ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ନବମ ସ୍କନ୍ଧ ॥
ତ୍ରୟୋଦଶ ଅଧ୍ୟାୟ
ରାଜା ନିମିଙ୍କ ବଂଶର ବର୍ଣ୍ଣନ
ଶ୍ରୀଶୁକ ଉବାଚ
ନିମିରିକ୍ଷ୍ୱାକୁତନୟୋ
ବସିଷ୍ଠମବୃତର୍ତ୍ୱିଜମ୍ ।
ଆରଭ୍ୟ ସତ୍ରଂ
ସୋଽପ୍ୟାହ ଶକ୍ରେଣ ପ୍ରାଗ୍ୱୃତୋଽସ୍ମି ଭୋଃ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଈକ୍ଷାକୁଙ୍କର ପୁତ୍ର ଥିଲେ ନିମି | ସେ ଯଜ୍ଞ ଆରମ୍ଭ କରିବା ନିମନ୍ତେ
ମହର୍ଷି ବସିଷ୍ଠଙ୍କୁ ଋତ୍ବିଜ ରୂପରେ ବରଣ କଲେ | କିନ୍ତୁ ବସିଷ୍ଠ ମୁନି କହିଲେ – ରାଜନ୍ !
ଇନ୍ଦ୍ର ନିଜ ଯଜ୍ଞ ନିମନ୍ତେ ମୋତେ ପୂର୍ବରୁ ବରଣ କରି ସାରିଛନ୍ତି |
ତଂ
ନିର୍ୱର୍ତ୍ୟାଗମିଷ୍ୟାମି ତାବନ୍ମାଂ ପ୍ରତିପାଲୟ ।
ତୂଷ୍ଣୀମାସୀଦ୍ଗୃହପତିଃ
ସୋଽପୀନ୍ଦ୍ରସ୍ୟାକରୋନ୍ମଖମ୍ ॥ ୨॥
ମୁଁ ତାଙ୍କ ଯଜ୍ଞ
ପୂରା କରିବା ପରେ ତୁମ ପାଖକୁ ଆସିବି | ସେତେଦିନ ତୁମେ ମୋର ପ୍ରତୀକ୍ଷା କର |’ ଏକଥା ଶୁଣି
ରାଜା ନିମି ଚୁପ୍ ରହିଲେ ଏବଂ ଇନ୍ଦ୍ରଙ୍କର ଯଜ୍ଞ ସମାପନ କରିବା ପାଇଁ ବସିଷ୍ଠ ମୁନି ଚାଲିଗଲେ |
ନିମିଶ୍ଚଲମିଦଂ
ବିଦ୍ୱାନ୍ ସତ୍ରମାରଭତାତ୍ମବାନ୍ ।
ଋତ୍ୱିଗ୍ଭିରପରୈସ୍ତାବନ୍ନାଗମଦ୍ୟାବତା
ଗୁରୁଃ ॥ ୩॥
ବିଚାରବାନ୍ ନିମି
ଚିନ୍ତା କଲେ ଯେ ଜୀବନ ତ କ୍ଷଣଭଙ୍ଗୁର ଅଟେ, ତେଣୁ ଶୁଭକର୍ମ
କରିବାରେ ବିଳମ୍ବ ଉଚିତ୍ ନୁହେଁ | ଏହିପରି ଚିନ୍ତା କରି ସେ ଯଜ୍ଞ ଆରମ୍ଭ କରିଦେଲେ | ଗୁରୁ
ବସିଷ୍ଠ ଫେରିବାକୁ ଅପେକ୍ଷା ନ କରି ସେ ଯଜ୍ଞ ନିମନ୍ତେ ଅନ୍ୟ ଋତ୍ବିଜଙ୍କୁ ବରଣ କରିନେଲେ |
ଶିଷ୍ୟବ୍ୟତିକ୍ରମଂ
ବୀକ୍ଷ୍ୟ ନିର୍ୱର୍ତ୍ୟ ଗୁରୁରାଗତଃ ।
ଅଶପତ୍ପତତାଦ୍ଦେହୋ
ନିମେଃ ପଣ୍ଡିତମାନିନଃ ॥ ୪॥
ଇନ୍ଦ୍ରଙ୍କର ଯଜ୍ଞ
