ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ତ୍ରିଂଶ ଅଧ୍ୟାୟ

ଦେହ-ଗେହରେ ଆସକ୍ତ ପୁରୁଷର ଅଧୋଗତିର ବର୍ଣ୍ଣନ

 

କପିଲ ଉବାଚ

ତସ୍ୟୈତସ୍ୟ ଜନୋ ନୂନଂ ନାୟଂ ବେଦୋରୁବିକ୍ରମମ୍ ।

କାଲ୍ୟମାନୋଽପି ବଲିନୋ ବାୟୋରିବ ଘନାବଲିଃ ॥ ୧॥

ଶ୍ରୀକପିଳଦେବ କହୁଛନ୍ତି – ହେ ମାତା ! ବାୟୁ ଦ୍ବାରା ବାହିତ ମେଘସମୂହ ଯେପରି ବାୟୁର ବଳକୁ ଜାଣନ୍ତି ନାହିଁ, ସେହିପରି ବଳବାନ କାଳର ପ୍ରେରଣାରେ ଭିନ୍ନ-ଭିନ୍ନ ଅବସ୍ଥାରେ ତଥା ଯୋନିରେ ଭ୍ରମଣ କରୁଥିଲେ ମଧ୍ୟ ଜୀବ ତାହାର ପ୍ରବଳ ପରାକ୍ରମ ବିଷୟରେ ଅନଭିଜ୍ଞ ଥାଏ |

ଯଂ ଯମର୍ଥମୁପାଦତ୍ତେ ଦୁଃଖେନ ସୁଖହେତବେ ।

ତଂ ତଂ ଧୁନୋତି ଭଗବାନ୍ ପୁମାନ୍ ଶୋଚତି ଯତ୍କୃତେ ॥ ୨॥

ସୁଖ ଅଭିଳାଷରେ ଜୀବ ଯେଉଁସବୁ ବସ୍ତୁକୁ ବହୁ କଷ୍ଟରେ ପ୍ରାପ୍ତ କରିଥାଏ, ଭଗବାନ କାଳ ସେହିସବୁ ବସ୍ତୁକୁ ବି ନଷ୍ଟ କରିଦିଅନ୍ତି – ସେଥିପାଇଁ ସେ ଶୋକଗ୍ରସ୍ତ ରହିଥାଏ |

ଯଦଧ୍ରୁବସ୍ୟ ଦେହସ୍ୟ ସାନୁବନ୍ଧସ୍ୟ ଦୁର୍ମତିଃ ।

ଧ୍ରୁବାଣି ମନ୍ୟତେ ମୋହାଦ୍ଗୃହକ୍ଷେତ୍ରବସୂନି ଚ ॥ ୩॥

ଶୋକର କାରଣ ଏହା ଅଟେ ଯେ ସେହି ମନ୍ଦମତି ଜୀବ ନିଜର ନାଶବାନ ଶରୀର ତଥା ଶରୀର ସମ୍ବନ୍ଧିତ ଘର, କ୍ଷେତ ଏବଂ ଧନ ଆଦିକୁ ମୋହବଶ ନିତ୍ୟ ମାନି ନେଇଥାଏ |

ଜନ୍ତୁର୍ୱୈ ଭବ ଏତସ୍ମିନ୍ ଯାଂ ଯାଂ ଯୋନିମନୁବ୍ରଜେତ୍ ।

ତସ୍ୟାଂ ତସ୍ୟାଂ ସ ଲଭତେ ନିର୍ୱୃତିଂ ନ ବିରଜ୍ୟତେ ॥ ୪॥

ସଂସାରରେ ଜୀବ ଯେଉଁ ଯେଉଁ ଯୋନିରେ ଜନ୍ମ ଗ୍ରହଣ କରିଥାଏ, ସେ ସେହି-ସେହି ଯୋନିରେ ଆନନ୍ଦ ମାନି ନେଇଥାଏ ଏବଂ ସେଥିରୁ ବିରକ୍ତ ହୋଇ ନ ଥାଏ |

