॥
ଓଁ ନମୋ ଭଗବତେ
ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ଉନବିଂଶ ଅଧ୍ୟାୟ
ପରୀକ୍ଷିତଙ୍କର ଅନଶନବ୍ରତ ଏବଂ ଶୁକଦେବଙ୍କର ଆଗମନ
ସୂତ ଉବାଚ
ମହୀପତିସ୍ତ୍ୱଥ ତତ୍କର୍ମ ଗର୍ହ୍ୟଂ
ବିଚିନ୍ତୟନ୍ନାତ୍ମକୃତଂ ସୁଦୁର୍ମନାଃ ।
ଅହୋ ମୟା ନୀଚମନାର୍ୟବତ୍କୃତଂ
ନିରାଗସି ବ୍ରହ୍ମଣି ଗୂଢତେଜସି ॥ ୧॥
ସୂତ ମୁନି କହୁଛନ୍ତି – ରାଜଧାନୀରେ ପହଞ୍ଚିବା ପରେ ରାଜା ପରୀକ୍ଷିତ
ନିଜର ସେହିଁ ନିନ୍ଦନୀୟ କର୍ମ ପାଇଁ ବହୁତ ପଶ୍ଚାତାପ କଲେ | ଅତ୍ୟନ୍ତ ଉଦାସ ହୋଇ ସେ ଚିନ୍ତା
କରିବାରେ ଲାଗିଲେ – ନିରପରାଧ ଏବଂ ନିଜର ତେଜକୁ ଗୋପନୀୟ ରଖିଥିବା ଜଣେ ବ୍ରାହ୍ମଣଙ୍କ ପ୍ରତି
ମୁଁ ଏକ ଅନାର୍ଯ୍ୟ ପୁରୁଷ ପରି ଅତିଶୟ ନୀଚ ବ୍ୟବହାର କଲି, ଏହା ଅତ୍ୟନ୍ତ କ୍ଷୋଭର ବିଷୟ ଅଟେ |
ଧ୍ରୁବଂ ତତୋ ମେ କୃତଦେବହେଲନା-
ଦ୍ଦୁରତ୍ୟଯଂ ବ୍ୟସନଂ ନାତିଦୀର୍ଘାତ୍ ।
ତଦସ୍ତୁ କାମଂ ତ୍ୱଘନିଷ୍କୃତାୟ ମେ
ଯଥା ନ କୁର୍ୟାଂ ପୁନରେବମଦ୍ଧା ॥ ୨॥
ସେହି ମହାତ୍ମାଙ୍କର ଅପମାନର ଫଳସ୍ବରୂପ ନିଶ୍ଚିତଭାବରେ ଖୁବ୍ ଶୀଘ୍ର
ମୋ ଉପରେ କିଛି ଘୋର ବିପତ୍ତି ଆସିବ | ବାସ୍ତବରେ,
ମୁଁ ମଧ୍ୟ ତାହା ଇଚ୍ଛା କରେ, କାରଣ ତଦ୍ବାରା ମୋ
ପାପର ପ୍ରାୟଶ୍ଚିତ ହୋଇଯିବ ଏବଂ ପୁନର୍ବାର ସେପରି ଅପରାଧ କରିବାର ଦୁଃସାହସ ମୁଁ କରିବି ନାହିଁ
|
ଅଦ୍ୟୈବ ରାଜ୍ୟଂ ବଲମୃଦ୍ଧକୋଶଂ
ପ୍ରକୋପିତବ୍ରହ୍ମକୁଲାନଲୋ ମେ ।
ଦହତ୍ୱଭଦ୍ରସ୍ୟ ପୁନର୍ନ ମେଽଭୂ-
ତ୍ପାପୀୟସୀ ଧୀର୍ଦ୍ୱିଜଦେବଗୋଭ୍ୟଃ ॥ ୩॥
ବ୍ରାହ୍ମଣଙ୍କର କ୍ରୋଧାଗ୍ନି ଆଜି ହିଁ ମୋର ରାଜ୍ୟ, ସୈନ୍ୟବାହିନୀ ଏବଂ ପୂରା ପରିବାରକୁ ଜାଳି ଭସ୍ମ କରିଦେଉ – ଯଦ୍ବାରା
ମୋ ପରି ଜଣେ ଦୁଷ୍ଟର ପୁଣି କେବେ ବ୍ରାହ୍ମଣ, ଦେବତା ଓ ଗୋମାତାଙ୍କ ପ୍ରତି ପାପବୁଦ୍ଧି ଜାତ ହେବ
ନାହିଁ |
ସ ଚିନ୍ତୟନ୍ନିତ୍ଥମଥାଶୃଣୋଦ୍ୟଥା
ମୁନେଃ ସୁତୋକ୍ତୋ ନିରୃତିସ୍ତକ୍ଷକାଖ୍ୟଃ ।
ସ ସାଧୁ ମେନେ ନ ଚିରେଣ ତକ୍ଷକା-
ନଲଂ ପ୍ରସକ୍ତସ୍ୟ ବିରକ୍ତିକାରଣମ୍ ॥ ୪॥
ସେ ଏହିପରି ଚିନ୍ତା କରୁଥିବା ବେଳେ ତାଙ୍କୁ ଖବର ମିଳିଲା ଯେ
ଋଷିକୁମାରଙ୍କ ଅଭିଶାପରେ ତକ୍ଷକ ସର୍ପ ତାଙ୍କୁ ଦଂଶନ କରିବ | ଅଗ୍ନିର ଲେଲିହାନ ଶିଖା ସଦୃଶ
ତକ୍ଷକର ଦଂଶନ ତାଙ୍କୁ ବହୁତ ହିତକର ମନେହେଲା | ସେ ଭାବିଲେ,
ଦିନ ଦିନ ଧରି ମୁଁ ସଂସାରରେ ଆସକ୍ତ ରହିଥିଲି,
ଏବେ ମୋତେ ଶୀଘ୍ର ବୈରାଗ୍ୟ ପ୍ରାପ୍ତ କରିବାର ଏକ କାରଣ ମିଳିଗଲା |
ଅଥୋ ବିହାୟେମମମୁଂ ଚ ଲୋକଂ
ବିମର୍ଶିତୌ ହେୟତୟା ପୁରସ୍ତାତ୍ ।
କୃଷ୍ଣାଙ୍ଘ୍ରିସେବାମଧିମନ୍ୟମାନ
ଉପାବିଶତ୍ପ୍ରାୟମମର୍ତ୍ୟନଦ୍ୟାମ୍ ॥ ୫॥
ସେ ଇହଲୋକ ଓ ପରଲୋକର ସୁଖଭୋଗକୁ ତ ବହୁ ପୂର୍ବରୁ ତୁଚ୍ଛ ଏବଂ
ତ୍ୟାଜ୍ୟ ମନେ କରୁଥିଲେ | ଏବେ ସ୍ବରୂପତଃ ତାହା ସବୁ ତ୍ୟାଗ କରି ସେ ଭଗବାନ ଶ୍ରୀକୃଷ୍ଣଙ୍କର
ଚରଣ-କମଳର ସେବାକୁ ହିଁ ସର୍ବୋପରି ମାନି ନେଲେ ଏବଂ ଗଙ୍ଗାତଟରେ ଆମରଣ ଅନଶନ-ବ୍ରତ ଧାରଣ କରି
ବସି ରହିଲେ |
ଯା ବୈ ଲସଚ୍ଛ୍ରୀତୁଲସୀବିମିଶ୍ର-
କୃଷ୍ଣାଙ୍ଘ୍ରିରେଣ୍ୱଭ୍ୟଧିକାମ୍ବୁନେତ୍ରୀ ।
ପୁନାତି ଲୋକାନୁଭୟତ୍ର ସେଶାନ୍
କସ୍ତାଂ ନ ସେବେତ ମରିଷ୍ୟମାଣଃ ॥ ୬॥
ଗଙ୍ଗାଙ୍କର ପବିତ୍ର ଜଳ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ-କମଳର ସେହି
ପରାଗକୁ ନେଇ ପ୍ରବାହିତ ହେଉଥାଏ, ଯାହା ତୁଳସୀ-ସୁଗନ୍ଧ
ମିଶ୍ରିତ ଅଟେ | ଏହି କାରଣରୁ ସେହି ଜଳ ଲୋକପାଳଙ୍କ ସମେତ ଉର୍ଦ୍ଧ୍ବ-ଅଧ ସମସ୍ତ ଲୋକକୁ ପବିତ୍ର
କରିଥାଏ | ମରଣାସନ୍ନ ଏପରି କେଉଁ ପୁରୁଷ ସେହି ଜଳର ସେବନ ନ କରିବ ?
