ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ଅଷ୍ଟମ ଅଧ୍ୟାୟ
ଧ୍ରୁବଙ୍କର ବନ-ଗମନ
ମୈତ୍ରେୟ ଉବାଚ
ସନକାଦ୍ୟା ନାରଦଶ୍ଚ ଋଭୁର୍ହଂସୋଽରୁଣିର୍ୟତିଃ ।
ନୈତେ ଗୃହାନ୍ ବ୍ରହ୍ମସୁତା ହ୍ୟାବସନ୍ନୂର୍ଧ୍ୱରେତସଃ ॥ ୧॥
ମୃଷାଧର୍ମସ୍ୟ ଭାର୍ୟାସୀଦ୍ଦମ୍ଭଂ ମାୟାଂ ଚ ଶତ୍ରୁହନ୍ ।
ଅସୂତ ମିଥୁନଂ ତତ୍ତୁ ନିରୃତିର୍ଜଗୃହେଽପ୍ରଜଃ ॥ ୨॥
ମୈତ୍ରେୟ କହୁଛନ୍ତି - ହେ ଶତ୍ରୁସୂଦନ ବିଦୁର ! ସନକାଦି, ନାରଦ, ଋଭୁ, ହଂସ, ଅରୁଣି ଏବଂ ଯତି – ବ୍ରହ୍ମାଙ୍କର ଏହି ନୈଷ୍ଠିକ ବ୍ରହ୍ମଚାରୀ
ପୁତ୍ରମାନେ ଗୃହସ୍ଥାଶ୍ରମରେ ପ୍ରବେଶ କରି ନ ଥିଲେ | ଅଧର୍ମ ମଧ୍ୟ ବ୍ରହ୍ମାଙ୍କର ହିଁ ପୁତ୍ର
ଥିଲା, ଯାହାର ପତ୍ନୀର ନାମ
ଥିଲା ମୃଷା | ତାଙ୍କଠାରୁ ଦମ୍ଭ ନାମକ ପୁତ୍ର ଏବଂ ମାୟା ନାମ୍ନୀ କନ୍ୟା ଜାତ ହେଲେ | ସେ
ଦୁହିଁଙ୍କୁ ନିଋତି ନେଇ ଯାଇଥିଲେ କାରଣ ସେ ନିଃସନ୍ତାନ ଥିଲେ |
ତୟୋଃ ସମଭବଲ୍ଲୋଭୋ ନିକୃତିଶ୍ଚ ମହାମତେ ।
ତାଭ୍ୟାଂ କ୍ରୋଧଶ୍ଚ ହିଂସା ଚ ଯଦ୍ଦୁରୁକ୍ତିଃ ସ୍ୱସା କଲିଃ ॥ ୩॥
ଦମ୍ଭ ଏବଂ ମାୟାଙ୍କଠାରୁ ଲୋଭ ଏବଂ ନିକୃତି (ଶଠତା) ଜନ୍ମ ହେଲେ,
ସେମାନଙ୍କଠାରୁ କ୍ରୋଧ ଏବଂ ହିଂସା ତଥା ତାଙ୍କଠାରୁ କଳି (କଳହ) ଏବଂ ତା’ର ଭଉଣୀ ଦୁରୁକ୍ତି (ଗାଳି) ଉତ୍ପନ୍ନ ହେଲେ |
ଦୁରୁକ୍ତୌ କଲିରାଧତ୍ତ ଭୟଂ ମୃତ୍ୟୁଂ ଚ ସତ୍ତମ ।
ତୟୋଶ୍ଚ ମିଥୁନଂ ଜଜ୍ଞେ ଯାତନା ନିରୟସ୍ତଥା ॥ ୪॥
ହେ ସାଧୁଶିରୋମଣି ! ତତ୍ପଶ୍ଚାତ୍ ଦୁରୁକ୍ତିଠାରୁ କଳି ଭୟ ଏବଂ
ମୃତ୍ୟୁକୁ ଉତ୍ପନ୍ନ କଲା ତଥା ସେ ଦୁହିଁଙ୍କ ସଂଯୋଗରେ ଯାତନା ଏବଂ ନିରୟ (ନର୍କ) ର ଯୋଡା
ଉତ୍ପନ୍ନ ହେଲା |
ସଙ୍ଗ୍ରହେଣ ମୟାଽଽଖ୍ୟାତଃ ପ୍ରତିସର୍ଗସ୍ତବାନଘ ।
ତ୍ରିଃ ଶ୍ରୁତ୍ୱୈତତ୍ପୁମାନ୍ ପୁଣ୍ୟଂ ବିଧୁନୋତ୍ୟାତ୍ମନୋ ମଲମ୍ ॥ ୫॥
ହେ ନିଷ୍ପାପ ବିଦୁର ! ଏହିପରି ଭାବରେ ମୁଁ ସଂକ୍ଷେପରେ ପ୍ରଳୟର
କାରଣରୂପ ଅଧର୍ମର ବଂଶ ବିଷୟରେ ଶୁଣାଇଲି | ଏହା ଅଧର୍ମର ତ୍ୟାଗ କରାଇ ପୁଣ୍ୟ ସମ୍ପାଦନର ହେତୁ
ହୋଇଥାଏ; ଅତଏବ ଏହାର ବର୍ଣ୍ଣନ ତିନିଥର ଶୁଣି ମନୁଷ୍ୟ ନିଜ ମନର ମଳୀନତା ଦୂର କରିଦିଏ |
ଅଥାତଃ କୀର୍ତୟେ ବଂଶଂ ପୁଣ୍ୟକୀର୍ତେଃ କୁରୂଦ୍ୱହ ।
ସ୍ୱାୟମ୍ଭୁବସ୍ୟାପି ମନୋର୍ହରେରଂଶାଂଶଜନ୍ମନଃ ॥ ୬॥
ହେ କୁରୁନନ୍ଦନ ! ଏବେ ମୁଁ ଶ୍ରୀହରିଙ୍କ ଅଂଶ (ବ୍ରହ୍ମାଜୀ) ର ଅଂଶରୁ
ଉତ୍ପନ୍ନ ପବିତ୍ରକୀର୍ତ୍ତି ମହାରାଜ ସ୍ବାୟମ୍ଭୂବ ମନୁଙ୍କ ପୁତ୍ରମାନଙ୍କର ବଂଶର ବର୍ଣ୍ଣନା
କରୁଛି |
ପ୍ରିୟବ୍ରତୋତ୍ତାନପାଦୌ ଶତରୂପାପତେଃ ସୁତୌ ।
ବାସୁଦେବସ୍ୟ କଲୟା ରକ୍ଷାୟାଂ ଜଗତଃ ସ୍ଥିତୌ ॥ ୭॥
ମହାରାଣୀ ଶତରୂପା ଏବଂ ତାଙ୍କର ପତି ସ୍ବାୟମ୍ଭୂବ ମନୁଙ୍କଠାରୁ ଦୁଇଟି
ପୁତ୍ର ଉତ୍ପନ୍ନ ହୋଇଥିଲେ – ପ୍ରିୟବ୍ରତ ଏବଂ ଉତ୍ତାନପାଦ | ଭଗବାନ ବାସୁଦେବଙ୍କ କଳାରୁ
ଉତ୍ପନ୍ନ ହୋଇଥିବା କାରଣରୁ ସେ ଦୁହେଁ ସଂସାରର ରକ୍ଷା ନିମନ୍ତେ ତତ୍ପର ରହୁଥିଲେ |
ଜାୟେ ଉତ୍ତାନପାଦସ୍ୟ ସୁନୀତିଃ ସୁରୁଚିସ୍ତୟୋଃ ।
ସୁରୁଚିଃ ପ୍ରେୟସୀ ପତ୍ୟୁର୍ନେତରା ଯତ୍ସୁତୋ ଧ୍ରୁବଃ ॥ ୮॥
ଉତ୍ତାନପାଦଙ୍କର ସୁନୀତି ଏବଂ ସୁରୁଚି ନାମରେ ଦୁଇ ପତ୍ନୀ ଥିଲେ |
ସେମାନଙ୍କ ମଧ୍ୟରୁ ସୁରୁଚି ରାଜାଙ୍କର ଅଧିକ ପ୍ରିୟ ଥିଲେ; ସୁନୀତି, ଯାହାର ପୁତ୍ର ଧ୍ରୁବ ଥିଲେ,
ରାଜାଙ୍କୁ ସେତେ ପ୍ରିୟ ନ ଥିଲେ |
ଏକଦା ସୁରୁଚେଃ ପୁତ୍ରମଙ୍କମାରୋପ୍ୟ ଲାଲୟନ୍ ।
ଉତ୍ତମଂ ନାରୁରୁକ୍ଷନ୍ତଂ ଧ୍ରୁବଂ ରାଜାଭ୍ୟନନ୍ଦତ ॥ ୯॥
ଦିନେ ରାଜା ଉତ୍ତାନପାଦ ସୁରୁଚିଙ୍କର ପୁତ୍ର ଉତ୍ତମଙ୍କୁ କୋଳରେ ବସାଇ
ସ୍ନେହ-ଆଦର କରୁଥିଲେ | ସେହି ସମୟରେ ଧ୍ରୁବ ମଧ୍ୟ ତାଙ୍କ କୋଳରେ ବସିବାକୁ ଇଚ୍ଛା କଲେ, କିନ୍ତୁ
ରାଜା ତାଙ୍କ ପ୍ରତି ଦୃଷ୍ଟି ଦେଲେ ନାହିଁ |
ତଥା ଚିକୀର୍ଷମାଣଂ ତଂ ସପତ୍ନ୍ୟାସ୍ତନୟଂ ଧ୍ରୁବମ୍ ।
ସୁରୁଚିଃ ଶୃଣ୍ୱତୋ ରାଜ୍ଞଃ ସେର୍ଷ୍ୟମାହାତିଗର୍ୱିତା ॥ ୧୦॥
ନିଜ ସପତ୍ନୀଙ୍କର ପୁତ୍ର ଧ୍ରୁବ, ମହାରାଜଙ୍କ କୋଳକୁ ଯିବାକୁ ଚେଷ୍ଟା
କରୁଥିବା ଦେଖି, ଗର୍ବାନ୍ବିତା ସୁରୁଚି ଅତି କର୍କଶ ସ୍ବରରେ ତାଙ୍କୁ କହିଲେ |
ନ ବତ୍ସ ନୃପତେର୍ଧିଷ୍ଣ୍ୟଂ ଭବାନାରୋଢୁମର୍ହତି ।
ନ ଗୃହୀତୋ ମୟା ଯତ୍ତ୍ୱଂ କୁକ୍ଷାବପି ନୃପାତ୍ମଜଃ ॥ ୧୧॥
ରେ ବାଳକ ! ତୁ ରାଜସିଂହାସନରେ ବସିବାର ଯୋଗ୍ୟ ନୁହେଁ | ତୁ
ରାଜାଙ୍କର ପୁତ୍ର ହୋଇଥିଲେ କ’ଣ ହେବ, ମୁଁ ତ ତୋତେ ନିଜ ଗର୍ଭରେ ଧାରଣ କରିନାହିଁ |
ବାଲୋଽସି ବତ ନାତ୍ମାନମନ୍ୟସ୍ତ୍ରୀଗର୍ଭସମ୍ଭୃତମ୍ ।
