ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ଚତୁର୍ବିଂଶ ଅଧ୍ୟାୟ
ଭଗବାନଙ୍କର ମତ୍ସ୍ୟାବତାର କଥା
ରାଜୋବାଚ
ଭଗବନ୍
ଶ୍ରୋତୁମିଚ୍ଛାମି ହରେରଦ୍ଭୁତକର୍ମଣଃ ।
ଅବତାରକଥାମାଦ୍ୟାଂ
ମାୟାମତ୍ସ୍ୟବିଡମ୍ବନମ୍ ॥ ୧॥
ରାଜା ପରୀକ୍ଷିତ
ପଚାରିଲେ – ଭଗବାନଙ୍କର କର୍ମ ଅତ୍ୟନ୍ତ ଅଦ୍ଭୁତ ଅଟେ | ଥରେ ସେ ନିଜ ଯୋଗମାୟା ବଳରେ
ମତ୍ସ୍ୟାବତାର ଧାରଣ କରି ଅତି ସୁନ୍ଦର ଲୀଳା କରିଥିଲେ, ମୁଁ ତାଙ୍କର ସେହି ଆଦି-ଅବତାରର କଥା
ଶୁଣିବାକୁ ଇଚ୍ଛା କରୁଛି |
ଯଦର୍ଥମଦଧାଦ୍ରୂପଂ
ମାତ୍ସ୍ୟଂ ଲୋକଜୁଗୁପ୍ସିତମ୍ ।
ତମଃପ୍ରକୃତିଦୁର୍ମର୍ଷଂ
କର୍ମଗ୍ରସ୍ତ ଇବେଶ୍ୱରଃ ॥ ୨॥
ଭଗବନ୍ ! ଏକରେ ତ
ମତ୍ସ୍ୟଯୋନି ଲୋକନିନ୍ଦିତ ଅଟେ, ଦୁଇରେ ତମୋଗୁଣ
ଏବଂ ଅସହ୍ୟ ପରତନ୍ତ୍ରତାରେ ଯୁକ୍ତ ମଧ୍ୟ ଅଟେ | ସର୍ବଶକ୍ତିମାନ ହୋଇଥିଲେ ବି କର୍ମବନ୍ଧନରେ
ବାନ୍ଧି ହୋଇଥିବା ଜୀବ ପରି ଭଗବାନ ଏହି ମତ୍ସ୍ୟରୂପ କାହିଁକି ଧାରଣ କଲେ ?
ଏତନ୍ନୋ ଭଗବନ୍
ସର୍ୱଂ ଯଥାବଦ୍ୱକ୍ତୁମର୍ହସି ।
ଉତ୍ତମଶ୍ଲୋକଚରିତଂ
ସର୍ୱଲୋକସୁଖାବହମ୍ ॥ ୩॥
ଭଗବନ୍ !
ମହାତ୍ମାମାନଙ୍କ ଦ୍ବାରା କୀର୍ତ୍ତନୀୟ ଭଗବାନଙ୍କର ଚରିତ ସମସ୍ତ ପ୍ରାଣୀଙ୍କୁ ସୁଖ ପ୍ରଦାନ
କରିଥାଏ | ଆପଣ କୃପା କରି ସେହି ସବୁ ଲୀଳା-ଚରିତ ମୋ ସମ୍ମୁଖରେ ପୂର୍ଣ୍ଣରୂପରେ ବର୍ଣ୍ଣନା
କରନ୍ତୁ |
ସୂତ ଉବାଚ
ଇତ୍ୟୁକ୍ତୋ
ବିଷ୍ଣୁରାତେନ ଭଗବାନ୍ ବାଦରାୟଣିଃ ।
ଉବାଚ ଚରିତଂ
ବିଷ୍ଣୋର୍ମତ୍ସ୍ୟରୂପେଣ ଯତ୍କୃତମ୍ ॥ ୪॥
ଶ୍ରୀସୂତ ମୁନି
କହୁଛନ୍ତି – ହେ ଶୌନକାଦି ଋଷିଗଣ ! ଶ୍ରୀଶୁକଦେବ ମୁନିଙ୍କୁ ରାଜା ପରୀକ୍ଷିତ ଯେତେବେଳେ ଏପରି
ପ୍ରଶ୍ନ କଲେ, ସେତେବେଳେ ସେହି ମୁନିବର
ବିଷ୍ଣୁଭଗବାନଙ୍କର ସେହିସବୁ ଚରିତର ବର୍ଣ୍ଣନା କଲେ, ଯାହା ସେ
ମତ୍ସ୍ୟାବତାର ଧାରଣ କରି କରିଥିଲେ |
ଶ୍ରୀଶୁକ ଉବାଚ
ଗୋବିପ୍ରସୁରସାଧୂନାଂ
ଛନ୍ଦସାମପି ଚେଶ୍ୱରଃ ।
ରକ୍ଷାମିଚ୍ଛଂସ୍ତନୂର୍ଧତ୍ତେ
ଧର୍ମସ୍ୟାର୍ଥସ୍ୟ ଚୈବ ହି ॥ ୫॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଏମିତି ଦେଖିବାକୁ ଗଲେ ତ ଭଗବାନ ସମସ୍ତ ଲୋକର ଏକମାତ୍ର ପ୍ରଭୁ
ଅଟନ୍ତି; ତଥାପି ଗୋ, ବ୍ରାହ୍ମଣ, ଦେବତା, ସାଧୁ, ବେଦ, ଧର୍ମ ଏବଂ ଅର୍ଥର
ରକ୍ଷା ନିମନ୍ତେ ସେ ନାନା ଶରୀର ଧାରଣ କରିଥାଆନ୍ତି |
ଉଚ୍ଚାବଚେଷୁ
ଭୂତେଷୁ ଚରନ୍ ବାୟୁରିବେଶ୍ୱରଃ ।
ନୋଚ୍ଚାବଚତ୍ୱଂ
ଭଜତେ ନିର୍ଗୁଣତ୍ୱାଦ୍ଧିୟୋ ଗୁଣୈଃ ॥ ୬॥
ବାୟୁ ପରି ସେହି
ସର୍ବଶକ୍ତିମାନ ପ୍ରଭୁ ଉଚ୍ଚ-ନୀଚ, ଛୋଟ-ବଡ ସବୁ
ପ୍ରାଣୀଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀରୂପରେ ରହି ଲୀଳା କରନ୍ତି | କିନ୍ତୁ ସେହିସବୁ
ପ୍ରାଣୀମାନଙ୍କର ବୁଦ୍ଧିଗତ ଗୁଣ ଯୋଗୁଁ ସେ ଛୋଟ-ବଡ ବା ଉଚ୍ଚ-ନୀଚ ହୋଇଯାଆନ୍ତି ନାହିଁ | କାରଣ
ବାସ୍ତବରେ ସେ ସମସ୍ତ ପ୍ରାକୃତ-ଗୁଣ-ରହିତ ନିର୍ଗୁଣ ଅଟନ୍ତି |
ଆସୀଦତୀତକଲ୍ପାନ୍ତେ
ବ୍ରାହ୍ମୋ ନୈମିତ୍ତିକୋ ଲୟଃ ।
ସମୁଦ୍ରୋପପ୍ଲୁତାସ୍ତତ୍ର
ଲୋକା ଭୂରାଦୟୋ ନୃପ ॥ ୭॥
ପରୀକ୍ଷିତ ! ପୂର୍ବ
କଳ୍ପର ଅନ୍ତରେ ବ୍ରହ୍ମାଜୀ ଶୟନ କରିଥିବା କାରଣରୁ ବ୍ରାହ୍ମ ନାମକ ନୈମିତ୍ତିକ ପ୍ରଳୟ ହୋଇଥିଲା
| ଭୂଲୋକ ଆଦି ସମସ୍ତ ଲୋକ ସମୁଦ୍ରରେ ଡୁବିଗଲା |
କାଲେନାଗତନିଦ୍ରସ୍ୟ
ଧାତୁଃ ଶିଶୟିଷୋର୍ବଲୀ ।
