ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ଦ୍ବିତୀୟ ଅଧ୍ୟାୟ

ଉଦ୍ଧବଙ୍କ ଦ୍ବାରା ଭଗବାନଙ୍କ ବାଳଲୀଳାର ବର୍ଣ୍ଣନ

 

ଶ୍ରୀଶୁକ ଉବାଚ

ଇତି ଭାଗବତଃ ପୃଷ୍ଟଃ କ୍ଷତ୍ତ୍ରା ବାର୍ତାଂ ପ୍ରିୟାଶ୍ରୟାମ୍ ।

ପ୍ରତିବକ୍ତୁଂ ନ ଚୋତ୍ସେହ ଔତ୍କଣ୍ଠ୍ୟାତ୍ସ୍ମାରିତେଶ୍ୱରଃ ॥ ୧॥

ଶ୍ରୀ ଶୁକଦେବ କହୁଛନ୍ତି – ବିଦୁରଜୀ ଯେତେବେଳେ ପରମ ଭକ୍ତ ଉଦ୍ଧବଙ୍କୁ ତାଙ୍କର ପ୍ରିୟତମ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ସମ୍ବନ୍ଧିତ ବିଷୟ ପଚାରିଲେ, ସେତେବେଳେ ନିଜ ପ୍ରଭୁଙ୍କ ସ୍ମରଣରେ ହୃଦୟରେ ଆବେଗ ବୃଦ୍ଧି ଲାଭ କରିବା କାରଣରୁ ଉଦ୍ଧବ କୌଣସି ଉତ୍ତର ଦେଇ ପାରି ନ ଥିଲେ |

ଯଃ ପଞ୍ଚହାୟନୋ ମାତ୍ରା ପ୍ରାତରାଶାୟ ଯାଚିତଃ ।

ତନ୍ନୈଚ୍ଛଦ୍ରଚୟନ୍ୟସ୍ୟ ସପର୍ୟାଂ ବାଲଲୀଲୟା ॥ ୨॥

ତାଙ୍କର ବୟସ ଯେତେବେଳେ ମାତ୍ର ପାଞ୍ଚ ବର୍ଷର ଥିଲା, ସେତେବେଳେ ଖେଳରେ ହିଁ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ଗଢି ତାଙ୍କର ସେବା-ପୂଜାରେ ସେ ଏପରି ତନ୍ମୟ ରହୁଥିଲେ ଯେ ମା ଖାଇବାକୁ ଡାକିଲେ ବି ସେ ଖେଳ ଛାଡି ଯାଉ ନ ଥିଲେ |

ସ କଥଂ ସେବୟା ତସ୍ୟ କାଲେନ ଜରସଂ ଗତଃ ।

ପୃଷ୍ଟୋ ବାର୍ତାଂ ପ୍ରତିବ୍ରୂୟାଦ୍ଭର୍ତୁଃ ପାଦାବନୁସ୍ମରନ୍ ॥ ୩॥

ଏବେ ତ ଦୀର୍ଘକାଳ ତାଙ୍କ ସେବାରେ ରହି ସେ ବୃଦ୍ଧ ହେବାକୁ ବସିଲେଣି | ତେଣୁ ବିଦୁରଜୀଙ୍କର ପ୍ରଶ୍ନ ଶୁଣି ନିଜ ପ୍ରିୟତମ ପ୍ରଭୁଙ୍କ ଚରଣକମଳର ସ୍ମରଣରେ ତାଙ୍କର ଚିତ୍ତ ବିରହରେ ବ୍ୟାକୁଳିତ ହୋଇ ଉଠିଲା | ସେ ଉତ୍ତର ଦିଅନ୍ତେ କିପରି ?

ସ ମୁହୂର୍ତମଭୂତ୍ତୂଷ୍ଣୀଂ କୃଷ୍ଣାଙ୍ଘ୍ରିସୁଧୟା ଭୃଶମ୍ ।

ତୀବ୍ରେଣ ଭକ୍ତିୟୋଗେନ ନିମଗ୍ନଃ ସାଧୁ ନିର୍ୱୃତଃ ॥ ୪॥

ଶ୍ରୀକୃଷ୍ଣଙ୍କ ଚରଣକମଳ-ମକରନ୍ଦ-ସୁଧାରେ ଉଦବୁଦ୍ଧ ରହି ଉଦ୍ଧବ ଦୁଇ ଘଡିଯାଏଁ କିଛି କହିପାରିଲେ ନାହିଁ | ତୀବ୍ର ଭକ୍ତିଯୋଗରେ ତହିଁରେ ଅବଗାହନ କରି ସେ ଆନନ୍ଦ-ମଗ୍ନ ହୋଇଯାଇ ଥିଲେ |

ପୁଲକୋଦ୍ଭିନ୍ନସର୍ୱାଙ୍ଗୋ ମୁଞ୍ଚନ୍ମୀଲଦ୍ଦୃଶା ଶୁଚଃ ।

ପୂର୍ଣାର୍ଥୋ ଲକ୍ଷିତସ୍ତେନ ସ୍ନେହପ୍ରସରସମ୍ପ୍ଲୁତଃ ॥ ୫॥

ତାଙ୍କର ସମ୍ପୂର୍ଣ୍ଣ ଶରୀର ରୋମାଞ୍ଚିତ ହୋଇ ଉଠିଲା ଏବଂ ମୁଦ୍ରିତ ନୟନରୁ ପ୍ରେମର ଅଶ୍ରୁଧାରା ପ୍ରବାହିତ ହେବାରେ ଲାଗିଲା | ଉଦ୍ଧବଙ୍କୁ ଏହିପରି ଭାବରେ ପ୍ରେମ-ପ୍ରବାହରେ ଡୁବି ଯାଇଥିବା ଦେଖି ବିଦୁରଜୀ ତାଙ୍କୁ କୃତକୃତ୍ୟ ମନେ କରିଥିଲେ |