ଇତି ବ୍ୟବଚ୍ଛିଦ୍ୟ ସ ପାଣ୍ଡବେୟଃ
ପ୍ରାୟୋପବେଶଂ ପ୍ରତି ବିଷ୍ଣୁପଦ୍ୟାମ୍ ।
ଦଧ୍ୟୌ ମୁକୁନ୍ଦାଙ୍ଘ୍ରିମନନ୍ୟଭାବୋ
ମୁନିବ୍ରତୋ ମୁକ୍ତସମସ୍ତସଙ୍ଗଃ ॥ ୭॥
ଏହିପରି ଭାବରେ ଆମରଣ ଅନଶନର ନିଶ୍ଚୟ କରି ସେ ସମସ୍ତ ଆସକ୍ତି
ପରିତ୍ୟାଗ କରି ଗଙ୍ଗାନଦୀର ତଟଦେଶରେ ବସି ରହିଲେ ଏବଂ ମୁନିମାନଙ୍କର ବ୍ରତ ସ୍ବୀକାର କରି
ଅନନ୍ୟଭାବରେ ଶ୍ରୀକୃଷ୍ଣଙ୍କ ଚରଣ-କମଳର ଧ୍ୟାନ କରିବାରେ ଲାଗିଲେ |
ତତ୍ରୋପଜଗ୍ମୁର୍ଭୁବନଂ ପୁନାନା
ମହାନୁଭାବା ମୁନୟଃ ସଶିଷ୍ୟାଃ ।
ପ୍ରାୟେଣ ତୀର୍ଥାଭିଗମାପଦେଶୈଃ
ସ୍ୱୟଂ ହି ତୀର୍ଥାନି ପୁନନ୍ତି ସନ୍ତଃ ॥ ୮॥
ସେହି ସମୟରେ ତ୍ରିଲୋକକୁ ପବିତ୍ର କରୁଥିବା ବଡ ବଡ ମହାନୁଭବ
ଋଷି-ମୁନିଗଣ ନିଜ ନିଜର ଶିଷ୍ୟମାନଙ୍କ ସହିତ ସେଠାକୁ ଆଗମନ କଲେ | ସନ୍ଥଜନ ପ୍ରାୟତଃ
ତୀର୍ଥଯାତ୍ରା କରିବା ବାହାନାରେ କୌଣସି ସ୍ଥାନକୁ ଯାଇ ସ୍ବୟଂ ସେହି ସ୍ଥାନକୁ ତୀର୍ଥରେ ପରିଣତ
କରିଥାଆନ୍ତି |
ଅତ୍ରିର୍ୱସିଷ୍ଠଶ୍ଚ୍ୟବନଃ ଶରଦ୍ୱା-
ନରିଷ୍ଟନେମିର୍ଭୃଗୁରଙ୍ଗିରାଶ୍ଚ ।
ପରାଶରୋ ଗାଧିସୁତୋଽଥ ରାମ
ଉତଥ୍ୟ ଇନ୍ଦ୍ରପ୍ରମଦେଧ୍ମବାହୌ ॥ ୯॥
ମେଧାତିଥିର୍ଦେବଲ ଆର୍ଷ୍ଟିଷେଣୋ
ଭାରଦ୍ୱାଜୋ ଗୌତମଃ ପିପ୍ପଲାଦଃ ।
ମୈତ୍ରେୟ ଔର୍ୱଃ କବଷଃ କୁମ୍ଭୟୋନି-
ର୍ଦ୍ୱୈପାୟନୋ ଭଗବାନ୍ନାରଦଶ୍ଚ ॥ ୧୦॥
ଅନ୍ୟେ ଚ ଦେବର୍ଷିବ୍ରହ୍ମର୍ଷିବର୍ୟା
ରାଜର୍ଷିବର୍ୟା ଅରୁଣାଦୟଶ୍ଚ ।
ନାନାର୍ଷେୟପ୍ରବରାନ୍ ସମେତା-
ନଭ୍ୟର୍ଚ୍ୟ ରାଜା ଶିରସା ବବନ୍ଦେ ॥ ୧୧॥
ଅତ୍ରି, ବଶିଷ୍ଠ, ଚ୍ୟବନ, ଶରଦ୍ବାନ୍, ଅରିଷ୍ଟନେମି, ଭୃଗୁ, ଅଙ୍ଗିରା, ପରାଶର, ବିଶ୍ବାମିତ୍ର, ପରଶୁରାମ, ଉତଥ୍ୟ, ଇନ୍ଦ୍ରପ୍ରମଦ, ଇଧ୍ମବାହ, ମେଧାତିଥି, ଦେବଳ, ଆର୍ଷ୍ଟିଷେଣ, ଭରଦ୍ବାଜ, ଗୌତମ, ପିପ୍ପଳାଦ, ମୈତ୍ରେୟ, ଔର୍ଵ, କବଷ, ଅଗସ୍ତ୍ୟ, ଭଗବାନ ବ୍ୟାସ, ନାରଦ ତଥା ଏମାନଙ୍କ ଅତିରିକ୍ତ ଆହୁରି ଅନେକ ଶ୍ରେଷ୍ଠ ଦେବର୍ଷି, ବ୍ରହ୍ମର୍ଷି ତଥା ଅରୁଣାଦି ରାଜର୍ଷିବର୍ଗଙ୍କର ସେଠାରେ ଶୁଭାଗମନ ହେଲା | ଏପରି ଭାବରେ ବିଭିନ୍ନ ଗୋତ୍ରର ମୁଖ୍ୟ-ମୁଖ୍ୟ ଋଷିମାନଙ୍କୁ ଏକତ୍ର ଦେଖି ରାଜା ସମସ୍ତଙ୍କର ଯଥାଯୋଗ୍ୟ ସତ୍କାର କଲେ ଏବଂ ପ୍ରତ୍ୟେକଙ୍କ ଚରଣରେ ମସ୍ତକ ଲଗାଇ ସେମାନଙ୍କର ବନ୍ଦନା କଲେ |
ସୁଖୋପବିଷ୍ଟେଷ୍ୱଥ ତେଷୁ ଭୂୟଃ
କୃତପ୍ରଣାମଃ ସ୍ୱଚିକୀର୍ଷିତଂ ଯତ୍ ।
ବିଜ୍ଞାପୟାମାସ ବିବିକ୍ତଚେତା
ଉପସ୍ଥିତୋଽଗ୍ରେଽଭିଗୃହୀତପାଣିଃ ॥ ୧୨॥
ସେମାନେ ସମସ୍ତେ ନିଜ ନିଜ ଆସନରେ ଆରାମରେ ବସିଯିବା ପରେ ପରୀକ୍ଷିତ
ପୁନର୍ବାର ସେମାନଙ୍କୁ ପ୍ରଣାମ କଲେ ଏବଂ ସେମାନଙ୍କ ସମ୍ମୁଖରେ ଶୁଦ୍ଧ ହୃଦୟରେ ହାତଯୋଡି ଠିଆ