ସମ୍ପନ୍ନ କରି ଗୁରୁ ବସିଷ୍ଠ ଯେତେବେଳେ ଫେରି ଆସିଲେ, ସେତେବେଳେ ସେ
ଦେଖିଲେ ତାଙ୍କର ଶିଷ୍ୟ ନିମି ତ ତାଙ୍କୁ ଅମାନ୍ୟ କରି ଯଜ୍ଞ ଆରମ୍ଭ କରି ଦେଇଛନ୍ତି | ସେ
ନିମିଙ୍କୁ ଅଭିଶାପ ଦେଲେ,’ନିଜର ବିଚାରଶୀଳତା
ଏବଂ ପାଣ୍ଡିତ୍ୟକୁ ନେଇ ତୁମର ପ୍ରବଳ ଅହଂକାର ହୋଇଯାଇଛି; ସେଥିପାଇଁ ତୁମର
ଶରୀରପାତ ହୋଇଯାଉ |’
ନିମିଃ ପ୍ରତିଦଦୌ
ଶାପଂ ଗୁରବେଽଧର୍ମବର୍ତିନେ ।
ତବାପି ପତତାଦ୍ଦେହୋ
ଲୋଭାଦ୍ଧର୍ମମଜାନତଃ ॥ ୫॥
ନିମିଙ୍କ ଦୃଷ୍ଟିରେ
ଗୁରୁ ବସିଷ୍ଠଙ୍କର ସେହି ଶାପ ଧର୍ମର ଅନୁକୂଳ ନୁହେଁ, ପ୍ରତିକୂଳ ଥିଲା |
ସେଥିପାଇଁ ସେ ମଧ୍ୟ ବସିଷ୍ଠଙ୍କୁ ଅଭିଶାପ ଦେଲେ – ‘ଆପଣ ଲୋଭବଶ ନିଜ ଧର୍ମର ଅନାଦର କରିଛନ୍ତି; ତେଣୁ ଆପଣଙ୍କର ଶରୀର ମଧ୍ୟ ନଷ୍ଟ ହୋଇଯାଉ |’
ଇତ୍ୟୁତ୍ସସର୍ଜ
ସ୍ୱଂ ଦେହଂ ନିମିରଧ୍ୟାତ୍ମକୋବିଦଃ ।
ମିତ୍ରାବରୁଣୟୋର୍ଜଜ୍ଞେ
ଉର୍ୱଶ୍ୟାଂ ପ୍ରପିତାମହଃ ॥ ୬॥
ଏହା କହି
ଆତ୍ମବିଦ୍ୟାରେ ନିପୁଣ ରାଜା ନିମି ନିଜ ଶରୀର ତ୍ୟାଗ କରିଦେଲେ | ପରୀକ୍ଷିତ ! ଏଣେ ମୋର ବୃଦ୍ଧ
ପ୍ରପିତାମହ ବସିଷ୍ଠ ମଧ୍ୟ ଶରୀର ତ୍ୟାଗ କରି ମିତ୍ରାବରୁଣଙ୍କ ଦ୍ବାରା ଉର୍ବଶୀଙ୍କ ଗର୍ଭରୁ ଜନ୍ମ
ଗ୍ରହଣ କଲେ |
ଗନ୍ଧବସ୍ତୁଷୁ
ତଦ୍ଦେହଂ ନିଧାୟ ମୁନିସତ୍ତମାଃ ।
ସମାପ୍ତେ
ସତ୍ରୟାଗେଽଥ ଦେବାନୂଚୁଃ ସମାଗତାନ୍ ॥ ୭॥
ରାଜା ନିମିଙ୍କ
ଯଜ୍ଞରେ ଉପସ୍ଥିତ ଶ୍ରେଷ୍ଠ ମୁନିମାନେ ରାଜାଙ୍କ ଶରୀରକୁ ସୁଗନ୍ଧିତ ବସ୍ତୁ ମଧ୍ୟରେ ରଖିଦେଲେ |
ସତ୍ରଯାଗର ସମାପ୍ତିରେ ଯେତେବେଳେ ଦେବତାମାନେ ସେଠାକୁ ଆଗମନ କଲେ, ସେତେବେଳେ ମୁନିମାନେ ସେମାନଙ୍କୁ ପ୍ରାର୍ଥନା କଲେ -
ରାଜ୍ଞୋ ଜୀବତୁ
ଦେହୋଽୟଂ ପ୍ରସନ୍ନାଃ ପ୍ରଭବୋ ଯଦି ।
ତଥେତ୍ୟୁକ୍ତେ
ନିମିଃ ପ୍ରାହ ମା ଭୂନ୍ମେ ଦେହବନ୍ଧନମ୍ ॥ ୮॥
‘ମହାନୁଭବ !