ମୁଖତୋ ନିଃସୃତାନ୍
ବେଦାନ୍ ହୟଗ୍ରୀବୋଽନ୍ତିକେଽହରତ୍ ॥ ୮॥
ପ୍ରଳୟ କାଳ ଆଗତ
ହେବା କାରଣରୁ ବ୍ରହ୍ମା ନିଦ୍ରାର ବଶୀଭୂତ ହୋଇ ଶୋଇବାକୁ ଇଚ୍ଛା କରୁଥିଲେ | ସେହି ସମୟରେ ତାଙ୍କ
ମୁଖରୁ ବେଦମାନେ ବାହାରି ଆସିଲେ ଏବଂ ହୟଗ୍ରୀବ ନାମକ ମହାବଳୀ ଦୈତ୍ୟ ଯୋଗବଳରେ ସେମାନଙ୍କୁ
ଚୋରାଇ ନେଇଗଲା |
ଜ୍ଞାତ୍ୱା
ତଦ୍ଦାନବେନ୍ଦ୍ରସ୍ୟ ହୟଗ୍ରୀବସ୍ୟ ଚେଷ୍ଟିତମ୍ ।
ଦଧାର ଶଫରୀରୂପଂ
ଭଗବାନ୍ ହରିରୀଶ୍ୱରଃ ॥ ୯॥
ଦାନବରାଜ ହୟଗ୍ରୀବର
ସେହି ଅପଚେଷ୍ଟା ବିଷୟରେ ଜାଣି ପାରି ସର୍ବଶକ୍ତିମାନ ଭଗବାନ ଶ୍ରୀହରି ମତ୍ସ୍ୟାବତାର ଗ୍ରହଣ କଲେ
|
ତତ୍ର ରାଜଋଷିଃ
କଶ୍ଚିନ୍ନାମ୍ନା ସତ୍ୟବ୍ରତୋ ମହାନ୍ ।
ନାରାୟଣପରୋଽତପ୍ୟତ୍ତପଃ
ସ ସଲିଲାଶନଃ ॥ ୧୦॥
ପରୀକ୍ଷିତ ! ସେହି
ସମୟରେ ସତ୍ୟବ୍ରତ ନାମକ ଜଣେ ଅତ୍ୟନ୍ତ ଉଦାର ଏବଂ ଭଗବତ୍-ପରାୟଣ ରାଜର୍ଷି କେବଳ ଜଳ ପାନ କରି
ତପସ୍ୟା କରୁଥିଲେ |
ଯୋଽସାବସ୍ମିନ୍
ମହାକଲ୍ପେ ତନୟଃ ସ ବିବସ୍ୱତଃ ।
ଶ୍ରାଦ୍ଧଦେବ ଇତି
ଖ୍ୟାତୋ ମନୁତ୍ୱେ ହରିଣାର୍ପିତଃ ॥ ୧୧॥
ସେହି ସତ୍ୟବ୍ରତ
ବର୍ତ୍ତମାନ ମହାକଳ୍ପରେ ବିବସ୍ବାନ୍ (ସୂର୍ଯ୍ୟ) ଙ୍କର ପୁତ୍ର ଶ୍ରାଦ୍ଧଦେବ ନାମରେ ପ୍ରଖ୍ୟାତ
ହେଲେ ଏବଂ ଭଗବାନ ତାଙ୍କୁ ବୈବସ୍ବତ ମନୁ ଭାବରେ ଅଧିଷ୍ଠିତ କଲେ |
ଏକଦା କୃତମାଲାୟାଂ
କୁର୍ୱତୋ ଜଲତର୍ପଣମ୍ ।
ତସ୍ୟାଞ୍ଜଲ୍ୟୁଦକେ
କାଚିଚ୍ଛଫର୍ୟେକାଭ୍ୟପଦ୍ୟତ ॥ ୧୨॥
ଦିନେ ସେହି
ରାଜର୍ଷି କୃତମାଳା ନଦୀ-ଜଳରେ ତର୍ପଣ କରୁଥିବା ସମୟରେ ତାଙ୍କ ଅଞ୍ଜଳିରେ ଛୋଟ ଏକ ମାଛ ଆସିଗଲା |
ସତ୍ୟବ୍ରତୋଽଞ୍ଜଲିଗତାଂ
ସହ ତୋୟେନ ଭାରତ ।
ଉତ୍ସସର୍ଜ ନଦୀତୋୟେ
ଶଫରୀଂ ଦ୍ରବିଡେଶ୍ୱରଃ ॥ ୧୩॥
ପରୀକ୍ଷିତ !
ଦ୍ରବିଡ ଦେଶର ରାଜା ସତ୍ୟବ୍ରତ ନିଜ ଅଞ୍ଜଳିରେ ଆସିଥିବା ସେହି ମାଛଟିକୁ ଜଳ ସହିତ ନଦୀ ମଧ୍ୟକୁ
ଫିଙ୍ଗି ଦେଲେ |
ତମାହ ସାତିକରୁଣଂ
ମହାକାରୁଣିକଂ ନୃପମ୍ ।
ଯାଦୋଭ୍ୟୋ
ଜ୍ଞାତିଘାତିଭ୍ୟୋ ଦୀନାଂ ମାଂ ଦୀନବତ୍ସଲ ।
କଥଂ ବିସୃଜସେ
ରାଜନ୍ ଭୀତାମସ୍ମିନ୍ ସରିଜ୍ଜଲେ ॥ ୧୪॥
ମାଛଟି ଅତି
କରୁଣଭରା ସ୍ବରରେ ପରମ ଦୟାଳୁ ରାଜା ସତ୍ୟବ୍ରତଙ୍କୁ କହିଲା – ରାଜନ୍ ! ଆପଣ ଅତିଶୟ ଦୀନଦୟାଳୁ
ଅଟନ୍ତି | ଆପଣ ଜାଣନ୍ତି ଜଳରେ ରହୁଥିବା ଜନ୍ତୁମାନେ ନିଜ ଜାତିଭାଈଙ୍କୁ ମଧ୍ୟ ଖାଈ ଯାଆନ୍ତି |
ସେମାନଙ୍କ ଭୟରେ ମୁଁ ଅତିଶୟ ବ୍ୟାକୁଳ ରହିଛି | ଆପଣ ପୁନର୍ବାର କାହିଁକି ମୋତେ ଏହି ନଦୀ ଜଳରେ
ଛାଡିଦେଲେ ?
ତମାତ୍ମନୋଽନୁଗ୍ରହାର୍ଥଂ
ପ୍ରୀତ୍ୟା ମତ୍ସ୍ୟବପୁର୍ଧରମ୍ ।
ଅଜାନନ୍
ରକ୍ଷଣାର୍ଥାୟ ଶଫର୍ୟାଃ ସ ମନୋ ଦଧେ ॥ ୧୫॥
ରାଜା ସତ୍ୟବ୍ରତ
ଏହା ଜାଣି ନ ଥିଲେ ଯେ ସ୍ବୟଂ ଭଗବାନ ତାଙ୍କ ପ୍ରତି ପ୍ରସନ୍ନ ହୋଇ କୃପା କରିବା ନିମନ୍ତେ
ମତ୍ସ୍ୟ ରୂପରେ ଆଗମନ କରିଛନ୍ତି | ତଥାପି ମାଛଟିକୁ ରକ୍ଷା କରିବାକୁ ସେ ମନେ-ମନେ ସଂକଳ୍ପ କଲେ
|
ତସ୍ୟା ଦୀନତରଂ
ବାକ୍ୟମାଶ୍ରୁତ୍ୟ ସ ମହୀପତିଃ ।
କଲଶାପ୍ସୁ
ନିଧାୟୈନାଂ ଦୟାଲୁର୍ନିନ୍ୟ ଆଶ୍ରମମ୍ ॥ ୧୬॥
ମାଛଟିର ଅତ୍ୟନ୍ତ
ଦୀନଭାବଯୁକ୍ତ ପ୍ରାର୍ଥନା ଶୁଣି ରାଜା ସତ୍ୟବ୍ରତ ଦୟା ପରବଶ ହୋଇ ତାକୁ ନିଜ ଜଳପାତ୍ରରେ ରଖି
ନେଲେ ଏବଂ ନିଜ ଆଶ୍ରମକୁ ନେଇଗଲେ |
ସା ତୁ
ତତ୍ରୈକରାତ୍ରେଣ ବର୍ଧମାନା କମଣ୍ଡଲୌ ।
ଅଲବ୍ଧ୍ୱାଽଽତ୍ମାବକାଶଂ
ବା ଇଦମାହ ମହୀପତିମ୍ ॥ ୧୭॥
