ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ

ଦ୍ବିତୀୟ ସ୍କନ୍ଧ

ପ୍ରଥମ ଅଧ୍ୟାୟ

ଧ୍ୟାନ-ବିଧି ଏବଂ ଭଗବାନଙ୍କ ବିରାଟ ସ୍ବରୂପର ବର୍ଣ୍ଣନ

ଶ୍ରୀଶୁକ ଉବାଚ

ବରୀୟାନେଷ ତେ ପ୍ରଶ୍ନଃ କୃତୋ ଲୋକହିତଂ ନୃପ ।

ଆତ୍ମବିତ୍ସମ୍ମତଃ ପୁଂସାଂ ଶ୍ରୋତବ୍ୟାଦିଷୁ ଯଃ ପରଃ ॥ ୧॥

ଶ୍ରୀ ଶୁକଦେବ କହୁଛନ୍ତି – ହେ ପରୀକ୍ଷିତ ! ଲୋକହିତ ଉଦ୍ଦେଶ୍ୟରେ ତୁମେ ଏହି ଯେଉଁ ପ୍ରଶ୍ନ ପଚାରି ଅଛ, ତାହା ଅତି ଉତ୍ତମ ଅଟେ | ମନୁଷ୍ୟ ନିମନ୍ତେ ଯେତେ ସବୁ ବିଷୟ ଶ୍ରବଣ, ସ୍ମରଣ ଏବଂ କୀର୍ତ୍ତନ ଯୋଗ୍ୟ ଅଟେ, ତନ୍ମଧ୍ୟରେ ଏହା ସର୍ବଶ୍ରେଷ୍ଠ ଅଟେ | ଆତ୍ମଜ୍ଞାନୀ ପୁରୁଷ ଏପରି ପ୍ରଶ୍ନର ବହୁତ ଆଦର କରିଥାଆନ୍ତି |

ଶ୍ରୋତବ୍ୟାଦୀନି ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ରଶଃ ।

ଅପଶ୍ୟତାମାତ୍ମତତ୍ତ୍ୱଂ ଗୃହେଷୁ ଗୃହମେଧିନାମ୍ ॥ ୨॥

ହେ ରାଜେନ୍ଦ୍ର ! ଯେଉଁ ଗୃହସ୍ଥ ପୁରୁଷ ଗୃହର କର୍ମଜଞ୍ଜାଳରେ ଛନ୍ଦି ହୋଇ ରହିଥାଆନ୍ତି, ନିଜର ସ୍ଵରୂପକୁ ଜାଣନ୍ତି ନାହିଁ, ସେମାନଙ୍କ ପାଇଁ କହିବାକୁ-ଶୁଣିବାକୁ, ଭାବିବାକୁ-କରିବାକୁ ହଜାର ହଜାର ବିଷୟ ରହିଛି |

ନିଦ୍ରୟା ହ୍ରିୟତେ ନକ୍ତଂ ବ୍ୟବାୟେନ ଚ ବା ବୟଃ ।

ଦିବା ଚାର୍ଥେହୟା ରାଜନ୍ କୁଟୁମ୍ବଭରଣେନ ବା ॥ ୩॥

ସେମାନଙ୍କର ସମ୍ପୂର୍ଣ୍ଣ ଆୟୁ ଏହିପରି ବୃଥାରେ ହିଁ ଅତିବାହିତ ହୋଇଯାଏ – ରାତି ନିଦ୍ରାରେ ବା ସ୍ତ୍ରୀ-ସଙ୍ଗରେ ଏବଂ ଦିନ ଧନ ପାଇଁ ହାୟ-ହାୟରେ ବା କୁଟୁମ୍ବ ଭରଣ-ପୋଷଣରେ ଅତିବାହିତ ହୋଇଥାଏ |

ଦେହାପତ୍ୟକଲତ୍ରାଦିଷ୍ୱାତ୍ମସୈନ୍ୟେଷ୍ୱସତ୍ସ୍ୱପି ।

ତେଷାଂ ପ୍ରମତ୍ତୋ ନିଧନଂ ପଶ୍ୟନ୍ନପି ନ ପଶ୍ୟତି ॥ ୪॥

ସଂସାରରେ ଯେଉଁମାନଙ୍କୁ ନିଜର ଅତ୍ୟନ୍ତ ଘନିଷ୍ଠ ସମ୍ବନ୍ଧୀ କୁହାଯାଏ – ନିଜର ଶରୀର, ପୁତ୍ର, ସ୍ତ୍ରୀ ଆଦି – ସବୁ କିଛି ଅସତ୍ୟ ଅଟେ; କିନ୍ତୁ ଜୀବ ସେମାନଙ୍କ ମୋହରେ ଏପରି ପାଗଳ ହୋଇଯାଏ ଯେ ଦିନ-ରାତି ସେମାନଙ୍କୁ ମୃତ୍ୟୁର ଗ୍ରାସ ହେଉଥିବା ଦେଖି ମଧ୍ୟ ସଚେତନ ହୁଏ ନାହିଁ |

ତସ୍ମାଦ୍ଭାରତ ସର୍ୱାତ୍ମା ଭଗବାନୀଶ୍ୱରୋ ହରିଃ ।

ଶ୍ରୋତବ୍ୟଃ କୀର୍ତିତବ୍ୟଶ୍ଚ ସ୍ମର୍ତବ୍ୟଶ୍ଚେଚ୍ଛତାଭୟମ୍ ॥ ୫॥

ସେଥିପାଇଁ ହେ ପରୀକ୍ଷିତ ! ଯିଏ ଅଭୟ ପଦ ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି, ସେ ସର୍ବାତ୍ମା ସର୍ବଶକ୍ତିମାନ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ହିଁ ଶ୍ରବଣ, କୀର୍ତ୍ତନ ଓ ସ୍ମରଣ କରିବା ଉଚିତ୍ |