ଆପଣମାନେ ସମର୍ଥ ଅଟନ୍ତି | ଏହି ଯଜ୍ଞାନୁଷ୍ଠାନରେ ଆପଣମାନେ ଯଦି ପ୍ରସନ୍ନ ହୋଇଛନ୍ତି, ତେବେ ରାଜା ନିମିଙ୍କର ଏହି ଶରୀର ପୁନଃଜୀବିତ ହୋଇ
ଉଠୁ |’ ଦେବତାମାନେ କହିଲେ – ‘ତଥାସ୍ତୁ’ | ସେହି ସମୟରେ
ନିମି କହିଲେ – ‘ମୁଁ ଦେହର ବନ୍ଧନ ଇଚ୍ଛା କରେନାହିଁ |
ଯସ୍ୟ ଯୋଗଂ ନ
ବାଞ୍ଛନ୍ତି ବିୟୋଗଭୟକାତରାଃ ।
ଭଜନ୍ତି
ଚରଣାମ୍ଭୋଜଂ ମୁନୟୋ ହରିମେଧସଃ ॥ ୯॥
ବିଚାରଶୀଳ ମୁନିଜନ
ନିଜର ବୁଦ୍ଧିକୁ ପୂର୍ଣ୍ଣତଃ ଶ୍ରୀଭଗବାନଙ୍କଠାରେ ସଂଲଗ୍ନ ରଖିଥାଆନ୍ତି ଏବଂ ତାଙ୍କ ଚରଣକମଳର
ହିଁ ଭଜନ କରୁଥାଆନ୍ତି | ଦିନେ-ନା-ଦିନେ ଏହି ଶରୀର ନିଶ୍ଚିତ ଭାବରେ ଚାଲିଯିବ – ଏହି ଭୟରେ ଭୀତ
ରହୁଥିବା କାରଣରୁ ସେମାନେ ଶରୀର ସହିତ କୌଣସି ସଂଯୋଗ ଇଚ୍ଛା କରନ୍ତି ନାହିଁ; ସେମାନେ ତ ମୁକ୍ତ ହେବାକୁ ଇଚ୍ଛା କରନ୍ତି |
ଦେହଂ
ନାବରୁରୁତ୍ସେଽହଂ ଦୁଃଖଶୋକଭୟାବହମ୍ ।
ସର୍ୱତ୍ରାସ୍ୟ ଯତୋ
ମୃତ୍ୟୁର୍ମତ୍ସ୍ୟାନାମୁଦକେ ଯଥା ॥ ୧୦॥
ତେଣୁ ମୁଁ ଏବେ
ଦୁଃଖ, ଶୋକ ଏବଂ ଭୟର ମୂଳ କାରଣ ଏହି ଶରୀରକୁ ଧାରଣ କରିବାକୁ ଇଚ୍ଛା କରୁନାହିଁ | ଜଳରେ ମତ୍ସ୍ୟ
ନିମନ୍ତେ ସର୍ବତ୍ର ମୃତ୍ୟୁର ଅବସର ରହିଥିବା ପରି ଏହି ଶରୀର ପାଇଁ ସର୍ବତ୍ର କେବଳ
ମୃତ୍ୟୁ-ହିଁ-ମୃତ୍ୟୁ ରହିଛି |
ଦେବା ଊଚୁଃ
ବିଦେହ ଉଷ୍ୟତାଂ
କାମଂ ଲୋଚନେଷୁ ଶରୀରିଣାମ୍ ।
ଉନ୍ମେଷଣନିମେଷାଭ୍ୟାଂ
