ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ତୃତୀୟ ଅଧ୍ୟୟ
ଗଜେନ୍ଦ୍ର ଦ୍ବାରା ଭଗବାନଙ୍କର ସ୍ତୁତି ଏବଂ ତାହାର ଉଦ୍ଧାର
ଶ୍ରୀଶୁକ ଉବାଚ
ଏବଂ ବ୍ୟବସିତୋ
ବୁଦ୍ଧ୍ୟା ସମାଧାୟ ମନୋ ହୃଦି ।
ଜଜାପ ପରମଂ ଜାପ୍ୟଂ
ପ୍ରାଗ୍ଜନ୍ମନ୍ୟନୁଶିକ୍ଷିତମ୍ ॥ ୧॥
ଶ୍ରୀଶୁକଦେବ
କହୁଛନ୍ତି – ନିଜ ବୁଦ୍ଧିରେ ଏପରି ନିଶ୍ଚୟ କରି ଗଜେନ୍ଦ୍ର ନିଜ ମନକୁ ହୃଦୟରେ ଏକାଗ୍ର କଲା ଏବଂ
ପୂର୍ବଜନ୍ମରେ ଶିଖିଥିବା ଶ୍ରେଷ୍ଠ ସ୍ତୋତ୍ରର ଜପ ଦ୍ବାରା ଭଗବାନଙ୍କର ସ୍ତୁତି କରିବାରେ ଲାଗିଲା
|
ଗଜେନ୍ଦ୍ର ଉବାଚ
ଓଁ ନମୋ ଭଗବତେ
ତସ୍ମୈ ଯତ ଏତଚ୍ଚିଦାତ୍ମକମ୍ ।
ପୁରୁଷାୟାଦିବୀଜାୟ
ପରେଶାୟାଭିଧୀମହି ॥ ୨॥
ଗଜେନ୍ଦ୍ର ସ୍ତୁତି
କଲା – ଯିଏ ଜଗତର ମୂଳ କାରଣ ଅଟନ୍ତି ତଥା ସମସ୍ତଙ୍କ ହୃଦୟରେ ପୁରୁଷ ରୂପରେ ବିରାଜମାନ ଅଟନ୍ତି
ଏବଂ ସମସ୍ତ ଜଗତର ଏକମାତ୍ର ସ୍ବାମୀ ଅଟନ୍ତି, ଯାହା ଯୋଗୁଁ ଏହି
ସଂସାରରେ ଚୈତନ୍ୟର ବିସ୍ତାର ହୋଇଥାଏ – ସେହି ଭଗବାନଙ୍କୁ ମୁଁ ନମସ୍କାର କରୁଛି, ପ୍ରେମପୂର୍ବକ ତାଙ୍କର ଧ୍ୟାନ କରୁଛି |
ଯସ୍ମିନ୍ନିଦଂ
ଯତଶ୍ଚେଦଂ ଯେନେଦଂ ଯ ଇଦଂ ସ୍ୱୟମ୍ ।
ଯୋଽସ୍ମାତ୍ପରସ୍ମାଚ୍ଚ
ପରସ୍ତଂ ପ୍ରପଦ୍ୟେ ସ୍ୱୟମ୍ଭୁବମ୍ ॥ ୩॥
ଏହି ସଂସାର
ତାଙ୍କଠାରେ ସ୍ଥିତ ଅଟେ, ତାଙ୍କର ହିଁ ସତ୍ତାରେ ଏହା
ପ୍ରତୀତ ହେଉଛି, ସେ ହିଁ ଏଥିରେ ବ୍ୟାପ୍ତ
ଅଟନ୍ତି ଏବଂ ସ୍ବୟଂ ସେ ହିଁ ଏହା ରୂପରେ ପ୍ରକଟ ଅଟନ୍ତି | ଏତେ ସବୁ ସତ୍ତ୍ବେ ବି ସେ ଏହି
ସଂସାର ଏବଂ ଏହାର କାରଣ ପ୍ରକୃତିର ଉର୍ଦ୍ଧ୍ବରେ ସ୍ଥିତ ଅଟନ୍ତି | ସେହି ସ୍ବୟଂପ୍ରକାଶ, ସ୍ବୟଂସିଦ୍ଧ ସତ୍ତାତ୍ମକ ଭଗବାନଙ୍କର ମୁଁ ଶରଣ ଗ୍ରହଣ
କରୁଛି |
ଯଃ ସ୍ୱାତ୍ମନୀଦଂ
ନିଜମାୟଯାର୍ପିତଂ
କ୍ୱଚିଦ୍ୱିଭାତଂ
କ୍ୱ ଚ ତତ୍ତିରୋହିତମ୍ ।
ଅବିଦ୍ଧଦୃକ୍ସାକ୍ଷ୍ୟୁଭୟଂ
ତଦୀକ୍ଷତେ
ସ ଆତ୍ମମୂଲୋଽବତୁ
ମାଂ ପରାତ୍ପରଃ ॥ ୪॥
ଏହି
ବିଶ୍ବ-ପ୍ରପଞ୍ଚ ତାଙ୍କ ମାୟାରେ ତାଙ୍କଠାରେ ଅଧ୍ୟସ୍ତ ଅଟେ | କେତେବେଳେ ଏହା ପ୍ରତୀତ ହେଉଥାଏ ତ
କେତେବେଳେ ହେଉ ନ ଥାଏ | କିନ୍ତୁ ତାଙ୍କର ଦୃଷ୍ଟି ଯେପରି-ସେପରି ରହିଥାଏ | ସେ ଏହାର ସାକ୍ଷୀ
ଅଟନ୍ତି ଏବଂ ସେ ଦୁହିଁଙ୍କୁ ଦୃଷ୍ଟିରେ ରଖିଥାଆନ୍ତି | ସେ ସମସ୍ତଙ୍କର ଆଧାର ଅଟନ୍ତି ଏବଂ ନିଜର
ଆଧାର ମଧ୍ୟ ସେ ସ୍ବୟଂ ଅଟନ୍ତି | ଅନ୍ୟ କେହି ତାଙ୍କର କାରଣ ନୁହଁନ୍ତି | ସମସ୍ତ
