ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ତୃତୀୟ ସ୍କନ୍ଧ ॥
ଏକତ୍ରିଂଶ ଅଧ୍ୟାୟ
ମନୁଷ୍ୟଯୋନି ପ୍ରାପ୍ତ ଜୀବର ଗତି ବର୍ଣ୍ଣନ
ଶ୍ରୀଭଗବାନୁବାଚ
କର୍ମଣା ଦୈବନେତ୍ରେଣ ଜନ୍ତୁର୍ଦେହୋପପତ୍ତୟେ ।
ସ୍ତ୍ରିୟାଃ ପ୍ରବିଷ୍ଟ ଉଦରଂ ପୁଂସୋ ରେତଃ କଣାଶ୍ରୟଃ ॥ ୧॥
ଶ୍ରୀଭଗବାନ କହୁଛନ୍ତି – ହେ ମାତା ! ମନୁଷ୍ୟ ଶରୀରରେ ଜନ୍ମ ଗ୍ରହଣ
କରିବା ପାଇଁ ଜୀବ ଭଗବାନଙ୍କ ପ୍ରେରଣାରେ ନିଜ ପୂର୍ବକର୍ମଅନୁସାରେ ଦେହପ୍ରାପ୍ତି ନିମନ୍ତେ
ପୁରୁଷର ବୀର୍ଯ୍ୟକଣ ଦ୍ବାରା ସ୍ତ୍ରୀ ଗର୍ଭରେ ପ୍ରବେଶ କରିଥାଏ |
କଲଲଂ ତ୍ୱେକରାତ୍ରେଣ ପଞ୍ଚରାତ୍ରେଣ ବୁଦ୍ବୁଦମ୍ ।
ଦଶାହେନ ତୁ କର୍କନ୍ଧୂଃ ପେଶ୍ୟଣ୍ଡଂ ବା ତତଃ ପରମ୍ ॥ ୨॥
ସେଠାରେ ଏକ ରାତ୍ରୀରେ ତାହା ସ୍ତ୍ରୀ-ରଜ ସହିତ ମିଳିତ ହୋଇ ଏକରୂପ
କୋଷରେ ପରିଣତ ହୋଇଥାଏ, ପାଞ୍ଚ ରାତ୍ରୀରେ ବୁଦବୁଦ ରୂପ ହୋଇଯାଏ, ଦଶ ଦିନରେ କୋଳିଟିଏ ପରି ସାମାନ୍ୟ କଠିନ ହୋଇଯାଏ ଏବଂ ତତ୍ପଶ୍ଚାତ୍ ମାଂସପେଶୀ
ଅଥବା ଅଣ୍ଡରୂପରେ ପରିଣତ ହୋଇଯାଏ |
ମାସେନ ତୁ ଶିରୋ ଦ୍ୱାଭ୍ୟାଂ ବାହ୍ୱଙ୍ଘ୍ର୍ୟାଦ୍ୟଙ୍ଗବିଗ୍ରହଃ ।
ନଖଲୋମାସ୍ଥିଚର୍ମାଣି ଲିଙ୍ଗଚ୍ଛିଦ୍ରୋଦ୍ଭବସ୍ତ୍ରିଭିଃ ॥ ୩॥
ଏକ ମାସରେ ତା’ର ମସ୍ତକ ଦୃଶ୍ୟ
ହୋଇଥାଏ, ଦୁଇ ମାସରେ ହାତ-ପାଦ
ଆଦି ଅଙ୍ଗ ଏବଂ ତିନି ମାସରେ ନଖ, ରୋମ, ଅସ୍ଥି, ଚର୍ମ, ସ୍ତ୍ରୀ-ପୁରୁଷ ଚିହ୍ନ ତଥା ଅନ୍ୟ ଛିଦ୍ର ଉତ୍ପନ୍ନ ହୋଇଯାଏ |
ଚତୁର୍ଭିର୍ଧାତବଃ ସପ୍ତ ପଞ୍ଚଭିଃ କ୍ଷୁତ୍ତୃଡୁଦ୍ଭବଃ ।
ଷଡ୍ଭିର୍ଜରାୟୁଣା ବୀତଃ କୁକ୍ଷୌ ଭ୍ରାମ୍ୟତି ଦକ୍ଷିଣେ ॥ ୪॥
ଚାରି ମାସରେ ସେଥିରେ ମାଂସ ଆଦି ସପ୍ତ ଧାତୁ ଉତ୍ପନ୍ନ ହୋଇଥାଏ, ପଞ୍ଚମ ମାସରେ ସେ ଭୋକ-ଶୋଷ ଅନୁଭବ କରିଥାଏ ଏବଂ ଷଷ୍ଠ ମାସରେ ସେ
ଝିଲ୍ଲୀରେ ଆବୃତ ହୋଇ ଗର୍ଭର ଦକ୍ଷିଣ ପାର୍ଶ୍ବରେ ଘୂରିବାରେ ଲାଗେ |
ମାତୁର୍ଜଗ୍ଧାନ୍ନପାନାଦ୍ୟୈରେଧଦ୍ଧାତୁରସମ୍ମତେ ।
ଶେତେ ବିଣ୍ମୂତ୍ରୟୋର୍ଗର୍ତେ ସ ଜନ୍ତୁର୍ଜନ୍ତୁସମ୍ଭବେ ॥ ୫॥
ସେହି ସମୟରେ ମା’ ଗ୍ରହଣ କରୁଥିବା
ଅନ୍ନ-ଜଳ ଆଦିରେ ତା’ ଶରୀରର ସପ୍ତ ଧାତୁ
ପୁଷ୍ଟ ହେବାରେ ଲାଗନ୍ତି ଏବଂ ସେ କୃମି ଆଦି ଜନ୍ତୁମାନଙ୍କର ଉତ୍ପତ୍ତିସ୍ଥାନ ସେହି ଜଘନ୍ୟ
ମଳ-ମୂତ୍ରର ଗର୍ତ୍ତରେ ପଡିରହେ |
କୃମିଭିଃ କ୍ଷତସର୍ୱାଙ୍ଗଃ ସୌକୁମାର୍ୟାତ୍ପ୍ରତିକ୍ଷଣମ୍ ।
ମୂର୍ଚ୍ଛାମାପ୍ନୋତ୍ୟୁରୁକ୍ଲେଶସ୍ତତ୍ରତ୍ୟୈଃ କ୍ଷୁଧିତୈର୍ମୁହୁଃ ॥ ୬॥
ସେ ସୁକୁମାର ତ ଥାଏ;
ସେଥିପାଇଁ ସେଠାରେ ଥିବା କ୍ଷୁଧାତୁର କୀଡାମାନେ ଯେତେବେଳେ ତା’ର ଅଙ୍ଗ-ପ୍ରତ୍ୟଙ୍ଗକୁ ବିଦାରଣ କରିବାରେ ଲାଗନ୍ତି, ସେତେବେଳେ ଅତ୍ୟନ୍ତ କ୍ଲେଶରେ ସେ କ୍ଷଣକୁ କ୍ଷଣ ଅଚେତ ହେବାରେ
ଲାଗିଥାଏ |
କଟୁତୀକ୍ଷ୍ଣୋଷ୍ଣଲବଣରୂକ୍ଷାମ୍ଲାଦିଭିରୁଲ୍ବଣୈଃ ।
ମାତୃଭୁକ୍ତୈରୁପସ୍ପୃଷ୍ଟଃ ସର୍ୱାଙ୍ଗୋତ୍ଥିତବେଦନଃ ॥ ୭॥
ମା’ ଭୋଜନ କରୁଥିବା