ଏତାବାନ୍ ସାଙ୍ଖ୍ୟଯୋଗାଭ୍ୟାଂ ସ୍ୱଧର୍ମପରିନିଷ୍ଠୟା ।

ଜନ୍ମଲାଭଃ ପରଃ ପୁଂସାମନ୍ତେ ନାରାୟଣସ୍ମୃତିଃ ॥ ୬॥

ମନୁଷ୍ୟ ଜନ୍ମର ବାସ୍ତବ କଲ୍ୟାଣ କେବଳ ଏଥିରେ ହିଁ ନିହିତ ଯେ ଜ୍ଞାନ ଦ୍ବାରା, ଭକ୍ତି ଦ୍ବାରା ଅଥବା ନିଜର ଧର୍ମ ନିଷ୍ଠା ଦ୍ବାରା ସେ ଜୀବନକୁ ଏପରି ଗଢିବ ଯଦ୍ବାରା ମୃତ୍ୟୁକାଳରେ ତାହାର ଭଗବତ୍ ସ୍ମୃତି ଅବ୍ୟାହତ ରହିବ |

ପ୍ରାୟେଣ ମୁନୟୋ ରାଜନ୍ ନିବୃତ୍ତା ବିଧିଷେଧତଃ ।

ନୈର୍ଗୁଣ୍ୟସ୍ଥା ରମନ୍ତେ ସ୍ମ ଗୁଣାନୁକଥନେ ହରେଃ ॥ ୭॥

ପରୀକ୍ଷିତ ! ଯେଉଁମାନେ ବିଧି-ନିଷେଧର ମର୍ଯ୍ୟାଦାକୁ ଲଂଘନ କରି ନିର୍ଗୁଣ ସ୍ବରୂପରେ ସ୍ଥିତ ରହିଥାଆନ୍ତି, ସେହି ବଡ ବଡ ଋଷି-ମୁନିମାନେ ମଧ୍ୟ ଭଗବାନଙ୍କର ଅନନ୍ତ କଲ୍ୟାଣମୟ ଗୁଣାବଳୀର ବର୍ଣ୍ଣନ ଶୁଣି ମୁଗ୍ଧ ହୋଇଯାଆନ୍ତି |

ଇଦଂ ଭାଗବତଂ ନାମ ପୁରାଣଂ ବ୍ରହ୍ମସମ୍ମିତମ୍ ।

ଅଧୀତବାନ୍ ଦ୍ୱାପରାଦୌ ପିତୁର୍ଦ୍ୱୈପାୟନାଦହମ୍ ॥ ୮॥

ଦ୍ବାପର ଯୁଗର ଅନ୍ତରେ ମୁଁ ନିଜ ପିତା ଶ୍ରୀକୃଷ୍ଣଦ୍ବୈପାୟନଙ୍କଠାରୁ ଏହି ଭଗବଦ୍-ରୂପ ବେଦତୁଲ୍ୟ ଶ୍ରୀମଦ୍ ଭାଗବତ ନାମକ ମହାପୁରାଣ ଅଧ୍ୟୟନ କରିଥିଲି |

ପରିନିଷ୍ଠିତୋଽପି ନୈର୍ଗୁଣ୍ୟ ଉତ୍ତମଶ୍ଲୋକଲୀଲୟା ।

ଗୃହୀତଚେତା ରାଜର୍ଷେ ଆଖ୍ୟାନଂ ଯଦଧୀତବାନ୍ ॥ ୯॥

ହେ ରାଜର୍ଷି ! ମୋର ନିର୍ଗୁଣସ୍ବରୂପ ପରମାତ୍ମାଙ୍କଠାରେ ପୂର୍ଣ୍ଣ ନିଷ୍ଠା ରହିଛି | ତଥାପି ଭଗବାନ ଶ୍ରୀକୃଷ୍ଣଙ୍କର ମଧୁର ଲୀଳାବଳୀ ସ୍ବତଃ ମୋର ହୃଦୟକୁ ତାହା ପ୍ରତି ଆକର୍ଷିତ କରିନେଲା | ସେହି କାରଣରୁ ମୁଁ ଏହି ପୁରାଣ ଅଧ୍ୟୟନ କଲି |

ତଦହଂ ତେଽଭିଧାସ୍ୟାମି ମହାପୌରୁଷିକୋ ଭବାନ୍ ।

ଯସ୍ୟ ଶ୍ରଦ୍ଦଧତାମାଶୁ ସ୍ୟାନ୍ମୁକୁନ୍ଦେ ମତିଃ ସତୀ ॥ ୧୦॥

ତୁମେ ଭଗବାନଙ୍କର ପରମ ଭକ୍ତ ଅଟ; ସେଥିପାଇଁ ମୁଁ ତୁମକୁ ଏହା ଶୁଣାଇବି | ଯେଉଁମାନଙ୍କର ଏହା ପ୍ରତି ଶ୍ରଦ୍ଧା ରହିଥାଏ, ସେମାନଙ୍କର ଶୁଦ୍ଧ ଚିତ୍ତବୃତ୍ତି ଅନନ୍ୟ ପ୍ରେମରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ଅତି ଶୀଘ୍ର ସଂଲଗ୍ନ ହୋଇଯାଏ |