ଆଶ୍ରମକୁ ନେଇ
ଆସିବା ପରେ ଗୋଟିଏ ରାତିରେ ହିଁ ସେହି ମାଛର ଆକାର ଏତେ ବେଶୀ ବଢିଗଲା ଯେ କମଣ୍ଡଳୁରେ ତା’ ପାଇଁ ସ୍ଥାନର ଅଭାବ ହେଲା | ସେତେବେଳେ ମାଛଟି
ରାଜାଙ୍କୁ କହିଲା -
ନାହଂ
କମଣ୍ଡଲାବସ୍ମିନ୍ କୃଚ୍ଛ୍ରଂ ବସ୍ତୁମିହୋତ୍ସହେ ।
କଲ୍ପୟୌକଃ
ସୁବିପୁଲଂ ଯତ୍ରାହଂ ନିବସେ ସୁଖମ୍ ॥ ୧୮॥
‘ଏବେ ତ ଏହି
କମଣ୍ଡଳୁରେ ମୁଁ କଷ୍ଟପୂର୍ବକ ମଧ୍ୟ ରହିପାରୁ ନାହିଁ; ମୋ ପାଇଁ କୌଣସି ବଡ ସ୍ଥାନର ବ୍ୟବସ୍ଥା
କର, ଯେଉଁଠାରେ ମୁଁ ସୁଖପୂର୍ବକ ରହିପାରିବି |’
ସ ଏନାଂ ତତ ଆଦାୟ
ନ୍ୟଧାଦୌଦଞ୍ଚନୋଦକେ ।
ତତ୍ର କ୍ଷିପ୍ତା
ମୁହୂର୍ତେନ ହସ୍ତତ୍ରୟମବର୍ଧତ ॥ ୧୯॥
ରାଜା ସତ୍ୟବ୍ରତ
ମାଛଟିକୁ କମଣ୍ଡଳୁରୁ କାଢି ଗୋଟିଏ ବହୁତ ବଡ ପାଣି ମାଠିଆରେ ରଖିଦେଲେ | କିନ୍ତୁ ସେଠାରେ ରଖିବା
ପରେ ମଧ୍ୟ ଦୁଇ ଘଡିରେ ମାଛର ଆକାର ତିନି ହାତ ବଢିଗଲା |
ନ ମ ଏତଦଲଂ ରାଜନ୍
ସୁଖଂ ବସ୍ତୁମୁଦଞ୍ଚନମ୍ ।
ପୃଥୁ ଦେହି ପଦଂ
ମହ୍ୟଂ ଯତ୍ତ୍ୱାହଂ ଶରଣଂ ଗତା ॥ ୨୦॥
ପୁଣି ମାଛଟି ରାଜା
ସତ୍ୟବ୍ରତଙ୍କୁ କହିଲା – ରାଜନ୍ ! ଏବେ ଏହି ମାଠିଆର ସ୍ଥାନ ମଧ୍ୟ ମୋ ପାଇଁ ପର୍ଯ୍ୟାପ୍ତ ନୁହେଁ; ଏଠାରେ ମୁଁ ସୁଖପୂର୍ବକ ରହିପାରୁ ନାହିଁ | ମୁଁ ତୁମ
ଶରଣରେ ଆସିଛି, ସେଥିପାଇଁ ମୋର ରହିବାଯୋଗ୍ୟ
କୌଣସି ବଡ ସ୍ଥାନ ମୋତେ ଦିଅ |
ତତ ଆଦାୟ ସା
ରାଜ୍ଞା କ୍ଷିପ୍ତା ରାଜନ୍ ସରୋବରେ ।
ତଦାବୃତ୍ୟାତ୍ମନା
ସୋଽୟଂ ମହାମୀନୋଽନ୍ୱବର୍ଧତ ॥ ୨୧॥
ପରୀକ୍ଷିତ !
ସତ୍ୟବ୍ରତ ମାଛଟିକୁ ମାଠିଆରୁ କାଢି ଏକ ସରୋବରରେ ଛାଡି ଦେଲେ | କିନ୍ତୁ ଅଳ୍ପ ସମୟରେ ସେ ଏକ
ମହାମତ୍ସ୍ୟ ଆକାର ଧାରଣ କରି ପୂରା ସରୋବରକୁ ଆବୃତ କରିଦେଲା |
ନୈତନ୍ମେ ସ୍ୱସ୍ତୟେ
ରାଜନ୍ନୁଦକଂ ସଲିଲୌକସଃ ।
ନିଧେହି
ରକ୍ଷାୟୋଗେନ ହ୍ରଦେ ମାମବିଦାସିନି ॥ ୨୨॥
ସେ କହିଲା – ରାଜନ୍
! ମୁଁ ଜଳଚର ପ୍ରାଣୀ ଅଟେ | ଏହି ସରୋବରର ଜଳ ମଧ୍ୟ ସୁଖରେ ରହିବା ପାଇଁ ମୋ ନିମନ୍ତେ
ପର୍ଯ୍ୟାପ୍ତ ନୁହେଁ | ତେଣୁ ଆପଣ ମୋତେ ରକ୍ଷା କରନ୍ତୁ ଏବଂ କୌଣସି ଏକ ଅଗାଧ ସରୋବରରେ ମୋତେ
ଛାଡି ଦିଅନ୍ତୁ |
ଇତ୍ୟୁକ୍ତଃ
ସୋଽନୟନ୍ମତ୍ସ୍ୟଂ ତତ୍ର ତତ୍ରାବିଦାସିନି ।
ଜଲାଶୟେଽସମ୍ମିତଂ
ତଂ ସମୁଦ୍ରେ ପ୍ରାକ୍ଷିପଜ୍ଝଷମ୍ ॥ ୨୩॥
ମତ୍ସ୍ୟଭଗବାନ ଏପରି
କହିବାରୁ ସତ୍ୟବ୍ରତ ତାଙ୍କୁ ଗୋଟିଏରୁ ଗୋଟିଏ ବଡ ସରୋବରକୁ ନେଇଗଲେ | କିନ୍ତୁ ସରୋବରର ଆକାର
ଯେତିକି ବଡ, ତାଙ୍କର ଆକାର ସେତିକି ବଡ
ହୋଇ ଯାଉଥାଏ | ଶେଷରେ ସେହି ଲୀଳାମୟଙ୍କୁ ସେ ସମୁଦ୍ରରେ ଛାଡି ଦେଲେ |
କ୍ଷିପ୍ୟମାଣସ୍ତମାହେଦମିହ
ମାଂ ମକରାଦୟଃ ।
ଅଦନ୍ତ୍ୟତିବଲା ବୀର
ମାଂ ନେହୋତ୍ସ୍ରଷ୍ଟୁମର୍ହସି ॥ ୨୪॥
ସମୁଦ୍ରରେ ଛାଡିବା
ସମୟରେ ସତ୍ୟବ୍ରତଙ୍କୁ ମତ୍ସ୍ୟଭଗବାନ କହିଲେ – ହେ ବୀର ! ସମୁଦ୍ରରେ ମହା ବଳୀୟାନ ମଗରମାନେ
ରହିଛନ୍ତି; ସେମାନେ ମୋତେ ଖାଇଯିବେ,
ସେଥିପାଇଁ ଆପଣ ମୋତେ ସମୁଦ୍ରରେ ଛାଡନ୍ତୁ ନାହିଁ |
ଏବଂ ବିମୋହିତସ୍ତେନ
ବଦତା ବଲ୍ଗୁଭାରତୀମ୍ ।
ତମାହ କୋ
ଭବାନସ୍ମାନ୍ ମତ୍ସ୍ୟରୂପେଣ ମୋହୟନ୍ ॥ ୨୫॥
ମତ୍ସ୍ୟଭଗବାନଙ୍କର
ଏହି ମଧୁର ବାଣୀ ଶୁଣି ରାଜା ସତ୍ୟବ୍ରତ ମୋହମୁଗ୍ଧ ହୋଇଗଲେ | ସେ ତାଙ୍କୁ ପଚାରିଲେ – ମତ୍ସ୍ୟ
ରୂପ ଧାରଣ କରି ମୋତେ ଏପରି ଭାବରେ ମୋହିତ କରୁଥିବା ପୁରୁଷ ଆପଣ କିଏ ଅଟନ୍ତି ?