ନରକସ୍ଥୋଽପି ଦେହଂ ବୈ ନ ପୁମାଂସ୍ତ୍ୟକ୍ତୁମିଚ୍ଛତି ।

ନାରକ୍ୟାଂ ନିର୍ୱୃତୌ ସତ୍ୟାଂ ଦେବମାୟାବିମୋହିତଃ ॥ ୫॥

ଭଗବାନଙ୍କ ମାୟାରେ ଜୀବ ଏପରି ଭାବରେ ମୋହିତ ହୋଇଯାଏ ଯେ କର୍ମବଶ ନାରକୀୟ ଯୋନିରେ ଜନ୍ମ ଗ୍ରହଣ କରିବାକୁ ପଡିଲେ ବି ସେ ସେଠାରେ ବିଷ୍ଠା ଆଦି ଭୋଗପଦାର୍ଥରେ ସୁଖ ମାନି ନେଇ ତାହାକୁ ତ୍ୟାଗ କରିବାକୁ ଇଚ୍ଛା କରି ନ ଥାଏ |

ଆତ୍ମଜାୟାସୁତାଗାରପଶୁଦ୍ରବିଣବନ୍ଧୁଷୁ ।

ନିରୂଢମୂଲହୃଦୟ ଆତ୍ମାନଂ ବହୁ ମନ୍ୟତେ ॥ ୬॥

ସେହି ମୂର୍ଖ ଜୀବ ନିଜର ଶରୀର, ସ୍ତ୍ରୀ, ପୁତ୍ର, ଗୃହ, ପଶୁ, ଧନ ଏବଂ ବନ୍ଧୁ-ବାନ୍ଧବଙ୍କଠାରେ ଅତ୍ୟଧିକ ଆସକ୍ତ ହୋଇ, ସେମାନଙ୍କ ସହିତ ସମ୍ବନ୍ଧିତ ନାନାଦି ପ୍ରକାରର ମନୋରଥ ପୂର୍ଣ୍ଣ କରି ନିଜକୁ ପରମ ଭାଗ୍ୟଶାଳୀ ମନେ କରୁଥାଏ |

ସନ୍ଦହ୍ୟମାନସର୍ୱାଙ୍ଗ ଏଷାମୁଦ୍ୱହନାଧିନା ।

କରୋତ୍ୟବିରତଂ ମୂଢୋ ଦୁରିତାନି ଦୁରାଶୟଃ ॥ ୭॥

ସେମାନଙ୍କର ପାଳନ-ପୋଷଣ ଚିନ୍ତାରେ ତାର ସମ୍ପୂର୍ଣ୍ଣ ଅଙ୍ଗ ଦଗ୍ଧ ହେବାରେ ଲାଗିଥାଏ; ତଥାପି ହୃଦୟ ଦୁର୍ବାସନାରେ ଦୂଷିତ ରହିଥିବା କାରଣରୁ ସେହି ମୂଢ଼ ନିରନ୍ତର ସେମାନଙ୍କ ନିମିତ୍ତ ଭିନ୍ନ-ଭିନ୍ନ ପାପ କରିବାରେ ଲାଗିଥାଏ |

ଆକ୍ଷିପ୍ତାତ୍ମେନ୍ଦ୍ରିୟଃ ସ୍ତ୍ରୀଣାମସତୀନାଂ ଚ ମାୟଯା ।

ରହୋ ରଚିତୟାଽଽଲାପୈଃ ଶିଶୂନାଂ କଲଭାଷିଣାମ୍ ॥ ୮॥

ଗୃହେଷୁ କୂଟଧର୍ମେଷୁ ଦୁଃଖତନ୍ତ୍ରେଷ୍ୱତନ୍ଦ୍ରିତଃ ।

କୁର୍ୱନ୍ ଦୁଃଖପ୍ରତୀକାରଂ ସୁଖବନ୍ମନ୍ୟତେ ଗୃହୀ ॥ ୯॥

ଏକାନ୍ତ ସମ୍ଭୋଗାଦି ସମୟରେ କୁଳ଼ଟା ସ୍ତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶିତ କପଟପୂର୍ଣ୍ଣ ପ୍ରେମରେ ତଥା ବାଳକମାନଙ୍କର ମିଠା-ମିଠା ସମ୍ଭାଷଣରେ ମନ ଏବଂ ଇନ୍ଦ୍ରିୟ ବଶୀଭୂତ ହୋଇ ଯାଇଥିବା କାରଣରୁ ଗୃହସ୍ଥ ପୁରୁଷ ଗୃହର ଦୁଃଖ-ପ୍ରଧାନ କପଟପୂର୍ଣ୍ଣ କର୍ମରେ ଲିପ୍ତ ହୋଇଯାଏ | ସେହି ସମୟରେ ଅତ୍ୟନ୍ତ ସାବଧାନ ରହିବା ଯୋଗୁଁ ଯଦି ତାହାକୁ କୌଣସି ଦୁଃଖର ପ୍ରତିକାର କରିବାରେ କିଂଚିତ୍ ବି ସଫଳତା ମିଳିଯାଏ, ତେବେ ତାହାକୁ ସେ ସୁଖ ମଣିଥାଏ |