ଏତନ୍ନିର୍ୱିଦ୍ୟମାନାନାମିଚ୍ଛତାମକୁତୋଭୟମ୍ ।

ଯୋଗିନାଂ ନୃପ ନିର୍ଣୀତଂ ହରେର୍ନାମାନୁକୀର୍ତନମ୍ ॥ ୧୧॥

ଯେଉଁମାନେ ଇହଲୋକ ବା ପରଲୋକର କୌଣସି ବସ୍ତୁ ପ୍ରାପ୍ତ କରିବାର ଇଚ୍ଛା ରଖିଥାଆନ୍ତି, ଅଥବା ଯେଉମାନେ ସଂସାରରେ ଦୁଃଖ ଅନୁଭବ କରୁଥିବାରୁ ତହିଁରୁ ବିରକ୍ତ ହୋଇ ନିର୍ଭୟ ମୋକ୍ଷପଦ ପ୍ରାପ୍ତ କରିବାକୁ ଇଚ୍ଛା କରୁଥାଆନ୍ତି, ସେହି ସବୁ ସାଧକମାନଙ୍କ ପାଇଁ ତଥା ଯୋଗସମ୍ପନ୍ନ ସିଦ୍ଧ ଜ୍ଞାନୀମାନଙ୍କ ପାଇଁ ମଧ୍ୟ ସମସ୍ତ ଶାସ୍ତ୍ରର ଏହି ନିର୍ଣ୍ଣୟ ଯେ ସେମାନେ ପ୍ରେମପୂର୍ବକ ଭଗବାନଙ୍କ ନାମର ସଂକୀର୍ତ୍ତନ କରନ୍ତୁ |

କିଂ ପ୍ରମତ୍ତସ୍ୟ ବହୁଭିଃ ପରୋକ୍ଷୈର୍ହାୟନୈରିହ ।

ବରଂ ମୁହୂର୍ତଂ ବିଦିତଂ ଘଟତେ ଶ୍ରେୟସେ ଯତଃ ॥ ୧୨॥

ନିଜ କଲ୍ୟାଣ ସାଧନ ପ୍ରତି ଅସାବଧାନ ରହୁଥିବା ପୁରୁଷର ଦୀର୍ଘ ଆୟୁ ମଧ୍ୟ ସେମାନଙ୍କ ଅଜାଣତରେ ବୃଥା ବ୍ୟତୀତ ହୋଇଥାଏ | ସେଥିରେ କି ଲାଭ ?  ତା ଅପେକ୍ଷା ସାବଧାନ ସହକାରେ ଜ୍ଞାନପୂର୍ବକ ବ୍ୟତୀତ ହେଉଥିବା ଘଣ୍ଟାଏ-ଦୁଇ ଘଣ୍ଟା ଶ୍ରେଷ୍ଠ ଅଟେ; କାରଣ ତଦ୍ବାରା ନିଜ କଲ୍ୟାଣ ନିମନ୍ତେ କିଛି ପ୍ରଯତ୍ନ ତ କରାଯାଇ ଥାଏ |

ଖଟ୍ୱାଙ୍ଗୋ ନାମ ରାଜର୍ଷିର୍ଜ୍ଞାତ୍ୱେୟତ୍ତାମିହାୟୁଷଃ ।

ମୁହୂର୍ତାତ୍ସର୍ୱମୁତ୍ସୃଜ୍ୟ ଗତବାନଭୟଂ ହରିମ୍ ॥ ୧୩॥

ରାଜା ଖଟ୍ଵାଙ୍ଗ ନିଜ ଆୟୁକାଳ ସମାପ୍ତ ହେବାର ସମୟ ଆଗତ ଜାଣି ଦୁଇ ଘଣ୍ଟାରେ ହିଁ ସବୁ କିଛି ତ୍ୟାଗ କରି ଭଗବାନଙ୍କର ଅଭୟ ପଦ ପ୍ରାପ୍ତ କରିନେଲେ |

ତବାପ୍ୟେତର୍ହି କୌରବ୍ୟ ସପ୍ତାହଂ ଜୀବିତାବଧିଃ ।

ଉପକଲ୍ପୟ ତତ୍ସର୍ୱଂ ତାବଦ୍ୟତ୍ସାମ୍ପରାୟିକମ୍ ॥ ୧୪॥

ହେ ପରୀକ୍ଷିତ ! ତୁମ ଜୀବନର ଅବଧି ତ ଏବେ ସାତ ଦିନ ବାକି ଅଛି | ଏହି ସମୟ ମଧ୍ୟରେ ତୁମେ ନିଜର ପରମ କଲ୍ୟାଣ ନିମନ୍ତେ ଯାହା କରିବା କଥା, ସବୁ କିଛି କରିନିଅ |

ଅନ୍ତକାଲେ ତୁ ପୁରୁଷ ଆଗତେ ଗତସାଧ୍ୱସଃ ।

ଛିନ୍ଦ୍ୟାଦସଙ୍ଗଶସ୍ତ୍ରେଣ ସ୍ପୃହାଂ ଦେହେଽନୁ ଯେ ଚ ତମ୍ ॥ ୧୫॥

ମୃତ୍ୟୁକାଳ ଆଗତ ହେବା ଦେଖି ମନୁଷ୍ୟ ବିଚଳିତ ହେବା ଉଚିତ୍ ନୁହେଁ | ବରଂ ବୈରାଗ୍ୟ ରୂପୀ ଶସ୍ତ୍ର ଦ୍ବାରା ସେ ଅତିଶୀଘ୍ର ନିଜର ଶରୀର ଏବଂ ଶରୀର-ସମ୍ବନ୍ଧୀମାନଙ୍କ ପ୍ରତି ମମତା ଛିନ୍ନ କରିଦେବା ଉଚିତ୍ |

ଗୃହାତ୍ପ୍ରବ୍ରଜିତୋ ଧୀରଃ ପୁଣ୍ୟତୀର୍ଥଜଲାପ୍ଲୁତଃ ।

ଶୁଚୌ ବିବିକ୍ତ ଆସୀନୋ ବିଧିବତ୍କଲ୍ପିତାସନେ ॥ ୧୬॥

ଧୈର୍ଯ୍ୟର ସହିତ ଘରୁ ବାହାରି ପବିତ୍ର ତୀର୍ଥ ଜଳରେ ସ୍ନାନ କରନ୍ତୁ ଏବଂ ପବିତ୍ର ତଥା ଏକାନ୍ତ ସ୍ଥାନରେ ବିଧିପୂର୍ବକ ଆସନ ଲଗାଇ ବସିଯାଆନ୍ତୁ |