କାର୍ଯ୍ୟ-କାରଣର ଅତୀତ ସେହି ପ୍ରଭୁ ମୋର ରକ୍ଷା କରନ୍ତୁ |
କାଲେନ
ପଞ୍ଚତ୍ୱମିତେଷୁ କୃତ୍ସ୍ନଶୋ
ଲୋକେଷୁ ପାଲେଷୁ ଚ
ସର୍ୱହେତୁଷୁ ।
ତମସ୍ତଦାସୀଦ୍ଗହନଂ
ଗଭୀରଂ
ଯସ୍ତସ୍ୟ
ପାରେଽଭିବିରାଜତେ ବିଭୁଃ ॥ ୫॥
ପ୍ରଳୟ କାଳରେ ଲୋକ, ଲୋକପାଳ ଏବଂ ସେମାନଙ୍କର କାରଣ ପୂର୍ଣ୍ଣତଃ ନଷ୍ଟ
ହୋଇଯାଆନ୍ତି | ସେହି ସମୟରେ ସର୍ବତ୍ର କେବଳ ଘନ ଅନ୍ଧକାର ହିଁ ଅନ୍ଧକାର ରହିଥାଏ | କିନ୍ତୁ
ଅନନ୍ତ ପରମାତ୍ମା ବିରାଜମାନ ରହିଥାଆନ୍ତି, ଯିଏ ସବୁକିଛିର
ସମ୍ପୂର୍ଣ୍ଣ ଉର୍ଦ୍ଧ୍ବରେ ଅଟନ୍ତି | ସେହି ପ୍ରଭୁ ମୋର ରକ୍ଷା କରନ୍ତୁ |
ନ ଯସ୍ୟ ଦେବା ଋଷୟଃ
ପଦଂ ବିଦୁ-
ର୍ଜନ୍ତୁଃ ପୁନଃ
କୋଽର୍ହତି ଗନ୍ତୁମୀରିତୁମ୍ ।
ଯଥା
ନଟସ୍ୟାକୃତିଭିର୍ୱିଚେଷ୍ଟତୋ
ଦୁରତ୍ୟଯାନୁକ୍ରମଣଃ
ସ ମାବତୁ ॥ ୬॥
ତାଙ୍କର
ଲୀଳା-ରହସ୍ୟକୁ ଜାଣିବା ବହୁତ କଠିନ | ନଟ ପରି ସେ ଅନେକ ବେଶ ଧାରଣ କରନ୍ତି | ତାଙ୍କର
ବାସ୍ତବିକ ସ୍ବରୂପକୁ ଦେବତାମାନେ ଜାଣନ୍ତି ନାହିଁ କି ଋଷିମାନେ ଜାଣନ୍ତି ନାହିଁ; ତେଣୁ କେଉଁ
ପ୍ରାଣୀ ଅବା ତାଙ୍କ ମଧ୍ୟରେ ପ୍ରବେଶ କରି ତାହାର ବର୍ଣ୍ଣନା କରିପାରିବ ? ସେହି ପ୍ରଭୁ ମୋର
ରକ୍ଷା କରନ୍ତୁ |
ଦିଦୃକ୍ଷବୋ ଯସ୍ୟ
ପଦଂ ସୁମଙ୍ଗଲଂ
ବିମୁକ୍ତସଙ୍ଗା
ମୁନୟଃ ସୁସାଧବଃ ।
ଚରନ୍ତ୍ୟଲୋକବ୍ରତମବ୍ରଣଂ
ବନେ
ଭୂତାତ୍ମଭୂତାଃ
ସୁହୃଦଃ ସ ମେ ଗତିଃ ॥ ୭॥
ଯାହାର ପରମ
ମଙ୍ଗଳମୟ ସ୍ବରୂପ ଦର୍ଶନ ଅଭିଳାଷରେ ମହାତ୍ମାଗଣ ସଂସାରର ସମସ୍ତ ଆସକ୍ତି ତ୍ୟାଗ କରି ବନକୁ
ଚାଲିଯାଆନ୍ତି ଏବଂ ସେଠାରେ ଅଖଣ୍ଡଭାବରେ ବ୍ରହ୍ମଚାର୍ଯ୍ୟ ଆଦି ଅଲୌକିକ ବ୍ରତ ପାଳନ କରନ୍ତି ତଥା
ନିଜ ଆତ୍ମାକୁ ସମସ୍ତଙ୍କ ହୃଦୟରେ ବିରାଜମାନ ଦେଖି ସ୍ବଭାବତଃ ସମସ୍ତଙ୍କର ଉପକାର କରନ୍ତି –
ସେହି ମୁନିଜନଙ୍କର ସର୍ବସ୍ବ ଭଗବାନ ମୋର ସହାୟକ ଅଟନ୍ତି, ମୋର ଗତି ଅଟନ୍ତି
|
ନ ବିଦ୍ୟତେ ଯସ୍ୟ ଚ
ଜନ୍ମ କର୍ମ ବା
ନ ନାମରୂପେ ଗୁଣଦୋଷ
ଏବ ବା ।
ତଥାପି
ଲୋକାପ୍ୟଯସମ୍ଭବାୟ ଯଃ
ସ୍ୱମାୟଯା
ତାନ୍ୟନୁକାଲମୃଚ୍ଛତି ॥ ୮॥
ତାଙ୍କର ଜନ୍ମ-କର୍ମ
ନାହିଁ କି ନାମ-ରୂପ ନାହିଁ; ତେଣୁ ଗୁଣ-ଦୋଷର
କଳ୍ପନା ଅବା ତାଙ୍କଠାରେ କିପରି କରାଯାଇ ପାରିବ ? ତଥାପି ବିଶ୍ବର ସୃଷ୍ଟି ଏବଂ ସଂହାର ନିମନ୍ତେ
ସମୟ-ସମୟରେ ସେ ତାହାକୁ ନିଜ ମାୟାରେ ସ୍ବୀକାର କରିଥାଆନ୍ତି |
