ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ନବମ ସ୍କନ୍ଧ ॥

ଏକାଦଶ ଅଧ୍ୟାୟ

ଭଗବାନ ଶ୍ରୀରାମଙ୍କ ଶେଷ ଲୀଳାର ବର୍ଣ୍ଣନ

 

ଶ୍ରୀଶୁକ ଉବାଚ

ଭଗବାନାତ୍ମନାଽଽତ୍ମାନଂ ରାମ ଉତ୍ତମକଲ୍ପକୈଃ ।

ସର୍ୱଦେବମୟଂ ଦେବମୀଜ ଆଚାର୍ୟବାନ୍ ମଖୈଃ ॥ ୧॥

ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଗୁରୁ ବସିଷ୍ଠଙ୍କୁ ଆଚାର୍ଯ୍ୟ କରି ଭଗବାନ ଶ୍ରୀରାମ ସ୍ବୟଂ ହିଁ ଉତ୍ତମ ସାମଗ୍ରୀଯୁକ୍ତ ଯଜ୍ଞ ଦ୍ବାରା ନିଜ ସର୍ବଦେବସ୍ବରୂପ ସ୍ବୟଂପ୍ରକାଶ ଆତ୍ମାର ଯଜନ କଲେ |

ହୋତ୍ରେଽଦଦାଦ୍ଦିଶଂ ପ୍ରାଚୀଂ ବ୍ରହ୍ମଣେ ଦକ୍ଷିଣାଂ ପ୍ରଭୁଃ ।

ଅଧ୍ୱର୍ୟବେ ପ୍ରତୀଚୀଂ ଚ ଉଦୀଚୀଂ ସାମଗାୟ ସଃ ॥ ୨॥

ସେ ହୋତାଙ୍କୁ ପୂର୍ବ ଦିଗ, ବ୍ରହ୍ମାଙ୍କୁ ଦକ୍ଷିଣ, ଅଧ୍ବର୍ୟୁଙ୍କୁ ପଶ୍ଚିମ ଏବଂ ଉଦଗାତାଙ୍କୁ ଉତ୍ତର ଦିଗ ପ୍ରଦାନ କଲେ |

ଆଚାର୍ୟାୟ ଦଦୌ ଶେଷାଂ ଯାବତୀ ଭୂସ୍ତଦନ୍ତରା ।

ମନ୍ୟମାନ ଇଦଂ କୃତ୍ସ୍ନଂ ବ୍ରାହ୍ମଣୋଽର୍ହତି ନିଃସ୍ପୃହଃ ॥ ୩॥

ମଧ୍ୟଭାଗରେ ରହିଥିବା ସମସ୍ତ ଭୂମି ସେ ନିଜ ଆଚାର୍ଯ୍ୟଙ୍କୁ ପ୍ରଦାନ କଲେ | ତାଙ୍କର ନିଶ୍ଚୟ ଏହା ଥିଲା ଯେ ସମ୍ପୂର୍ଣ୍ଣ ଭୂମଣ୍ଡଳର ଅଧିକାରୀ ଏକମାତ୍ର ନିଃସ୍ପୃହ ବ୍ରାହ୍ମଣ ହିଁ ଅଟନ୍ତି |

ଇତ୍ୟଯଂ ତଦଲଙ୍କାରବାସୋଭ୍ୟାମବଶେଷିତଃ ।

ତଥା ରାଜ୍ଞ୍ୟପି ବୈଦେହୀ ସୌମଙ୍ଗଲ୍ୟାବଶେଷିତା ॥ ୪॥

ଏହିପରି ଭାବରେ ସମ୍ପୂର୍ଣ୍ଣ ଭୂମଣ୍ଡଳ ଦାନ କରି ସେ ନିଜ ଶରୀରର ବସ୍ତ୍ର-ଅଳଙ୍କାରକୁ ହିଁ ନିଜ ପାଖରେ ରଖିଲେ | ମହାରାଣୀ ସୀତାଙ୍କ ପାଖରେ ମଧ୍ୟ କେବଳ ତାଙ୍କର ମାଙ୍ଗଳିକ ବସ୍ତ୍ର-ଆଭୂଷଣ ହିଁ ଅବଶିଷ୍ଟ ରହିଲା |

ତେ ତୁ ବ୍ରହ୍ମଣ୍ୟଦେବସ୍ୟ ବାତ୍ସଲ୍ୟଂ ବୀକ୍ଷ୍ୟ ସଂସ୍ତୁତମ୍ ।

ପ୍ରୀତାଃ କ୍ଲିନ୍ନଧିୟସ୍ତସ୍ମୈ ପ୍ରତ୍ୟର୍ପ୍ୟେଦଂ ବଭାଷିରେ ॥ ୫॥

ଆଚାର୍ଯ୍ୟ ଆଦି ଅନ୍ୟ ବ୍ରାହ୍ମଣମାନେ ଯେତେବେଳେ ଦେଖିଲେ ଯେ ଭଗବାନ ଶ୍ରୀରାମ ବ୍ରାହ୍ମଣମାନଙ୍କୁ ହିଁ ନିଜର ଇଶ୍ତଦେବ ମନେକରନ୍ତି, ବ୍ରାହ୍ମଣମାନଙ୍କ ପ୍ରତି ତାଙ୍କ ହୃଦୟରେ ଅନନ୍ତ ସ୍ନେହ ରହିଛି, ସେତେବେଳେ ସେମାନଙ୍କର ହୃଦୟ ମଧ୍ୟ ପ୍ରେମରେ ଦ୍ରବିତ ହୋଇଗଲା | ସେମାନେ ପ୍ରସନ୍ନତାର ସହ ସମ୍ପୂର୍ଣ୍ଣ ପୃଥିବୀ ଭଗବାନଙ୍କୁ ଫେରାଇ ଡେଇ କହିଲେ -

