॥
ଓଁ ନମୋ ଭଗବତେ
ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ନବମ ଅଧ୍ୟାୟ
ଯୁଧିଷ୍ଠିରଙ୍କର ଭୀଷ୍ମଙ୍କ ପାଖକୁ ଗମନ ଏବଂ ଶ୍ରୀକୃଷ୍ଣଙ୍କର ସ୍ତୁତି କରି ଭୀଷ୍ମଦେବଙ୍କର ପ୍ରାଣତ୍ୟାଗ
ସୂତ ଉବାଚ
ଇତି ଭୀତଃ ପ୍ରଜାଦ୍ରୋହାତ୍ସର୍ୱଧର୍ମବିବିତ୍ସୟା ।
ତତୋ ବିନଶନଂ ପ୍ରାଗାଦ୍ୟତ୍ର ଦେବବ୍ରତୋଽପତତ୍ ॥ ୧॥
ସୂତ ମୁନି କହୁଛନ୍ତି – ରାଜା ଯୁଧିଷ୍ଠିର ପ୍ରଜାଦ୍ରୋହରେ ଭୟଭୀତ ହୋଇ
ଉଠିଲେ | ଏହାପରେ ଧର୍ମର ଜ୍ଞାନ ପ୍ରାପ୍ତ କରିବା ଅଭିଳାଷରେ ସେ କୁରୁକ୍ଷେତ୍ରକୁ ଯାତ୍ରା କଲେ, ଯେଉଁଠାରେ
ଭୀଷ୍ମପିତାମହ ଶରଶଯ୍ୟାରେ ଶୟନ କରିଥିଲେ |
ତଦା ତେ ଭ୍ରାତରଃ ସର୍ୱେ ସଦଶ୍ୱୈଃ ସ୍ୱର୍ଣଭୂଷିତୈଃ ।
ଅନ୍ୱଗଚ୍ଛନ୍ ରଥୈର୍ୱିପ୍ରା ବ୍ୟାସଧୌମ୍ୟାଦୟସ୍ତଥା ॥ ୨॥
ଶୌନକାଦି ଋଷିଗଣ ! ସେହି ସମୟରେ ଅନ୍ୟ ଭାଇମାନେ ଉତ୍ତମ ଅଶ୍ବଯୁକ୍ତ
ସ୍ବର୍ଣ୍ଣଜଟିତ ରଥ ଆରୋହଣ କରି ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିରଙ୍କର ଅନୁଗମନ କରିଥିଲେ |
ସେମାନଙ୍କ ସହିତ ବ୍ୟାସ, ଧୌମ୍ୟ ଆଦି ବ୍ରାହ୍ମଣମାନେ
ମଧ୍ୟ ଥିଲେ |
ଭଗବାନପି ବିପ୍ରର୍ଷେ ରଥେନ ସଧନଞ୍ଜୟଃ ।
ସ ତୈର୍ୱ୍ୟରୋଚତ ନୃପଃ କୁବେର ଇବ ଗୁହ୍ୟକୈଃ ॥ ୩॥
ହେ ଶୌନକ ! ଅର୍ଜୁନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ରଥରେ ବସିଥିଲେ |
ଭାଇମାନଙ୍କ ସହିତ ମହାରାଜ ଯୁଧିଷ୍ଠିର ଏପରି ଶୋଭା ପାଉଥିଲେ ସତେ ଯେପରି ଯକ୍ଷମାନଙ୍କ ଦ୍ବାରା
ପରିବେଷ୍ଟିତ ହୋଇ ସ୍ବୟଂ କୁବେର ଯାତ୍ରା କରୁଛନ୍ତି |
ଦୃଷ୍ଟ୍ୱା ନିପତିତଂ ଭୂମୌ ଦିବଶ୍ଚ୍ୟୁତମିବାମରମ୍ ।
ପ୍ରଣେମୁଃ ପାଣ୍ଡବା ଭୀଷ୍ମଂ ସାନୁଗାଃ ସହ ଚକ୍ରିଣା ॥ ୪॥
ନିଜ ଅନୁଚର ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସେଠାରେ ପହଞ୍ଚି
ପାଣ୍ଡବମାନେ ଦେଖିଲେ ସ୍ବର୍ଗଲୋକରୁ ଅଧଃପତିତ ଜଣେ ଦେବତାଙ୍କ ପରି ଭୀଷ୍ମପିତାମହ ଧରଣୀ ପୃଷ୍ଠରେ
ପଡି ରହିଛନ୍ତି | ସେମାନେ ତାଙ୍କୁ ପ୍ରଣାମ କଲେ |
ତତ୍ର ବ୍ରହ୍ମର୍ଷୟଃ ସର୍ୱେ ଦେବର୍ଷୟଶ୍ଚ ସତ୍ତମ ।
ରାଜର୍ଷୟଶ୍ଚ ତତ୍ରାସନ୍ ଦ୍ରଷ୍ଟୁଂ ଭରତପୁଙ୍ଗବମ୍ ॥ ୫॥
ହେ ଶୌନକ | ସେତେବେଳେ ଭରତବଂଶ-ଗୌରବ ଭୀଷ୍ମପିତାମହଙ୍କର ଦର୍ଶନ
ନିମନ୍ତେ ସବୁ ବ୍ରହ୍ମର୍ଷି, ଦେବର୍ଷି ଏବଂ ରାଜର୍ଷି ସେଠାକୁ ଆସିଥିଲେ |
ପର୍ୱତୋ ନାରଦୋ ଧୌମ୍ୟୋ ଭଗବାନ୍ ବାଦରାୟଣଃ ।
ବୃହଦଶ୍ୱୋ ଭରଦ୍ୱାଜଃ ସଶିଷ୍ୟୋ ରେଣୁକାସୁତଃ ॥ ୬॥
ବସିଷ୍ଠ ଇନ୍ଦ୍ରପ୍ରମଦସ୍ତ୍ରିତୋ ଗୃତ୍ସମଦୋଽସିତଃ ।
କକ୍ଷୀବାନ୍ ଗୌତମୋଽତ୍ରିଶ୍ଚ କୌଶିକୋଽଥ ସୁଦର୍ଶନଃ ॥ ୭॥
ଅନ୍ୟେ ଚ ମୁନୟୋ ବ୍ରହ୍ମନ୍ ବ୍ରହ୍ମରାତାଦୟୋଽମଲାଃ ।
ଶିଷ୍ୟୈରୁପେତା ଆଜଗ୍ମୁଃ କଶ୍ୟପାଙ୍ଗିରସାଦୟଃ ॥ ୮॥
ପର୍ବତ,
ନାରଦ, ଧୌମ୍ୟ, ଭଗବାନ ବ୍ୟାସ, ବୃହଦଶ୍ବ, ଭରଦ୍ବାଜ,
ଶିଷ୍ୟମାନଙ୍କ ଗହଣରେ ପର୍ଶୁରାମ,
ବଶିଷ୍ଠ, ଇନ୍ଦ୍ରପ୍ରମଦ,
ତ୍ରିତ, ଗୃତ୍ସମଦ, ଅସିତ, କକ୍ଷୀବାନ, ଗୌତମ, ଅତ୍ରି,
ବିଶ୍ବାମିତ୍ର, ସୁଦର୍ଶନ ତଥା ଶୁକଦେବ ଆଦି ଶୁଦ୍ଧ ହୃଦୟ ମହାତ୍ମାଗଣ ଏବଂ ଶିଷ୍ୟମାନଙ୍କ ସହିତ
କଶ୍ୟପ, ଅଙ୍ଗିରା-ପୁତ୍ର ବୃହଷ୍ପତି ଆଦି ମୁନିଗଣ ମଧ୍ୟ ସେଠାକୁ ଆସିଥିଲେ |