ତସ୍ମୈ ନମଃ ପରେଶାୟ
ବ୍ରହ୍ମଣେଽନନ୍ତଶକ୍ତୟେ ।
ଅରୂପାୟୋରୁରୂପାୟ
ନମ ଆଶ୍ଚର୍ୟକର୍ମଣେ ॥ ୯॥
ସେହି ଅନନ୍ତ
ଶକ୍ତିମାନ ସର୍ବୈଶ୍ବର୍ଯ୍ୟମୟ ପରବ୍ରହ୍ମ ପରମାତ୍ମାଙ୍କୁ ମୁଁ ନମସ୍କାର କରୁଛି | ସେ ଅରୂପ ହୋଇ
ମଧ୍ୟ ବହୁରୂପ ଅଟନ୍ତି | ତାଙ୍କର କର୍ମ ଅଦ୍ଭୁତ ଆଶ୍ଚର୍ଯ୍ୟମୟ ଅଟେ | ମୁଁ ତାଙ୍କ ଚରଣରେ
ନମସ୍କାର କରୁଛି |
ନମ ଆତ୍ମପ୍ରଦୀପାୟ
ସାକ୍ଷିଣେ ପରମାତ୍ମନେ ।
ନମୋ ଗିରାଂ
ବିଦୂରାୟ ମନସଶ୍ଚେତସାମପି ॥ ୧୦॥
ସ୍ବୟଂପ୍ରକାଶ, ସମସ୍ତଙ୍କର ସାକ୍ଷୀ ପରମାତ୍ମାଙ୍କୁ ମୁଁ ନମସ୍କାର
କରୁଛି | ଯିଏ ମନ, ବାଣୀ ଏବଂ ଚିତ୍ତଠାରୁ ବହୁ
ଦୂରରେ – ମୁଁ ସେହି ପରମାତ୍ମାଙ୍କୁ ନମସ୍କାର କରୁଛି |
ସତ୍ତ୍ୱେନ
ପ୍ରତିଲଭ୍ୟାୟ ନୈଷ୍କର୍ମ୍ୟେଣ ବିପଶ୍ଚିତା ।
ନମଃ କୈବଲ୍ୟନାଥାୟ ନିର୍ୱାଣସୁଖସମ୍ବିଦେ ॥ ୧୧॥
ବିବେକୀ ପୁରୁଷ
କର୍ମସନ୍ୟାସ ଅଥବା କର୍ମସମର୍ପଣ ଦ୍ବାରା ନିଜ ଅନ୍ତଃକରଣ ଶୁଦ୍ଧ କରି ଯାହାଙ୍କୁ ପ୍ରାପ୍ତ
କରିଥାଆନ୍ତି ତଥା ଯିଏ ସ୍ବୟଂ ତ ନିତ୍ୟମୁକ୍ତ, ପରମାନନ୍ଦ ଏବଂ
ଜ୍ଞାନସ୍ବରୂପ ହିଁ ଅଟନ୍ତି ଏବଂ ଯାହାର ଅନ୍ୟକୁ କୈବଲ୍ୟ-ମୁକ୍ତି ପ୍ରଦାନ କରିବାର ସାମର୍ଥ୍ୟ
ମଧ୍ୟ ରହିଛି, ମୁଁ ସେହି ପ୍ରଭୁଙ୍କୁ
ନମସ୍କାର କରୁଛି |
ନମଃ ଶାନ୍ତାୟ
ଘୋରାୟ ମୂଢାୟ ଗୁଣଧର୍ମିଣେ ।
ନିର୍ୱିଶେଷାୟ
ସାମ୍ୟାୟ ନମୋ ଜ୍ଞାନଘନାୟ ଚ ॥ ୧୨॥
ଯିଏ ସତ୍ତ୍ବ, ରଜ, ତମ – ଏହି ତ୍ରିଗୁଣର ଧର୍ମ ସ୍ବୀକାର କରି
ଯଥାକ୍ରମେ ଶାନ୍ତ, ଘୋର ଏବଂ ମୂଢ ଅବସ୍ଥା ମଧ୍ୟ
ଧାରଣ କରିଥାଆନ୍ତି, ସେହି ଭେଦରହିତ ସମଭାବରେ
ସ୍ଥିତ ଏବଂ ଜ୍ଞାନଧନ ପ୍ରଭୁଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି |
କ୍ଷେତ୍ରଜ୍ଞାୟ
ନମସ୍ତୁଭ୍ୟଂ ସର୍ୱାଧ୍ୟକ୍ଷାୟ ସାକ୍ଷିଣେ ।
ପୁରୁଷାୟାତ୍ମମୂଲାୟ
ମୂଲପ୍ରକୃତୟେ ନମଃ ॥ ୧୩॥
ଆପଣ ସମସ୍ତଙ୍କର
ସ୍ବାମୀ, ସମସ୍ତ କ୍ଷେତ୍ରର ଏକମାତ୍ର ଜ୍ଞାତା ଏବଂ ସର୍ବସାକ୍ଷୀ
ଅଟନ୍ତି; ଆପଣଙ୍କୁ ମୁଁ ନମସ୍କାର କରୁଛି | ଆପଣ ନିଜେ ହିଁ
ନିଜର କାରଣ ଅଟନ୍ତି | ପୁରୁଷ ଏବଂ ମୂଳ ପ୍ରକୃତି ରୂପରେ ମଧ୍ୟ ଏକମାତ୍ର ଆପଣ ହିଁ ରହିଛନ୍ତି |
ଆପଣଙ୍କୁ ମୋର ବାରମ୍ବାର ନମସ୍କାର |
ସର୍ୱେନ୍ଦ୍ରିୟଗୁଣଦ୍ରଷ୍ଟ୍ରେ
ସର୍ୱପ୍ରତ୍ୟଯହେତବେ ।
ଅସତାଚ୍ଛାୟଯୋକ୍ତାୟ
ସଦାଭାସାୟ ତେ ନମଃ ॥ ୧୪॥
ଆପଣ ସମସ୍ତ
