॥
ଓଁ ନମୋ ଭଗବତେ
ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ଦଶମ ଅଧ୍ୟାୟ
ଶ୍ରୀକୃଷ୍ଣଙ୍କର ଦ୍ବାରକା ଗମନ
ଶୌନକ ଉବାଚ
ହତ୍ୱା ସ୍ୱରିକ୍ଥସ୍ପୃଧ ଆତତାୟିନୋ
ଯୁଧିଷ୍ଠିରୋ ଧର୍ମଭୃତାଂ ବରିଷ୍ଠଃ ।
ସହାନୁଜୈଃ ପ୍ରତ୍ୟବରୁଦ୍ଧଭୋଜନଃ
କଥଂ ପ୍ରବୃତ୍ତଃ କିମକାରଷୀତ୍ତତଃ ॥ ୧॥
ଶୌନକ ପଚାରିଲେ – ନିଜର ପୈତୃକ ସମ୍ପତ୍ତିକୁ ଛଡାଇ ନେବା ପାଇଁ ଇଚ୍ଛା
କରୁଥିବା ଆତତାୟୀମାନଙ୍କୁ ବିନାଶ କରିବା ପରେ ଧାର୍ମିକଶିରୋମଣି ମହାରାଜ ଯୁଧିଷ୍ଠିର, ଯାହାର ଭୋଗ କରିବାର କୌଣସି ଲାଳସା ହିଁ ନ ଥିଲା, କିପରି ଭାବରେ ନିଜ ଭାଇମାନଙ୍କ ସହିତ ରାଜ୍ୟ ଶାସନ କଲେ ଏବଂ ସେ କ’ଣ କ’ଣ କାମ କଲେ ?
ସୂତ ଉବାଚ
ବଂଶଂ କୁରୋର୍ୱଂଶଦବାଗ୍ନିନିର୍ହୃତଂ
ସଂରୋହୟିତ୍ୱା ଭବଭାବନୋ ହରିଃ ।
ନିବେଶୟିତ୍ୱା ନିଜରାଜ୍ୟ ଈଶ୍ୱରୋ
ଯୁଧିଷ୍ଠିରଂ ପ୍ରୀତମନା ବଭୂବ ହ ॥ ୨॥
ସୂତ ମୁନି କହିଲେ – ସମ୍ପୂର୍ଣ୍ଣ ସୃଷ୍ଟିର ସଂରକ୍ଷକ ଭଗବାନ ଶ୍ରୀହରି, ପରସ୍ପର କଳହାଗ୍ନିରେ ଦଗ୍ଧ କୁରୁବଂଶକୁ ପୁନଃ ଅଂକୁରିତ କରିବା ପରେ
ଯୁଧିଷ୍ଠିରଙ୍କୁ ରାଜସିଂହାସନରେ ଅଭିଷିକ୍ତ କରାଇ ଅତ୍ୟନ୍ତ ପ୍ରସନ୍ନ ହେଲେ |
ନିଶମ୍ୟ ଭୀଷ୍ମୋକ୍ତମଥାଚ୍ୟୁତୋକ୍ତଂ
ପ୍ରବୃତ୍ତବିଜ୍ଞାନବିଧୂତବିଭ୍ରମଃ ।
ଶଶାସ ଗାମିନ୍ଦ୍ର ଇବାଜିତାଶ୍ରୟଃ
ପରିଧ୍ୟୁପାନ୍ତାମନୁଜାନୁବର୍ତିତଃ ॥ ୩॥
ଭୀଷ୍ମପିତାମହ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ଉପଦେଶ ଶ୍ରବଣ କରି
ଯୁଧିଷ୍ଠିରଙ୍କର ଅନ୍ତଃକରଣରେ ଜ୍ଞାନର ଉଦୟ ହୋଇଥିଲା ଏବଂ ତାଙ୍କର ସମସ୍ତ ଭ୍ରାନ୍ତି ଦୂର ହୋଇ
ଯାଇଥିଲା | ଭଗବାନଙ୍କ ଆଶ୍ରୟରେ ରହି ସେ ଇନ୍ଦ୍ରଙ୍କ ପରି ସମୁଦ୍ରପର୍ଯ୍ୟନ୍ତ ସମ୍ପୂର୍ଣ୍ଣ
ପୃଥିବୀର ଶାସନ କରିବାରେ ଲାଗିଲେ | ଭୀମସେନ ଆଦି ତାଙ୍କର ସବୁ ଭାଇ ପୂର୍ଣ୍ଣରୂପରେ ତାଙ୍କର
ଆଜ୍ଞା ପାଳନ କରୁଥିଲେ |
କାମଂ ବବର୍ଷ ପର୍ଜନ୍ୟଃ ସର୍ୱକାମଦୁଘା ମହୀ ।
ସିଷିଚୁଃ ସ୍ମ ବ୍ରଜାନ୍ ଗାବଃ ପୟସୋଧସ୍ୱତୀର୍ମୁଦା ॥ ୪॥
ଯୁଧିଷ୍ଠିରଙ୍କ ରାଜ୍ୟରେ ଆବଶ୍ୟକତା ଅନୁସାରେ ଯଥେଷ୍ଟ ବର୍ଷା
ହେଉଥିଲା, ପୃଥିବୀରେ ସମସ୍ତ