ଅଭ୍ୟସେନ୍ମନସା ଶୁଦ୍ଧଂ ତ୍ରିବୃଦ୍ବ୍ରହ୍ମାକ୍ଷରଂ ପରମ୍ ।

ମନୋ ଯଚ୍ଛେଜ୍ଜିତଶ୍ୱାସୋ ବ୍ରହ୍ମବୀଜମବିସ୍ମରନ୍ ॥ ୧୭॥

ତତ୍ପଶ୍ଚାତ୍ ପରମ ପବିତ୍ର ‘ଅ ଉ ମ୍’ ଏହି ତିନି ମାତ୍ରାଯୁକ୍ତ ପ୍ରଣବର ମନେ ମନେ ଜପ କରନ୍ତୁ | ପ୍ରାଣବାୟୁକୁ ବଶୀଭୂତ କରି ମନକୁ ଦମନ କରନ୍ତୁ ଏବଂ କ୍ଷଣକ ପାଇଁ ମଧ୍ୟ ପ୍ରଣବକୁ ଭୁଲନ୍ତୁ ନାହିଁ |

ନିୟଚ୍ଛେଦ୍ୱିଷୟେଭ୍ୟୋଽକ୍ଷାନ୍ ମନସା ବୁଦ୍ଧିସାରଥିଃ ।

ମନଃ କର୍ମଭିରାକ୍ଷିପ୍ତଂ ଶୁଭାର୍ଥେ ଧାରୟେଦ୍ଧିୟା ॥ ୧୮॥

ବୁଦ୍ଧି ସାହାଯ୍ୟରେ ମନ ଦ୍ବାରା ଇନ୍ଦ୍ରିୟମାନଙ୍କୁ ସେମାନଙ୍କର ବିଷୟଠାରୁ ଦୂରେଇ ନିଅନ୍ତୁ ଏବଂ କର୍ମବାସନାରେ ଚଞ୍ଚଳ ରହିଥିବା ମନକୁ ବୁଦ୍ଧିର ବିଚାର ଦ୍ବାରା ନିୟନ୍ତ୍ରିତ କରି ତାହାକୁ ଭଗବାନଙ୍କର ମଙ୍ଗଳମୟ ରୂପରେ ସଂଲଗ୍ନ କରନ୍ତୁ |

ତତ୍ରୈକାବୟବଂ ଧ୍ୟାୟେଦବ୍ୟୁଚ୍ଛିନ୍ନେନ ଚେତସା ।

ମନୋ ନିର୍ୱିଷୟଂ ଯୁକ୍ତ୍ୱା ତତଃ କିଞ୍ଚନ ନ ସ୍ମରେତ୍ ।

ପଦଂ ତତ୍ପରମଂ ବିଷ୍ଣୋର୍ମନୋ ଯତ୍ର ପ୍ରସୀଦତି ॥ ୧୯॥

ସ୍ଥିର ଚିତ୍ତରେ ଭଗବାନଙ୍କ ଶ୍ରୀବିଗ୍ରହର ଯେ କୌଣସି ଗୋଟିଏ ଅଙ୍ଗର ଧ୍ୟାନ କରନ୍ତୁ | ଏହିପରି ଭାବରେ ଗୋଟିଏ ଗୋଟିଏ ଅଙ୍ଗର ଧ୍ୟାନ କରି କରି ବିଷୟ-ବାସନାରହିତ ମନକୁ ପୂର୍ଣ୍ଣତଃ ଭଗବାନଙ୍କ ସହିତ ଏପରି ତଲ୍ଲୀନ କରିଦିଅନ୍ତୁ ଯେପରି କି ମନ ଅନ୍ୟ କୌଣସି ବିଷୟର ଚିନ୍ତନ କରିବ ନାହିଁ | ତାହା ହିଁ ଭଗବାନ ବିଷ୍ଣୁଙ୍କର ପରମ ପଦ ଅଟେ, ଯାହାକୁ ପ୍ରାପ୍ତ କରି ମନ ଭଗବତ୍-ପ୍ରେମରୂପୀ ଆନନ୍ଦରେ ବିଭୋର ହୋଇଯାଏ |

ରଜସ୍ତମୋଭ୍ୟାମାକ୍ଷିପ୍ତଂ ବିମୂଢଂ ମନ ଆତ୍ମନଃ ।

ଯଚ୍ଛେଦ୍ଧାରଣୟା ଧୀରୋ ହନ୍ତି ଯା ତତ୍କୃତଂ ମଲମ୍ ॥ ୨୦॥

ଭଗବାନଙ୍କର ଧ୍ୟାନ କରୁଥିବା ସମୟରେ ମନ ଯଦି ରଜୋଗୁଣରେ ବିକ୍ଷିପ୍ତ ହୋଇଯାଏ ବା ତମୋଗୁଣରେ ଅଜ୍ଞାନଯୁକ୍ତ ହୋଇଯାଏ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ | ଧୈର୍ଯ୍ୟର ସହିତ ଯୋଗଧାରଣା ଦ୍ବାରା ତାହାକୁ ନିୟନ୍ତ୍ରଣାଧୀନ କରନ୍ତୁ; ଧାରଣା ଉକ୍ତ ଦୁଇଟି ଗୁଣର ଦୋଷକୁ ନଷ୍ଟ କରି ଦେଇଥାଏ |