ନୂନଂ ବେଦ ଭବାନ୍ ଯସ୍ୟ ଦୁର୍ଲଭେଽର୍ଥେ ମନୋରଥଃ ॥ ୧୨॥
ତୁ ଏବେ ଅବୋଧ, ତୋତେ ଜଣାନାହିଁ
କିପରି ସ୍ତ୍ରୀର ଗର୍ଭରୁ ତୁ ଜନ୍ମ ଗ୍ରହଣ କରିଛୁ;
ସେଥିପାଇଁ ତୁ ଏପରି ଦୁର୍ଲଭ ବିଷୟ ଇଚ୍ଛା କରୁଛୁ
|
ତପସାଽଽରାଧ୍ୟ ପୁରୁଷଂ ତସ୍ୟୈବାନୁଗ୍ରହେଣ ମେ ।
ଗର୍ଭେ ତ୍ୱଂ ସାଧୟାତ୍ମାନଂ ଯଦୀଚ୍ଛସି ନୃପାସନମ୍ ॥ ୧୩॥
ରାଜସିଂହାସନ ପ୍ରାପ୍ତ କରିବାକୁ ଯଦି ତୁ ଇଚ୍ଛା କରୁଥାଉ, ତେବେ ତପସ୍ୟା ଦ୍ବାରା ପରମ ପୁରୁଷ ଶ୍ରୀନାରାୟଣଙ୍କର ଆରାଧନା କର
ଏବଂ ତାଙ୍କ କୃପାରୁ ମୋ ଗର୍ଭରୁ ଜନ୍ମ ଗ୍ରହଣ କର |
ମୈତ୍ରେୟ ଉବାଚ
ମାତୁଃ ସପତ୍ନ୍ୟାଃ ସ ଦୁରୁକ୍ତିବିଦ୍ଧଃ
ଶ୍ୱସନ୍ ରୁଷା ଦଣ୍ଡହତୋ ଯଥାହିଃ ।
ହିତ୍ୱା ମିଷନ୍ତଂ ପିତରଂ ସନ୍ନବାଚଂ
ଜଗାମ ମାତୁଃ ପ୍ରରୁଦନ୍ ସକାଶମ୍ ॥ ୧୪॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ଲାଠିମାଡ ଖାଇ ସାପ ଯେପରି ଫୁ ଫୁ
ଗର୍ଜନ କରିଥାଏ, ସେହିପରି ନିଜ ସାବତ
ମା’ଙ୍କର କଠୋର ବଚନରେ
ମର୍ମାହତ ହୋଇ ଧ୍ରୁବ କ୍ରୋଧରେ ଦୀର୍ଘଶ୍ବାସ ନେବାରେ ଲାଗିଲେ | ତାଙ୍କର ପିତା ଚୁପଚାପ୍ ବସି
ସବୁକିଛି ଦେଖୁଥାଆନ୍ତି; ତାଙ୍କ ମୁଖରୁ ଗୋଟିଏ ବି ଶବ୍ଦ ବାହାରିଲା ନାହିଁ | ଧ୍ରୁବ ପିତାଙ୍କୁ
ଛାଡି କାନ୍ଦି କାନ୍ଦି ନିଜ ମା’ଙ୍କ ପାଖକୁ ଗଲେ |
ତଂ ନିଃଶ୍ୱସନ୍ତଂ ସ୍ଫୁରିତାଧରୋଷ୍ଠଂ
ସୁନୀତିରୁତ୍ସଙ୍ଗ ଉଦୂହ୍ୟ ବାଲମ୍ ।
ନିଶମ୍ୟ ତତ୍ପୌରମୁଖାନ୍ନିତାନ୍ତଂ
ସା ବିବ୍ୟଥେ ଯଦ୍ଗଦିତଂ ସପତ୍ନ୍ୟା ॥ ୧୫॥
ତାଙ୍କର ଦୁଇଟିଯାକ ଓଠ ଥରିବାରେ ଲାଗିଥାଏ ଏବଂ ସେ ଧକେଇ ଧକେଇ କାନ୍ଦୁଥାଆନ୍ତି
| ସୁନୀତି ତାଙ୍କ ପୁତ୍ରକୁ କୋଳକୁ ଉଠାଇ ନେଲେ ଏବଂ ମହଲର ଅନ୍ୟମାନଙ୍କଠାରୁ ନିଜ ସପତ୍ନୀ
କହିଥିବା କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ |
ସୋତ୍ସୃଜ୍ୟ ଧୈର୍ୟଂ ବିଲଲାପ ଶୋକ-
ଦାବାଗ୍ନିନା ଦାବଲତେବ ବାଲା ।
ବାକ୍ୟଂ ସପତ୍ନ୍ୟାଃ ସ୍ମରତୀ ସରୋଜ-
ଶ୍ରିୟା ଦୃଶା ବାଷ୍ପକଲାମୁବାହ ॥ ୧୬॥
ତାଙ୍କର ଧୈର୍ଯ୍ୟ ତୁଟିଗଲା ଏବଂ ଦାବାନଳରେ ଦଗ୍ଧ ହୋଇଥିବା ଲତା ପରି
ଶୋକ ସଂତପ୍ତ ହୋଇ ସେ ଝାଉଁଳି ପଡିଲେ ତଥା ବିଳାପ କରିବାରେ ଲାଗିଲେ | ସପତ୍ନୀଙ୍କର ଆକ୍ଷେପ
ସ୍ମରଣ କରି ତାଙ୍କର କମଳ ସଦୃଶ ନେତ୍ରରୁ ଅଶ୍ରୁସ୍ରାବ ହେବାରେ ଲାଗିଲା |
ଦୀର୍ଘଂ ଶ୍ୱସନ୍ତୀ ବୃଜିନସ୍ୟ ପାର-
ମପଶ୍ୟତୀ ବାଲକମାହ ବାଲା ।
ମାମଙ୍ଗଲଂ ତାତ ପରେଷୁ ମଂସ୍ଥା
ଭୁଙ୍କ୍ତେ ଜନୋ ଯତ୍ପରଦୁଃଖଦସ୍ତତ୍ ॥ ୧୭॥
ସେହି ବିଚାରୀଙ୍କୁ ନିଜ ଦୁଃଖପାରାବାରର କେଉଁଠି ଅନ୍ତ ଦେଖାଯାଉ ନ
ଥିଲା | ଗଭୀର ଶ୍ବାସ ନେଇ ସେ ଧ୍ରୁବଙ୍କୁ କହିଲେ,
‘ପୁତ୍ର ! ତୁ ଅନ୍ୟମାନଙ୍କର କୌଣସି ଅମଙ୍ଗଳ କାମନା କରନାହିଁ; କାରଣ ଯିଏ ଅନ୍ୟମାନଙ୍କୁ ଦୁଃଖ ଦେଇଥାଏ, ସେ ସ୍ବୟଂ ହିଁ ତା’ର
ଫଳ ଭୋଗ କରିଥାଏ |
ସତ୍ୟଂ ସୁରୁଚ୍ୟାଭିହିତଂ ଭବାନ୍ ମେ
ଯଦ୍ଦୁର୍ଭଗାୟା ଉଦରେ ଗୃହୀତଃ ।
ସ୍ତନ୍ୟେନ ବୃଦ୍ଧଶ୍ଚ ବିଲଜ୍ଜତେ ଯାଂ
ଭାର୍ୟେତି ବା ବୋଢୁମିଡସ୍ପତିର୍ମାମ୍ ॥ ୧୮॥
ସୁରୁଚି ଯାହାକିଛି କହିଲେ,
ତାହା ସତ୍ୟ ଅଟେ; କାରଣ ପତ୍ନୀ ଭାବରେ
ତ ନୁହେଁ, ମୋତେ ଦାସୀ ଭାବରେ
ସ୍ବୀକାର କରିବାକୁ ମଧ୍ୟ ମହାରାଜ ଲଜ୍ୟାବୋଧ କରନ୍ତି | ମୋ ପରି ଅଭାଗିନୀର ଗର୍ଭରୁ ଜନ୍ମ ହୋଇ
ତୁ ମୋର ସ୍ତନ୍ୟପାନ କରି ବଡ ହୋଇଛୁ |
ଆତିଷ୍ଠ ତତ୍ତାତ ବିମତ୍ସରସ୍ତ୍ୱ-
ମୁକ୍ତଂ ସମାତ୍ରାପି ଯଦବ୍ୟଲୀକମ୍ ।
ଆରାଧୟାଧୋକ୍ଷଜପାଦପଦ୍ମଂ
ଯଦୀଚ୍ଛସେଽଧ୍ୟାସନମୁତ୍ତମୋ ଯଥା ॥ ୧୯॥
ପୁତ୍ର ! ତୋର ସାବତ ମା’
ହୋଇ ମଧ୍ୟ ସୁରୁଚି ପୂରାପୁରି ଠିକ୍ କଥା କହିଛନ୍ତି; ତେଣୁ ଯଦି ତୁ ରାଜକୁମାର ଉତ୍ତମ ପରି
ରାଜସିଂହାସନରେ ବସିବାକୁ ଇଚ୍ଛା କରୁଥାଉ, ତେବେ ଦ୍ବେଷଭାବ
ତ୍ୟାଗ କରି ତାଙ୍କ ଉପଦେଶର ଅନୁସରଣ କର | ଶ୍ରୀଅଧୋକ୍ଷଜ ଭଗବାନଙ୍କ ଚରଣକମଳର ଆରାଧନା କର |
ଯସ୍ୟାଙ୍ଘ୍ରିପଦ୍ମଂ ପରିଚର୍ୟ ବିଶ୍ୱ-
ବିଭାବନାୟାତ୍ତଗୁଣାଭିପତ୍ତେଃ ।
ଅଜୋଽଧ୍ୟତିଷ୍ଠତ୍ଖଲୁ ପାରମେଷ୍ଠ୍ୟଂ
ପଦଂ ଜିତାତ୍ମଶ୍ୱସନାଭିବନ୍ଦ୍ୟମ୍ ॥ ୨୦॥
ସଂସାର ପାଳନ ନିମନ୍ତେ ସତ୍ତ୍ବଗୁଣକୁ ଅଙ୍ଗୀକାର କରିଥିବା ସେହି
ଶ୍ରୀହରିଙ୍କ ଚରଣର ଆରାଧନା କରିବା ଦ୍ବାରା ହିଁ ତୋର ପ୍ରପିତାମହ ବ୍ରହ୍ମାଜୀଙ୍କୁ ସେହି
ସର୍ବଶ୍ରେଷ୍ଠ ପଦ ପ୍ରାପ୍ତ ହୋଇଛି, ଯାହା ମନ ଓ ପ୍ରାଣକୁ ଜୟ କରିଥିବା ମୁନିମାନଙ୍କର ମଧ୍ୟ
ବନ୍ଦନୀୟ ଅଟେ |
ତଥା ମନୁର୍ୱୋ ଭଗବାନ୍ ପିତାମହୋ
ଯମେକମତ୍ୟା ପୁରୁଦକ୍ଷିଣୈର୍ମଖୈଃ ।