ଅଭୀଷ୍ଟ ପଦାର୍ଥ ଉତ୍ପନ୍ନ ହେଉଥିଲା, ବଡ ବଡ ସ୍ତନଯୁକ୍ତ
ଗୋମାତାମାନେ ପ୍ରସନ୍ନ ଚିତ୍ତରେ ଗୋଶାଳାକୁ ପୟସ୍ରବିତ କରୁଥିଲେ |
ନଦ୍ୟଃ ସମୁଦ୍ରା ଗିରୟଃ ସବନସ୍ପତିବୀରୁଧଃ ।
ଫଲନ୍ତ୍ୟୋଷଧୟଃ ସର୍ୱାଃ କାମମନ୍ୱୃତୁ ତସ୍ୟ ବୈ ॥ ୫॥
ନଦୀ, ସମୁଦ୍ର, ପର୍ବତ, ବନସ୍ପତି, ଲତା-ଗୁଲ୍ମରାଜି ପ୍ରତ୍ୟେକ ଋତୁରେ ଯଥେଷ୍ଟ ରୂପରେ ନିଜ ନିଜର ଉପଜ
ରାଜାଙ୍କୁ ପ୍ରଦାନ କରୁଥିଲେ |
ନାଧୟୋ ବ୍ୟାଧୟଃ କ୍ଲେଶା ଦୈବଭୂତାତ୍ମହେତବଃ ।
ଅଜାତଶତ୍ରାବଭବନ୍ ଜନ୍ତୂନାଂ ରାଜ୍ଞି କର୍ହିଚିତ୍ ॥ ୬॥
ଅଜାତଶତ୍ରୁ ମହାରାଜ ଯୁଧିଷ୍ଠିରଙ୍କ ରାଜ୍ୟରେ କୌଣସି ପ୍ରାଣୀ କେବେ
ବି ଆଧି-ବ୍ୟାଧିଗ୍ରସ୍ତ ହେଉ ନ ଥିଲେ ଅଥବା ଦୈବିକ,
ଭୌତିକ ଏବଂ ଆତ୍ମିକ କ୍ଲେଶ ଅନୁଭବ କରୁ ନ ଥିଲେ |
ଉଷିତ୍ୱା ହାସ୍ତିନପୁରେ ମାସାନ୍ କତିପୟାନ୍ ହରିଃ ।
ସୁହୃଦାଂ ଚ ବିଶୋକାୟ ସ୍ୱସୁଶ୍ଚ ପ୍ରିୟକାମ୍ୟଯା ॥ ୭॥
ନିଜ ବନ୍ଧୁମାନଙ୍କର ଶୋକ ଲାଘବ କରିବା ପାଇଁ ଏବଂ ଭଗିନୀ
ସୁଭଦ୍ରାଙ୍କର ପ୍ରସନ୍ନତା ନିମନ୍ତେ ଭଗବାନ ଶ୍ରୀକୃଷ୍ଣ କେତେ ମାସ ଧରି ହସ୍ତୀନାପୁରରେ ଅବସ୍ଥାନ
କରିଥିଲେ |
ଆମନ୍ତ୍ର୍ୟ ଚାଭ୍ୟନୁଜ୍ଞାତଃ ପରିଷ୍ୱଜ୍ୟାଭିବାଦ୍ୟ ତମ୍ ।
ଆରୁରୋହ ରଥଂ କୈଶ୍ଚିତ୍ପରିଷ୍ୱକ୍ତୋଽଭିବାଦିତଃ ॥ ୮॥
ତାପରେ ଯେତେବେଳେ ସେ ଦ୍ବାରିକା ପ୍ରସ୍ଥାନ କରିବା ପାଇଁ
ଯୁଧିଷ୍ଠିରଙ୍କଠାରୁ ଅନୁମତି ମାଗିଲେ, ରାଜା ତାଙ୍କୁ
ହୃଦୟଲଗ୍ନ କରି ସ୍ବୀକୃତି ପ୍ରଦାନ କରିଥିଲେ | ଭଗବାନ ତାଙ୍କୁ ପ୍ରଣାମ କରି ରଥ ଆରୋହଣ କଲେ |
ସମବୟସ୍କମାନେ ତାଙ୍କୁ ଆଲିଂଗନ କଲେ ଏବଂ ଅନୁଜମାନେ ତାଙ୍କୁ ପ୍ରଣାମ କଲେ |
ସୁଭଦ୍ରା ଦ୍ରୌପଦୀ କୁନ୍ତୀ ବିରାଟତନୟା ତଥା ।
ଗାନ୍ଧାରୀ ଧୃତରାଷ୍ଟ୍ରଶ୍ଚ ଯୁୟୁତ୍ସୁର୍ଗୌତମୋ ଯମୌ ॥ ୯॥
ବୃକୋଦରଶ୍ଚ ଧୌମ୍ୟଶ୍ଚ ସ୍ତ୍ରିୟୋ ମତ୍ସ୍ୟସୁତାଦୟଃ ।
ନ ସେହିରେ ବିମୁହ୍ୟନ୍ତୋ ବିରହଂ ଶାର୍ଙ୍ଗଧନ୍ୱନଃ ॥ ୧୦॥
ସେହି ସମୟରେ ସୁଭଦ୍ରା,
ଦ୍ରୌପଦୀ, କୁନ୍ତୀ, ଉତ୍ତରା, ଗାନ୍ଧାରୀ,
ଧୃତରାଷ୍ଟ୍ର, ଯୁଯୁତ୍ସୁ, କୃପାଚାର୍ଯ୍ୟ, ନକୁଳ, ସହଦେବ, ଭୀମସେନ, ଧୌମ୍ୟ ଏବଂ ସତ୍ୟବତୀ ଆଦି ସମସ୍ତେ ମୂର୍ଚ୍ଛିତପ୍ରାୟ ହୋଇ ଯାଇଥିଲେ
|