ଲକ୍ଷିତୋଽଧ୍ୟାତ୍ମସଂସ୍ଥିତଃ ॥ ୧୧॥
ଦେବତାମାନେ କହିଲେ –
ହେ ମୁନିଗଣ ! ରାଜା ନିମି ବିନା ଶରୀରରେ ହିଁ ପ୍ରାଣୀମାନଙ୍କର ନେତ୍ରରେ ନିଜ ଇଚ୍ଛା ଅନୁସାରେ
ନିବାସ କରିବେ | ସେ ସୂକ୍ଷ୍ମଶରୀରରେ ରହି ଭଗବାନଙ୍କର ଚିନ୍ତନ କରିବେ | ପଲକର ଉତ୍ଥାନ-ପତନରୁ
ତାଙ୍କ ଅସ୍ତିତ୍ବର ଉପଲବଧି ହେବ |
ଅରାଜକଭୟଂ ନୄଣାଂ
ମନ୍ୟମାନା ମହର୍ଷୟଃ ।
ଦେହଂ ମମନ୍ଥୁଃ ସ୍ମ
ନିମେଃ କୁମାରଃ ସମଜାୟତ ॥ ୧୨॥
ଏହାପରେ
ମହର୍ଷିମାନେ ଏପରି ଚିନ୍ତା କରି ଯେ ରାଜା ନ ରହିଲେ ରାଜ୍ୟରେ ଅରାଜକତା ବ୍ୟାପି ଯିବ, ନିମିଙ୍କ ଶରୀରର ମନ୍ଥନ କଲେ | ସେହି ମନ୍ଥନରୁ ଏକ
କୁମାର ଉତ୍ପନ୍ନ ହେଲା |
ଜନ୍ମନା ଜନକଃ
ସୋଽଭୂଦ୍ୱୈଦେହସ୍ତୁ ବିଦେହଜଃ ।
ମିଥିଲୋ
ମଥନାଜ୍ଜାତୋ ମିଥିଲା ଯେନ ନିର୍ମିତା ॥ ୧୩॥
ଜନ୍ମ ଗ୍ରହଣ
କରିଥିବା କାରଣରୁ ତାଙ୍କର ନାମ ‘ଜନକ’ ହେଲା | ବିଦେହଙ୍କଠାରୁ ଉତ୍ପନ୍ନ ହୋଇଥିବା କାରଣରୁ ସେ
‘ବିଦେହ’ ବୋଲାଇଲେ ଏବଂ ମନ୍ଥନରୁ ଉତ୍ପନ୍ନ ହୋଇଥିବା କାରଣରୁ
ସେହି ବାଳକର ନାମ ‘ମିଥିଳ’ ହେଲା | ସେ ମିଥିଳାପୁରୀର ସ୍ଥାପନା କରିଥିଲେ |
ତସ୍ମାଦୁଦାବସୁସ୍ତସ୍ୟ
ପୁତ୍ରୋଽଭୂନ୍ନନ୍ଦିବର୍ଧନଃ ।
ତତଃ
ସୁକେତୁସ୍ତସ୍ୟାପି ଦେବରାତୋ ମହୀପତେ ॥ ୧୪॥
ତସ୍ମାଦ୍ବୃହଦ୍ରଥସ୍ତସ୍ୟ
ମହାବୀର୍ୟଃ ସୁଧୃତ୍ପିତା ।
ସୁଧୃତେର୍ଧୃଷ୍ଟକେତୁର୍ୱୈ
ହର୍ୟଶ୍ୱୋଽଥ ମରୁସ୍ତତଃ ॥ ୧୫॥
ପରୀକ୍ଷିତ !