ହୋଇ ତାଙ୍କର ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ |
ରାଜୋବାଚ
ଅହୋ ବୟଂ ଧନ୍ୟତମା ନୃପାଣାଂ
ମହତ୍ତମାନୁଗ୍ରହଣୀୟଶୀଲାଃ ।
ରାଜ୍ଞାଂ କୁଲଂ ବ୍ରାହ୍ମଣପାଦଶୌଚା-
ଦ୍ଦୂରାଦ୍ୱିସୃଷ୍ଟଂ ବତ ଗର୍ହ୍ୟକର୍ମ ॥ ୧୩॥
ରାଜା ପରୀକ୍ଷିତ କହିଲେ – ଆହାଃ ! ରାଜାମାନଙ୍କ ମଧ୍ୟରେ ମୁଁ ଧନ୍ୟ
ଅଟେ; ଧନ୍ୟତମ ଅଟେ; କାରଣ ମୁଁ ଆପଣମାନଙ୍କ ପରି ଶୀଳ-ସ୍ବଭାବଯୁକ୍ତ ମହାପୁରୁଷମାନଙ୍କର
କୃପାପାତ୍ର ହୋଇପାରିଛି | ରାଜବଂଶର ଲୋକମାନେ ପ୍ରାୟତଃ ନିନ୍ଦିତ କର୍ମ କରୁଥିବାରୁ
ବ୍ରାହ୍ମଣମାନଙ୍କର ଚରଣୋଦକରୁ ବଞ୍ଚିତ ରହିଯାଆନ୍ତି – ଏହା କେତେ କ୍ଷୋଭର ବିଷୟ ଅଟେ !
ତସ୍ୟୈବ ମେଽଘସ୍ୟ ପରାବରେଶୋ
ବ୍ୟାସକ୍ତଚିତ୍ତସ୍ୟ ଗୃହେଷ୍ୱଭୀକ୍ଷ୍ଣମ୍ ।
ନିର୍ୱେଦମୂଲୋ ଦ୍ୱିଜଶାପରୂପୋ
ଯତ୍ର ପ୍ରସକ୍ତୋ ଭୟମାଶୁ ଧତ୍ତେ ॥ ୧୪॥
ମୁଁ ମଧ୍ୟ ଜଣେ ରାଜା ଅଟେ | ନିରନ୍ତର ଦେହ-ଗେହରେ ଆସକ୍ତ ରହିଥିବା
କାରଣରୁ ମୁଁ ମଧ୍ୟ ପାପରୂପ ହୋଇ ଯାଇଛି | ସେଥିପାଇଁ ବ୍ରାହ୍ମଣଙ୍କର ଅଭିଶାପ ରୂପରେ ସ୍ବୟଂ
ଭଗବାନ ହିଁ ମୋ ପ୍ରତି କୃପା କରିଛନ୍ତି | ଏହି ଅଭିଶାପ ବୈରାଗ୍ୟ ଉତ୍ପନ୍ନକାରୀ ଅଟେ; କାରଣ ଏହା
ଦ୍ବାରା ଭୟଭୀତ ହୋଇ ସଂସାର-ଆସକ୍ତ ପୁରୁଷ ବିରକ୍ତ ହୋଇଯାଆନ୍ତି |
ତଂ ମୋପୟାତଂ ପ୍ରତିୟନ୍ତୁ ବିପ୍ରା
ଗଙ୍ଗା ଚ ଦେବୀ ଧୃତଚିତ୍ତମୀଶେ ।
ଦ୍ୱିଜୋପସୃଷ୍ଟଃ କୁହକସ୍ତକ୍ଷକୋ ବା
ଦଶତ୍ୱଲଂ ଗାୟତ ବିଷ୍ଣୁଗାଥାଃ ॥ ୧୫॥
ହେ ବ୍ରାହ୍ମଣ ଦେବତା ! ଏବେ ମୁଁ ନିଜର ଚିତ୍ତକୁ ଭଗବାନଙ୍କ ଚରଣରେ
ସମର୍ପିତ କରିଦେଇଛି | ମୋତେ ଶରଣାଗତ ଜାଣି ଆପଣମାନେ ଏବଂ ମା’ ଗଙ୍ଗା ମୋ ପ୍ରତି ଅନୁଗ୍ରହ କରନ୍ତୁ | ବ୍ରାହ୍ମଣକୁମାରଙ୍କ
ଅଭିଶାପରେ ପ୍ରେରିତ ହୋଇ ସ୍ବୟଂ ତକ୍ଷକ ଆସି ମୋତେ ଦଂଶନ କରନ୍ତୁ ଅଥବା ଅନ୍ୟ କେହି କପଟରେ
ତକ୍ଷକ ରୂପ ଧାରଣ କରି ମୋତେ ଦଂଶନ କରନ୍ତୁ, ସେହି ସବୁ ବିଷୟକୁ
ନେଇ ମୁଁ ଆଦୌ ଚିନ୍ତିତ ନୁହେଁ | ଆପଣମାନେ କୃପା କରି ଭଗବାନଙ୍କ ରସମୟୀ ଲୀଳାର ଗାୟନ କରନ୍ତୁ |
ପୁନଶ୍ଚ ଭୂୟାଦ୍ଭଗବତ୍ୟନନ୍ତେ
ରତିଃ ପ୍ରସଙ୍ଗଶ୍ଚ ତଦାଶ୍ରୟେଷୁ ।
ମହତ୍ସୁ ଯାଂ ଯାମୁପୟାମି ସୃଷ୍ଟିଂ
ମୈତ୍ର୍ୟସ୍ତୁ ସର୍ୱତ୍ର ନମୋ ଦ୍ୱିଜେଭ୍ୟଃ ॥ ୧୬॥
ଆପଣମାନଙ୍କ ପରି ବ୍ରାହ୍ମଣମାନଙ୍କର ଚରଣରେ ପୁନଶ୍ଚ ପ୍ରଣାମ କରି ମୁଁ
ଏହି ପ୍ରାର୍ଥନା କରୁଛି ଯେ କର୍ମବଶତଃ ମୋତେ ଯେଉଁ ଯୋନିରେ ଜନ୍ମ ଗ୍ରହଣ କରିବାକୁ ପଡୁ, ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ମୋର ଅନୁରାଗ, ତାଙ୍କର ଚରଣାଶ୍ରିତ
