ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ପ୍ରଥମ ଅଧ୍ୟାୟ

ଉଦ୍ଧବବିଦୁର ସାକ୍ଷାତକାର

 

ଶ୍ରୀଶୁକ ଉବାଚ

ଏବମେତତ୍ପୁରା ପୃଷ୍ଟୋ ମୈତ୍ରେୟୋ ଭଗବାନ୍ କିଲ ।

କ୍ଷତ୍ତ୍ରା ବନଂ ପ୍ରବିଷ୍ଟେନ ତ୍ୟକ୍ତ୍ୱା ସ୍ୱଗୃହମୃଦ୍ଧିମତ୍ ॥ ୧॥

ଶ୍ରୀ ଶୁକଦେବ କହୁଛନ୍ତି – ହେ ପରୀକ୍ଷିତ ! ତୁମେ ଯାହା ପଚାରିଲ, ପୂର୍ବକାଳରେ ସେହି ପ୍ରଶ୍ନ ନିଜ ସୁଖ-ସମୃଦ୍ଧିପୂର୍ଣ୍ଣ ଗୃହ ତ୍ୟାଗ କରି ବନକୁ ଗମନ କରିଥିବା ବିଦୁରଜୀ ଭଗବାନ୍ ମୈତ୍ରେୟଙ୍କୁ ପଚାରି ଥିଲେ |

ଯଦ୍ୱା ଅୟଂ ମନ୍ତ୍ରକୃଦ୍ୱୋ ଭଗବାନଖିଲେଶ୍ୱରଃ ।

ପୌରବେନ୍ଦ୍ରଗୃହଂ ହିତ୍ୱା ପ୍ରବିବେଶାତ୍ମସାତ୍କୃତମ୍ ॥ ୨॥

ସର୍ବେଶ୍ବର ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ପାଣ୍ଡବମାନଙ୍କର ଦୂତ ରୂପରେ ହସ୍ତୀନାପୁରକୁ ଯାଇଥିଲେ, ସେତେବେଳେ ସେ ଦୁର୍ଯ୍ୟୋଧନଙ୍କର ମହଲ ଛାଡି, ଅଡାକରାରେ ନିଜର ମନେ କରି ସେହି ବିଦୁରଙ୍କ ଘରକୁ ଯାଇଥିଲେ |

ରାଜୋବାଚ

କୁତ୍ର କ୍ଷତ୍ତୁର୍ଭଗବତା ମୈତ୍ରେୟେଣାସ ସଙ୍ଗମଃ ।

କଦା ବା ସହ ସମ୍ବାଦ ଏତଦ୍ୱର୍ଣୟ ନଃ ପ୍ରଭୋ ॥ ୩॥

ରାଜା ପରୀକ୍ଷିତ ପଚାରିଲେ – ପ୍ରଭୁ ! ପ୍ରଥମେ ମୋତେ ଏକଥା କହନ୍ତୁ, ଭଗବାନ୍ ମୈତ୍ରେୟଙ୍କ ସହିତ ବିଦୁରଜୀଙ୍କର ସାକ୍ଷାତକାର କେଉଁଠାରେ ଏବଂ କେଉଁ ସମୟରେ ହୋଇଥିଲା ?

ନ ହ୍ୟଲ୍ପାର୍ଥୋଦୟସ୍ତସ୍ୟ ବିଦୁରସ୍ୟାମଲାତ୍ମନଃ ।

ତସ୍ମିନ୍ ବରୀୟସି ପ୍ରଶ୍ନଃ ସାଧୁବାଦୋପବୃଂହିତଃ ॥ ୪॥

ମହାତ୍ମା ମୈତ୍ରେୟଙ୍କୁ ପବିତ୍ରାତ୍ମା ବିଦୁରଜୀ ତ କୌଣସି ସାଧାରଣ ପ୍ରଶ୍ନ ପଚାରି ନ ଥିବେ; କାରଣ ମୈତ୍ରେୟଙ୍କ ପରି ସାଧୁଶିରୋମଣି ଅଭିନନ୍ଦନପୂର୍ବକ ତାହାର ଉତ୍ତର ଦେଇ ସେହି ପ୍ରଶ୍ନକୁ ମହିମାନ୍ବିତ କରିଥିଲେ |

ସୂତ ଉବାଚ

ସ ଏବମୃଷିବର୍ୟୋଽୟଂ ପୃଷ୍ଟୋ ରାଜ୍ଞା ପରୀକ୍ଷିତା ।

ପ୍ରତ୍ୟାହ ତଂ ସୁବହୁବିତ୍ପ୍ରୀତାତ୍ମା ଶ୍ରୂୟତାମିତି ॥ ୫॥

ସୂତ ମୁନି କହୁଛନ୍ତି – ରାଜା ପରୀକ୍ଷିତଙ୍କର ଏପରି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସର୍ବଜ୍ଞ ଶ୍ରୀ ଶୁକଦେବ ମୁନି ଅତି ପ୍ରସନ୍ନ ହୋଇ ଯାହା କହିଥିଲେ – ତାହା ଶୁଣ |

ଶ୍ରୀଶୁକ ଉବାଚ

ଯଦା ତୁ ରାଜା ସ୍ୱସୁତାନସାଧୂନ୍

ପୁଷ୍ଣନ୍ନଧର୍ମେଣ ବିନଷ୍ଟଦୃଷ୍ଟିଃ ।

ଭ୍ରାତୁର୍ୟବିଷ୍ଠସ୍ୟ ସୁତାନ୍ ବିବନ୍ଧୂନ୍

ପ୍ରବେଶ୍ୟ ଲାକ୍ଷାଭବନେ ଦଦାହ ॥ ୬॥

ଶ୍ରୀ ଶୁକଦେବ ମୁନି କହିବାରେ ଲାଗିଲେ – ହେ ପରୀକ୍ଷିତ ! ଏହା ସେହି ସମୟର କଥା ଯେତେବେଳେ ଅନ୍ଧରାଜା ଧୃତରାଷ୍ଟ୍ର ଅନ୍ୟାୟପୂର୍ବକ ନିଜ ଦୁଷ୍ଟ ପୁତ୍ରମାନଙ୍କର ପାଳନ-ପୋଷଣ କରିବାକୁ ଯାଇ ନିଜ କନିଷ୍ଠ ଭ୍ରାତା ପାଣ୍ଡୁଙ୍କର ଅନାଥ ବାଳକଙ୍କୁ ଲାକ୍ଷାଗୃହକୁ ପ୍ରେରଣ କରି ସେଠାରେ ଅଗ୍ନି ସଂଯୋଗ କରି ଦେଇଥିଲେ |

ଯଦା ସଭାୟାଂ କୁରୁଦେବଦେବ୍ୟାଃ

କେଶାଭିମର୍ଶଂ ସୁତକର୍ମ ଗର୍ହ୍ୟମ୍ ।

ନ ବାରୟାମାସ ନୃପଃ ସ୍ନୁଷାୟାଃ

ସ୍ୱାସ୍ରୈର୍ହରନ୍ତ୍ୟାଃ କୁଚକୁଙ୍କୁମାନି ॥ ୭॥

ଯେତେବେଳେ ତାଙ୍କର ପୁତ୍ରବଧୂ ତଥା ମହାରାଜ ଯୁଧିଷ୍ଠିରଙ୍କର ପାଟରାଣୀ ଦ୍ରୌପଦୀଙ୍କର କେଶ ଧାରଣ କରି ଦୁଃଶାସନ ଭରପୂର ସଭାରେ ଟାଣିବାରେ ଲାଗିଥିଲା ଏବଂ ଦ୍ରୌପଦୀଙ୍କ ଆଖିର ଅଶ୍ରୁପ୍ରବାହରେ ତାଙ୍କ ବକ୍ଷସ୍ଥଳରେ ଲେପିତ କେଶର ଧୌତ ହେବାରେ ଲାଗିଥିଲା, ସେତେବେଳେ ମଧ୍ୟ ଧୃତରାଷ୍ଟ୍ର ନିଜ ପୁତ୍ରର କୁକର୍ମରେ ବାଧା ଦେଇ ନ ଥିଲେ |