ସତ୍ସଙ୍ଗାନ୍ମୁକ୍ତଦୁଃସଙ୍ଗୋ ହାତୁଂ ନୋତ୍ସହତେ ବୁଧଃ ।
କୀର୍ତ୍ୟମାନଂ ଯଶୋ ଯସ୍ୟ ସକୃଦାକର୍ଣ୍ୟ ରୋଚନମ୍ ॥ ୧୧॥
ତସ୍ମିନ୍ ନ୍ୟସ୍ତଧିୟଃ ପାର୍ଥାଃ ସହେରନ୍ ବିରହଂ କଥମ୍ ।
ଦର୍ଶନସ୍ପର୍ଶସଂଲାପଶୟନାସନଭୋଜନୈଃ ॥ ୧୨॥
ଭଗବତ୍-ଭକ୍ତ ସତ-ପୁରୁଷମାନଙ୍କର ସଙ୍ଗ ଲାଭ କରି ଯେଉଁମାନେ
ଦୁଃସଙ୍ଗରୁ ମୁକ୍ତ ହୋଇଯାଇ ଥାଆନ୍ତି, ସେହି ବିଚାରଶୀଳ
ପୁରୁଷ ଭଗବାନଙ୍କର ମଧୁର-ମନୋହର ସୁଯଶ ଥରେ ଶ୍ରବଣ କରିବା ପରେ ତାହାକୁ ତ୍ୟାଗ କରିବାର କଳ୍ପନା
ସୁଦ୍ଧା କରିପାରନ୍ତି ନାହିଁ | ସେହି ଭଗବାନଙ୍କର ଦର୍ଶନ ଏବଂ ସ୍ପର୍ଶ ଲାଭ କରି, ତାଙ୍କ ସହିତ ଆଳାପ-ଆଲୋଚନା କରି ତଥା ତାଙ୍କ ସହିତ ଶୋଇ-ବସି-ଉଠି
ଏବଂ ଭୋଜନ କରି ଯେଉଁମାନଙ୍କର ହୃଦୟ ତାଙ୍କଠାରେ ପୂର୍ଣ୍ଣ ସମର୍ପିତ ହୋଇ ଯାଇଥିଲା, ସେହି ପାଣ୍ଡବମାନେ ଭଲା ତାଙ୍କର ବିରହ-ବ୍ୟଥା ସହ୍ୟ କରନ୍ତେ କିପରି
?
ସର୍ୱେ ତେଽନିମିଷୈରକ୍ଷୈସ୍ତମନୁଦ୍ରୁତଚେତସଃ ।
ବୀକ୍ଷନ୍ତଃ ସ୍ନେହସମ୍ବଦ୍ଧା ବିଚେଲୁସ୍ତତ୍ର ତତ୍ର ହ ॥ ୧୩॥
ସେମାନଙ୍କର ଚିତ୍ତ ଦ୍ରବିତ ହୋଇ ଉଠିଥିଲା ଏବଂ ନିର୍ନିମେଷ ନୟନରେ
ଭଗବାନଙ୍କ ଆଡକୁ ଚାହିଁ ସେମାନେ ତାଙ୍କ ସ୍ନେହ-ବନ୍ଧନରେ ବାନ୍ଧି ହୋଇ ମୁହ୍ୟମାନ ହୋଇ ଯାଇଥିଲେ |
ନ୍ୟରୁନ୍ଧନ୍ନୁଦ୍ଗଲଦ୍ବାଷ୍ପମୌତ୍କଣ୍ଠ୍ୟାଦ୍ଦେବକୀସୁତେ ।
ନିର୍ୟାତ୍ୟଗାରାନ୍ନୋଽଭଦ୍ରମିତି ସ୍ୟାଦ୍ବାନ୍ଧବସ୍ତ୍ରିୟଃ ॥ ୧୪॥
ଭଗବାନ ଶ୍ରୀକୃଷ୍ଣ ଘର ଛାଡି ଚାଲି ଯାଉଥିବା ବେଳେ ଉତ୍କଣ୍ଠାବଶତଃ
ତାଙ୍କ ବନ୍ଧୁପତ୍ନୀଙ୍କର ନେତ୍ର ଅଶ୍ରୁପୂର୍ଣ୍ଣ ହୋଇ ଯାଇଥିଲା | କିନ୍ତୁ ଯାତ୍ରା କାଳରେ ତାହା
ଅଶୁଭ ହେବ, ଏହି ଭୟରେ ସେମାନେ
ବହୁ କଷ୍ଟରେ ଅଶ୍ରୁବର୍ଷଣ କରିବାରୁ କ୍ଷାନ୍ତ ହୋଇଥିଲେ |
ମୃଦଙ୍ଗଶଙ୍ଖଭେର୍ୟଶ୍ଚ ବୀଣାପଣବଗୋମୁଖାଃ ।
ଧୁନ୍ଧୁର୍ୟାନକଘଣ୍ଟାଦ୍ୟା ନେଦୁର୍ଦୁନ୍ଦୁଭୟସ୍ତଥା ॥ ୧୫॥
ଭଗବାନ ପ୍ରସ୍ଥାନ କରୁଥିବା ସମୟରେ ମୃଦଙ୍ଗ, ଶଂଖ, ଭେରୀ, ତୁରୀ, ବୀଣା, ଢୋଲ, କରତାଳ, ନାଗରା, ଘଣ୍ଟ, ଦୁନ୍ଦୁଭି ଆଦି ଅନେକ ପ୍ରକାରର ବାଦ୍ୟ
ବାଜିବାରେ ଲାଗିଲା |
ପ୍ରାସାଦଶିଖରାରୂଢାଃ କୁରୁନାର୍ୟୋ ଦିଦୃକ୍ଷୟା ।