ଅପ୍ରତ୍ତଂ ନସ୍ତ୍ୱୟା କିଂ ନୁ ଭଗବନ୍ ଭୁବନେଶ୍ୱର ।

ଯନ୍ନୋଽନ୍ତର୍ହୃଦୟଂ ବିଶ୍ୟ ତମୋ ହଂସି ସ୍ୱରୋଚିଷା ॥ ୬॥

ପ୍ରଭୁ ! ଆପଣ ତ ସମସ୍ତ ଲୋକର ଏକମାତ୍ର ସ୍ବାମୀ ଅଟନ୍ତି | ଆମ ହୃଦୟ ଭିତରେ ରହି ନିଜ ଜ୍ୟୋତିରେ ଆପଣ ଆମର ଅଜ୍ଞାନ-ଅନ୍ଧକାରକୁ ନାଶ କରୁଛନ୍ତି | ଆପଣ ଭଲା ଆମକୁ କଣ ଦେଇନାହାଁନ୍ତି ?

ନମୋ ବ୍ରହ୍ମଣ୍ୟଦେବାୟ ରାମାୟାକୁଣ୍ଠମେଧସେ ।

ଉତ୍ତମଶ୍ଲୋକଧୁର୍ୟାୟ ନ୍ୟସ୍ତଦଣ୍ଡାର୍ପିତାଙ୍ଘ୍ରୟେ ॥ ୭॥

ଆପଣଙ୍କର ଜ୍ଞାନ ଅନନ୍ତ ଅଟେ | ପବିତ୍ରକୀର୍ତ୍ତିବିଶିଷ୍ଟ ପୁରୁଷମାନଙ୍କ ମଧ୍ୟରେ ଆପଣ ସର୍ବଶ୍ରେଷ୍ଠ ଅଟନ୍ତି | ଯେଉଁ ମହାତ୍ମାମାନେ କାହାକୁ କୌଣସି ପ୍ରକାରର କଷ୍ଟ ଦିଅନ୍ତି ନାହିଁ, ସେମାନଙ୍କୁ ଆପଣ ନିଜର ଚରଣକମଳ ପ୍ରଦାନ କରିଥାଆନ୍ତି | ତା ସତ୍ତ୍ବେ ବି ଆପଣ ବ୍ରାହ୍ମଣମାନଙ୍କୁ ନିଜର ଇଷ୍ଟଦେବ ମାନନ୍ତି | ଭଗବନ୍ ! ଆପଣଙ୍କର ଏହି ରାମରୂପକୁ ଆମେ ନମସ୍କାର କରୁଛୁ |

କଦାଚିଲ୍ଲୋକଜିଜ୍ଞାସୁର୍ଗୂଢୋ ରାତ୍ର୍ୟାମଲକ୍ଷିତଃ ।

ଚରନ୍ ବାଚୋଽଶୃଣୋଦ୍ରାମୋ ଭାର୍ୟାମୁଦ୍ଦିଶ୍ୟ କସ୍ୟଚିତ୍ ॥ ୮॥

ପରୀକ୍ଷିତ ! ଦିନେ ରାତ୍ରୀ କାଳରେ ପ୍ରଜାମାନଙ୍କର ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ଭଗବାନ ଶ୍ରୀରାମ ସମସ୍ତଙ୍କ ଅଜାଣତରେ ଗୋପନରେ ରାଜ୍ୟରେ ଘୂରି ବୁଲୁଥିଲେ | ସେହି ସମୟରେ କେହି ଜଣେ ନିଜ ପତ୍ନୀଙ୍କୁ ଲକ୍ଷ୍ୟ କରି ଏପରି କହୁଥିବାର ସେ ଶୁଣିବାକୁ ପାଇଲେ |

ନାହଂ ବିଭର୍ମି ତ୍ୱାଂ ଦୁଷ୍ଟାମସତୀଂ ପରବେଶ୍ମଗାମ୍ ।

ସ୍ତ୍ରୀଲୋଭୀ ବିଭୃୟାତ୍ସୀତାଂ ରାମୋ ନାହଂ ଭଜେ ପୁନଃ ॥ ୯॥

‘ଆରେ ! ତୁ ତ ଦୁଷ୍ଟ ଏବଂ କୁଳଟା ଅଟୁ | ତୁ ପରଘରେ ରହିକରି ଆସିଛୁ | ସ୍ତ୍ରୀ-ଲୋଭୀ ରାମ ସୀତାଙ୍କୁ ନିଜ ପାଖରେ ରଖିଲେ, କିନ୍ତୁ ମୁଁ ତୋତେ ନିଜ ଘରେ ରଖିବି ନାହିଁ |’