ତାନ୍ ସମେତାନ୍ ମହାଭାଗାନୁପଲଭ୍ୟ ବସୂତ୍ତମଃ ।
ପୂଜୟାମାସ ଧର୍ମଜ୍ଞୋ ଦେଶକାଲବିଭାଗବିତ୍ ॥ ୯॥
ଭୀଷ୍ମପିତାମହ ଧର୍ମ ଏବଂ ଦେଶ-କାଳ ବିଭାଗ – କେଉଁ ସମୟରେ କ’ଣ କରିବା ଉଚିତ୍ – ଏହି ସବୁ ବିଷୟ ବହୁତ ଭଲ
ଭାବରେ ଜାଣିଥିଲେ | ଏତେ ଜଣ ମହାଭାଗବାନ ଋଷି ସେଠାରେ ସମ୍ମିଳିତ ହୋଇଥିବା ଦେଖି, ସେ
ସେମାନଙ୍କର ଯଥାଯୋଗ୍ୟ ସତ୍କାର କରିଥିଲେ |
କୃଷ୍ଣଂ ଚ ତତ୍ପ୍ରଭାବଜ୍ଞ ଆସୀନଂ ଜଗଦୀଶ୍ୱରମ୍ ।
ହୃଦିସ୍ଥଂ ପୂଜୟାମାସ ମାୟଯୋପାତ୍ତବିଗ୍ରହମ୍ ॥ ୧୦॥
ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରଭାବ ବିଷୟରେ ମଧ୍ୟ ସେ ଜାଣିଥିଲେ | ଅତଏବ
ଲୀଳା କରିବାକୁ ମନୁଷ୍ୟ ରୂପ ଧାରଣ କରି ସେଠାରେ ଉପବେଶନ କରିଥିବା ଏବଂ ଜଗଦୀଶ୍ବର ରୂପରେ
ହୃଦୟରେ ବିରାଜମାନ କରିଥିବା ଭଗବାନ ଶ୍ରୀକୃଷ୍ଣଙ୍କର ସେ ଉଭୟ ବାହାରୁ ଏବଂ ଭିତରୁ ଆରାଧନା
କରିଥିଲେ |
ପାଣ୍ଡୁପୁତ୍ରାନୁପାସୀନାନ୍ ପ୍ରଶ୍ରୟପ୍ରେମସଙ୍ଗତାନ୍ ।
ଅଭ୍ୟାଚଷ୍ଟାନୁରାଗାସ୍ରୈରନ୍ଧୀଭୂତେନ ଚକ୍ଷୁଷା ॥ ୧୧॥
ପାଣ୍ଡବମାନେ ଅତ୍ୟନ୍ତ ବିନୟର ସହିତ ପ୍ରେମଭାବଯୁକ୍ତ ହୋଇ ଭୀଷ୍ମପିତାମହଙ୍କ
ସମୀପରେ ବସିଥିଲେ | ସେମାନଙ୍କୁ ଦେଖି ଭୀଷ୍ମପିତାମହଙ୍କର ନେତ୍ର ପ୍ରେମାଶ୍ରୁରେ ଭରିଗଲା | ସେ
ସେମାନଙ୍କୁ କହିଲେ -
ଅହୋ କଷ୍ଟମହୋଽନ୍ୟାୟ୍ୟଂ ଯଦ୍ୟୂୟଂ ଧର୍ମନନ୍ଦନାଃ ।
ଜୀବିତୁଂ ନାର୍ହଥ କ୍ଲିଷ୍ଟଂ ବିପ୍ରଧର୍ମାଚ୍ୟୁତାଶ୍ରୟାଃ ॥ ୧୨॥
ହେ ଧର୍ମପୁତ୍ର ! ଏହା ଅତ୍ୟନ୍ତ କଷ୍ଟଦାୟକ ଏବଂ ଅନ୍ୟାୟର ବିଷୟ ଯେ
ବ୍ରାହ୍ମଣ, ଧର୍ମ ଏବଂ
ଭଗବାନଙ୍କର ଆଶ୍ରିତ ହୋଇ ମଧ୍ୟ ତୁମ୍ଭମାନଙ୍କୁ ଏତେ କଷ୍ଟରେ ଜୀବନଧାରଣ କରିବାକୁ ପଡିଲା, ଯାହାର ଯୋଗ୍ୟ ତୁମ୍ଭେମାନେ କଦାପି ନ ଥିଲ |
ସଂସ୍ଥିତେଽତିରଥେ ପାଣ୍ଡୌ ପୃଥା ବାଲପ୍ରଜା ବଧୂଃ ।
ଯୁଷ୍ମତ୍କୃତେ ବହୂନ୍ କ୍ଲେଶାନ୍ ପ୍ରାପ୍ତା ତୋକବତୀ ମୁହୁଃ ॥ ୧୩॥
ଅତିରଥୀ ପାଣ୍ଡୁଙ୍କର ମୃତ୍ୟୁକାଳରେ ତୁମ୍ଭମାନଙ୍କର ଆୟୁ ବହୁତ କମ୍
ଥିଲା | ସେତେବେଳେ କୁନ୍ତୀରାଣୀଙ୍କ ସହିତ ତୁମ୍ଭମାନଙ୍କୁ ମଧ୍ୟ ବହୁତ କଷ୍ଟ ଭୋଗିବାକୁ ପଡିଥିଲା
|
ସର୍ୱଂ କାଲକୃତଂ ମନ୍ୟେ ଭବତାଂ ଚ ଯଦପ୍ରିୟମ୍ ।
ସପାଲୋ ଯଦ୍ୱଶେ ଲୋକୋ ବାୟୋରିବ ଘନାବଲିଃ ॥ ୧୪॥
ମେଘ ବାୟୁର ଅଧୀନରେ ରହିବା ପରି ଲୋକପାଳମାନଙ୍କ ସହିତ ଏହି ସାରା
ସଂସାର କାଳ ଭଗବାନଙ୍କର ଅଧୀନସ୍ତ ଅଟେ | ତେଣୁ ମୁଁ ଭାବୁଛି ତୁମ୍ଭମାନଙ୍କ ଜୀବନରେ ଯେଉଁ ସବୁ
ଅପ୍ରିୟ ଘଟଣା ଘଟିତ ହେଲା, ତାହା ସବୁ ତାଙ୍କର
ହିଁ ଲୀଳା ଅଟେ |
ଯତ୍ର ଧର୍ମସୁତୋ ରାଜା ଗଦାପାଣିର୍ୱୃକୋଦରଃ ।
କୃଷ୍ଣୋଽସ୍ତ୍ରୀ ଗାଣ୍ଡିବଂ ଚାପଂ ସୁହୃତ୍କୃଷ୍ଣସ୍ତତୋ ବିପତ୍ ॥ ୧୫॥
ନଚେତ୍ ଯେଉଁଠାରେ ସାକ୍ଷାତ ଧର୍ମପୁତ୍ର ରାଜା ଯୁଧିଷ୍ଠିର ରହିଛନ୍ତି, ସୁରକ୍ଷା ପ୍ରଦାନ କରିବାକୁ ଗଦାଧାରୀ ଭୀମସେନ
ଏବଂ ଧନୁର୍ଦ୍ଧାରୀ ଅର୍ଜୁନ ରହିଛନ୍ତି,
ଗାଣ୍ଡିବ ଧନୁ ରହିଛି ଏବଂ ସଖା ରୂପରେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ରହିଛନ୍ତି , ସେଠାକୁ ବିପତ୍ତି
ଆସିବାର ସମ୍ଭାବନା ଭଲା ରହିବ କିପରି ?