ତିକ୍ତ, ରାଗ, ଗରମ, ଶୁଷ୍କ ଏବଂ ଅମ୍ଳ
ଆଦି ଉଗ୍ର ପଦାର୍ଥର ସ୍ପର୍ଶରେ ସେ ନିଜର ସମ୍ପୂର୍ଣ୍ଣ ଶରୀରରେ ପୀଡା ଅନୁଭବ କରିଥାଏ |
ଉଲ୍ବେନ ସମ୍ବୃତସ୍ତସ୍ମିନ୍ନନ୍ତ୍ରୈଶ୍ଚ ବହିରାବୃତଃ ।
ଆସ୍ତେ କୃତ୍ୱା ଶିରଃ କୁକ୍ଷୌ ଭୁଗ୍ନପୃଷ୍ଠଶିରୋଧରଃ ॥ ୮॥
ମାତାର ଗର୍ଭାଶୟରେ ସେହି ଜୀବ ଝିଲ୍ଲୀରେ ଆବୃତ ହୋଇ ଏବଂ ଅନ୍ତନଳି
ପରିବେଷ୍ଟିତ ହୋଇ ରହିଥାଏ | ତା’ର ମସ୍ତକ ପେଟ
ଅଭିମୁଖରେ ତଥା ପିଠି ଓ ଗ୍ରୀବା କୁଣ୍ଡଳାକାର ହୋଇ ରହିଥାଏ |
ଅକଲ୍ପଃ ସ୍ୱାଙ୍ଗଚେଷ୍ଟାୟାଂ ଶକୁନ୍ତ ଇବ ପଞ୍ଜରେ ।
ତତ୍ର ଲବ୍ଧସ୍ମୃତିର୍ଦୈବାତ୍କର୍ମଜନ୍ମଶତୋଦ୍ଭବମ୍ ।
ସ୍ମରନ୍ ଦୀର୍ଘମନୁଚ୍ଛ୍ୱାସଂ ଶର୍ମ କିଂ ନାମ ବିନ୍ଦତେ ॥ ୯॥
ସେ ପଞ୍ଜୁରୀରେ ବନ୍ଦୀ ହୋଇ ରହିଥିବା ପକ୍ଷୀ ପରି ପରାଧୀନ ଏବଂ ନିଜ
ଅଙ୍ଗ-ପ୍ରତ୍ୟଙ୍ଗ ଚାଳନରେ ମଧ୍ୟ ଅସମର୍ଥ ରହିଥାଏ | ଏହି ସମୟରେ ଅଦୃଷ୍ଟର ପ୍ରେରଣାରେ ଯେତେବେଳେ
ତାକୁ ସ୍ମରଣ-ଶକ୍ତି ପ୍ରାପ୍ତ ହୋଇଥାଏ, ସେତେବେଳେ ସେ ନିଜର ପୂର୍ବ ସହସ୍ର ଜନ୍ମର କର୍ମ ସ୍ମରଣ
କରି ବ୍ୟସ୍ତ-ବିବ୍ରତ ହୋଇ ଉଠେ ଏବଂ ତା’ର ଶ୍ବାସ ରୁଦ୍ଧ
ହେବାରେ ଲାଗେ | ଏପରି ଅବସ୍ଥାରେ ତାକୁ ଶାନ୍ତି ଅବା କିପରି ମିଳିବ ?
ଆରଭ୍ୟ ସପ୍ତମାନ୍ମାସାଲ୍ଲବ୍ଧବୋଧୋଽପି ବେପିତଃ ।
ନୈକତ୍ରାସ୍ତେ ସୂତିବାତୈର୍ୱିଷ୍ଠାଭୂରିବ ସୋଦରଃ ॥ ୧୦॥
ସପ୍ତମ ମାସ ଆରମ୍ଭ ହୁଅନ୍ତେ ତା’ଠାରେ
ଜ୍ଞାନଶକ୍ତିର ଉନ୍ମେଷ ହୋଇଥାଏ; କିନ୍ତୁ
ପ୍ରସୂତିବାୟୁରେ ଚଳାୟମାନ ରହିଥିବା କାରଣରୁ ସେ ଉଦରରେ ଉତ୍ପନ୍ନ ବିଷ୍ଠାଭୋଜୀ କୀଡ଼ା ସଦୃଶ
ଅସ୍ଥିର ରହିଥାଏ |
ନାଥମାନ ଋଷିର୍ଭୀତଃ ସପ୍ତବଧ୍ରିଃ କୃତାଞ୍ଜଲିଃ ।
ସ୍ତୁବୀତ ତଂ ବିକ୍ଲବୟା ବାଚା ଯେନୋଦରେଽର୍ପିତଃ ॥ ୧୧॥
ସେତେବେଳେ ସପ୍ତଧାତୁମୟ ସ୍ଥୁଳଶରୀରରେ ଆବଦ୍ଧ ସେହି ଦେହାତ୍ମଦର୍ଶୀ
ଜୀବ ଅତ୍ୟନ୍ତ ଭୟଭୀତ ହୋଇ ଦୀନ ବାଣୀରେ କୃପା ଯାଚନା କରି, ଯୋଡହସ୍ତପୂର୍ବକ ସେହି ପ୍ରଭୁଙ୍କର
ସ୍ତୁତି କରିବାରେ ଲାଗେ, ଯିଏ ତାକୁ ମାତାଙ୍କ
ଗର୍ଭରେ ସ୍ଥାପିତ କରିଛନ୍ତି |
ଜନ୍ତୁରୁବାଚ
ତସ୍ୟୋପସନ୍ନମବିତୁଂ ଜଗଦିଚ୍ଛୟାତ୍ତ-
ନାନାତନୋର୍ଭୁବି ଚଲଚ୍ଚରଣାରବିନ୍ଦମ୍ ।
ସୋଽହଂ ବ୍ରଜାମି ଶରଣଂ ହ୍ୟକୁତୋଭୟଂ ମେ
ଯେନେଦୃଶୀ ଗତିରଦର୍ଶ୍ୟସତୋଽନୁରୂପା ॥ ୧୨॥
ଜୀବ କହେ – ମୁଁ ବହୁତ ବଡ ଅଧମ ଅଟେ; ଭଗବାନ ମୋତେ ଏହି ଯେଉଁ ଗତିର ଦର୍ଶନ କରାଇଛନ୍ତି, ବାସ୍ତବରେ ମୁଁ ତାହାର ଯୋଗ୍ୟ ଅଟେ | ସେ ନିଜ ଶରଣରେ ଆସିଥିବା ଏହି
ନଶ୍ବର ଜଗତର ରକ୍ଷା ନିମନ୍ତେ ହିଁ ଅନେକ ପ୍ରକାର ରୂପ ଧାରଣ କରନ୍ତି | ତେଣୁ ମୁଁ ମଧ୍ୟ ଭୂତଳରେ
ବିଚରଣ କରୁଥିବା ତାଙ୍କ ନିର୍ଭୟ ଚରଣାରବିନ୍ଦର ଶରଣ ଗ୍ରହଣ କରୁଛି |
ଯସ୍ତ୍ୱତ୍ର ବଦ୍ଧ ଇବ କର୍ମଭିରାବୃତାତ୍ମା
ଭୂତେନ୍ଦ୍ରିୟାଶୟମୟୀମବଲମ୍ବ୍ୟ ମାୟାମ୍ ।
ଆସ୍ତେ ବିଶୁଦ୍ଧମବିକାରମଖଣ୍ଡବୋଧ-
ମାତପ୍ୟମାନହୃଦୟେଽବସିତଂ ନମାମି ॥ ୧୩॥