ଶନକୈର୍ଭଗବଲ୍ଲୋକାନ୍ନୃଲୋକଂ ପୁନରାଗତଃ ।

ବିମୃଜ୍ୟ ନେତ୍ରେ ବିଦୁରଂ ପ୍ରତ୍ୟାହୋଦ୍ଧବ ଉତ୍ସ୍ମୟନ୍ ॥ ୬॥

କିଛି ସମୟ ପରେ ଉଦ୍ଧବ ଯେତେବେଳେ ଭଗବାନଙ୍କ ପ୍ରେମ-ଧାମରୁ ଅବତରଣ କରି ଧୀରେ ଧୀରେ ସଂସାରକୁ ଆସିଲେ, ସେତେବେଳେ ଭଗବାନଙ୍କ ଲୀଳାର ସ୍ମରଣରେ ବିମୋହିତ ହୋଇ ସେ ଆଖି ପୋଛି ଏହିପରି କହିବାରେ ଲାଗିଲେ -

ଉଦ୍ଧବ ଉବାଚ

କୃଷ୍ଣଦ୍ୟୁମଣିନିମ୍ଲୋଚେ ଗୀର୍ଣେଷ୍ୱଜଗରେଣ ହ ।

କିଂ ନୁ ନଃ କୁଶଲଂ ବ୍ରୂୟାଂ ଗତଶ୍ରୀଷୁ ଗୃହେଷ୍ୱହମ୍ ॥ ୭॥

ଉଦ୍ଧବ କହିବାରେ ଲାଗିଲେ – ହେ ବିଦୁରଜୀ ! ଶ୍ରୀକୃଷ୍ଣରୂପୀ ସୂର୍ଯ୍ୟ ଲୁକ୍କାୟିତ ହୋଇଯିବା ପରେ ଆମର ସମ୍ପୂର୍ଣ୍ଣ ଗୃହ କାଳରୂପ ଅଜଗରର ଗ୍ରାସ ହୋଇଯାଇଛି, ସେଥିପାଇଁ ସମସ୍ତେ ଶ୍ରୀହୀନ ହୋଇଯାଇଛନ୍ତି | ତେଣୁ ସେମାନଙ୍କର କୁଶଳତା ବିଷୟରେ ମୁଁ ଆଉ କଣ କହିବି |

ଦୁର୍ଭଗୋ ବତ ଲୋକୋଽୟଂ ଯଦବୋ ନିତରାମପି ।

ଯେ ସମ୍ବସନ୍ତୋ ନ ବିଦୁର୍ହରିଂ ମୀନା ଇବୋଡୁପମ୍ ॥ ୮॥

ହାୟ ! ଏହି ମନୁଷ୍ୟଲୋକ ଅତ୍ୟନ୍ତ ଅଭାଗା ଅଟେ ଏବଂ ସମସ୍ତଙ୍କ ମଧ୍ୟରୁ ଯାଦବମାନେ ତ ନିତାନ୍ତ ଭାଗ୍ୟହୀନ ଅଟନ୍ତି, କାରଣ ସେମାନେ ନିରନ୍ତର ଶ୍ରୀକୃଷ୍ଣଙ୍କ ସହିତ ରହି ମଧ୍ୟ ତାଙ୍କୁ ଚିହ୍ନିପାରିଲେ ନାହିଁ, ଯେପରି ଅମୃତମୟ ଚନ୍ଦ୍ରମା ସମୁଦ୍ରରେ ରହିଥିବା ବେଳେ ଜଳଜୀବ ମତ୍ସ୍ୟମାନେ ତାଙ୍କୁ ଚିହ୍ନିପାରି ନ ଥିଲେ |

ଇଙ୍ଗିତଜ୍ଞାଃ ପୁରୁପ୍ରୌଢା ଏକାରାମାଶ୍ଚ ସାତ୍ତ୍ୱତାଃ ।

ସାତ୍ତ୍ୱତାମୃଷଭଂ ସର୍ୱେ ଭୂତାବାସମମଂସତ ॥ ୯॥

ଯାଦବମାନେ ମନର ଭାବକୁ ଜାଣି ପାରୁଥିବା ଅତ୍ୟନ୍ତ ବୁଦ୍ଧିମାନ ଥିଲେ | କିନ୍ତୁ ଭଗବାନଙ୍କ ସହିତ ଗୋଟିଏ ସ୍ଥାନରେ ରହି କ୍ରୀଡା କରୁଥିଲେ ମଧ୍ୟ ସେମାନେ ସମଗ୍ର ବିଶ୍ବର ଆଶ୍ରୟ, ସର୍ବାନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣଙ୍କୁ କେବଳ ଜଣେ ଶ୍ରେଷ୍ଠ ଯାଦବ ମନେ କରୁଥିଲେ |