ଜନକଙ୍କର ଉଦାବସୁ, ତାଙ୍କର ନନ୍ଦିବର୍ଧନ, ନନ୍ଦିବର୍ଧନଙ୍କର ସୁକେତୁ, ତାଙ୍କର ଦେବରାତ, ଦେବରାତଙ୍କର ବୃହଦ୍ରଥ, ବୃହଦ୍ରଥଙ୍କର ମହାବୀର୍ଯ୍ୟ, ମହାବୀର୍ଯ୍ୟଙ୍କର ସୁଧୃତି, ସୁଧୃତିଙ୍କର ଧୃଷ୍ଟକେତୁ, ଧୃଷ୍ଟକେତୁଙ୍କର ହର୍ୟଶ୍ବ ଏବଂ ତାଙ୍କର ମରୁ ନାମକ
ପୁତ୍ର ହେଲେ |
ମରୋଃ
ପ୍ରତୀପକସ୍ତସ୍ମାଜ୍ଜାତଃ କୃତରଥୋ ଯତଃ ।
ଦେବମୀଢସ୍ତସ୍ୟ
ପୁତ୍ରୋ ବିଶ୍ରୁତୋଽଥ ମହାଧୃତିଃ ॥ ୧୬॥
ମରୁଙ୍କଠାରୁ
ପ୍ରତୀପକ, ପ୍ରତୀପକଙ୍କଠାରୁ କୃତିରଥ, କୃତିରଥଙ୍କଠାରୁ ଦେବମୀଢ଼, ଦେବମୀଢ଼ଙ୍କଠାରୁ ବିଶ୍ରୁତ
ଏବଂ ବିଶ୍ରୁତଙ୍କଠାରୁ ମହାଧୃତିଙ୍କର ଜନ୍ମ ହେଲା |
କୃତିରାତସ୍ତତସ୍ତସ୍ମାନ୍ମହାରୋମାଥ
ତତ୍ସୁତଃ ।
ସ୍ୱର୍ଣରୋମା
ସୁତସ୍ତସ୍ୟ ହ୍ରସ୍ୱରୋମା ବ୍ୟଜାୟତ ॥ ୧୭॥
ମହାଧୃତିଙ୍କର
କୃତିରାତ, କୃତିରାତଙ୍କର ମହାରୋମା, ମହାରୋମାଙ୍କର ସ୍ବର୍ଣ୍ଣରୋମା ଏବଂ ସ୍ବର୍ଣ୍ଣରୋମାଙ୍କର
ପୁତ୍ର ହେଲେ ହ୍ରସ୍ବରୋମା |
ତତଃ ସୀରଧ୍ୱଜୋ
ଜଜ୍ଞେ ଯଜ୍ଞାର୍ଥଂ କର୍ଷତୋ ମହୀମ୍ ।
ସୀତା ସୀରାଗ୍ରତୋ
ଜାତା ତସ୍ମାତ୍ସୀରଧ୍ୱଜଃ ସ୍ମୃତଃ ॥ ୧୮॥
ଏହି
ହ୍ରସ୍ବରୋମାଙ୍କର ପୁତ୍ର ମହାରାଜ ସୀରଧ୍ବଜ ଥିଲେ | ସେ ଯେତେବେଳେ ଯଜ୍ଞ କରିବା ଉଦ୍ଦେଶ୍ୟରେ
ଧରଣୀରେ ହଳ ଚଳାଉଥିଲେ, ସେତେବେଳେ ସେହି ହଳର
ଅଗ୍ରଭାଗରେ ସୀତା ଦେବୀଙ୍କର ଆବିର୍ଭାବ ହୋଇଥିଲା | ସେହି କାରଣରୁ ତାଙ୍କର ନାମ ସୀରଧ୍ବଜ ହେଲା
|
କୁଶଧ୍ୱଜସ୍ତସ୍ୟ
ପୁତ୍ରସ୍ତତୋ ଧର୍ମଧ୍ୱଜୋ ନୃପଃ ।
ଧର୍ମଧ୍ୱଜସ୍ୟ ଦ୍ୱୌ
ପୁତ୍ରୌ କୃତଧ୍ୱଜମିତଧ୍ୱଜୌ ॥ ୧୯॥
ସୀରଧ୍ବଜଙ୍କର