ଯେଉଁ ମୁଁ (ଜୀବ) ମାତାଙ୍କ ଉଦରରେ ଦେହ, ଇନ୍ଦ୍ରିୟ ଏବଂ ଅନ୍ତଃକରଣରୂପା ମାୟାର ଆଶ୍ରୟରେ ପୁଣ୍ୟ-ପାପରୂପ
କର୍ମରେ ଆଚ୍ଛାଦିତ ରହିଥିବା କାରଣରୁ ବଦ୍ଧ ପରି ରହିଛି,
ସେହି ମୁଁ ଏବେ ନିଜ ସଂତପ୍ତ ହୃଦୟରେ ପ୍ରତୀତ ହେଉଥିବା ସେହି ବିଶୁଦ୍ଧ, ଅବିକାରୀ ଏବଂ ଅଖଣ୍ଡ ବୋଧସ୍ବରୂପ ପରମାତ୍ମାଙ୍କୁ ନମସ୍କାର କରୁଛି |
ଯଃ ପଞ୍ଚଭୂତରଚିତେ ରହିତଃ ଶରୀରେ
ଛନ୍ନୋ ଯଥେନ୍ଦ୍ରିୟଗୁଣାର୍ଥଚିଦାତ୍ମକୋଽହମ୍ ।
ତେନାବିକୁଣ୍ଠମହିମାନମୃଷିଂ ତମେନଂ
ବନ୍ଦେ ପରଂ ପ୍ରକୃତିପୂରୁଷୟୋଃ ପୁମାଂସମ୍ ॥ ୧୪॥
ମୁଁ ବସ୍ତୁତଃ ଶରୀରାଦିରହିତ (ଅସଙ୍ଗ) ହୋଇ ମଧ୍ୟ ବାହ୍ୟତଃ
ପଞ୍ଚଭୌତିକ ଶରୀର ସହିତ ସଂବଦ୍ଧ ଅଟେ; ସେଥିପାଇଁ ଇନ୍ଦ୍ରିୟ,
ଗୁଣ, ଶବ୍ଦାଦି ବିଷୟ ଏବଂ
ଅହଂକାର ରୂପ ପ୍ରତୀତ ହୋଇଥାଏ | ଅତଏବ ଏହି ଶରୀରାଦି ଆବରଣ ଦ୍ବାରା ଯାହାର ମହିମା କୁଣ୍ଠିତ ହୋଇ
ନ ଥାଏ, ପ୍ରକୃତି ଏବଂ
ପୁରୁଷର ନିୟନ୍ତା ସେହି ସର୍ବଜ୍ଞ ପରମପୁରୁଷଙ୍କର ମୁଁ ବନ୍ଦନା କରୁଛି |
ଯନ୍ମାୟଯୋରୁଗୁଣକର୍ମନିବନ୍ଧନେଽସ୍ମିନ୍
ସାଂସାରିକେ ପଥି ଚରଂସ୍ତଦଭିଶ୍ରମେଣ ।
ନଷ୍ଟସ୍ମୃତିଃ ପୁନରୟଂ ପ୍ରବୃଣୀତ ଲୋକଂ
ଯୁକ୍ତ୍ୟା କୟା ମହଦନୁଗ୍ରହମନ୍ତରେଣ ॥ ୧୫॥
ତାଙ୍କର ହିଁ ମାୟାରେ ନିଜ ସ୍ବରୂପର ସ୍ମୃତି ନଷ୍ଟ ହୋଇ ଯାଇଥିବା
କାରଣରୁ ଜୀବ ଅନେକ ପ୍ରକାରର ସତ୍ତ୍ବାଦି ଗୁଣ ଏବଂ କର୍ମ ବନ୍ଧନରେ ଯୁକ୍ତ ହୋଇ ଏହି
ସଂସାରମାର୍ଗରେ ଭିନ୍ନ-ଭିନ୍ନ କଷ୍ଟ ସହ୍ୟ କରି ଘୂରି ବୁଲୁଛି | ସେହି ପରମପୁରୁଷ ପରମାତ୍ମାଙ୍କ
କୃପା ବିନା ଅନ୍ୟ କୌଣସି ଉପାୟରେ ଭଲା ଏହାକୁ ନିଜ ସ୍ବରୂପର ଜ୍ଞାନ ହୋଇପାରିବ ?
ଜ୍ଞାନଂ ଯଦେତଦଦଧାତ୍କତମଃ ସ ଦେବଃ
ତ୍ରୈକାଲିକଂ ସ୍ଥିରଚରେଷ୍ୱନୁବର୍ତିତାଂଶଃ ।
ତଂ ଜୀବକର୍ମପଦବୀମନୁବର୍ତମାନା-
ସ୍ତାପତ୍ରୟୋପଶମନାୟ ବୟଂ ଭଜେମ ॥ ୧୬॥
ମୋତେ ଏହି ଯେଉଁ ତ୍ରୈକାଳିକ ଜ୍ଞାନ ପ୍ରାପ୍ତ ହୋଇଛି, ତାହା ମଧ୍ୟ ତାଙ୍କ ବ୍ୟତିତ ଅନ୍ୟ କେହି ଦେଇନାହାଁନ୍ତି; କାରଣ
ସ୍ଥାବର-ଜଙ୍ଗମ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ରୂପରେ ସେ ହିଁ ବିଦ୍ୟମାନ | ତେଣୁ
ଜୀବରୂପ କର୍ମଜନିତ ପଦବୀର ଅନୁବର୍ତନ କରୁଥିବା ଆମେସବୁ ନିଜ ତ୍ରିବିଧ ତାପକୁ ଶାନ୍ତ କରିବା
ନିମନ୍ତେ ତାଙ୍କର ଭଜନ କରିଥାଏ |
ଦେହ୍ୟନ୍ୟଦେହବିବରେ ଜଠରାଗ୍ନିନାସୃଗ୍-
ବିଣ୍ମୂତ୍ରକୂପପତିତୋ ଭୃଶତପ୍ତଦେହଃ ।
ଇଚ୍ଛନ୍ନିତୋ ବିବସିତୁଂ ଗଣୟନ୍ ସ୍ୱମାସାନ୍
ନିର୍ୱାସ୍ୟତେ କୃପଣଧୀର୍ଭଗବନ୍ କଦା ନୁ ॥ ୧୭॥
ହେ ଭଗବନ୍ ! ଏହି ଦେହଧାରୀ ଜୀବ ମାତା-ଶରୀରର ଉଦର ଭିତରେ ଥିବା ମଳ,
ମୂତ୍ର ଏବଂ ରୁଧିର ଭରା କୂପରେ ପଡି ରହିଛି, ମାତାର ଜଠରାଗ୍ନି ଦ୍ବାରା ଏହାର ଶରୀର ଅତ୍ୟନ୍ତ
ସଂତପ୍ତ ହେଉଛି | ତା’ ଭିତରୁ ବାହାରିବା
ଇଚ୍ଛାରେ ସେ ଦିନ ଗଣିବାରେ ଲାଗିଛି | ଭଗବନ୍ ! ଏବେ ଏହି ଦୀନକୁ ଏଠାରୁ କେବେ ବାହାର କରାଯିବ ?