ଅର୍ଥୈରାପାଦିତୈର୍ଗୁର୍ୱ୍ୟା ହିଂସୟେତସ୍ତତଶ୍ଚ ତାନ୍ ।

ପୁଷ୍ଣାତି ଯେଷାଂ ପୋଷେଣ ଶେଷଭୁଗ୍ୟାତ୍ୟଧଃ ସ୍ୱୟମ୍ ॥ ୧୦॥

ଯେଉଁଠାରୁ-ସେହିଠାରୁ ଜଘନ୍ୟ ହିଂସାବୃତ୍ତି ଦ୍ବାରା ଧନ ସଞ୍ଚୟ କରି ସେ ଏପରି ଲୋକଙ୍କର ପୋଷଣ କରିବାରେ ପ୍ରବୃତ୍ତ ହୋଇଥାଏ, ଯାହାର ପରିଣାମ ସ୍ବରୂପ ତାକୁ ନର୍କଗାମୀ ହେବାକୁ ପଡେ | ତାଛଡା ସେ ନିଜେ ସେମାନଙ୍କର ଉଚ୍ଛିଷ୍ଟ ଭକ୍ଷଣ କରି ବଞ୍ଚିଥାଏ |

ବାର୍ତାୟାଂ ଲୁପ୍ୟମାନାୟାମାରବ୍ଧାୟାଂ ପୁନଃ ପୁନଃ ।

ଲୋଭାଭିଭୂତୋ ନିଃସତ୍ତ୍ୱଃ ପରାର୍ଥେ କୁରୁତେ ସ୍ପୃହାମ୍ ॥ ୧୧॥

ନିଜ ଜୀବିକା ନିର୍ବାହ କରିବା ଦିଗରେ ବାରମ୍ବାର ପ୍ରଯତ୍ନ କରି ସେ ଯେତେବେଳେ ଅସଫଳ ହୋଇଥାଏ, ସେତେବେଳେ ଲୋଭବଶତଃ ଅଧୀର ହୋଇ ସେ ଅନ୍ୟର ଧନ ଇଚ୍ଛା କରିବାରେ ଲାଗେ |

କୁଟୁମ୍ବଭରଣାକଲ୍ପୋ ମନ୍ଦଭାଗ୍ୟୋ ବୃଥୋଦ୍ୟମଃ ।

ଶ୍ରିୟା ବିହୀନଃ କୃପଣୋ ଧ୍ୟାୟନ୍ ଶ୍ୱସିତି ମୂଢଧୀଃ ॥ ୧୨॥

ମନ୍ଦଭାଗ୍ୟ ଯୋଗୁଁ ଯେତେବେଳେ ତାର କୌଣସି ପ୍ରଯତ୍ନ ସଫଳ ହୋଇ ନ ଥାଏ ଏବଂ ଧନହୀନ ହୋଇ ସେହି ମନ୍ଦବୁଦ୍ଧି କୁଟୁମ୍ବ ଭରଣ-ପୋଷଣରେ ଅସମର୍ଥ ହୋଇଥାଏ, ସେତେବେଳେ ଅତ୍ୟନ୍ତ ଦୀନ ଏବଂ ଚିନ୍ତାତୁର ହୋଇ ସେ କେବଳ ହତାଶାର ଦୀର୍ଘଶ୍ବାସ ନେଇଥାଏ |

ଏବଂ ସ୍ୱଭରଣାକଲ୍ପଂ ତତ୍କଲତ୍ରାଦୟସ୍ତଥା ।

ନାଦ୍ରିୟନ୍ତେ ଯଥାପୂର୍ୱଂ କୀନାଶା ଇବ ଗୋଜରମ୍ ॥ ୧୩॥

ତାକୁ ଭରଣ-ପୋଷଣରେ ଅସମର୍ଥ ଦେଖି, କୃପଣ ଚାଷୀ ବୁଢ଼ା ବଳଦର ଉପେକ୍ଷା କରିବା ପରି, ତାର ସ୍ତ୍ରୀ ଏବଂ ପୁତ୍ର ପୂର୍ବ ପରି ଆଉ ତାହାର ଆଦର-ଯତ୍ନ କରନ୍ତି ନାହିଁ |