ଇନ୍ଦ୍ରିୟ ଏବଂ ସେମାନଙ୍କ ବିଷୟର ଦ୍ରଷ୍ଟା ଅଟନ୍ତି, ସମସ୍ତ ପ୍ରତୀତିର
ଆଧାର ଅଟନ୍ତି | ଅହଂକାର ଆଦି ଛାୟାରୂପ ଅସତ୍ ବସ୍ତୁମାନଙ୍କ ମାଧ୍ୟମରେ ଆପଣଙ୍କର ହିଁ ଅସ୍ତିତ୍ବ
ପ୍ରକଟ ହୋଇଥାଏ | ସମସ୍ତ ବସ୍ତୁ-ସତ୍ତା ରୂପରେ କେବଳ ଆପଣ ହିଁ ପ୍ରକାଶିତ | ମୁଁ ଆପଣଙ୍କୁ
ନମସ୍କାର କରୁଛି |
ନମୋ
ନମସ୍ତେଽଖିଲକାରଣାୟ
ନିଷ୍କାରଣାୟାଦ୍ଭୁତକାରଣାୟ
।
ସର୍ୱାଗମାମ୍ନାୟମହାର୍ଣବାୟ
ନମୋଽପବର୍ଗାୟ
ପରାୟଣାୟ ॥ ୧୫॥
ଆପଣ ସବୁକିଛିର ମୂଳ
କାରଣ ଅଟନ୍ତି, କେହି ଆପଣଙ୍କର କାରଣ
ନୁହଁନ୍ତି | କାରଣ ହୋଇ ମଧ୍ୟ ଆପଣଙ୍କଠାରେ କୌଣସି ବିକାର ବା ପରିଣାମ ଉତ୍ପନ୍ନ ହୋଇ ନ ଥାଏ; ସେଥିପାଇଁ ଆପଣ ବିଲକ୍ଷଣ କାରଣ ଅଟନ୍ତି | ଆପଣଙ୍କୁ
ମୋର ବାରମ୍ବାର ନମସ୍କାର | ସମସ୍ତ ନଦୀ-ଝରଣା ଆଦିଙ୍କର ପରମ ଆଶ୍ରୟ ଯେପରି ସମୁଦ୍ର ଅଟେ, ସେହିପରି ସମସ୍ତ ବେଦ-ଶାସ୍ତ୍ରର ପରମ ତାତ୍ପର୍ଯ୍ୟ
ଆପଣ ହିଁ ଅଟନ୍ତି | ଆପଣ ମୋକ୍ଷସ୍ବରୂପ ଅଟନ୍ତି ଏବଂ ସମସ୍ତ ସନ୍ଥ ଆପଣଙ୍କର ଶରଣ ଗ୍ରହଣ କରନ୍ତି; ଆପଣଙ୍କୁ ମୁଁ ନମସ୍କାର କରୁଛି |
ଗୁଣାରଣିଚ୍ଛନ୍ନଚିଦୂଷ୍ମପାୟ
ତତ୍କ୍ଷୋଭବିସ୍ଫୂର୍ଜିତମାନସାୟ
।
ନୈଷ୍କର୍ମ୍ୟଭାବେନ
ବିବର୍ଜିତାଗମ-
ସ୍ୱୟମ୍ପ୍ରକାଶାୟ
ନମସ୍କରୋମି ॥ ୧୬॥
ଯଜ୍ଞ-କାଷ୍ଠ
ଅରଣିରେ ଯେପରି ଅଗ୍ନି ଗୁପ୍ତ ରୂପରେ ରହିଥାଏ, ସେହିପରି ଆପଣ
ନିଜର ଜ୍ଞାନକୁ ଗୁଣମାନଙ୍କର ମାୟାରେ ଆବୃତ ରଖିଥାଆନ୍ତି | ଗୁଣମାନଙ୍କରେ କ୍ଷୋଭ ଉତ୍ପନ୍ନ ହେଲେ
ଆପଣ ସେମାନଙ୍କ ଦ୍ବାରା ବିବିଧ ପ୍ରକାରର ସୃଷ୍ଟିରଚନା କରିବାର ସଂକଳ୍ପ କରନ୍ତି | ଯେଉଁମାନେ
କର୍ମସନ୍ୟାସ ଅଥବା କର୍ମସମର୍ପଣ ଦ୍ବାରା ଆତ୍ମତତ୍ତ୍ବର ଭାବନା କରି ବେଦ-ଶାସ୍ତ୍ରର ଉପରକୁ ଉଠି
ଯାଆନ୍ତି, ସେମାନଙ୍କର ଆତ୍ମା ରୂପରେ ଆପଣ ସ୍ବୟଂ ହିଁ ପ୍ରକାଶିତ
ହୋଇଯାଆନ୍ତି | ଆପଣଙ୍କୁ ମୁଁ ନମସ୍କାର କରୁଛି |
ମାଦୃକ୍
ପ୍ରପନ୍ନପଶୁପାଶବିମୋକ୍ଷଣାୟ
ମୁକ୍ତାୟ
ଭୂରିକରୁଣାୟ ନମୋଽଲୟାୟ ।
ସ୍ୱାଂଶେନ
ସର୍ୱତନୁଭୃନ୍ମନସି ପ୍ରତୀତ-
ପ୍ରତ୍ୟଗ୍ଦୃଶେ
ଭଗବତେ ବୃହତେ ନମସ୍ତେ ॥ ୧୭॥
ଦୟାଳୁ ପୁରୁଷ
ଫାଶରେ ପଡିଥିବା ପଶୁର ବନ୍ଧନ କାଟିଦେବା ପରି ଆପଣ ମୋ ପରି ଶରଣାଗତମାନଙ୍କର ଫାଶ ଛିନ୍ନ
କରିଦିଅନ୍ତି | ଆପଣ ନିତ୍ୟମୁକ୍ତ, ପରମ କରୁଣାମୟ
ଅଟନ୍ତି; ଭକ୍ତମାନଙ୍କର କଲ୍ୟାଣ କରିବାରେ ଆପଣ କେବେ ଆଳସ୍ୟ