ନୈବଂ ବୀର୍ୟୋ
ଜଲଚରୋ ଦୃଷ୍ଟୋଽସ୍ମାଭିଃ ଶ୍ରୁତୋଽପି ଚ ।
ଯୋ ଭବାନ୍
ଯୋଜନଶତମହ୍ନାଭିବ୍ୟାନଶେ ସରଃ ॥ ୨୬॥
ଆପଣ ନିଜ ଆକାରରେ
ଗୋଟିଏ ଦିନରେ ହିଁ ଚାରିଶହ କୋଶବ୍ୟାପୀ ସରୋବରକୁ ଆବୃତ କରିନେଲେ | ଆଜି ଯାଏଁ ଏପରି ଅପୂର୍ବ
ଶକ୍ତିଯୁକ୍ତ କୌଣସି ଜଳଚର ଜୀବଙ୍କୁ ମୁଁ ଦେଖିନାହିଁ କି ତାଙ୍କ ବିଷୟରେ କାହାଠାରୁ ଶୁଣିନାହିଁ
|
ନୂନଂ ତ୍ୱଂ ଭଗବାନ୍
ସାକ୍ଷାଦ୍ଧରିର୍ନାରାୟଣୋଽବ୍ୟଯଃ ।
ଅନୁଗ୍ରହାୟ
ଭୂତାନାଂ ଧତ୍ସେ ରୂପଂ ଜଲୌକସାମ୍ ॥ ୨୭॥
ଆପଣ ନିଶ୍ଚିତଭାବରେ
ସାକ୍ଷାତ୍ ସର୍ବଶକ୍ତିମାନ ସର୍ବାନ୍ତର୍ଯ୍ୟାମୀ ଅବିନାଶୀ ଶ୍ରୀହରି ହିଁ ଅଟନ୍ତି | ଜୀବ ପ୍ରତି
ଅନୁଗ୍ରହ କରିବାକୁ ଆପଣ ଏହି ଜଳଚର ରୂପ ଧାରଣ କରିଛନ୍ତି |
ନମସ୍ତେ
ପୁରୁଷଶ୍ରେଷ୍ଠ ସ୍ଥିତ୍ୟୁତ୍ପତ୍ୟପ୍ୟଯେଶ୍ୱର ।
ଭକ୍ତାନାଂ ନଃ
ପ୍ରପନ୍ନାନାଂ ମୁଖ୍ୟୋ ହ୍ୟାତ୍ମଗତିର୍ୱିଭୋ ॥ ୨୮॥
ପୁରୁଷୋତ୍ତମ ! ଆପଣ
ଜଗତର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟର ସ୍ବାମୀ
ଅଟନ୍ତି | ଆପଣଙ୍କୁ ମୁଁ ନମସ୍କାର କରୁଛି | ପ୍ରଭୁ ! ଆମ୍ଭମାନଙ୍କ ପରି ଶରଣାଗତ ଭକ୍ତମାନଙ୍କର
ଆପଣ ହିଁ ଆତ୍ମା ଏବଂ ଆଶ୍ରୟ ଅଟନ୍ତି |
ସର୍ୱେ
ଲୀଲାବତାରାସ୍ତେ ଭୂତାନାଂ ଭୂତିହେତବଃ ।
ଜ୍ଞାତୁମିଚ୍ଛାମ୍ୟଦୋ
ରୂପଂ ଯଦର୍ଥଂ ଭବତା ଧୃତମ୍ ॥ ୨୯॥
ଯଦିଓ ଆପଣଙ୍କର
ସମସ୍ତ ଲୀଳାବତାର ପ୍ରାଣୀମାନଙ୍କର ଅଭ୍ୟୁତ୍ଥାନ ଉଦ୍ଦେଶ୍ୟରେ ହିଁ ହୋଇଥାଏ, ତଥାପି କେଉଁ ଉଦ୍ଦେଶ୍ୟରେ ଆପଣ ଏହି ରୂପ ଧାରଣ
କରିଛନ୍ତି, ତାହା ମୁଁ ଜାଣିବାକୁ ଇଚ୍ଛା
କରୁଛି |
ନ ତେଽରବିନ୍ଦାକ୍ଷ
ପଦୋପସର୍ପଣଂ
ମୃଷା
ଭବେତ୍ସର୍ୱସୁହୃତ୍ପ୍ରିୟାତ୍ମନଃ ।
ଯଥେତରେଷାଂ
ପୃଥଗାତ୍ମନାଂ ସତା-
ମଦୀଦୃଶୋ
ଯଦ୍ୱପୁରଦ୍ଭୁତଂ ହି ନଃ ॥ ୩୦॥
କମଳନୟନ ପ୍ରଭୁ !
ଦେହାଦି ଅନାତ୍ମପଦାର୍ଥରେ ଆତ୍ମଭାବର ଅଭିମାନ କରୁଥିବା ପୁରୁଷର ଆଶ୍ରୟ ଗ୍ରହଣ କରିବା ଯେପରି
ବ୍ୟର୍ଥ ହୋଇଥାଏ, ଆପଣଙ୍କ ଚରଣର ଆଶ୍ରୟ ସେପରି
ବ୍ୟର୍ଥ ହୋଇ ନ ଥାଏ; କାରଣ ଆପଣ ସମସ୍ତଙ୍କର
ଅହୈତୁକ ପ୍ରେମୀ, ପରମ ପ୍ରିୟତମ ଏବଂ ଆତ୍ମା
ଅଟନ୍ତି | ଆପଣ ଏବେ ଯେଉଁ ରୂପ ଧାରଣ କରି ମୋତେ ଦର୍ଶନ ଦେଇଛନ୍ତି, ତାହା ଅତ୍ୟନ୍ତ ଅଦ୍ଭୁତ ଅଟେ |
ଶ୍ରୀଶୁକ ଉବାଚ
ଇତି ବ୍ରୁବାଣଂ
ନୃପତିଂ ଜଗତ୍ପତିଃ
ସତ୍ୟବ୍ରତଂ
ମତ୍ସ୍ୟବପୁର୍ୟୁଗକ୍ଷୟେ ।
ବିହର୍ତୁକାମଃ
ପ୍ରଲୟାର୍ଣବେଽବ୍ରବୀ-
ଚ୍ଚିକୀର୍ଷୁରେକାନ୍ତଜନପ୍ରିୟଃ
ପ୍ରିୟମ୍ ॥ ୩୧॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ଭଗବାନ ନିଜର ଅନନ୍ୟ ପ୍ରେମୀ ଭକ୍ତମାନଙ୍କୁ ଅତିଶୟ ପ୍ରେମ କରନ୍ତି |
ନିଜ ପ୍ରିୟ ଭକ୍ତ ରାଜର୍ଷି ସତ୍ୟବ୍ରତଙ୍କର ଏପରି ପ୍ରାର୍ଥନା ଶୁଣି ଜଗତପତି ମତ୍ସ୍ୟଭଗବାନ
ତାଙ୍କର ପ୍ରସନ୍ନତା ଏବଂ ହିତସାଧନ ଉଦ୍ଦେଶ୍ୟରେ, ତା’ ସହିତ କଳ୍ପାନ୍ତର
ପ୍ରଳୟକାଳୀନ ସମୁଦ୍ରରେ ବିହାର କରିବା ଉଦ୍ଦେଶ୍ୟରେ ତାଙ୍କୁ ଏପରି କହିଲେ -
ଶ୍ରୀଭଗବାନୁବାଚ
ସପ୍ତମେଽଦ୍ୟତନାଦୂର୍ଧ୍ୱମହନ୍ୟେତଦରିନ୍ଦମ
।
ନିମଙ୍କ୍ଷ୍ୟତ୍ୟପ୍ୟଯାମ୍ଭୋଧୌ
ତ୍ରୈଲୋକ୍ୟଂ ଭୂର୍ଭୁବାଦିକମ୍ ॥ ୩୨॥
ଶ୍ରୀଭଗବାନ କହିଲେ –
ସତ୍ୟବ୍ରତ ! ଆଜିଠାରୁ ସାତଦିନରେ ଭୂଲୋକ ଆଦି ତିନି ଲୋକ ପ୍ରଳୟ ସମୁଦ୍ରରେ ବୁଡିଯିବ |
ତ୍ରିଲୋକ୍ୟାଂ
ଲୀୟମାନାୟାଂ ସମ୍ବର୍ତାମ୍ଭସି ବୈ ତଦା ।
ଉପସ୍ଥାସ୍ୟତି ନୌଃ
କାଚିଦ୍ୱିଶାଲା ତ୍ୱାଂ ମୟେରିତା ॥ ୩୩॥