ତତ୍ରାପ୍ୟଜାତନିର୍ୱେଦୋ ଭ୍ରିୟମାଣଃ ସ୍ୱୟମ୍ଭୃତୈଃ ।

ଜରୟୋପାତ୍ତବୈରୂପ୍ୟୋ ମରଣାଭିମୁଖୋ ଗୃହେ ॥ ୧୪॥

ଆସ୍ତେଽବମତ୍ୟୋପନ୍ୟସ୍ତଂ ଗୃହପାଲ ଇବାହରନ୍ ।

ଆମୟାବ୍ୟପ୍ରଦୀପ୍ତାଗ୍ନିରଲ୍ପାହାରୋଽଲ୍ପଚେଷ୍ଟିତଃ ॥ ୧୫॥

ତଥାପି ତାର ବୈରାଗ୍ୟ ଜାତ ହୁଏ ନାହିଁ | ଯେଉଁମାନଙ୍କୁ ସେ ସ୍ବୟଂ ପାଳିଥିଲା, ଏବେ ସେମାନେ ତାର ପାଳନ-ପୋଷଣ କରୁଛନ୍ତି, ବୃଦ୍ଧାବସ୍ଥା ଯୋଗୁଁ ତାର ରୂପ ବିକୃତ ହୋଇଯାଇଛି, ଶରୀର ରୋଗଗ୍ରସ୍ତ ହୋଇଯାଇଛି, ହଜମ ଶକ୍ତି ହ୍ରାସ ପାଇଛି, ଭୋଜନ ଏବଂ ପୁରୁଷାର୍ଥ ଉଭୟ ହ୍ରାସ ପାଇଛି | ମରଣୋନ୍ମୁଖ ହୋଇ ସେ ଘରେ ପଡି ରହିଛି ଏବଂ କୁକୁର ପରି ସ୍ତ୍ରୀ-ପୁତ୍ରାଦିଙ୍କ ଦ୍ବାରା ଅପମାନପୂର୍ବକ ଦିଆ ଯାଉଥିବା ବାସି-ବଳକା ଖାଇ ଜୀବନ-ନିର୍ବାହ କରୁଛି |

ବାୟୁନୋତ୍କ୍ରମତୋତ୍ତାରଃ କଫସଂରୁଦ୍ଧନାଡିକଃ ।

କାସଶ୍ୱାସକୃତାୟାସଃ କଣ୍ଠେ ଘୁରଘୁରାୟତେ ॥ ୧୬॥

ମୃତ୍ୟୁକାଳ ନିକଟ ହେବାରୁ ବାୟୁ ଉତ୍କ୍ରମଣରେ ତାର ଚକ୍ଷୁ ବିଷ୍ପାରିତ ହୋଇଯାଏ, ଶ୍ବାସନଳୀ କଫରେ ରୁଦ୍ଧ ହୋଇଯାଏ, କାଶିବା ଏବଂ ଶ୍ବାସ ଗ୍ରହଣ କରିବାରେ ସେ କଷ୍ଟ ଅନୁଭବ କରିଥାଏ ତଥା କଫ ବୃଦ୍ଧି ହେବା କାରଣରୁ ତା କଣ୍ଠରୁ ଘଡଘଡ ଶବ୍ଦ ଶୁଣାଯିଵାରେ ଲାଗେ |

ଶୟାନଃ ପରିଶୋଚଦ୍ଭିଃ ପରିବୀତଃ ସ୍ୱବନ୍ଧୁଭିଃ ।

ବାଚ୍ୟମାନୋଽପି ନ ବ୍ରୂତେ କାଲପାଶବଶଂ ଗତଃ ॥ ୧୭॥

ନିଜ ଶୋକାତୁର ବନ୍ଧୁ-ବାନ୍ଧବ ଦ୍ବାରା ପରିବେଷ୍ଟିତ ହୋଇ ସେ ପଡି ରହିଥାଏ, କିନ୍ତୁ ମୃତ୍ୟୁପାଶରେ ଆକ୍ରାନ୍ତ ହୋଇ ସେ ସେମାନଙ୍କର ଡାକ ଶୁଣିପାରୁ ନ ଥାଏ |