ଦେବସ୍ୟ ମାୟଯା ସ୍ପୃଷ୍ଟା ଯେ ଚାନ୍ୟଦସଦାଶ୍ରିତାଃ ।

ଭ୍ରାମ୍ୟତେ ଧୀର୍ନ ତଦ୍ୱାକ୍ୟୈରାତ୍ମନ୍ୟୁପ୍ତାତ୍ମନୋ ହରୌ ॥ ୧୦॥

କିନ୍ତୁ ଭଗବାନଙ୍କ ମାୟାରେ ମୋହିତ ଏହିସବୁ ଯାଦବଙ୍କର ମନୋଭାବ ଏବଂ ଭଗବାନଙ୍କ ପ୍ରତି ବୃଥା ବୈରୀଭାବ ରଖିଥିବା ଶିଶୁପାଳ ଆଦିଙ୍କର ଅବହେଳନା ଏବଂ ନିନ୍ଦାସୂଚକ ବାକ୍ୟ ଦ୍ବାରା ଭଗବତ୍-ପ୍ରାଣ ମହାନୁଭବଙ୍କର ବୁଦ୍ଧି ଭ୍ରମିତ ହେଉ ନ ଥିଲା |

ପ୍ରଦର୍ଶ୍ୟାତପ୍ତତପସାମବିତୃପ୍ତଦୃଶାଂ ନୃଣାମ୍ ।

ଆଦାୟାନ୍ତରଧାଦ୍ୟସ୍ତୁ ସ୍ୱବିମ୍ବଂ ଲୋକଲୋଚନମ୍ ॥ ୧୧॥

ଯେଉଁମାନେ କେବେ ତପସ୍ୟା ଆଦି କରି ନ ଥିଲେ, ସେମାନଙ୍କୁ ମଧ୍ୟ ଏତେଦିନ ଦର୍ଶନ ଦେଇ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ନିଜର ତ୍ରିଭୁବନ-ମୋହନ ଶ୍ରୀବିଗ୍ରହକୁ ଲୁକ୍କାୟିତ କରି ଅନ୍ତର୍ଧ୍ୟାନ ହୋଇଗଲେ, ସେମାନଙ୍କର ମନେ ହେଲା ସତେ ଯେପରି ସେ ତାଙ୍କର ନେତ୍ରକୁ ହିଁ ଛଡାଇ ନେଇଛନ୍ତି କାରଣ ସେମାନଙ୍କର ଦର୍ଶନ ଲାଳସା ତଥାପି ବି ତୃପ୍ତ ହୋଇ ନ ଥିଲା |

ଯନ୍ମର୍ତ୍ୟଲୀଲୌପୟିକଂ ସ୍ୱୟୋଗ-

ମାୟାବଲଂ ଦର୍ଶୟତା ଗୃହୀତମ୍ ।

ବିସ୍ମାପନଂ ସ୍ୱସ୍ୟ ଚ ସୌଭଗର୍ଦ୍ଧେଃ

ପରଂ ପଦଂ ଭୂଷଣଭୂଷଣାଙ୍ଗମ୍ ॥ ୧୨॥

ଭଗବାନ ନିଜ ଯୋଗମାୟାର ପ୍ରଭାବ ଦେଖାଇବାକୁ ଯାଇ ନିଜର ମାନବଲୀଳାଯୋଗ୍ୟ ଯେଉଁ ଦିବ୍ୟ ଶ୍ରୀବିଗ୍ରହ ପ୍ରକଟ କରିଥିଲେ, ତାହା ଏତେ ସୁନ୍ଦର ଥିଲା ଯେ ତାହାକୁ ଦେଖି ସାରା ଜଗତ ତ ମୋହିତ ହୋଇ ଯାଉଥିଲା, ସେ ସ୍ବୟଂ ମଧ୍ୟ ବିସ୍ମିତ ହୋଇଯାଉ ଥିଲେ | ତାଙ୍କର ସେହି ରୂପ ସୌଭାଗ୍ୟ ଏବଂ ସୌନ୍ଦର୍ଯ୍ୟର ପରାକାଷ୍ଠା ଥିଲା, ଯାହା ତାଙ୍କର ଆଭୂଷଣକୁ ମଧ୍ୟ ବିଭୂଷିତ କରୁଥିଲା |

ଯଦ୍ଧର୍ମସୂନୋର୍ବତ ରାଜସୂୟେ

ନିରୀକ୍ଷ୍ୟ ଦୃକ୍ସ୍ୱସ୍ତ୍ୟଯନଂ ତ୍ରିଲୋକଃ ।

କାର୍ତ୍ସ୍ନ୍ୟେନ ଚାଦ୍ୟେହ ଗତଂ ବିଧାତୁ-

ରର୍ୱାକ୍ସୃତୌ କୌଶଲମିତ୍ୟମନ୍ୟତ ॥ ୧୩॥

ଧର୍ମରାଜ ଯୁଧିଷ୍ଠିରଙ୍କର ରାଜସୂୟ ଯଜ୍ଞରେ ଭଗବାନଙ୍କର ସେହି ନୟନାଭିରାମ ରୂପ ଉପରେ ଯେତେବେଳେ ତ୍ରୈଲୋକ୍ୟର ସମସ୍ତଙ୍କର ଦୃଷ୍ଟି ପଡିଥିଲା, ସମସ୍ତେ ଏପରି ମନେ କରିଥିଲେ ଯେ ମାନବସୃଷ୍ଟିର ରଚନା କରିବାକୁ ଯାଇ ବିଧାତାଙ୍କର ସମସ୍ତ ଚାତୁର୍ଯ୍ୟ ଏହି ରୂପରେ ପୂର୍ଣ୍ଣ ପ୍ରକଟିତ ହୋଇଯାଇଛି |