ମହାତ୍ମାମାନଙ୍କଠାରେ ମୋର ବିଶେଷ ପ୍ରୀତି ଏବଂ ଜଗତର ସମସ୍ତ ପ୍ରାଣୀଙ୍କ ପ୍ରତି ମୋର ସମାନ
ମୈତ୍ରୀଭାବ ରହିଥାଉ | ଆପଣମାନେ ମୋତେ ଏହି ଆଶୀର୍ବାଦ ଦିଅନ୍ତୁ |
ଇତି ସ୍ମ ରାଜାଧ୍ୟବସାୟଯୁକ୍ତଃ
ପ୍ରାଚୀନମୂଲେଷୁ କୁଶେଷୁ ଧୀରଃ ।
ଉଦଙ୍ମୁଖୋ ଦକ୍ଷିଣକୂଲ ଆସ୍ତେ
ସମୁଦ୍ରପତ୍ନ୍ୟାଃ ସ୍ୱସୁତନ୍ୟସ୍ତଭାରଃ ॥ ୧୭॥
ମହାରାଜ ପରୀକ୍ଷିତ ପରମ ଶାନ୍ତ ଥିଲେ | ଏପରି ଦୃଢ ନିଶ୍ଚୟ କରି ସେ
ଗଙ୍ଗାନଦୀର ଦକ୍ଷିଣ ତଟରେ ଉତ୍ତରମୁଖ ହୋଇ ପୂର୍ବାଗ୍ର କୁଶ ଆସନରେ ବସି ରହିଲେ | ରାଜକାର୍ଯ୍ୟର
ଭାର ସେ ପୂର୍ବରୁ ହିଁ ନିଜର ପୁତ୍ର ଜନ୍ମେଜୟଙ୍କ ହସ୍ତରେ ଅର୍ପଣ କରି ଦେଇଥିଲେ |
ଏବଂ ଚ ତସ୍ମିନ୍ ନରଦେବଦେବେ
ପ୍ରାୟୋପବିଷ୍ଟେ ଦିବି ଦେବସଙ୍ଘାଃ ।
ପ୍ରଶସ୍ୟ ଭୂମୌ ବ୍ୟକିରନ୍ ପ୍ରସୂନୈ-
ର୍ମୁଦା ମୁହୁର୍ଦୁନ୍ଦୁଭୟଶ୍ଚ ନେଦୁଃ ॥ ୧୮॥
ପୃଥିବୀର ଏକଛତ୍ର ସମ୍ରାଟ ପରୀକ୍ଷିତ ଯେତେବେଳେ ଆମରଣ ଅନଶନର
ନିଶ୍ଚୟରେ ବସିଗଲେ, ଆକାଶରେ ସ୍ଥିତ
ଦେବତାମାନେ ଅତି ଆନନ୍ଦରେ ତାଙ୍କର ପ୍ରଶଂସା କରି ବାରମ୍ବାର ନାଗରା ବଜାଇବା ସହିତ ପୃଥିବୀ
ପୃଷ୍ଠରେ ପୁଷ୍ପବର୍ଷଣ କରିବାରେ ଲାଗିଲେ |
ମହର୍ଷୟୋ ବୈ ସମୁପାଗତା ଯେ
ପ୍ରଶସ୍ୟ ସାଧ୍ୱିତ୍ୟନୁମୋଦମାନାଃ ।
ଊଚୁଃ ପ୍ରଜାନୁଗ୍ରହଶୀଲସାରା
ଯଦୁତ୍ତମଶ୍ଲୋକଗୁଣାଭିରୂପମ୍ ॥ ୧୯॥
ଉପସ୍ଥିତ ସବୁ ମହର୍ଷି ପରୀକ୍ଷିତଙ୍କ ନିଶ୍ଚୟର ପ୍ରଶଂସା କଲେ ଏବଂ
‘ସାଧୁ-ସାଧୁ’ କହି ତାଙ୍କର
ଅନୁମୋଦନ କଲେ | ଋଷିମାନେ ତ ସ୍ବଭାବତଃ ଲୋକଙ୍କ ଉପରେ ଅନୁଗ୍ରହ ବର୍ଷା କରୁଥାଆନ୍ତି; କେବଳ ସେତିକି ନୁହେଁ,
ସେମାନଙ୍କର ସବୁ ଶକ୍ତି ଲୋକଙ୍କ ଉପରେ କୃପା କରିବା ନିମନ୍ତେ ହିଁ ଉତ୍ସର୍ଗ ହୋଇଥାଏ | ଭଗବାନ
ଶ୍ରୀକୃଷ୍ଣଙ୍କ ଗୁଣ ଦ୍ବାରା ପ୍ରଭାବିତ ପରୀକ୍ଷିତଙ୍କ ଉଦ୍ଦେଶ୍ୟରେ ସେମାନେ ତାଙ୍କ ଅନୁରୂପ ବଚନ
କହିଥିଲେ -
ନ ବା ଇଦଂ ରାଜର୍ଷିବର୍ୟ ଚିତ୍ରଂ
ଭବତ୍ସୁ କୃଷ୍ଣଂ ସମନୁବ୍ରତେଷୁ ।
ଯେଽଧ୍ୟାସନଂ ରାଜକିରୀଟଜୁଷ୍ଟଂ
ସଦ୍ୟୋ ଜହୁର୍ଭଗବତ୍ପାର୍ଶ୍ୱକାମାଃ ॥ ୨୦॥
ହେ ରାଜର୍ଷି ଶିରୋମଣି ! ଭଗବାନ ଶ୍ରୀକୃଷ୍ଣଙ୍କର ସେବକ ଏବଂ ଅନୁଗତ
ଆପଣମାନଙ୍କ ପରି ପାଣ୍ଡୁବଂଶୀ ମାନଙ୍କ ପାଇଁ ଏହା ସେପରି କିଛି ଆଶ୍ଚର୍ଯ୍ୟର କଥା ନୁହେଁ; କାରଣ ଆପଣମାନେ ତ ଭଗବାନଙ୍କର ସନ୍ନିଧି ପ୍ରାପ୍ତ କରିବା ଅଭିଲାଷରେ
ଅତି ଉଚ୍ଚ ରାଜସିଂହାସନକୁ ମଧ୍ୟ କ୍ଷଣକରେ ପରିତ୍ୟାଗ କରି ଦିଅନ୍ତି, ଯାହାର ସେବା କରିବାକୁ ଯାଇ ବଡ ବଡ ରାଜାମାନେ ନିଜ ମୁକୁଟ ସମର୍ପିତ
କରିଦେଇ ଥାଆନ୍ତି |
ସର୍ୱେ ବୟଂ ତାବଦିହାସ୍ମହେଽଦ୍ୟ