ଏବଂ କୁଟୁମ୍ବଭରଣେ ବ୍ୟାପୃତାତ୍ମାଜିତେନ୍ଦ୍ରିୟଃ ।

ମ୍ରିୟତେ ରୁଦତାଂ ସ୍ୱାନାମୁରୁବେଦନୟାସ୍ତଧୀଃ ॥ ୧୮॥

ଏହିପରି ଭାବରେ, ଯେଉଁ ମୂଢ଼ ପୁରୁଷ ଇନ୍ଦ୍ରିୟମାନଙ୍କୁ ଜୟ ନ କରି ନିରନ୍ତର କୁଟୁମ୍ବ ପୋଷଣରେ ହିଁ ଲାଗି ରହିଥାଏ, ସେ କ୍ରନ୍ଦନରତ ସ୍ବଜନମାନଙ୍କ ଗହଣରେ ଘୋର ବେଦନାରେ ଅଚେତ ହୋଇ ମୃତ୍ୟୁକୁ ପ୍ରାପ୍ତ ହୋଇଥାଏ |

ଯମଦୂତୌ ତଦା ପ୍ରାପ୍ତୌ ଭୀମୌ ସରଭସେକ୍ଷଣୌ ।

ସ ଦୃଷ୍ଟ୍ୱା ତ୍ରସ୍ତହୃଦୟଃ ଶକୃନ୍ମୂତ୍ରଂ ବିମୁଞ୍ଚତି ॥ ୧୯॥

ଏହି ଅବସରରେ ତାକୁ ନେବା ପାଇଁ ଯେଉଁ ଅତି ଭୟଙ୍କର ଏବଂ ରୋଷଯୁକ୍ତ-ନେତ୍ରଧାରୀ ଦୁଇ ଯମଦୂତ ଆସିଥାଆନ୍ତି, ସେମାନଙ୍କୁ ଦେଖି ସେ ଭୟରେ ମଳ-ମୂତ୍ର ତ୍ୟାଗ କରିଦେଇ ଥାଏ |

ଯାତନାଦେହ ଆବୃତ୍ୟ ପାଶୈର୍ବଦ୍ଧ୍ୱା ଗଲେ ବଲାତ୍ ।

ନୟତୋ ଦୀର୍ଘମଧ୍ୱାନଂ ଦଣ୍ଡ୍ୟଂ ରାଜଭଟା ଯଥା ॥ ୨୦॥

ସେହି ଯମଦୂତମାନେ ତାକୁ ଏକ ଯାତନାଦେହରେ ପରିବର୍ତ୍ତିତ କରିଦେଇ ଥାଆନ୍ତି ଏବଂ ସିପାହୀ ଅପରାଧୀକୁ ନେଇଯିବା ପରି ତା’ ଗଳାରେ ରସି ବାନ୍ଧି ଘୋଷାରି ଘୋଷାରି ତାକୁ ଯମଲୋକର ଲମ୍ବା ଯାତ୍ରାରେ ନେଇଯାଆନ୍ତି |

ତୟୋର୍ନିର୍ଭିନ୍ନହୃଦୟସ୍ତର୍ଜନୈର୍ଜାତବେପଥୁଃ ।

ପଥି ଶ୍ୱଭିର୍ଭକ୍ଷ୍ୟମାଣ ଆର୍ତୋଽଘଂ ସ୍ୱମନୁସ୍ମରନ୍ ॥ ୨୧॥

ସେମାନଙ୍କର ଚିତ୍କାରରେ ତାର ହୃଦୟ ବିଦୀର୍ଣ୍ଣ ହେବାରେ ଲାଗେ ଏବଂ ଶରୀରରେ ବେପଥୁ ଜାତ ହୁଏ; ମାର୍ଗରେ କୁକୁରମାନେ ତାକୁ ଦାନ୍ତରେ ବିଦାରଣ କରୁଥାଆନ୍ତି | ସେହି ସମୟରେ ନିଜ ପାପକର୍ମ ସ୍ମରଣ କରି ସେ ବ୍ୟାକୁଳ ହୋଇ ଉଠେ |