କରନ୍ତି ନାହିଁ | ଆପଣଙ୍କ ଚରଣରେ ମୋର ନମସ୍କାର | ସବୁ ପ୍ରାଣୀଙ୍କ ହୃଦୟରେ ନିଜ ଅଂଶ
ଅନ୍ତରାତ୍ମା ରୂପରେ ଆପଣ ଉପଲବ୍ଧ ଅଟନ୍ତି | ଆପଣ ସର୍ବୈଶ୍ବର୍ଯ୍ୟପୂର୍ଣ୍ଣ ଅନନ୍ତ ଅଟନ୍ତି |
ମୁଁ ଆପଣଙ୍କୁ ନମସ୍କାର କରୁଛି |
ଆତ୍ମାଽଽତ୍ମଜାପ୍ତଗୃହବିତ୍ତଜନେଷୁ
ସକ୍ତୈ-
ର୍ଦୁଷ୍ପ୍ରାପଣାୟ
ଗୁଣସଙ୍ଗବିବର୍ଜିତାୟ ।
ମୁକ୍ତାତ୍ମଭିଃ
ସ୍ୱହୃଦୟେ ପରିଭାବିତାୟ
ଜ୍ଞାନାତ୍ମନେ
ଭଗବତେ ନମ ଈଶ୍ୱରାୟ ॥ ୧୮॥
ଯେଉଁମାନେ ଶରୀର, ପୁତ୍ର, ଗୁରୁଜନ, ଗୃହ, ସମ୍ପତ୍ତି ଏବଂ
ସ୍ବଜନମାନଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ, ସେମାନଙ୍କ ପାଇଁ
ଆପଣଙ୍କର ପ୍ରାପ୍ତି ଅତ୍ୟନ୍ତ କଠିନ ଅଟେ; କାରଣ ଆପଣ ସ୍ବୟଂ ଗୁଣମାନଙ୍କର ଆସକ୍ତିରୁ ରହିତ
ଅଟନ୍ତି | ଜୀବନ୍ମୁକ୍ତ ପୁରୁଷ ନିଜ ହୃଦୟରେ ଅନବରତ ଯାହାର ଚିନ୍ତନ କରୁଥାଆନ୍ତି, ସେହି ସର୍ବୈଶ୍ବର୍ଯ୍ୟପୂର୍ଣ୍ଣ ଜ୍ଞାନସ୍ବରୂପ
ଭଗବାନଙ୍କୁ ମୁଁ ନମସ୍କାର କରୁଛି |
ଯଂ
ଧର୍ମକାମାର୍ଥବିମୁକ୍ତିକାମା
ଭଜନ୍ତ ଇଷ୍ଟାଂ
ଗତିମାପ୍ନୁବନ୍ତି ।
କିଂ ତ୍ୱାଶିଷୋ
ରାତ୍ୟପି ଦେହମବ୍ୟଯଂ
କରୋତୁ ମେଽଦଭ୍ରଦୟୋ
ବିମୋକ୍ଷଣମ୍ ॥ ୧୯॥
ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ
କାମନାରେ ମନୁଷ୍ୟ ତାଙ୍କର ଭଜନ କରି ନିଜର ଅଭୀଷ୍ଟ ବସ୍ତୁ ପ୍ରାପ୍ତ କରିନିଏ | କେବଳ ସେତିକି
ନୁହେଁ, ସେ ସେମାନଙ୍କୁ ସବୁ ପ୍ରକାରର ସୁଖ ପ୍ରଦାନ କରିବା
ସହିତ ନିଜ ଅନୁରୂପ ଅବିନାଶୀ ପାର୍ଷଦ ଶରୀର ମଧ୍ୟ ପ୍ରଦାନ କରିଥାଆନ୍ତି | ସେହି ପରମ ଦୟାଳୁ
ପ୍ରଭୁ ମୋର ଉଦ୍ଧାର କରନ୍ତୁ |
ଏକାନ୍ତିନୋ ଯସ୍ୟ ନ
କଞ୍ଚନାର୍ଥଂ
ବାଞ୍ଛନ୍ତି ଯେ ବୈ
ଭଗବତ୍ପ୍ରପନ୍ନାଃ ।
ଅତ୍ୟଦ୍ଭୁତଂ
ତଚ୍ଚରିତଂ ସୁମଙ୍ଗଲଂ
ଗାୟନ୍ତ
ଆନନ୍ଦସମୁଦ୍ରମଗ୍ନାଃ ॥ ୨୦॥
ଅନନ୍ୟ ପ୍ରେମୀ
ଭକ୍ତଜନ ତାଙ୍କ ଶରଣରେ ରହି ମଧ୍ୟ ତାଙ୍କଠାରୁ କୌଣସି ବସ୍ତୁର – ଏପରି କି ମୋକ୍ଷର ଅଭିଳାଷ ମଧ୍ୟ
ରଖନ୍ତି ନାହିଁ, କେବଳ ତାଙ୍କର ପରମ ଦିବ୍ୟ
ମଙ୍ଗଳମୟୀ ଲୀଳାମାନଙ୍କର ଗାନ କରି ଆନନ୍ଦ ମଗ୍ନ ରହିଥାଆନ୍ତି -
ତମକ୍ଷରଂ ବ୍ରହ୍ମ
ପରଂ ପରେଶ-
ମବ୍ୟକ୍ତମାଧ୍ୟାତ୍ମିକୟୋଗଗମ୍ୟମ୍
।
ଅତୀନ୍ଦ୍ରିୟଂ
ସୂକ୍ଷ୍ମମିବାତିଦୂର-
ମନନ୍ତମାଦ୍ୟଂ
ପରିପୂର୍ଣମୀଡେ ॥ ୨୧॥
ଯିଏ ଅବିନାଶୀ,
