ସାଧନା କରୁ ପ୍ୟାରେ.....
(ସାଧନ-ଭକ୍ତି
ତତ୍ତ୍ବ)
ସଂକୀର୍ତ୍ତନ ମାଧୁରୀ –
୧, ପୃଷ୍ଠା ସଂଖ୍ୟା – ୧୭୩/୧୬୩
ଶ୍ରୀ ମହାରାଜ ଜୀଙ୍କର
ଆଦେଶ ଅନୁଯାୟୀ ସାଧନା କରିବା ପାଇଁ ଆଗ୍ରହୀ ପ୍ରତ୍ୟେକ ସାଧକ ଏହି ପଦ୍ୟ ଅନ୍ତର୍ଗତ ୫୪ଟି
ପଂକ୍ତିକୁ କଣ୍ଠସ୍ଥ କରିନେବା ଅତ୍ୟାବଶ୍ୟକ ଅଟେ |
ସାଧନା କରୁ ସାଧନା
କରୁ, ସାଧନା କରୁ ପ୍ୟାରେ |
ସାଧନା ତେ ହୀ ମିଲେ
ତୋହିଁ, ସାଧ୍ୟ ହରି ରତି
ପ୍ୟାରେ |
ପ୍ରିୟ ସାଧକ! ସାଧନା (ଭକ୍ତି ଅଭ୍ୟାସ) କରିବାକୁ ସଂକଳ୍ପବଦ୍ଧ
ହୁଅ। କେବଳ ସାଧନା ହିଁ ତୁମକୁ ତୁମର ପରମ ଚରମ ଲକ୍ଷ୍ୟ, ଈଶ୍ୱର-ପ୍ରେମ ପ୍ରଦାନ କରିବ।
(ଯଦିଓ ଈଶ୍ବର-ପ୍ରେମ
କୌଣସି ସାଧନାର ଫଳ ନୁହେଁ; ତାହା କୃପା-ସାଧ୍ୟ
ଅଟେ, ତଥାପି ତାହାକୁ ପ୍ରାପ୍ତ କରିବା ନିମନ୍ତେ ସାଧନାର
ଆବଶ୍ୟକତା ରହିଛି | ସାଧନା ଆମକୁ କୃପାର ଅଧିକାରୀତ୍ବ ପ୍ରଦାନ କରିଥାଏ | ଈଶ୍ବର-ପ୍ରେମ
ଭଗବାନଙ୍କର ସର୍ବାନ୍ତରଙ୍ଗ ଶକ୍ତିର ନାମ ଅଟେ | ତାହାକୁ ଗ୍ରହଣ ଏବଂ
ଧାରଣ କରିବା ନିମନ୍ତେ ଆମେ ନିଜର ଅନ୍ତଃକରଣ-ରୂପୀ ପାତ୍ରକୁ ଶୁଦ୍ଧ କରିବା ଆବଶ୍ୟକ ଯାହା କେବଳ
ସାଧନା ଭକ୍ତି ବଳରେ ସମ୍ଭବ ହୋଇଥାଏ | ଶାସ୍ତ୍ର କହେ – ‘ତପଃ ପ୍ରଭାବାତ୍ ଦେବ ପ୍ରସାଦାଚ୍ଚ’ –
ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ନିଜର ଉଦଯୋଗ ତଥା ଈଶ୍ବର-କୃପା ଉଭୟର ଆବଶ୍ୟକତା ରହିଛି | କୃପା
କରିବା ଭଗବାନ ଏବଂ ଗୁରୁଙ୍କର କାର୍ୟ୍ୟ ଅଟେ | ଯାହା ଆମ ଦ୍ବାରା କରଣୀୟ ତାହା ସାଧନା ଭକ୍ତି
ଅଟେ |)
ପ୍ରଥମ ଶ୍ରଦ୍ଧା
ଯୁକ୍ତ ହୋ ଜା, ଶରଣ ଗୁରୁ ପଦ ପ୍ୟାରେ
|
ଗୁରୁ କୀ ବୁଦ୍ଧି ମେଁ
ଜୋଡ ନିଜ ବୁଦ୍ଧି, ହୈ ଶରଣ ୟହ ପ୍ୟାରେ |
ସାଧନାର ପ୍ରଥମ
ପଦକ୍ଷେପ ହେଉଛି ବିଶ୍ୱାସ ଏବଂ ଶ୍ରଦ୍ଧାର ସହିତ ଗୁରୁଙ୍କ ଚରଣ କମଳର ଶରଣ ଗ୍ରହଣ କରିବା। ଗୁରୁ
ଶରଣାଗତିର ଅର୍ଥ ହେଉଛି ଗୁରୁଙ୍କ ବୁଦ୍ଧି ନିକଟରେ ନିଜର ବୁଦ୍ଧିକୁ ସମର୍ପଣ କରିବା। ଅର୍ଥାତ୍
ନିଜ ସ୍ବତନ୍ତ୍ର ବୁଦ୍ଧିର ଉପଯୋଗ ନ କରି ଗୁରୁଦେବଙ୍କର ବିଚାର ଏବଂ ଉପଦେଶ ଅନୁସାରେ ନିଜକୁ