ଇତି ଲୋକାଦ୍ବହୁମୁଖାଦ୍ଦୁରାରାଧ୍ୟାଦସଂବିଦଃ ।

ପତ୍ୟା ଭୀତେନ ସା ତ୍ୟକ୍ତା ପ୍ରାପ୍ତା ପ୍ରାଚେତସାଶ୍ରମମ୍ ॥ ୧୦॥

ବାସ୍ତବରେ ସମସ୍ତଙ୍କୁ ପ୍ରସନ୍ନ ରଖିବା କେବଳ କଠିନ ନୁହେଁ, ଅସମ୍ଭବ ମଧ୍ୟ ଅଟେ | ସଂସାରରେ ମୂର୍ଖମାନଙ୍କର ତ ଅଭାବ ନାହିଁ | ଭଗବାନ ଶ୍ରୀରାମ ଯେତେବେଳେ ବହୁତ ଜଣଙ୍କ ମୁହଁରୁ ଏହି କଥା ଶୁଣିବାକୁ ପାଇଲେ, ସେତେବେଳେ ଲୋକାପବାଦ ଭୟରେ ସେ ଦେବୀ ସୀତାଙ୍କୁ ପରିତ୍ୟାଗ କରିଦେଲେ | ଏହାପରେ ସୀତା ବାଲ୍ମୀକିମୁନିଙ୍କର ଆଶ୍ରମରେ ରହିଲେ |

ଅନ୍ତର୍ୱତ୍ନ୍ୟାଗତେ କାଲେ ଯମୌ ସା ସୁଷୁବେ ସୁତୌ ।

କୁଶୋ ଲବ ଇତି ଖ୍ୟାତୌ ତୟୋଶ୍ଚକ୍ରେ କ୍ରିୟା ମୁନିଃ ॥ ୧୧॥

ଦେବୀ ସୀତା ସେହି ସମୟରେ ଗର୍ଭବତୀ ଥିଲେ | ଠିକ୍ ସମୟରେ ତାଙ୍କଠାରୁ ଏକସଙ୍ଗେ ଦୁଇଟି ପୁତ୍ର ଜନ୍ମ ଗ୍ରହଣ କଲେ | ସେମାନଙ୍କର ନାମ କୁଶ ଏବଂ ଲବ ରଖାଗଲା | ବାଲ୍ମୀକିମୁନି ସେମାନଙ୍କର ଜାତକର୍ମ ଆଦି ସଂସ୍କାର କଲେ |

ଅଙ୍ଗଦଶ୍ଚିତ୍ରକେତୁଶ୍ଚ ଲକ୍ଷ୍ମଣସ୍ୟାତ୍ମଜୌ ସ୍ମୃତୌ ।

ତକ୍ଷଃ ପୁଷ୍କଲ ଇତ୍ୟାସ୍ତାଂ ଭରତସ୍ୟ ମହୀପତେ ॥ ୧୨॥

ପରୀକ୍ଷିତ ! ଲକ୍ଷ୍ମଣଙ୍କର ଦୁଇଟି ପୁତ୍ର ହେଲେ – ଅଙ୍ଗଦ ଏବଂ ଚିତ୍ରକେତୁ | ସେହିପରି, ଭରତଙ୍କର ମଧ୍ୟ ଦୁଇଟି ପୁତ୍ର ହେଲେ – ତକ୍ଷ ଏବଂ ପୁଷ୍କଳ |

ସୁବାହୁଃ ଶ୍ରୁତସେନଶ୍ଚ ଶତ୍ରୁଘ୍ନସ୍ୟ ବଭୂବତୁଃ ।

ଗନ୍ଧର୍ୱାନ୍ କୋଟିଶୋ ଜଘ୍ନେ ଭରତୋ ବିଜୟେ ଦିଶାମ୍ ॥ ୧୩॥

ଶତ୍ରୁଘ୍ନଙ୍କର ଦୁଇ ପୁତ୍ର ଥିଲେ ସୁବାହୁ ଏବଂ ଶ୍ରୁତସେନ | ଭରତ ଦିଗବିଜୟରେ ଯାଇ କୋଟି କୋଟି ଗନ୍ଧର୍ବଙ୍କର ସଂହାର କଲେ |

ତଦୀୟଂ ଧନମାନୀୟ ସର୍ୱଂ ରାଜ୍ଞେ ନ୍ୟବେଦୟତ୍ ।

ଶତ୍ରୁଘ୍ନଶ୍ଚ ମଧୋଃ ପୁତ୍ରଂ ଲବଣଂ ନାମ ରାକ୍ଷସମ୍ ।

ହତ୍ୱା ମଧୁବନେ ଚକ୍ରେ ମଥୁରାଂ ନାମ ବୈ ପୁରୀମ୍ ॥ ୧୪॥

ସେ ସେମାନଙ୍କର ସବୁ ଧନ ଆଣି ନିଜ ଜ୍ୟେଷ୍ଠ ଭ୍ରାତା ଭଗବାନ ଶ୍ରୀରାମଙ୍କ ସେବାରେ ନିବେଦନ କଲେ | ଶତ୍ରୁଘ୍ନ ମଧୁବନରେ ମଧୁର ପୁତ୍ର ଲବଣ ନାମକ ରାକ୍ଷସକୁ ମାରି ସେଠାରେ ମଥୁରାପୁରୀର ସ୍ଥାପନା କଲେ |