କ୍ଷୁତ୍ତୃଟ୍ ପରୀତୋଽର୍କଦବାନଲାନିଲୈଃ

ସନ୍ତପ୍ୟମାନଃ ପଥି ତପ୍ତବାଲୁକେ ।

କୃଚ୍ଛ୍ରେଣ ପୃଷ୍ଠେ କଶୟା ଚ ତାଡିତଃ

ଚଲତ୍ୟଶକ୍ତୋଽପି ନିରାଶ୍ରମୋଦକେ ॥ ୨୨॥

ଭୋକ-ଶୋଷ ତାକୁ ଅଶାନ୍ତ କରିଦିଅନ୍ତି ତଥା ଦାବାନଳ ଏବଂ ଗରମ ଝଞ୍ଜାରେ ତାର ଶରୀର ତପ୍ତ ହେବାରେ ଲାଗେ | ଜଳ ଓ ବିଶ୍ରାମସ୍ଥଳୀ ରହିତ ସେହି ତପ୍ତ ବାଲୁକାମୟ ମାର୍ଗରେ ପାଦେ ଚାଲିବାକୁ ତାର ଶକ୍ତି ନ ଥିବା ବେଳେ ପିଠିରେ ଯମଦୂତମାନେ କୋରଡା ମାରୁଥିବା ଯୋଗୁଁ ବହୁ କଷ୍ଟରେ ତାକୁ ଚାଲିବାକୁ ପଡିଥାଏ |

ତତ୍ର ତତ୍ର ପତନ୍ ଶ୍ରାନ୍ତୋ ମୂର୍ଚ୍ଛିତଃ ପୁନରୁତ୍ଥିତଃ ।

ପଥା ପାପୀୟସା ନୀତସ୍ତରସା ଯମସାଦନମ୍ ॥ ୨୩॥

ଯେଉଁଠି-ସେଇଠି ସେ ମୂର୍ଚ୍ଛିତ ହୋଇ ତଳେ ପଡି ଯାଉଥାଏ ଏବଂ ପୁଣି ଚେତନା ଲାଭ କରି ଚାଲିବାରେ ଲାଗୁଥାଏ | ଏହିପରି ଭାବରେ ଅତି ଦୁଃଖମୟ ଅନ୍ଧାର ରାସ୍ତାରେ ଅତ୍ୟନ୍ତ କ୍ରୂର ଯମଦୂତମାନେ ତାକୁ ଶୀଘ୍ରାତିଶୀଘ୍ର ଯମପୁରୀକୁ ନେଇଯାଆନ୍ତି |

ଯୋଜନାନାଂ ସହସ୍ରାଣି ନବତିଂ ନବ ଚାଧ୍ୱନଃ ।

ତ୍ରିଭିର୍ମୁହୂର୍ତୈର୍ଦ୍ୱାଭ୍ୟାଂ ବା ନୀତଃ ପ୍ରାପ୍ନୋତି ଯାତନାଃ ॥ ୨୪॥

ଯମଲୋକର ମାର୍ଗ ଅନେଶ୍ବତ ହଜାର ଯୋଜନ ଅଟେ | ଏତେ ଦୀର୍ଘ ମାର୍ଗକୁ ମାତ୍ର ଦୁଇ-ତିନି ମୁହୂର୍ତ୍ତରେ ଅତିକ୍ରମ କରି ସେ ନର୍କରେ ଅନେକ ପ୍ରକାରର ଯାତନା ଭୋଗିଥାଏ |

ଆଦୀପନଂ ସ୍ୱଗାତ୍ରାଣାଂ ବେଷ୍ଟୟିତ୍ୱୋଲ୍ମୁକାଦିଭିଃ ।

ଆତ୍ମମାଂସାଦନଂ କ୍ୱାପି ସ୍ୱକୃତ୍ତଂ ପରତୋଽପି ବା ॥ ୨୫॥

ସେଠାରେ ତାର ଶରୀରକୁ ଜ୍ବଳନ୍ତ କାଠ ମଝିରେ ରଖି ଜଳାଇ ଦିଆଯାଏ | ତା ନିଜ ହାତରେ ବା ଅନ୍ୟମାନଙ୍କ ହାତରେ ତା ଶରୀରର ମାଂସକୁ କାଟି ଖଣ୍ଡ-ଖଣ୍ଡ କରି ତାକୁ ଖାଇବାକୁ ଦିଆ ଯାଇଥାଏ |