ତିନି ଲୋକ
ପ୍ରଳୟକାଳୀନ ଜଳରାଶିରେ ବୁଡିବାକୁ ଯାଉଥିବା ବେଳେ ମୋ ପ୍ରେରଣାରେ ତୁମ ପାଖକୁ ଏକ ବହୁତ ବଡ
ନୌକା ଆସିବ |
ତ୍ୱଂ ତାବଦୋଷଧୀଃ
ସର୍ୱା ବୀଜାନ୍ୟୁଚ୍ଚାବଚାନି ଚ ।
ସପ୍ତର୍ଷିଭିଃ
ପରିବୃତଃ ସର୍ୱସତ୍ତ୍ୱୋପବୃଂହିତଃ ॥ ୩୪॥
ସେତେବେଳେ ତୁମେ
ସମସ୍ତ ପ୍ରାଣୀଙ୍କୁ ସୂକ୍ଷ୍ମଶରୀରରେ ନେଇ ସପ୍ତର୍ଷିଙ୍କ ସହିତ ସେହି ନୌକାରେ ଚଢିଯିବ ଏବଂ ସମସ୍ତ
ଧାନ୍ୟ ତଥା ଛୋଟ-ବଡ ଅନ୍ୟ ସବୁ ବୀଜଙ୍କୁ ମଧ୍ୟ ପାଖରେ ରଖିଥିବ |
ଆରୁହ୍ୟ ବୃହତୀଂ
ନାବଂ ବିଚରିଷ୍ୟସ୍ୟବିକ୍ଲବଃ ।
ଏକାର୍ଣବେ
ନିରାଲୋକେ ଋଷୀଣାମେବ ବର୍ଚସା ॥ ୩୫॥
ସେତେବେଳେ ସର୍ବତ୍ର
କେବଳ ମହାସାଗରର ଲହରୀ ଥିବ | ପ୍ରକାଶ ନ ଥିବ | ଋଷିମାନଙ୍କର ଦିବ୍ୟ ଜ୍ୟୋତି ସାହାଯ୍ୟରେ ତୁମେ
କୌଣସି ପ୍ରକାରେ ବ୍ୟାକୁଳତା ଅନୁଭବ ନ କରି, ସେହି ବିଶାଳ
ନୌକାରେ ବସି ଚତୁର୍ଦ୍ଦିଗରେ ବିଚରଣ କରିବ |
ଦୋଧୂୟମାନାଂ ତାଂ
ନାବଂ ସମୀରେଣ ବଲୀୟସା ।
ଉପସ୍ଥିତସ୍ୟ ମେ
ଶୃଙ୍ଗେ ନିବଧ୍ନୀହି ମହାହିନା ॥ ୩୬॥
ଯେତେବେଳେ ପ୍ରଚଣ୍ଡ
ଘୂର୍ଣ୍ଣି ସୃଷ୍ଟି ହେବା କାରଣରୁ ନୌକା ଡଗମଗ ହେବାରେ ଲାଗିବ, ସେତେବେଳେ ମୁଁ ତୁମ ପାଖକୁ ଆସିବି | ତୁମେ ବାସୁକି
ନାଗ ଦ୍ବାରା ନୌକାକୁ ମୋ ଶିଂଘରେ ବାନ୍ଧି ଦେବ |
ଅହଂ ତ୍ୱାମୃଷିଭିଃ
ସାକଂ ସହନାବମୁଦନ୍ୱତି ।
ବିକର୍ଷନ୍
ବିଚରିଷ୍ୟାମି ଯାବଦ୍ବ୍ରାହ୍ମୀ ନିଶା ପ୍ରଭୋ ॥ ୩୭॥
ସତ୍ୟବ୍ରତ !
ଏହାପରେ ବ୍ରହ୍ମାଙ୍କର ରାତି ଶେଷ ହେବା ପର୍ଯ୍ୟନ୍ତ ମୁଁ ଋଷିମାନଙ୍କ ସହିତ ତୁମକୁ ନାବରେ ବସାଇ,
ତାକୁ ଟାଣି-ଟାଣି ସମୁଦ୍ରରେ ବିଚରଣ କରିବି |
ମଦୀୟଂ ମହିମାନଂ ଚ
ପରଂ ବ୍ରହ୍ମେତି ଶବ୍ଦିତମ୍ ।
ବେତ୍ସ୍ୟସ୍ୟନୁଗୃହୀତଂ
ମେ ସମ୍ପ୍ରଶ୍ନୈର୍ୱିବୃତଂ ହୃଦି ॥ ୩୮॥
ସେହି ସମୟରେ ତୁମେ
ମୋତେ ପ୍ରଶ୍ନ କରିବ ଏବଂ ମୁଁ ତୁମକୁ ଉପଦେଶ ଦେବି | ମୋ ଅନୁଗ୍ରହରୁ ମୋର ବାସ୍ତବିକ ମହିମା, ଯାହାର ନାମ ‘ପରବ୍ରହ୍ମ’ ଅଟେ, ତୁମ ହୃଦୟରେ ପ୍ରକଟ ହୋଇଯିବ ଏବଂ ତୁମେ ତାହାକୁ
ସ୍ବରୂପତଃ ଜାଣିପାରିବ |
ଇତ୍ଥମାଦିଶ୍ୟ
ରାଜାନଂ ହରିରନ୍ତରଧୀୟତ ।
ସୋଽନ୍ୱବୈକ୍ଷତ ତଂ
କାଲଂ ଯଂ ହୃଷୀକେଶ ଆଦିଶତ୍ ॥ ୩୯॥
ରାଜା
ସତ୍ୟବ୍ରତଙ୍କୁ ଏପରି ଆଦେଶ ଡେଇ ଭଗବାନ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ | ଏବେ ରାଜା ସତ୍ୟବ୍ରତ
ସେହି ସମୟର ପ୍ରତୀକ୍ଷା କରିବାରେ ଲାଗିଲେ, ଯାହା ସ୍ବୟଂ
ଭଗବାନଙ୍କର ଆଜ୍ଞା ଥିଲା |
ଆସ୍ତୀର୍ୟ ଦର୍ଭାନ୍
ପ୍ରାକ୍କୂଲାନ୍ ରାଜର୍ଷିଃ ପ୍ରାଗୁଦଙ୍ମୁଖଃ ।
ନିଷସାଦ ହରେଃ ପାଦୌ
ଚିନ୍ତୟନ୍ ମତ୍ସ୍ୟରୂପିଣଃ ॥ ୪୦॥
କୁଶର ଅଗ୍ରଭାଗ
ପୂର୍ବମୁଖ କରି ରାଜର୍ଷି ସତ୍ୟବ୍ରତ ତାହା ଉପରେ ପୂର୍ବୋତ୍ତରମୁଖ ହୋଇ ବସିଗଲେ ଏବଂ ମତ୍ସ୍ୟରୂପ
ଭଗବାନଙ୍କ ଚରଣର ଚିନ୍ତନ କରିବାରେ ଲାଗିଲେ |
ତତଃ ସମୁଦ୍ର
ଉଦ୍ୱେଲଃ ସର୍ୱତଃ ପ୍ଲାବୟନ୍ ମହୀମ୍ ।
ବର୍ଧମାନୋ
ମହାମେଘୈର୍ୱର୍ଷଦ୍ଭିଃ ସମଦୃଶ୍ୟତ ॥ ୪୧॥
ଏତିକି ବେଳେ ଭଗବାନ
ଯେଉଁ ସମୟର ସୂଚନା ଦେଇଥିଲେ, ସେହି ସମୟ ଉପଗତ
ହେଲା | ରାଜା ଦେଖିଲେ ସମୁଦ୍ର ନିଜର ମର୍ଯ୍ୟାଦା ଲଂଘନ କରି ବଢିବାରେ ଲାଗିଛି | ପ୍ରଳୟକାଳର
ଭୟଙ୍କର ମେଘ ବର୍ଷଣ ହେବାରେ ଲାଗିଲା | ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ପୃଥିବୀ ବୁଡିବାକୁ ଆରମ୍ଭ
କଲା |
ଧ୍ୟାୟନ୍
ଭଗବଦାଦେଶଂ ଦଦୃଶେ ନାବମାଗତାମ୍ ।
ତାମାରୁରୋହ