ମୁନୌ ନିକ୍ଷିପ୍ୟ ତନୟୌ ସୀତା ଭର୍ତ୍ରା ବିବାସିତା ।

ଧ୍ୟାୟନ୍ତୀ ରାମଚରଣୌ ବିବରଂ ପ୍ରବିବେଶ ହ ॥ ୧୫॥

ଭଗବାନ ଶ୍ରୀରାମଙ୍କ ଦ୍ବାରା ନିର୍ବାସିତା ସୀତା ନିଜର ଦୁଇ ପୁତ୍ରଙ୍କୁ ବାଲ୍ମୀକିମୁନିଙ୍କ ହସ୍ତରେ ଅର୍ପଣ କଲେ ଏବଂ ଶ୍ରୀରାମଙ୍କ ଚରଣକମଳର ଧ୍ୟାନ କରି ପୃଥିବୀଦେବୀଙ୍କ ଗର୍ଭରେ ସମାହିତ ହୋଇଗଲେ |

ତଚ୍ଛ୍ରୁତ୍ୱା ଭଗବାନ୍ ରାମୋ ରୁନ୍ଧନ୍ନପି ଧିୟା ଶୁଚଃ ।

ସ୍ମରଂସ୍ତସ୍ୟା ଗୁଣାଂସ୍ତାଂସ୍ତାନ୍ନାଶକ୍ନୋଦ୍ରୋଦ୍ଧୁମୀଶ୍ୱରଃ ॥ ୧୬॥

ଏହି ସମାଚାର ଶୁଣି ଭଗବାନ ଶ୍ରୀରାମ ବୁଦ୍ଧି ଦ୍ବାରା ନିଜର ଶୋକାବେଶକୁ ଦମନ କରିବାକୁ ଚେଷ୍ଟା କଲେ, କିନ୍ତୁ ପରମ ସମର୍ଥ ହୋଇ ମଧ୍ୟ ସେ ତାହାକୁ ରୋକି ପାରିଲେ ନାହିଁ | ଜାନକୀଙ୍କର ପବିତ୍ର ଗୁଣାବଳୀ ବାରମ୍ବାର ତାଙ୍କର ସ୍ମୃତିପଟଳରେ ଉଦୟ ହେବାରେ ଲାଗିଲା |

ସ୍ତ୍ରୀପୁମ୍ପ୍ରସଙ୍ଗ ଏତାଦୃକ୍ ସର୍ୱତ୍ର ତ୍ରାସମାବହଃ ।

ଅପୀଶ୍ୱରାଣାଂ କିମୁତ ଗ୍ରାମ୍ୟସ୍ୟ ଗୃହଚେତସଃ ॥ ୧୭॥

ପରୀକ୍ଷିତ ! ସ୍ତ୍ରୀ-ପୁରୁଷର ସମ୍ବନ୍ଧ ସର୍ବତ୍ର ଏହିପରି ଭାବରେ ଦୁଃଖର କାରଣ ହୋଇଥାଏ | ବଡ-ବଡ ସମର୍ଥ ଲୋକଙ୍କର ଦଶା ଯେତେବେଳେ ଏପରି ଅଟେ, ସେତେବେଳେ ଗୃହାସକ୍ତ ବିଷୟୀ ପୁରୁଷଙ୍କ ବିଷୟରେ ଅବା କଣ କୁହାଯିବ |

ତତ ଊର୍ଧ୍ୱଂ ବ୍ରହ୍ମଚର୍ୟଂ ଧାରୟନ୍ନଜୁହୋତ୍ପ୍ରଭୁଃ ।

ତ୍ରୟୋଦଶାବ୍ଦସାହସ୍ରମଗ୍ନିହୋତ୍ରମଖଣ୍ଡିତମ୍ ॥ ୧୮॥

ଏହାପରେ ଭଗବାନ ଶ୍ରୀରାମ ବ୍ରହ୍ମଚର୍ଯ୍ୟ ଧାରଣ କରି ତେର ହଜାର ବର୍ଷ ଯାଏଁ ଅଖଣ୍ଡରୂପରେ ଅଗ୍ନିହୋତ୍ର କଲେ |

ସ୍ମରତାଂ ହୃଦି ବିନ୍ୟସ୍ୟ ବିଦ୍ଧଂ ଦଣ୍ଡକକଣ୍ଟକୈଃ ।

ସ୍ୱପାଦପଲ୍ଲବଂ ରାମ ଆତ୍ମଜ୍ୟୋତିରଗାତ୍ତତଃ ॥ ୧୯॥

ତଦନନ୍ତର ତାଙ୍କର ଯେଉଁ ଚରଣ ଦଣ୍ଡକବନରେ କଣ୍ଟକ ବିଦ୍ଧ ହୋଇଥିଲା, ସେହି ଚରଣକମଳକୁ ନିରନ୍ତର ତାଙ୍କର ସ୍ମରଣ କରୁଥିବା ଭକ୍ତମାନଙ୍କ ହୃଦୟରେ ସ୍ଥାପିତ କରି ଭଗବାନ ନିଜର ସ୍ବୟଂପ୍ରକାଶ ପରମ ଜ୍ୟୋତିର୍ମୟ ଧାମକୁ ଚାଲିଗଲେ |