ନ ହ୍ୟସ୍ୟ କର୍ହିଚିଦ୍ରାଜନ୍ ପୁମାନ୍ ବେଦ ବିଧିତ୍ସିତମ୍ ।
ଯଦ୍ୱିଜିଜ୍ଞାସୟା ଯୁକ୍ତା ମୁହ୍ୟନ୍ତି କବୟୋଽପି ହି ॥ ୧୬॥
ଏହି କାଳରୂପ ଶ୍ରୀକୃଷ୍ଣ କେତେବେଳେ କ’ଣ କରିବାକୁ ଇଚ୍ଛା କରିବେ, ତାହା କେହି ମଧ୍ୟ ଜାଣନ୍ତି ନାହିଁ | ବଡ ବଡ ଜ୍ଞାନୀମାନେ ତାହା
ଜାଣିବାକୁ ଚେଷ୍ଟା କରି ମୋହିତ ହୋଇଯାଆନ୍ତି |
ତସ୍ମାଦିଦଂ ଦୈବତନ୍ତ୍ରଂ ବ୍ୟବସ୍ୟ ଭରତର୍ଷଭ ।
ତସ୍ୟାନୁବିହିତୋଽନାଥା ନାଥ ପାହି ପ୍ରଜାଃ ପ୍ରଭୋ ॥ ୧୭॥
ହେ ଯୁଧିଷ୍ଠିର ! ସଂସାରର ସବୁ ଘଟଣା ଈଶ୍ବର-ଇଚ୍ଛା ଅଧୀନସ୍ତ ଅଟେ |
ତୁମେ ତାହାର ଅନୁସରଣ କରି ଏହି ଅନାଥ ପ୍ରଜାମାନଙ୍କୁ ପାଳନ କର; କାରଣ ଏବେ ତୁମେ ଏମାନଙ୍କର
ସ୍ବାମୀ ଅଟ ଏବଂ ପ୍ରଜା ପାଳନ କରିବାକୁ ସମର୍ଥ ମଧ୍ୟ ଅଟ |
ଏଷ ବୈ ଭଗବାନ୍ ସାକ୍ଷାଦାଦ୍ୟୋ ନାରାୟଣଃ ପୁମାନ୍ ।
ମୋହୟନ୍ ମାୟଯା ଲୋକଂ ଗୂଢଶ୍ଚରତି ବୃଷ୍ଣିଷୁ ॥ ୧୮॥
ଏହି ଶ୍ରୀକୃଷ୍ଣ ସାକ୍ଷାତ୍ ଭଗବାନ ଅଟନ୍ତି | ଇଏ ସମସ୍ତଙ୍କର ଆଦି
କାରଣ ପରମ ପୁରୁଷ ନାରାୟଣ ଅଟନ୍ତି | ନିଜ ମାୟାରେ ଲୋକଙ୍କୁ ମୋହିତ କରି ଇଏ ଯଦୁବଂଶୀମାନଙ୍କ
ଗହଣରେ ଲୁଚି ରହି ଲୀଳା କରୁଛନ୍ତି |
ଅସ୍ୟାନୁଭାବଂ ଭଗବାନ୍ ବେଦ ଗୁହ୍ୟତମଂ ଶିବଃ ।
ଦେବର୍ଷିର୍ନାରଦଃ ସାକ୍ଷାଦ୍ଭଗବାନ୍ କପିଲୋ ନୃପ ॥ ୧୯॥
ଏହାଙ୍କର ପ୍ରଭାବ ଅତ୍ୟନ୍ତ ଗୂଢ଼ ଏବଂ ରହସ୍ୟମୟ ଅଟେ | ହେ ଯୁଧିଷ୍ଠିର
! ଏହାକୁ କେବଳ ଭଗବାନ ଶଂକର, ଦେବର୍ଷି ନାରଦ ଏବଂ
ସ୍ବୟଂ ଭଗବାନ କପିଳ ଜାଣନ୍ତି |
ଯଂ ମନ୍ୟସେ ମାତୁଲେୟଂ ପ୍ରିୟଂ ମିତ୍ରଂ ସୁହୃତ୍ତମମ୍ ।
ଅକରୋଃ ସଚିବଂ ଦୂତଂ ସୌହୃଦାଦଥ ସାରଥିମ୍ ॥ ୨୦॥
ଯାହାଙ୍କୁ ତୁମେ ନିଜର ମାତୁଳ-ପୁତ୍ର, ପ୍ରିୟ ସଖା,
ସର୍ବାଧିକ ହିତାକାଂକ୍ଷୀ ମନେକରୁଛ ଏବଂ ପ୍ରେମବଶତଃ ଯାହାଙ୍କୁ ତୁମେ ନିଜର ମନ୍ତ୍ରୀ, ଦୂତ, ଏପରି କି ସାରଥି କରିବାକୁ ମଧ୍ୟ ସଂକୋଚ
ବୋଧ କରିନାହଁ, ସେ ସ୍ବୟଂ ପରମାତ୍ମା ଅଟନ୍ତି |
ସର୍ୱାତ୍ମନଃ ସମଦୃଶୋ ହ୍ୟଦ୍ୱୟସ୍ୟାନହଙ୍କୃତେଃ ।
ତତ୍କୃତଂ ମତିବୈଷମ୍ୟଂ ନିରବଦ୍ୟସ୍ୟ ନ କ୍ୱଚିତ୍ ॥ ୨୧॥
ଏହି ସର୍ବାତ୍ମା,
ସମଦର୍ଶୀ, ଅଦ୍ବିତୀୟ, ଅହଂକାରରହିତ ଏବଂ ନିଷ୍ପାପ ପରମାତ୍ମାଙ୍କଠାରେ
କୌଣସି ଉଚ୍ଚ-ନୀଚ କର୍ମ କାରଣରୁ କୌଣସି ପ୍ରକାରର ବିଷମତା କେବେ ବି ପରିଲକ୍ଷିତ ହୋଇ ନ ଥାଏ |
ତଥାପ୍ୟେକାନ୍ତଭକ୍ତେଷୁ ପଶ୍ୟ ଭୂପାନୁକମ୍ପିତମ୍ ।
ଯନ୍ମେଽସୂଂସ୍ତ୍ୟଜତଃ ସାକ୍ଷାତ୍କୃଷ୍ଣୋ ଦର୍ଶନମାଗତଃ ॥ ୨୨॥
ହେ ଯୁଧିଷ୍ଠିର ! ଦେଖ ତ, ସର୍ବତ୍ର ସମଭାବ ରହି ମଧ୍ୟ ସେ ନିଜର ଅନନ୍ୟ ପ୍ରେମୀ ଭକ୍ତମାନଙ୍କ
ପ୍ରତି କେତେ କୃପା କରନ୍ତି ! ଏହି କାରଣରୁ,
ମୁଁ ଯେତେବେଳ ନିଜର ପ୍ରାଣ ତ୍ୟାଗ କରିବାକୁ ଯାଉଛି, ଭଗବାନ ଶ୍ରୀକୃଷ୍ଣ ମୋତେ ସାକ୍ଷାତ ଦର୍ଶନ ଦେଇଛନ୍ତି |
ଭକ୍ତ୍ୟାଽଽବେଶ୍ୟ ମନୋ ଯସ୍ମିନ୍ ବାଚା ଯନ୍ନାମ କୀର୍ତୟନ୍ ।
ତ୍ୟଜନ୍ କଲେବରଂ ଯୋଗୀ ମୁଚ୍ୟତେ କାମକର୍ମଭିଃ ॥ ୨୩॥
