମାଳା ପରିଧାନ କରି ଅପସରାମାନଙ୍କ ସହିତ ବିହାର କରୁଛନ୍ତି | ବିଲୋକୟନ୍ତୀ କ୍ରୀଡନ୍ତମୁଦକାର୍ଥଂ ନଦୀଂ ଗତା । ହୋମବେଲାଂ ନ ସସ୍ମାର କିଞ୍ଚିଚ୍ଚିତ୍ରରଥସ୍ପୃହା ॥ ୩॥ ସେ ଜଳ ଆଣିବାକୁ ନଦୀତଟକୁ ଯାଇଥିଲେ , କିନ୍ତୁ ସେଠାରେ ଜଳକ୍ରୀଡା କରୁଥିବା ଗନ୍ଧର୍ବରାଜ ଚିତ୍ରରଥଙ୍କୁ ଦେଖି ତାଙ୍କ ପ୍ରତି କିଛି ମାତ୍ରାରେ ଆକର୍ଷିତ ହୋଇଗଲେ | ସେ ଏହା ଭୁଲିଗଲେ ଯେ ତାଙ୍କ ପତିଦେବଙ୍କର ହବନ କରିବାର ସମୟ ଅତିକ୍ରାନ୍ତ ହୋଇଯାଉଛି | କାଲାତ୍ୟଯଂ ତଂ ବିଲୋକ୍ୟ ମୁନେଃ ଶାପବିଶଙ୍କିତା । ଆଗତ...