Posts

Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ତୃତୀୟ ସ୍କନ୍ଧ ॥ ଏକତ୍ରିଂଶ ଅଧ୍ୟାୟ ମନୁଷ୍ୟଯୋନି ପ୍ରାପ୍ତ ଜୀବର ଗତି ବର୍ଣ୍ଣନ   ଶ୍ରୀଭଗବାନୁବାଚ କର୍ମଣା ଦୈବନେତ୍ରେଣ ଜନ୍ତୁର୍ଦେହୋପପତ୍ତୟେ । ସ୍ତ୍ରିୟାଃ ପ୍ରବିଷ୍ଟ ଉଦରଂ ପୁଂସୋ ରେତଃ କଣାଶ୍ରୟଃ ॥ ୧॥ ଶ୍ରୀଭଗବାନ କହୁଛନ୍ତି – ହେ ମାତା ! ମନୁଷ୍ୟ ଶରୀରରେ ଜନ୍ମ ଗ୍ରହଣ କରିବା ପାଇଁ ଜୀବ ଭଗବାନଙ୍କ ପ୍ରେରଣାରେ ନିଜ ପୂର୍ବକର୍ମଅନୁସାରେ ଦେହପ୍ରାପ୍ତି ନିମନ୍ତେ ପୁରୁଷର ବୀର୍ଯ୍ୟକଣ ଦ୍ବାରା ସ୍ତ୍ରୀ ଗର୍ଭରେ ପ୍ରବେଶ କରିଥାଏ | କଲଲଂ ତ୍ୱେକରାତ୍ରେଣ ପଞ୍ଚରାତ୍ରେଣ ବୁଦ୍ବୁଦମ୍ । ଦଶାହେନ ତୁ କର୍କନ୍ଧୂଃ ପେଶ୍ୟଣ୍ଡଂ ବା ତତଃ ପରମ୍ ॥ ୨॥ ସେଠାରେ ଏକ ରାତ୍ରୀରେ ତାହା ସ୍ତ୍ରୀ-ରଜ ସହିତ ମିଳିତ ହୋଇ ଏକରୂପ କୋଷରେ ପରିଣତ ହୋଇଥାଏ, ପାଞ୍ଚ ରାତ୍ରୀରେ ବୁଦବୁଦ ରୂପ ହୋଇଯାଏ , ଦଶ ଦିନରେ କୋଳିଟିଏ ପରି ସାମାନ୍ୟ କଠିନ ହୋଇଯାଏ ଏବଂ ତତ୍ପଶ୍ଚାତ୍ ମାଂସପେଶୀ ଅଥବା ଅଣ୍ଡରୂପରେ ପରିଣତ ହୋଇଯାଏ | ମାସେନ ତୁ ଶିରୋ ଦ୍ୱାଭ୍ୟାଂ ବାହ୍ୱଙ୍ଘ୍ର୍ୟାଦ୍ୟଙ୍ଗବିଗ୍ରହଃ । ନଖଲୋମାସ୍ଥିଚର୍ମାଣି ଲିଙ୍ଗଚ୍ଛିଦ୍ରୋଦ୍ଭବସ୍ତ୍ରିଭିଃ ॥ ୩॥ ଏକ ମାସରେ ତା ’ ର ମସ୍ତକ ଦୃଶ୍ୟ ହୋଇଥାଏ , ଦୁଇ ମାସରେ ହାତ-ପାଦ ଆଦି ଅଙ୍ଗ ଏବଂ ତିନି ମାସରେ ନଖ , ରୋମ , ଅସ୍ଥି , ଚର୍ମ , ସ୍ତ୍ରୀ-ପୁରୁଷ ଚିହ୍ନ ତଥା ଅନ୍ୟ ଛିଦ୍ର ଉତ୍ପନ୍ନ ହୋଇଯା
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ତୃତୀୟ ସ୍କନ୍ଧ ॥ ତ୍ରିଂଶ ଅଧ୍ୟାୟ ଦେହ - ଗେହରେ ଆସକ୍ତ ପୁରୁଷର ଅଧୋଗତିର ବର୍ଣ୍ଣନ   କପିଲ ଉବାଚ ତସ୍ୟୈତସ୍ୟ ଜନୋ ନୂନଂ ନାୟଂ ବେଦୋରୁବିକ୍ରମମ୍ । କାଲ୍ୟମାନୋଽପି ବଲିନୋ ବାୟୋରିବ ଘନାବଲିଃ ॥ ୧॥ ଶ୍ରୀକପିଳଦେବ କହୁଛନ୍ତି – ହେ ମାତା ! ବାୟୁ ଦ୍ବାରା ବାହିତ ମେଘସମୂହ ଯେପରି ବାୟୁର ବଳକୁ ଜାଣନ୍ତି ନାହିଁ , ସେହିପରି ବଳବାନ କାଳର ପ୍ରେରଣାରେ ଭିନ୍ନ-ଭିନ୍ନ ଅବସ୍ଥାରେ ତଥା ଯୋନିରେ ଭ୍ରମଣ କରୁଥିଲେ ମଧ୍ୟ ଜୀବ ତାହାର ପ୍ରବଳ ପରାକ୍ରମ ବିଷୟରେ ଅନଭିଜ୍ଞ ଥାଏ | ଯଂ ଯମର୍ଥମୁପାଦତ୍ତେ ଦୁଃଖେନ ସୁଖହେତବେ । ତଂ ତଂ ଧୁନୋତି ଭଗବାନ୍ ପୁମାନ୍ ଶୋଚତି ଯତ୍କୃତେ ॥ ୨॥ ସୁଖ ଅଭିଳାଷରେ ଜୀବ ଯେଉଁସବୁ ବସ୍ତୁକୁ ବହୁ କଷ୍ଟରେ ପ୍ରାପ୍ତ କରିଥାଏ , ଭଗବାନ କାଳ ସେହିସବୁ ବସ୍ତୁକୁ ବି ନଷ୍ଟ କରିଦିଅନ୍ତି – ସେଥିପାଇଁ ସେ ଶୋକଗ୍ରସ୍ତ ରହିଥାଏ | ଯଦଧ୍ରୁବସ୍ୟ ଦେହସ୍ୟ ସାନୁବନ୍ଧସ୍ୟ ଦୁର୍ମତିଃ । ଧ୍ରୁବାଣି ମନ୍ୟତେ ମୋହାଦ୍ଗୃହକ୍ଷେତ୍ରବସୂନି ଚ ॥ ୩॥ ଶୋକର କାରଣ ଏହା ଅଟେ ଯେ ସେହି ମନ୍ଦମତି ଜୀବ ନିଜର ନାଶବାନ ଶରୀର ତଥା ଶରୀର ସମ୍ବନ୍ଧିତ ଘର , କ୍ଷେତ ଏବଂ ଧନ ଆଦିକୁ ମୋହବଶ ନିତ୍ୟ ମାନି ନେଇଥାଏ | ଜନ୍ତୁର୍ୱୈ ଭବ ଏତସ୍ମିନ୍ ଯାଂ ଯାଂ ଯୋନିମନୁବ୍ରଜେତ୍ । ତସ୍ୟାଂ ତସ୍ୟାଂ ସ ଲଭତେ ନିର୍ୱୃତିଂ ନ ବିରଜ୍ୟତେ ॥ ୪॥