ଭଗବତ୍-ପରାୟଣ ଯୋଗୀ ପୁରୁଷ ଭକ୍ତିଭାବରେ ଏହାଙ୍କଠାରେ ନିଜ ମନକୁ
ସଂଲଗ୍ନ ରଖି ଏବଂ ବାଣୀରେ ଏହାଙ୍କର ନାମ କୀର୍ତ୍ତନ କରି ଶରୀର ତ୍ୟାଗ କରନ୍ତି ଏବଂ ସମସ୍ତ
କାମନା ତଥା କର୍ମ-ବନ୍ଧନରୁ ମୁକ୍ତ ହୋଇଯାଆନ୍ତି |
ସ ଦେବଦେବୋ ଭଗବାନ୍ ପ୍ରତୀକ୍ଷତାଂ
କଲେବରଂ ଯାବଦିଦଂ ହିନୋମ୍ୟହମ୍ ।
ପ୍ରସନ୍ନହାସାରୁଣଲୋଚନୋଲ୍ଲସ-
ନ୍ମୁଖାମ୍ବୁଜୋ ଧ୍ୟାନପଥଶ୍ଚତୁର୍ଭୁଜଃ ॥ ୨୪॥
ସେହି ଦେବଦେବ ଭଗବାନ, ଯାହାର ଦର୍ଶନ ଲୋକେ କେବଳ ଧ୍ୟାନରେ
କରିଥାଆନ୍ତି, ନିଜର ପ୍ରସନ୍ନ
ହାସ୍ୟଯୁକ୍ତ ଏବଂ ରକ୍ତକମଳ ସଦୃଶ ଅରୁଣ ନେତ୍ରରେ ଉଲ୍ଲସିତ ମୁଖରେ ଚତୁର୍ଭୁଜ ରୂପ ଧାରଣ କରି
ଏଠାରେ ସେତେବେଳଯାଏଁ ପ୍ରତୀକ୍ଷା କରନ୍ତୁ,
ଯେତେବେଳ ପର୍ଯ୍ୟନ୍ତ ମୁଁ ଏହି ଶରୀର ତ୍ୟାଗ ନ କରିଛି |
ସୂତ ଉବାଚ
ଯୁଧିଷ୍ଠିରସ୍ତଦାକର୍ଣ୍ୟ ଶୟାନଂ ଶରପଞ୍ଜରେ ।
ଅପୃଚ୍ଛଦ୍ୱିବିଧାନ୍ ଧର୍ମାନ୍ ଋଷୀଣାଂ ଚାନୁଶୃଣ୍ୱତାମ୍ ॥ ୨୫॥
ସୂତ ମୁନି କହୁଛନ୍ତି – ତାଙ୍କ କଥା ଶୁଣି ଯୁଧିଷ୍ଠିର ଶରଶଯ୍ୟାରେ
ଶୟନ କରିଥିବା ଭୀଷ୍ମପିତାମହଙ୍କୁ ସମସ୍ତ ଋଷିମାନଙ୍କ ସମ୍ମୁଖରେ ହିଁ ଧର୍ମ ସମ୍ବନ୍ଧୀୟ ଅନେକ
ରହସ୍ୟ ଜିଜ୍ଞାସା କରିଥିଲେ |
ପୁରୁଷସ୍ୱଭାବବିହିତାନ୍ ଯଥାବର୍ଣଂ ଯଥାଶ୍ରମମ୍ ।
ବୈରାଗ୍ୟରାଗୋପାଧିଭ୍ୟାମାମ୍ନାତୋଭୟଲକ୍ଷଣାନ୍ ॥ ୨୬॥
ଦାନଧର୍ମାନ୍ ରାଜଧର୍ମାନ୍ ମୋକ୍ଷଧର୍ମାନ୍ ବିଭାଗଶଃ ।
ସ୍ତ୍ରୀଧର୍ମାନ୍ ଭଗବଦ୍ଧର୍ମାନ୍ ସମାସବ୍ୟାସୟୋଗତଃ ॥ ୨୭॥
ଧର୍ମାର୍ଥକାମମୋକ୍ଷାଂଶ୍ଚ ସହୋପାୟାନ୍ ଯଥା ମୁନେ ।
ନାନାଖ୍ୟାନେତିହାସେଷୁ ବର୍ଣୟାମାସ ତତ୍ତ୍ୱବିତ୍ ॥ ୨୮॥
ସେତେବେଳେ ତତ୍ତ୍ବବେତ୍ତା ଭୀଷ୍ମପିତାମହ ବର୍ଣ୍ଣ ଓ ଆଶ୍ରମ ଅନୁଯାୟୀ
ପୁରୁଷର ସ୍ବାଭାବିକ ଧର୍ମ ଏବଂ ବୈରାଗ୍ୟ ତଥା ରାଗ ଭିତ୍ତିରେ ବିଭିନ୍ନ ରୂପରେ ବର୍ଣ୍ଣିତ
ନିବୃତ୍ତି ଏବଂ ପ୍ରବୃତ୍ତିରୂପ ଦ୍ବିବିଧ ଧର୍ମ,
ଦାନଧର୍ମ, ରାଜଧର୍ମ, ମୋକ୍ଷଧର୍ମ, ସ୍ତ୍ରୀଧର୍ମ ଏବଂ ଭଗବଦ୍-ଧର୍ମ ଇତ୍ୟାଦିର ସଂକ୍ଷେପତଃ ଏବଂ
ବିସ୍ତାରପୂର୍ବକ ବର୍ଣ୍ଣନା କରିଥିଲେ | ହେ ଶୌନକ ! ତା ସହିତ ସେ ଧର୍ମ, ଅର୍ଥ, କାମ,
ମୋକ୍ଷ – ଏହି ପୁରୁଷାର୍ଥ ଚତୁଷ୍ଟୟ ତଥା ସେମାନଙ୍କ ପ୍ରାପ୍ତିର ସାଧନ ସମ୍ବନ୍ଧୀୟ ଅନେକ ଇତିହାସ
ଏବଂ ଉପାଖ୍ୟାନ ଶୁଣାଇ ବିଭାଗତଃ ତାହାର ବର୍ଣ୍ଣନା କରିଥିଲେ |
ଧର୍ମଂ ପ୍ରବଦତସ୍ତସ୍ୟ ସ କାଲଃ ପ୍ରତ୍ୟୁପସ୍ଥିତଃ ।
ଯୋ ଯୋଗିନଶ୍ଛନ୍ଦମୃତ୍ୟୋର୍ୱାଞ୍ଛିତସ୍ତୂତ୍ତରାୟଣଃ ॥ ୨୯॥
ଭୀଷ୍ମପିତାମହ ଏହିପରି ଭାବରେ ଧର୍ମ ସମ୍ବନ୍ଧୀୟ ପ୍ରବଚନ ଦେଉଥିବା
ବେଳେ ହିଁ ଉତ୍ତରାୟଣର ସେହି ସମୟ ଆଗତ ହେଲା,
ଯାହାର କାମନା ମୃତ୍ୟୁକୁ ନିଜର ଅଧୀନସ୍ତ କରି ରଖିଥିବା ଭଗବତ୍-ପରାୟଣ ଯୋଗୀମାନେ କରିଥାଆନ୍ତି |
ତଦୋପସଂହୃତ୍ୟ ଗିରଃ ସହସ୍ରଣୀ-
ର୍ୱିମୁକ୍ତସଙ୍ଗଂ ମନ ଆଦିପୂରୁଷେ ।
କୃଷ୍ଣେ ଲସତ୍ପୀତପଟେ ଚତୁର୍ଭୁଜେ