ନେଦଂ ଯଶୋ ରଘୁପତେଃ ସୁରୟାଚ୍ଞୟାତ୍ତ-

ଲୀଲାତନୋରଧିକସାମ୍ୟବିମୁକ୍ତଧାମ୍ନଃ ।

ରକ୍ଷୋବଧୋ ଜଲଧିବନ୍ଧନମସ୍ତ୍ରପୂଗୈଃ

କିଂ ତସ୍ୟ ଶତ୍ରୁହନନେ କପୟଃ ସହାୟାଃ ॥ ୨୦॥

ପରୀକ୍ଷିତ ! ଭଗବାନଙ୍କ ସଦୃଶ ପ୍ରତାପଶାଳୀ ଅନ୍ୟ କେହି ନୁହଁନ୍ତି, ସେପରି ସ୍ଥଳେ ତାଙ୍କଠାରୁ ବଳି ଅବା କିଏ ହୋଇପାରିବ ? ଦେବତାମାନଙ୍କ ପ୍ରାର୍ଥନା ସ୍ବୀକାର କରି ସେ ଏହି ଲୀଳାବିଗ୍ରହ ଧାରଣ କରିଥିଲେ | ଏପରି ସ୍ଥିତିରେ ରଘୁବଂଶଶିରୋମଣି ଭଗବାନ ଶ୍ରୀରାମଙ୍କ ପକ୍ଷରେ ଏହା କିଛି ବଡ କଥା ନୁହେଁ ଯେ ସେ ଅସ୍ତ୍ର-ଶସ୍ତ୍ର ଦ୍ବାରା ରାକ୍ଷସମାନଙ୍କୁ ମାରିଦେଲେ ବା ସମୁଦ୍ରରେ ସେତୁ ବନ୍ଧନ କଲେ | ଶତ୍ରୁମାନଙ୍କର ସଂହାର କରିବା ପାଇଁ ତାଙ୍କୁ ବାନରସେନାଙ୍କର ସହାୟତାର କଣ ଆବଶ୍ୟକତା ଥିଲା? ଏସବୁ କେବଳ ତାଙ୍କର ଲୀଳାମାତ୍ର ହିଁ ଥିଲା |

ଯସ୍ୟାମଲଂ ନୃପସଦଃସୁ ଯଶୋଽଧୁନାପି

ଗାୟନ୍ତ୍ୟଘଘ୍ନମୃଷୟୋ ଦିଗିଭେନ୍ଦ୍ରପଟ୍ଟମ୍ ।

ତଂ ନାକପାଲବସୁପାଲକିରୀଟଜୁଷ୍ଟ-

ପାଦାମ୍ବୁଜଂ ରଘୁପତିଂ ଶରଣଂ ପ୍ରପଦ୍ୟେ ॥ ୨୧॥

ଭଗବାନ ଶ୍ରୀରାମଙ୍କର ନିର୍ମଳ ଯଶ ସମସ୍ତ ପାପର ବିନାଶକାରୀ ଅଟେ | ତାହାର ପରିବ୍ୟାପ୍ତି ଏତେ ଦୂର ହୋଇଗଲା ଯେ ଦିଗପାଳମାନଙ୍କର ଶ୍ୟାମଳ ଶରୀର ମଧ୍ୟ ତାର ପ୍ରକାଶରେ ଉଜ୍ଜ୍ବଳ ଦେଖାଗଲା | ଆଜି ମଧ୍ୟ ରାଜାମାନଙ୍କର ସଭାରେ ବଡ-ବଡ ଋଷି-ମହର୍ଷି ତାହାର ଗାନ କରନ୍ତି | ସ୍ବର୍ଗର ଦେବତା ଏବଂ ପୃଥିବୀର ନରପତି ନିଜ-ନିଜର କମନୀୟ କିରୀଟିରେ ତାଙ୍କ ଚରଣକମଳର ସେବା କରୁଥାଆନ୍ତି | ମୁଁ ସେହି ରଘୁବଂଶଶିରୋମଣି ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଶରଣ ଗ୍ରହଣ କରୁଛି |

ସ ଯୈଃ ସ୍ପୃଷ୍ଟୋଽଭିଦୃଷ୍ଟୋ ବା ସଂବିଷ୍ଟୋଽନୁଗତୋଽପି ବା ।

କୋସଲାସ୍ତେ ଯୟୁଃ ସ୍ଥାନଂ ଯତ୍ର ଗଚ୍ଛନ୍ତି ଯୋଗିନଃ ॥ ୨୨॥

ଯେଉଁମାନେ ଭଗବାନ ଶ୍ରୀରାମଙ୍କର ଦର୍ଶନ ଏବଂ ସ୍ପର୍ଶ ପ୍ରାପ୍ତ କରିଥିଲେ, ତାଙ୍କର ସହବାସ ଅଥବା ଅନୁଗମନ କରିଥିଲେ – କୋଶଳଦେଶର ସେହି ସବୁ ନିବାସୀ ମଧ୍ୟ ସେହି ଲୋକକୁ ଗଲେ, ଯେଉଁଠିକୁ ବଡ-ବଡ ଯୋଗୀ ନିଜ ଯୋଗସାଧନା ବଳରେ ଯାଇଥାଆନ୍ତି |