ଯସ୍ୟାଂ ସନ୍ଧାର୍ୟମାଣାୟାଂ ଯୋଗିନୋ ଭକ୍ତିଲକ୍ଷଣଃ ।

ଆଶୁ ସମ୍ପଦ୍ୟତେ ଯୋଗ ଆଶ୍ରୟଂ ଭଦ୍ରମୀକ୍ଷତଃ ॥ ୨୧॥

ଧାରଣା ସ୍ଥିର ହୋଇଯିବା ପରେ ଯୋଗୀ ଯେତେବେଳେ ଧ୍ୟାନରେ ନିଜର ପରମ ମଙ୍ଗଳମୟ ଆଶ୍ରୟ ଭଗବାନଙ୍କୁ ଦେଖିଥାଏ, ସେ ଭକ୍ତିଯୋଗରେ ସ୍ଥିତ ହୋଇଯାଏ |

ରାଜୋବାଚ

ଯଥା ସନ୍ଧାର୍ୟତେ ବ୍ରହ୍ମନ୍ ଧାରଣା ଯତ୍ର ସମ୍ମତା ।

ଯାଦୃଶୀ ବା ହରେଦାଶୁ ପୁରୁଷସ୍ୟ ମନୋମଲମ୍ ॥ ୨୨॥

ପରୀକ୍ଷିତ ପଚାରିଲେ – ହେ ବ୍ରହ୍ମନ୍ ! ଧାରଣା କେଉଁ ସାଧନ ବଳରେ, କେଉଁ ବସ୍ତୁରେ, କିପରି ଭାବରେ କରାଯାଇ ଥାଏ ? ଏହାର ସ୍ବରୂପ କିପରି ଅଟେ, ଯାହା ଅତି ଶୀଘ୍ର ମନୁଷ୍ୟ ମନର ସବୁ ମଳୀନତାକୁ ସମ୍ପୂର୍ଣ୍ଣ ଭାବରେ ନାଶ କରିଦିଏ ?

ଶ୍ରୀଶୁକ ଉବାଚ

ଜିତାସନୋ ଜିତଶ୍ୱାସୋ ଜିତସଙ୍ଗୋ ଜିତେନ୍ଦ୍ରିୟଃ ।

ସ୍ଥୂଲେ ଭଗବତୋ ରୂପେ ମନଃ ସନ୍ଧାରୟେଦ୍ଧିୟା ॥ ୨୩॥

ଶ୍ରୀ ଶୁକଦେବ କହିଲେ – ହେ ପରୀକ୍ଷିତ ! ଆସନ, ଶ୍ବାସ, ଆସକ୍ତି ଏବଂ ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ ପ୍ରାପ୍ତ କରି ବୁଦ୍ଧି ଦ୍ବାରା ମନକୁ ଭଗବାନଙ୍କର ସ୍ଥୁଳ ରୂପରେ ସଂଲଗ୍ନ କରିବା ଆବଶ୍ୟକ |

ବିଶେଷସ୍ତସ୍ୟ ଦେହୋଽୟଂ ସ୍ଥବିଷ୍ଠଶ୍ଚ ସ୍ଥବୀୟସାମ୍ ।

ଯତ୍ରେଦଂ ଦୃଶ୍ୟତେ ବିଶ୍ୱଂ ଭୂତଂ ଭବ୍ୟଂ ଭବଚ୍ଚ ସତ୍ ॥ ୨୪॥

ଏହି କାର୍ଯ୍ୟରୂପ ସମ୍ପୂର୍ଣ୍ଣ ବିଶ୍ବ ଯାହା କେବେ ଥିଲା, ଅଛି ଏବଂ ରହିବ - ସେହି ସବୁକିଛି ଯହିଁରେ ଦୃଶ୍ୟ, ତାହା ଭଗବାନଙ୍କର ସ୍ଥୁଳ-ଠାରୁ-ଅତି ସ୍ଥୁଳ ବିରାଟ ଶରୀର ଅଟେ |

ଆଣ୍ଡକୋଶେ ଶରୀରେଽସ୍ମିନ୍ ସପ୍ତାବରଣସଂୟୁତେ ।

ବୈରାଜଃ ପୁରୁଷୋ ଯୋଽସୌ ଭଗବାନ୍ ଧାରଣାଶ୍ରୟଃ ॥ ୨୫॥

ଜଳ, ଅଗ୍ନି, ବାୟୁ, ଆକାଶ, ଅହଂକାର, ମହତ୍ତତ୍ତ୍ବ ଏବଂ ପ୍ରକୃତି – ଏହି ସାତଟି ଆବରଣରେ ପରିବେଷ୍ଟିତ ଏହି ବ୍ରହ୍ମାଣ୍ଡ-ଶରୀରରେ ଯେଉଁ ବିରାଟ ପୁରୁଷ ଭଗବାନ ଅଛନ୍ତି, ସେ ହିଁ ଧାରଣାର ଆଶ୍ରୟ ଅଟନ୍ତି, ତାଙ୍କର ଧାରଣା କରାଯାଇ ଥାଏ |

ପାତାଲମେତସ୍ୟ ହି ପାଦମୂଲଂ

ପଠନ୍ତି ପାର୍ଷ୍ଣିପ୍ରପଦେ ରସାତଲମ୍ ।

ମହାତଲଂ ବିଶ୍ୱସୃଜୋଽଥ ଗୁଲ୍ଫୌ

ତଲାତଲଂ ବୈ ପୁରୁଷସ୍ୟ ଜଙ୍ଘେ ॥ ୨୬॥

ତତ୍ତ୍ବଜ୍ଞ ପୁରୁଷ ଏହିପରି ଭାବରେ ତାଙ୍କର ବର୍ଣ୍ଣନା କରିଥାଆନ୍ତି – ପାତାଳ ସେହି ବିରାଟ ପୁରୁଷଙ୍କର ପାଦ ଅଟେ, ତାଙ୍କର ପାଦ ଗୋଇଠି ଏବଂ ପଂଝା ରସାତଳ ଅଟେ, ଗୋଇଠି ଉପରର ଦୁଇ ଗଣ୍ଠି ମହାତଳ ଏବଂ ତା’ ଉପରେ ଥିବା ପିଣ୍ଡ ତଳାତଳ ଅଟେ |