ପୁରଃ ସ୍ଥିତେଽମୀଲିତଦୃଗ୍ୱ୍ୟଧାରୟତ୍ ॥ ୩୦॥
ସେହି ସମୟରେ ସହସ୍ର ସହସ୍ର ରଥୀଙ୍କର ନେତା ଭୀଷ୍ମପିତାମହ ବାଣୀକୁ
ସଂଯତ କରି, ମନକୁ ଅନ୍ୟ ସବୁ ଦିଗରୁ ହଟାଇ ନିଜ ସମ୍ମୁଖରେ ଉପସ୍ଥିତ ଆଦିପୁରୁଷ ଭଗବାନ
ଶ୍ରୀକୃଷ୍ଣଙ୍କ ସହିତ ସଂଲଗ୍ନ କଲେ | ଭଗବାନ ଶ୍ରୀକୃଷ୍ଣଙ୍କର ସୁନ୍ଦର ଚତୁର୍ଭୁଜ ବିଗ୍ରହ ଉପରେ
ସେତେବେଳେ ପୀତାମ୍ବର ଲହରୀ ଖେଳୁଥିଲା | ଭୀଷ୍ମଦେବଙ୍କର ଅପଲକ ନେତ୍ର ସେହିଠାରେ ଲାଖି ରହିଲା |
ବିଶୁଦ୍ଧୟା ଧାରଣୟା ହତାଶୁଭ-
ସ୍ତଦୀକ୍ଷୟୈବାଶୁ ଗତାୟୁଧବ୍ୟଥଃ/ଶ୍ରମଃ ।
ନିବୃତ୍ତସର୍ୱେନ୍ଦ୍ରିୟବୃତ୍ତିବିଭ୍ରମ-
ସ୍ତୁଷ୍ଟାବ ଜନ୍ୟଂ ବିସୃଜଞ୍ଜନାର୍ଦନମ୍ ॥ ୩୧॥
ଶସ୍ତ୍ରାଘାତଜନିତ ଯେଉଁ ପୀଡା ସେ ଅନୁଭବ କରୁଥିଲେ, ତାହା ତ ଭଗବାନଙ୍କର ଦର୍ଶନମାତ୍ରେ ସମାପ୍ତ ହୋଇ
ଯାଇଥିଲା; ଏବେ ଭଗବାନଙ୍କର ବିଶୁଦ୍ଧ ଚିନ୍ତନର ଫଳସ୍ବରୂପ ଯାହା କିଛି ଅଶୁଭ ସଂସ୍କାର
ତାଙ୍କଠାରେ ଅବଶିଷ୍ଟ ରହିଥିଲା, ତାହା ମଧ୍ୟ ନଷ୍ଟ
ହୋଇଗଲା | ଶରୀର ତ୍ୟାଗ କରୁଥିବା ସମୟରେ ସେ ନିଜର ସମସ୍ତ ଇନ୍ଦ୍ରିୟ ବୃତ୍ତି-ବିଳାଶକୁ ଅବରୁଦ୍ଧ
କରି ଅତି ପ୍ରେମରେ ଭଗବାନଙ୍କର ସ୍ତୁତି କଲେ -
ଶ୍ରୀଭୀଷ୍ମ ଉବାଚ
ଇତି ମତିରୁପକଲ୍ପିତା ବିତୃଷ୍ଣା
ଭଗବତି ସାତ୍ୱତପୁଙ୍ଗବେ ବିଭୂମ୍ନି ।
ସ୍ୱସୁଖମୁପଗତେ କ୍ୱଚିଦ୍ୱିହର୍ତୁଂ
ପ୍ରକୃତିମୁପେୟୁଷି ଯଦ୍ଭବପ୍ରବାହଃ ॥ ୩୨॥
ଭୀଷ୍ମ କହିଲେ – ଏବେ ମୃତ୍ୟୁକାଳରେ ମୁଁ ନିଜର ବୁଦ୍ଧି, ଯାହା ଅନେକ ପ୍ରକାର ସାଧନାର ଅନୁଷ୍ଠାନ କରି
ଅତ୍ୟନ୍ତ ଶୁଦ୍ଧ ଏବଂ କାମନାରହିତ ହୋଇଯାଇଛି,
ତାହାକୁ ଯଦୁବଂଶ ଶିରୋମଣି ଅନନ୍ତ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ସମର୍ପିତ କରୁଛି | ସଦା-ସର୍ବଦା
ନିଜ ଆନନ୍ଦମୟ ସ୍ବରୂପରେ ସ୍ଥିତ ରହୁଥିଲେ ବି ସେ ଲୀଳା କରିବାକୁ ଇଚ୍ଛା କରି ପ୍ରକୃତିକୁ
ସ୍ବୀକାର କରିନିଅନ୍ତି, ଯଦ୍ବାରା
ସୃଷ୍ଟି-ପରମ୍ପରା ଅବ୍ୟାହତ ରହେ |
ତ୍ରିଭୁବନକମନଂ ତମାଲବର୍ଣଂ
ରବିକରଗୌରବରାମ୍ବରଂ ଦଧାନେ ।
ବପୁରଲକକୁଲାବୃତାନନାବ୍ଜଂ
ବିଜୟସଖେ ରତିରସ୍ତୁ ମେଽନବଦ୍ୟା ॥ ୩୩॥
ଯିଏ ତ୍ରିଭୁବନ-ସୁନ୍ଦର ଅଟନ୍ତି, ଯାହାର ଶରୀରର କାନ୍ତି ଶ୍ୟାମ ବର୍ଣ୍ଣ ତମାଳ ପତ୍ର ସଦୃଶ ଶ୍ୟାମଳ
ଅଟେ, ଯାହା ଉପରେ
ସୂର୍ଯ୍ୟରଶ୍ମୀ ସଦୃଶ ଶ୍ରେଷ୍ଠ ପୀତାମ୍ବର ଲହରୀ ଖେଳୁଥାଏ ଏବଂ ଯାହାର କମଳ ସଦୃଶ ଆନନରେ କୁଞ୍ଚିତ
ଅଳକ ଝୁଲି ରହିଥାଏ, ସେହି ଅର୍ଜୁନ-ସଖା
ଶ୍ରୀକୃଷ୍ଣଙ୍କ ପ୍ରତି ମୋର ନିଷ୍କପଟ ପ୍ରୀତି ଉତ୍ପନ୍ନ ହେଉ |
ଯୁଧି ତୁରଗରଜୋବିଧୂମ୍ରବିଷ୍ୱକ୍
କଚଲୁଲିତଶ୍ରମବାର୍ୟଲଙ୍କୃତାସ୍ୟେ ।
ମମ ନିଶିତଶରୈର୍ୱିଭିଦ୍ୟମାନ-
ତ୍ୱଚି ବିଲସତ୍କବଚେଽସ୍ତୁ କୃଷ୍ଣ ଆତ୍ମା ॥ ୩୪॥
ଯୁଦ୍ଧକାଳୀନ ତାଙ୍କର ସେହି ବିଲକ୍ଷଣ ଛବି ମୁଁ ସ୍ମରଣ କରୁଛି |
ତାଙ୍କର ମୁଖମଣ୍ଡଳରେ ଲହରୀ ଖେଳୁଥିବା କୁଞ୍ଚିତ କେଶ ଅଶ୍ବ ପଦାଘାତରେ ଉଡୁଥିବା ଧୂଳିରେ ଧୁସରିତ