ପୁରୁଷୋ ରାମଚରିତଂ ଶ୍ରବଣୈରୁପଧାରୟନ୍ ।

ଆନୃଶଂସ୍ୟପରୋ ରାଜନ୍ କର୍ମବନ୍ଧୈର୍ୱିମୁଚ୍ୟତେ ॥ ୨୩॥

ଯେଉଁ ପୁରୁଷ ନିଜ କାନରେ ଭଗବାନ ଶ୍ରୀରାମଙ୍କର ଚରିତ ଶୁଣନ୍ତି, ତାଙ୍କୁ ସରଳତା, କୋମଳତା ଆଦି ଗୁଣ ପ୍ରାପ୍ତ ହୋଇଥାଏ | କେବଳ ସେତିକି ନୁହେଁ, ସେମାନେ ସମସ୍ତ କର୍ମବନ୍ଧନରୁ ମଧ୍ୟ ମୁକ୍ତ ହୋଇଯାଆନ୍ତି |

ରାଜୋବାଚ

କଥଂ ସ ଭଗବାନ୍ ରାମୋ ଭ୍ରାତୄନ୍ ବା ସ୍ୱୟମାତ୍ମନଃ ।

ତସ୍ମିନ୍ ବା ତେଽନ୍ୱବର୍ତନ୍ତ ପ୍ରଜାଃ ପୌରାଶ୍ଚ ଈଶ୍ୱରେ ॥ ୨୪॥

ରାଜା ପରୀକ୍ଷିତ ପଚାରିଲେ – ଭଗବନ୍ ! ଭଗବାନ ଶ୍ରୀରାମ ସ୍ବୟଂ ନିଜ ଭାଈମାନଙ୍କ ପ୍ରତି କିପରି ବ୍ୟବହାର କରୁଥିଲେ ? ଭରତ ଆଦି ତାଙ୍କର ଭାଈ, ପ୍ରଜାଜନ ଏବଂ ଅଯୋଧ୍ୟାବାସୀଙ୍କର ଭଗବାନ ଶ୍ରୀରାମଙ୍କ ପ୍ରତି ବ୍ୟବହାର କିପରି ଥିଲା ?

ଶ୍ରୀଶୁକ ଉବାଚ

ଅଥାଦିଶଦ୍ଦିଗ୍ୱିଜୟେ ଭ୍ରାତୄଂସ୍ତ୍ରିଭୁବନେଶ୍ୱରଃ ।

ଆତ୍ମାନଂ ଦର୍ଶୟନ୍ ସ୍ୱାନାଂ ପୁରୀମୈକ୍ଷତ ସାନୁଗଃ ॥ ୨୫॥

ରାଜସିଂହାସନ ସ୍ବୀକାର କରିବା ପରେ ତ୍ରିଭୁବନପତି ଭଗବାନ ଶ୍ରୀରାମ ନିଜ ଭାଈମାନଙ୍କୁ ଦିଗବିଜୟର ଆଜ୍ଞା ଦେଲେ ଏବଂ ସ୍ବୟଂ ନିଜ ସ୍ବଜନଙ୍କୁ ଦର୍ଶନ ଡେଇ ନିଜ ଅନୁଚରମାନଙ୍କ ସହିତ ଅଯୋଧ୍ୟାପୁରୀର ଦେଖଭାଲ କରିବାରେ ଲାଗିଲେ |

ଆସିକ୍ତମାର୍ଗାଂ ଗନ୍ଧୋଦୈଃ କରିଣାଂ ମଦଶୀକରୈଃ ।

ସ୍ୱାମିନଂ ପ୍ରାପ୍ତମାଲୋକ୍ୟ ମତ୍ତାଂ ବା ସୁତରାମିବ ॥ ୨୬॥

ସେହି ସମୟରେ ଅଯୋଧ୍ୟାପୁରୀର ମାର୍ଗ ସୁଗନ୍ଧିତ ଜଳ ଏବଂ ହାତୀମାନଙ୍କର ମଦକଣରେ ସିକ୍ତ ରହୁଥିଲା, ମନେ ହେଉଥିଲା ସତେ ଯେପରି ସେହି ନଗରୀ ନିଜ ସ୍ବାମୀ ଭଗବାନ ଶ୍ରୀରାମଙ୍କର ଦର୍ଶନରେ ଅତ୍ୟନ୍ତ ମତୁଆଲା ହୋଇଯାଇଛି |

ପ୍ରାସାଦଗୋପୁରସଭାଚୈତ୍ୟଦେବଗୃହାଦିଷୁ ।

ବିନ୍ୟସ୍ତହେମକଲଶୈଃ ପତାକାଭିଶ୍ଚ ମଣ୍ଡିତାମ୍ ॥ ୨୭॥

ତାହାର ମହଲ, ଫାଟକ, ସଭାଭବନ, ବିହାରସ୍ଥଳୀ ଏବଂ ଦେବାଳୟ ଆଦିରେ ସୁବର୍ଣ୍ଣ କଳସ ରଖା ଯାଇଥିଲା ଏବଂ ସ୍ଥାନେ-ସ୍ଥାନେ ପତାକା ଉଡୁଥିଲା |