ଯସ୍ୟାନୁରାଗପ୍ଲୁତହାସରାସ-

ଲୀଲାବଲୋକପ୍ରତିଲବ୍ଧମାନାଃ ।

ବ୍ରଜସ୍ତ୍ରିୟୋ ଦୃଗ୍ଭିରନୁପ୍ରବୃତ୍ତ-

ଧିୟୋଽବତସ୍ଥୁଃ କିଲ କୃତ୍ୟଶେଷାଃ ॥ ୧୪॥

ତାଙ୍କର ପ୍ରେମପୂର୍ଣ୍ଣ ହାସ୍ୟ-ବିନୋଦ ଏବଂ ଲୀଳାମୟ କଟାକ୍ଷ ଦ୍ବାରା ସମ୍ମାନିତ ହୋଇ ବ୍ରଜବାଳାଙ୍କର ଆଖି ତାଙ୍କଠାରେ ଲାଖି ରହୁଥିଲା ଏବଂ ସେମାନଙ୍କର ଚିତ୍ତ ଏପରି ତଲ୍ଲୀନ ହୋଇ ଯାଉଥିଲା ଯେ ସେମାନେ ଗୃହକାର୍ଯ୍ୟ ଅଧା-ଅଧୁରା ଛାଡି ଜଡ ପିତୁଳା ପରି ଠିଆ ହୋଇ ରହୁଥିଲେ |

ସ୍ୱଶାନ୍ତରୂପେଷ୍ୱିତରୈଃ ସ୍ୱରୂପୈ-

ରଭ୍ୟର୍ଦ୍ୟମାନେଷ୍ୱନୁକମ୍ପିତାତ୍ମା ।

ପରାବରେଶୋ ମହଦଂଶୟୁକ୍ତୋ

ହ୍ୟଜୋଽପି ଜାତୋ ଭଗବାନ୍ ଯଥାଗ୍ନିଃ ॥ ୧୫॥

ଚରାଚର ଜଗତ ଏବଂ ପ୍ରକୃତିର ଅଧୀଶ୍ବର ଭଗବାନ ଯେତେବେଳେ ନିଜର ଶାନ୍ତ-ରୂପ ମହାତ୍ମାମାନଙ୍କୁ ନିଜର ହିଁ ଘୋର-ରୂପ ଅସୁରମାନଙ୍କ ଦ୍ବାରା ପୀଡିତ ହେଉଥିବା ଲକ୍ଷ୍ୟ କଲେ, ସେତେବେଳେ ସେ କାରୁଣ୍ୟରେ ଦ୍ରବିତ ହୋଇ, ଅଜନ୍ମା ହୋଇଥିଲେ ବି, ନିଜ ଅଂଶରୂପ ବଳରାମଙ୍କ ସହିତ କାଷ୍ଠରେ ଅଗ୍ନି ସଦୃଶ ପ୍ରକଟ ହୋଇଥିଲେ |

ମାଂ ଖେଦୟତ୍ୟେତଦଜସ୍ୟ ଜନ୍ମ

ବିଡମ୍ବନଂ ଯଦ୍ୱସୁଦେବଗେହେ ।

ବ୍ରଜେ ଚ ବାସୋଽରିଭୟାଦିବ ସ୍ୱୟଂ

ପୁରାଦ୍ୱ୍ୟବାତ୍ସୀଦ୍ୟଦନନ୍ତବୀର୍ୟଃ ॥ ୧୬॥

ଅଜନ୍ମା ହୋଇ ମଧ୍ୟ ବସୁଦେବଙ୍କ କୁଳରେ ଜନ୍ମ ଗ୍ରହଣ କରିବାର ଲୀଳା କରିବା, ସମସ୍ତଙ୍କୁ ଅଭୟ ପ୍ରଦାନ କରୁଥିଲେ ବି କଂସ ଭୟରେ ବ୍ରଜରେ ଲୁଚି ରହିବା ଏବଂ ଅନନ୍ତ ପରାକ୍ରମୀ ହୋଇ ମଧ୍ୟ କାଳଯବନର ସମ୍ମୁଖୀନ ହୋଇ ନ ପାରି ମଥୁରାରୁ ପଳାୟନ କରିବା – ଭଗବାନଙ୍କର ଏହି ସବୁ ଲୀଳା ସ୍ମରଣ କରି ମୁଁ ଉଦବିଗ୍ନ ହୋଇ ଉଠୁଛି |

ଦୁନୋତି ଚେତଃ ସ୍ମରତୋ ମମୈତ-

ଦ୍ୟଦାହ ପାଦାବଭିବନ୍ଦ୍ୟ ପିତ୍ରୋଃ ।

ତାତାମ୍ବ କଂସାଦୁରୁଶଙ୍କିତାନାଂ

ପ୍ରସୀଦତଂ ନୋଽକୃତନିଷ୍କୃତୀନାମ୍ ॥ ୧୭॥

ଦେବକୀ-ବସୁଦେବଙ୍କର ଚରଣ-ବନ୍ଦନା କରି ସେ ଯାହା କହିଥିଲେ – ‘ପିତାଜୀ-ମାତାଜୀ ! କଂସ ପ୍ରତି ବହୁତ ବେଶୀ ଭୟ ରହିଥିବା କାରଣରୁ ମୁଁ ଆପଣମାନଙ୍କର କିଛି ସେବା କରିପାରି ନ ଥିଲି, ମୋର ଏହି ଅପରାଧ ପ୍ରତି ଧ୍ୟାନ ନ ଦେଇ ଆପଣମାନେ ମୋ ଉପରେ ପ୍ରସନ୍ନ ହୁଅନ୍ତୁ |’ ଶ୍ରୀକୃଷ୍ଣଙ୍କର ଏହି ପ୍ରାର୍ଥନା ସ୍ମରଣ କରି ଆଜି ବି ମୋର ଚିତ୍ତ ଅତ୍ୟନ୍ତ ବ୍ୟଥିତ ହେଉଛି |