କଲେବରଂ ଯାବଦସୌ ବିହାୟ ।
ଲୋକଂ ପରଂ ବିରଜସ୍କଂ ବିଶୋକଂ
ଯାସ୍ୟତ୍ୟଯଂ ଭାଗବତପ୍ରଧାନଃ ॥ ୨୧॥
ଆମେ ସବୁ ଏଠାରେ ସେତେବେଳ ଯାଏଁ ଉପସ୍ଥିତ ରହିବୁ ଯେତେବେଳ ଯାଏଁ ଏହି
ଭଗବାନଙ୍କର ପରମ ଭକ୍ତ ପରୀକ୍ଷିତ ନିଜର ନଶ୍ବର ଶରୀର ତ୍ୟାଗ କରି ମାୟାଦୋଷ ଏବଂ ଶୋକ ରହିତ
ଭଗବଦ୍-ଧାମକୁ ଗମନ ନ କରିଛନ୍ତି |
ଆଶ୍ରୁତ୍ୟ ତଦୃଷିଗଣବଚଃ ପରୀକ୍ଷି-
ତ୍ସମଂ ମଧୁଚ୍ୟୁଦ୍ଗୁରୁ ଚାବ୍ୟଲୀକମ୍ ।
ଆଭାଷତୈନାନଭିନନ୍ଦ୍ୟ ଯୁକ୍ତାନ୍
ଶୁଶ୍ରୂଷମାଣଶ୍ଚରିତାନି ବିଷ୍ଣୋଃ ॥ ୨୨॥
ଋଷିମାନଙ୍କର ଏହି ବଚନ ଅତ୍ୟନ୍ତ ମଧୁର, ଗମ୍ଭୀର, ସତ୍ୟ ଏବଂ ସମତା
ଯୁକ୍ତ ଥିଲା | ତାହା ଶୁଣି ରାଜା ପରୀକ୍ଷିତ ସେହି ଯୋଗଯୁକ୍ତ ମୁନିମାନଙ୍କର ଅଭିନନ୍ଦନ କଲେ ଏବଂ
ଭଗବାନଙ୍କର ମନୋହର ଚରିତ୍ର ଶ୍ରବଣ କରିବାର ଇଚ୍ଛା ରଖି ଋଷିମାନଙ୍କୁ ପ୍ରାର୍ଥନା କଲେ |
ସମାଗତାଃ ସର୍ୱତ ଏବ ସର୍ୱେ
ବେଦା ଯଥା ମୂର୍ତିଧରାସ୍ତ୍ରିପୃଷ୍ଠେ ।
ନେହାଥ ନାମୁତ୍ର ଚ କଶ୍ଚନାର୍ଥ
ଋତେ ପରାନୁଗ୍ରହମାତ୍ମଶୀଲମ୍ ॥ ୨୩॥
ହେ ମହାତ୍ମାଗଣ ! ଆପଣମାନେ ସମସ୍ତେ ସବୁ ଦିଗରୁ ଏଠାକୁ ଆଗମନ
କରିଛନ୍ତି | ଆପଣମାନେ ସତ୍ୟଲୋକ ନିବାସୀ ମୂର୍ତ୍ତିମାନ ବେଦ ସଦୃଶ ଅଟନ୍ତି | ଆପଣମାନଙ୍କର ସହଜ
ସ୍ବଭାବ ଅନ୍ୟମାନଙ୍କ ଉପରେ ଅନୁଗ୍ରହ କରିବା ଅତିରିକ୍ତ,
ଇହଲୋକ ବା ପରଲୋକରେ ଆପଣଙ୍କର ଅନ୍ୟ କୌଣସି ସ୍ବାର୍ଥ ନାହିଁ |
ତତଶ୍ଚ ବଃ ପୃଚ୍ଛ୍ୟମିମଂ ବିପୃଚ୍ଛେ
ବିଶ୍ରଭ୍ୟ ବିପ୍ରା ଇତି କୃତ୍ୟତାୟାମ୍ ।
ସର୍ୱାତ୍ମନା ମ୍ରିୟମାଣୈଶ୍ଚ କୃତ୍ୟଂ
ଶୁଦ୍ଧଂ ଚ ତତ୍ରାମୃଶତାଭିୟୁକ୍ତାଃ ॥ ୨୪॥
ହେ ବିପ୍ରବର ! ଆପଣମାନଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ରଖି ମୁଁ ନିଜର
କର୍ତ୍ତବ୍ୟ ସମ୍ବନ୍ଧୀୟ ମୋର ଜାଣିବାଯୋଗ୍ୟ ଏହି ପ୍ରଶ୍ନ ପଚାରିବାକୁ ଇଚ୍ଛା କରୁଛି | ଆପଣ ସବୁ
ବିଦ୍ବାନମାନେ ପରସ୍ପର ବିଚାର-ବିମର୍ଷ କରି ମୋତେ କୁହନ୍ତୁ ସମସ୍ତଙ୍କ ପାଇଁ ସବୁ ଅବସ୍ଥାରେ,
ବିଶେଷତଃ ଆସନ୍ନ ମୃତ୍ୟୁ ଅପେକ୍ଷାରେ ଥିବା ପୁରୁଷ ନିମନ୍ତେ ଅନ୍ତଃକରଣ ଏବଂ ଶରୀର ଦ୍ବାରା
କରଣୀୟ ବିଶୁଦ୍ଧ କର୍ମ କ’ଣ |
ତତ୍ରାଭବଦ୍ଭଗବାନ୍ ବ୍ୟାସପୁତ୍ରୋ
ଯଦୃଚ୍ଛୟା ଗାମଟମାନୋଽନପେକ୍ଷଃ ।
ଅଲକ୍ଷ୍ୟଲିଙ୍ଗୋ ନିଜଲାଭତୁଷ୍ଟୋ
ବୃତଶ୍ଚ ବାଲୈରବଧୂତବେଷଃ ॥ ୨୫॥
ଏହି ସମୟରେ ପୃଥିବୀ ପୃଷ୍ଠରେ ସ୍ବେଚ୍ଛାପୂର୍ବକ ବିଚରଣ କରି, କାହାଠାରୁ କିଛି ଅପେକ୍ଷା ରଖୁ ନ ଥିବା ବ୍ୟାସନନ୍ଦନ ଭଗବାନ୍ ଶ୍ରୀ
ଶୁକଦେବଜୀ ମହାରାଜ ଅଚାନକ ସେଠାରେ ପ୍ରକଟ ହୋଇଗଲେ | ସେ ବର୍ଣ୍ଣ ଏବଂ ଆଶ୍ରମର ବହିରଙ୍ଗ