ଦ୍ୟୂତେ ତ୍ୱଧର୍ମେଣ ଜିତସ୍ୟ ସାଧୋଃ

ସତ୍ୟାବଲମ୍ବସ୍ୟ ବନାଗତସ୍ୟ ।

ନ ଯାଚତୋଽଦାତ୍ସମୟେନ ଦାୟଂ

ତମୋ ଜୁଷାଣୋ ଯଦଜାତଶତ୍ରୋଃ ॥ ୮॥

ସତ୍ୟପରାୟଣ ଏବଂ ସରଳ-ହୃଦୟ ଯୁଧିଷ୍ଠିରଙ୍କର ରାଜ୍ୟ ଜୂଆଖେଳରେ ଦୁର୍ଯ୍ୟୋଧନ ଅନ୍ୟାୟରେ ଜିତି ନେଇଥିଲା ଏବଂ ତାଙ୍କୁ ବଣକୁ ପଠାଇ ଦେଇଥିଲା | ବନବାସରୁ ଫେରିବା ପରେ ପ୍ରତିଜ୍ଞାନୁସାରେ ସେ ଯେତେବେଳେ ଦୁର୍ଯ୍ୟୋଧନଙ୍କଠାରୁ ନିଜର ପୈତୃକ ଭାଗ ମାଗିଥିଲେ, ସେତେବେଳେ ଦୁର୍ଯ୍ୟୋଧନ ସେହି ଅଜାତଶତ୍ରୁ ଯୁଧିଷ୍ଠିରଙ୍କୁ ତାଙ୍କର ଭାଗ ଦେଇ ନ ଥିଲେ |

ଯଦା ଚ ପାର୍ଥପ୍ରହିତଃ ସଭାୟାଂ

ଜଗଦ୍ଗୁରୁର୍ୟାନି ଜଗାଦ କୃଷ୍ଣଃ ।

ନ ତାନି ପୁଂସାମମୃତାୟନାନି

ରାଜୋରୁ ମେନେ କ୍ଷତପୁଣ୍ୟଲେଶଃ ॥ ୯॥

ମହାରାଜ ଯୁଧିଷ୍ଠିରଙ୍କର ଅନୁରୋଧକ୍ରମେ ଜଗଦଗୁରୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ କୌରବମାନଙ୍କର ସଭାରେ ସେମାନଙ୍କୁ ହିତଭରା ସୁମଧୁର ବଚନ କହିଥିଲେ, ଭୀଷ୍ମାଦି ସଜ୍ଜନମାନଙ୍କୁ ତ ତାହା ଅମୃତ-ତୁଲ୍ୟ ବୋଧ ହୋଇଥିଲା, କିନ୍ତୁ କୁରୁରାଜ ତାଙ୍କ କଥନର ଆଦର କରି ନ ଥିଲେ | କେମିତି ଅବା କରନ୍ତେ, ତାଙ୍କର ତ ସବୁ ପୁଣ୍ୟ ନଷ୍ଟ ହୋଇ ଯାଇଥିଲା |

ଯଦୋପହୂତୋ ଭବନଂ ପ୍ରବିଷ୍ଟୋ

ମନ୍ତ୍ରାୟ ପୃଷ୍ଟଃ କିଲ ପୂର୍ୱଜେନ ।

ଅଥାହ ତନ୍ମନ୍ତ୍ରଦୃଶାଂ ବରୀୟାନ୍

ଯନ୍ମନ୍ତ୍ରିଣୋ ବୈଦୁରିକଂ ବଦନ୍ତି ॥ ୧୦॥

ତାପରେ ଯେତେବେଳେ ପରାମର୍ଶ ଦେବା ନିମନ୍ତେ ବିଦୁରଙ୍କର ଆବାହନ କରଗଲା, ସେତେବେଳେ ରାଜଭବନରେ ଉପସ୍ଥିତ ନିଜ ଜ୍ୟେଷ୍ଠ ଭ୍ରାତାଙ୍କର ପ୍ରଶ୍ନର ଉତ୍ତରରେ ମନ୍ତ୍ରୀଶ୍ରେଷ୍ଠ ବିଦୁରଜୀ ନିଜର ଯେଉଁ ମତାମତ ପ୍ରଦାନ କରିଥିଲେ, ତାହାକୁ ନୀତିଶାସ୍ତ୍ରର ଜ୍ଞାତା ପୁରୁଷ ‘ବିଦୁରନୀତି କହନ୍ତି |

ଅଜାତଶତ୍ରୋଃ ପ୍ରତିୟଚ୍ଛ ଦାୟଂ

ତିତିକ୍ଷତୋ ଦୁର୍ୱିଷହଂ ତବାଗଃ ।

ସହାନୁଜୋ ଯତ୍ର ବୃକୋଦରାହିଃ

ଶ୍ୱସନ୍ ରୁଷା ଯତ୍ତ୍ୱମଲଂ ବିଭେଷି ॥ ୧୧॥

ସେ କହିଲେ – ମହାରାଜ ! ଆପଣ ଅଜାତଶତ୍ରୁ ମହାତ୍ମା ଯୁଧିଷ୍ଠିରଙ୍କୁ ତାଙ୍କର ଭାଗ ଦେଇ ଦିଅନ୍ତୁ | ସେ ଆପଣଙ୍କର ସହନଯୋଗ୍ୟ ହୋଇ ନ ଥିବା ଅପରାଧକୁ ମଧ୍ୟ ସହ୍ୟ କରୁଛନ୍ତି | ଭୀମରୂପ କାଳନାଗକୁ ତ ଆପଣ ବି ବହୁତ ଭୟ କରନ୍ତି; ଦେଖନ୍ତୁ, ସେ କିପରି ପ୍ରତିଶୋଧ ନେବା ଇଚ୍ଛାରେ ନିଜ ଭାଇମାନଙ୍କ ସହିତ ବସି କ୍ରୋଧରେ ଛଟପଟ ହେଉଛନ୍ତି |

ପାର୍ଥାଂସ୍ତୁ ଦେବୋ ଭଗବାନ୍ମୁକୁନ୍ଦୋ

ଗୃହୀତବାନ୍ ସକ୍ଷିତିଦେବଦେବଃ ।

ଆସ୍ତେ ସ୍ୱପୁର୍ୟାଂ ଯଦୁଦେବଦେବୋ

ବିନିର୍ଜିତାଶେଷନୃଦେବଦେବଃ ॥ ୧୨॥

ଆପଣ ଜାଣିନାହାଁନ୍ତି, ଭଗବାନ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ଆପଣାର କରି ନେଇଛନ୍ତି | ଯଦୁବୀରମାନଙ୍କର ସେହି ଆରାଧ୍ୟଦେବ ଅଧୁନା ନିଜ ରାଜଧାନୀ ଦ୍ବାରିକାପୁରୀରେ ବିରାଜମାନ କରିଛନ୍ତି | ପୃଥିବୀର ସମସ୍ତ ବଡ ବଡ ରାଜାମାନଙ୍କୁ ସେ ନିଜର ଅଧୀନସ୍ତ କରି ନେଇଛନ୍ତି ଏବଂ ବ୍ରାହ୍ମଣ ଓ ଦେବତାମାନେ ମଧ୍ୟ ତାଙ୍କ ପକ୍ଷରେ ରହିଛନ୍ତି |