ସର୍ବଶକ୍ତିମାନ, ଅବ୍ୟକ୍ତ, ଇନ୍ଦ୍ରିୟାତୀତ ଏବଂ ଅତ୍ୟନ୍ତ ସୂକ୍ଷ୍ମ ଅଟନ୍ତି; ଯିଏ ଅତି ନିକଟରେ ଥାଇ ମଧ୍ୟ ବହୁତ ଦୂର ପ୍ରତୀତ
ହୁଅନ୍ତି; ଯିଏ ଆଧ୍ୟାତ୍ମିକ ଯୋଗ – ଅର୍ଥାତ୍ ଜ୍ଞାନଯୋଗ ବା
ଭକ୍ତିଯୋଗ ଦ୍ବାରା ପ୍ରାପ୍ତ ଅଟନ୍ତି – ସେହି ଆଦିପୁରୁଷ, ଅନନ୍ତ ଏବଂ
ପରିପୂର୍ଣ୍ଣ ପରବ୍ରହ୍ମ ପରମାତ୍ମାଙ୍କର ମୁଁ ସ୍ତୁତି କରୁଛି |
ଯସ୍ୟ ବ୍ରହ୍ମାଦୟୋ
ଦେବା ବେଦା ଲୋକାଶ୍ଚରାଚରାଃ ।
ନାମରୂପବିଭେଦେନ
ଫଲ୍ଗ୍ୱ୍ୟା ଚ କଲୟା କୃତାଃ ॥ ୨୨॥
ଯଥାର୍ଚିଷୋଽଗ୍ନେଃ
ସବିତୁର୍ଗଭସ୍ତୟୋ
ନିର୍ୟାନ୍ତି
ସଂୟାନ୍ତ୍ୟସକୃତ୍ସ୍ୱରୋଚିଷଃ ।
ତଥା ଯତୋଽୟଂ
ଗୁଣସମ୍ପ୍ରବାହୋ
ବୁଦ୍ଧିର୍ମନଃ ଖାନି
ଶରୀରସର୍ଗାଃ ॥ ୨୩॥
ସ ବୈ ନ
ଦେବାସୁରମର୍ତ୍ୟତିର୍ୟଙ୍-
ନ ସ୍ତ୍ରୀ ନ ଷଣ୍ଢୋ
ନ ପୁମାନ୍ନ ଜନ୍ତୁଃ ।
ନାୟଂ ଗୁଣଃ କର୍ମ ନ
ସନ୍ନ ଚାସ-
ନ୍ନିଷେଧଶେଷୋ
ଜୟତାଦଶେଷଃ ॥ ୨୪॥
ଯାହାର ଅତ୍ୟନ୍ତ
ଛୋଟ କଳାରୁ ଅନେକ ନାମ-ରୂପାତ୍ମକ ଭେଦ-ଭାବଯୁକ୍ତ ବ୍ରହ୍ମ ଆଦି ଦେବତା, ବେଦ ଏବଂ ଚରାଚର ଲୋକର ସୃଷ୍ଟି ହୋଇଛି; ପ୍ରଜ୍ବଳିତ ଅଗ୍ନିରୁ ଶିଖା ଏବଂ ପ୍ରକାଶମାନ
ସୂର୍ଯ୍ୟରୁ କିରଣ ବାରମ୍ବାର ନିର୍ଗତ ହୋଇ ଲୀନ ହେଉଥିବା ପରି ଯେଉଁ ସ୍ବୟଂପ୍ରକାଶ
ପରମାତ୍ମାଙ୍କଠାରୁ ବୁଦ୍ଧି, ମନ, ଇନ୍ଦ୍ରିୟ ଏବଂ ଶରୀର – ଯାହା ଗୁଣର ପ୍ରବାହରୂପ ଅଟେ –
ବାରମ୍ବାର ପ୍ରକଟ ହୋଇଥାଏ ଏବଂ ଲୀନ ହେଉଥାଏ, ସେହି ଭଗବାନ
ଦେବତା ନୁହଁନ୍ତି କି ଅସୁର ନୁହଁନ୍ତି | ସେ ମନୁଷ୍ୟ ଏବଂ ପଶୁ-ପକ୍ଷୀ ମଧ୍ୟ ନୁହଁନ୍ତି |
ସ୍ତ୍ରୀ ନୁହଁନ୍ତି, ପୁରୁଷ ନୁହଁନ୍ତି କି
ନପୁଂଶକ ନୁହଁନ୍ତି | ସେ କୌଣସି ସାଧାରଣ ବା ଅସାଧାରଣ ପ୍ରାଣୀ ନୁହଁନ୍ତି | ସେ ଗୁଣ, କର୍ମ, କାର୍ଯ୍ୟ, କାରଣ ଆଦି କିଛି ବି ନୁହଁନ୍ତି | ସବୁକିଛିର ନିଷେଧ
ହୋଇଯିବା ପରେ ଯାହା କିଛି ଅବଶିଷ୍ଟ ରହେ, ତାହା ହିଁ ତାଙ୍କର
ସ୍ବରୂପ ଅଟେ ତଥା ସେ ହିଁ ସବୁକିଛି ଅଟନ୍ତି | ସେହି ପରମାତ୍ମା ମୋର ଉଦ୍ଧାର ନିମନ୍ତେ ପ୍ରକଟ
ହୁଅନ୍ତୁ |
ଜିଜୀବିଷେ
ନାହମିହାମୁୟା କି-
ମନ୍ତର୍ବହିଶ୍ଚାବୃତୟେଭୟୋନ୍ୟା
।
ଇଚ୍ଛାମି କାଲେନ ନ
ଯସ୍ୟ ବିପ୍ଲବ-
ସ୍ତସ୍ୟାତ୍ମଲୋକାବରଣସ୍ୟ
ମୋକ୍ଷମ୍ ॥ ୨୫॥
ମୁଁ ଜୀବିତ
ରହିବାକୁ ଇଚ୍ଛା କରୁନାହିଁ | ଏହି ହାତୀ-ଯୋନି ବାହାର ଏବଂ ଭିତର – ସବୁ ଦିଗରୁ ଅଜ୍ଞାନରୂପ
ଆବରଣରେ ଆବୃତ ଅଟେ, ଏହାକୁ ରଖି ମୁଁ କ’ଣ ଅବା କରିବି ?