ଜୀବତଶ୍ଚାନ୍ତ୍ରାଭ୍ୟୁଦ୍ଧାରଃ ଶ୍ୱଗୃଧ୍ରୈର୍ୟମସାଦନେ ।

ସର୍ପବୃଶ୍ଚିକଦଂଶାଦ୍ୟୈର୍ଦଶଦ୍ଭିଶ୍ଚାତ୍ମବୈଶସମ୍ ॥ ୨୬॥

ଯମପୁରୀର କୁକୁର ଏବଂ ଶାଗୁଣାମାନେ ତାର ଅନ୍ତନାଳିକୁ ଟାଣି ଛିନଭିନ୍ କରୁଥାଆନ୍ତି | ସାପ, ବିଛା, ଡାଆଁସ ଆଦି ଦଂଶନ କରୁଥିବା ଏବଂ ଡଂକ ମାରୁଥିବା ଜୀବମାନେ ତାର ଶରୀରକୁ ପୀଡା ଦେଉଥାଆନ୍ତି |

କୃନ୍ତନଂ ଚାବୟବଶୋ ଗଜାଦିଭ୍ୟୋ ଭିଦାପନମ୍ ।

ପାତନଂ ଗିରିଶୃଙ୍ଗେଭ୍ୟୋ ରୋଧନଂ ଚାମ୍ବୁଗର୍ତୟୋଃ ॥ ୨୭॥

ଶରୀରକୁ କାଟି ଖଣ୍ଡ-ଖଣ୍ଡ କରାଯାଏ, ହାତୀମାନଙ୍କ ଦ୍ବାରା ତାକୁ ଚିରି ଫାଳ କରି ଦିଆଯାଏ, ପର୍ବତଶିଖରରୁ ତଳକୁ ଫିଙ୍ଗାଯାଏ ଅଥବା ପାଣିରେ ବା ଗର୍ତ୍ତ ଭିତରେ ତାକୁ ପୋତି ଦିଆଯାଏ |

ଯାସ୍ତାମିସ୍ରାନ୍ଧତାମିସ୍ରା ରୌରବାଦ୍ୟାଶ୍ଚ ଯାତନାଃ ।

ଭୁଙ୍କ୍ତେ ନରୋ ବା ନାରୀ ବା ମିଥଃ ସଙ୍ଗେନ ନିର୍ମିତାଃ ॥ ୨୮॥

ଏହି ସବୁ ଯାତନା ତଥା ତାମିସ୍ର, ଅନ୍ଧତାମିସ୍ର ଏବଂ ରୌରବ ଆଦି ନର୍କର ଅନେକ ଯାତନା, ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ହୁଅନ୍ତୁ, ସେହି ଜୀବକୁ ପାରସ୍ପରିକ ସଂସର୍ଗରୁ ହେଉଥିବା ପାପ କାରଣରୁ ଭୋଗ କରିବାକୁ ପଡିଥାଏ |

ଅତ୍ରୈବ ନରକଃ ସ୍ୱର୍ଗ ଇତି ମାତଃ ପ୍ରଚକ୍ଷତେ ।

ଯା ଯାତନା ବୈ ନାରକ୍ୟସ୍ତା ଇହାପ୍ୟୁପଲକ୍ଷିତାଃ ॥ ୨୯॥

ହେ ମାତା ! କେହି କେହି କହନ୍ତି ଯେ ସ୍ବର୍ଗ ଏବଂ ନର୍କ ତ ଏହି ଲୋକରେ ରହିଛି, କାରଣ ନାରକୀୟ ଯାତନା ଏଠାରେ ମଧ୍ୟ ମିଳୁଥିବା ପରି ଦେଖା ଯାଇଥାଏ |

ଏବଂ କୁଟୁମ୍ବଂ ବିଭ୍ରାଣ ଉଦରମ୍ଭର ଏବ ବା ।

ବିସୃଜ୍ୟେହୋଭୟଂ ପ୍ରେତ୍ୟ ଭୁଙ୍କ୍ତେ ତତ୍ଫଲମୀଦୃଶମ୍ ॥ ୩୦॥

ଏହିପରି ଭାବରେ ଅନେକ କଷ୍ଟ ସହ୍ୟ କରି କେବଳ ନିଜ କୁଟୁମ୍ବ ପୋଷଣ କରୁଥିବା ବା ନିଜ ପେଟ ପାଳୁଥିଵା ପୁରୁଷ ମୃତ୍ୟୁରେ ନିଜର କୁଟୁମ୍ବ ଏବଂ ଶରୀରକୁ ତ୍ୟାଗ କରି ନିଜ ପାପକର୍ମର ଏହି ଫଳ ଭୋଗ କରିଥାଏ |