ଇଷ୍ଟ୍ୱାଭିପେଦେ ଦୁରବାପମନ୍ୟତୋ
ଭୌମଂ ସୁଖଂ ଦିବ୍ୟମଥାପବର୍ଗ୍ୟମ୍ ॥ ୨୧॥
ସେହିପରି ତୋର ପିତାମହ ସ୍ବାୟମ୍ଭୂବ ମନୁ ମଧ୍ୟ ଶ୍ରେଷ୍ଠ ଦାନଯୁକ୍ତ
ଯଜ୍ଞ ଦ୍ବାରା ଅନନ୍ୟଭାବରେ ସେହି ଭଗବାନଙ୍କର ଆରାଧନା କରିଥିଲେ, ଯାହାର ଫଳସ୍ବରୂପ ତାଙ୍କୁ ଅନ୍ୟମାନଙ୍କ ପାଇଁ ଅତି ଦୁର୍ଲଭ ଲୌକିକ, ଅଲୌକିକ ଏବଂ ମୋକ୍ଷସୁଖର ପ୍ରାପ୍ତି ହୋଇଥିଲା |
ତମେବ ବତ୍ସାଶ୍ରୟ ଭୃତ୍ୟବତ୍ସଲଂ
ମୁମୁକ୍ଷୁଭିର୍ମୃଗ୍ୟପଦାବ୍ଜପଦ୍ଧତିମ୍ ।
ଅନନ୍ୟଭାବେ ନିଜଧର୍ମଭାବିତେ
ମନସ୍ୟବସ୍ଥାପ୍ୟ ଭଜସ୍ୱ ପୂରୁଷମ୍ ॥ ୨୨॥
ପୁତ୍ର ! ତୁମେ ମଧ୍ୟ ସେହି ଭକ୍ତବତ୍ସଳ ଶ୍ରୀଭଗବାନଙ୍କର ହିଁ ଆଶ୍ରୟ
ଗ୍ରହଣ କର | ଜନ୍ମ-ମୃତ୍ୟୁର ଚକ୍ରରୁ ମୁକ୍ତି ପାଇବାକୁ ଇଚ୍ଛୁକ ମୁମୁକ୍ଷୁଜନ ନିରନ୍ତର ତାଙ୍କ
ଚରଣକମଳର ମାର୍ଗ ଅନ୍ବେଷଣ କରୁଥାଆନ୍ତି | ତୁମେ ସ୍ବଧର୍ମପାଳନରେ ପବିତ୍ର ହୋଇଥିବା ଚିତ୍ତରେ
ଶ୍ରୀପୁରୁଷୋତ୍ତମ ଭଗବାନଙ୍କୁ ଧାରଣ କର ତଥା ଅନ୍ୟ ସମସ୍ତଙ୍କର ଚିନ୍ତନ ତ୍ୟାଗ କରି କେବଳ
ତାଙ୍କର ଭଜନ କର |
ନାନ୍ୟଂ ତତଃ ପଦ୍ମପଲାଶଲୋଚନା-
ଦ୍ଦୁଃଖଚ୍ଛିଦଂ ତେ ମୃଗୟାମି କଞ୍ଚନ ।
ଯୋ ମୃଗ୍ୟତେ ହସ୍ତଗୃହୀତପଦ୍ମୟା
ଶ୍ରିୟେତରୈରଙ୍ଗ ବିମୃଗ୍ୟମାଣୟା ॥ ୨୩॥
ପୁତ୍ର ! ସେହି କମଳ-ଦଳ-ଲୋଚନ ଶ୍ରୀହରିଙ୍କ ବ୍ୟତିତ ତୁମର ଦୁଃଖ ଦୂର
କରିବା ପାଇଁ ମୋତେ ଅନ୍ୟ କେହି ଦେଖାଯାଉ ନାହାଁନ୍ତି | ଦେଖ,
ଯାହାକୁ ପ୍ରସନ୍ନ କରିବା ପାଇଁ ବ୍ରହ୍ମାଦି ଅନ୍ୟ ସବୁ ଦେବତା ନିରନ୍ତର ପ୍ରୟାସ କରୁଥାଆନ୍ତି, ସେହି ଲକ୍ଷ୍ମୀଦେବୀ ମଧ୍ୟ ଦୀପକ ପରି ହାତରେ କମଳ ଧରି ନିରନ୍ତର
ସେହି ଶ୍ରୀହରିଙ୍କର ଅନ୍ବେଷଣ କରୁଥାଆନ୍ତି |
ମୈତ୍ରେୟ ଉବାଚ
ଏବଂ ସଞ୍ଜଲ୍ପିତଂ ମାତୁରାକର୍ଣ୍ୟାର୍ଥାଗମଂ ବଚଃ ।
ସନ୍ନିୟମ୍ୟାତ୍ମନାଽଽତ୍ମାନଂ ନିଶ୍ଚକ୍ରାମ ପିତୁଃ ପୁରାତ୍ ॥ ୨୪॥
ମୈତ୍ରେୟ କହୁଛନ୍ତି – ମାତା ସୁନୀତିଙ୍କର ବଚନ ଅଭୀଷ୍ଟ ପ୍ରାପ୍ତିର
ମାର୍ଗ ଦର୍ଶାଉ ଥିଲା | ତାହା ଶୁଣି ଧ୍ରୁବ ବୁଦ୍ଧି ଦ୍ବାରା ନିଜର ଚିତ୍ତକୁ ସ୍ଥିର କଲେ ଏବଂ
ତାପରେ ସେ ନିଜ ପିତାଙ୍କ ନଗରୀରୁ ବାହାରକୁ ଯିବାରେ ଲାଗିଲେ |
ନାରଦସ୍ତଦୁପାକର୍ଣ୍ୟ ଜ୍ଞାତ୍ୱା ତସ୍ୟ ଚିକୀର୍ଷିତମ୍ ।
ସ୍ପୃଷ୍ଟ୍ୱା ମୂର୍ଧନ୍ୟଘଘ୍ନେନ ପାଣିନା ପ୍ରାହ ବିସ୍ମିତଃ ॥ ୨୫॥
ଏହି ସବୁ ସମାଚାର ଶୁଣି ଏବଂ ଧ୍ରୁବ କ’ଣ କରିବାକୁ ଇଚ୍ଛା କରୁଛନ୍ତି ଜାଣି ଦେବର୍ଷି ନାରଦ ସେଠାରେ ଆସି ପହଞ୍ଚିଲେ | ସେ ଧ୍ରୁବଙ୍କ ମସ୍ତକରେ ନିଜ ପାପନାଶକ କର-କମଳ ଧାରଣ କରି ମନେ-ମନେ ବିସ୍ମିତ ହୋଇ କହିଲେ -
ଅହୋ ତେଜଃ କ୍ଷତ୍ରିୟାଣାଂ ମାନଭଙ୍ଗମମୃଷ୍ୟତାମ୍ ।
ବାଲୋଽପ୍ୟଯଂ ହୃଦା ଧତ୍ତେ ଯତ୍ସମାତୁରସଦ୍ୱଚଃ ॥ ୨୬॥
ଆହା ! ଏହି କ୍ଷତ୍ରିୟମାନଙ୍କର ତେଜ କେତେ ଅଦ୍ଭୁତ ଅଟେ, ଏମାନେ
କିଂଚିତ୍ ବି ମାନ-ଭଙ୍ଗ ସହନ କରିପାରନ୍ତି ନାହିଁ | ଦେଖ,
ଏହି ଅବୋଧ ବାଳକର ହୃଦୟରେ ମଧ୍ୟ ନିଜ ସାବତ ମା’ଙ୍କର
କଟୁ ବଚନ ଏପରି ଆଲୋଡନ ସୃଷ୍ଟି କଲା |
ନାରଦ ଉବାଚ
ନାଧୁନାପ୍ୟବମାନଂ ତେ ସମ୍ମାନଂ ବାପି ପୁତ୍ରକ ।
ଲକ୍ଷୟାମଃ କୁମାରସ୍ୟ ସକ୍ତସ୍ୟ କ୍ରୀଡନାଦିଷୁ ॥ ୨୭॥
ଦେବର୍ଷି ନାରଦ ଧ୍ରୁବଙ୍କୁ କହିଲେ – ପୁତ୍ର ! ଏବେ ତୁମେ ଅତି ଅଳ୍ପ
ବୟସର ଜଣେ ବାଳକ ଭାବରେ ଖେଳ-କୁଦରେ ମସ୍ତ ରହିବା କଥା | ମୁଁ ବିଶ୍ବାସ କରୁନାହିଁ ଯେ ଏହି
ବୟସରେ କାହା କଥାରେ ତୁମେ ସମ୍ମାନ ବା ଅପମାନ ବୋଧ କରିଥିବ |
ବିକଲ୍ପେ ବିଦ୍ୟମାନେଽପି ନ ହ୍ୟସନ୍ତୋଷହେତବଃ ।
ପୁଂସୋ ମୋହମୃତେ ଭିନ୍ନା ଯଲ୍ଲୋକେ ନିଜକର୍ମଭିଃ ॥ ୨୮॥
ଯଦି ତୁମ ମନରେ ମାନ-ଅପମାନର ବିଚାର ଉତ୍ପନ୍ନ ହେଉଥାଏ, ତେବେ ଶୁଣ, ବାସ୍ତବରେ ମନୁଷ୍ୟର
ସମସ୍ତ ଅସନ୍ତୋଷର କାରଣ ମୋହ ବ୍ୟତିତ ଅନ୍ୟ କିଛି ନୁହେଁ | ସଂସାରରେ ମନୁଷ୍ୟ ନିଜ କର୍ମାନୁସାରେ
ହିଁ ମାନ-ଅପମାନ ବା ସୁଖ-ଦୁଃଖ ଆଦିକୁ ପ୍ରାପ୍ତ ହୋଇଥାଏ |
ପରିତୁଷ୍ୟେତ୍ତତସ୍ତାତ ତାବନ୍ମାତ୍ରେଣ ପୂରୁଷଃ ।
ଦୈବୋପସାଦିତଂ ଯାବଦ୍ୱୀକ୍ଷ୍ୟେଶ୍ୱରଗତିଂ ବୁଧଃ ॥ ୨୯॥
ହେ ବତ୍ସ ! ଭଗବାନଙ୍କର ଗତି ଅତି ବିଚିତ୍ର ଅଟେ | ତାହା ଉପରେ ବିଚାର
କରି ଦୈବବଶ ବୁଦ୍ଧିମାନ ପୁରୁଷକୁ ଯେପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ, ସେଥିରେ ସେ ସନ୍ତୁଷ୍ଟ ରହିବା ଉଚିତ୍ |
ଅଥ ମାତ୍ରୋପଦିଷ୍ଟେନ ଯୋଗେନାବରୁରୁତ୍ସସି ।
ଯତ୍ପ୍ରସାଦଂ ସ ବୈ ପୁଂସାଂ ଦୁରାରାଧ୍ୟୋ ମତୋ ମମ ॥ ୩୦॥
ଏବେ ମାତାଙ୍କ ଉପଦେଶରେ ତୁମେ ଯୋଗସାଧନ ଦ୍ବାରା ଯେଉଁ ଭଗବାନଙ୍କର