ଯେନେଦୃଶୀଂ ଗତିମସୌ ଦଶମାସ୍ୟ ଈଶ
ସଙ୍ଗ୍ରାହିତଃ ପୁରୁଦୟେନ ଭବାଦୃଶେନ ।
ସ୍ୱେନୈବ ତୁଷ୍ୟତୁ କୃତେନ ସ ଦୀନନାଥଃ
କୋ ନାମ ତତ୍ପ୍ରତି ବିନାଞ୍ଜଲିମସ୍ୟ କୁର୍ୟାତ୍ ॥ ୧୮॥
ସ୍ବାମିନ୍ ! ଆପଣ ପରମ ଦୟାଳୁ ଅଟନ୍ତି, ଆପଣଙ୍କ ପରି ଉଦାର ପ୍ରଭୁ ହିଁ ଏହି ଦଶ-ମାସର ଜୀବକୁ ଏପରି
ଉତ୍କୃଷ୍ଟ ଜ୍ଞାନ ପ୍ରଦାନ କରିଛନ୍ତି | ହେ ଦୀନବନ୍ଧୁ ! ଆପଣ ସ୍ବୟଂ କରିଥିବା ଏହି ଉପକାର
ଦ୍ବାରା ଆପଣ ପ୍ରସନ୍ନ ହୁଅନ୍ତୁ; କାରଣ ଆପଣଙ୍କୁ ହାତ
ଯୋଡିବା ବ୍ୟତିତ ଆପଣଙ୍କର ଏହି ଉପକାରର ପ୍ରତିଦାନ କିଏ ଅବା କିପରି ଦେଇପାରିବ ?
ପଶ୍ୟତ୍ୟଯଂ ଧିଷଣୟା ନନୁ ସପ୍ତବଧ୍ରିଃ
ଶାରୀରକେ ଦମଶରୀର୍ୟପରଃ ସ୍ୱଦେହେ ।
ଯତ୍ସୃଷ୍ଟୟାଽଽସଂ ତମହଂ ପୁରୁଷଂ ପୁରାଣଂ
ପଶ୍ୟେ ବହିର୍ହୃଦି ଚ ଚୈତ୍ୟମିବ ପ୍ରତୀତମ୍ ॥ ୧୯॥
ହେ ପ୍ରଭୁ ! ସଂସାରର ଏହି ପଶୁ-ପକ୍ଷୀ ଆଦି ଅନ୍ୟ ଜୀବ ତ ନିଜ ମୂଢ଼
ବୁଦ୍ଧି ଅନୁସାରେ ନିଜ ଶରୀରରେ ହେଉଥିବା ସୁଖ-ଦୁଃଖର ହିଁ ଅନୁଭବ କରିଥାଆନ୍ତି; କିନ୍ତୁ ମୁଁ ତ
ଆପଣଙ୍କ କୃପାରୁ ଶମ-ଦମାଦି ସାଧନସମ୍ପନ୍ନ ଶରୀରରେ ଯୁକ୍ତ ଅଟେ; ତେଣୁ ଆପଣଙ୍କ ଦ୍ବାରା ପ୍ରଦତ୍ତ ବିବେକଯୁକ୍ତ ବୁଦ୍ଧି ଦ୍ବାରା
ଆପଣଙ୍କ ପରି ପୁରାଣପୁରୁଷଙ୍କୁ ନିଜ ଶରୀରର ବାହାରେ-ଭିତରେ ଅହଂକାରର ଆଶ୍ରୟଭୂତ ଆତ୍ମା ପରି
ପ୍ରତ୍ୟକ୍ଷ ଅନୁଭବ କରିଥାଏ |
ସୋଽହଂ ବସନ୍ନପି ବିଭୋ ବହୁଦୁଃଖବାସଂ
ଗର୍ଭାନ୍ନ ନିର୍ଜିଗମିଷେ ବହିରନ୍ଧକୂପେ ।
ଯତ୍ରୋପୟାତମୁପସର୍ପତି ଦେବମାୟା
ମିଥ୍ୟାମତିର୍ୟଦନୁ ସଂସୃତିଚକ୍ରମେତତ୍ ॥ ୨୦॥
ଭଗବନ୍ ! ଅତ୍ୟନ୍ତ ଦୁଃଖଭରା ଏହି ଗର୍ଭାଶୟରେ ଯଦିଓ ମୁଁ ବହୁତ
କଷ୍ଟରେ ପଡି ରହିଛି, ତଥାପି ଏଠାରୁ
ବାହାରି ସଂସାର ଅନ୍ଧକୂପରେ ପଡିବାକୁ ମୋର ଆଦୌ ଇଚ୍ଛା ନାହିଁ; କାରଣ ସେଠାରେ ଆପଣଙ୍କର ମାୟା
ଜୀବକୁ ନିଜର କବଳିତ କରିନିଏ | ସେହି କାରଣରୁ ଜୀବର ଶରୀରରେ ଆତ୍ମବୁଦ୍ଧି ହୋଇଯାଏ ଏବଂ
ପରିଣାମତଃ ତାକୁ ପୁନର୍ବାର ସଂସାରଚକ୍ରରେ ଘୂରିବାକୁ ପଡିଥାଏ |
ତସ୍ମାଦହଂ ବିଗତବିକ୍ଲବ ଉଦ୍ଧରିଷ୍ୟ
ଆତ୍ମାନମାଶୁ ତମସଃ ସୁହୃଦାତ୍ମନୈବ ।
ଭୂୟୋ ଯଥା ବ୍ୟସନମେତଦନେକରନ୍ଧ୍ରଂ
ମା ମେ ଭବିଷ୍ୟଦୁପସାଦିତବିଷ୍ଣୁପାଦଃ ॥ ୨୧॥
ସୁତରାଂ, ମୁଁ ବ୍ୟାକୁଳତା
ତ୍ୟାଗ କରି, ହୃଦୟରେ ଶ୍ରୀବିଷ୍ଣୁଭଗବାନଙ୍କର ଚରଣ ସ୍ଥାପିତ କରି ନିଜ ବୁଦ୍ଧି ସାହାଯ୍ୟରେ ହିଁ
ଖୁବ୍ ଶୀଘ୍ର ଏହି ସଂସାରରୂପ ସମୁଦ୍ରକୁ ଅତିକ୍ରମ କରିନେବି, ଯଦ୍ବାରା ମୋତେ ଅନେକ ପ୍ରକାରର
ଦୋଷରେ ଯୁକ୍ତ ଏହି ସଂସାର-ଦୁଃଖ ପୁନର୍ବାର ପ୍ରାପ୍ତ ହେବନାହିଁ |
କପିଲ ଉବାଚ
ଏବଂ କୃତମତିର୍ଗର୍ଭେ ଦଶମାସ୍ୟଃ ସ୍ତୁବନ୍ ଋଷିଃ ।
ସଦ୍ୟଃ କ୍ଷିପତ୍ୟବାଚୀନଂ ପ୍ରସୂତ୍ୟୈ ସୂତିମାରୁତଃ ॥ ୨୨॥
ଶ୍ରୀ କପିଳ ଭଗବାନ କହୁଛନ୍ତି – ହେ ମାତା ! ସେହି ଦଶ-ମାସର ଜୀବ
ଯେତେବେଳେ ଗର୍ଭରେ ହିଁ ଏପରି ବିବେକସମ୍ପନ୍ନ ହୋଇ ଭଗବାନଙ୍କର ସ୍ତୁତି କରିଥାଏ, ସେତେବେଳେ ପ୍ରସବକାଳୀନ ବାୟୁ ସେହି ଅଧୋମୁଖ ବାଳକକୁ ତତ୍କାଳ
ବାହାରକୁ କାଢ଼ିବାକୁ ଧକ୍କା ଦେବାରେ ଲାଗେ |
ତେନାବସୃଷ୍ଟଃ ସହସା କୃତ୍ୱାବାକ୍ଶିର ଆତୁରଃ ।