ପୂଗୈଃ ସବୃନ୍ତୈ ରମ୍ଭାଭିଃ ପଟ୍ଟିକାଭିଃ ସୁବାସସାମ୍ ।

ଆଦର୍ଶୈରଂଶୁକୈଃ ସ୍ରଗ୍ଭିଃ କୃତକୌତୁକତୋରଣାମ୍ ॥ ୨୮॥

ତାହା ଶାଖାଯୁକ୍ତ ଗୁଆଗଛ, କଦଳୀଗଛର ସ୍ତମ୍ଭ ଏବଂ ବସ୍ତ୍ର ପଟିରେ ସଜ୍ଜିତ ହୋଇଥିଲା | ଦର୍ପଣ, ବସ୍ତ୍ର ଏବଂ ପୁଷ୍ପମାଲ୍ୟରେ ତଥା ମାଙ୍ଗଳିକ ଚିତ୍ରକାରିତା ଏବଂ ତୋରଣରେ ସାରା ନଗରୀ ଝଲସି ଉଠୁଥିଲା |

ତମୁପେୟୁସ୍ତତ୍ର ତତ୍ର ପୌରା ଅର୍ହଣପାଣୟଃ ।

ଆଶିଷୋ ଯୁୟୁଜୁର୍ଦେବ ପାହୀମାଂ ପ୍ରାକ୍ ତ୍ୱୟୋଦ୍ଧୃତାମ୍ ॥ ୨୯॥

ନଗରବାସୀ ନିଜ-ନିଜ ହାତରେ ଅନେକ ପ୍ରକାରର ଉପହାର ଧରି ଭଗବାନଙ୍କ ପାଖକୁ ଆସୁଥିଲେ ଏବଂ ତାଙ୍କୁ ପ୍ରାର୍ଥନା କରୁଥିଲେ – ଦେବ ! ପୂର୍ବେ ବରାହରୂପରେ ଆପଣ ହିଁ ପୃଥିବୀର ଉଦ୍ଧାର କରିଥିଲେ; ଏବେ ଆପଣ ଏହାର ପାଳନ କରନ୍ତୁ |

ତତଃ ପ୍ରଜା ବୀକ୍ଷ୍ୟ ପତିଂ ଚିରାଗତଂ

ଦିଦୃକ୍ଷୟୋତ୍ସୃଷ୍ଟଗୃହାଃ ସ୍ତ୍ରିୟୋ ନରାଃ ।

ଆରୁହ୍ୟ ହର୍ମ୍ୟାଣ୍ୟରବିନ୍ଦଲୋଚନ-

ମତୃପ୍ତନେତ୍ରାଃ କୁସୁମୈରବାକିରନ୍ ॥ ୩୦॥

ପରୀକ୍ଷିତ ! ପ୍ରଜାଜନ ଯେତେବେଳେ ଜାଣିବାକୁ ପାଉଥିଲେ ଯେ ବହୁତ ଦିନ ପରେ ଭଗବାନ ଶ୍ରୀରାମ ସେମାନଙ୍କର ପୁରୀକୁ ଆଗମନ କରିଛନ୍ତି, ସେତେବେଳେ ତାଙ୍କ ଦର୍ଶନ ଲାଳସାରେ ସ୍ତ୍ରୀ-ପୁରୁଷ ସମସ୍ତେ ଘରଦ୍ବାର ଛାଡି ଧାଈ ଆସୁଥିଲେ | ସେମାନେ ସୁଉଚ୍ଚ ଛାତ ଉପରେ ଚଢି ନିର୍ନିମେଷ ନୟନରେ କମଳନୟନ ଭଗବାନଙ୍କୁ ଦେଖିବା ସହିତ ତାଙ୍କ ଉପରେ ପୁଷ୍ପବୃଷ୍ଟି କରୁଥିଲେ |

ଅଥ ପ୍ରବିଷ୍ଟଃ ସ୍ୱଗୃହଂ ଜୁଷ୍ଟଂ ସ୍ୱୈଃ ପୂର୍ୱରାଜଭିଃ ।

ଅନନ୍ତାଖିଲକୋଷାଢ୍ୟମନର୍ଘ୍ୟୋରୁପରିଚ୍ଛଦମ୍ ॥ ୩୧॥

ଏହିପରି ଭାବରେ ପ୍ରଜାମାନଙ୍କର ନିରୀକ୍ଷଣ କରି ଭଗବାନ ନିଜ ମହଲକୁ ଫେରି ଆସୁଥିଲେ | ତାଙ୍କର ସେହି ମହଲ ପୂର୍ବବର୍ତ୍ତୀ ରାଜାମାନଙ୍କ ଦ୍ବାରା ସେବିତ ଥିଲା | ସେଥିରେ ବଡ-ବଡ ଭଣ୍ଡାର ରହିଥିଲା, ଯାହା ଅସରନ୍ତି ଥିଲା | ନାନା ପ୍ରକାରର ବହୁମୂଲ୍ୟ ସାମଗ୍ରୀରେ ସେହି ମହଲ ସୁସଜ୍ଜିତ ଥିଲା |