କୃପା ପ୍ରାପ୍ତ କରିବାକୁ ପ୍ରୟାସ କରୁଛ, ମୋ ବିଚାରରେ ତାଙ୍କୁ ପ୍ରସନ୍ନ କରିବା ବହୁତ କଠିନ ଅଟେ
|
ମୁନୟଃ ପଦବୀଂ ଯସ୍ୟ ନିଃସଙ୍ଗେନୋରୁଜନ୍ମଭିଃ ।
ନ ବିଦୁର୍ମୃଗୟନ୍ତୋଽପି ତୀବ୍ରୟୋଗସମାଧିନା ॥ ୩୧॥
ଯୋଗୀମାନେ ଅନେକ ଜନ୍ମ ଧରି ଅନାସକ୍ତ ରହି ସମାଧିଯୋଗ ଦ୍ବାରା
ଅତ୍ୟନ୍ତ କଠୋର ସାଧନା କରୁଥାଆନ୍ତି, ତଥାପି ସେମାନେ
ଭଗବାନଙ୍କ ମାର୍ଗର ଠିକଣା ପ୍ରାପ୍ତ କରିପାରନ୍ତି ନାହିଁ |
ଅତୋ ନିବର୍ତତାମେଷ ନିର୍ବନ୍ଧସ୍ତବ ନିଷ୍ଫଲଃ ।
ଯତିଷ୍ୟତି ଭବାନ୍ କାଲେ ଶ୍ରେୟସାଂ ସମୁପସ୍ଥିତେ ॥ ୩୨॥
ସେଥିପାଇଁ ତୁମେ ଏହି ବୃଥା ଜିଦ୍ ଛାଡି ଘରକୁ ଫେରିଯାଅ; ବଡ ହେବା
ପରେ ଯେତେବେଳେ ପରମାର୍ଥ-ସାଧନର ସମୟ ଆସିବ, ସେତେବେଳେ ତନ୍ନିମିତ୍ତ ପ୍ରଯତ୍ନ କରିବ |
ଯସ୍ୟ ଯଦ୍ଦୈବବିହିତଂ ସ ତେନ ସୁଖଦୁଃଖୟୋଃ ।
ଆତ୍ମାନଂ ତୋଷୟନ୍ ଦେହୀ ତମସଃ ପାରମୃଚ୍ଛତି ॥ ୩୩॥
ବିଧାତାର ବିଧାନ ଅନୁସାରେ ସୁଖ-ଦୁଃଖ ଯାହା ବି ପ୍ରାପ୍ତ ହେଉଛି, ସେଥିରେ ଚିତ୍ତକୁ ସନ୍ତୁଷ୍ଟ ରଖିବା ଉଚିତ୍ | ଏପରି କରୁଥିବା ପୁରୁଷ
ମୋହମୟ ସଂସାରରୁ ପାର ପାଇ ଯାଆନ୍ତି |
ଗୁଣାଧିକାନ୍ମୁଦଂ ଲିପ୍ସେଦନୁକ୍ରୋଶଂ ଗୁଣାଧମାତ୍ ।
ମୈତ୍ରୀଂ ସମାନାଦନ୍ୱିଚ୍ଛେନ୍ନ ତାପୈରଭିଭୂୟତେ ॥ ୩୪॥
ମନୁଷ୍ୟ ନିଜଠାରୁ ଅଧିକ ଗୁଣବାନକୁ ଦେଖି ପ୍ରସନ୍ନ ହେବା, ନିଜଠାରୁ କମ୍ ଗୁଣବାନକୁ ଦୟା କରିବା ଏବଂ ନିଜ ସମତୁଲ୍ୟ ଗୁଣବାନ
ସହିତ ମିତ୍ରତା କରିବା ଆବଶ୍ୟକ | ଏପରି କରିବା ଦ୍ବାରା ସେ ଦୁଃଖରେ କେବେ ବି ଦ୍ରବୀଭୂତ
ହୁଏନାହିଁ |
ଧ୍ରୁବ ଉବାଚ
ସୋଽୟଂ ଶମୋ ଭଗବତା ସୁଖଦୁଃଖହତାତ୍ମନାମ୍ ।
ଦର୍ଶିତଃ କୃପୟା ପୁଂସାଂ ଦୁର୍ଦର୍ଶୋଽସ୍ମଦ୍ୱିଧୈସ୍ତୁ ଯଃ ॥ ୩୫॥
ଧ୍ରୁବ କହିଲେ – ଭଗବନ୍ ! ସୁଖ-ଦୁଃଖ ଦ୍ବାରା ଯେଉଁମାନଙ୍କର ଚିତ୍ତ
ଚଞ୍ଚଳ ହୋଇଯାଏ, ସେମାନଙ୍କ ପାଇଁ ଆପଣ
କୃପା କରି ଶାନ୍ତିର ଏହି ଅତି ସୁନ୍ଦର ଉପାୟ ନିର୍ଦ୍ଦେଶ କରିଛନ୍ତି | କିନ୍ତୁ ମୋ ପରି
ଅଜ୍ଞାନୀମାନଙ୍କର ଦୃଷ୍ଟି ସେପର୍ଯ୍ୟନ୍ତ ଯାଇ ପାରେ ନାହିଁ |
ଅଥାପି ମେଽବିନୀତସ୍ୟ କ୍ଷାତ୍ରଂ ଘୋରମୁପେୟୁଷଃ ।
ସୁରୁଚ୍ୟା ଦୁର୍ୱଚୋ ବାଣୈର୍ନ ଭିନ୍ନେ ଶ୍ରୟତେ ହୃଦି ॥ ୩୬॥
ଏତଦ୍ ବ୍ୟତିତ, ମୋତେ ଘୋର କ୍ଷତ୍ରିୟ
ସ୍ବଭାବ ପ୍ରାପ୍ତ ଅଟେ, ଅତଏବ ମୋଠାରେ ବିନୟର
ପ୍ରାୟତଃ ଅଭାବ ରହିଛି | ସୁରୁଚି ନିଜ କଟୁବଚନରେ ମୋର ହୃଦୟକୁ ବିଦୀର୍ଣ୍ଣ କରି ଦେଇଛନ୍ତି; ସେଥିପାଇଁ ଆପଣଙ୍କର ଉପଦେଶକୁ ତାହା ଧାରଣ କରିପାରୁ ନାହିଁ |
ପଦଂ ତ୍ରିଭୁବନୋତ୍କୃଷ୍ଟଂ ଜିଗୀଷୋଃ ସାଧୁ ବର୍ତ୍ମ ମେ ।
ବ୍ରୂହ୍ୟସ୍ମତ୍ପିତୃଭିର୍ବ୍ରହ୍ମନ୍ନନ୍ୟୈରପ୍ୟନଧିଷ୍ଠିତମ୍ ॥ ୩୭॥
ବ୍ରହ୍ମନ୍ ! ମୁଁ ସେହି ପଦରେ ଅଧିକାର ପ୍ରାପ୍ତ କରିବାକୁ ଇଚ୍ଛା
କରୁଛି, ଯାହା ତ୍ରିଲୋକୀରେ
ସର୍ବଶ୍ରେଷ୍ଠ ଅଟେ ତଥା ଯେଉଁ ପଦରେ ମୋର ପିତା-ପିତାମହ କିମ୍ବା ଅନ୍ୟ କେହି ଆରୂଢ ହୋଇପାରି
ନାହାଁନ୍ତି | ଆପଣ ମୋତେ ତାହାର ପ୍ରାପ୍ତି ନିମନ୍ତେ କୌଣସି ଉତ୍ତମ ମାର୍ଗ ନିର୍ଦ୍ଦେଶ କରନ୍ତୁ
|
ନୂନଂ ଭବାନ୍ ଭଗବତୋ ଯୋଽଙ୍ଗଜଃ ପରମେଷ୍ଠିନଃ ।
ବିତୁଦନ୍ନଟତେ ବୀଣାଂ ହିତାର୍ଥଂ ଜଗତୋଽର୍କବତ୍ ॥ ୩୮॥
ଆପଣ ବ୍ରହ୍ମାଜୀଙ୍କର ପୁତ୍ର ଅଟନ୍ତି ଏବଂ ସଂସାରର କଲ୍ୟାଣ ନିମନ୍ତେ
ବୀଣା ବାଦନ କରି ଆପଣ ସୂର୍ଯ୍ୟଙ୍କ ପରି ତ୍ରିଲୋକରେ ବିଚରଣ କରୁଥାଆନ୍ତି |
ମୈତ୍ରେୟ ଉବାଚ
ଇତ୍ୟୁଦାହୃତମାକର୍ଣ୍ୟ ଭଗବାନ୍ନାରଦସ୍ତଦା ।
ପ୍ରୀତଃ ପ୍ରତ୍ୟାହ ତଂ ବାଲଂ ସଦ୍ୱାକ୍ୟମନୁକମ୍ପୟା ॥ ୩୯॥
ମୈତ୍ରେୟ କହୁଛନ୍ତି – ଧ୍ରୁବଙ୍କ କଥା ଶୁଣି ଭଗବାନ ନାରଦ ବହୁତ
ପ୍ରସନ୍ନ ହେଲେ ଏବଂ ତାଙ୍କ ପ୍ରତି କୃପା କରିବାକୁ ଯାଇ ତାଙ୍କୁ ଏହିପରି ସଦୁପଦେଶ ଦେଲେ |
ନାରଦ ଉବାଚ
ଜନନ୍ୟାଭିହିତଃ ପନ୍ଥାଃ ସ ବୈ ନିଃଶ୍ରେୟସସ୍ୟ ତେ ।
ଭଗବାନ୍ ବାସୁଦେବସ୍ତଂ ଭଜ ତତ୍ପ୍ରବଣାତ୍ମନା ॥ ୪୦॥
ଦେବର୍ଷି ନାରଦ କହିଲେ – ପୁତ୍ର ! ତୁମ ମାତା ସୁନୀତି ତୁମକୁ ଯେଉଁ
କଥା କହିଛନ୍ତି, ତାହା ହିଁ ତୁମ ପାଇଁ
ପରମ କଲ୍ୟାଣର ମାର୍ଗ ଅଟେ | ଭଗବାନ ବାସୁଦେବ ହିଁ ସେହି ଉପାୟ ଅଟନ୍ତି, ଅତଏବ ତୁମେ ଚିତ୍ତ ଲଗାଇ ତାଙ୍କର ଭଜନ କର |
ଧର୍ମାର୍ଥକାମମୋକ୍ଷାଖ୍ୟଂ ଯ ଇଚ୍ଛେଚ୍ଛ୍ରେୟ ଆତ୍ମନଃ ।
ଏକମେବ ହରେସ୍ତତ୍ର କାରଣଂ ପାଦସେବନମ୍ ॥ ୪୧॥
ଯେଉଁ ପୁରୁଷର ନିଜ ପାଇଁ ଧର୍ମ,
ଅର୍ଥ, କାମ ଏବଂ ମୋକ୍ଷରୂପ
ପୁରୁଷାର୍ଥର ଅଭିଳାଷ ରହିଥାଏ, ସେମାନଙ୍କ ନିମନ୍ତେ ସେହି
ପୁରୁଷାର୍ଥ ପ୍ରାପ୍ତିର ଏକମାତ୍ର ଉପାୟ ଶ୍ରୀହରିଙ୍କର ଚରଣ ସେବନ ଅଟେ |