ବବୃଷୁଃ କୁସୁମୈଃ କୃଷ୍ଣଂ ପ୍ରେମବ୍ରୀଡାସ୍ମିତେକ୍ଷଣାଃ ॥ ୧୬॥
ଭଗବାନଙ୍କ ଦର୍ଶନ ଲାଳସାରେ କୁରୁବଂଶୀ ସ୍ତ୍ରୀମାନେ ଅଟାରୀ ଉପରେ
ଚଢିଗଲେ ଏବଂ ପ୍ରେମ, ଲଜ୍ଜା ଓ
ସ୍ମିତହାସ୍ୟଯୁକ୍ତ ଚାହାଣୀରେ ଭଗବାନଙ୍କୁ ଚାହିଁ ତାଙ୍କ ଉପରେ ପୁଷ୍ପ ବର୍ଷା କରିବାରେ ଲାଗିଲେ |
ସିତାତପତ୍ରଂ ଜଗ୍ରାହ ମୁକ୍ତାଦାମବିଭୂଷିତମ୍ ।
ରତ୍ନଦଣ୍ଡଂ ଗୁଡାକେଶଃ ପ୍ରିୟଃ ପ୍ରିୟତମସ୍ୟ ହ ॥ ୧୭॥
ସେହି ସମୟରେ ଭଗବାନଙ୍କର ପ୍ରିୟ ସଖା କୁଂଚିତକେଶଯୁକ୍ତ ଅର୍ଜୁନ ନିଜ
ପ୍ରିୟତମ ଶ୍ରୀକୃଷ୍ଣଙ୍କର ଶ୍ବେତ ଛତ୍ର, ଯହିଁରେ ମୋତିର ଝାଲର ଝୁଲି ରହିଥିଲା ଏବଂ ଯାହାର ଦଣ୍ଡ
ରତ୍ନଖଚିତ ଥିଲା, ନିଜ ହସ୍ତରେ ଧାରଣ
କରିଥିଲେ |
ଉଦ୍ଧବଃ ସାତ୍ୟକିଶ୍ଚୈବ ବ୍ୟଜନେ ପରମାଦ୍ଭୁତେ ।
ବିକୀର୍ୟମାଣଃ କୁସୁମୈ ରେଜେ ମଧୁପତିଃ ପଥି ॥ ୧୮॥
ଉଦ୍ଧବ ଏବଂ ସାତ୍ୟକି ଅତ୍ୟନ୍ତ ବିଚିତ୍ର ଚାମର ହାତରେ ଧରି
ଝୁଲାଇବାରେ ଲାଗିଥିଲେ | ମାର୍ଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଚତୁର୍ଦ୍ଦିଗରୁ ପୁଷ୍ପ ବର୍ଷଣ
ହେବାରେ ଲାଗିଥିଲା | ଅତ୍ୟନ୍ତ ମଧୁର ଦୃଶ୍ୟ ଥିଲା |
ଅଶ୍ରୂୟନ୍ତାଶିଷଃ ସତ୍ୟାସ୍ତତ୍ର ତତ୍ର ଦ୍ୱିଜେରିତାଃ ।
ନାନୁରୂପାନୁରୂପାଶ୍ଚ ନିର୍ଗୁଣସ୍ୟ ଗୁଣାତ୍ମନଃ ॥ ୧୯॥
ସର୍ବତ୍ର ବ୍ରାହ୍ମଣମାନଙ୍କ ମୁଖନିଃସୃତ ସତ୍ୟ ଆଶୀର୍ବାଦ ଶୁଣା
ଯାଉଥିଲା | ତାହା ସଗୁଣ ଭଗବାନଙ୍କ ଅନୁରୂପ ତ ଥିଲା,
କାରଣ ତାଙ୍କଠାରେ ସବୁ ଗୁଣ ରହିଥିଲା | କିନ୍ତୁ ନିର୍ଗୁଣ ଅନୁରୂପ ନ ଥିଲା, କାରଣ ସେ ପ୍ରାକୃତ ଗୁଣରହିତ ଅଟନ୍ତି |
ଅନ୍ୟୋନ୍ୟମାସୀତ୍ସଞ୍ଜଲ୍ପ ଉତ୍ତମଶ୍ଲୋକଚେତସାମ୍ ।
କୌରବେନ୍ଦ୍ରପୁରସ୍ତ୍ରୀଣାଂ ସର୍ୱଶ୍ରୁତିମନୋହରଃ ॥ ୨୦॥
ହସ୍ତୀନାପୁରର ରମଣୀ,
ଯେଉଁମାନଙ୍କର ଚିତ୍ତ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଆସକ୍ତ ରହିଥିଲା, ସେମାନେ ପରସ୍ପର ମଧ୍ୟରେ ଏପରି ବାର୍ତ୍ତାଳାପ କରୁଥିଲେ, ଯାହା ସମସ୍ତଙ୍କ ମନକୁ ଆକୃଷ୍ଟ କରୁଥିଲା |
ସ ବୈ କିଲାୟଂ ପୁରୁଷଃ ପୁରାତନୋ
ଯ ଏକ ଆସୀଦବିଶେଷ ଆତ୍ମନି ।
ଅଗ୍ରେ ଗୁଣେଭ୍ୟୋ ଜଗଦାତ୍ମନୀଶ୍ୱରେ
ନିମୀଲିତାତ୍ମନ୍ ନିଶି ସୁପ୍ତଶକ୍ତିଷୁ ॥ ୨୧॥