କୋ ବା ଅମୁଷ୍ୟାଙ୍ଘ୍ରିସରୋଜରେଣୁଂ

ବିସ୍ମର୍ତୁମୀଶୀତ ପୁମାନ୍ୱିଜିଘ୍ରନ୍ ।

ଯୋ ବିସ୍ଫୁରଦ୍ଭ୍ରୂବିଟପେନ ଭୂମେ-

ର୍ଭାରଂ କୃତାନ୍ତେନ ତିରଶ୍ଚକାର ॥ ୧୮॥

କାଳରୂପ ନିଜ ଭୃକୁଟିବିଳାସରେ ହିଁ ଯିଏ ସମ୍ପୂର୍ଣ୍ଣ ପୃଥିବୀର ଭାର ହରଣ କରିଥିଲେ, ସେହି ଶ୍ରୀକୃଷ୍ଣଙ୍କର ପାଦ-ପଦ୍ମ-ପରାଗ ସେବନ କରୁଥିବା ଏପରି କେଉଁ ପୁରୁଷ ଅଛନ୍ତି ଯିଏ କି ତାଙ୍କୁ ଭୁଲି ପାରିବେ |

ଦୃଷ୍ଟା ଭବଦ୍ଭିର୍ନନୁ ରାଜସୂୟେ

ଚୈଦ୍ୟସ୍ୟ କୃଷ୍ଣଂ ଦ୍ୱିଷତୋଽପି ସିଦ୍ଧିଃ ।

ଯାଂ ଯୋଗିନଃ ସଂସ୍ପୃହୟନ୍ତି ସମ୍ୟ-

ଗ୍ୟୋଗେନ କସ୍ତଦ୍ୱିରହଂ ସହେତ ॥ ୧୯॥

ରାଜସୂୟ ଯଜ୍ଞରେ ଆପଣମାନେ ପ୍ରତ୍ୟକ୍ଷରେ ହିଁ ଦେଖିଲେ କିପରି ଭାବରେ ଶ୍ରୀକୃଷ୍ଣଙ୍କ ପ୍ରତି ଦ୍ବେଷ-ବୁଦ୍ଧି ରଖିଥିବା ଶିଶୁପାଳଙ୍କୁ ସେହି ସିଦ୍ଧି ମିଳିଗଲା, ଯାହାର ସ୍ପୃହା ବଡ-ବଡ ଯୋଗୀମାନେ ଯୋଗ-ସାଧନା ବଳରେ କରିବାକୁ ଇଚ୍ଛା କରିଥାଆନ୍ତି | ତାଙ୍କର ବିରହ ଭଲା କିଏ ସହି ପାରିବ |

ତଥୈବ ଚାନ୍ୟେ ନରଲୋକବୀରା

ଯ ଆହବେ କୃଷ୍ଣମୁଖାରବିନ୍ଦମ୍ ।

ନେତ୍ରୈଃ ପିବନ୍ତୋ ନୟନାଭିରାମଂ

ପାର୍ଥାସ୍ତ୍ରପୂତାଃ ପଦମାପୁରସ୍ୟ ॥ ୨୦॥

ଶିଶୁପାଳ ପରି ମହାଭାରତ ଯୁଦ୍ଧରେ ଅନ୍ୟ ଯେଉଁ ଯୋଦ୍ଧାମାନେ ନିଜ ଆଖିରେ ଶ୍ରୀକୃଷ୍ଣଙ୍କ ନୟନାଭିରାମ ମୁଖ-କମଳର ମକରନ୍ଦ ପାନ କରୁ କରୁ ଅର୍ଜୁନଙ୍କ ବାଣ-ବିଦ୍ଧ ହୋଇ ପ୍ରାଣତ୍ୟାଗ କରିଥିଲେ, ସେମାନେ ସମସ୍ତେ ପବିତ୍ର ହୋଇ ଭଗବାନଙ୍କର ପରମ ଧାମ ପ୍ରାପ୍ତ କରିଥିଲେ |