ବିପ୍ରେନ୍ଦ୍ରୈରାଦାୟୌଷଧିବୀରୁଧଃ ॥ ୪୨॥
ଭଗବାନଙ୍କର ଆଜ୍ଞା
ସ୍ମରଣ କରି ରାଜା ଦେଖିଲେ ଏକ ବିଶାଳ ନୌକା ତାଙ୍କ ପାଖକୁ ଆସିଯାଇଛି | ସେ ଧାନ୍ୟ ତଥା ଅନ୍ୟ
ବୀଜ ସବୁ ସାଙ୍ଗରେ ଧରି ସପ୍ତର୍ଷିମାନଙ୍କ ସହିତ ସେଥିରେ ଚଢିଗଲେ |
ତମୂଚୁର୍ମୁନୟଃ
ପ୍ରୀତା ରାଜନ୍ ଧ୍ୟାୟସ୍ୱ କେଶବମ୍ ।
ସ ବୈ ନଃ
ସଙ୍କଟାଦସ୍ମାଦବିତା ଶଂ ବିଧାସ୍ୟତି ॥ ୪୩॥
ସପ୍ତର୍ଷିମାନେ ଅତି
ପ୍ରେମରେ ରାଜା ସତ୍ୟବ୍ରତଙ୍କୁ କହିଲେ – ରାଜନ୍ ! ତୁମେ ଭଗବାନଙ୍କର ଧ୍ୟାନ କର | ସେ ହିଁ
ଆମ୍ଭମାନଙ୍କୁ ଏହି ସଂକଟରୁ ଉଦ୍ଧାର କରିବେ ଏବଂ ଆମ୍ଭମାନଙ୍କର କଲ୍ୟାଣ କରିବେ |
ସୋଽନୁଧ୍ୟାତସ୍ତତୋ
ରାଜ୍ଞା ପ୍ରାଦୁରାସୀନ୍ମହାର୍ଣବେ ।
ଏକଶୃଙ୍ଗଧରୋ
ମତ୍ସ୍ୟୋ ହୈମୋ ନିୟୁତୟୋଜନଃ ॥ ୪୪॥
ସେମାନଙ୍କ ଆଜ୍ଞା
ଶିରୋଧାର୍ଯ୍ୟ କରି ରାଜା ଭଗବାନଙ୍କର ଧ୍ୟାନ କଲେ | ଏହି ସମୟରେ ସେହି ମହାନ୍ ସମୁଦ୍ରରେ ଭଗବାନ
ମତ୍ସ୍ୟ ରୂପରେ ପ୍ରକଟ ହେଲେ | ମତ୍ସ୍ୟଭଗବାନଙ୍କର ଶରୀରର କାନ୍ତି ସୁବର୍ଣ୍ଣ ତୁଲ୍ୟ ଦେଦୀପ୍ୟମାନ
ଥିଲା ଏବଂ ଶରୀରର ବିସ୍ତାର ଚାରି ଲକ୍ଷ କୋଶ ଥିଲା | ତାଙ୍କ ଶରୀରରେ ଏକ ବହୁତ ବଡ ଶିଂଘ ମଧ୍ୟ
ଥିଲା |
ନିବଧ୍ୟ ନାବଂ
ତଚ୍ଛୃଙ୍ଗେ ଯଥୋକ୍ତୋ ହରିଣା ପୁରା ।
ବରତ୍ରେଣାହିନା
ତୁଷ୍ଟସ୍ତୁଷ୍ଟାବ ମଧୁସୂଦନମ୍ ॥ ୪୫॥
ଭଗବାନ ପୂର୍ବରୁ
ଯେପରି ଆଜ୍ଞା ଦେଇଥିଲେ, ତଦନୁଯାୟୀ ବାସୁକି ନାଗ
ସାହାଯ୍ୟରେ ନୌକାକୁ ଭଗବାନଙ୍କ ଶିଂଘରେ ବାନ୍ଧି ଦିଆଗଲା ଏବଂ ପ୍ରସନ୍ନ ଚିତ୍ତରେ ରାଜା
ସତ୍ୟବ୍ରତ ଭଗବାନଙ୍କର ସ୍ତୁତି କଲେ -
ରାଜୋବାଚ
ଅନାଦ୍ୟବିଦ୍ୟୋପହତାତ୍ମସମ୍ବିଦ-
ସ୍ତନ୍ମୂଲସଂସାରପରିଶ୍ରମାତୁରାଃ
।
ଯଦୃଚ୍ଛୟେହୋପସୃତା
ଯମାପ୍ନୁୟୁ-
ର୍ୱିମୁକ୍ତିଦୋ ନଃ
ପରମୋ ଗୁରୁର୍ଭବାନ୍ ॥ ୪୬॥
ରାଜା ସତ୍ୟବ୍ରତ
କହିଲେ – ପ୍ରଭୁ ! ସାଂସାରିକ ଜୀବର ଆତ୍ମଜ୍ଞାନ ଅନାଦି ଅବିଦ୍ୟାରେ ଆବୃତ ରହିଛି | ସେହି
କାରଣରୁ ସେମାନେ ସଂସାରର ଅନେକାନେକ କ୍ଲେଶଭାରରେ ପୀଡିତ ଅଟନ୍ତି | ଆପଣଙ୍କ ଅନୁଗ୍ରହରୁ ଯଦି
କେବେ ସେମାନେ ଆପଣଙ୍କ ଶରଣରେ ଆସିଯାଆନ୍ତି, ତେବେ ଅନାୟାସରେ
ସେମାନେ ଆପଣଙ୍କୁ ପ୍ରାପ୍ତ କରିନିଅନ୍ତି | ଆମ୍ଭମାନଙ୍କୁ ବନ୍ଧନମୁକ୍ତ କରି ବାସ୍ତବିକ ମୁକ୍ତି
ପ୍ରଦାନ କରୁଥିବା ପରମ ଗୁରୁ ଆପଣ ହିଁ ଅଟନ୍ତି |
ଜନୋଽବୁଧୋଽୟଂ
ନିଜକର୍ମବନ୍ଧନଃ
ସୁଖେଚ୍ଛୟା କର୍ମ
ସମୀହତେଽସୁଖମ୍ ।
ଯତ୍ସେବୟା ତାଂ
ବିଧୁନୋତ୍ୟସନ୍ମତିଂ
ଗ୍ରନ୍ଥିଂ ସ
ଭିନ୍ଦ୍ୟାଦ୍ଧୃଦୟଂ ସ ନୋ ଗୁରୁଃ ॥ ୪୭॥
ଏହି ଅଜ୍ଞାନୀ ଜୀବ
ନିଜ କର୍ମପାଶରେ ବନ୍ଧା ହୋଇ ରହିଛି | ସୁଖ ଆଶାରେ ଦୁଃଖପ୍ରଦ କର୍ମର ଅନୁଷ୍ଠାନ କରୁଛି | ଯାହାର
ସେବା କରି ତାହାର ଅଜ୍ଞାନ ନଷ୍ଟ ହୋଇଯାଏ, ସେହି ପରମ ଗୁରୁ
ଆପଣ ମୋର ହୃଦୟର ଗ୍ରନ୍ଥିକୁ ଛିନ୍ନ କରନ୍ତୁ |
ଯତ୍ସେବୟାଗ୍ନେରିବ
ରୁଦ୍ରରୋଦନଂ
ପୁମାନ୍
ବିଜହ୍ୟାନ୍ମଲମାତ୍ମନସ୍ତମଃ ।
ଭଜେତ ବର୍ଣଂ
ନିଜମେଷ ସୋଽବ୍ୟଯୋ
ଭୂୟାତ୍ସ ଈଶଃ ପରମୋ
ଗୁରୋର୍ଗୁରୁଃ ॥ ୪୮॥
ଅଗ୍ନିରେ ତପ୍ତ
ହେବା ଫଳରେ ଯେପରି ସୁନା-ରୂପାର ମଳ ନିଷ୍କାସିତ ହୋଇ ତାହାର ଉଜ୍ଜ୍ବଳତା ବୃଦ୍ଧି ପାଇଥାଏ, ସେହିପରି ଆପଣଙ୍କ ସେବାରେ ନିଯୁକ୍ତ ହୋଇ ଜୀବ ନିଜ
ଅନ୍ତଃକରଣର ଅଜ୍ଞାନରୂପ ମଳରୁ ମୁକ୍ତ ହୋଇଯାଏ ତଥା ନିଜର ବାସ୍ତବିକ ସ୍ବରୂପରେ ସ୍ଥିତ ହୋଇଯାଏ |
ସର୍ବଶକ୍ତିମାନ ଅବିନାଶୀ ପ୍ରଭୁ! ଆପଣ ହିଁ ଆମ ଗୁରୁଜନମାନଙ୍କର ବି ପରମ ଗୁରୁ ଅଟନ୍ତି | ଅତଏବ