ବିନିଷ୍କ୍ରାମତି କୃଚ୍ଛ୍ରେଣ ନିରୁଚ୍ଛ୍ୱାସୋ ହତସ୍ମୃତିଃ ॥ ୨୩॥
ହଠାତ୍ ଧକ୍କା ପାଇ ସେହି ବାଳକ ଅତ୍ୟନ୍ତ ବ୍ୟାକୁଳ ଭାବରେ ମସ୍ତକକୁ
ନିମ୍ନମୁଖା କରି ବହୁତ କଷ୍ଟରେ ବାହାରକୁ ବାହାରି ଥାଏ | ସେହି ସମୟରେ ତା’ର ଶ୍ବାସର ଗତି ରୁଦ୍ଧ ହୋଇଯାଏ ଏବଂ ପୂର୍ବସ୍ମୃତି ନଷ୍ଟ ହୋଇଯାଏ |
ପତିତୋ ଭୁବ୍ୟସୃଙ୍ମୂତ୍ରେ ବିଷ୍ଠାଭୂରିବ ଚେଷ୍ଟତେ ।
ରୋରୂୟତି ଗତେ ଜ୍ଞାନେ ବିପରୀତାଂ ଗତିଂ ଗତଃ ॥ ୨୪॥
ଭୂମିରେ ମା’ର ରୁଧିର ଏବଂ
ମୂତ୍ରରେ ପଡି ସେହି ବାଳକ ବିଷ୍ଠା-କୀଡା ପରି ଛଟପଟ ହେବାରେ ଲାଗେ | ଗର୍ଭବାସ କାଳର ତା’ର ସବୁ ଜ୍ଞାନ ନଷ୍ଟ ହୋଇଯାଏ ଏବଂ ସେ ବିପରୀତ ଗତି (ଦେହ-ଅଭିମାନରୂପ
ଅଜ୍ଞାନ-ଦଶା) ପ୍ରାପ୍ତ ହୋଇ ବାରମ୍ବାର ଉଚ୍ଚ ସ୍ବରରେ ରୋଦନ କରିବାରେ ଲାଗେ |
ପରଚ୍ଛନ୍ଦଂ ନ ବିଦୁଷା ପୁଷ୍ୟମାଣୋ ଜନେନ ସଃ ।
ଅନଭିପ୍ରେତମାପନ୍ନଃ ପ୍ରତ୍ୟାଖ୍ୟାତୁମନୀଶ୍ୱରଃ ॥ ୨୫॥
ତଥାପି ଯେଉଁମାନେ ତା’ର
ଅଭିପ୍ରାୟକୁ ଜାଣନ୍ତି ନାହିଁ, ସେମାନେ ତା’ର ପାଳନ-ପୋଷଣ କରିବାରେ ଲାଗନ୍ତି | ଏପରି ଅବସ୍ଥାରେ ତାକୁ ଯେଉଁ
ପ୍ରତିକୂଳତା ପ୍ରାପ୍ତ ହୋଇଥାଏ, ତାହାର ନିବାରଣ
କରିବାର ଶକ୍ତି ତା’ ପାଖରେ ନ ଥାଏ |
ଶାୟିତୋଽଶୁଚିପର୍ୟଙ୍କେ ଜନ୍ତୁଃ ସ୍ୱେଦଜଦୂଷିତେ ।
ନେଶଃ କଣ୍ଡୂୟନେଽଙ୍ଗାନାମାସନୋତ୍ଥାନଚେଷ୍ଟନେ ॥ ୨୬॥
ଶିଶୁ ଅବସ୍ଥାରେ ସେହି ଜୀବକୁ ଯେତେବେଳେ ମଇଳା-କୋତରା ଖଟରେ ଶୁଆଇ
ଦିଆଯାଏ, ଯେଉଁଠାରେ ଓଡଶ ଆଦି ସ୍ବେଦଜ ଜୀବ ଲାଖି ରହିଥାଆନ୍ତି, ସେତେବେଳେ ଦେହକୁ କୁଣ୍ଡାଇବା,
କଡ ଲେଉଟାଇବାକୁ ବା ଉଠିବାକୁ ସମର୍ଥ ହୋଇ ନ ଥିବା କାରଣରୁ ସେ ବହୁତ କଷ୍ଟ ପାଇଥାଏ |
ତୁଦନ୍ତ୍ୟାମତ୍ୱଚଂ ଦଂଶା ମଶକା ମତ୍କୁଣାଦୟଃ ।
ରୁଦନ୍ତଂ ବିଗତଜ୍ଞାନଂ କୃମୟଃ କୃମିକଂ ଯଥା ॥ ୨୭॥
ତା’ର ତ୍ବଚା ବହୁତ କୋମଳ
ଥାଏ; ବଡ ବଡ କୀଡାମାନେ
ଛୋଟ ଛୋଟ କୀଡାଙ୍କୁ କାମୁଡିବା ପରି ତାକୁ ମଶା-ଡାଆଁସ,
ଓଡଶ ଆଦି କାମୁଡିବାରେ ଲାଗନ୍ତି | ସେହି ସମୟରେ ଗର୍ଭାବସ୍ଥାର ତା’ର ସବୁ ଜ୍ଞାନ ଲୋପ ପାଇଯାଏ;
ସେ କେବଳ କାନ୍ଦିବାରେ ଲାଗିଥାଏ |
ଇତ୍ୟେବଂ ଶୈଶବଂ ଭୁକ୍ତ୍ୱା ଦୁଃଖଂ ପୌଗଣ୍ଡମେବ ଚ ।
ଅଲବ୍ଧାଭୀପ୍ସିତୋଽଜ୍ଞାନାଦିଦ୍ଧମନ୍ୟୁଃ ଶୁଚାର୍ପିତଃ ॥ ୨୮॥
ଏହିପରି ଭାବରେ ବାଲ୍ୟ ଏବଂ କିଶୋର ଅବସ୍ଥାର ଦୁଃଖ ଭୋଗ କରି ସେହି
ବାଳକ ଯୁବାବସ୍ଥାରେ ଉପନୀତ ହୋଇଥାଏ | ସେତେବେଳେ ଯଦି ତାକୁ ନିଜର ଇପ୍ସିତ ଭୋଗ ପ୍ରାପ୍ତ ନ ହୁଏ, ତେବେ ଅଜ୍ଞାନବଶତଃ ତା’ର
କ୍ରୋଧ ଉଦ୍ଦୀପ୍ତ ହୋଇ ଉଠେ ଏବଂ ସେ ଶୋକାକୁଳ ହୋଇଯାଏ |
ସହ ଦେହେନ ମାନେନ ବର୍ଧମାନେନ ମନ୍ୟୁନା ।
କରୋତି ବିଗ୍ରହଂ କାମୀ କାମିଷ୍ୱନ୍ତାୟ ଚାତ୍ମନଃ ॥ ୨୯॥
ଦେହ ସହିତ ଅଭିମାନ ଏବଂ କ୍ରୋଧ ବୃଦ୍ଧି ଲାଭ କରିବା କାରଣରୁ ସେହି
କାମପରବଶ ଜୀବ ନିଜର ହିଁ ବିନାଶ କରିବା ନିମନ୍ତେ ଅନ୍ୟ କାମୀ ପୁରୁଷଙ୍କ ସହିତ ଶତ୍ରୁତା କରି
ବସେ |
ଭୂତୈଃ ପଞ୍ଚଭିରାରବ୍ଧେ ଦେହେ ଦେହ୍ୟବୁଧୋଽସକୃତ୍ ।
ଅହଂ ମମେତ୍ୟସଦ୍ଗ୍ରାହଃ କରୋତି କୁମତିର୍ମତିମ୍ ॥ ୩୦॥
ବୁଦ୍ଧିହୀନ ସେହି ଅଜ୍ଞାନୀ ଜୀବ ପଞ୍ଚଭୂତ-ରଚିତ ଏହି ଦେହରେ ମିଥ୍ୟା