ସ୍ୱୟଂ ତ୍ୱସାମ୍ୟାତିଶୟସ୍ତ୍ର୍ୟଧୀଶଃ

ସ୍ୱାରାଜ୍ୟଲକ୍ଷ୍ମ୍ୟାଽଽପ୍ତସମସ୍ତକାମଃ ।

ବଲିଂ ହରଦ୍ଭିଶ୍ଚିରଲୋକପାଲୈଃ

କିରୀଟକୋଟ୍ୟେଡିତପାଦପୀଠଃ ॥ ୨୧॥

ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ତ୍ରିଲୋକର ଅଧୀଶ୍ବର ଅଟନ୍ତି | ତାଙ୍କର ସମତୁଲ୍ୟ କେହି ନୁହଁନ୍ତି, ତେଣୁ ତାଙ୍କଠାରୁ ବଡ ଅବା କିଏ ହେବ | ସେ ନିଜର ସ୍ବତଃ-ସିଦ୍ଧ ଐଶ୍ବର୍ଯ୍ୟରେ ହିଁ ସର୍ବଦା ପୂର୍ଣ୍ଣକାମ ଅଟନ୍ତି | ଇନ୍ଦ୍ରାଦି ଲୋକପାଳଗଣ ଅନେକ ପ୍ରକାରର ଭେଟି ସହିତ ନିଜ-ନିଜ ମୁକୁଟର ଅଗ୍ରଭାଗରେ ତାଙ୍କର ଚରଣ-ଚୌକିକୁ ପ୍ରଣାମ କରନ୍ତି |

ତତ୍ତସ୍ୟ କୈଙ୍କର୍ୟମଲଂ ଭୃତାନ୍ନୋ

ବିଗ୍ଲାପୟତ୍ୟଙ୍ଗ ଯଦୁଗ୍ରସେନମ୍ ।

ତିଷ୍ଠନ୍ନିଷଣ୍ଣଂ ପରମେଷ୍ଠିଧିଷ୍ଣ୍ୟେ

ନ୍ୟବୋଧୟଦ୍ଦେବ ନିଧାରୟେତି ॥ ୨୨॥

ବିଦୁରଜୀ ! ରାଜସିଂହାସନରେ ଉପବିଷ୍ଟ ଉଗ୍ରସେନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ସେହି ଭଗବାନ ଶ୍ରୀକୃଷ୍ଣ ଯେପରି ନିବେଦନ କରୁଥାଆନ୍ତି, ‘ଦେବ ! ଆମର ପ୍ରାର୍ଥନା ଘେନା କରନ୍ତୁ, ତାଙ୍କର ସେହି ସେବା-ଭାବର ସ୍ମରଣ କରି ଆମ୍ଭମାନଙ୍କ ପରି ସେବକମାନଙ୍କର ଚିତ୍ତ ଅତ୍ୟନ୍ତ ବ୍ୟଥିତ ହେଉଛି |

ଅହୋ ବକୀ ଯଂ ସ୍ତନକାଲକୂଟଂ

ଜିଘାଂସୟାପାୟଯଦପ୍ୟସାଧ୍ୱୀ ।

ଲେଭେ ଗତିଂ ଧାତ୍ର୍ୟୁଚିତାଂ ତତୋଽନ୍ୟଂ

କଂ ବା ଦୟାଲୁଂ ଶରଣଂ ବ୍ରଜେମ ॥ ୨୩॥

ପୂତନା ପରି ପାପିନୀ ନିଜ ସ୍ତନରେ ହଳାହଳ ବିଷ ଲେପନ କରି ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କୁ ଦୁଗ୍ଧ ପାନ କରାଇ ଥିଲା; ତାକୁ ମଧ୍ୟ ଭଗବାନ ସେହି ପରମ ଗତି ପ୍ରଦାନ କରିଥିଲେ, ଯାହା ଜଣେ ପାଳିତା ଧାଈ ପାଇବା ଯୋଗ୍ୟ ଅଟେ | ଭଗବାନ ଶ୍ରୀକୃଷ୍ଣଙ୍କ ଅତିରିକ୍ତ ଆଉ କିଏ ଏପରି ଦୟାଳୁ ହୋଇପାରିବେ, ଯାହାର ଆମେ ଶରଣ ଗ୍ରହଣ କରିବା |

ମନ୍ୟେଽସୁରାନ୍ଭାଗବତାଂସ୍ତ୍ର୍ୟଧୀଶେ

ସଂରମ୍ଭମାର୍ଗାଭିନିବିଷ୍ଟଚିତ୍ତାନ୍ ।

ଯେ ସଂୟୁଗେଽଚକ୍ଷତ ତାର୍କ୍ଷ୍ୟପୁତ୍ର-

ମଂସେ ସୁନାଭାୟୁଧମାପତନ୍ତମ୍ ॥ ୨୪॥

ଅସୁରମାନଙ୍କୁ ମଧ୍ୟ ମୁଁ ଭଗବାନଙ୍କର ଭକ୍ତ ମନେ କରିଥାଏ, କାରଣ କ୍ରୋଧ ଆଦି ବୈରଭାବରେ ହେଉ ପଛକେ ସେମାନଙ୍କର ଚିତ୍ତ ସର୍ବଦା ଶ୍ରୀକୃଷ୍ଣଙ୍କଠାରେ ସଂଲଗ୍ନ ରହୁଥିଲା ଏବଂ ରଣଭୂମିରେ ସେମାନଙ୍କୁ ଗରୁଡ଼ପୃଷ୍ଠରେ ଆସୀନ ସୁଦର୍ଶନ ଚକ୍ରଧାରୀ ଭଗବାନଙ୍କର ଦର୍ଶନ ପ୍ରାପ୍ତ ହେଉଥିଲା |