ସ ଏଷ ଦୋଷଃ ପୁରୁଷଦ୍ୱିଡାସ୍ତେ

ଗୃହାନ୍ ପ୍ରବିଷ୍ଟୋ ଯମପତ୍ୟମତ୍ୟା ।

ପୁଷ୍ଣାସି କୃଷ୍ଣାଦ୍ୱିମୁଖୋ ଗତଶ୍ରୀଃ

ତ୍ୟଜାଶ୍ୱଶୈବଂ କୁଲକୌଶଲାୟ ॥ ୧୩॥

ପୁତ୍ର ମନେକରି ଆପଣ ଯାହାର ପାଳନ-ପୋଷଣ କରୁଛନ୍ତି ଏବଂ ଯାହାର ହଁ ରେ ହଁ ମିଳାଉଛନ୍ତି, ସେହି ଦୁର୍ଯ୍ୟୋଧନ ରୂପରେ ତ ମୂର୍ତ୍ତିମାନ ଦୋଷ ଆପଣଙ୍କ ଗୃହକୁ ଅକ୍ତିୟାର କରି ବସିଛି | ସାକ୍ଷାତ ଭଗବାନଙ୍କ ପ୍ରତି ସେ ତ ଦ୍ବେଷ କରିବ ହିଁ କରିବ | ସେହି କାରଣରୁ ଆପଣ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ବିମୁଖ ହୋଇ ଶ୍ରୀହୀନ ହୋଇ ଯାଇଛନ୍ତି | ଅତଏବ ଆପଣ ଯଦି ନିଜ କୁଳର କୁଶଳ ଚାହାଁନ୍ତି, ତେବେ ଅତି ଶୀଘ୍ର ଏହି ଦୁଷ୍ଟକୁ ତ୍ୟାଗ କରନ୍ତୁ |

ଇତ୍ୟୂଚିବାଂସ୍ତତ୍ର ସୁୟୋଧନେନ

ପ୍ରବୃଦ୍ଧକୋପସ୍ଫୁରିତାଧରେଣ ।

ଅସତ୍କୃତଃ ସତ୍ସ୍ପୃହଣୀୟଶୀଲଃ

କ୍ଷତ୍ତା ସକର୍ଣାନୁଜସୌବଲେନ ॥ ୧୪॥

କ ଏନମତ୍ରୋପଜୁହାବ ଜିହ୍ମଂ

ଦାସ୍ୟାଃ ସୁତଂ ଯଦ୍ବଲିନୈବ ପୁଷ୍ଟଃ ।

ତସ୍ମିନ୍ ପ୍ରତୀପଃ ପରକୃତ୍ୟ ଆସ୍ତେ

ନିର୍ୱାସ୍ୟତାମାଶୁ ପୁରାଚ୍ଛ୍ୱସାନଃ ॥ ୧୫॥

ବିଦୁରଜୀଙ୍କର ସ୍ବଭାବ ଏତେ ସୁନ୍ଦର ଥିଲା ଯେ ସାଧୁଜନ ମଧ୍ୟ ତାହା ପ୍ରାପ୍ତ କରିବାକୁ ଇଚ୍ଛା କରୁଥିଲେ | କିନ୍ତୁ ତାଙ୍କ ମୁଖର ଏହି ନୀତିପୂର୍ଣ୍ଣ ପରାମର୍ଶ ଶୁଣି କର୍ଣ, ଦୁଃଶାସନ ଓ ଶକୁନିଙ୍କ ସମେତ ଦୁର୍ଯ୍ୟୋଧନଙ୍କର ଓଷ୍ଠ କ୍ରୋଧରେ ଥରି ଉଠିଲା ଏବଂ ସେ ତାଙ୍କୁ ତିରସ୍କାର କରି କହିଲା – ‘ଏହି କୁଟିଳ ଦାସୀପୁତ୍ରକୁ ଏଠାକୁ କିଏ ଡାକିଲା ? ଯାହାର ଅନ୍ନ ଗ୍ରହଣ କରି ଇଏ ଜୀବିତ ରହିଛି, ଇଏ ସେମାନଙ୍କର ପ୍ରତିକୂଳ ହୋଇ ଶତ୍ରୁର ଉଦ୍ଦେଶ୍ୟ ସାଧନ କରିବାକୁ ଇଚ୍ଛା କରୁଛି | ଏହାର ପ୍ରାଣ ହରଣ କରନାହିଁ, କିନ୍ତୁ ଏହାକୁ ଅତି ଶୀଘ୍ର ମୋ ନଗରରୁ ନିଷ୍କ୍ରାନ୍ତ କର |

ସ ଇତ୍ଥମତ୍ୟୁଲ୍ବଣକର୍ଣବାଣୈଃ

ଭ୍ରାତୁଃ ପୁରୋ ମର୍ମସୁ ତାଡିତୋଽପି ।

ସ୍ୱୟଂ ଧନୁର୍ଦ୍ୱାରି ନିଧାୟ ମାୟାଂ

ଗତବ୍ୟଥୋଽୟାଦୁରୁମାନୟାନଃ ॥ ୧୬॥

ନିଜ ଭ୍ରାତାଙ୍କ ସମ୍ମୁଖରେ କାନକୁ ତୀର ସଦୃଶ ବିଦ୍ଧ କରୁଥିବା ଏପରି ଅତ୍ୟନ୍ତ କଠୋର ବଚନରେ ମର୍ମାହତ ହୋଇ ମଧ୍ୟ ବିଦୁରଙ୍କ ମନରେ କୌଣସି ଦୁର୍ଭାବନା ଜାତ ହେଲାନାହିଁ | ଏହା ଭଗବାନଙ୍କର ପ୍ରବଳ ମାୟାଶକ୍ତିର ପ୍ରଭାବ ଜାଣି ସେ ନିଜର ଧନୁର୍ବାଣକୁ ରାଜଦ୍ବାରରେ ତ୍ୟାଗ କରି ହସ୍ତୀନାପୁରରୁ ପ୍ରସ୍ଥାନ କଲେ |

ସ ନିର୍ଗତଃ କୌରବପୁଣ୍ୟଲବ୍ଧୋ

ଗଜାହ୍ୱୟାତ୍ତୀର୍ଥପଦଃ ପଦାନି ।

ଅନ୍ୱାକ୍ରମତ୍ପୁଣ୍ୟଚିକୀର୍ଷୟୋର୍ୱ୍ୟାଂ

ସ୍ୱଧିଷ୍ଠିତୋ ଯାନି ସହସ୍ରମୂର୍ତିଃ ॥ ୧୭॥

ବିଦୁରଙ୍କ ପରି ଜଣେ ମହାତ୍ମା କୌରବମାନଙ୍କୁ ବହୁତ ବଡ ପୁଣ୍ୟର ଫଳ ରୂପେ ପ୍ରାପ୍ତ ହୋଇଥିଲେ | ସେ ହସ୍ତୀନାପୁର ଛାଡି ପୁଣ୍ୟ ଅର୍ଜନ କରିବା ଇଚ୍ଛାରେ ଭୂମଣ୍ଡଳରେ ତୀର୍ଥପାଦ ଭଗବାନଙ୍କର କ୍ଷେତ୍ରମାନଙ୍କରେ ବିଚରଣ କରିବାରେ ଲାଗିଲେ, ଯେଉଁଠାରେ ବ୍ରହ୍ମା, ରୁଦ୍ର, ଅନନ୍ତ ଆଦି ଅନେକ ମୂର୍ତ୍ତି-ରୂପରେ ସ୍ବୟଂ ଶ୍ରୀହରି ବିରାଜମାନ କରିଛନ୍ତି |