ଅଭିନିବେଶ କାରଣରୁ ନିରନ୍ତର ମୁଁ-ମୋପଣର ଅଭିମାନ କରିବାରେ ଲାଗିଥାଏ |
ତଦର୍ଥଂ କୁରୁତେ କର୍ମ ଯଦ୍ବଦ୍ଧୋ ଯାତି ସଂସୃତିମ୍ ।
ଯୋଽନୁୟାତି ଦଦତ୍କ୍ଲେଶମବିଦ୍ୟାକର୍ମବନ୍ଧନଃ ॥ ୩୧॥
ଯେଉଁ ଶରୀର ଏହାକୁ ବୃଦ୍ଧାବସ୍ଥା ଆଦି ଅନେକ ପ୍ରକାରର କଷ୍ଟ ହିଁ
ଦେଇଥାଏ ତଥା ଅବିଦ୍ୟା ଏବଂ କର୍ମସୂତ୍ରରେ ବନ୍ଧାହୋଇ ରହିଥିବା କାରଣରୁ ସେହି ସବୁ କଷ୍ଟ ସର୍ବଦା
ତାହାର ପଶ୍ଚାତ୍ ଧାବନ କରିବାରେ ଲାଗିଥାଏ, ସେହି ଶରୀର ପାଇଁ ସେ
ନାନା ପ୍ରକାରର କର୍ମ କରୁଥାଏ – ଯହିଁରେ ବାନ୍ଧି ହୋଇ ତାକୁ ବାରମ୍ବାର ସଂସାର-ଚକ୍ରରେ
ଘୂରିବାକୁ ପଡେ |
ଯଦ୍ୟସଦ୍ଭିଃ ପଥି ପୁନଃ ଶିଶ୍ନୋଦରକୃତୋଦ୍ୟମୈଃ ।
ଆସ୍ଥିତୋ ରମତେ ଜନ୍ତୁସ୍ତମୋ ବିଶତି ପୂର୍ୱବତ୍ ॥ ୩୨॥
ସନ୍ମାର୍ଗରେ ଗତି କରୁଥିବା ବେଳେ ଯଦି ଏହାର ଜିହ୍ବା ଏବଂ ଉପସ୍ଥେନ୍ଦ୍ରିୟ-ଭୋଗରେ
ଆସକ୍ତ କୌଣସି ବିଷୟୀ ପୁରୁଷ ସହିତ ସମାଗମ ହୋଇଯାଏ ଏବଂ ସେ ତାଙ୍କ ଉପରେ ବିଶ୍ବାସ କରି ତାଙ୍କର
ଅନୁଗମନ କରିବାରେ ଲାଗିଯାଏ, ତେବେ ପୂର୍ବବତ୍
ତାହାକୁ ନର୍କ ଯୋନି ପ୍ରାପ୍ତ ହୋଇଥାଏ |
ସତ୍ୟଂ ଶୌଚଂ ଦୟା ମୌନଂ ବୁଦ୍ଧିଃ ଶ୍ରୀର୍ହ୍ରୀର୍ୟଶଃ କ୍ଷମା ।
ଶମୋ ଦମୋ ଭଗଶ୍ଚେତି ଯତ୍ସଙ୍ଗାଦ୍ୟାତି ସଙ୍କ୍ଷୟମ୍ ॥ ୩୩॥
ତେଷ୍ୱଶାନ୍ତେଷୁ ମୂଢେଷୁ ଖଣ୍ଡିତାତ୍ମସ୍ୱସାଧୁଷୁ ।
ସଙ୍ଗଂ ନ କୁର୍ୟାଚ୍ଛୋଚ୍ୟେଷୁ ଯୋଷିତ୍କ୍ରୀଡାମୃଗେଷୁ ଚ ॥ ୩୪॥
ସେମାନଙ୍କର ସଂଗ-ଲାଭ କରି ତା’ର
ସତ୍ୟ, ଶୌଚ
(ବାହ୍ୟ-ଅଭ୍ୟନ୍ତର ପବିତ୍ରତା), ଦୟା, ବାକ୍-ସଂଯମ, ବୁଦ୍ଧି, ଧନ-ସମ୍ପତ୍ତି, ଲଜ୍ଜା, ଯଶ, କ୍ଷମା, ମନ ଓ ଇନ୍ଦ୍ରିୟର
ସଂଯମ ତଥା ଐଶ୍ବର୍ଯ୍ୟ ଆଦି ସବୁ ସଦଗୁଣ ନଷ୍ଟ ହୋଇଯାଏ | ସେପରି ଅତ୍ୟନ୍ତ ଶୋଚନୀୟ, ସ୍ତ୍ରୀମାନଙ୍କର କ୍ରୀଡାମୃଗ,
ଅଶାନ୍ତ, ମୂଢ଼ ଏବଂ
ଦେହାତ୍ମଦର୍ଶୀ ଅସତ୍-ପୁରୁଷର ସଙ୍ଗ କେବେ ବି କରିବା ଉଚିତ୍ ନୁହେଁ |
ନ ତଥାସ୍ୟ ଭବେନ୍ମୋହୋ ବନ୍ଧଶ୍ଚାନ୍ୟପ୍ରସଙ୍ଗତଃ ।
ଯୋଷିତ୍ସଙ୍ଗାଦ୍ୟଥା ପୁଂସୋ ଯଥା ତତ୍ସଙ୍ଗିସଙ୍ଗତଃ ॥ ୩୫॥
କାରଣ ଜୀବକୁ ଯେପରି ମୋହ ଏବଂ ବନ୍ଧନ ସ୍ତ୍ରୀ ଏବଂ
ସ୍ତ୍ରୀସଙ୍ଗୀମାନଙ୍କର ସଙ୍ଗ କରିବା ଦ୍ବାରା ପ୍ରାପ୍ତ ହୋଇଥାଏ, ତାହା ଅନ୍ୟ କାହାର ସଙ୍ଗର ଫଳ ସ୍ବରୂପ ପ୍ରାପ୍ତ ହୋଇ ନ ଥାଏ |
ପ୍ରଜାପତିଃ ସ୍ୱାଂ ଦୁହିତରଂ ଦୃଷ୍ଟ୍ୱା ତଦ୍ରୂପଧର୍ଷିତଃ ।
ରୋହିଦ୍ଭୂତାଂ ସୋଽନ୍ୱଧାବଦୃକ୍ଷରୂପୀ ହତତ୍ରପଃ ॥ ୩୬॥
ଏକଦା ନିଜ ପୁତ୍ରୀ ସରସ୍ବତୀଙ୍କୁ ଦେଖି ବ୍ରହ୍ମାଜୀ ମଧ୍ୟ ତାଙ୍କ
ରୂପ-ଲାବଣ୍ୟରେ ମୋହିତ ହୋଇ ଯାଇଥିଲେ ଏବଂ ସେ ମୃଗୀ ରୂପରେ ଧାଇଁ ପଳାଇବା ଦେଖି ବ୍ରହ୍ମାଜୀ
ମଧ୍ୟ ନିର୍ଲଜ୍ଜତାପୂର୍ବକ ମୃଗ ରୂପରେ ତାଙ୍କର ପଶ୍ଚାତ୍ ଧାବନ କରିଥିଲେ |
ତତ୍ସୃଷ୍ଟସୃଷ୍ଟସୃଷ୍ଟେଷୁ କୋ ନ୍ୱଖଣ୍ଡିତଧୀଃ ପୁମାନ୍ ।
ଋଷିଂ ନାରାୟଣମୃତେ ଯୋଷିନ୍ମୟ୍ୟେହ ମାୟଯା ॥ ୩୭॥
ସେହି ବ୍ରହ୍ମାଜୀ ମରୀଚି ଆଦି ପ୍ରଜାପତିଙ୍କୁ, ମରୀଚି ଆଦି
କଶ୍ୟପାଦିଙ୍କୁ ଏବଂ କଶ୍ୟପାଦି ଦେବ-ମନୁଷ୍ୟ ଆଦିଙ୍କୁ ସୃଷ୍ଟି କରିଥିଲେ | ଅତଏବ ଏକମାତ୍ର
ଋଷିପ୍ରବର ନାରାୟଣଙ୍କ ବ୍ୟତିତ ଏପରି କିଏ ଅଛି, ଯାହାର ବୁଦ୍ଧି ସ୍ତ୍ରୀରୂପିଣୀ ମାୟା ଦ୍ବାରା
ମୋହିତ ନ ହେବ ?