ଚିହ୍ନରୁ ରହିତ ହୋଇ ଆତ୍ମାନୁଭୂତିରେ ସନ୍ତୁଷ୍ଟ ଥିଲେ | ବାଳକ ଏବଂ ସ୍ତ୍ରୀମାନେ ତାଙ୍କୁ ଘେରି
ରହିଥିଲେ | ବେଶଭୁଷାରେ ସେ ଅବଧୂତ ଥିଲେ |
ତଂ ଦ୍ୱ୍ୟଷ୍ଟବର୍ଷଂ ସୁକୁମାରପାଦ-
କରୋରୁବାହ୍ୱଂସକପୋଲଗାତ୍ରମ୍ ।
ଚାର୍ୱାୟତାକ୍ଷୋନ୍ନସତୁଲ୍ୟକର୍ଣ-
ସୁଭ୍ର୍ୱାନନଂ କମ୍ବୁସୁଜାତକଣ୍ଠମ୍ ॥ ୨୬॥
ବୟସ ଷୋଳ ବର୍ଷ ଥିଲା | ତାଙ୍କର ଚରଣ, ହସ୍ତ, ଜଘନ, ଭୁଜ, ସ୍କନ୍ଧ, କପୋଳ ଏବଂ ଅନ୍ୟ ସବୁ ଅଙ୍ଗ ଅତ୍ୟନ୍ତ ସୁକୁମାର ଥିଲା | ନେତ୍ର
ବିଶାଳ ଏବଂ ମନୋହର ଥିଲା | ନାସିକା ଅପେକ୍ଷାକୃତ ଉଚ୍ଚ ଥିଲା | କର୍ଣ୍ଣର ଆକାର ସମାନ ଥିଲା |
ସୁନ୍ଦର ଭୃକୁଟି ମୁଖର ଶୋଭା ବର୍ଦ୍ଧନ କରୁଥିଲା | ଗଳା ତ ସୁନ୍ଦର ଶଂଖଟିଏ ପରି ଥିଲା |
ନିଗୂଢଜତ୍ରୁଂ ପୃଥୁତୁଙ୍ଗବକ୍ଷସ-
ମାବର୍ତନାଭିଂ ବଲିବଲ୍ଗୂଦରଂ ଚ ।
ଦିଗମ୍ବରଂ ବକ୍ତ୍ରବିକୀର୍ଣକେଶଂ
ପ୍ରଲମ୍ବବାହୁଂ ସ୍ୱମରୋତ୍ତମାଭମ୍ ॥ ୨୭॥
ତାଙ୍କର ନିତମ୍ବ ଆବୃତ ରହିଥିଲା,
ବକ୍ଷସ୍ଥଳ ପ୍ରଶସ୍ତ ଏବଂ ସୁଉଚ୍ଚ ଥିଲା, ଗଭୀର ନାଭି ଏବଂ
ତ୍ରିବଳୀଯୁକ୍ତ ଉଦର ଅତ୍ୟନ୍ତ ସୁନ୍ଦର ଥିଲା | ଆଜାନୁଲମ୍ବିତ ଭୁଜ, ମୁଖମଣ୍ଡଳରେ କୁଞ୍ଚିତ କେଶ ବିଚ୍ଛୁରିତ | ଦିଗମ୍ବର ବେଶରେ ସେ
କୌଣସି ଶ୍ରେଷ୍ଠ ଦେବତାଙ୍କ ସଦୃଶ ତେଜସ୍ବୀ ଦେଖା ଯାଉଥିଲେ |
ଶ୍ୟାମଂ ସଦାପୀଚ୍ୟବୟୋଽଙ୍ଗଲକ୍ଷ୍ମ୍ୟା
ସ୍ତ୍ରୀଣାଂ ମନୋଜ୍ଞଂ ରୁଚିରସ୍ମିତେନ ।
ପ୍ରତ୍ୟୁତ୍ଥିତାସ୍ତେ ମୁନୟଃ ସ୍ୱାସନେଭ୍ୟ-
ସ୍ତଲ୍ଲକ୍ଷଣଜ୍ଞା ଅପି ଗୂଢବର୍ଚସମ୍ ॥ ୨୮॥
ଶ୍ୟାମ ବର୍ଣ୍ଣ ଥିଲା ଏବଂ ଚିତ୍ତକୁ ହରଣ କରିବା ପରି ପୂର୍ଣ୍ଣ ଯୌବନ
ଥିଲା | ତାଙ୍କ ଶରୀରର କାନ୍ତି ଏବଂ ମଧୁର ସ୍ମିତହାସ୍ୟ ସ୍ତ୍ରୀମାନଙ୍କୁ ଅତ୍ୟନ୍ତ ମନୋହର ମନେ
ହେଉଥିଲା | ଯଦିଓ ସେ ନିଜର ତେଜକୁ ଗୋପନୀୟ ରଖିଥିଲେ,
ତଥାପି ତାଙ୍କର ଲକ୍ଷଣରୁ ମୁନିମାନେ ତାଙ୍କୁ ଚିହ୍ନିନେଲେ ଏବଂ ସେମାନେ ସମସ୍ତେ ନିଜ ନିଜର
ଆସନରୁ ଉଠି ତାଙ୍କର ସମ୍ମାନାର୍ଥେ ଠିଆ ହୋଇଗଲେ |
ସ ବିଷ୍ଣୁରାତୋଽତିଥୟ ଆଗତାୟ
ତସ୍ମୈ ସପର୍ୟାଂ ଶିରସାଽଽଜହାର ।
ତତୋ ନିବୃତ୍ତା ହ୍ୟବୁଧାଃ ସ୍ତ୍ରିୟୋଽର୍ଭକା
ମହାସନେ ସୋପବିବେଶ ପୂଜିତଃ ॥ ୨୯॥
ଅତିଥିରୂପେ ଆଗମନ କରିଥିବା ଶ୍ରୀ ଶୁକଦେବଙ୍କୁ ରାଜା ପରୀକ୍ଷିତ
ନତମସ୍ତକ ହୋଇ ପ୍ରଣାମ କରେ ଏବଂ ତାଙ୍କର ପୂଜା କଲେ | ତାଙ୍କର ସ୍ଵରୂପକୁ ଜାଣି ନ ଥିବା ବାଳକ
ଏବଂ ସ୍ତ୍ରୀମାନେ ତାଙ୍କର ଏତାଦୃଶ ମହିମା ଦେଖି ସେଠାରୁ ଫେରିଗଲେ ଏବଂ ସମସ୍ତଙ୍କ ଦ୍ବାରା
ସମ୍ମାନିତ ହୋଇ ଶୁକଦେବ ମୁନି ସେଠାରେ ଶ୍ରେଷ୍ଠ ଆସନରେ ବିରାଜମାନ ହେଲେ |
ସ ସମ୍ବୃତସ୍ତତ୍ର ମହାନ୍ ମହୀୟସାଂ