ଏକଃ ପ୍ରପଦ୍ୟତେ ଧ୍ୱାନ୍ତଂ ହିତ୍ୱେଦଂ ସ୍ୱକଲେବରମ୍ ।

କୁଶଲେତରପାଥେୟୋ ଭୂତଦ୍ରୋହେଣ ଯଦ୍ଭୃତମ୍ ॥ ୩୧॥

ନିଜ ଶରୀରକୁ ଏହିଠାରେ ଛାଡି, ପ୍ରାଣୀମାନଙ୍କ ପ୍ରତି ଦ୍ରୋହ କରିଥିବା ଯୋଗୁଁ ଏକତ୍ରିତ ହୋଇଥିବା ପାପରୂପ ପାଥେୟକୁ ସଙ୍ଗରେ ନେଇ ସେ ଏକାକୀ ହିଁ ନର୍କକୁ ଯାଇଥାଏ |

ଦୈବେନାସାଦିତଂ ତସ୍ୟ ଶମଲଂ ନିରୟେ ପୁମାନ୍ ।

ଭୁଙ୍କ୍ତେ କୁଟୁମ୍ବପୋଷସ୍ୟ ହୃତବିତ୍ତ ଇବାତୁରଃ ॥ ୩୨॥

ନିଜ କୁଟୁମ୍ବର ପେଟ ପୋଷିବା ପାଇଁ ମନୁଷ୍ୟ ଯେତେ ସବୁ ଅନ୍ୟାୟ କରିଥାଏ, ତାର ଦେବବିହିତ କୁଫଳ ସେ ନର୍କକୁ ଯାଇ ଭୋଗ କରିଥାଏ | ସେହି ସମୟରେ ସେ ଏପରି ବ୍ୟାକୁଳ ରହିଥାଏ, ସତେ ଯେପରି ତାର ସର୍ବସ୍ବ ଲୁଟିଯାଇଛି |

କେବଲେନ ହ୍ୟଧର୍ମେଣ କୁଟୁମ୍ବଭରଣୋତ୍ସୁକଃ ।

ଯାତି ଜୀବୋଽନ୍ଧତାମିସ୍ରଂ ଚରମଂ ତମସଃ ପଦମ୍ ॥ ୩୩॥

ଯେଉଁ ପୁରୁଷ ଖାଣ୍ଟି ପାପକର୍ମ କରି ନିଜ ପରିବାର ପୋଷଣରେ ବ୍ୟସ୍ତ ରହେ, ସେ ଅନ୍ଧତମିସ୍ର ନର୍କକୁ ଯାଇଥାଏ – ଯାହା ସବୁ ପ୍ରକାରର ନର୍କମାନଙ୍କ ମଧ୍ୟରୁ ଚରମ କଷ୍ଟପ୍ରଦ ସ୍ଥାନ ଅଟେ |

ଅଧସ୍ତାନ୍ନରଲୋକସ୍ୟ ଯାବତୀର୍ୟାତନାଦୟଃ ।

କ୍ରମଶଃ ସମନୁକ୍ରମ୍ୟ ପୁନରତ୍ରାବ୍ରଜେଚ୍ଛୁଚିଃ ॥ ୩୪॥

ମନୁଷ୍ୟ-ଜନ୍ମ ମିଳିବା ପୂର୍ବରୁ କୁକୁର-ଶୂକର ଆଦି ଯୋନିମାନଙ୍କର ସବୁ ପ୍ରକାରର କଷ୍ଟ କ୍ରମରେ ଭୋଗକରି ଶୁଦ୍ଧ ହୋଇଯିବା ପରେ ଜୀବ ପୁନର୍ବାର ମନୁଷ୍ୟ ଯୋନିରେ ଜନ୍ମ ଗ୍ରହଣ କରିଥାଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ କାପିଲେୟୋପାଖ୍ୟାନେ କର୍ମବିପାକୋ ନମ

ତ୍ରିଂଶୋଽଧ୍ୟାୟଃ ॥ ୩୦॥

Comments

Popular posts from this blog