ବଲଂ ମେ ପଶ୍ୟ ମାୟାୟାଃ ସ୍ତ୍ରୀମୟ୍ୟା ଜୟିନୋ ଦିଶାମ୍ ।
ଯା କରୋତି ପଦାକ୍ରାନ୍ତାନ୍ ଭ୍ରୂବିଜୃମ୍ଭେଣ କେବଲମ୍ ॥ ୩୮॥
ହାୟ ! ମୋର ଏହି ସ୍ତ୍ରୀରୂପିଣୀ ମାୟାର ବଳକୁ ତ ଦେଖ, ଯିଏ କେବଳ ନିଜ
ଭୃକୁଟିବିଳାସ ଦ୍ବାରା ବଡ ବଡ ଦିଗବିଜୟୀ ବୀରଙ୍କୁ ପଦଦଳିତ କରିଦିଏ !
ସଙ୍ଗଂ ନ କୁର୍ୟାତ୍ପ୍ରମଦାସୁ ଜାତୁ
ଯୋଗସ୍ୟ ପାରଂ ପରମାରୁରୁକ୍ଷୁଃ ।
ମତ୍ସେବୟା ପ୍ରତିଲବ୍ଧାତ୍ମଲାଭୋ
ବଦନ୍ତି ଯା ନିରୟଦ୍ୱାରମସ୍ୟ ॥ ୩୯॥
ଯେଉଁ ପୁରୁଷ ଯୋଗର ପରମ ପଦରେ ଆରୂଢ ହେବାକୁ ଇଚ୍ଛା କରନ୍ତି ଅଥବା ମୋ
ସେବା ପ୍ରଭାବରେ ଯେଉଁ ପୁରୁଷର ଆତ୍ମା-ଅନାତ୍ମାର ବିବେକ ବିକଶିତ ହୋଇ ଯାଇଥାଏ, ସେମାନେ କେବେ ବି ସ୍ତ୍ରୀସଙ୍ଗ କରିବା ଉଚିତ୍ ନୁହେଁ; କାରଣ ବିବେକୀ-ପୁରୁଷ ତାହାକୁ ନର୍କର ଉନ୍ମୁକ୍ତ ଦ୍ବାର କହନ୍ତି |
ଯୋପୟାତି ଶନୈର୍ମାୟା ଯୋଷିଦ୍ଦେବବିନିର୍ମିତା ।
ତାମୀକ୍ଷେତାତ୍ମନୋ ମୃତ୍ୟୁଂ ତୃଣୈଃ କୂପମିବାବୃତମ୍ ॥ ୪୦॥
ଭଗବାନଙ୍କ ଦ୍ବାରା ରଚିତ ଏହି ସ୍ତ୍ରୀରୂପିଣୀ ମାୟା ଧୀରେ ଧୀରେ ସେବା
ଆଦି ବାହାନାରେ ପାଖକୁ ଆସିଥାଏ, ଏହାକୁ ତୃଣ
ଆଚ୍ଛାଦିତ କୂପ ସଦୃଶ ନିଜର ମୃତ୍ୟୁ ହିଁ ମନେକରିବା ଉଚିତ୍ |
ଯାଂ ମନ୍ୟତେ ପତିଂ ମୋହାନ୍ମନ୍ମାୟାମୃଷଭାୟତୀମ୍ ।
ସ୍ତ୍ରୀତ୍ୱଂ ସ୍ତ୍ରୀସଙ୍ଗତଃ ପ୍ରାପ୍ତୋ ବିତ୍ତାପତ୍ୟଗୃହପ୍ରଦମ୍ ॥
୪୧॥
ତାମାତ୍ମନୋ ବିଜାନୀୟାତ୍ପତ୍ୟପତ୍ୟଗୃହାତ୍ମକମ୍ ।
ଦୈବୋପସାଦିତଂ ମୃତ୍ୟୁଂ ମୃଗୟୋର୍ଗାୟନଂ ଯଥା ॥ ୪୨॥
ସ୍ତ୍ରୀ ପ୍ରତି ଆସକ୍ତ ରହିବା ଯୋଗୁଁ ଅଥବା ଅନ୍ତ ସମୟରେ ସ୍ତ୍ରୀର
ହିଁ ଧ୍ୟାନ କରିବା ଯୋଗୁଁ ଜୀବ ସ୍ତ୍ରୀ ଯୋନି ପ୍ରାପ୍ତ ହୋଇଥାଏ | ଏହିପରି ଭାବରେ ସ୍ତ୍ରୀଯୋନି
ପ୍ରାପ୍ତ କରିଥିବା ଜୀବ ପୁରୁଷରୂପେ ପ୍ରତୀତ ହେଉଥିବା ମୋର ମାୟାକୁ ହିଁ ଧନ, ଗୃହ ଏବଂ ପୁତ୍ର ଆଦି ପ୍ରଦାତାକୁ ନିଜ ପତି ମାନିଥାଏ | ତେଣୁ
ବ୍ୟାଧର ଗାନ କର୍ଣ୍ଣପ୍ରିୟ ହୋଇଥିବା କାରଣରୁ ତାହା ଯେପରି ନିରୀହ ପଶୁ-ପକ୍ଷୀମାନଙ୍କର ବିନାଶର
କାରଣ ହୋଇଥାଏ, ସେହିପରି ଏହି ପତି, ପୁତ୍ର, ଏବଂ ଗୃହ ଆଦିଙ୍କୁ
ବିଧାତାଙ୍କ ଦ୍ବାରା ନିଶ୍ଚିତ କରାଯାଇ ଥିବା ନିଜର ମୃତ୍ୟୁ ହିଁ ଜାଣ |
ଦେହେନ ଜୀବଭୂତେନ ଲୋକାଲ୍ଲୋକମନୁବ୍ରଜନ୍ ।
ଭୁଞ୍ଜାନ ଏବ କର୍ମାଣି କରୋତ୍ୟବିରତଂ ପୁମାନ୍ ॥ ୪୩॥
ହେ ଦେବୀ ! ଜୀବର ଉପାଧିଭୂତ ଲିଙ୍ଗଦେହ ଦ୍ବାରା ପୁରୁଷ ଗୋଟିଏ ଲୋକରୁ
ଅନ୍ୟ ଲୋକକୁ ଯାଇଥାଏ ଏବଂ ନିଜ ପ୍ରାରବ୍ଧକର୍ମ ଭୋଗ କରି ନିରନ୍ତର ଅନ୍ୟ ଦେହ ପ୍ରାପ୍ତି