କୁଶଧ୍ବଜ, କୁଶଧ୍ବଜଙ୍କର ଧର୍ମଧ୍ବଜ ଏବଂ ଧର୍ମଧ୍ବଜଙ୍କର ଦୁଇ ପୁତ୍ର ହେଲେ – କୃତଧ୍ବଜ ଓ
ମିତଧ୍ବଜ |
କୃତଧ୍ୱଜାତ୍କେଶିଧ୍ୱଜଃ
ଖାଣ୍ଡିକ୍ୟସ୍ତୁ ମିତଧ୍ୱଜାତ୍ ।
କୃତଧ୍ୱଜସୁତୋ
ରାଜନ୍ନାତ୍ମବିଦ୍ୟାବିଶାରଦଃ ॥ ୨୦॥
କୃତଧ୍ବଜଙ୍କଠାରୁ
କେଶିଧ୍ବଜ ଏବଂ ମିତଧ୍ବଜଙ୍କଠାରୁ ଖାଣ୍ଡିକ୍ୟ ହେଲେ | ପରୀକ୍ଷିତ ! କେଶିଧ୍ବଜ ଆତ୍ମବିଦ୍ୟାରେ
ଅତ୍ୟନ୍ତ ପ୍ରବୀଣ ଥିଲେ |
ଖାଣ୍ଡିକ୍ୟଃ
କର୍ମତତ୍ତ୍ୱଜ୍ଞୋ ଭୀତଃ କେଶିଧ୍ୱଜାଦ୍ଦ୍ରୁତଃ ।
ଭାନୁମାଂସ୍ତସ୍ୟ
ପୁତ୍ରୋଽଭୂଚ୍ଛତଦ୍ୟୁମ୍ନସ୍ତୁ ତତ୍ସୁତଃ ॥ ୨୧॥
ଖାଣ୍ଡିକ୍ୟ
କର୍ମକାଣ୍ଡର ମର୍ମଜ୍ଞ ଥିଲେ | ସେ କେଶିଧ୍ବଜଙ୍କ ପ୍ରତି ଭୟଭୀତ ହୋଇ ପଳାୟନ କଲେ |
କେଶିଧ୍ବଜଙ୍କର ପୁତ୍ର ଭାନୁମାନ୍ ଏବଂ ଭାନୁମାନଙ୍କର ପୁତ୍ର ଥିଲେ ଶତଦ୍ୟୁମ୍ଣ |
ଶୁଚିସ୍ତତ୍ତନୟସ୍ତସ୍ମାତ୍ସନଦ୍ୱାଜସ୍ତତୋଽଭବତ୍
।
ଊର୍ଧ୍ୱକେତୁଃ
ସନଦ୍ୱାଜାଦଜୋଽଥ ପୁରୁଜିତ୍ସୁତଃ ॥ ୨୨॥
ଅରିଷ୍ଟନେମିସ୍ତସ୍ୟାପି
ଶ୍ରୁତାୟୁସ୍ତତ୍ସୁପାର୍ଶ୍ୱକଃ ।
ତତଶ୍ଚିତ୍ରରଥୋ
ଯସ୍ୟ କ୍ଷେମଧିର୍ମିଥିଲାଧିପଃ ॥ ୨୩॥
ଶତଦ୍ୟୁମ୍ଣଙ୍କଠାରୁ
ଶୁଚି, ଶୁଚିଙ୍କଠାରୁ ସନଦ୍ବାଜ, ସନଦ୍ବାଜଙ୍କଠାରୁ
ଉର୍ଦ୍ଧ୍ବକେତୁ, ଉର୍ଦ୍ଧ୍ବକେତୁଙ୍କଠାରୁ ଅଜ, ଅଜଙ୍କଠାରୁ ପୁରୁଜିତ୍, ପୁରୁଜିତଙ୍କଠାରୁ ଅରିଷ୍ଟନେମି, ଅରିଷ୍ଟନେମିଙ୍କଠାରୁ ଶ୍ରୁତାୟୁ, ଶ୍ରୁତାୟୁଙ୍କଠାରୁ ସୁପାର୍ଶ୍ବକ,
ସୁପାର୍ଶ୍ବକଙ୍କଠାରୁ ଚିତ୍ରରଥ ଏବଂ ଚିତ୍ରରଥଙ୍କଠାରୁ ମିଥିଳାପତି କ୍ଷେମଧିଙ୍କର ଜନ୍ମ ହେଲା |
ତସ୍ମାତ୍ସମରଥସ୍ତସ୍ୟ
ସୁତଃ ସତ୍ୟରଥସ୍ତତଃ ।
ଆସୀଦୁପଗୁରୁସ୍ତସ୍ମାଦୁପଗୁପ୍ତୋଽଗ୍ନିସମ୍ଭବଃ