ବିଦ୍ରୁମୋଦୁମ୍ବରଦ୍ୱାରୈର୍ୱୈଦୂର୍ୟସ୍ତମ୍ଭପଙ୍କ୍ତିଭିଃ ।

ସ୍ଥଲୈର୍ମାରକତୈଃ ସ୍ୱଚ୍ଛୈର୍ଭାତସ୍ଫଟିକଭିତ୍ତିଭିଃ ॥ ୩୨॥

ମହଲର ଦ୍ବାର ତଥା ଝରକା ପ୍ରବାଳ-ନିର୍ମିତ ଥିଲା | ତାହାର ଖମ୍ବ ବୈଦୁର୍ଯ୍ୟମଣିର ଥିଲା | ମର୍କତମଣିର ଅତି ସୁନ୍ଦର ଚଟାଣ ଥିଲା ତଥା କାନ୍ଥ ସବୁ ସ୍ଫଟିକମଣିଯୁକ୍ତ ହୋଇ ଚକମକ ହେଉଥିଲା |

ଚିତ୍ରସ୍ରଗ୍ଭିଃ ପଟ୍ଟିକାଭିର୍ୱାସୋମଣିଗଣାଂଶୁକୈଃ ।

ମୁକ୍ତାଫଲୈଶ୍ଚିଦୁଲ୍ଲାସୈଃ କାନ୍ତକାମୋପପତ୍ତିଭିଃ ॥ ୩୩॥

ଧୂପଦୀପୈଃ ସୁରଭିଭିର୍ମଣ୍ଡିତଂ ପୁଷ୍ପମଣ୍ଡନୈଃ ।

ସ୍ତ୍ରୀପୁମ୍ଭିଃ ସୁରସଙ୍କାଶୈର୍ଜୁଷ୍ଟଂ ଭୂଷଣଭୂଷଣୈଃ ॥ ୩୪॥

ରଙ୍ଗ-ବେରଙ୍ଗ ମାଳା, ପତାକା, ମଣିମାନଙ୍କର ଚମକ, ଶୁଦ୍ଧ-ଚେତନ ପରି ଉଜ୍ଜ୍ବଳ ମୋତି, ସୁନ୍ଦର-ସୁନ୍ଦର ଭୋଗ-ସାମଗ୍ରୀ, ସୁଗନ୍ଧିତ ଧୂପ-ଦୀପ ତଥା ଫୁଲ ଗହଣାରେ ସେହି ମହଲର ସାଜସଜା ଅତ୍ୟନ୍ତ ମନୋହର ଥିଲା | ଆଭୂଷଣକୁ ମଧ୍ୟ ଭୂଷିତ କରୁଥିବା ଦେବତାମାନଙ୍କ ପରି ସ୍ତ୍ରୀ-ପୁରୁଷ ତାହାର ସେବାରେ ଲାଗି ରହିଥିଲେ |

ତସ୍ମିନ୍ ସ ଭଗବାନ୍ ରାମଃ ସ୍ନିଗ୍ଧୟା ପ୍ରିୟଯେଷ୍ଟୟା ।

ରେମେ ସ୍ୱାରାମଧୀରାଣାମୃଷଭଃ ସୀତୟା କିଲ ॥ ୩୫॥

ପରୀକ୍ଷିତ ! ଭଗବାନ ଶ୍ରୀରାମ ଆତ୍ମାରାମ ଜିତେନ୍ଦ୍ରିୟ ପୁରୁଷମାନଙ୍କର ଶିରୋମଣି ଥିଲେ | ସେହି ମହଲରେ ସେ ନିଜ ପ୍ରାଣପ୍ରିୟା ପ୍ରେମମୟୀ ପତ୍ନୀ ଦେବୀ ସୀତାଙ୍କ ସହିତ ବିହାର କରୁଥିଲେ |

ବୁଭୁଜେ ଚ ଯଥାକାଲଂ କାମାନ୍ ଧର୍ମମପୀଡୟନ୍ ।

ବର୍ଷପୂଗାନ୍ ବହୂନ୍ ନୄଣାମଭିଧ୍ୟାତାଙ୍ଘ୍ରିପଲ୍ଲବଃ ॥ ୩୬॥

ସବୁ ସ୍ତ୍ରୀ-ପୁରୁଷ ଯାହାଙ୍କ ଚରଣକମଳର ଧ୍ୟାନ କରୁଥାଆନ୍ତି, ସେହି ଭଗବାନ ଶ୍ରୀରାମ ବହୁ ବର୍ଷଯାଏଁ ଧର୍ମର ମର୍ଯ୍ୟାଦା ପାଳନ କରି ସମୟ ଅନୁସାରେ ଭୋଗର ଉପଭୋଗ କରୁଥିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ନବମସ୍କନ୍ଧେ ଶ୍ରୀରାମୋପାଖ୍ୟାନେ ଏକାଦଶୋଽଧ୍ୟାୟଃ ॥ ୧୧॥

Comments

Popular posts from this blog