ସେମାନେ ପରସ୍ପରକୁ ଏପରି କହୁଥିଲେ – ହେ ସଖୀ ! ଇଏ ସେହି ସନାତନ ପରମ
ପୁରୁଷ ଅଟନ୍ତି, ଯିଏ ପ୍ରଳୟ
ଉପରାନ୍ତେ ମଧ୍ୟ ନିଜ ଅଦ୍ବିତୀୟ ନିର୍ବିଶେଷ ସ୍ବରୂପରେ ସ୍ଥିତ ରହିଥାଆନ୍ତି | ସେହି ସମୟରେ
ସୃଷ୍ଟିର ମୂଳଭୂତ ତ୍ରିଗୁଣ ମଧ୍ୟ ନ ଥାଏ | ଜୀବ ସମୁଦାୟ ଜଗଦାତ୍ମା ଈଶ୍ବରଙ୍କ ମଧ୍ୟରେ ଲୀନ
ହୋଇଯାଆନ୍ତି ଏବଂ ମହତ୍ ଆଦି ସମସ୍ତ ଶକ୍ତି ନିଜ କାରଣ ଅବସ୍ଥାରେ ସୁପ୍ତ ରହିଥାଆନ୍ତି |
ସ ଏବ ଭୂୟୋ ନିଜବୀର୍ୟଚୋଦିତାଂ
ସ୍ୱଜୀବମାୟାଂ ପ୍ରକୃତିଂ ସିସୃକ୍ଷତୀମ୍ ।
ଅନାମରୂପାତ୍ମନି ରୂପନାମନୀ
ବିଧିତ୍ସମାନୋଽନୁସସାର ଶାସ୍ତ୍ରକୃତ୍ ॥ ୨୨॥
ତାପରେ ସେହି ଈଶ୍ବର ହିଁ ନିଜ ନାମ-ରୂପରହିତ ସ୍ବରୂପରେ ସ୍ଥିତ ରହି
ନାମରୂପ ଇତ୍ୟାଦି ନିର୍ମାଣ କରିବାକୁ ଇଚ୍ଛା କରନ୍ତି ତଥା ନିଜ କାଳ-ଶକ୍ତିରେ ପ୍ରେରିତ
ପ୍ରକୃତିର ଅନୁସରଣ କରିଥାଆନ୍ତି, ଯାହା ତାଙ୍କର
ଅଂଶଭୂତ ଜୀବକୁ ମୋହିତ କରିବା ସହିତ ସୃଷ୍ଟି ରଚନାରେ ମଧ୍ୟ ପ୍ରବୃତ୍ତ ରହିଥାଏ | ଏତଦବ୍ୟତିତ,
ସେ ବିଧିନିଷେଧାତ୍ମକ ବେଦଶାସ୍ତ୍ର ମଧ୍ୟ ପ୍ରକଟ କରିଥାଆନ୍ତି |
ସ ବା ଅୟଂ ଯତ୍ପଦମତ୍ର ସୂରୟୋ
ଜିତେନ୍ଦ୍ରିୟା ନିର୍ଜିତମାତରିଶ୍ୱନଃ ।
ପଶ୍ୟନ୍ତି ଭକ୍ତ୍ୟୁତ୍କଲିତାମଲାତ୍ମନା
ନନ୍ୱେଷ ସତ୍ତ୍ୱଂ ପରିମାର୍ଷ୍ଟୁମର୍ହତି ॥ ୨୩॥
ଏହି ଜଗତରେ ଜିତେନ୍ଦ୍ରିୟ ଯୋଗୀମାନେ ପ୍ରାଣକୁ ବଶ କରି ଭକ୍ତି
ଦ୍ବାରା ପ୍ରଫୁଲ୍ଲିତ ନିର୍ମଳ ହୃଦୟରେ ଯେଉଁ ସ୍ବରୂପର ସାକ୍ଷାତକାର କରିଥାଆନ୍ତି, ଏହି
ଶ୍ରୀକୃଷ୍ଣ ହିଁ ସେହି ସାକ୍ଷାତ ପରବ୍ରହ୍ମ ଅଟନ୍ତି | ବାସ୍ତବରେ ତାଙ୍କର ଭକ୍ତି ବଳରେ ହିଁ
ଅନ୍ତଃକରଣର ପୂର୍ଣ୍ଣ ଶୁଦ୍ଧି ହୋଇଥାଏ, ଯୋଗ ଆଦି ଦ୍ବାରା
ନୁହେଁ |
ସ ବା ଅୟଂ ସଖ୍ୟନୁଗୀତସତ୍କଥୋ
ବେଦେଷୁ ଗୁହ୍ୟେଷୁ ଚ ଗୁହ୍ୟବାଦିଭିଃ ।
ଯ ଏକ ଈଶୋ ଜଗଦାତ୍ମଲୀଲୟା
ସୃଜତ୍ୟବତ୍ୟତ୍ତି ନ ତତ୍ର ସଜ୍ଜତେ ॥ ୨୪॥
ହେ ସଖି ! ଇଏ ସେ ହିଁ ଅଟନ୍ତି,
ଯାହାର ସୁନ୍ଦର ଲୀଳାମାନଙ୍କର ଗାୟନ ବେଦ ଏବଂ ଅନ୍ୟ ଗୋପନୀୟ ଶାସ୍ତ୍ରମାନଙ୍କରେ ବ୍ୟାସ ଆଦି
ରହସ୍ୟବାଦୀ ଋଷିମାନେ କରିଛନ୍ତି – ସେହି ଏକ ଅଦ୍ବିତୀୟ ଈଶ୍ବର ନିଜ ଲୀଳାରେ ଜଗତର ସୃଷ୍ଟି, ପାଳନ ଏବଂ ସଂହାର କରିଥାଆନ୍ତି,