ଦ୍ୱେ ଜାନୁନୀ ସୁତଲଂ ବିଶ୍ୱମୂର୍ତେ-

ରୂରୁଦ୍ୱୟଂ ବିତଲଂ ଚାତଲଂ ଚ ।

ମହୀତଲଂ ତଜ୍ଜଘନଂ ମହୀପତେ

ନଭସ୍ତଲଂ ନାଭିସରୋ ଗୃଣନ୍ତି ॥ ୨୭॥

ହେ ପରୀକ୍ଷିତ ! ବିଶ୍ବମୂର୍ତ୍ତି ଭଗବାନଙ୍କର ଦୁଇ ଆଣ୍ଠୁ ସୁତଳ ଅଟନ୍ତି, ଜଂଘ ବିତଳ ଏବଂ ଅତଳ ଅଟନ୍ତି, ଏବଂ ତାଙ୍କର ନିତମ୍ବ ଭୂଲୋକ ଅଟେ | ତାଙ୍କର ନାଭିରୂପ ସରୋବରକୁ ହିଁ ଆକାଶ କୁହାଯାଏ |

ଉରଃସ୍ଥଲଂ ଜ୍ୟୋତିରନୀକମସ୍ୟ

ଗ୍ରୀବା ମହର୍ୱଦନଂ ବୈ ଜନୋଽସ୍ୟ ।

ତପୋ ରରାଟୀଂ ବିଦୁରାଦିପୁଂସଃ

ସତ୍ୟଂ ତୁ ଶୀର୍ଷାଣି ସହସ୍ରଶୀର୍ଷ୍ଣଃ ॥ ୨୮॥

ଆଦିପୁରୁଷ ପରମାତ୍ମାଙ୍କର ବକ୍ଷସ୍ଥଳକୁ ସ୍ବର୍ଗଲୋକ, ଗଳାକୁ ମହର୍ଲୋକ, ମୁଖକୁ ଜନଲୋକ, ଏବଂ ଲଲାଟକୁ ତପୋଲୋକ କୁହାଯାଏ | ସହସ୍ର ସିରଯୁକ୍ତ ସେହି ଭଗବାନଙ୍କର ମସ୍ତକସମୂହ ହିଁ ସତ୍ୟଲୋକ ଅଟେ |

ଇନ୍ଦ୍ରାଦୟୋ ବାହବ ଆହୁରୁସ୍ରାଃ

କର୍ଣୌ ଦିଶଃ ଶ୍ରୋତ୍ରମମୁଷ୍ୟ ଶବ୍ଦଃ ।

ନାସତ୍ୟଦସ୍ରୌ ପରମସ୍ୟ ନାସେ

ଘ୍ରାଣୋଽସ୍ୟ ଗନ୍ଧୋ ମୁଖମଗ୍ନିରିଦ୍ଧଃ ॥ ୨୯॥

ଇନ୍ଦ୍ର ଆଦି ଦେବତା ତାଙ୍କର ଭୁଜ ଅଟନ୍ତି, ଦିଗ କର୍ଣ୍ଣ ଏବଂ ଶବ୍ଦ ଶ୍ରବଣେନ୍ଦ୍ରିୟ ଅଟେ | ଅଶ୍ବିନୀକୁମାର ଦ୍ବୟ ତାଙ୍କ ନାସିକାର ଛିଦ୍ର ଅଟନ୍ତି, ଗନ୍ଧ ଘ୍ରାଣେନ୍ଦ୍ରିୟ, ଏବଂ ପ୍ରଜ୍ବଳିତ ଅଗ୍ନି ତାଙ୍କର ମୁଖ ଅଟେ |

ଦ୍ୟୌରକ୍ଷିଣୀ ଚକ୍ଷୁରଭୂତ୍ପତଙ୍ଗଃ

ପକ୍ଷ୍ମାଣି ବିଷ୍ଣୋରହନୀ ଉଭେ ଚ ।

ତଦ୍ଭ୍ରୂବିଜୃମ୍ଭଃ ପରମେଷ୍ଠିଧିଷ୍ଣ୍ୟ-

ମାପୋଽସ୍ୟ ତାଲୂ ରସ ଏବ ଜିହ୍ୱା ॥ ୩୦॥

ଭଗବାନ ବିଷ୍ଣୁଙ୍କର ନେତ୍ର ଅନ୍ତରୀକ୍ଷ, ତହିଁରେ ଦର୍ଶନ ଶକ୍ତି ସୂର୍ଯ୍ୟ, ଦୁଇ ପଲକ ରାତି ଏବଂ ଦିନ ଅଟନ୍ତି | ତାଙ୍କର ଭ୍ରୁଲତା ବ୍ରହ୍ମଲୋକ ଅଟେ | ତାଳୁକା ଜଳ ଏବଂ ଜିହ୍ବା ରସ ଅଟେ |

