ସାଧନା କରୁ ପ୍ୟାରେ.............

ହରି ମେଁ ଗୁରୁ ମେଁ ଭେଦ ଜନି, ଲବଲେଶ ମାନହୁଁ ପ୍ୟାରେ |

ହରି ଏବଂ ଗୁରୁ ଏକ ଓ ଅଭିନ୍ନ ଅଟନ୍ତି | ସେମାନଙ୍କ ମଧ୍ୟରେ ସାମାନ୍ୟତମ ପ୍ରଭେଦ ନାହିଁ | ଶାସ୍ତ୍ର କହେ, “ଯସ୍ୟ ଦେବେ ପରା ଭକ୍ତିର୍ଯଥା ଦେବେ ତଥା ଗୁରୌ | ତସୈତେ କଥିତା ହ୍ୟର୍ଥାଃ ପ୍ରକାଶନ୍ତେ ମହାତ୍ମନଃ || - ଯେଉଁମାନେ ଦୃଢ ଏବଂ ନିଶ୍ଚଳ ବିଶ୍ବାସର ସହିତ ସମାନ ଭାବରେ ହରି ଓ ଗୁରୁଙ୍କ ଭକ୍ତିରେ ନିଜକୁ ନିୟୋଜିତ ରଖନ୍ତି, ସେମାନଙ୍କ ହୃଦୟରେ ସମସ୍ତ ବେଦ-ଶାସ୍ତ୍ରର ଜ୍ଞାନ ସ୍ବତଃ ପ୍ରକାଶିତ ହୋଇଯାଏ | ଜ୍ଞାନ ପ୍ରଦାନକାରୀ ଗୁରୁ ସ୍ୱୟଂ ଈଶ୍ୱର ଅଟନ୍ତି ।

ସାଧନା ମେଁ ହୈ ପ୍ରମୁଖ ମନ, ଇନ୍ଦ୍ରିୟାଁ ନହୀଁ ପ୍ୟାରେ |

ମୋକ୍ଷ ଅରୁ ବନ୍ଧନ କା କାରଣ, ଏକ ମନ ହୀ ପ୍ୟାରେ |

ସାଧନାରେ ମନର ଭୂମିକା ପ୍ରଧାନ ଅଟେ କାରଣ ସାଧନାର ଲକ୍ଷ୍ୟ ହେଉଛି ମନ ବା ଅନ୍ତଃକରଣର ଶୁଦ୍ଧି, ଯାହା କେବଳ ମନକୁ ପରମ ଶୁଦ୍ଧ ଈଶ୍ବରଙ୍କ ସହିତ ସଂଯୁକ୍ତ ରଖିବା ଦ୍ବାରା ହିଁ ସମ୍ଭବ ହୋଇଥାଏ | ଇନ୍ଦ୍ରିୟମାନଙ୍କର ଭୂମିକା, ଯଥା ହାତରେ ପୂଜା କରିବା, ପାଦରେ ତୀର୍ଥ ବୁଲିବା, ମୁହଁରେ ଜପ କରିବା ଇତ୍ୟାଦି ଗୌଣ ଅଟେ | ଏତଦ୍ ବ୍ୟତୀତ, ମନ ଏବ କୃତଂ ରାମ, ନ ଶରୀର କୃତଂ କୃତମ୍” (ଯୋଗ ବସିଷ୍ଠ) ଇନ୍ଦ୍ରିୟର କର୍ମ ନୁହେଁ, ମନର କର୍ମ ହିଁ କର୍ମ ପଦବାଚ୍ୟ ଅଟେ | ଆସକ୍ତି ଏବଂ ବୈରାଗ୍ୟ ମନର ଅବସ୍ଥା ଅଟେ |