ପୁରେଷୁ ପୁଣ୍ୟୋପବନାଦ୍ରିକୁଞ୍ଜେ-

ଷ୍ୱପଙ୍କତୋୟେଷୁ ସରିତ୍ସରଃସୁ ।

ଅନନ୍ତଲିଙ୍ଗୈଃ ସମଲଙ୍କୃତେଷୁ

ଚଚାର ତୀର୍ଥାୟତନେଷ୍ୱନନ୍ୟଃ ॥ ୧୮॥

ଯେଉଁ ଯେଉଁଠାରେ ଭଗବାନଙ୍କର ପ୍ରତିମାରେ ସୁଶୋଭିତ ତୀର୍ଥସ୍ଥାନ, ନଗର, ପବିତ୍ର ବନ, ପର୍ବତ, ନିକୁଂଜ ଏବଂ ନିର୍ମଳ ଜଳରେ ପୂର୍ଣ୍ଣ ନଦୀ-ସରୋବର ଆଦି ରହିଥିଲା, ସେହି ସବୁ ସ୍ଥାନମାନଙ୍କରେ ସେ ଏକାକୀ ହିଁ ବିଚରଣ କରିବାରେ ଲାଗିଲେ |

ଗାଂ ପର୍ୟଟନ୍ମେଧ୍ୟବିବିକ୍ତବୃତ୍ତିଃ

ସଦାଽଽପ୍ଲୁତୋଽଧଃଶୟନୋଽବଧୂତଃ ।

ଅଲକ୍ଷିତଃ ସ୍ୱୈରବଧୂତବେଷୋ

ବ୍ରତାନି ଚେରେ ହରିତୋଷଣାନି ॥ ୧୯॥

ଅବଧୂତ ବେଶରେ ସେ ସ୍ବଚ୍ଛନ୍ଦତା-ପୂର୍ବକ ପୃଥିବୀପୃଷ୍ଠରେ ବିଚରଣ କରିବାରେ ଲାଗିଲେ, ଯଦ୍ବାରା କି ତାଙ୍କର ଆତ୍ମୀୟ-ସ୍ବଜନମାନେ ତାଙ୍କୁ ଚିହ୍ନି ନ ପାରିବେ | ସେ ଶରୀରର ପ୍ରସାଧାନ କରୁ ନ ଥିଲେ, ପବିତ୍ର ଏବଂ ସାଧାରଣ ଭୋଜନ କରୁଥିଲେ, ଶୁଦ୍ଧ ବୃତ୍ତିରେ ଜୀବନ-ନିର୍ବାହ କରୁଥିଲେ, ପ୍ରତ୍ୟେକ ତୀର୍ଥରେ ସ୍ନାନ କରୁଥିଲେ, ଭୂମିରେ ଶୟନ କରୁଥିଲେ ଏବଂ ଭଗବାନଙ୍କର ପ୍ରସନ୍ନାର୍ଥେ ବ୍ରତ ଆଦି ପାଳନ କରୁଥିଲେ |

ଇତ୍ଥଂ ବ୍ରଜନ୍ଭାରତମେବ ବର୍ଷଂ

କାଲେନ ଯାବଦ୍ଗତବାନ୍ପ୍ରଭାସମ୍ ।

ତାବଚ୍ଛଶାସ କ୍ଷିତିମେକଚକ୍ରା-

ମେକାତପତ୍ରାମଜିତେନ ପାର୍ଥଃ ॥ ୨୦॥

ଏହିପରି ଭାବରେ ଭାରତବର୍ଷର ବିଭିନ୍ନ ସ୍ଥାନମାନଙ୍କରେ ବିଚରଣ କରି କରି ସେ ପ୍ରଭାସ କ୍ଷେତ୍ରରେ ପହଞ୍ଚିବା ବେଳକୁ ଭଗବାନ ଶ୍ରୀକୃଷ୍ଣଙ୍କ ସହାୟତାରେ ମହାରାଜ ଯୁଧିଷ୍ଠିର ପୃଥିବୀର ଏକଛତ୍ର ଅଖଣ୍ଡ ରାଜ୍ୟ ଶାସନ କରିବାରେ ଲାଗିଥିଲେ |

ତତ୍ରାଥ ଶୁଶ୍ରାବ ସୁହୃଦ୍ୱିନଷ୍ଟିଂ

ବନଂ ଯଥା ବେଣୁଜବହ୍ନିସଂଶ୍ରୟମ୍ ।

ସଂସ୍ପର୍ଧୟା ଦଗ୍ଦ୍ଧମଥାନୁଶୋଚନ୍

ସରସ୍ୱତୀଂ ପ୍ରତ୍ୟଗିୟାୟ ତୂଷ୍ଣୀମ୍ ॥ ୨୧॥

ସେଠାରେ ସେ ନିଜ କୌରବ ଭାଇ-ବନ୍ଧୁଙ୍କ ବିନାଶର ସମାଚାର ଶୁଣିବାକୁ ପାଇଥିଲେ | ପରସ୍ପର ଘର୍ଷଣରୁ ଉତ୍ପନ୍ନ ଅଗ୍ନି ଦ୍ବାରା ସମ୍ପୂର୍ଣ୍ଣ ବାଉଁଶ ବଣ ଜଳି ଭସ୍ମ ହୋଇଯିବା ପରି ପାରସ୍ପରିକ କଳହ କାରଣରୁ ପରସ୍ପର ସହିତ ଲଢାଇ-ଝଗଡା କରି ସେମାନେ ନଷ୍ଟ ହୋଇଗଲେ | ଏହି ସମାଚାର ଶୁଣି ସେ ଶୋକଗ୍ରସ୍ତ ହୋଇ ନୀରବରେ ସରସ୍ବତୀ ତୀରରେ ବସିରହିଲେ |

ତସ୍ୟାଂ ତ୍ରିତସ୍ୟୋଶନସୋ ମନୋଶ୍ଚ

ପୃଥୋରଥାଗ୍ନେରସିତସ୍ୟ ବାୟୋଃ ।

ତୀର୍ଥଂ ସୁଦାସସ୍ୟ ଗବାଂ ଗୁହସ୍ୟ

ଯଚ୍ଛ୍ରାଦ୍ଧଦେବସ୍ୟ ସ ଆସିଷେବେ ॥ ୨୨॥

ସେଠାରେ ସେ ତ୍ରିତ, ଉଶନା, ମନୁ, ପୃଥୁ, ଅଗ୍ନି, ଅସିତ, ବାୟୁ, ସୁଦାସ, ଗୌ, ଗୃହ ଏବଂ ଶ୍ରାଦ୍ଧଦେବଙ୍କ ନାମରେ ପ୍ରସିଦ୍ଧ ଏକାଦଶ ତୀର୍ଥର ସେବନ କଲେ |

ଅନ୍ୟାନି ଚେହ ଦ୍ୱିଜଦେବଦେବୈଃ

କୃତାନି ନାନାଽଽୟତନାନି ବିଷ୍ଣୋଃ ।

ପ୍ରତ୍ୟଙ୍ଗମୁଖ୍ୟାଙ୍କିତମନ୍ଦିରାଣି

ଯଦ୍ଦର୍ଶନାତ୍କୃଷ୍ଣମନୁସ୍ମରନ୍ତି ॥ ୨୩॥

ଏତଦ୍ ବ୍ୟତିତ ପୃଥିବୀପୃଷ୍ଠରେ ବ୍ରାହ୍ମଣ ଏବଂ ଦେବତାଙ୍କ ଦ୍ବାରା ସ୍ଥାପିତ ଭଗବାନ ବିଷ୍ଣୁଙ୍କର ଅନ୍ୟ ଅନେକ ମନ୍ଦିର, ଯାହାର ଶିଖରଦେଶରେ ଭଗବାନଙ୍କର ପ୍ରଧାନ ଆୟୁଧ ଚକ୍ର ଚିହ୍ନ ଥିଲା ଏବଂ ଯାହାର ଦର୍ଶନମାତ୍ରେ ଶ୍ରୀକୃଷ୍ଣଙ୍କର ସ୍ମରଣ ହୋଇଥାଏ, ସେହି ସବୁ ମନ୍ଦିରର ମଧ୍ୟ ସେବନ କରିଥିଲେ |