ଛନ୍ଦାଂସ୍ୟନନ୍ତସ୍ୟ ଶିରୋ ଗୃଣନ୍ତି

ଦଂଷ୍ଟ୍ରା ଯମଃ ସ୍ନେହକଲା ଦ୍ୱିଜାନି ।

ହାସୋ ଜନୋନ୍ମାଦକରୀ ଚ ମାୟା

ଦୁରନ୍ତସର୍ଗୋ ଯଦପାଙ୍ଗମୋକ୍ଷଃ ॥ ୩୧॥

ବେଦକୁ ଭଗବାନଙ୍କର ବ୍ରହ୍ମରନ୍ଧ୍ର କୁହାଯାଏ | ଯମ ତାଙ୍କର ମାଢି, ସବୁ ପ୍ରକାରର ସ୍ନେହ ତାଙ୍କର ଦାନ୍ତ ଏବଂ ତାଙ୍କର ଜଗନ୍ମୋହିନୀ ମାୟା ହିଁ ତାଙ୍କର ସ୍ମିତହାସ୍ୟ ଅଟେ | ଏହି ଅନନ୍ତ ସୃଷ୍ଟି ସେହି ମାୟାର କଟାକ୍ଷ-ବିକ୍ଷେପ ଅଟେ |

ବ୍ରୀଡୋତ୍ତରୋଷ୍ଠୋଽଧର ଏବ ଲୋଭୋ

ଧର୍ମଃ ସ୍ତନୋଽଧର୍ମପଥୋଽସ୍ୟ ପୃଷ୍ଠମ୍ ।

କସ୍ତସ୍ୟ ମେଢ୍ରଂ ବୃଷଣୌ ଚ ମିତ୍ରୌ

କୁକ୍ଷିଃ ସମୁଦ୍ରା ଗିରୟୋଽସ୍ଥିସଙ୍ଘାଃ ॥ ୩୨॥

ଉପର ଓଠ ଲଜ୍ଜା, ତଳ ଓଠ ଲୋଭ ଅଟେ | ସ୍ତନ ଧର୍ମ ଏବଂ ପିଠି ଅଧର୍ମ ଅଟେ | ପ୍ରଜାପତି ତାଙ୍କର ମୂତ୍ରେନ୍ଦ୍ରିୟ, ମିତ୍ରାବରୁଣ ଅଣ୍ଡକୋଶ, ସମୁଦ୍ର ତାଙ୍କର କୋଳ ଏବଂ ବଡ ବଡ ପର୍ବତ ତାଙ୍କର ଅସ୍ଥି ଅଟନ୍ତି |

ନଦ୍ୟୋଽସ୍ୟ ନାଡ୍ୟୋଽଥ ତନୂରୁହାଣି

ମହୀରୁହା ବିଶ୍ୱତନୋର୍ନୃପେନ୍ଦ୍ର ।

ଅନନ୍ତବୀର୍ୟଃ ଶ୍ୱସିତଂ ମାତରିଶ୍ୱା

ଗତିର୍ୱୟଃ କର୍ମ ଗୁଣପ୍ରବାହଃ ॥ ୩୩॥

ହେ ରାଜନ୍ ! ବିଶ୍ବମୂର୍ତ୍ତି ବିରାଟ ପୁରୁଷଙ୍କର ଶିରା-ପ୍ରଶିରା ନଦୀ, ତାଙ୍କର ରୋମ ବୃକ୍ଷ, ପରମ ପ୍ରବଳ ବାୟୁ ଶ୍ବାସ, କାଳ ତାଙ୍କର ଗତି ଏବଂ ଗୁଣମାନଙ୍କର ଚଳମାନ ଚକ୍ର ତାଙ୍କର କର୍ମ ଅଟେ |

ଈଶସ୍ୟ କେଶାନ୍ ବିଦୁରମ୍ବୁବାହାନ୍

ବାସସ୍ତୁ ସନ୍ଧ୍ୟାଂ କୁରୁବର୍ୟ ଭୂମ୍ନଃ ।

ଅବ୍ୟକ୍ତମାହୁର୍ହୃଦୟଂ ମନଶ୍ଚ

ସଚନ୍ଦ୍ରମାଃ ସର୍ୱବିକାରକୋଶଃ ॥ ୩୪॥

ହେ ପରୀକ୍ଷିତ ! ବାଦଲ ତାଙ୍କର କେଶ ଅଟେ ଏବଂ ସନ୍ଧ୍ୟା ତାଙ୍କର ବସ୍ତ୍ର ଅଟେ | ମହାତ୍ମାମାନେ ଅବ୍ୟକ୍ତ (ମୂଳ ପ୍ରକୃତି) କୁ ତାଙ୍କର ହୃଦୟ ଏବଂ ଚନ୍ଦ୍ରମାକୁ ସମସ୍ତ ବିକାରର ଭଣ୍ଡାର ମନ କହନ୍ତି |

ବିଜ୍ଞାନଶକ୍ତିଂ ମହିମାମନନ୍ତି

ସର୍ୱାତ୍ମନୋଽନ୍ତଃକରଣଂ ଗିରିତ୍ରମ୍ ।

ଅଶ୍ୱାଶ୍ୱତର୍ୟୁଷ୍ଟ୍ରଗଜା ନଖାନି

ସର୍ୱେ ମୃଗାଃ ପଶବଃ ଶ୍ରୋଣିଦେଶେ ॥ ୩୫॥

ମହତ୍ ତତ୍ତ୍ବକୁ ସର୍ବାତ୍ମା ଭଗବାନଙ୍କର ଚିତ୍ତ କହନ୍ତି ଏବଂ ରୁଦ୍ରଙ୍କୁ ତାଙ୍କର ଅହଂକାର କହିଥାଆନ୍ତି | ଘୋଡା, ଓଟ, ହାତୀ ଆଦି ଖେଚର ତାଙ୍କର ନଖ ଅଟନ୍ତି | ବନବାସୀ ସବୁ ମୃଗ ଏବଂ ପଶୁ ତାଙ୍କର କଟିଦେଶରେ ସ୍ଥିତ ଅଟନ୍ତି |