ହୋଇଯାଇଛି | ତାଙ୍କର ଶରୀର ଛୋଟ ଛୋଟ ସ୍ବେଦବିନ୍ଦୁରେ ଶୋଭାୟମାନ ହେଉଅଛି | ତାଙ୍କର ତ୍ବଚାକୁ
ମୁଁ ନିଜର ତୀକ୍ଷ୍ଣ ଶର ଦ୍ବାରା ବିଦ୍ଧ କରୁଛି | ସୁନ୍ଦର କବଚମଣ୍ଡିତ ସେହି ଭଗବାନ
ଶ୍ରୀକୃଷ୍ଣଙ୍କଠାରେ ମୋର ଶରୀର, ମନ ଏବଂ ଆତ୍ମା ସମର୍ପିତ ରହୁ |
ସପଦି ସଖିବଚୋ ନିଶମ୍ୟ ମଧ୍ୟେ
ନିଜପରୟୋର୍ବଲୟୋ ରଥଂ ନିବେଶ୍ୟ ।
ସ୍ଥିତବତି ପରସୈନିକାୟୁରକ୍ଷ୍ଣା
ହୃତବତି ପାର୍ଥସଖେ ରତିର୍ମମାସ୍ତୁ ॥ ୩୫॥
ନିଜ ସଖା ଅର୍ଜୁନଙ୍କର ବଚନ ଶୁଣି ଯିଏ ଅତି ଶୀଘ୍ର ରଥକୁ ପାଣ୍ଡବ ଏବଂ
କୌରବ ସେନାର ମଧ୍ୟଭାଗକୁ ନେଇ ଆସିଥିଲେ ଏବଂ ସେଠାରେ ସ୍ଥିତ ରହି ନିଜ ଦୃଷ୍ଟିରେ ହିଁ
ଶତ୍ରୁପକ୍ଷୀୟ ସେନାମାନଙ୍କର ଆୟୁ ହରଣ କରି ନେଇଥିଲେ, ସେହି ପାର୍ଥସଖା ଶ୍ରୀକୃଷ୍ଣଙ୍କଠାରେ ମୋର ପରମ ପ୍ରୀତି ଉତ୍ପନ୍ନ
ହେଉ |
ବ୍ୟବହିତପୃତନାମୁଖଂ ନିରୀକ୍ଷ୍ୟ
ସ୍ୱଜନବଧାଦ୍ୱିମୁଖସ୍ୟ ଦୋଷବୁଦ୍ଧ୍ୟା ।
କୁମତିମହରଦାତ୍ମବିଦ୍ୟଯା ଯ-
ଶ୍ଚରଣରତିଃ ପରମସ୍ୟ ତସ୍ୟ ମେଽସ୍ତୁ ॥ ୩୬॥
ଦୂରରୁ କୌରବପକ୍ଷର ସେନାପତି ଭାବରେ ଆମ୍ଭମାନଙ୍କୁ ଦେଖି ଅର୍ଜୁନ
ତାହାକୁ ସ୍ବଜନହତ୍ୟା ଜନିତ ପାପ ମନେ କରି ଯୁଦ୍ଧ ପ୍ରତି ବିମୁଖ ହୋଇଗଲେ | ସେତେବେଳେ ଯିଏ ଗୀତା
ରୂପରେ ଆତ୍ମବିଦ୍ୟାର ଉପଦେଶ ପ୍ରଦାନ କରି ସାମୟିକ ଭାବରେ ଅର୍ଜୁନଙ୍କଠାରେ ଉତ୍ପନ୍ନ ହୋଇଥିବା
ଅଜ୍ଞାନକୁ ସମାପ୍ତ କରିଥିଲେ, ସେହି ପରମପୁରୁଷ
ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ମୋର ପ୍ରୀତି ଅତୁଟ ରହୁ |
ସ୍ୱନିଗମମପହାୟ ମତ୍ପ୍ରତିଜ୍ଞାଂ
ଋତମଧିକର୍ତୁମବପ୍ଲୁତୋ ରଥସ୍ଥଃ ।
ଧୃତରଥଚରଣୋଽଭ୍ୟଯାଚ୍ଚଲଦ୍ଗୁ-
ର୍ହରିରିବ ହନ୍ତୁମିଭଂ ଗତୋତ୍ତରୀୟଃ ॥ ୩୭॥
ମୁଁ ପ୍ରତିଜ୍ଞା କରିଥିଲି କେମିତି ହେଉ ମହାଭାରତ ଯୁଦ୍ଧରେ ମୁଁ
ଶ୍ରୀକୃଷ୍ଣଙ୍କ ହସ୍ତରେ ଶସ୍ତ୍ର ଧାରଣ କରାଇବି | ମୋର ସେହି ପ୍ରତିଜ୍ଞାକୁ ସତ୍ୟ କରିବା
ନିମନ୍ତେ ସେ ନିଜର ଶସ୍ତ୍ର ଧାରଣ ନ କରିବାର ପ୍ରତିଜ୍ଞା ତ୍ୟାଗ କରିଦେଇ ଥିଲେ | ସିଂହ ଯେପରି
ହାତୀକୁ ମାରିବା ଉଦ୍ଦେଶ୍ୟରେ ତା’
ଉପରକୁ ଲମ୍ପ ପ୍ରଦାନ କରିଥାଏ, ଭଗବାନ ଶ୍ରୀକୃଷ୍ଣ
ସେହିପରି ରଥ ଉପରୁ ତଳକୁ ଡ଼େଇଁ ରଥର ଚକକୁ ହାତରେ ଉଠାଇ ମୋ ଆଡକୁ ଧାଇଁ ଆସିଲେ | ସେହି ସମୟରେ,
ତାଙ୍କର ବେଗ ଏତେ ପ୍ରବଳ ଥିଲା ଯେ ତାଙ୍କର ପାଛୁଡା କାନ୍ଧରୁ ତଳକୁ ଖସି ପଡିଲା ଏବଂ ତାହାର
ଭାରରେ ପୃଥିବୀରେ କମ୍ପ ସୃଷ୍ଟି ହେଲା |
ଶିତବିଶିଖହତୋ ବିଶୀର୍ଣଦଂଶଃ
କ୍ଷତଜପରିପ୍ଲୁତ ଆତତାୟିନୋ ମେ ।
ପ୍ରସଭମଭିସସାର ମଦ୍ୱଧାର୍ଥଂ
ସ ଭବତୁ ମେ ଭଗବାନ୍ ଗତିର୍ମୁକୁନ୍ଦଃ ॥ ୩୮॥
ମୋ ପରି ଜଣେ ଆତତାୟୀ ତୀକ୍ଷ୍ଣ ଶର ନିକ୍ଷେପ କରି କରି ତାଙ୍କ ଶରୀରର
କବଚକୁ ଛିନ୍ନଭିନ୍ନ କରିଦେଲା, ଯଦ୍ବାରା ତାଙ୍କର
ସମ୍ପୂର୍ଣ୍ଣ ଶରୀର ଲହୁଲୁହାଣ ହୋଇ ଯାଇଥିଲା | ଅର୍ଜୁନ ତାଙ୍କୁ ରୋକିବାକୁ ବହୁତ ଚେଷ୍ଟା