ତତସ୍ତ୍ୱତିବ୍ରଜ୍ୟ ସୁରାଷ୍ଟ୍ରମୃଦ୍ଧଂ

ସୌବୀରମତ୍ସ୍ୟାନ୍ କୁରୁଜାଙ୍ଗଲାଂଶ୍ଚ ।

କାଲେନ ତାବଦ୍ୟମୁନାମୁପେତ୍ୟ

ତତ୍ରୋଦ୍ଧବଂ ଭାଗବତଂ ଦଦର୍ଶ ॥ ୨୪॥

ସେଠାରୁ ଯାଇ ସେ ଧନ-ଧାନ୍ୟପୂର୍ଣ୍ଣ ସୌରାଷ୍ଟ୍ର, ସୌବୀର, ମତ୍ସ୍ୟ, ଏବଂ କୁରୁଜାଙ୍ଗଳ ଆଦି ଦେଶ ମଧ୍ୟ ଦେଇ କିଛି ଦିନ ପରେ ଯେତେବେଳେ ଯମୁନା-ତଟରେ ପହଞ୍ଚିଲେ, ସେଠାରେ ତାଙ୍କୁ ପରମ ଭାଗବତ ଉଦ୍ଧବଜୀଙ୍କର ଦର୍ଶନ ପ୍ରାପ୍ତ ହେଲା |

ସ ବାସୁଦେବାନୁଚରଂ ପ୍ରଶାନ୍ତଂ

ବୃହସ୍ପତେଃ ପ୍ରାକ୍ତନୟଂ ପ୍ରତୀତମ୍ ।

ଆଲିଙ୍ଗ୍ୟ ଗାଢଂ ପ୍ରଣୟେନ ଭଦ୍ରଂ

ସ୍ୱାନାମପୃଚ୍ଛଦ୍ଭଗବତ୍ପ୍ରଜାନାମ୍ ॥ ୨୫॥

ସେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରଧାନ ସେବକ ଥିଲେ ଏବଂ ଅତ୍ୟନ୍ତ ଶାନ୍ତସ୍ବଭାବର ଥିଲେ | ପୂର୍ବେ ସେ ବୃହଷ୍ପତିଙ୍କର ଶିଷ୍ୟ ଥିଲେ | ତାଙ୍କର ଦର୍ଶନ କରି ବିଦୁରଜୀ ପ୍ରେମପୂର୍ବକ ତାଙ୍କୁ ଗାଢ଼ ଆଲିଙ୍ଗନ କଲେ ଏବଂ ତାଙ୍କଠାରୁ ନିଜ ଆରାଧ୍ୟ ଭଗବାନ ଶ୍ରୀକୃଷ୍ଣ ତଥା ତାଙ୍କ ଆଶ୍ରିତ ସ୍ବଜନମାନଙ୍କର କୁଶଳ ସମାଚାର ପଚାରି ବୁଝିଲେ |

କଚ୍ଚିତ୍ପୁରାଣୌ ପୁରୁଷୌ ସ୍ୱନାଭ୍ୟ-

ପାଦ୍ମାନୁବୃତ୍ତ୍ୟେହ କିଲାବତୀର୍ଣୌ ।

ଆସାତ ଉର୍ୱ୍ୟାଃ କୁଶଲଂ ବିଧାୟ

କୃତକ୍ଷଣୌ କୁଶଲଂ ଶୂରଗେହେ ॥ ୨୬॥

ବିଦୁରଜୀ କହିଲେ – ହେ ଉଦ୍ଧବଜୀ ! ପୁରାଣପୁରୁଷ ବଳରାମ ଏବଂ ଶ୍ରୀକୃଷ୍ଣ ନିଜ ନାଭିକମଳରୁ ଉତ୍ପନ୍ନ ବ୍ରହ୍ମାଜୀଙ୍କ ପ୍ରାର୍ଥନା ସ୍ବୀକାର କରି ଏହି ଜଗତରେ ଅବତାର ଗ୍ରହଣ କରିଛନ୍ତି | ସେମାନେ ଭୂଭାର ହରଣ କରିବା ସହିତ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରି ଏବେ କୁଶଳତା ପୂର୍ବକ ବସୁଦେବଜୀଙ୍କ ଗୃହରେ ଅବସ୍ଥାନ କରୁଛନ୍ତି ତ ?

କଚ୍ଚିତ୍କୁରୂଣାଂ ପରମଃ ସୁହୃନ୍ନୋ

ଭାମଃ ସ ଆସ୍ତେ ସୁଖମଙ୍ଗ ଶୌରିଃ ।

ଯୋ ବୈ ସ୍ୱସୄଣାଂ ପିତୃବଦ୍ଦଦାତି

ବରାନ୍ ବଦାନ୍ୟୋ ବରତର୍ପଣେନ ॥ ୨୭॥

ଆମ କୁରୁବଂଶୀମାନଙ୍କର ପରମ ସୁହୃଦ ପୂଜ୍ୟ ବସୁଦେବଜୀ, ଯିଏ ପିତୃତୁଲ୍ୟ ଉଦାରତାପୂର୍ବକ ନିଜର କୁନ୍ତୀ ଆଦି ଭଗିନୀ ଏବଂ ତାଙ୍କ ସ୍ବାମୀମାନଙ୍କର ସନ୍ତୋଷ ବିଧାନାର୍ଥେ ସେମାନଙ୍କର ପସନ୍ଦୀୟ ବସ୍ତୁ ପ୍ରଦାନ କରିଥାଆନ୍ତି, ସେ ଏବେ ଆନନ୍ଦପୂର୍ବକ ଅଛନ୍ତି ତ ?

କଚ୍ଚିଦ୍ୱରୂଥାଧିପତିର୍ୟଦୂନାଂ

ପ୍ରଦ୍ୟୁମ୍ନ ଆସ୍ତେ ସୁଖମଙ୍ଗ ବୀରଃ ।

ଯଂ ରୁକ୍ମିଣୀ ଭଗବତୋଽଭିଲେଭେ

ଆରାଧ୍ୟ ବିପ୍ରାନ୍ ସ୍ମରମାଦିସର୍ଗେ ॥ ୨୮॥

ପ୍ରିୟ ଉଦ୍ଧବଜୀ ! ଯାଦବମାନଙ୍କର ସେନାପତି ବୀରବର ପ୍ରଦ୍ୟୁମ୍ନଜୀ, ଯିଏ ପୂର୍ବଜନ୍ମରେ କାମଦେବ ଥିଲେ ଏବଂ ଯାହାଙ୍କୁ ଦେବୀ ରୁକ୍ମିଣୀ ବ୍ରାହ୍ମଣମାନଙ୍କର ଆରାଧନା କରି ଭଗବାନଙ୍କଠାରୁ ପୁତ୍ର ରୂପେ ପ୍ରାପ୍ତ କରିଥିଲେ, ସେ ପ୍ରସନ୍ନ ଅଛନ୍ତି ତ ?