କିନ୍ତୁ ସ୍ବୟଂ ସେଥିରେ ଲିପ୍ତ ହୁଅନ୍ତି ନାହିଁ |
ଯଦା ହ୍ୟଧର୍ମେଣ ତମୋଧିୟୋ ନୃପା
ଜୀବନ୍ତି ତତ୍ରୈଷ ହି ସତ୍ତ୍ୱତଃ କିଲ ।
ଧତ୍ତେ ଭଗଂ ସତ୍ୟମୃତଂ ଦୟାଂ ଯଶୋ
ଭବାୟ ରୂପାଣି ଦଧଦ୍ୟୁଗେ ଯୁଗେ ॥ ୨୫॥
ତାମସୀ ବୁଦ୍ଧିଯୁକ୍ତ ରାଜାମାନେ ଯେତେବେଳେ ଅଧର୍ମରେ ନିଜ ଉଦର ପୋଷଣ
କରିବାରେ ଲାଗନ୍ତି, ସେତେବେଳେ ଏହି ଈଶ୍ବର ହିଁ ସତ୍ତ୍ବଗୁଣ ସ୍ବୀକାର କରି ଐଶ୍ବର୍ଯ୍ୟ, ସତ୍ୟ, ଧର୍ମ, ଦୟା ଏବଂ ଯଶ ପ୍ରକଟ କରନ୍ତି ଏବଂ ସଂସାର କଲ୍ୟାଣ ନିମନ୍ତେ ଯୁଗେ
ଯୁଗେ ଅନେକ ଅବତାର ଧାରଣ କରନ୍ତି |
ଅହୋ ଅଲଂ ଶ୍ଲାଘ୍ୟତମଂ ଯଦୋଃ କୁଲ-
ମହୋ ଅଲଂ ପୁଣ୍ୟତମଂ ମଧୋର୍ୱନମ୍ ।
ଯଦେଷ ପୁଂସାମୃଷଭଃ ଶ୍ରିୟଃ ପତିଃ
ସ୍ୱଜନ୍ମନା ଚଙ୍କ୍ରମଣେନ ଚାଞ୍ଚତି ॥ ୨୬॥
ଆହା ! ଏହି ଯଦୁବଂଶ ପରମ ପ୍ରଶଂସନୀୟ ଅଟେ, କାରଣ ସ୍ବୟଂ ଲକ୍ଷ୍ମୀପତି ପୁରୁଷୋତ୍ତମ ଶ୍ରୀକୃଷ୍ଣ ଏହି ବଂଶରେ
ଜନ୍ମ ଗ୍ରହଣ କରି ଏହାକୁ ସମ୍ମାନିତ କରିଛନ୍ତି | ଏହି ପବିତ୍ର ବ୍ରଜମଣ୍ଡଳ ମଧ୍ୟ ଧନ୍ୟ ଅଟେ, ଏଠାରେ ନିଜ ଶୈଶବ ଏବଂ କିଶୋରାବସ୍ଥାରେ ବିଚରଣ କରି ଭଗବାନ ଏହାକୁ
ସୁଶୋଭିତ କରିଛନ୍ତି |
ଅହୋ ବତ ସ୍ୱର୍ୟଶସସ୍ତିରସ୍କରୀ
କୁଶସ୍ଥଲୀ ପୁଣ୍ୟଯଶସ୍କରୀ ଭୁବଃ ।
ପଶ୍ୟନ୍ତି ନିତ୍ୟଂ ଯଦନୁଗ୍ରହେଷିତଂ
ସ୍ମିତାବଲୋକଂ ସ୍ୱପତିଂ ସ୍ମ ଯତ୍ପ୍ରଜାଃ ॥ ୨୭॥
ଏହା ଅତ୍ୟନ୍ତ ହର୍ଷର ବିଷୟ ଯେ ଦ୍ବାରିକା ନଗରୀ ସ୍ବର୍ଗ ଯଶର
ତିରସ୍କାର କରି ପୃଥିବୀର ପବିତ୍ର ଯଶକୁ ବୃଦ୍ଧି କରଛି | କାରଣ ସେଠାରେ ପ୍ରଜାଗଣ ପ୍ରେମରେ
ମୃଦୁ-ମନ୍ଦହାସ୍ୟଯୁକ୍ତ ହୋଇ ସେମାନଙ୍କୁ କୃପାଦୃଷ୍ଟିରେ ଦେଖୁଥିବା ନିଜ ସ୍ବାମୀ ଭଗବାନ
ଶ୍ରୀକୃଷ୍ଣଙ୍କର ନିରନ୍ତର ଅବଲୋକନ କରୁଥାଆନ୍ତି |
ନୂନଂ ବ୍ରତସ୍ନାନହୁତାଦିନେଶ୍ୱରଃ
ସମର୍ଚିତୋ ହ୍ୟସ୍ୟ ଗୃହୀତପାଣିଭିଃ ।
ପିବନ୍ତି ଯାଃ ସଖ୍ୟଧରାମୃତଂ ମୁହୁ-
ର୍ୱ୍ରଜସ୍ତ୍ରିୟଃସମ୍ମୁମୁହୁର୍ୟଦାଶୟାଃ ॥ ୨୮॥
ସଖି ! ଇଏ ଯେଉଁମାନଙ୍କର ପାଣିଗ୍ରହଣ କରିଛନ୍ତି, ସେହି ସ୍ତ୍ରୀମାନେ ନିଶ୍ଚିତ ଭାବରେ ବ୍ରତ, ସ୍ନାନ, ହବନ ଆଦି ଦ୍ବାରା