ତତ୍ତାତ ଗଚ୍ଛ ଭଦ୍ରଂ ତେ ଯମୁନାୟାସ୍ତଟଂ ଶୁଚି ।
ପୁଣ୍ୟଂ ମଧୁବନଂ ଯତ୍ର ସାନ୍ନିଧ୍ୟଂ ନିତ୍ୟଦା ହରେଃ ॥ ୪୨॥
ପୁତ୍ର ! ତୁମର କଲ୍ୟାଣ ହେଉ | ଏବେ ତୁମେ ଶ୍ରୀଯମୁନା ତଟବର୍ତ୍ତୀ
ପରମ ପବିତ୍ର ମଧୁବନକୁ ଯାଅ; ତାହା ଶ୍ରୀହରିଙ୍କର
ନିତ୍ୟ-ନିବାସ ଅଟେ |
ସ୍ନାତ୍ୱାନୁସବନଂ ତସ୍ମିନ୍ କାଲିନ୍ଦ୍ୟାଃ ସଲିଲେ ଶିବେ ।
କୃତ୍ୱୋଚିତାନି ନିବସନ୍ନାତ୍ମନଃ କଲ୍ପିତାସନଃ ॥ ୪୩॥
ସେଠାରେ ଶ୍ରୀକାଳିନ୍ଦୀଙ୍କ ନିର୍ମଳ ଜଳରେ ତ୍ରିକାଳ ସ୍ନାନ କରି
ନିତ୍ୟକର୍ମରୁ ନିବୃତ୍ତ ହୋଇ ଯଥାବିଧି ଆସନ ବିଛାଇ ସ୍ଥିରଆସନରେ ଉପବେଶନ କର |
ପ୍ରାଣାୟାମେନ ତ୍ରିବୃତା ପ୍ରାଣେନ୍ଦ୍ରିୟମନୋମଲମ୍ ।
ଶନୈର୍ୱ୍ୟୁଦସ୍ୟାଭିଧ୍ୟାୟେନ୍ମନସା ଗୁରୁଣା ଗୁରୁମ୍ ॥ ୪୪॥
ତତ୍ ପଶ୍ଚାତ୍ ରେଚକ,
ପୂରକ ଏବଂ କୁମ୍ଭକ – ଏହି ତିନି ପ୍ରକାରର ପ୍ରାଣାୟାମ ଦ୍ବାରା ଧୀରେ ଧୀରେ ପ୍ରାଣ, ମନ ଏବଂ ଇନ୍ଦ୍ରିୟର ଦୋଷକୁ ଦୂର କରି ଧୈର୍ଯ୍ୟଯୁକ୍ତ ମନରେ ପରମଗୁରୁ
ଶ୍ରୀଭଗବାନଙ୍କର ଏହିପରି ଧ୍ୟାନ କର |
ପ୍ରସାଦାଭିମୁଖଂ ଶଶ୍ୱତ୍ପ୍ରସନ୍ନବଦନେକ୍ଷଣମ୍ ।
ସୁନାସଂ ସୁଭ୍ରୁବଂ ଚାରୁକପୋଲଂ ସୁରସୁନ୍ଦରମ୍ ॥ ୪୫॥
ଭଗବାନଙ୍କର ନେତ୍ର ଏବଂ ମୁଖ ନିରନ୍ତର ପ୍ରସନ୍ନ ରହିଥାଏ; ତାଙ୍କୁ
ଦେଖିଲେ ମନେହୁଏ ସତେ ଯେପରି ସେ ପ୍ରସନ୍ନତାପୂର୍ବକ ଭକ୍ତମାନଙ୍କୁ ବର ଦେବା ପାଇଁ ଉଦ୍ୟତ
| ତାଙ୍କର ନାସିକା, ଭ୍ରୁ ଏବଂ କପୋଳ
ଅତ୍ୟନ୍ତ ରମଣୀୟ ଅଟେ; ସବୁ ଦେବତାଙ୍କ
ମଧ୍ୟରେ ସେ ପରମ ସୁନ୍ଦର ଅଟନ୍ତି |
ତରୁଣଂ ରମଣୀୟାଙ୍ଗମରୁଣୋଷ୍ଠେକ୍ଷଣାଧରମ୍ ।
ପ୍ରଣତାଶ୍ରୟଣଂ ନୃମ୍ଣଂ ଶରଣ୍ୟଂ କରୁଣାର୍ଣବମ୍ ॥ ୪୬॥
ତାଙ୍କର ତରୁଣ ଅବସ୍ଥା,
ଅତ୍ୟନ୍ତ ସୁଢ଼ଳ ଅଙ୍ଗକାନ୍ତି, ଅରୁଣ ଅଧର ଏବଂ
ନେତ୍ର – ସେ ପ୍ରଣତଜନଙ୍କର ଆଶ୍ରୟଦାତା, ଅପାର ସୁଖଦାୟକ, ଶରଣାଗତବତ୍ସଳ ଏବଂ ଦୟାସାଗର ଅଟନ୍ତି |
ଶ୍ରୀବତ୍ସାଙ୍କଂ ଘନଶ୍ୟାମଂ ପୁରୁଷଂ ବନମାଲିନମ୍ ।
ଶଙ୍ଖଚକ୍ରଗଦାପଦ୍ମୈରଭିବ୍ୟକ୍ତଚତୁର୍ଭୁଜମ୍ ॥ ୪୭॥
ତାଙ୍କର ବକ୍ଷସ୍ଥଳରେ ଶ୍ରୀବତ୍ସ-ଚିହ୍ନ ରହିଛି; ତାଙ୍କର ଶରୀର ସଜଳ ଜଳଦ ପରି ଶ୍ୟାମ-ବର୍ଣ୍ଣ ଅଟେ; ସେହି ପରମ ପୁରୁଷ ଶ୍ୟାମସୁନ୍ଦର ନିଜ ଗଳାରେ ବନମାଳ ଧାରଣ କରିଛନ୍ତି
ଏବଂ ତାଙ୍କର ଚତୁର୍ଭୁଜ ଶଂଖ, ଚକ୍ର, ଗଦା, ପଦ୍ମରେ ସୁଶୋଭିତ |
କିରୀଟିନଂ କୁଣ୍ଡଲିନଂ କେୟୂରବଲୟାନ୍ୱିତମ୍ ।
କୌସ୍ତୁଭାଭରଣଗ୍ରୀବଂ ପୀତକୌଶେୟବାସସମ୍ ॥ ୪୮॥
ତାଙ୍କର ଅଙ୍ଗ-ପ୍ରତ୍ୟଙ୍ଗ କିରୀଟ,
କୁଣ୍ଡଳ, କେୟୂର ଏବଂ କଙ୍କଣ ଆଦି ଆଭୂଷଣରେ ବିଭୂଷିତ;
ତାଙ୍କର ଗଳା କୌସ୍ତୁଭମଣିର ଶୋଭାକୁ ମଧ୍ୟ ବର୍ଦ୍ଧିତ କରୁଛି ତଥା ଶରୀରରେ ସେ ରେଶମୀ ପୀତାମ୍ବର
ପରିଧାନ କରିଛନ୍ତି |
କାଞ୍ଚୀକଲାପପର୍ୟସ୍ତଂ ଲସତ୍କାଞ୍ଚନନୂପୁରମ୍ ।
ଦର୍ଶନୀୟତମଂ ଶାନ୍ତଂ ମନୋନୟନବର୍ଧନମ୍ ॥ ୪୯॥
ତାଙ୍କର କଟିଦେଶ କାଞ୍ଚନ ଅଣ୍ଟାସୂତା ଏବଂ ଚରଣ ସୁବର୍ଣ୍ଣମୟ ନୂପୁରରେ
ସୁଶୋଭିତ | ଭଗବାନଙ୍କର ସ୍ବରୂପ ପରମ ଦର୍ଶନୀୟ,
ଶାନ୍ତ ତଥା ମନ ଏବଂ ନେତ୍ରକୁ ଆନନ୍ଦଦାୟକ ଅଟେ |
ପଦ୍ଭ୍ୟାଂ ନଖମଣିଶ୍ରେଣ୍ୟା ବିଲସଦ୍ଭ୍ୟାଂ ସମର୍ଚତାମ୍ ।
ହୃତ୍ପଦ୍ମକର୍ଣିକାଧିଷ୍ଣ୍ୟମାକ୍ରମ୍ୟାତ୍ମନ୍ୟବସ୍ଥିତମ୍ ॥ ୫୦॥
ଯେଉଁମାନେ ପ୍ରଭୁଙ୍କର ମାନସ-ପୂଜନ କରନ୍ତି, ସେମାନଙ୍କର ଅନ୍ତଃକରଣରେ ସେ ହୃଦୟକମଳର କର୍ଣ୍ଣିକା ଉପରେ ନିଜ
ନଖ-ମଣିମଣ୍ଡିତ ମନୋହର ପାଦାରବିନ୍ଦ ସ୍ଥାପିତ କରି ବିରାଜମାନ କରିଥାଆନ୍ତି |
ସ୍ମୟମାନମଭିଧ୍ୟାୟେତ୍ସାନୁରାଗାବଲୋକନମ୍ ।
ନିୟତେନୈକଭୂତେନ ମନସା ବରଦର୍ଷଭମ୍ ॥ ୫୧॥
ଏହିପରି ଧାରଣା କରି-କରି ଯେତେବେଳେ ଚିତ୍ତ ସ୍ଥିର ଏବଂ ଏକାଗ୍ର
ହୋଇଯିବ, ସେତେବେଳେ ମନେ-ମନେ
ସେହି ବରଦାୟକ ପ୍ରଭୁଙ୍କର ଏପରି ଧ୍ୟାନ କର ଯେ ସେ ଅନୁରାଗଭରା ଦୃଷ୍ଟିରେ ମୋ ପ୍ରତି ଚାହିଁ
ମନ୍ଦ-ମନ୍ଦ ହସୁଛନ୍ତି |
ଏବଂ ଭଗବତୋ ରୂପଂ ସୁଭଦ୍ରଂ ଧ୍ୟାୟତୋ ମନଃ ।
ନିର୍ୱୃତ୍ୟା ପରୟା ତୂର୍ଣଂ ସମ୍ପନ୍ନଂ ନ ନିବର୍ତତେ ॥ ୫୨॥
ଭଗବାନଙ୍କର ମଙ୍ଗଳମୟୀ ମୂର୍ତ୍ତିର ଏହିପରି ନିରନ୍ତର ଧ୍ୟାନ କରିବା
ଦ୍ବାରା ମନ ଶୀଘ୍ର ହିଁ ପରମାନନ୍ଦରେ ଅବଗାହନ କରି ତଲ୍ଲୀନ ହୋଇଯାଏ ଏବଂ ତାପରେ ଆଉ ସେଠାରୁ
ଫେରି ଆସେନାହିଁ |
ଜପ୍ୟଶ୍ଚ ପରମୋ ଗୁହ୍ୟଃ ଶ୍ରୂୟତାଂ ମେ ନୃପାତ୍ମଜ ।
ଯଂ ସପ୍ତରାତ୍ରଂ ପ୍ରପଠନ୍ ପୁମାନ୍ ପଶ୍ୟତି ଖେଚରାନ୍ ॥ ୫୩॥
ହେ ରାଜକୁମାର ! ଏହି ଧ୍ୟାନ ସହିତ ଯେଉଁ ପରମ ଗୁହ୍ୟ ମନ୍ତ୍ର ଜପ
କରିବା ଆବଶ୍ୟକ, ତାହା ମୁଁ ତୁମକୁ