ଆପଣ ହିଁ ଆମର ଗୁରୁ ହୁଅନ୍ତୁ |
ନ
ଯତ୍ପ୍ରସାଦାୟୁତଭାଗଲେଶ-
ମନ୍ୟେ ଚ ଦେବା
ଗୁରବୋ ଜନାଃ ସ୍ୱୟମ୍ ।
କର୍ତୁଂ ସମେତାଃ
ପ୍ରଭବନ୍ତି ପୁଂସ-
ସ୍ତମୀଶ୍ୱରଂ ତ୍ୱାଂ
ଶରଣଂ ପ୍ରପଦ୍ୟେ ॥ ୪୯॥
ଯେତେସବୁ ଦେବତା, ଗୁରୁ ଏବଂ ଅନ୍ୟ ସାଂସାରିକ ଜୀବ ଅଛନ୍ତି – ସେମାନେ
ସମସ୍ତେ ସ୍ବତନ୍ତ୍ରରୂପରେ ଏକସଙ୍ଗେ ମିଶି କୃପା କଲେ ବି ଆପଣଙ୍କ କୃପାର ଦଶ ହଜାର ଭାଗର ଅଂଶ
ସହିତ ମଧ୍ୟ ସମାନ ନୁହଁନ୍ତି | ପ୍ରଭୁ ! ଆପଣ ହିଁ ସର୍ବଶକ୍ତିମାନ ଅଟନ୍ତି | ମୁଁ ଆପଣଙ୍କର ଶରଣ
ଗ୍ରହଣ କରୁଛି |
ଅଚକ୍ଷୁରନ୍ଧସ୍ୟ
ଯଥାଗ୍ରଣୀଃ କୃତ-
ସ୍ତଥା
ଜନସ୍ୟାବିଦୁଷୋଽବୁଧୋ ଗୁରୁଃ ।
ତ୍ୱମର୍କଦୃକ୍ସର୍ୱଦୃଶାଂ
ସମୀକ୍ଷଣୋ
ବୃତୋ ଗୁରୁର୍ନଃ
ସ୍ୱଗତିଂ ବୁଭୁତ୍ସତାମ୍ ॥ ୫୦॥
କୌଣସି ଅନ୍ଧ ଅନ୍ୟ
ଜଣେ ଅନ୍ଧକୁ ନିଜର ପଥପ୍ରଦର୍ଶକ କରିନେବା ପରି ଅଜ୍ଞାନୀ ଜୀବ ଅନ୍ୟ ଅଜ୍ଞାନୀଙ୍କୁ ହିଁ ନିଜର
ଗୁରୁ ରୂପେ ବରଣ କରିଥାଆନ୍ତି | ଆପଣ ସୂର୍ଯ୍ୟ ସଦୃଶ ସ୍ବୟଂପ୍ରକାଶ ଏବଂ ସମସ୍ତ ଇନ୍ଦ୍ରିୟର
ପ୍ରେରକ ଅଟନ୍ତି | ତେଣୁ ଆତ୍ମତତ୍ତ୍ବର ଜିଜ୍ଞାସୁ ଆମ୍ଭେମାନେ ଆପଣଙ୍କୁ ହିଁ ନିଜର ଗୁରୁ ରୂପେ
ବରଣ କରୁଛୁ |
ଜନୋ
ଜନସ୍ୟାଦିଶତେଽସତୀଂ ମତିଂ
ଯୟା ପ୍ରପଦ୍ୟେତ
ଦୁରତ୍ୟଯଂ ତମଃ ।
ତ୍ୱଂ ତ୍ୱବ୍ୟଯଂ
ଜ୍ଞାନମମୋଘମଞ୍ଜସା
ପ୍ରପଦ୍ୟତେ ଯେନ
ଜନୋ ନିଜଂ ପଦମ୍ ॥ ୫୧॥
ଅଜ୍ଞାନୀ ମନୁଷ୍ୟ
ଅଜ୍ଞାନୀମାନଙ୍କୁ ଯେଉଁ ଜ୍ଞାନ-ଉପଦେଶ ଦେଇଥାଆନ୍ତି, ତାହା ତ ଅଜ୍ଞାନ
ହିଁ ଅଟେ | ତଦ୍ବାରା ସଂସାରରୂପ ଘୋର ଅନ୍ଧକାରର ଅଧିକାଧିକ ପ୍ରାପ୍ତି ହୋଇଥାଏ | କିନ୍ତୁ ଆପଣ
ସେହି ଅବିନାଶୀ ଏବଂ ଅମୋଘ ଜ୍ଞାନର ଉପଦେଶ ପ୍ରଦାନ କରିଥାଆନ୍ତି, ଯଦ୍ବାରା ମନୁଷ୍ୟ ଅନାୟାସରେ ନିଜର ବାସ୍ତବିକ
ସ୍ବରୂପକୁ ପ୍ରାପ୍ତ କରିନିଏ |
ତ୍ୱଂ ସର୍ୱଲୋକସ୍ୟ
ସୁହୃତ୍ପ୍ରିୟେଶ୍ୱରୋ
ହ୍ୟାତ୍ମା
ଗୁରୁର୍ଜ୍ଞାନମଭୀଷ୍ଟସିଦ୍ଧିଃ ।
ତଥାପି ଲୋକୋ ନ
ଭବନ୍ତମନ୍ଧଧୀ-
ର୍ଜାନାତି ସନ୍ତଂ
ହୃଦି ବଦ୍ଧକାମଃ ॥ ୫୨॥
ଆପଣ ସମ୍ପୂର୍ଣ୍ଣ
ଲୋକର ସୁହୃଦ, ପ୍ରିୟତମ, ଈଶ୍ବର ଏବଂ ଆତ୍ମା ଅଟନ୍ତି | ଗୁରୁ, ତାଙ୍କ ଦ୍ବାରା ପ୍ରାପ୍ତ ହେଉଥିବା ଜ୍ଞାନ ଏବଂ
ଅଭୀଷ୍ଟର ସିଦ୍ଧି ମଧ୍ୟ ଆପଣଙ୍କର ହିଁ ସ୍ବରୂପ ଅଟେ | ତଥାପି କାମନାର ବନ୍ଧନରେ ବାନ୍ଧି ହୋଇ
ଲୋକେ ଅନ୍ଧ ପରି ରହିଥାଆନ୍ତି | ସେମାନଙ୍କୁ ଏହା ଗୋଚର ନ ଥାଏ ଯେ ଆପଣ ସେମାନଙ୍କ ହୃଦୟରେ ହିଁ
ବିରାଜମାନ ଅଟନ୍ତି |
ତଂ ତ୍ୱାମହଂ
ଦେବବରଂ ବରେଣ୍ୟଂ
ପ୍ରପଦ୍ୟ ଈଶଂ
ପ୍ରତିବୋଧନାୟ ।
ଛିନ୍ଧ୍ୟର୍ଥଦୀପୈର୍ଭଗବନ୍
ବଚୋଭି-
ର୍ଗ୍ରନ୍ଥୀନ୍
ହୃଦୟ୍ୟାନ୍ ବିବୃଣୁ ସ୍ୱମୋକଃ ॥ ୫୩॥
ଆପଣ ଦେବତାମାନଙ୍କର
ବି ଆରାଧ୍ୟଦେବ ପରମ ପୂଜନୀୟ ପରମେଶ୍ବର ଅଟନ୍ତି | ଆପଣଙ୍କଠାରୁ ଜ୍ଞାନ ପ୍ରାପ୍ତ କରିବା
ନିମନ୍ତେ ମୁଁ ଆପଣଙ୍କ ଶରଣରେ ଆସିଛି | ଭଗବନ୍ ! ଆପଣ ପରମାର୍ଥକୁ ପ୍ରକାଶିତ କରୁଥିବା ନିଜ
ବାଣୀ ଦ୍ବାରା ମୋର ହୃଦୟର ଗ୍ରନ୍ଥିକୁ ଛେଦନ କରନ୍ତୁ ଏବଂ ନିଜ ସ୍ବରୂପକୁ ପ୍ରକାଶିତ କରନ୍ତୁ |
ଶ୍ରୀଶୁକ ଉବାଚ
ଇତ୍ୟୁକ୍ତବନ୍ତଂ
ନୃପତିଂ ଭଗବାନାଦିପୂରୁଷଃ ।
ମତ୍ସ୍ୟରୂପୀ
ମହାମ୍ଭୋଧୌ ବିହରଂସ୍ତତ୍ତ୍ୱମବ୍ରବୀତ୍ ॥ ୫୪॥
ଶ୍ରୀଶୁକଦେବ
କହୁଛନ୍ତି – ପରୀକ୍ଷିତ ! ରାଜା ସତ୍ୟବ୍ରତଙ୍କର ଏପରି ପ୍ରାର୍ଥନା ଶୁଣି ମତ୍ସ୍ୟରୂପଧାରୀ
ପୁରୁଷୋତ୍ତମ ଭଗବାନ ପ୍ରଳୟ ସମୁଦ୍ରରେ ବିହାର କରୁଥିବା ଅବସ୍ଥାରେ ତାଙ୍କୁ ଆତ୍ମତତ୍ତ୍ବର ଉପଦେଶ