କଚ୍ଚିତ୍ସୁଖଂ ସାତ୍ୱତବୃଷ୍ଣିଭୋଜ-

ଦାଶାର୍ହକାଣାମଧିପଃ ସ ଆସ୍ତେ ।

ଯମଭ୍ୟଷିଞ୍ଚଚ୍ଛତପତ୍ରନେତ୍ରୋ

ନୃପାସନାଶାଂ ପରିହୃତ୍ୟ ଦୂରାତ୍ ॥ ୨୯॥

ସାତ୍ବତ, ବୃଷ୍ଣି, ଭୋଜ ଏବଂ ଦଶାର୍ହବଂଶୀ ଯାଦବମାନଙ୍କର ଅଧିପତି ମହାରାଜ ଉଗ୍ରସେନ, ଯିଏ ରାଜ୍ୟ-ପ୍ରାପ୍ତିର ଆଶାକୁ ସର୍ବତୋ ଭାବରେ ତ୍ୟାଗ କରି ଦେଇଥିଲେ, କିନ୍ତୁ କମଳନୟନ ଭଗବାନ ଶ୍ରୀକୃଷ୍ଣ ଯାହାଙ୍କୁ ପୁନର୍ବାର ରାଜସିଂହାସନରେ ଅଭିଷିକ୍ତ କରିଥିଲେ, ସେ ସୁଖପୂର୍ବକ ଅବସ୍ଥାନ କରୁଛନ୍ତି ତ ?

କଚ୍ଚିଦ୍ଧରେଃ ସୌମ୍ୟ ସୁତଃ ସଦୃକ୍ଷ

ଆସ୍ତେଽଗ୍ରଣୀ ରଥିନାଂ ସାଧୁ ସାମ୍ବଃ ।

ଅସୂତ ଯଂ ଜାମ୍ବବତୀ ବ୍ରତାଢ୍ୟା

ଦେବଂ ଗୁହଂ ଯୋଂଽବିକୟା ଧୃତୋଽଗ୍ରେ ॥ ୩୦॥

ନିଜ ପିତା ଶ୍ରୀକୃଷ୍ଣଙ୍କ ସଦୃଶ ରଥୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଶ୍ରୀକୃଷ୍ଣତନୟ ସାମ୍ବ ସକୁଶଳ ତ ? ପୂର୍ବେ ଦେବୀ ପାର୍ବତୀଙ୍କ ଦ୍ବାରା ଗର୍ଭରେ ଧାରଣ କରାଯାଇଥିବା ସେ ସ୍ବୟଂ କାର୍ତ୍ତିକ ଅଟନ୍ତି | ଅନେକ ବ୍ରତ କରି ଜାମ୍ବବତୀ ତାଙ୍କୁ ଜନ୍ମ ଦେଇଥିଲେ |

କ୍ଷେମଂ ସ କଚ୍ଚିଦ୍ୟୁୟୁଧାନ ଆସ୍ତେ

ଯଃ ଫାଲ୍ଗୁନାଲ୍ଲବ୍ଧଧନୂରହସ୍ୟଃ ।

ଲେଭେଽଞ୍ଜସାଧୋକ୍ଷଜସେବୟୈବ

ଗତିଂ ତଦୀୟାଂ ଯତିଭିର୍ଦୁରାପାମ୍ ॥ ୩୧॥

ଅର୍ଜୁନଙ୍କଠାରୁ ଯିଏ ରହସ୍ୟଯୁକ୍ତ ଧନୁର୍ବିଦ୍ୟା ଶିକ୍ଷା କରିଥିଲେ, ସେହି ସାତ୍ୟକି କୁଶଳପୂର୍ବକ ଅଛନ୍ତି ତ ? ଭଗବାନ ଶ୍ରୀକୃଷ୍ଣଙ୍କର ସେବା କରି ସେ ଅନାୟାସରେ ଭଗବତ୍-ଜନଙ୍କର ସେହି ମହାନ୍ ସ୍ଥିତିରେ ପହଞ୍ଚି ପାରିଥିଲେ, ଯାହା ବଡ ବଡ ଯୋଗୀମାନଙ୍କ ପାଇଁ ମଧ୍ୟ ଦୁର୍ଲଭ ଅଟେ |

କଚ୍ଚିଦ୍ବୁଧଃ ସ୍ୱସ୍ତ୍ୟନମୀବ ଆସ୍ତେ

ଶ୍ୱଫଲ୍କପୁତ୍ରୋ ଭଗବତ୍ପ୍ରପନ୍ନଃ ।

ଯଃ କୃଷ୍ଣପାଦାଙ୍କିତମାର୍ଗପାଂସୁ-

ଷ୍ୱଚେଷ୍ଟତ ପ୍ରେମବିଭିନ୍ନଧୈର୍ୟଃ ॥ ୩୨॥

ଭଗବାନଙ୍କର ଶରଣାଗତ ନିର୍ମଳ ଭକ୍ତ ବୁଦ୍ଧିମାନ ଅକ୍ରୁରଜୀ, ଯିଏ ଶ୍ରୀକୃଷ୍ଣଙ୍କ ଚରଣ-ଚିହ୍ନ ଅଙ୍କିତ ବ୍ରଜମାର୍ଗର ରଜ ସ୍ପର୍ଶରେ ପ୍ରେମରେ ଅଧୀର ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ, ସେ ପ୍ରସନ୍ନ ତ ?

କଚ୍ଚିଚ୍ଛିବଂ ଦେବକଭୋଜପୁତ୍ର୍ୟା

ବିଷ୍ଣୁପ୍ରଜାୟା ଇବ ଦେବମାତୁଃ ।

ଯା ବୈ ସ୍ୱଗର୍ଭେଣ ଦଧାର ଦେବଂ

ତ୍ରୟୀ ଯଥା ଯଜ୍ଞବିତାନମର୍ଥମ୍ ॥ ୩୩॥

ଭୋଜବଂଶୀ ଦେବକଙ୍କ ପୁତ୍ରୀ ଦେବକୀ, ଯିଏ ଦେବମାତା ଅଦିତିଙ୍କ ପରି ସାକ୍ଷାତ୍ ବିଷ୍ଣୁଭଗବାନଙ୍କର ମାତା ଅଟନ୍ତି, ସେ ଭଲରେ ଅଛନ୍ତି ତ ? ବେଦତ୍ରୟ ଯଜ୍ଞବିସ୍ତାରରୂପ ଅର୍ଥକୁ ନିଜ ମନ୍ତ୍ରରେ ଧାରଣ କରିଥିବା ପରି ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ଗର୍ଭରେ ଧାରଣ କରିଥିଲେ |

ଅପିସ୍ୱିଦାସ୍ତେ ଭଗବାନ୍ସୁଖଂ ବୋ

ଯଃ ସାତ୍ୱତାଂ କାମଦୁଘୋଽନିରୁଦ୍ଧଃ ।

ଯମାମନନ୍ତି ସ୍ମ ହ ଶବ୍ଦୟୋନିଂ

ମନୋମୟଂ ସତ୍ତ୍ୱତୁରୀୟତତ୍ତ୍ୱମ୍ ॥ ୩୪॥

ଆପଣଙ୍କ ପରି ଭକ୍ତଜନମାନଙ୍କର କାମନା ପୂର୍ତ୍ତି କରୁଥିବା ଭଗବାନ ଅନିରୁଦ୍ଧଜୀ, ଯାହାଙ୍କୁ ଶାସ୍ତ୍ର-ବେଦର ଆଦିକାରଣ ଏବଂ ଅନ୍ତଃକରଣ-ଚତୁଷ୍ଟୟର ଚତୁର୍ଥ ଅଂଶ ମନର ଅଧିଷ୍ଠାତା କୁହାଯାଏ, ସେ ସୁଖପୂର୍ବକ ଅଛନ୍ତି ତ ?