କହୁଛି – ଶୁଣ | ଏହି ମନ୍ତ୍ର ସାତ ରାତି ଜପ କରିବା ଦ୍ବାରା ମନୁଷ୍ୟ ଆକାଶଚାରୀ ସିଦ୍ଧମାନଙ୍କର
ଦର୍ଶନ କରିପାରେ |
ଓଂ ନମୋ ଭଗବତେ ବାସୁଦେବାୟ ।
ମନ୍ତ୍ରେଣାନେନ ଦେବସ୍ୟ କୁର୍ୟାଦ୍ଦ୍ରବ୍ୟମୟୀଂ ବୁଧଃ ।
ସପର୍ୟାଂ ବିବିଧୈର୍ଦ୍ରବ୍ୟୈର୍ଦେଶକାଲବିଭାଗବିତ୍ ॥ ୫୪॥
ସେହି ମନ୍ତ୍ରଟି ହେଉଛି – ଓଁ ନମୋ ଭଗବତେ ବାସୁଦେବାୟ | କେଉଁ ଦେଶ, କେଉଁ କାଳରେ, କେଉଁ ବସ୍ତୁ ଉପଯୋଗୀ
ଅଟେ – ଏହାର ବିଚାର କରି ବୁଦ୍ଧିମାନ ପୁରୁଷ ଏହି ମନ୍ତ୍ର ଦ୍ବାରା ଭିନ୍ନ-ଭିନ୍ନ ସାମଗ୍ରୀ
ଦ୍ବାରା ଭଗବାନଙ୍କର ଦ୍ରବ୍ୟମୟୀ ପୂଜା କରିବା ଆବଶ୍ୟକ |
ସଲିଲୈଃ ଶୁଚିଭିର୍ମାଲ୍ୟୈର୍ୱନ୍ୟୈର୍ମୂଲଫଲାଦିଭିଃ ।
ଶସ୍ତାଙ୍କୁରାଂଶୁକୈଶ୍ଚାର୍ଚେତ୍ତୁଲସ୍ୟା ପ୍ରିୟଯା ପ୍ରଭୁମ୍ ॥ ୫୫॥
ଭଗବାନଙ୍କର ପୂଜନ ବିଶୁଦ୍ଧ ଜଳ,
ପୁଷ୍ପମାଳ, ବଣ୍ୟ ଫଳ-ମୂଳ, ପୂଜାରେ ବ୍ୟବହୃତ ଦୂର୍ବାଦି ଅଂକୁର, ବଣରେ ପ୍ରାପ୍ତ ବଲ୍କଳ ବସ୍ତ୍ର ଏବଂ ଭଗବାନଙ୍କର ପ୍ରେୟସୀ ତୁଳସୀ
ଦ୍ବାରା କରାଯିବା ଉଚିତ୍ |
ଲବ୍ଧ୍ୱା ଦ୍ରବ୍ୟମୟୀମର୍ଚାଂ କ୍ଷିତ୍ୟମ୍ବ୍ୱାଦିଷୁ ବାର୍ଚୟେତ୍ ।
ଆଭୃତାତ୍ମା ମୁନିଃ ଶାନ୍ତୋ ଯତବାଙ୍ମିତବନ୍ୟଭୁକ୍ ॥ ୫୬॥
ଯଦି ଶିଳା ଆଦିର ମୂର୍ତ୍ତି ପ୍ରାପ୍ତ ହେଉଥାଏ, ତେବେ ସେଥିରେ ନଚେତ୍ ମୃତ୍ତିକା କିମ୍ବା ଜଳ ଆଦିରେ ହିଁ ଭଗବାନଙ୍କର
ପୂଜା କର | ସର୍ବଦା ସଂଯତଚିତ୍ତ, ମନନଶୀଳ, ଶାନ୍ତ ଏବଂ
ମୌନ ରହିବା ତଥା ପରିମିତ ବଣ୍ୟ ଫଳମୂଳାଦି ଆହାର କରିବା ଆବଶ୍ୟକ |
ସ୍ୱେଚ୍ଛାବତାରଚରିତୈରଚିନ୍ତ୍ୟନିଜମାୟଯା ।
କରିଷ୍ୟତ୍ୟୁତ୍ତମଶ୍ଲୋକସ୍ତଦ୍ଧ୍ୟାୟେଦ୍ଧୃଦୟଙ୍ଗମମ୍ ॥ ୫୭॥
ଏତଦ୍ ବ୍ୟତିତ ପୁଣ୍ୟକୀର୍ତ୍ତି ଶ୍ରୀହରି ନିଜ ଅନିର୍ବଚନୀୟ ମାୟା
ଦ୍ବାରା ସ୍ବେଚ୍ଛାରେ ଅବତାର ଗ୍ରହଣ କରି ଯେଉଁସବୁ ମନୋହର ଲୀଳା କରିଥାଆନ୍ତି, ମନେ-ମନେ ତାହାର ଚିନ୍ତନ କର |
ପରିଚର୍ୟା ଭଗବତୋ ଯାବତ୍ୟଃ ପୂର୍ୱସେବିତାଃ ।
ତା ମନ୍ତ୍ରହୃଦୟେନୈବ ପ୍ରୟୁଞ୍ଜ୍ୟାନ୍ମନ୍ତ୍ରମୂର୍ତୟେ ॥ ୫୮॥
ପ୍ରଭୁଙ୍କର ପୂଜନ ନିମନ୍ତେ ଯେଉଁସବୁ ଉପଚାରର ବିଧାନ କରାଯାଇଛି, ମନ୍ତ୍ରମୂର୍ତ୍ତି ଶ୍ରୀହରିଙ୍କର ଦ୍ବାଦଶାକ୍ଷର ମନ୍ତ୍ର ଦ୍ବାରା ହିଁ
ତାହାର ଅର୍ପଣ କର |
ଏବଂ କାୟେନ ମନସା ବଚସା ଚ ମନୋଗତମ୍ ।
ପରିଚର୍ୟମାଣୋ ଭଗବାନ୍ ଭକ୍ତିମତ୍ପରିଚର୍ୟଯା ॥ ୫୯॥
ପୁଂସାମମାୟିନାଂ ସମ୍ୟଗ୍ଭଜତାଂ ଭାବବର୍ଧନଃ ।
ଶ୍ରେୟୋ ଦିଶତ୍ୟଭିମତଂ ଯଦ୍ଧର୍ମାଦିଷୁ ଦେହିନାମ୍ ॥ ୬୦॥
ଏହିପରି ଭାବରେ ମନ,
ବାଣୀ ଏବଂ ଶରୀର ଦ୍ବାରା ଯେତେବେଳେ ହୃଦୟସ୍ଥିତ ଶ୍ରୀହରିଙ୍କର ଭକ୍ତିପୂର୍ବକ ପୂଜନ କରାଯାଇ ଥାଏ, ସେତେବେଳେ ସେ ନିଶ୍ଚଳଭାବରେ ଭଜନ କରୁଥିବା ନିଜ ଭକ୍ତଙ୍କର ଭାବକୁ
ଆହୁରି ବୃଦ୍ଧି କରିଦିଅନ୍ତି ଏବଂ ସେମାନଙ୍କୁ ତାଙ୍କର ଇପ୍ସିତ ଧର୍ମ, ଅର୍ଥ, କାମ ଅଥବା ମୋକ୍ଷରୂପ
କଲ୍ୟାଣ ପ୍ରଦାନ କରନ୍ତି |
ବିରକ୍ତଶ୍ଚେନ୍ଦ୍ରିୟରତୌ ଭକ୍ତିୟୋଗେନ ଭୂୟସା ।
ତଂ ନିରନ୍ତରଭାବେନ ଭଜେତାଦ୍ଧା ବିମୁକ୍ତୟେ ॥ ୬୧॥
ଉପାସକଙ୍କର ଯଦି ଇନ୍ଦ୍ରିୟବିଷୟ ଭୋଗ ପ୍ରତି ବୈରାଗ୍ୟ ଆସି ଯାଇଥାଏ, ତେବେ ସେ ମୋକ୍ଷପ୍ରାପ୍ତି ନିମନ୍ତେ ଅତ୍ୟନ୍ତ ଭକ୍ତିପୂର୍ବକ
ଅବିଚ୍ଛିନ୍ନଭାବରେ ଭଗବାନଙ୍କର ଭଜନ କରିବା ଆବଶ୍ୟକ |
ଇତ୍ୟୁକ୍ତସ୍ତଂ ପରିକ୍ରମ୍ୟ ପ୍ରଣମ୍ୟ ଚ ନୃପାର୍ଭକଃ ।
ଯୟୌ ମଧୁବନଂ ପୁଣ୍ୟଂ ହରେଶ୍ଚରଣଚର୍ଚିତମ୍ ॥ ୬୨॥
ଦେବର୍ଷି ନାରଦଙ୍କଠାରୁ ଏପରି ଉପଦେଶ ପ୍ରାପ୍ତ କରିବା ପରେ ରାଜକୁମାର
ଧ୍ରୁବ ତାଙ୍କର ପରିକ୍ରମା କରି ତାଙ୍କୁ ପ୍ରଣାମ କଲେ | ତଦନନ୍ତର ସେ ଭଗବାନଙ୍କ ଚରଣଚିହ୍ନ
ଶୋଭିତ ପରମ ପବିତ୍ର ମଧୁବନକୁ ଯାତ୍ରା କଲେ |
ତପୋବନଂ ଗତେ ତସ୍ମିନ୍ ପ୍ରବିଷ୍ଟୋଽନ୍ତଃପୁରଂ ମୁନିଃ ।
ଅର୍ହିତାର୍ହଣକୋ ରାଜ୍ଞା ସୁଖାସୀନ ଉବାଚ ତମ୍ ॥ ୬୩॥
ଧ୍ରୁବ ତପୋବନ ଅଭିମୁଖରେ ଯାତ୍ରା କରିବା ପରେ ଦେବର୍ଷି ନାରଦ ମହାରାଜ
ଉତ୍ତାନପାଦଙ୍କ ମହଲରେ ପହଞ୍ଚିଲେ | ରାଜା ଯଥାଯୋଗ୍ୟ ଉପଚାର ଦ୍ବାରା ତାଙ୍କର ପୂଜା କଲେ |
ତାପରେ ସେ ଆରାମରେ ଆସନରେ ବସି ରାଜାଙ୍କୁ ପଚାରିଲେ |
ନାରଦ ଉବାଚ
ରାଜନ୍ କିଂ ଧ୍ୟାୟସେ ଦୀର୍ଘଂ ମୁଖେନ ପରିଶୁଷ୍ୟତା ।
କିଂ ବା ନ ରିଷ୍ୟତେ କାମୋ ଧର୍ମୋ ବାର୍ଥେନ ସଂୟୁତଃ ॥ ୬୪॥
ନାରଦ ପଚାରିଲେ – ହେ ରାଜନ୍ ! ତୁମ ମୁହଁ କାହିଁକି ଶୁଖିଲା
ଦେଖାଯାଉଛି ? ଦେଖିଲେ ମନେହେଉଛି ତୁମେ ଦୀର୍ଘକାଳରୁ ଚିନ୍ତାଗ୍ରସ୍ତ ରହିଛ | ତୁମର ଧର୍ମ, ଅର୍ଥ, କାମ ଆଦି
ପୁରୁଷାର୍ଥରେ କିଛି ନ୍ୟୁନତା ଆସି ଯାଇଛି କି ?