ଦେଲେ |
ପୁରାଣସଂହିତାଂ
ଦିବ୍ୟାଂ ସାଙ୍ଖ୍ୟଯୋଗକ୍ରିୟାବତୀମ୍ ।
ସତ୍ୟବ୍ରତସ୍ୟ
ରାଜର୍ଷେରାତ୍ମଗୁହ୍ୟମଶେଷତଃ ॥ ୫୫॥
ରାଜର୍ଷି
ସତ୍ୟବ୍ରତଙ୍କ ଆଗରେ ନିଜ ସ୍ବରୂପର ସମ୍ପୂର୍ଣ୍ଣ ରହସ୍ୟ ବର୍ଣ୍ଣନା କରିବାକୁ ଯାଇ ଭଗବାନ ଜ୍ଞାନ, ଭକ୍ତି ଏବଂ କର୍ମଯୋଗରେ ପରିପୂର୍ଣ୍ଣ ଯେଉଁ ଦିବ୍ୟ
ପୁରାଣର ଉପଦେଶ ଦେଇଥିଲେ, ତାହା
‘ମତ୍ସ୍ୟପୁରାଣ’ ଭାବରେ ପ୍ରସିଦ୍ଧ ଅଟେ |
ଅଶ୍ରୌଷୀଦୃଷିଭିଃ
ସାକମାତ୍ମତତ୍ତ୍ୱମସଂଶୟମ୍ ।
ନାବ୍ୟାସୀନୋ ଭଗବତା
ପ୍ରୋକ୍ତଂ ବ୍ରହ୍ମ ସନାତନମ୍ ॥ ୫୬॥
ଅନ୍ୟ ଋଷିମାନଙ୍କ
ସହିତ ନୌକାରେ ବସି ସତ୍ୟବ୍ରତ ସନ୍ଦେହରହିତ ଚିତ୍ତରେ ଭଗବାନଙ୍କ ଦ୍ବାରା ଉପଦିଷ୍ଟ ସେହି ସନାତନ
ବ୍ରହ୍ମସ୍ବରୂପ ଆତ୍ମତତ୍ତ୍ବ ଶ୍ରବଣ କଲେ |
ଅତୀତପ୍ରଲୟାପାୟ
ଉତ୍ଥିତାୟ ସ ବେଧସେ ।
ହତ୍ୱାସୁରଂ
ହୟଗ୍ରୀବଂ ବେଦାନ୍ ପ୍ରତ୍ୟାହରଦ୍ଧରିଃ ॥ ୫୭॥
ଏହାପରେ ଯେତେବେଳେ
ପୂର୍ବ ପ୍ରଳୟର ଅନ୍ତ ଘଟିଲା ଏବଂ ବ୍ରହ୍ମାଙ୍କର ନିଦ ଭାଙ୍ଗିଲା, ସେତେବେଳେ ଭଗବାନ ହୟଗ୍ରୀବ ଅସୁରକୁ ମାରି ତାହାଠାରୁ
ବେଦ ଛଡାଇ ନେଲେ ଏବଂ ତାହା ବ୍ରହ୍ମାଜୀଙ୍କୁ ଦେଲେ |
ସ ତୁ ସତ୍ୟବ୍ରତୋ
ରାଜା ଜ୍ଞାନବିଜ୍ଞାନସଂୟୁତଃ ।
ବିଷ୍ଣୋଃ
ପ୍ରସାଦାତ୍କଲ୍ପେଽସ୍ମିନ୍ନାସୀଦ୍ୱୈବସ୍ୱତୋ ମନୁଃ ॥ ୫୮॥
ଭଗବାନଙ୍କ କୃପାରୁ
ରାଜା ସତ୍ୟବ୍ରତ ଜ୍ଞାନ-ବିଜ୍ଞାନ ସମ୍ପନ୍ନ ହୋଇ ଏହି କଳ୍ପରେ ବୈବସ୍ବତ ମନୁ ହେଲେ |
ସତ୍ୟବ୍ରତସ୍ୟ
ରାଜର୍ଷେର୍ମାୟାମତ୍ସ୍ୟସ୍ୟ ଶାର୍ଙ୍ଗିଣଃ ।
ସମ୍ବାଦଂ
ମହଦାଖ୍ୟାନଂ ଶ୍ରୁତ୍ୱା ମୁଚ୍ୟେତ କିଲ୍ବିଷାତ୍ ॥ ୫୯॥
ନିଜ ଯୋଗମାୟା ବଳରେ
ମତ୍ସ୍ୟରୂପ ଧାରଣ କରିଥିବା ଭଗବାନ ବିଷ୍ଣୁ ଏବଂ ରାଜର୍ଷି ସତ୍ୟବ୍ରତଙ୍କର ଏହି ସମ୍ବାଦ ଓ
ଶ୍ରେଷ୍ଠ ଆଖ୍ୟାନର ଶ୍ରବଣ କରି ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଏ |
ଅବତାରୋ
ହରେର୍ୟୋଽୟଂ କୀର୍ତୟେଦନ୍ୱହଂ ନରଃ ।
ସଙ୍କଲ୍ପାସ୍ତସ୍ୟ
ସିଧ୍ୟନ୍ତି ସ ଯାତି ପରମାଂ ଗତିମ୍ ॥ ୬୦॥
ପ୍ରତିଦିନ ଯେଉଁ
ମନୁଷ୍ୟ ଭଗବାନଙ୍କର ଏହି ଅବତାରର କୀର୍ତ୍ତନ କରନ୍ତି, ତାଙ୍କର ସମସ୍ତ
ସଂକଳ୍ପ ସିଦ୍ଧ ହୋଇଥାଏ ଏବଂ ସେ ପରମ ଗତି ପ୍ରାପ୍ତ କରିଥାଆନ୍ତି |
ପ୍ରଲୟପୟସି ଧାତୁଃ
ସୁପ୍ତଶକ୍ତେର୍ମୁଖେଭ୍ୟଃ
ଶ୍ରୁତିଗଣମପନୀତଂ
ପ୍ରତ୍ୟୁପାଦତ୍ତ ହତ୍ୱା ।
ଦିତିଜମକଥୟଦ୍ୟୋ
ବ୍ରହ୍ମ ସତ୍ୟବ୍ରତାନାଂ
ତମହମଖିଲହେତୁଂ
ଜିହ୍ମମୀନଂ ନତୋଽସ୍ମି ॥ ୬୧॥
ପ୍ରଳୟକାଳୀନ
ସମୁଦ୍ରରେ ଯେତେବେଳେ ବ୍ରହ୍ମାଜୀ ଶୟନରତ ଥିଲେ, ତାଙ୍କର
ସୃଷ୍ଟିଶକ୍ତି ଲୁପ୍ତ ହୋଇ ଯାଇଥିଲା, ସେତେବେଳେ ତାଙ୍କର
ମୁଖରୁ ବାହାରି ଆସିଥିବା ଶ୍ରୁତିକୁ ଚୋରାଇ ହୟଗ୍ରୀବ ଦୈତ୍ୟ ପାତାଳକୁ ନେଇ ଯାଇଥିଲା | ଭଗବାନ
ତାକୁ ମାରି ଶ୍ରୁତିମାନଙ୍କୁ ବ୍ରହ୍ମାଙ୍କୁ ଫେରାଇ ଦେଇଥିଲେ ଏବଂ ସତ୍ୟବ୍ରତ ତଥା ସପ୍ତର୍ଷିଙ୍କୁ
ବ୍ରହ୍ମତତ୍ତ୍ବର ଉପଦେଶ ଦେଇଥିଲେ | ସମସ୍ତ ଜଗତର ପରମ କାରଣ ସେହି ଲୀଳାମତ୍ସ୍ୟ- ଭଗବାନଙ୍କୁ
ମୁଁ ନମସ୍କାର କରୁଛି |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସକ୍ୟାମଷ୍ଟାଦଶସାହସ୍ର୍ୟାଂ
ପାରମହଂସ୍ୟାଂ
ସଂହିତାୟାମଷ୍ଟମସ୍କନ୍ଧେ ମତ୍ସ୍ୟାବତାରଚରିତାନୁ-
ବର୍ଣନଂ ନାମ
ଚତୁର୍ୱିଂଶୋଽଧ୍ୟାୟଃ ॥ ୨୪॥
॥ ଇତ୍ୟଷ୍ଟମସ୍କନ୍ଧଃ
ସମାପ୍ତଃ ॥
॥ ଓଁ ତତ୍ସତ୍ ॥

Comments
Post a Comment