କରିଥିଲେ, କିନ୍ତୁ ସେ
ବଳପୂର୍ବକ ମୋତେ ମାରିବା ପାଇଁ ମୋ ଅଭିମୁଖରେ ଧାଇଁ ଆସିଥିଲେ | ସେହି ଭଗବାନ ଶ୍ରୀକୃଷ୍ଣ, ଯାହାର
ଏପରି ଆଚରଣ ମଧ୍ୟ ମୋ ପ୍ରତି ଅନୁଗ୍ରହ ଏବଂ ଭକ୍ତବତ୍ସଳତାରେ ପରିପୂର୍ଣ୍ଣ ଥିଲା, ମୋର ଏକମାତ୍ର ଗତି, ଏକମାତ୍ର ଆଶ୍ରୟ ହୁଅନ୍ତୁ |
ବିଜୟରଥକୁଟୁମ୍ବ ଆତ୍ତତୋତ୍ରେ
ଧୃତହୟରଶ୍ମିନି ତଚ୍ଛ୍ରିୟେକ୍ଷଣୀୟେ ।
ଭଗବତି ରତିରସ୍ତୁ ମେ ମୁମୂର୍ଷୋ-
ର୍ୟମିହ ନିରୀକ୍ଷ୍ୟ ହତା ଗତାଃ ସରୂପମ୍ ॥ ୩୯॥
ଅର୍ଜୁନଙ୍କ ରଥର ସୁରକ୍ଷା ପ୍ରତି ଧ୍ୟାନ ଦେଇ ଶ୍ରୀକୃଷ୍ଣ ନିଜ ବାମ
ହସ୍ତରେ ଅଶ୍ବର ଲଗାମ ଏବଂ ଦକ୍ଷିଣ ହସ୍ତରେ ଚାବୁକ ଧାରଣ କରିଥିଲେ | ସେହି ସମୟରେ ତାଙ୍କର ଛବି
ଅପୂର୍ବ ଶୋଭନୀୟ ଥିଲା ଏବଂ ମହାଭାରତ ଯୁଦ୍ଧରେ ସେହି ଅପୂର୍ବ ଛବିର ଦର୍ଶନ କରି କରି ମୃତ୍ୟୁବରଣ
କରୁଥିବା ବୀରମାନେ ସାରୂପ୍ୟ ମୋକ୍ଷ ପ୍ରାପ୍ତ କରୁଥିଲେ | ସେହି ପାର୍ଥସାରଥୀ ଭଗବାନ
ଶ୍ରୀକୃଷ୍ଣଙ୍କଠାରେ ମରଣାସନ୍ନ ଅବସ୍ଥାକୁ ପ୍ରାପ୍ତ ହୋଇଥିବା ମୋର ପରମ ପ୍ରୀତି ଜାତ ହେଉ |
ଲଲିତଗତିବିଲାସବଲ୍ଗୁହାସ-
ପ୍ରଣୟନିରୀକ୍ଷଣକଲ୍ପିତୋରୁମାନାଃ ।
କୃତମନୁକୃତବତ୍ୟ ଉନ୍ମଦାନ୍ଧାଃ
ପ୍ରକୃତିମଗନ୍ କିଲ ଯସ୍ୟ ଗୋପବଧ୍ୱଃ ॥ ୪୦॥
ଯାହାର ସୁନ୍ଦର ଝୁମନ୍ତ ଚାଲି, ହାବ-ଭାବଯୁକ୍ତ ମୁଦ୍ରା, ମଧୁର ସ୍ମିତହାସ୍ୟ, ଏବଂ ପ୍ରେମପୂର୍ଣ୍ଣ ଚାହାଣୀରେ ମୋହିତ ହୋଇ ପରମ ବନ୍ଦନୀୟ ଗୋପୀମାନେ, ରାସଲୀଳାରୁ ସେ ଅନ୍ତର୍ଧ୍ୟାନ ହୋଇଯିବା ଦେଖି, ପ୍ରେମୋନ୍ମାଦରେ ତାଙ୍କ ଲୀଳାର ଅନୁକରଣ କରି
ତନ୍ମୟ ହୋଇ ଯାଇଥିଲେ, ସେହି ଭଗବାନ
ଶ୍ରୀକୃଷ୍ଣଙ୍କ ପ୍ରତି ମୋର ପରମ ପ୍ରେମ ଜାତ ହେଉ |
ମୁନିଗଣନୃପବର୍ୟସଙ୍କୁଲେଽନ୍ତଃ-
ସଦସି ଯୁଧିଷ୍ଠିରରାଜସୂୟ ଏଷାମ୍ ।
ଅର୍ହଣମୁପପେଦ ଈକ୍ଷଣୀୟୋ
ମମ ଦୃଶିଗୋଚର ଏଷ ଆବିରାତ୍ମା ॥ ୪୧॥
ଯେତେବେଳେ ଯୁଧିଷ୍ଠିରଙ୍କର ରାଜସୂୟ ଯଜ୍ଞ ଚାଲିଥିଲା, ତାଙ୍କର ରାଜସଭାରେ ଅନେକ ଋଷି-ମୁନି ତଥା ବଡ ବଡ ରାଜାମାନେ ଉପସ୍ଥିତ
ଥିଲେ | ସେତେବେଳେ ମୋ ଚକ୍ଷୁ ସମ୍ମୁଖରେ ସର୍ବାଗ୍ରେ, ସମସ୍ତଙ୍କ ପକ୍ଷରୁ ସମସ୍ତଙ୍କର ଦର୍ଶନୀୟ ଏହି ଭଗବାନ
ଶ୍ରୀକୃଷ୍ଣଙ୍କର ପୂଜା କରାଯାଇ ଥିଲା | ସେହି ସର୍ବାତ୍ମା ପ୍ରଭୁ ଆଜି ମୃତ୍ୟୁ କାଳରେ ମୋ
ସମ୍ମୁଖରେ ଉପସ୍ଥିତ ଅଛନ୍ତି |
ତମିମମହମଜଂ ଶରୀରଭାଜାଂ
ହୃଦି ହୃଦି ଧିଷ୍ଠିତମାତ୍ମକଲ୍ପିତାନାମ୍ ।
ପ୍ରତିଦୃଶମିବ ନୈକଧାର୍କମେକଂ
ସମଧିଗତୋଽସ୍ମି ବିଧୂତଭେଦମୋହଃ ॥ ୪୨॥
ସୂର୍ଯ୍ୟ ଏକ ହୋଇ ମଧ୍ୟ ଯେପରି ଅନେକ ଆଖିରେ ଅନେକ ରୂପରେ ପ୍ରତୀତ
ହୋଇଥାଆନ୍ତି, ସେହିପରି ଅଜନ୍ମା
ଭଗବାନ ଶ୍ରୀକୃଷ୍ଣ ନିଜ ଦ୍ବାରା ସୃଷ୍ଟ ଅନେକ ଶରୀରଧାରୀଙ୍କ ହୃଦୟରେ ଅନେକ ରୂପରେ ପ୍ରତୀତ
ହୁଅନ୍ତି | ବାସ୍ତବରେ ତ ସେ ଜଣେ ହିଁ ସମସ୍ତଙ୍କ ହୃଦୟରେ ବିରାଜମାନ | ଭେଦ-ଭ୍ରମ ରହିତ ହୋଇ