ବ୍ରହ୍ମର୍ଷିରାଜର୍ଷିଦେବର୍ଷିସଙ୍ଘୈଃ ।
ବ୍ୟରୋଚତାଲଂ ଭଗବାନ୍ ଯଥେନ୍ଦୁ-
ର୍ଗ୍ରହର୍କ୍ଷତାରାନିକରୈଃ ପରୀତଃ ॥ ୩୦॥
ଗ୍ରହ, ନକ୍ଷତ୍ର ଏବଂ
ତାରାମାନଙ୍କ ଦ୍ବାରା ପରିବେଷ୍ଟିତ ଚନ୍ଦ୍ରମା ପରି ବ୍ରହ୍ମର୍ଷି, ଦେବର୍ଷି, ଏବଂ ରାଜର୍ଷି ସମୂହରେ ପରିବେଷ୍ଟିତ ହୋଇ ଶ୍ରୀ ଶୁକଦେବ ମୁନି
ଶୋଭାୟମାନ ହେଉଥିଲେ |
ପ୍ରଶାନ୍ତମାସୀନମକୁଣ୍ଠମେଧସଂ
ମୁନିଂ ନୃପୋ ଭାଗବତୋଽଭ୍ୟୁପେତ୍ୟ ।
ପ୍ରଣମ୍ୟ ମୂର୍ଧ୍ନାବହିତଃ କୃତାଞ୍ଜଲି-
ର୍ନତ୍ୱା ଗିରା ସୂନୃତୟାନ୍ୱପୃଚ୍ଛତ୍ ॥ ୩୧॥
ପ୍ରଖରବୁଦ୍ଧି ଶ୍ରୀ ଶୁକଦେବ ଶାନ୍ତଭାବରେ ଆସନରେ ବିରାଜମାନ କରିବା
ପରେ ଭଗବାନଙ୍କର ପରମ ଭକ୍ତ ପରୀକ୍ଷିତ ତାଙ୍କ ସମୀପକୁ ଆସି ତାଙ୍କ ଚରଣରେ ସିର ଧାରଣ କରି
ପ୍ରଣାମ କଲେ | ତତ୍ପଶ୍ଚାତ୍ ହାତ ଯୋଡି ନମସ୍କାର କରି ଅତ୍ୟନ୍ତ ମଧୁର ବାଣୀରେ ଏହା ପଚାରିଲେ -
ପରୀକ୍ଷିଦୁବାଚ
ଅହୋ ଅଦ୍ୟ ବୟଂ ବ୍ରହ୍ମନ୍ ସତ୍ସେବ୍ୟାଃ କ୍ଷତ୍ରବନ୍ଧବଃ ।
କୃପୟାତିଥିରୂପେଣ ଭବଦ୍ଭିସ୍ତୀର୍ଥକାଃ କୃତାଃ ॥ ୩୨॥
ପରୀକ୍ଷିତ କହିଲେ – ହେ ବ୍ରହ୍ମସ୍ବରୂପ ଭଗବନ୍ ! ଆଜି ମୁଁ ପରମ
ସୌଭାଗ୍ୟଶାଳୀ ହୋଇପାରଛି; କାରଣ ଅପରାଧୀ
କ୍ଷତ୍ରିୟ ହୋଇଥିଲେ ବି ମୋତେ ସନ୍ଥ-ସମାଗମର ଅଧିକାରୀତ୍ବ ପ୍ରାପ୍ତ ହୋଇଛି | ଅତିଥିରୂପେ
କୃପାପୂର୍ବକ ଆପଣ ଏଠାକୁ ଆଗମନ କରି ମୋତେ ତୀର୍ଥ ତୁଲ୍ୟ ପବିତ୍ର କରି ଦେଇଛନ୍ତି |
ଯେଷାଂ ସଂସ୍ମରଣାତ୍ପୁଂସାଂ ସଦ୍ୟଃ ଶୁଧ୍ୟନ୍ତି ବୈ ଗୃହାଃ ।
କିଂ ପୁନର୍ଦର୍ଶନସ୍ପର୍ଶପାଦଶୌଚାସନାଦିଭିଃ ॥ ୩୩॥
ଆପଣମାନଙ୍କ ପରି ମହାତ୍ମାମାନଙ୍କର ସ୍ମରଣ କରିବା ମାତ୍ରେ ହିଁ
ଗୃହସ୍ଥମାନଙ୍କର ଘର ପବିତ୍ର ହୋଇଯାଏ | ତଦୁପରି ଯଦି ଦର୍ଶନ,
ସ୍ପର୍ଶ, ପାଦପ୍ରକ୍ଷାଳନ ଏବଂ
ଆସନ ଦାନ ଆଦିର ସୁଅବସର ପ୍ରାପ୍ତ ହେଉଥାଏ, ତେବେ ତାହାର
ସୌଭାଗ୍ୟ କଥା କ’ଣ କହିବା |
ସାନ୍ନିଧ୍ୟାତ୍ତେ ମହାୟୋଗିନ୍ ପାତକାନି ମହାନ୍ତ୍ୟପି ।
ସଦ୍ୟୋ ନଶ୍ୟନ୍ତି ବୈ ପୁଂସାଂ ବିଷ୍ଣୋରିବ ସୁରେତରାଃ ॥ ୩୪॥
ହେ ମହାଯୋଗୀ ! ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ଯେପରି ଦୈତ୍ୟମାନେ
ରହିପାରନ୍ତି ନାହିଁ, ସେହିପରି ଆପଣଙ୍କର
ସନ୍ନିଧି ଲାଭ କରି ବଡ ବଡ ପାପ ମଧ୍ୟ ଅତି ଶୀଘ୍ର ନଷ୍ଟ ହୋଇଯାଆନ୍ତି |
ଅପି ମେ ଭଗବାନ୍ ପ୍ରୀତଃ କୃଷ୍ଣଃ ପାଣ୍ଡୁସୁତପ୍ରିୟଃ ।
ପୈତୃଷ୍ୱସେୟପ୍ରୀତ୍ୟର୍ଥଂ ତଦ୍ଗୋତ୍ରସ୍ୟାତ୍ତବାନ୍ଧବଃ ॥ ୩୫॥
ପାଣ୍ଡବମାନଙ୍କର ସୁହୃଦ ଭଗବାନ ଶ୍ରୀକୃଷ୍ଣ ନିଶ୍ଚିତଭାବରେ ମୋ ପ୍ରତି
ଅତ୍ୟଧିକ ପ୍ରସନ୍ନ ଅଟନ୍ତି; ନିଜ ପିଉସୀ-ପୁଅ ଭାଇମାନଙ୍କର ପ୍ରସନ୍ନତା ନିମନ୍ତେ ସେ ସେମାନଙ୍କ