ନିମନ୍ତେ ଅନ୍ୟ କର୍ମ କରୁଥାଏ |
ଜୀବୋ ହ୍ୟସ୍ୟାନୁଗୋ ଦେହୋ ଭୂତେନ୍ଦ୍ରିୟମନୋମୟଃ ।
ତନ୍ନିରୋଧୋଽସ୍ୟ ମରଣମାବିର୍ଭାବସ୍ତୁ ସମ୍ଭବଃ ॥ ୪୪॥
ଜୀବର ଉପାଧିରୂପ ଲିଙ୍ଗଶରୀର ତ ମୋକ୍ଷପର୍ଯ୍ୟନ୍ତ ତା’ ସହିତ ରହେ ତଥା ଭୂତ,
ଇନ୍ଦ୍ରିୟ ଏବଂ ମନର କାର୍ଯ୍ୟରୂପ ସ୍ଥୁଳଶରୀର ତା’ର
ଭୋଗାଧିଷ୍ଠାନ ଅଟେ | ଏମାନେ ଦୁହେଁ ପରସ୍ପର ସଂଗଠିତ ହୋଇ କାର୍ଯ୍ୟ ନ କରିବା ହିଁ ପ୍ରାଣୀର
ମୃତ୍ୟୁ ଅଟେ ଏବଂ ଦୁହେଁ ଏକସଙ୍ଗେ ପ୍ରକଟ ହେବାକୁ ପ୍ରାଣୀର ଜନ୍ମ କୁହାଯାଏ |
ଦ୍ରବ୍ୟୋପଲବ୍ଧିସ୍ଥାନସ୍ୟ ଦ୍ରବ୍ୟେକ୍ଷାୟୋଗ୍ୟତା ଯଦା ।
ତତ୍ପଞ୍ଚତ୍ୱମହମ୍ମାନାଦୁତ୍ପତ୍ତିର୍ଦ୍ରବ୍ୟଦର୍ଶନମ୍ ॥ ୪୫॥
ପଦାର୍ଥମାନଙ୍କର ଉପଲବଧି ସ୍ଥାନରୂପ ଏହି ସ୍ଥୁଳଶରୀରରେ ଯେତେବେଳେ
ସେମାନଙ୍କୁ ଗ୍ରହଣ କରିବାର ଯୋଗ୍ୟତା ରହେ ନାହିଁ,
ଏହା ତା’ର ମରଣ ଅଟେ ଏବଂ ଏହି
ସ୍ଥୁଳଶରୀର ହିଁ ମୁଁ ଅଟେ – ଏହି ଅଭିମାନ ସହିତ ତାହାକୁ ଦେଖିବା, ତାହାର ଜନ୍ମ ଅଟେ |
ଯଥାକ୍ଷ୍ଣୋର୍ଦ୍ରବ୍ୟାବୟବଦର୍ଶନାୟୋଗ୍ୟତା ଯଦା ।
ତଦୈବ ଚକ୍ଷୁଷୋ ଦ୍ରଷ୍ଟୁର୍ଦ୍ରଷ୍ଟୃତ୍ୱାୟୋଗ୍ୟତାନୟୋଃ ॥ ୪୬॥
ନେତ୍ରରେ ଯେତେବେଳେ କୌଣସି ଦୋଷବଶତଃ ରୂପକୁ ଦେଖିବାର ଯୋଗ୍ୟତା ରହେ
ନାହିଁ, ସେତେବେଳେ
ତନ୍ମଧ୍ୟରେ ରହିଥିବା ଚକ୍ଷୁ-ଇନ୍ଦ୍ରିୟ ମଧ୍ୟ ରୂପ ଆଦି ଦେଖିବାକୁ ଅସମର୍ଥ ହୋଇଯାଏ | ପୁନଶ୍ଚ
ଯେତେବେଳେ ଉଭୟ ଚକ୍ଷୁ ଏବଂ ଚକ୍ଷୁ-ଇନ୍ଦ୍ରିୟ ରୂପ ଦେଖିବାରେ ଅସମର୍ଥ ହୋଇଯାଆନ୍ତି, ସେତେବେଳେ ସେହି ଦୁହିଁଙ୍କର ସାକ୍ଷୀ ଜୀବର ମଧ୍ୟ ସେହି ଯୋଗ୍ୟତା
ରହେନାହିଁ |
ତସ୍ମାନ୍ନ କାର୍ୟଃ ସନ୍ତ୍ରାସୋ ନ କାର୍ପଣ୍ୟଂ ନ ସମ୍ଭ୍ରମଃ ।
ବୁଦ୍ଧ୍ୱା ଜୀବଗତିଂ ଧୀରୋ ମୁକ୍ତସଙ୍ଗଶ୍ଚରେଦିହ ॥ ୪୭॥
ସମ୍ୟଗ୍ଦର୍ଶନୟା ବୁଦ୍ଧ୍ୟା ଯୋଗବୈରାଗ୍ୟଯୁକ୍ତୟା ।
ମାୟାବିରଚିତେ ଲୋକେ ଚରେନ୍ନ୍ୟସ୍ୟ କଲେବରମ୍ ॥ ୪୮॥
ଅତଏବ ମୁମୁକ୍ଷୁ ପୁରୁଷଠାରେ ମରଣାଦି ଭୟ, ଦୀନତା ଅଥବା ମୋହ ରହିବା ଅନୁଚିତ୍ | ଜୀବର ସ୍ଵରୂପକୁ ଜାଣି
ଧୈର୍ଯ୍ୟପୂର୍ବକ ନିଃସଙ୍ଗଭାବରେ ବିଚରଣ କରିବା ଉଚିତ୍ ତଥା ଏହି ମାୟାମୟ ସଂସାରରେ ଯୋଗ-ବୈରାଗ୍ୟ-ଯୁକ୍ତ
ସମ୍ୟକ୍ ଜ୍ଞାନମୟୀ ବୁଦ୍ଧି ଦ୍ବାରା ଶରୀରକୁ ନିଜର ଦାୟୀତ୍ବ ଭାବରେ ଗ୍ରହଣ କରି ତା’ ପ୍ରତି ଅନାସକ୍ତ ରହି ବିଚରଣ କରିବା ଉଚିତ୍ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଲେୟୋପାଖ୍ୟାନେ ଜୀବଗତିର୍ନାମ ଏକତ୍ରିଂଶୋଽଧ୍ୟାୟଃ
॥ ୩୧॥
Comments
Post a Comment