ମୁଁ ସେହି ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିନେଇଛି |
ସୂତ ଉବାଚ
କୃଷ୍ଣ ଏବଂ ଭଗବତି ମନୋବାଗ୍ଦୃଷ୍ଟିବୃତ୍ତିଭିଃ ।
ଆତ୍ମନ୍ୟାତ୍ମାନମାବେଶ୍ୟ ସୋଽନ୍ତଃଶ୍ୱାସ ଉପାରମତ୍ ॥ ୪୩॥
ସୂତ ମୁନି କହୁଛନ୍ତି – ଏହିପରି ଭାବରେ ଭୀଷ୍ମପିତାମହ ମନ, ବାଣୀ ଏବଂ ଦୃଷ୍ଟିରେ ନିଜକୁ ଆତ୍ମସ୍ବରୂପ
ଭଗବାନ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଲୀନ କରିଦେଲେ | ତାଙ୍କର ପ୍ରାଣ ସେହିଠାରେ ବିଲୀନ ହୋଇଗଲା ଏବଂ
ସେ ଶାନ୍ତ ହୋଇଗଲେ |
ସମ୍ପଦ୍ୟମାନମାଜ୍ଞାୟ ଭୀଷ୍ମଂ ବ୍ରହ୍ମଣି ନିଷ୍କଲେ ।
ସର୍ୱେ ବଭୂବୁସ୍ତେ ତୂଷ୍ଣୀଂ ବୟାଂସୀବ ଦିନାତ୍ୟଯେ ॥ ୪୪॥
ତାଙ୍କୁ ଅନନ୍ତ ବ୍ରହ୍ମରେ ଲୀନ ହୋଇଯିବା ଜାଣି, ଦିବସର ଅନ୍ତରେ ପକ୍ଷୀମାନଙ୍କର କଳରବ ଶାନ୍ତ
ହୋଇଯିବା ପରି, ସେଠାରେ ଉପସ୍ଥିତ
ସମସ୍ତେ ନୀରବ ହୋଇଗଲେ |
ତତ୍ର ଦୁନ୍ଦୁଭୟୋ ନେଦୁର୍ଦେବମାନବବାଦିତାଃ ।
ଶଶଂସୁଃ ସାଧବୋ ରାଜ୍ଞାଂ ଖାତ୍ପେତୁଃ ପୁଷ୍ପବୃଷ୍ଟୟଃ ॥ ୪୫॥
ସେହି ସମୟରେ ଦେବତା ଓ ମନୁଷ୍ୟ ନାଗରା ବଜାଇଲେ | ସାଧୁସ୍ବଭାବର
ରାଜାମାନେ ତାଙ୍କର ପ୍ରଶଂସା ଗାନ କଲେ ଏବଂ ଆକାଶରୁ ପୁଷ୍ପ ବର୍ଷା ହେବାରେ ଲାଗିଲା |
ତସ୍ୟ ନିର୍ହରଣାଦୀନି ସମ୍ପରେତସ୍ୟ ଭାର୍ଗବ ।
ଯୁଧିଷ୍ଠିରଃ କାରୟିତ୍ୱା ମୁହୂର୍ତଂ ଦୁଃଖିତୋଽଭବତ୍ ॥ ୪୬॥
ହେ ଶୌନକ ! ଯୁଧିଷ୍ଠିର ତାଙ୍କ ମୃତ ଶରୀରର ଅନ୍ତ୍ୟେଷ୍ଟି କ୍ରିୟା
ସମାପନ କରି କିଛି ସମୟ ଶୋକମଗ୍ନ ହୋଇଗଲେ |
ତୁଷ୍ଟୁବୁର୍ମୁନୟୋ ହୃଷ୍ଟାଃ କୃଷ୍ଣଂ ତଦ୍ଗୁହ୍ୟନାମଭିଃ ।
ତତସ୍ତେ କୃଷ୍ଣହୃଦୟାଃ ସ୍ୱାଶ୍ରମାନ୍ ପ୍ରୟଯୁଃ ପୁନଃ ॥ ୪୭॥
ସେହି ସମୟରେ ମୁନି-ଋଷିମାନେ ଅତି ଆନନ୍ଦରେ ଭଗବାନ ଶ୍ରୀକୃଷ୍ଣଙ୍କର
ରହସ୍ୟମୟ ନାମ ଗ୍ରହଣ କରି ତାଙ୍କର ସ୍ତୁତି କରିବାରେ ଲାଗିଲେ | ତତ୍ପଶ୍ଚାତ୍ ନିଜ ହୃଦୟକୁ
ଶ୍ରୀକୃଷ୍ଣମୟ କରି ସେମାନେ ନିଜ-ନିଜ ଆଶ୍ରମକୁ ଫେରିଗଲେ |
ତତୋ ଯୁଧିଷ୍ଠିରୋ ଗତ୍ୱା ସହକୃଷ୍ଣୋ ଗଜାହ୍ୱୟମ୍ ।
ପିତରଂ ସାନ୍ତ୍ୱୟାମାସ ଗାନ୍ଧାରୀଂ ଚ ତପସ୍ୱିନୀମ୍ ॥ ୪୮॥
ତଦନନ୍ତର ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କ ସହିତ ହସ୍ତୀନାପୁରକୁ
ଆସିଲେ ଏବଂ ସେଠାରେ ଧୃତରାଷ୍ଟ୍ର ତଥା ତପସ୍ବିନୀ ଗାନ୍ଧାରୀଙ୍କୁ ସାନ୍ତ୍ବନା ଦେଲେ |
ପିତ୍ରା ଚାନୁମତୋ ରାଜା ବାସୁଦେବାନୁମୋଦିତଃ ।
ଚକାର ରାଜ୍ୟଂ ଧର୍ମେଣ ପିତୃପୈତାମହଂ ବିଭୁଃ ॥ ୪୯॥
ଏହାପରେ ଧୃତରାଷ୍ଟ୍ରଙ୍କର ଆଜ୍ଞା ଶିରୋଧାର୍ଯ୍ୟ କରି ଭଗବାନ
ଶ୍ରୀକୃଷ୍ଣଙ୍କ ଅନୁମତିରେ ସମର୍ଥ ରାଜା ଯୁଧିଷ୍ଠିର ନିଜ ବଂଶପରମ୍ପରାଗତ ସାମ୍ରାଜ୍ୟର
ଧର୍ମାନୁସାରେ ଶାସନ କରିବାରେ ଲାଗିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ଯୁଧିଷ୍ଠିରରାଜ୍ୟପ୍ରଲମ୍ଭୋ ନାମ ନବମୋଽଧ୍ୟାୟଃ ॥ ୯॥

Comments
Post a Comment