ବୟାଂସି ତଦ୍ୱ୍ୟାକରଣଂ ବିଚିତ୍ରଂ

ମନୁର୍ମନୀଷା ମନୁଜୋ ନିବାସଃ ।

ଗନ୍ଧର୍ୱବିଦ୍ୟାଧରଚାରଣାପ୍ସରଃ

ସ୍ୱରସ୍ମୃତୀରସୁରାନୀକବୀର୍ୟଃ ॥ ୩୬॥

ଭିନ୍ନ ଭିନ୍ନ ପ୍ରକାରର ପକ୍ଷୀ ତାଙ୍କର ଅଦ୍ଭୁତ ରଚନା-କୌଶଳ ଅଟନ୍ତି | ସ୍ବାୟମ୍ଭୂବ ମନୁ ତାଙ୍କର ବୁଦ୍ଧି ଏବଂ ମନୁଙ୍କର ସନ୍ତାନ ମନୁଷ୍ୟ ତାଙ୍କର ନିବାସ-ସ୍ଥାନ ଅଟନ୍ତି | ଗନ୍ଧର୍ବ, ବିଦ୍ୟାଧର, ଚାରଣ, ଏବଂ ଅପସରା ଆଦି ତାଙ୍କର ସ୍ବରମାନଙ୍କର ସ୍ମୃତି ଅଟନ୍ତି | ଦୈତ୍ୟ ତାଙ୍କର ବୀର୍ଯ୍ୟ ଅଟନ୍ତି |  

ବ୍ରହ୍ମାଽଽନନଂ କ୍ଷତ୍ରଭୁଜୋ ମହାତ୍ମା

ବିଡୂରୁରଙ୍ଘ୍ରିଶ୍ରିତକୃଷ୍ଣବର୍ଣଃ ।

ନାନାଭିଧାଭୀଜ୍ୟଗଣୋପପନ୍ନୋ

ଦ୍ରବ୍ୟାତ୍ମକଃ କର୍ମ ବିତାନୟୋଗଃ ॥ ୩୭॥

ସେହି ବିରାଟ ପୁରୁଷଙ୍କର ମୁଖ ବ୍ରାହ୍ମଣ, ଭୁଜ କ୍ଷତ୍ରିୟ, ଜଂଘ ବୈଶ୍ୟ ଏବଂ ଚରଣ ଶୂଦ୍ର ଅଟନ୍ତି | ବିବିଧ ଦେବତାମାନଙ୍କ ନାମରେ ଯେଉଁ ବଡ ବଡ ଦ୍ରବ୍ୟମୟ ଯଜ୍ଞର ଅନୁଷ୍ଠାନ କରାଯାଇ ଥାଏ, ତାହା ତାଙ୍କର କର୍ମ ଅଟେ |

ଇୟାନସାବୀଶ୍ୱରବିଗ୍ରହସ୍ୟ

ଯଃ ସନ୍ନିବେଶଃ କଥିତୋ ମୟା ତେ ।

ସନ୍ଧାର୍ୟତେଽସ୍ମିନ୍ ବପୁଷି ସ୍ଥବିଷ୍ଠେ

ମନଃ ସ୍ୱବୁଦ୍ଧ୍ୟା ନ ଯତୋଽସ୍ତି କିଞ୍ଚିତ୍ ॥ ୩୮॥

ହେ ପରୀକ୍ଷିତ ! ଯାହାସବୁ ମୁଁ ତୁମକୁ ଶୁଣାଇଲି, ତାହା ବିରାଟ ଭଗବାନଙ୍କର ସ୍ଥୁଳଶରୀରର ସ୍ବରୂପ ଅଟେ | ମୁମୁକ୍ଷୁ ପୁରୁଷ ବୁଦ୍ଧି ଦ୍ବାରା ମନକୁ ଏଥିରେ ସ୍ଥିର ରଖନ୍ତି, କାରଣ ଏହାଠାରୁ ପୃଥକ ଅନ୍ୟ କୌଣସି ବସ୍ତୁ ନାହିଁ |

ସ ସର୍ୱଧୀବୃତ୍ତ୍ୟନୁଭୂତସର୍ୱ

ଆତ୍ମା ଯଥା ସ୍ୱପ୍ନଜନେକ୍ଷିତୈକଃ ।

ତଂ ସତ୍ୟମାନନ୍ଦନିଧିଂ ଭଜେତ

ନାନ୍ୟତ୍ର ସଜ୍ଜେଦ୍ୟତ ଆତ୍ମପାତଃ ॥ ୩୯॥

ସ୍ବପ୍ନାବସ୍ଥାରେ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ଯେପରି ନିଜକୁ ବିବିଧ ପଦାର୍ଥ ରୂପରେ ଦେଖୁଥାଏ, ସେହିପରି ସମସ୍ତଙ୍କର ବୁଦ୍ଧି-ବୃତ୍ତି ଦ୍ବାରା ସବୁକିଛି ଅନୁଭବ କରୁଥିବା ସର୍ବାନ୍ତର୍ଯ୍ୟାମୀ ପରମାତ୍ମା ମଧ୍ୟ ଏକ ଅଟନ୍ତି | ସେହି ସତ୍ୟସ୍ବରୂପ ଆନନ୍ଦନିଧି ଭଗବାନଙ୍କର ହିଁ ଭଜନ କରିବା ଆବଶ୍ୟକ | ଅନ୍ୟ କୌଣସି ବି ବସ୍ତୁରେ ଆସକ୍ତି କରିବା ଅନୁଚିତ୍, କାରଣ ସେହି ଆସକ୍ତି ଜୀବର ଅଧଃପତନର ହେତୁ ହୋଇଥାଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ହଂସ୍ୟାଂ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱିତୀୟସ୍କନ୍ଧେ ମହାପୁରୁଷସଂସ୍ଥାନୁବର୍ଣନେ ପ୍ରଥମୋଽଧ୍ୟାୟଃ ॥ ୧॥ 

Comments

Popular posts from this blog