ମୁଁ ତ ଆତ୍ମପ୍ରକାଶକୁ ଆବୃତ କରିଥିବା ସେହି ଅଜ୍ଞାନରୂପ ଆବରଣରୁ ନିସ୍ତାର ଇଚ୍ଛା କରୁଛି, ଯାହା
କାଳକ୍ରମେ ଆପେ-ଆପେ ଯାଇ ନ ଥାଏ; କେବଳ ଭଗବତ୍-କୃପା
ଅଥବା ତତ୍ତ୍ବଜ୍ଞାନ ଦ୍ବାରା ହିଁ ନଷ୍ଟ ହୋଇଥାଏ |
ସୋଽହଂ ବିଶ୍ୱସୃଜଂ
ବିଶ୍ୱମବିଶ୍ୱଂ ବିଶ୍ୱବେଦସମ୍ ।
ବିଶ୍ୱାତ୍ମାନମଜଂ
ବ୍ରହ୍ମ ପ୍ରଣତୋଽସ୍ମି ପରଂ ପଦମ୍ ॥ ୨୬॥
ଅତଏବ ମୁଁ ସେହି
ପରବ୍ରହ୍ମ ପରମାତ୍ମାଙ୍କର ଶରଣ ଗ୍ରହଣ କରୁଛି, ଯିଏ ବିଶ୍ବରହିତ
ହୋଇ ମଧ୍ୟ ବିଶ୍ବର ରଚୟିତା ଏବଂ ବିଶ୍ବସ୍ବରୂପ ଅଟନ୍ତି – ତତ୍ ସଙ୍ଗେ ସଙ୍ଗେ ବିଶ୍ବର
ଅନ୍ତରାତ୍ମା ରୂପରେ ବିଶ୍ବରୂପ ସାମଗ୍ରୀରେ କ୍ରୀଡା ମଧ୍ୟ କରୁଥାଆନ୍ତି | ସେହି ଅଜନ୍ମା ପରମପଦ
ସ୍ବରୂପ ବ୍ରହ୍ମଙ୍କୁ ମୁଁ ନମସ୍କାର କରୁଛି |
ଯୋଗରନ୍ଧିତକର୍ମାଣୋ
ହୃଦି ଯୋଗବିଭାବିତେ ।
ଯୋଗିନୋ ଯଂ
ପ୍ରପଶ୍ୟନ୍ତି ଯୋଗେଶଂ ତଂ ନତୋଽସ୍ମ୍ୟହମ୍ ॥ ୨୭॥
ଯୋଗୀମାନେ ଯୋଗ
ବଳରେ କର୍ମ, କର୍ମ-ବାସନା ଏବଂ
କର୍ମ-ଫଳକୁ ଭସ୍ମ କରି ନିଜ ଯୋଗଶୁଦ୍ଧ ହୃଦୟରେ ଯେଉଁ ଯୋଗେଶ୍ବର ଭଗବାନଙ୍କର ସାକ୍ଷାତକାର
କରନ୍ତି, ମୁଁ ସେହି ପ୍ରଭୁଙ୍କୁ ନମସ୍କାର କରୁଛି |
ନମୋ
ନମସ୍ତୁଭ୍ୟମସହ୍ୟବେଗ-
ଶକ୍ତିତ୍ରୟାୟାଖିଲଧୀଗୁଣାୟ
।
ପ୍ରପନ୍ନପାଲାୟ
ଦୁରନ୍ତଶକ୍ତୟେ
କଦିନ୍ଦ୍ରିୟାଣାମନବାପ୍ୟବର୍ତ୍ମନେ
॥ ୨୮॥
ପ୍ରଭୁ ! ଆପଣଙ୍କର
ତିନୋଟି ଶକ୍ତି – ସତ୍ତ୍ବ, ରଜ ଏବଂ ତମର
ରାଗାଦି ବେଗ ଅସହ୍ୟ ଅଟେ | ସମସ୍ତ ଇନ୍ଦ୍ରିୟ ଏବଂ ମନର ବିଷୟ ରୂପରେ ମଧ୍ୟ ଆପଣ ହିଁ ପ୍ରତୀତ
ହେଉଛନ୍ତି | ସେଥିପାଇଁ ଯେଉଁମାନଙ୍କର ଇନ୍ଦ୍ରିୟ ନିଜ ବଶରେ ନ ଥାଏ, ସେମାନେ ତ ଆପଣଙ୍କ ପ୍ରାପ୍ତିର ମାର୍ଗ ମଧ୍ୟ ପାଆନ୍ତି
ନାହିଁ| ଆପଣଙ୍କର ଶକ୍ତି ଅନନ୍ତ ଅଟେ | ଆପଣ ଶରଣାଗତବତ୍ସଳ
ଅଟନ୍ତି | ଆପଣଙ୍କୁ ମୁଁ ବାରମ୍ବାର ନମସ୍କାର କରୁଛି |
ନାୟଂ ବେଦ
ସ୍ୱମାତ୍ମାନଂ ଯଚ୍ଛକ୍ତ୍ୟାହନ୍ଧିୟା ହତମ୍ ।
ତଂ
ଦୁରତ୍ୟଯମାହାତ୍ମ୍ୟଂ ଭଗବନ୍ତମିତୋଽସ୍ମ୍ୟହମ୍ ॥ ୨୯॥
ଆପଣଙ୍କର ମାୟା
ଅହଂବୁଦ୍ଧି ଦ୍ବାରା ଆତ୍ମାର ସ୍ବରୂପ ଆବୃତ ରହିଛି, ସେଥିପାଇଁ ଜୀବ
ନିଜ ସ୍ବରୂପକୁ ଜାଣି ପାରୁନାହିଁ | ଆପଣଙ୍କର ମହିମା ଅପାର ଅଟେ | ଆପଣଙ୍କ ପରି ସର୍ବଶକ୍ତିମାନ
ଏବଂ ମାଧୁର୍ଯ୍ୟନିଧି ଭଗବାନଙ୍କର ମୁଁ ଶରଣ ଗ୍ରହଣ କରୁଛି |
ଶ୍ରୀଶୁକ ଉବାଚ
ଏବଂ
ଗଜେନ୍ଦ୍ରମୁପବର୍ଣିତନିର୍ୱିଶେଷଂ
ବ୍ରହ୍ମାଦୟୋ
ବିବିଧଲିଙ୍ଗଭିଦାଭିମାନାଃ ।
ନୈତେ
ଯଦୋପସସୃପୁର୍ନିଖିଲାତ୍ମକତ୍ୱା-
ତ୍ତତ୍ରାଖିଲାମରମୟୋ
ହରିରାବିରାସୀତ୍ ॥ ୩୦॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! କୌଣସି ଭେଦଭାବ ନ ରଖି ଗଜେନ୍ଦ୍ର ନିର୍ବିଶେଷ ରୂପରେ ଭଗବାନଙ୍କର