କୁଳରେ ଜନ୍ମ ଗ୍ରହଣ କରି ମୋ ପ୍ରତି ମଧ୍ୟ ଆପଣାର ତୁଲ୍ୟ ବ୍ୟବହାର କରିଛନ୍ତି |
ଅନ୍ୟଥା ତେଽବ୍ୟକ୍ତଗତେର୍ଦର୍ଶନଂ ନଃ କଥଂ ନୃଣାମ୍ ।
ନିତରାଂ ମ୍ରିୟମାଣାନାଂ ସଂସିଦ୍ଧସ୍ୟ ବନୀୟସଃ ॥ ୩୬॥
ଭଗବାନ ଶ୍ରୀକୃଷ୍ଣଙ୍କର କୃପା ହୋଇ ନ ଥିଲେ ଆପଣଙ୍କ ପରି ଏକାନ୍ତ
ବନବାସୀ ଅବ୍ୟକ୍ତଗତି ପରମ ସିଦ୍ଧ ମହାପୁରୁଷ କାହିଁକି ସ୍ବେଚ୍ଛାରେ ଏଠାରେ ପଦାର୍ପଣ କରି
ମୃତ୍ୟୁକାଳରେ ମୋ ପରି ଜଣେ ପ୍ରାକୃତ ପୁରୁଷକୁ ଦର୍ଶନ ଦେଇଥାଆନ୍ତେ ?
ଅତଃ ପୃଚ୍ଛାମି ସଂସିଦ୍ଧିଂ ଯୋଗିନାଂ ପରମଂ ଗୁରୁମ୍ ।
ପୁରୁଷସ୍ୟେହ ଯତ୍କାର୍ୟଂ ମ୍ରିୟମାଣସ୍ୟ ସର୍ୱଥା ॥ ୩୭॥
ଆପଣ ଯୋଗୀମାନଙ୍କର ପରମ ଗୁରୁ ଅଟନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ପରମ ସିଦ୍ଧିର ସ୍ବରୂପ ଏବଂ ସାଧନ
ସମ୍ବନ୍ଧରେ ପ୍ରଶ୍ନ କରିବାକୁ ଇଚ୍ଛା କରୁଛି | ସର୍ବତୋ ଭାବରେ ମରଣାସନ୍ନ ପୁରୁଷର କର୍ତ୍ତବ୍ୟ କ’ଣ ? ସେ କ’ଣ କରିବା ଉଚିତ୍ ?
ଯଚ୍ଛ୍ରୋତବ୍ୟମଥୋ ଜପ୍ୟଂ ଯତ୍କର୍ତବ୍ୟଂ ନୃଭିଃ ପ୍ରଭୋ ।
ସ୍ମର୍ତବ୍ୟଂ ଭଜନୀୟଂ ବା ବ୍ରୂହି ଯଦ୍ୱା ବିପର୍ୟଯମ୍ ॥ ୩୮॥
ଭଗବନ୍ ! ମୁଁ ଏହା ମଧ୍ୟ ଜାଣିବାକୁ ଇଚ୍ଛା କରୁଛି ଯେ ଜଣେ ସାଧାରଣ
ମନୁଷ୍ୟର କର୍ତ୍ତବ୍ୟ କ’ଣ | ସେ କାହାର ଶ୍ରବଣ, କାହାର ଜପ, କାହାର ସ୍ମରଣ ଏବଂ କାହାର ଭଜନ ତଥା କାହାର ତ୍ୟାଗ
କରିବା ଉଚିତ୍ ?
ନୂନଂ ଭଗବତୋ ବ୍ରହ୍ମନ୍ ଗୃହେଷୁ ଗୃହମେଧିନାମ୍ ।
ନ ଲକ୍ଷ୍ୟତେ ହ୍ୟବସ୍ଥାନମପି ଗୋଦୋହନଂ କ୍ୱଚିତ୍ ॥ ୩୯॥
ହେ ଭଗବତ୍-ସ୍ବରୂପ ମୁନିବର ! ଆପଣଙ୍କର ଦର୍ଶନ ଅତ୍ୟନ୍ତ ଦୁର୍ଲଭ
ଅଟେ; କାରଣ ଯେତିକି ସମୟରେ ଗୋଟିଏ ଗାଈର ଦୋହନ କ୍ରିୟା ସମାପ୍ତ ହୋଇଥାଏ, ଆପଣ ଜଣେ ଗୃହସ୍ଥର ଦ୍ବାରଦେଶରେ ସେତିକି ସମୟ ମଧ୍ୟ ରହନ୍ତି ନାହିଁ
|
ସୂତ ଉବାଚ
ଏବମାଭାଷିତଃ ପୃଷ୍ଟଃ ସ ରାଜ୍ଞା ଶ୍ଲକ୍ଷ୍ଣୟା ଗିରା ।
ପ୍ରତ୍ୟଭାଷତ ଧର୍ମଜ୍ଞୋ ଭଗବାନ୍ ବାଦରାୟଣିଃ ॥ ୪୦॥
ସୂତ ମୁନି କହୁଛନ୍ତି – ଅତ୍ୟନ୍ତ ମଧୁର ବାଣୀରେ ରାଜା ଯେତେବେଳେ
ଏପରି ସମ୍ଭାଷଣ ଏବଂ ପ୍ରଶ୍ନ କଲେ, ସେତେବେଳେ ସମସ୍ତ
ଧର୍ମର ମର୍ମଜ୍ଞ ବ୍ୟାସନନ୍ଦନ ଭଗବାନ ଶ୍ରୀ ଶୁକଦେବ ଏପରି ଭାବରେ ତାହାର ଉତ୍ତର ଦେବାରେ ଲାଗିଲେ
|
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସକ୍ୟାମଷ୍ଟାଦଶସାହସ୍ର୍ୟାଂ
ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ଶୁକାଗମନଂ
ନାମୈକୋନବିଂଶୋଽଧ୍ୟାୟଃ ॥ ୧୯॥
॥
ଇତି ପ୍ରଥମସ୍କନ୍ଧଃ
ସମାପ୍ତଃ ॥

Comments
Post a Comment