ଏହି ପରମାତ୍ମାଙ୍କର ଆରାଧନା କରିଥିବେ; କାରଣ ସେମାନେ
ବାରମ୍ବାର ତାଙ୍କ ଅଧର-ସୁଧା ପାନ କରିଥାଆନ୍ତି,
ଯାହାର ସ୍ମରଣମାତ୍ରେ ବ୍ରଜବାଳାମାନେ ଆନନ୍ଦରେ ମୂର୍ଚ୍ଛିତ ହୋଇ ଯାଉଥିଲେ |
ଯା ବୀର୍ୟଶୁଲ୍କେନ ହୃତାଃ ସ୍ୱୟମ୍ବରେ
ପ୍ରମଥ୍ୟ ଚୈଦ୍ୟପ୍ରମୁଖାନ୍ ହି ଶୁଷ୍ମିଣଃ ।
ପ୍ରଦ୍ୟୁମ୍ନସାମ୍ବାମ୍ବସୁତାଦୟୋଽପରା
ଯାଶ୍ଚାହୃତା ଭୌମବଧେ ସହସ୍ରଶଃ ॥ ୨୯॥
ଏତାଃ ପରଂ ସ୍ତ୍ରୀତ୍ୱମପାସ୍ତପେଶଲଂ
ନିରସ୍ତଶୌଚଂ ବତ ସାଧୁ କୁର୍ୱତେ ।
ଯାସାଂ ଗୃହାତ୍ପୁଷ୍କରଲୋଚନଃ ପତି-
ର୍ନ ଜାତ୍ୱପୈତ୍ୟାହୃତିଭିର୍ହୃଦି ସ୍ପୃଶନ୍ ॥ ୩୦॥
ସ୍ବୟମ୍ବରରେ ଶିଶୁପାଳ ଆଦି ଅନେକ ଉନ୍ମତ୍ତ ରାଜାଙ୍କର ମାନ ମର୍ଦ୍ଦନ
କରି ଯିଏ ନିଜ ବାହୁବଳରେ ଏମାନଙ୍କୁ ହରଣ କରି ଆଣିଥିଲେ ତଥା ପ୍ରଦ୍ୟୁମ୍ନ, ସାମ୍ବ, ଆମ୍ବ ଆଦି
ଯାହାର ପୁତ୍ର ଅଟନ୍ତି, ସେହି ରୁକ୍ମିଣୀ ଆଦି
ଅଷ୍ଟ ପାଟରାଣୀ ଏବଂ ଭୌମାସୁରର ନିଧନ କରି ଉଦ୍ଧାର କରାଯାଇଥିବା ଏକ ହଜାର ଅନ୍ୟ ପତ୍ନୀଙ୍କର
ଭାଗ୍ୟ ବାସ୍ତବରେ ଧନ୍ୟ ଅଟେ | କାରଣ ଏମାନେ ସମସ୍ତେ ସ୍ବତନ୍ତ୍ରତା ଏବଂ ପବିତ୍ରତା ରହିତ
ସ୍ତ୍ରୀ-ଜୀବନକୁ ପବିତ୍ର ଏବଂ ଉଜ୍ବଳ କରିଛନ୍ତି | ଏମାନଙ୍କ ମହିମାର ବର୍ଣ୍ଣନା କିଏ କରିବ |
ଏମାନଙ୍କର ସ୍ବାମୀ ସାକ୍ଷାତ କମଳନୟନ ଭଗବାନ ଶ୍ରୀକୃଷ୍ଣ ଅଟନ୍ତି, ଯିଏ ନାନାବିଧ ପ୍ରିୟ ଆଚରଣରେ ତଥା ପାରିଜାତ ଆଦି ପ୍ରୀତି ଉପହାର
ଦେଇ ଏମାନଙ୍କ ହୃଦୟରେ ପ୍ରେମ ଏବଂ ଆନନ୍ଦର ଅଭିବୃଦ୍ଧି କରିଥାଆନ୍ତି ଏବଂ କ୍ଷଣକ ପାଇଁ
ଏମାନଙ୍କୁ ଛାଡି ଅନ୍ୟତ୍ର ଯାଆନ୍ତି ନାହିଁ |
ଏବମ୍ବିଧା ଗଦନ୍ତୀନାଂ ସ ଗିରଃ ପୁରୟୋଷିତାମ୍ ।
ନିରୀକ୍ଷଣେନାଭିନନ୍ଦନ୍ ସସ୍ମିତେନ ଯୟୌ ହରିଃ ॥ ୩୧॥
ହସ୍ତୀନାପୁରର ସ୍ତ୍ରୀମାନେ ଏହିପରି ବାର୍ତ୍ତାଳାପ କରୁଥିବା ସମୟରେ
ଭଗବାନ ଶ୍ରୀକୃଷ୍ଣ ସ୍ମିତହାସ୍ୟଯୁକ୍ତ ପ୍ରେମପୂର୍ଣ୍ଣ ଚାହାଣୀରେ ସେମାନଙ୍କୁ ଅଭିନନ୍ଦନ ଜଣାଇ
ସେଠାରୁ ବିଦାୟ ନେଲେ |
ଅଜାତଶତ୍ରୁଃ ପୃତନାଂ ଗୋପୀଥାୟ ମଧୁଦ୍ୱିଷଃ ।
ପରେଭ୍ୟଃ ଶଙ୍କିତଃ ସ୍ନେହାତ୍ପ୍ରାୟୁଙ୍କ୍ତ ଚତୁରଙ୍ଗିଣୀମ୍ ॥ ୩୨॥
ଅଜାତଶତ୍ରୁ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କର ସୁରକ୍ଷାକୁ ଧ୍ୟାନରେ