ବସୁଦେବସ୍ୟ ଦେବକ୍ୟାଂ ଜାତୋ ଭୋଜେନ୍ଦ୍ରବନ୍ଧନେ ।

ଚିକୀର୍ଷୁର୍ଭଗବାନସ୍ୟାଃ ଶମଜେନାଭିୟାଚିତଃ ॥ ୨୫॥

ବ୍ରହ୍ମାଜୀଙ୍କର ପ୍ରାର୍ଥନାରେ ଭୂଭାର ହରଣ କରି ପୃଥିବୀକୁ ସୁଖୀ କରିବା ଉଦ୍ଦେଶ୍ୟରେ ଭଗବାନ କଂସର କାରାଗାରରେ ଦେବକୀ-ବସୁଦେବଙ୍କଠାରୁ ଅବତାର ଗ୍ରହଣ କରିଥିଲେ |

ତତୋ ନନ୍ଦବ୍ରଜମିତଃ ପିତ୍ରା କଂସାଦ୍ୱିବିଭ୍ୟତା ।

ଏକାଦଶସମାସ୍ତତ୍ର ଗୂଢାର୍ଚିଃ ସବଲୋଽବସତ୍ ॥ ୨୬॥

ସେହି ସମୟରେ କଂସର ଭୟରେ ପିତା ବସୁଦେବ ତାଙ୍କୁ ବ୍ରଜର ନନ୍ଦବାବାଙ୍କ ଗୃହରେ ପହଞ୍ଚାଇ ଦେଇଥିଲେ | ସେଠାରେ ଏଗାର ବର୍ଷ ସେ ବଳରାମଙ୍କ ସହିତ ଏପରି ଲୁଚି ରହିଥିଲେ ଯେ ବ୍ରଜ ବାହାରେ କେହି ମଧ୍ୟ ତାଙ୍କର ପ୍ରଭାବକୁ ଜାଣି ପାରି ନ ଥିଲେ |

ପରୀତୋ ବତ୍ସପୈର୍ୱତ୍ସାଂଶ୍ଚାରୟନ୍ୱ୍ୟହରଦ୍ୱିଭୁଃ ।

ଯମୁନୋପବନେ କୂଜଦ୍ଦ୍ୱିଜସଙ୍କୁଲିତାଙ୍ଘ୍ରିପେ ॥ ୨୭॥

ଯମୁନା ନିକଟସ୍ଥ ଉପବନ, ଯାହାର ସବୁଜିମାପୂର୍ଣ୍ଣ ବୃକ୍ଷମାନଙ୍କରେ ଦଳ-ଦଳ କଳରବରତ ପକ୍ଷୀ ବାସ କରୁଥିଲେ, ଭଗବାନ ଶ୍ରୀକୃଷ୍ଣ ଗାଈ ଚରାଇଵାକୁ ଯାଇ ଗୋପାଳ-ବାଳକମାନଙ୍କ ସହିତ ସେହି ବନରେ ବିହାର କରୁଥିଲେ |

କୌମାରୀଂ ଦର୍ଶୟଂଶ୍ଚେଷ୍ଟାଂ ପ୍ରେକ୍ଷଣୀୟାଂ ବ୍ରଜୌକସାମ୍ ।

ରୁଦନ୍ନିବ ହସନ୍ମୁଗ୍ଦ୍ଧବାଲସିଂହାବଲୋକନଃ ॥ ୨୮॥

ବ୍ରଜବାସୀମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ସେମାନଙ୍କ ସମ୍ମୁଖରେ ଅନେକ ବାଳ-ଲୀଳା ପ୍ରଦର୍ଶନ କରୁଥିଲେ | କେତେବେଳେ ସେ କାନ୍ଦୁଥିଲେ ତ କେତେବେଳେ ହସୁଥିଲେ, ଆଉ କେତେବେଳେ ସିଂହ-ଶାବକ ପରି ମୁଗ୍ଧ ଦୃଷ୍ଟିରେ ସେମାନଙ୍କୁ ଦେଖିବାରେ ଲାଗୁଥିଲେ |

ସ ଏବ ଗୋଧନଂ ଲକ୍ଷ୍ମ୍ୟା ନିକେତଂ ସିତଗୋବୃଷମ୍ ।

ଚାରୟନ୍ନନୁଗାନ୍ଗୋପାନ୍ ରଣଦ୍ୱେଣୁରରୀରମତ୍ ॥ ୨୯॥

ଆଉ ଟିକିଏ ବଡ ହେବାପରେ ସେ ଗୋଚାରଣ କରିବାକୁ ଯାଇ ଶ୍ବେତ ଏବଂ ରଙ୍ଗ-ବେରଙ୍ଗ ସୁନ୍ଦର ସୁନ୍ଦର ଗାଈମାନଙ୍କ ଗହଣରେ ବଂଶୀ ବାଦନ କରି ନିଜ ସାଥୀ ଗୋପାଳମାନଙ୍କୁ ପ୍ରସନ୍ନ କରୁଥିଲେ |

ପ୍ରୟୁକ୍ତାନ୍ ଭୋଜରାଜେନ ମାୟିନଃ କାମରୂପିଣଃ ।

ଲୀଲୟା ବ୍ୟନୁଦତ୍ତାଂସ୍ତାନ୍ ବାଲଃ କ୍ରୀଡନକାନିବ ॥ ୩୦॥

ସେହି ସମୟରେ ତାଙ୍କୁ ମାରିବା ପାଇଁ କଂସ ଯେଉଁ ମାୟାବୀ ଏବଂ ବହୁରୂପୀ ରାକ୍ଷସମାନଙ୍କୁ ପ୍ରେରଣ କରିଥିଲା, ଛୋଟ ବାଳକଟିଏ ନିଜର ଖେଳଣା ଭାଙ୍ଗିବା ପରି, ଭଗବାନ ସେମାନଙ୍କୁ ଖେଳରେ-ଖେଳରେ ହିଁ ମାରି ଦେଇଥିଲେ |