ପ୍ରଥମ କରୁ ହରି ଧ୍ୟାନ ମନ ତେ, ଜୈସୀ ରୁଚି ହୋ ପ୍ୟାରେ |

ନାମ ଗୁନ ଲୀଲାଦି କୀର୍ତ୍ତନ, ସାଥ ମେଁ କରୁ ପ୍ୟାରେ |

ପ୍ରଥମେ ଆପଣଙ୍କ ପସନ୍ଦ ଅନୁସାରେ ରାଧା ଅଥବା କୃଷ୍ଣ କିମ୍ବା ରାଧା-କୃଷ୍ଣଙ୍କ ସ୍ୱରୂପର ଧ୍ୟାନ କରନ୍ତୁ । ତା ସହିତ ସେମାନଙ୍କର ନାମ, ଗୁଣ ଏବଂ ଲୀଳା ଆଦିର ଗାନ କରନ୍ତୁ। ପ୍ରେମ ରସ ମଦିରା ଗ୍ରନ୍ଥ ଅନ୍ତର୍ଗତ ପଦମାନଙ୍କରେ ଶ୍ରୀ ମହାରାଜ ଜୀ ଧ୍ୟାନ-ଉପଯୋଗୀ ଶ୍ରୀରାଧାକୃଷ୍ଣଙ୍କର ରୂପ, ଗୁଣ, ଲୀଳା ଏବଂ ଧାମର ବିସ୍ତୃତ ବର୍ଣ୍ଣନା କରି ଦେଇଛନ୍ତି ଯାହା ଆମ୍ଭମାନଙ୍କୁ ପ୍ରାପ୍ତ ଅଟେ | ତନ୍ମଧ୍ୟରୁ ଯେ କୌଣସି ପଦ ଗାନ କରି, ତାହାର ଭାବ ଅନୁସାରେ ଆପଣ ଧ୍ୟାନ କରିପାରିବେ |

ଧ୍ୟାନ ହୀ ହୈ ସାଧନା କା, ପ୍ରାଣ ଜୀବନ ପ୍ୟାରେ |

ଧ୍ୟାନ ବିନୁ ସବ ସାଧନା ହୈ, ପ୍ରାଣ ବିନୁ ତନୁ ପ୍ୟାରେ |

 ଧ୍ୟାନ ହିଁ ସାଧନାର ଜୀବନ ଅଟେ । ଧ୍ୟାନ ବିନା ସାଧନା ଜୀବନହୀନ ଶରୀର ସଦୃଶ ଅଟେ । ଠିକ୍ ଏହି କଥା କହିବାକୁ ଯାଇ ଶ୍ରୀ ମହାରାଜ ଜୀ ଭକ୍ତି ଶତକ ଗ୍ରନ୍ଥରେ ଲେଖିଛନ୍ତି – “ସବ ସାଧନ ଜନୁ ଦେହ ସମ, ରୂପଧ୍ୟାନ ଜନୁ ପ୍ରାନ | ଖାତ ଗୀଧ ଅରୁ ଶ୍ବାନ ଜନୁ କାମାଦିକ ଶବ ମାନ ||” - ସାଧନାର ଅନ୍ୟ ସମସ୍ତ ଉପାୟ ଶରୀର ପରି ହୋଇଥିବା ବେଳେ ରୂପ-ଧ୍ୟାନ (ରାଧାକୃଷ୍ଣଙ୍କ ଦିବ୍ୟ ସ୍ୱରୂପର ଧ୍ୟାନ) ସାଧନାର ପ୍ରାଣ-ବାୟୁ ସଦୃଶ ଅଟେ । ପ୍ରାଣହୀନ ଶରୀର କୁକୁର ଏବଂ ଶାଗୁଣାର ଭକ୍ଷ୍ୟ ହୋଇଯିବା ପରି ରୂପ-ଧ୍ୟାନ ବିନା ସାଧନା କାମନା, ଲୋଭ ଇତ୍ୟାଦିର ଗ୍ରାସ ହୋଇ ନିଷ୍ଫଳ ହୋଇଯାଏ। ଅର୍ଥାତ୍ ରୂପ-ଧ୍ୟାନ ବିନା ସାଧନା ନିରର୍ଥକ ଅଟେ |

                                                                                                     କ୍ରମଶଃ.......................

Comments

Popular posts from this blog