ଅପିସ୍ୱିଦନ୍ୟେ ଚ ନିଜାତ୍ମଦୈବ-

ମନନ୍ୟବୃତ୍ତ୍ୟା ସମନୁବ୍ରତା ଯେ ।

ହୃଦୀକସତ୍ୟାତ୍ମଜଚାରୁଦେଷ୍ଣ-

ଗଦାଦୟଃ ସ୍ୱସ୍ତି ଚରନ୍ତି ସୌମ୍ୟ ॥ ୩୫॥

ସୌମ୍ୟସ୍ବଭାବ ଉଦ୍ଧବଜୀ ! ନିଜ ହୃଦୟେଶ୍ବର ଭଗବାନ ଶ୍ରୀକୃଷ୍ଣଙ୍କର ଅନନ୍ୟଭାବରେ ଅନୁସରଣ କରୁଥିବା ହୃଦୀକ, ସତ୍ୟଭାମାନନ୍ଦନ ଚାରୁଦେଷ୍ଣ ଏବଂ ଗଦ ଆଦି ଭଗବାନଙ୍କର ଅନ୍ୟ ପୁତ୍ରମାନେ ମଧ୍ୟ କୁଶଳରେ ଅଛନ୍ତି ତ ?

ଅପି ସ୍ୱଦୋର୍ଭ୍ୟାଂ ବିଜୟାଚ୍ୟୁତାଭ୍ୟାଂ

ଧର୍ମେଣ ଧର୍ମଃ ପରିପାତି ସେତୁମ୍ ।

ଦୁର୍ୟୋଧନୋଽତପ୍ୟତ ଯତ୍ସଭାୟାଂ

ସାମ୍ରାଜ୍ୟଲକ୍ଷ୍ମ୍ୟା ବିଜୟାନୁବୃତ୍ତ୍ୟା ॥ ୩୬॥

ମହାରାଜ ଯୁଧିଷ୍ଠିର ନିଜର ଦୁଇ ଭୁଜ ତୁଲ୍ୟ ଅର୍ଜୁନ ଏବଂ ଶ୍ରୀକୃଷ୍ଣଙ୍କ ସହାୟତାରେ ନ୍ୟାୟପୂର୍ବକ ଧର୍ମମର୍ଯ୍ୟାଦାର ପାଳନ କରୁଛନ୍ତି ତ ? ମୟଦାନବ ଦ୍ବାରା ନିର୍ମିତ ତାଙ୍କ ରାଜସଭାର ବୈଭବ ଏବଂ ଗରିମାକୁ ଦେଖି ତ ଦୁର୍ଯ୍ୟୋଧନଙ୍କ ମନରେ ପ୍ରବଳ ଈର୍ଷା ଜାତ ହୋଇଥିଲା |

କିଂ ବା କୃତାଘେଷ୍ୱଘମତ୍ୟମର୍ଷୀ

ଭୀମୋଽହିବଦ୍ଦୀର୍ଘତମଂ ବ୍ୟମୁଞ୍ଚତ୍ ।

ଯସ୍ୟାଙ୍ଘ୍ରିପାତଂ ରଣଭୂର୍ନ ସେହେ

ମାର୍ଗଂ ଗଦାୟାଶ୍ଚରତୋ ବିଚିତ୍ରମ୍ ॥ ୩୭॥

ଅପରାଧୀମାନଙ୍କ ପ୍ରତି ଅତ୍ୟନ୍ତ ଅସହିଷ୍ଣୁ ଭାବ ରଖିଥିବା ଭୀମସେନ ତାଙ୍କର ସର୍ପତୁଲ୍ୟ ଦୀର୍ଘକାଳୀନ କ୍ରୋଧ ତ୍ୟାଗ କରି ଦେଇଛନ୍ତି କି ? ଗଦାଯୁଦ୍ଧରେ ସେ ଯେତେବେଳେ ଅସ୍ଥିର ପଦଚାଳନା କରୁଥାଆନ୍ତି, ସେତେବେଳେ ତାଙ୍କ ପଦାଘାତରେ ଭୂଇଁ ଥରିବାରେ ଲାଗେ |

କଚ୍ଚିଦ୍ୟଶୋଧା ରଥୟୂଥପାନାଂ

ଗାଣ୍ଡୀବଧନ୍ୱୋପରତାରିରାସ୍ତେ ।

ଅଲକ୍ଷିତୋ ଯଚ୍ଛରକୂଟଗୂଢୋ

ମାୟାକିରାତୋ ଗିରିଶସ୍ତୁତୋଷ ॥ ୩୮॥

ଯାହାର ବାଣର ଜାଲରେ ଛପି ରହି କିରାତବେଶଧାରୀ, ଯଦ୍ବାରା ଭଗବାନ ଶଂକର ତାଙ୍କୁ ଚିହ୍ନି ପାରି ନ ଥିଲେ, ରଥୀ ଏବଂ ଯୂଥପତିମାନଙ୍କର ସୁଯଶ ବୃଦ୍ଧିକାରୀ ସେହି ଗାଣ୍ଡିବଧାରୀ ଅର୍ଜୁନ ପ୍ରସନ୍ନ ଅଛନ୍ତି ତ ? ଏବେ ତ ତାଙ୍କର ସବୁ ଶତ୍ରୁ ଶାନ୍ତ ହୋଇ ସାରିଛନ୍ତି |

ଯମାବୁତସ୍ୱିତ୍ତନୟୌ ପୃଥାୟାଃ

ପାର୍ଥୈର୍ୱୃତୌ ପକ୍ଷ୍ମଭିରକ୍ଷିଣୀବ ।

ରେମାତ ଉଦ୍ଦାୟ ମୃଧେ ସ୍ୱରିକ୍ଥଂ

ପରାତ୍ସୁପର୍ଣାବିବ ବଜ୍ରିବକ୍ତ୍ରାତ୍ ॥ ୩୯॥

ପଲକ ଯେପରି ନେତ୍ରର ରକ୍ଷା କରିଥାଏ, ସେହିପରି କୁନ୍ତୀପୁତ୍ର ଯୁଧିଷ୍ଠିର ଆଦି ଯାହାଙ୍କୁ ସର୍ବଦା ସମ୍ଭାଳି ଥାଆନ୍ତି ଏବଂ କୁନ୍ତୀ ଯେଉଁମାନଙ୍କର ଲାଳନ-ପାଳନ କରିଛନ୍ତି, ମାଦ୍ରୀଙ୍କର ସେହି ଯମଜ ପୁତ୍ର ନକୁଳ-ସହଦେବ କୁଶଳରେ ଅଛନ୍ତି ତ ? ଯୁଦ୍ଧରେ ସେମାନେ ଶତ୍ରୁ ହାତରୁ ନିଜ ରାଜ୍ୟକୁ ଏପରି ଭାବରେ ଛଡାଇ ଆଣିଥିଲେ ଯେପରି ଦୁଇଟି ଗରୁଡ ଇନ୍ଦ୍ରଙ୍କ ମୁଖରୁ ଅମୃତ ଛଡାଇ ଆଣିଥିଲେ |

ଅହୋ ପୃଥାପି ଧ୍ରିୟତେଽର୍ଭକାର୍ଥେ

ରାଜର୍ଷିବର୍ୟେଣ ବିନାପି ତେନ ।

ଯସ୍ତ୍ୱେକବୀରୋଽଧିରଥୋ ବିଜିଗ୍ୟେ

ଧନୁର୍ଦ୍ୱିତୀୟଃ କକୁଭଶ୍ଚତସ୍ରଃ ॥ ୪୦॥

ହାୟ ! ବିଚାରୀ କୁନ୍ତୀ ତ ରାଜର୍ଷିଶ୍ରେଷ୍ଠ ପାଣ୍ଡୁଙ୍କ ବିୟୋଗରେ ମୃତପ୍ରାୟ ହୋଇ ମଧ୍ୟ ଏହି ପୁତ୍ରମାନଙ୍କ ନିମନ୍ତେ ହିଁ ପ୍ରାଣ ଧାରଣ କରିଛନ୍ତି | ରଥୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ମହାରାଜ ପାଣ୍ଡୁଏପରି ଅନୁପମ ବୀର ଥିଲେ ଯେ ହାତରେ କେବଳ ଗୋଟିଏ ଧନୁ ଧରି ସେ ଏକାକୀ ହିଁ ଚତୁର୍ଦ୍ଦିଗକୁ ଜୟ କରିପାରି ଥିଲେ |