ସ୍ତୁତି କରିଥିଲା, ସେଥିପାଇଁ ଭିନ୍ନ-ଭିନ୍ନ
ନାମ ଏବଂ ରୂପକୁ ନିଜର ସ୍ବରୂପ ମନେ କରୁଥିବା ବ୍ରହ୍ମା ଆଦି ଦେବତାମାନେ ତାହାର ରକ୍ଷା କରିବାକୁ
ଆସିଲେ ନାହିଁ | ସେହି ସମୟରେ ସର୍ବାତ୍ମା ହୋଇଥିବା କାରଣରୁ ସର୍ବଦେବସ୍ବରୂପ ସ୍ବୟଂ ଭଗବାନ
ଶ୍ରୀହରି ପ୍ରକଟ ହେଲେ |
ତଂ
ତଦ୍ୱଦାର୍ତମୁପଲଭ୍ୟ ଜଗନ୍ନିବାସଃ
ସ୍ତୋତ୍ରଂ ନିଶମ୍ୟ
ଦିବିଜୈଃ ସହ ସଂସ୍ତୁବଦ୍ଭିଃ ।
ଛନ୍ଦୋମୟେନ ଗରୁଡେନ
ସମୁହ୍ୟମାନ-
ଶ୍ଚକ୍ରାୟୁଧୋଽଭ୍ୟଗମଦାଶୁ
ଯତୋ ଗଜେନ୍ଦ୍ରଃ ॥ ୩୧॥
ବିଶ୍ବର ଏକମାତ୍ର
ଆଧାର ଭଗବାନ ଦେଖିଲେ ଯେ ଗଜେନ୍ଦ୍ର ଅତିଶୟ ପୀଡିତ ହେଉଛି | ଅତଏବ ତାହାର ସ୍ତୁତି ଶୁଣି ବେଦମୟ
ଗରୁଡ଼ପୃଷ୍ଠରେ ବସି ଚକ୍ରଧାରୀ ଭଗବାନ ଅତି ଶୀଘ୍ର ସେଠାକୁ ଆଗମନ କଲେ, ଯେଉଁଠାରେ ଗଜେନ୍ଦ୍ର
ସଙ୍କଟରେ ପଡିଥିଲା | ତାଙ୍କ ସହିତ ଦେବତାମାନେ ମଧ୍ୟ ସ୍ତୁତି କରି କରି ସେଠାରେ ପହଞ୍ଚିଲେ |
ସୋଽନ୍ତଃସରସ୍ୟୁରୁବଲେନ
ଗୃହୀତ ଆର୍ତୋ
ଦୃଷ୍ଟ୍ୱା
ଗରୁତ୍ମତି ହରିଂ ଖ ଉପାତ୍ତଚକ୍ରମ୍ ।
ଉତ୍କ୍ଷିପ୍ୟ
ସାମ୍ବୁଜକରଂ ଗିରମାହ କୃଚ୍ଛ୍ରା-
ନ୍ନାରାୟଣାଖିଲଗୁରୋ
ଭଗବନ୍ନମସ୍ତେ ॥ ୩୨॥
ସରୋବର ଭିତରେ
ବଳବାନ ଗ୍ରାହ ଗଜେନ୍ଦ୍ରକୁ କାମୁଡି ଧରିଥିଲା ଏବଂ ସେ ପୀଡାରେ ବ୍ୟାକୁଳ ହେଉଥିଲା | ଆକାଶରେ ସେ
ଯେତେବେଳେ ଦେଖିଲା ଯେ ଗରୁଡ଼ ପୃଷ୍ଠରେ ସବାର ହୋଇ ହାତରେ ଚକ୍ର ଧାରଣ କରି ଭଗବାନ ଶ୍ରୀହରି
ଆଗମନ କରୁଛନ୍ତି, ସେତେବେଳେ ନିଜ ଶୁଣ୍ଢରେ ଏକ
ସୁନ୍ଦର କମଳ ପୁଷ୍ପ ଉପରକୁ ଉଠାଇ ସେ ଅତି କଷ୍ଟରେ କହିଲା – ନାରାୟଣ ! ଜଗଦଗୁରୁ ! ଭଗବନ୍ !
ଆପଣଙ୍କୁ ମୋର ନମସ୍କାର |
ତଂ ବୀକ୍ଷ୍ୟ
ପୀଡିତମଜଃ ସହସାବତୀର୍ୟ
ସଗ୍ରାହମାଶୁ ସରସଃ
କୃପୟୋଜ୍ଜହାର ।
ଗ୍ରାହାଦ୍ୱିପାଟିତମୁଖାଦରିଣା
ଗଜେନ୍ଦ୍ରଂ
ସମ୍ପଶ୍ୟତାଂ
ହରିରମୂମୁଚଦୁଚ୍ଛ୍ରିୟାଣାମ୍ ॥ ୩୩॥
ଗଜେନ୍ଦ୍ରକୁ
ଅତ୍ୟନ୍ତ ପୀଡିତ ଅବସ୍ଥାରେ ଦେଖି ଭଗବାନ ତତକ୍ଷଣାତ୍ ଗରୁଡ଼ପୃଷ୍ଠରୁ ତଳକୁ ଡେଇଁ ପଡିଲେ ଏବଂ
କୃପା କରି ଅତି ଶୀଘ୍ର ଗଜେନ୍ଦ୍ରକୁ ଗ୍ରାହ ସହିତ ସରୋବରରୁ ବାହାରକୁ ନେଇ ଆସିଲେ | ତତ୍ପଶ୍ଚାତ୍
ସବୁ ଦେବତାଙ୍କ ସମକ୍ଷରେ ହିଁ ଭଗବାନ ଚକ୍ର ଦ୍ବାରା ଗ୍ରାହର ମୁଖକୁ ଚିରି ଦୁଇ ଫାଳ କରିଦେଲେ
ଏବଂ ଗଜେନ୍ଦ୍ରକୁ ମୁକ୍ତ କରିଦେଲେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଅଷ୍ଟମସ୍କନ୍ଧେ
ମନ୍ୱନ୍ତରାନୁବର୍ଣନେ ଗଜେନ୍ଦ୍ରୋପାଖ୍ୟାନେ ତୃତୀୟୋଽଧ୍ୟାୟଃ ॥ ୩॥

Comments
Post a Comment