ରଖି ତାଙ୍କ ସହିତ ଅନେକ ହାତୀ, ଘୋଡା, ରଥ ଏବଂ ପଦାତିକ ସେନା ପ୍ରେରଣ କରିଥିଲେ | ସ୍ନେହବଶତଃ ତାଙ୍କର ଏହି
ଆଶଙ୍କା ଜାତ ହୋଇଥିଲା କେଜାଣି ରାସ୍ତାରେ କେହି ଶତ୍ରୁ ଆକ୍ରମଣ କରିପାରନ୍ତି |
ଅଥ ଦୂରାଗତାନ୍ ଶୌରିଃ କୌରବାନ୍ ବିରହାତୁରାନ୍ ।
ସନ୍ନିବର୍ତ୍ୟ ଦୃଢଂ ସ୍ନିଗ୍ଧାନ୍ ପ୍ରାୟାତ୍ସ୍ୱନଗରୀଂ ପ୍ରିୟୈଃ ॥
୩୩॥
ସୁଦୃଢ ପ୍ରେମବଶତଃ କୁରୁବଂଶୀ ପାଣ୍ଡବମାନେ ଭଗବାନଙ୍କ ସହିତ ବହୁତ
ଦୂର ଯାଏଁ ଯାଇଥିଲେ | ଭାବି ବିରହର କଳ୍ପନାରେ ସେମାନେ ସେହି ସମୟରେ ବ୍ୟାକୁଳ ଥିଲେ | ଭଗବାନ
ଶ୍ରୀକୃଷ୍ଣ ସ୍ନେହର ସହିତ ସେମାନଙ୍କୁ ସେଠାରୁ ବିଦାୟ ଦେଇ ଉଦ୍ଧବ, ସାତ୍ୟକି ଆଦି ପ୍ରେମୀ ମିତ୍ରଙ୍କ ସହିତ ଦ୍ବାରିକା ଅଭିମୁଖେ ଯାତ୍ରା
କଲେ |
କୁରୁଜାଙ୍ଗଲପାଞ୍ଚାଲାନ୍ ଶୂରସେନାନ୍ ସୟାମୁନାନ୍ ।
ବ୍ରହ୍ମାବର୍ତଂ କୁରୁକ୍ଷେତ୍ରଂ ମତ୍ସ୍ୟାନ୍ ସାରସ୍ୱତାନଥ ॥ ୩୪॥
ମରୁଧନ୍ୱମତିକ୍ରମ୍ୟ ସୌବୀରାଭୀରୟୋଃ ପରାନ୍ ।
ଆନର୍ତାନ୍ ଭାର୍ଗବୋପାଗାଚ୍ଛ୍ରାନ୍ତବାହୋ ମନାଗ୍ ବିଭୁଃ ॥ ୩୫॥
ହେ ଶୌନକ ! ସେ କୁରୁଜାଙ୍ଗଳ, ପାଞ୍ଚାଳ, ଶୂରସେନ, ଯମୁନା ତଟବର୍ତ୍ତୀ ବ୍ରହ୍ମାବର୍ତ୍ତ ପ୍ରଦେଶ, କୁରୁକ୍ଷେତ୍ର, ମତ୍ସ୍ୟ,
ସାରସ୍ବତ, ଏବଂ ମରୁଧନ୍ଵ ଦେଶ
ଅତିକ୍ରମ କରି ସୌବୀର ଏବଂ ଆଭୀର ଦେଶର ପଶ୍ଚିମରେ ସ୍ଥିତ ଆନର୍ତ୍ତ ଦେଶରେ ପ୍ରବେଶ କଲେ | ସେହି
ସମୟରେ ଅଧିକ ଦୂର ଚାଲିବା ଯୋଗୁଁ ଭଗବାନଙ୍କ ରଥର ଘୋଡାମାନେ କ୍ଲାନ୍ତ ହୋଇ ପଡିଥିଲେ |
ତତ୍ର ତତ୍ର ହ ତତ୍ରତ୍ୟୈର୍ହରିଃ ପ୍ରତ୍ୟୁଦ୍ୟତାର୍ହଣଃ ।
ସାୟଂ ଭେଜେ ଦିଶଂ ପଶ୍ଚାଦ୍ଗବିଷ୍ଠୋ ଗାଂ ଗତସ୍ତଦା ॥ ୩୬॥
ମାର୍ଗର ସ୍ଥାନେ ସ୍ଥାନେ ଲୋକେ ଉପହାର ଆଦି ଦ୍ବାରା ଭଗବାନଙ୍କୁ
ସମ୍ମାନିତ କରୁଥିଲେ | ସାରା ଦିନ ରଥରେ ଯାତ୍ରା କରି ସାୟଂକାଳରେ ଭଗବାନ ରଥରୁ ଅବତରଣ କରି
ନିକଟସ୍ଥ ଜଳାଶୟରେ ସନ୍ଧ୍ୟାବନ୍ଦନ କରିଥିଲେ | ଏହା ତାଙ୍କର ନିତ୍ୟଚର୍ଯ୍ୟା ଥିଲା |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ଶ୍ରୀକୃଷ୍ଣଦ୍ୱାରକାଗମନଂ ନାମ ଦଶମୋଽଧ୍ୟାୟଃ ॥ ୧୦॥

Comments
Post a Comment