ବିପନ୍ନାନ୍ୱିଷପାନେନ ନିଗୃହ୍ୟ ଭୁଜଗାଧିପମ୍ ।

ଉତ୍ଥାପ୍ୟାପାୟଯଦ୍ଗାବସ୍ତତ୍ତୋୟଂ ପ୍ରକୃତିସ୍ଥିତମ୍ ॥ ୩୧॥

କାଳୀୟନାଗକୁ ଦମନ କରି ତାର ବିଷମିଶ୍ରିତ ଜଳ ପାନ କରି ମୃତ୍ୟୁବରଣ କରିଥିବା ଗୋପାଳ ବାଳକ ଏବଂ ଗାଈମାନଙ୍କୁ ସେ ଜୀବିତ କରିଦେଇ ଥିଲେ ଏବଂ ସେମାନଙ୍କ ପାଇଁ କାଳିନ୍ଦୀ ହ୍ରଦର ନିର୍ମଳ ଜଳ ପାନ କରିବାର ବନ୍ଦୋବସ୍ତ କରିଦେଇ ଥିଲେ |

ଅୟାଜୟଦ୍ଗୋସବେନ ଗୋପରାଜଂ ଦ୍ୱିଜୋତ୍ତମୈଃ ।

ବିତ୍ତସ୍ୟ ଚୋରୁଭାରସ୍ୟ ଚିକୀର୍ଷନ୍ ସଦ୍ୱ୍ୟଯଂ ବିଭୁଃ ॥ ୩୨॥

ଭଗବାନ ଶ୍ରୀକୃଷ୍ଣ ବର୍ଦ୍ଧିତ ଧନର ସଦ୍-ବ୍ୟୟ କରିବା ଉଦ୍ଦେଶ୍ୟରେ ଶ୍ରେଷ୍ଠ ବ୍ରାହ୍ମଣମାନଙ୍କ ସହାୟତାରେ ନନ୍ଦବାବାଙ୍କ ଦ୍ବାରା ଗୋବର୍ଦ୍ଧନ-ପୂଜାରୂପ ଗୋଯଜ୍ଞ କରାଇ ଥିଲେ |

ବର୍ଷତୀନ୍ଦ୍ରେ ବ୍ରଜଃ କୋପାଦ୍ଭଗ୍ନମାନେଽତିବିହ୍ୱଲଃ ।

ଗୋତ୍ରଲୀଲାତପତ୍ରେଣ ତ୍ରାତୋ ଭଦ୍ରାନୁଗୃହ୍ଣତା ॥ ୩୩॥

ବିଦୁରଜୀ | ଏହାଦ୍ବାରା ନିଜର ମାନଭଙ୍ଗ ହୋଇଥିବା ମନେ କରି ଇନ୍ଦ୍ର ଯେତେବେଳେ ସମଗ୍ର ବ୍ରଜମଣ୍ଡଳକୁ ବିନାଶ କରିବା ଉଦ୍ଦେଶ୍ୟରେ ମୂସଳଧାର ବର୍ଷା ଆରମ୍ଭ କରିଦେଇ ଥିଲେ, ସେତେବେଳେ କରୁଣାବଶତଃ ଭଗବାନ ଖେଳ-ଖେଳରେ ଗୋବର୍ଦ୍ଧନ ଗିରିକୁ ଉଠାଇ ଛତ୍ର ରୂପେ ଧାରଣ କରିଥିଲେ ଏବଂ ଅତ୍ୟନ୍ତ ଭୟଭୀତ ହୋଇ ଯାଇଥିବା ବ୍ରଜବାସୀ ତଥା ସେମାନଙ୍କର ପଶୁସମ୍ପଦକୁ ରକ୍ଷା କରିଥିଲେ |

ଶରଚ୍ଛଶିକରୈର୍ମୃଷ୍ଟଂ ମାନୟନ୍ ରଜନୀମୁଖମ୍ ।

ଗାୟନ୍ କଲପଦଂ ରେମେ ସ୍ତ୍ରୀଣାଂ ମଣ୍ଡଲମଣ୍ଡନଃ ॥ ୩୪॥

ସାୟଂକାଳରେ ଯେତେବେଳେ ଶରତ୍-କାଳୀନ ଚନ୍ଦ୍ରମାର ଚାନ୍ଦିନୀ ସମଗ୍ର ବ୍ରଜଭୂମିକୁ ପ୍ଲାବିତ କରୁଥିଲା, ସେତେବେଳେ ଶ୍ରୀକୃଷ୍ଣ ତାହାର ଗୌରବ ବର୍ଦ୍ଧନ କରିବାକୁ ଯାଇ ବଂଶୀରେ ମଧୁର ଆଳାପ କରିଥିଲେ ଏବଂ ଗୋପୀମଣ୍ଡଳୀର ଶୋଭା ବର୍ଦ୍ଧନ କରି ସେମାନଙ୍କ ସହିତ ରାସବିହାର କରିଥିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ବିଦୁରୋଦ୍ଧବସମ୍ବାଦେ ଦ୍ୱିତୀୟୋଽଧ୍ୟାୟଃ ॥ ୨॥

Comments

Popular posts from this blog