ପରିଚାଳିତ କରିବା | (ଜଣେ ରୋଗୀ ଯେପରି ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଚଳିଥାଏ |)
ତନ ସେ ମନ ସେ ଧନ ସେ
ଗୁରୁ କୀ, କରହୁ ସେବା ପ୍ୟାରେ |
ବ୍ରହ୍ମ ମାୟା ଜୀବ କା
କରୁ, ଜ୍ଞାନ ଗୁରୁ ସୋଁ ପ୍ୟାରେ |
ସେବ୍ୟ ସୋଁ ସମ୍ବନ୍ଧ
ଅପନୋ, ଜାନୁ ଗୁରୁ ସୋଁ ପ୍ୟାରେ |
ଶରୀର, ମନ ଏବଂ ଧନ ଦ୍ବାରା ଗୁରୁଙ୍କର ସେବା କର। ଏହି ତିନି ପ୍ରକାରର ସେବା ମଧ୍ୟରୁ ଯଦିଓ ମନର
ସେବା ସର୍ବୋପରି ଅଟେ, ତଥାପି ମନରେ ସେବା କରିବା ଦ୍ବାରା ଶରୀରରେ ଏବଂ ଧନରେ
ସେବା ଆପେ ଆପେ ହୋଇଯାଏ | ମନରେ ସେବା କରିବା ଅର୍ଥ ମନର ଆସକ୍ତି ଗୁରୁଙ୍କ ପ୍ରତି ରଖିବା – ତାଙ୍କର
ଇଚ୍ଛା ପୂରଣ କରିବା ନିମନ୍ତେ ତତ୍ପର ରହିବା, ତାଙ୍କର ସୁଖକୁ ନିଜ
ସୁଖଠାରୁ ବଳି ପ୍ରାଧାନ୍ୟ ଦେବା | ସେଥିପାଇଁ ଶାରୀରିକ କଷ୍ଟ କରିବାକୁ ପଡିଲେ ଅଥବା ନିଜର
ଉପାର୍ଜନ ଉତ୍ସର୍ଗ କରିବାକୁ ପଡିଲେ ମଧ୍ୟ ଆମେ ପଶ୍ଚାତ୍ପଦ ହେବା ନାହିଁ | ଏହା ସ୍ବତଃସିଦ୍ଧ
ଅଟେ | (ଆମେ ଯାହାକୁ ଭଲ ପାଏ, ତା’ପାଇଁ ଆମେ ନିଜର ଶାରୀରିକ ସୁଖ ଏବଂ ଧନ-ସମ୍ପାଦ ତ୍ୟାଗ
କରିବାକୁ ପ୍ରସ୍ତୁତ ରହିଥାଏ |)
ଗୁରୁଙ୍କଠାରୁ ବ୍ରହ୍ମ
(ପରମେଶ୍ୱର), ମାୟା (ଭୌତିକ ଶକ୍ତି) ଏବଂ ଜୀବ (ବ୍ୟକ୍ତିଗତ ଆତ୍ମା)
ସମ୍ବନ୍ଧୀୟ ତତ୍ତ୍ବଜ୍ଞାନ ପ୍ରାପ୍ତ କର। ଏତଦ୍ ବ୍ୟତୀତ ନିଜର ସେବ୍ୟ (ଭଗବାନ)ଙ୍କ ସହିତ ତୁମର
ସମ୍ବନ୍ଧ କ’ଣ, ତାହା ମଧ୍ୟ ଗୁରୁଙ୍କଠାରୁ ଜାଣ । ମୁଁ କିଏ? ଭଗବାନ କିଏ? ମୋର ତାଙ୍କ ସହିତ
ସମ୍ବନ୍ଧ କଣ? ମାୟା କଣ? ମୁଁ କାହିଁକି ମାୟାର କବଳିତ ହୋଇ ଏତେ ଦୁଃଖ-କଷ୍ଟ
ଭୋଗ କରୁଛି? ମୋର କଲ୍ୟାଣ କିପରି ହେବ? ଏଥିପାଇଁ ଈଶ୍ବର-ପ୍ରାପ୍ତି କଣ ଏକାନ୍ତ ଆବଶ୍ୟକ? – ସାଧନାରେ ଅଗ୍ରଗତି କରିବା ନିମନ୍ତେ ଏହିସବୁ ଜ୍ଞାନ
ପ୍ରାପ୍ତ କରିବା ଅତ୍ୟନ୍ତ ଜରୁରୀ ଏବଂ ଗୁରୁ ଆମକୁ ସେହି ତତ୍ତ୍ବଜ୍ଞାନ ପ୍ରଦାନ କରିବେ |
କ୍ରମଶଃ .............................

Comments
Post a Comment