ସୌମ୍ୟାନୁଶୋଚେ ତମଧଃପତନ୍ତଂ

ଭ୍ରାତ୍ରେ ପରେତାୟ ବିଦୁଦ୍ରୁହେ ଯଃ ।

ନିର୍ୟାପିତୋ ଯେନ ସୁହୃତ୍ସ୍ୱପୁର୍ୟା

ଅହଂ ସ୍ୱପୁତ୍ରାନ୍ସମନୁବ୍ରତେନ ॥ ୪୧॥

ହେ ସୌମ୍ୟସ୍ବଭାବ ଉଦ୍ଧବଜୀ ! ମୋର ତ ଅଧଃପତନ ଅଭିମୁଖରେ ଗତି କରୁଥିବା ଧୃତରାଷ୍ଟ୍ରଙ୍କ ନିମନ୍ତେ ବାରମ୍ବାର ଶୋକ ଜାତ ହେଉଛି, ଯିଏ ପାଣ୍ଡବଙ୍କ ରୂପରେ ନିଜ ପରଲୋକବାସୀ ଭାଇ ପାଣ୍ଡୁଙ୍କ ପ୍ରତି ହିଁ ଦ୍ରୋହ କରିଥିଲେ ଏବଂ ନିଜ ପୁତ୍ରର ଅନ୍ଧ ସମର୍ଥନ କରି ମୋ ପରି ଶୁଭଚିନ୍ତକକୁ ନଗରୀରୁ ବିତାଡିତ କରିଥିଲେ |

ସୋଽହଂ ହରେର୍ମର୍ତ୍ୟବିଡମ୍ବନେନ

ଦୃଶୋ ନୃଣାଂ ଚାଲୟତୋ ବିଧାତୁଃ ।

ନାନ୍ୟୋପଲକ୍ଷ୍ୟଃ ପଦବୀଂ ପ୍ରସାଦା-

ଚ୍ଚରାମି ପଶ୍ୟନ୍ ଗତବିସ୍ମୟୋଽତ୍ର ॥ ୪୨॥

କିନ୍ତୁ ଭାଇ ! ଏହାକୁ ନେଇ ମୋର କୌଣସି ଅନୁଶୋଚନା ନାହିଁ ବା ମୋତେ କିଛି ଆଶ୍ଚର୍ଯ୍ୟ ମନେ ହେଉନାହିଁ | ଜଗତ୍-ବିଧାତା ଭଗବାନ ଶ୍ରୀକୃଷ୍ଣ ହିଁ ନରଲୀଳା କରି ଲୋକଙ୍କର ମନୋବୃତ୍ତିକୁ ଭ୍ରମିତ କରୁଛନ୍ତି | ମୁଁ ତ ତାଙ୍କ କୃପାରୁ ହିଁ ତାଙ୍କ ମହିମାକୁ ଦେଖି ପାରି ଅନ୍ୟମାନଙ୍କର ଦୃଷ୍ଟିରୁ ଦୂରରେ ରହି ସାନନ୍ଦ ବିଚରଣ କରୁଛି |

ନୂନଂ ନୃପାଣାଂ ତ୍ରିମଦୋତ୍ପଥାନାଂ

ମହୀଂ ମୁହୁଶ୍ଚାଲୟତାଂ ଚମୂଭିଃ ।

ବଧାତ୍ପ୍ରପନ୍ନାର୍ତିଜିହୀର୍ଷୟେଶୋ-

ଽପ୍ୟୁପୈକ୍ଷତାଘଂ ଭଗବାନ୍କୁରୂଣାମ୍ ॥ ୪୩॥

କୌରବମାନେ ତାଙ୍କ ପ୍ରତି ବହୁତ ଅପରାଧ କରିଥିଲେ ବି ଭଗବାନ ସେହି ସବୁର ଉପେକ୍ଷା କରି ଦେଇଥିଲେ କାରଣ ସେ ସେମାନଙ୍କ ସହିତ ଧନ-ବିଦ୍ୟା-ଜାତି ମଦରେ ଅନ୍ଧ ହୋଇ କୁପଥଗାମୀ ହୋଇଯାଇ ଥିବା ଅନ୍ୟ ଦୁଷ୍ଟ ରାଜା, ଯେଉଁମାନେ ବାରମ୍ବାର ନିଜ ସେନାମାନଙ୍କ ଦ୍ବାରା ପୃଥିବୀକୁ ଥରହର କରୁଥିଲେ, ସେମାନଙ୍କର ମଧ୍ୟ ନିଧନ କରି ନିଜ ଶରଣାଗତମାନଙ୍କର ଦୁଃଖ ଦୂର କରିବାକୁ ଇଚ୍ଛା କରୁଥିଲେ |  

ଅଜସ୍ୟ ଜନ୍ମୋତ୍ପଥନାଶନାୟ

କର୍ମାଣ୍ୟକର୍ତୁର୍ଗ୍ରହଣାୟ ପୁଂସାମ୍ ।

ନନ୍ୱନ୍ୟଥା କୋଽର୍ହତି ଦେହୟୋଗଂ

ପରୋ ଗୁଣାନାମୁତ କର୍ମତନ୍ତ୍ରମ୍ ॥ ୪୪॥

ହେ ଉଦ୍ଧବଜୀ ! ଭଗବାନ ଶ୍ରୀକୃଷ୍ଣ ସ୍ବୟଂ ଜନ୍ମ-କର୍ମ ରହିତ ହୋଇଥିଲେ ବି ଦୁଷ୍ଟବିନାଶ ନିମନ୍ତେ ଏବଂ ଲୋକଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିବା ନିମନ୍ତେ ତାଙ୍କର ଦିବ୍ୟ ଜନ୍ମ-କର୍ମ ହୋଇଥାଏ | ଅନ୍ୟଥା ଭଗବାନଙ୍କ କଥା କଣ କହିବା, ଅନ୍ୟ ଯେଉଁମାନେ ଗୁଣାତୀତ ହୋଇଯାଇ ଥାଆନ୍ତି, ସେମାନଙ୍କ ମଧ୍ୟରେ ବି ଏପରି କେହି ନ ଥିବେ ଯିଏ ଏହି କର୍ମାଧୀନ ଦେହର ବନ୍ଧନରେ ପଡିବାକୁ ଇଚ୍ଛା କରୁଥିବେ |

ତସ୍ୟ ପ୍ରପନ୍ନାଖିଲଲୋକପାନା-

ମବସ୍ଥିତାନାମନୁଶାସନେ ସ୍ୱେ ।

ଅର୍ଥାୟ ଜାତସ୍ୟ ଯଦୁଷ୍ୱଜସ୍ୟ

ବାର୍ତାଂ ସଖେ କୀର୍ତୟ ତୀର୍ଥକୀର୍ତେଃ ॥ ୪୫॥

ଅତଏବ ହେ ମିତ୍ର ! ଯିଏ ଅଜନ୍ମା ହୋଇ ମଧ୍ୟ ନିଜ ଶରଣରେ ଆସିଥିବା ଲୋକପାଳ ଏବଂ ଆଜ୍ଞାକାରୀ ଭକ୍ତମାନଙ୍କର ପ୍ରୀତ୍ୟର୍ଥ ଯଦୁକୁଳରେ ଜନ୍ମ ଗ୍ରହଣ କରିଥିଲେ, ସେହି ପବିତ୍ରକୀର୍ତ୍ତି ଶ୍ରୀହରିଙ୍କର କଥା ଶୁଣାନ୍ତୁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ବିଦୁରୋଦ୍ଧବସମ୍ବାଦେ ପ୍ରଥମୋଽଧ୍ୟାୟଃ ॥ ୧॥

Comments

Popular posts from this blog