ରାଜୋବାଚ
ସୁତୋ ମେ ବାଲକୋ ବ୍ରହ୍ମନ୍ ସ୍ତ୍ରୈଣେନାକରୁଣାତ୍ମନା ।
ନିର୍ୱାସିତଃ ପଞ୍ଚବର୍ଷଃ ସହ ମାତ୍ରା ମହାନ୍ କବିଃ ॥ ୬୫॥
ରାଜା କହିଲେ – ବ୍ରହ୍ମନ୍ ! ମୁଁ ଅତି ବେଶୀ ସ୍ତ୍ରୈଣ ଏବଂ ନିର୍ଦୟୀ
ଅଟେ | ମୁଁ ନିଜର ପାଞ୍ଚ ବର୍ଷର ଶିଶୁ ପୁତ୍ରକୁ ତା’ର
ମା’ଙ୍କ ସହିତ ଘରୁ
ବିତାଡିତ କରିଦେଇଛି | ହେ ମୁନିବର ! ସେ ଅତ୍ୟନ୍ତ ବୁଦ୍ଧିମାନ ଥିଲା |
ଅପ୍ୟନାଥଂ ବନେ ବ୍ରହ୍ମନ୍ ମା ସ୍ମାଦନ୍ତ୍ୟର୍ଭକଂ ବୃକାଃ ।
ଶ୍ରାନ୍ତଂ ଶୟାନଂ କ୍ଷୁଧିତଂ ପରିମ୍ଲାନମୁଖାମ୍ବୁଜମ୍ ॥ ୬୬॥
ଭୋକରେ ତା’ର କମଳ ପରି କୋମଳ ମୁଖ
ଶୁଖି ଯାଇଥିବ, ଥକି ଯାଇ ସେ ରାସ୍ତାରେ କେଉଁଠି ପଡିଥିବ | ବ୍ରହ୍ମନ୍ ! ସେହି ଅସହାୟ ଶିଶୁକୁ
ବଣରେ କୌଣସି ପଶୁ ନିଜର ଆହାର କରିନେଇଛନ୍ତି କି ?
ଅହୋ ମେ ବତ ଦୌରାତ୍ମ୍ୟଂ ସ୍ତ୍ରୀଜିତସ୍ୟୋପଧାରୟ ।
ଯୋଽଙ୍କଂ ପ୍ରେମ୍ଣାଽଽରୁରୁକ୍ଷନ୍ତଂ ନାଭ୍ୟନନ୍ଦମସତ୍ତମଃ ॥ ୬୭॥
ହାୟ ! ମୁଁ କେତେ ମାତ୍ରାରେ ସ୍ତ୍ରୀର ଅଧୀନସ୍ତ ଅଟେ ! ମୋର
କୁଟିଳତାକୁ ଦେଖ – ବିଚରା ବାଳକଟି ପ୍ରେମବଶତଃ ମୋ କୋଳକୁ ଆସିବାକୁ ଇଚ୍ଛା କରୁଥିଲା, କିନ୍ତୁ ମୋ ପରି ଦୁଷ୍ଟ ପିତା ତାକୁ ଟିକିଏ ବି ସ୍ନେହ କଲାନାହିଁ |
ନାରଦ ଉବାଚ
ମା ମା ଶୁଚଃ ସ୍ୱତନୟଂ ଦେବଗୁପ୍ତଂ ବିଶାମ୍ପତେ ।
ତତ୍ପ୍ରଭାବମବିଜ୍ଞାୟ ପ୍ରାବୃଙ୍କ୍ତେ ଯଦ୍ୟଶୋ ଜଗତ୍ ॥ ୬୮॥
ନାରଦ କହିଲେ – ରାଜନ୍ ! ତୁମେ ସେହି ବାଳକ ବିଷୟରେ ଚିନ୍ତା କର
ନାହିଁ | ତା’ର ରକ୍ଷକ ଭଗବାନ
ଅଟନ୍ତି | ତୁମେ ତା’ର ପ୍ରଭାବ ବିଷୟରେ
କିଛି ଜାଣନାହିଁ, ସାରା ବିଶ୍ବରେ ତା’ର ଯଶର ପ୍ରଚାର ହେଉଛି
|
ସୁଦୁଷ୍କରଂ କର୍ମ କୃତ୍ୱା ଲୋକପାଲୈରପି ପ୍ରଭୁଃ ।
ଏଷ୍ୟତ୍ୟଚିରତୋ ରାଜନ୍ ଯଶୋ ବିପୁଲୟଂସ୍ତବ ॥ ୬୯॥
ସେହି ବାଳକ ଅତିଶୟ ସମର୍ଥ ଅଟେ | ବଡ-ବଡ ଲୋକପାଳ ଯାହା କରିପାରନ୍ତି
ନାହିଁ, ସେ ତାହା ପୂରା କରି
ଖୁବ୍ ଶୀଘ୍ର ତୁମ ପାଖକୁ ଫେରି ଆସିବ | ତା’ ଯୋଗୁଁ ତୁମର ଯଶ
ମଧ୍ୟ ବୃଦ୍ଧି ଲାଭ କରିବ |
ମୈତ୍ରେୟ ଉବାଚ
ଇତି ଦେବର୍ଷିଣା ପ୍ରୋକ୍ତଂ ବିଶ୍ରୁତ୍ୟ ଜଗତୀପତିଃ ।
ରାଜଲକ୍ଷ୍ମୀମନାଦୃତ୍ୟ ପୁତ୍ରମେବାନ୍ୱଚିନ୍ତୟତ୍ ॥ ୭୦॥
ମୈତ୍ରେୟ କହୁଛନ୍ତି – ଦେବର୍ଷି ନାରଦଙ୍କଠାରୁ ସବୁ କଥା ଶୁଣିବା ପରେ
ମହାରାଜ ଉତ୍ତାନପାଦ ରାଜକାର୍ଯ୍ୟ ପ୍ରତି ଉଦାସୀନ ହୋଇ ନିରନ୍ତର ପୁତ୍ର ଚିନ୍ତାରେ ମଗ୍ନ
ରହିବାରେ ଲାଗିଲେ |
ତତ୍ରାଭିଷିକ୍ତଃ ପ୍ରୟତସ୍ତାମୁପୋଷ୍ୟ ବିଭାବରୀମ୍ ।
ସମାହିତଃ ପର୍ୟଚରଦୃଷ୍ୟାଦେଶେନ ପୂରୁଷମ୍ ॥ ୭୧॥
ଏଣେ ଧ୍ରୁବ ମଧୁବନରେ ପହଞ୍ଚି ଯମୁନା ନଦୀରେ ସ୍ନାନ କଲେ ଏବଂ ସେହି
ରାତିରେ ହିଁ ପବିତ୍ରତାପୂର୍ବକ ଉପବାସ କରି ଦେବର୍ଷି ନାରଦଙ୍କ ଉପଦେଶ ଅନୁସାରେ ଏକାଗ୍ରଚିତ୍ତ
ହୋଇ ପରମ ପୁରୁଷ ଶ୍ରୀନାରାୟଣଙ୍କର ଉପାସନା ଆରମ୍ଭ କରିଦେଲେ |
ତ୍ରିରାତ୍ରାନ୍ତେ ତ୍ରିରାତ୍ରାନ୍ତେ କପିତ୍ଥବଦରାଶନଃ ।
ଆତ୍ମବୃତ୍ତ୍ୟନୁସାରେଣ ମାସଂ ନିନ୍ୟେଽର୍ଚୟନ୍ ହରିମ୍ ॥ ୭୨॥
ସେ ତିନି ରାତି ବ୍ୟବଧାନରେ ଶରୀରନିର୍ବାହ ନିମନ୍ତେ କେବଳ କଇଥ ଏବଂ
ବରକୋଳି ଖାଇ, ଶ୍ରୀହରିଙ୍କର ଉପାସନା କରି ଏକ ମାସ ବ୍ୟତୀତ କଲେ |
ଦ୍ୱିତୀୟଂ ଚ ତଥା ମାସଂ ଷଷ୍ଠେ ଷଷ୍ଠେଽର୍ଭକୋ ଦିନେ ।
ତୃଣପର୍ଣାଦିଭିଃ ଶୀର୍ଣୈଃ କୃତାନ୍ନୋଽଭ୍ୟର୍ଚୟଦ୍ୱିଭୁମ୍ ॥ ୭୩॥
ଦ୍ବିତୀୟ ମାସରେ ସେ ଛଅ-ଛଅ ଦିନ ବ୍ୟବଧାନରେ ଶୁଖିଲା ଘାସ ଏବଂ ପତ୍ର
ଭକ୍ଷଣ କରି ଭଗବାନଙ୍କର ଭଜନ କଲେ |
ତୃତୀୟଂ ଚାନୟନ୍ମାସଂ ନବମେ ନବମେଽହନି ।
ଅବ୍ଭକ୍ଷ ଉତ୍ତମଶ୍ଲୋକମୁପାଧାବତ୍ସମାଧିନା ॥ ୭୪॥
ତୃତୀୟ ମାସରେ ସେ ନଅ-ନଅ ଦିନ ବ୍ୟବଧାନରେ କେବଳ ଜଳପାନ କରି
ସମାଧିଯୋଗ ଦ୍ବାରା ଶ୍ରୀହରିଙ୍କ ଆରାଧନାରେ ସମୟ ଅତିବାହିତ କଲେ |
ଚତୁର୍ଥମପି ବୈ ମାସଂ ଦ୍ୱାଦଶେ ଦ୍ୱାଦଶେଽହନି ।
ବାୟୁଭକ୍ଷୋ ଜିତଶ୍ୱାସୋ ଧ୍ୟାୟନ୍ ଦେବମଧାରୟତ୍ ॥ ୭୫॥