॥ ୨୪॥
କ୍ଷେମଧିଙ୍କର ସମରଥ, ସମରଥଙ୍କର ସତ୍ୟରଥ, ସତ୍ୟରଥଙ୍କର ଉପଗୁରୁ ଏବଂ ଉପଗୁରୁଙ୍କଠାରୁ ଉପଗୁପ୍ତ
ନାମକ ପୁତ୍ର ଜାତ ହେଲା | ଇଏ ଅଗ୍ନିଙ୍କର ଅଂଶ ଥିଲେ |
ବସ୍ୱନନ୍ତୋଽଥ
ତତ୍ପୁତ୍ରୋ ଯୁୟୁଧୋ ଯତ୍ସୁଭାଷଣଃ ।
ଶ୍ରୁତସ୍ତତୋ
ଜୟସ୍ତସ୍ମାଦ୍ୱିଜୟୋଽସ୍ମାଦୃତଃ ସୁତଃ ॥ ୨୫॥
ଉପଗୁପ୍ତଙ୍କର
ବସ୍ବନନ୍ତ, ବସ୍ବନନ୍ତଙ୍କର ଯୁଯୁଧ,
ଯୁଯୁଧଙ୍କର ସୁଭାଷଣ, ସୁଭାଷଣଙ୍କର ଶ୍ରୁତ, ଶ୍ରୁତଙ୍କର ଜୟ, ଜୟଙ୍କର ବିଜୟ ଏବଂ
ବିଜୟଙ୍କର ଋତ ନାମକ ପୁତ୍ର ହେଲା |
ଶୁନକସ୍ତତ୍ସୁତୋ
ଜଜ୍ଞେ ବୀତହବ୍ୟୋ ଧୃତିସ୍ତତଃ ।
ବହୁଲାଶ୍ୱୋ
ଧୃତେସ୍ତସ୍ୟ କୃତିରସ୍ୟ ମହାବଶୀ ॥ ୨୬॥
ଋତଙ୍କର ଶୁନକ, ଶୁନକଙ୍କର ବୀତହବ୍ୟ, ବୀତହବ୍ୟଙ୍କର ଧୃତି, ଧୃତିଙ୍କର ବହୁଳାଶ୍ବ, ବହୁଳାଶ୍ବଙ୍କର କୃତି ଏବଂ
କୃତିଙ୍କର ପୁତ୍ର ହେଲେ ମହାବଶୀ |
ଏତେ ବୈ ମୈଥିଲା
ରାଜନ୍ନାତ୍ମବିଦ୍ୟାବିଶାରଦାଃ ।
ଯୋଗେଶ୍ୱରପ୍ରସାଦେନ
ଦ୍ୱନ୍ଦ୍ୱୈର୍ମୁକ୍ତା ଗୃହେଷ୍ୱପି ॥ ୨୭॥
ପରୀକ୍ଷିତ !
ମିଥିଳଙ୍କ ବଂଶରେ ଉତ୍ପନ୍ନ ଏହି ସବୁ ନରପତି ‘ମୈଥିଳ’ ବୋଲାନ୍ତି | ଏମାନେ ସମସ୍ତେ
ଆତ୍ମଜ୍ଞାନରେ ସମ୍ପନ୍ନ ଏବଂ ଗୃହସ୍ଥାଶ୍ରମରେ ରହି ମଧ୍ୟ ସୁଖ-ଦୁଃଖ ଆଦି ଦ୍ବନ୍ଦ୍ବରୁ ମୁକ୍ତ
ଥିଲେ | କାହିଁକି ଅବା ନ ଥିବେ, ଯାଜ୍ଞବଲ୍କ୍ୟ ଆଦି
ବଡ-ବଡ ଯୋଗେଶ୍ବରମାନଙ୍କର ତ ଏମାନଙ୍କ ଉପରେ ମହାନ୍ କୃପା ରହିଥିଲା |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ
ନିମିବଂଶାନୁବର୍ଣନଂ ନାମ ତ୍ରୟୋଦଶୋଽଧ୍ୟାୟଃ ॥ ୧୩॥

Comments
Post a Comment