ଚତୁର୍ଥ ମାସରେ ସେ ଶ୍ବାସକୁ ଜୟ କରି ବାର-ବାର ଦିନରେ କେବଳ ବାୟୁ
ଭକ୍ଷଣ କରି ଧ୍ୟାନଯୋଗ ଦ୍ବାରା ଭଗବାନଙ୍କର ଆରାଧନା କଲେ |
ପଞ୍ଚମେ ମାସ୍ୟନୁପ୍ରାପ୍ତେ ଜିତଶ୍ୱାସୋ ନୃପାତ୍ମଜଃ ।
ଧ୍ୟାୟନ୍ ବ୍ରହ୍ମ ପଦୈକେନ ତସ୍ଥୌ ସ୍ଥାଣୁରିବାଚଲଃ ॥ ୭୬॥
ପଞ୍ଚମ ମାସ ଆରମ୍ଭ ହେବା ମାତ୍ରେ ରାଜକୁମାର ଧ୍ରୁବ ଶ୍ବାସକୁ ଜୟ କରି
ଏକ ପାଦରେ ଠିଆ ହୋଇ ସ୍ତମ୍ଭ ସଦୃଶ ନିଶ୍ଚଳ ଭାବରେ ପରବ୍ରହ୍ମଙ୍କର ଚିନ୍ତନ କରିବାରେ ଲାଗିଲେ |
ସର୍ୱତୋ ମନ ଆକୃଷ୍ୟ ହୃଦି ଭୂତେନ୍ଦ୍ରିୟାଶୟମ୍ ।
ଧ୍ୟାୟନ୍ ଭଗବତୋ ରୂପଂ ନାଦ୍ରାକ୍ଷୀତ୍କିଞ୍ଚନାପରମ୍ ॥ ୭୭॥
ସେହି ସମୟରେ ସେ ଶବ୍ଦାଦି ବିଷୟ ଏବଂ ଇନ୍ଦ୍ରିୟମାନଙ୍କର ନିୟାମକ
ମନକୁ ଅନ୍ତର୍ମୁଖୀ କରି ହୃଦୟସ୍ଥିତ ଶ୍ରୀହରିଙ୍କ ସ୍ବରୂପର ଚିନ୍ତନ କରିବା ସହିତ ଚିତ୍ତକୁ ଅନ୍ୟ
ଦିଗରେ ଭ୍ରମିତ ହେବାକୁ ଦେଇ ନ ଥିଲେ |
ଆଧାରଂ ମହଦାଦୀନାଂ ପ୍ରଧାନପୁରୁଷେଶ୍ୱରମ୍ ।
ବ୍ରହ୍ମ ଧାରୟମାଣସ୍ୟ ତ୍ରୟୋ ଲୋକାଶ୍ଚକମ୍ପିରେ ॥ ୭୮॥
ଯେତେବେଳେ ସେ ମହଦାଦି ସମ୍ପୂର୍ଣ୍ଣ ତତ୍ତ୍ବର ଆଧାର ତଥା ପ୍ରକୃତି
ଏବଂ ପୁରୁଷର ଅଧୀଶ୍ବର ପରବ୍ରହ୍ମଙ୍କର ଧାରଣା କରିବାରେ ଲାଗିଲେ, ସେତେବେଳେ (ତାଙ୍କର ତେଜ ସହ୍ୟ କରି ନ ପାରି) ତ୍ରିଲୋକ କମ୍ପି
ଉଠିଲା |
ଯଦୈକପାଦେନ ସ ପାର୍ଥିବାର୍ଭକ-
ସ୍ତସ୍ଥୌ ତଦଙ୍ଗୁଷ୍ଠନିପୀଡିତା ମହୀ ।
ନନାମ ତତ୍ରାର୍ଧମିଭେନ୍ଦ୍ରଧିଷ୍ଠିତା
ତରୀବ ସବ୍ୟେତରତଃ ପଦେ ପଦେ ॥ ୭୯॥
ରାଜକୁମାର ଧ୍ରୁବ ଯେତେବେଳେ ପରବ୍ରହ୍ମଙ୍କର ଧ୍ୟାନ କରି ଏକ ପାଦରେ
ଠିଆ ହୋଇ ରହିଲେ, ତାଙ୍କ ପଦଅଙ୍ଗୁଳିର
ଚାପରେ ପୃଥିବୀ ଏପରି ଦବିଗଲା ଯେପରି ଗୋଟିଏ ହାତୀ ନୌକା ଉପରେ ଚଢିଯିବା ଫଳରେ ନୌକାଟି ଟଳମଳ
ହେବାରେ ଲାଗେ |
ତସ୍ମିନ୍ନଭିଧ୍ୟାୟତି ବିଶ୍ୱମାତ୍ମନୋ
ଦ୍ୱାରଂ ନିରୁଧ୍ୟାସୁମନନ୍ୟଯା ଧିୟା ।
ଲୋକା ନିରୁଚ୍ଛ୍ୱାସନିପୀଡିତା ଭୃଶଂ
ସଲୋକପାଲାଃ ଶରଣଂ ଯୟୁର୍ହରିମ୍ ॥ ୮୦॥
ଧ୍ରୁବ ନିଜର ଇନ୍ଦ୍ରିୟଦ୍ବାର ତଥା ପ୍ରାଣକୁ ରୁଦ୍ଧ କରି
ଅନନ୍ୟବୁଦ୍ଧିରେ ବିଶ୍ବାତ୍ମା ଶ୍ରୀହରିଙ୍କର ଧ୍ୟାନ କରିବାରେ ଲାଗିଲେ | ଏହିରୂପେ ସମଷ୍ଟି
ପ୍ରାଣ ସହିତ ତାଙ୍କର ଅଭିନ୍ନତା ହୋଇଯିବା କାରଣରୁ ସମସ୍ତ ଜୀବଙ୍କର ଶ୍ବାସ-ପ୍ରଶ୍ବାସ ରୁଦ୍ଧ
ହୋଇଗଲା | ତଦ୍ବାରା ସମସ୍ତ ଲୋକ ଏବଂ ଲୋକପାଳ ଅତ୍ୟନ୍ତ ପୀଡା ଅନୁଭବ କଲେ ଏବଂ ବିଚଳିତ ହୋଇ
ସେମାନେ ଶ୍ରୀହରିଙ୍କର ଶରଣାପନ୍ନ ହେଲେ |
ଦେବା ଊଚୁଃ
ନୈବଂ ବିଦାମୋ ଭଗବନ୍ ପ୍ରାଣରୋଧଂ
ଚରାଚରସ୍ୟାଖିଲସତ୍ତ୍ୱଧାମ୍ନଃ ।
ବିଧେହି ତନ୍ନୋ ବୃଜିନାଦ୍ୱିମୋକ୍ଷଂ
ପ୍ରାପ୍ତା ବୟଂ ତ୍ୱାଂ ଶରଣଂ ଶରଣ୍ୟମ୍ ॥ ୮୧॥
ଦେବତାମାନେ କହିଲେ – ଭଗବନ୍ ! ସମସ୍ତ ସ୍ଥାବର-ଜଙ୍ଗମଙ୍କର ଶ୍ବାସ
ଏକସଙ୍ଗେ ରୁଦ୍ଧ ହୋଇଯିବା – ଏପରି ଅନୁଭବ ପୂର୍ବରୁ କେବେ ଆମ୍ଭମାନଙ୍କର ହୋଇ ନ ଥିଲା | ଆପଣ
ଶରଣାଗତ ରକ୍ଷକ ଅଟନ୍ତି ଏବଂ ଆମ୍ଭେମାନେ ଆପଣଙ୍କର ଶରଣ ଗ୍ରହଣ କରିଛୁ; ଅତଏବ ଆପଣ ଆମ୍ଭମାନଙ୍କୁ ଏହି ଦୁଃଖରୁ ମୁକ୍ତ କରନ୍ତୁ |
ଶ୍ରୀଭଗବାନୁବାଚ
ମା ଭୈଷ୍ଟ ବାଲଂ ତପସୋ ଦୁରତ୍ୟଯା-
ନ୍ନିବର୍ତୟିଷ୍ୟେ ପ୍ରତିୟାତ ସ୍ୱଧାମ ।
ଯତୋ ହି ବଃ ପ୍ରାଣନିରୋଧ ଆସୀ-
ଦୌତ୍ତାନପାଦିର୍ମୟି ସଙ୍ଗତାତ୍ମା ॥ ୮୨॥
ଶ୍ରୀଭଗବାନ କହିଲେ – ହେ ଦେବଗଣ ! ତୁମ୍ଭେମାନେ ଭୟ କରନାହିଁ |
ଉତ୍ତାନପାଦଙ୍କର ପୁତ୍ର ଧ୍ରୁବ ନିଜର ଚିତ୍ତକୁ ବିଶ୍ବାତ୍ମା ମୋଠାରେ ଲୀନ କରିଦେଇଛନ୍ତି | ମୋ
ସହିତ ତାଙ୍କର ଅଭେଦଧାରଣା ସିଦ୍ଧ ହୋଇଯାଇଛି, ସେଥିପାଇଁ ତାଙ୍କର
ପ୍ରାଣନିରୋଧର ପରିଣାମ ସ୍ବରୂପ ତୁମ ସମସ୍ତଙ୍କର ପ୍ରାଣ ମଧ୍ୟ ରୁଦ୍ଧ ହୋଇଯାଇଛି | ଏବେ
ତୁମ୍ଭେମାନେ ନିଜ-ନିଜ ଲୋକକୁ ଫେରିଯାଅ, ମୁଁ ସେହି ବାଳକକୁ
ଏହି ଦୁଷ୍କର ତପରୁ ନିବୃତ୍ତ କରିବି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଧ୍ରୁବଚରିତେ ଅଷ୍ଟମୋଽଧ୍ୟାୟଃ ॥ ୮॥

Comments
Post a Comment