॥ ଓଁ ନମୋ ଭଗବତେ ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ଦ୍ବାଦଶ ଅଧ୍ୟାୟ
ପରୀକ୍ଷିତଙ୍କର ଜନ୍ମ
ଶୌନକ ଉବାଚ
ଅଶ୍ୱତ୍ଥାମ୍ନୋପସୃଷ୍ଟେନ ବ୍ରହ୍ମଶୀର୍ଷ୍ଣୋରୁତେଜସା ।
ଉତ୍ତରାୟା ହତୋ ଗର୍ଭ ଈଶେନାଜୀବିତଃ ପୁନଃ ||୧||
ଶୌନକ ପଚାରିଲେ – ଅଶ୍ବତ୍ଥାମା ଯେଉଁ ଅତ୍ୟନ୍ତ ତେଜସ୍ବୀ
ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ, ତଦ୍ବାରା
ଉତ୍ତରାଙ୍କର ଗର୍ଭ ନଷ୍ଟ ହୋଇ ଯାଇଥିଲା; କିନ୍ତୁ ଭଗବାନ ତାହାକୁ ପୁନର୍ଜୀବିତ କରିଦେଲେ |
ତସ୍ୟ ଜନ୍ମ ମହାବୁଦ୍ଧେଃ କର୍ମାଣି ଚ ମହାତ୍ମନଃ ।
ନିଧନଂ ଚ ଯଥୈବାସୀତ୍ସ ପ୍ରେତ୍ୟ ଗତବାନ୍ ଯଥା ॥ ୨॥
ତଦିଦଂ ଶ୍ରୋତୁମିଚ୍ଛାମୋ ଗଦିତୁଂ ଯଦି ମନ୍ୟସେ ।
ବ୍ରୂହି ନଃ ଶ୍ରଦ୍ଦଧାନାନାଂ ଯସ୍ୟ ଜ୍ଞାନମଦାଚ୍ଛୁକଃ ॥ ୩॥
ସେହି ଗର୍ଭରୁ ଜାତ ମହାଜ୍ଞାନୀ ମହାତ୍ମା ପରୀକ୍ଷିତ, ଯାହାଙ୍କୁ ଶୁକଦେବ ମହାମୁନି ଜ୍ଞାନ-ଉପଦେଶ ଦେଇଥିଲେ, ତାଙ୍କର ଜନ୍ମ, କର୍ମ, ମୃତ୍ୟୁ ଏବଂ ତତ୍ପଶ୍ଚାତ୍ ସେ ଯେଉଁ ଗତି ପ୍ରାପ୍ତ କରିଥିଲେ, ସେହିସବୁ ବିଷୟରେ ଆପଣ ଯଦି ସମ୍ୟକ ଭାବରେ ଜାଣନ୍ତି, ତେବେ ଆମ୍ଭମାନଙ୍କୁ କୁହନ୍ତୁ;
ଆମ୍ଭେମାନେ ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ ତାହା ଶୁଣିବାକୁ ଇଚ୍ଛା କରୁଛୁ |
ସୂତ ଉବାଚ
ଅପୀପଲଦ୍ଧର୍ମରାଜଃ ପିତୃବଦ୍ରଞ୍ଜୟନ୍ ପ୍ରଜାଃ ।
ନିଃସ୍ପୃହଃ ସର୍ୱକାମେଭ୍ୟଃ କୃଷ୍ଣପାଦାବ୍ଜସେବୟା ॥ ୪॥
ସୂତ ମୁନି କହୁଛନ୍ତି – ଧର୍ମରାଜ ଯୁଧିଷ୍ଠିର ନିଜ ପ୍ରଜାବର୍ଗଙ୍କୁ
ପ୍ରସନ୍ନ ରଖି ପିତୃବତ୍ ସେମାନଙ୍କୁ ପାଳନ କରିବାରେ ଲାଗିଲେ | ଭଗବାନ ଶ୍ରୀକୃଷ୍ଣଙ୍କ ଚରଣକମଳ
ସେବନରେ ସେ ସମସ୍ତ ଭୋଗ ପ୍ରତି ନିଃସ୍ପୃହ ହୋଇ ଯାଇଥିଲେ |
ସମ୍ପଦଃ କ୍ରତବୋ ଲୋକା ମହିଷୀ ଭ୍ରାତରୋ ମହୀ ।
ଜମ୍ବୂଦ୍ୱୀପାଧିପତ୍ୟଂ ଚ ଯଶଶ୍ଚ ତ୍ରିଦିବଂ ଗତମ୍ ॥ ୫॥
ହେ ଶୌନକାଦି ଋଷିଗଣ ! ତାଙ୍କ ପାଖରେ ଅତୁଳ ସମ୍ପତ୍ତି ଥିଲା, ସେ
ବହୁତ ବଡ ବଡ ଯଜ୍ଞ କରିଥିଲେ, ଯାହାର ଫଳସ୍ବରୂପ ତାଙ୍କୁ ଶ୍ରେଷ୍ଠ ଲୋକର ଅଧିକାର ମଧ୍ୟ ପ୍ରାପ୍ତ
ହୋଇଥିଲା | ରାଣୀମାନେ ଏବଂ ଭାଇମାନେ ତାଙ୍କର ଅନୁକୂଳ ଥିଲେ, ସାରା
ପୃଥିବୀ ତାଙ୍କର ଥିଲା, ସେ ଜମ୍ବୁଦ୍ବୀପର
ସ୍ବାମୀ ଥିଲେ ଏବଂ ତାଙ୍କର କୀର୍ତ୍ତି ସ୍ବର୍ଗଯାଏଁ ବ୍ୟାପ୍ତ ଥିଲା |
କିଂ ତେ କାମାଃ ସୁରସ୍ପାର୍ହା ମୁକୁନ୍ଦମନସୋ ଦ୍ୱିଜାଃ ।
ଅଧିଜହ୍ରୁର୍ମୁଦଂ ରାଜ୍ଞଃ କ୍ଷୁଧିତସ୍ୟ ଯଥେତରେ ॥ ୬॥
ତାଙ୍କ ପାଖରେ ଏପରି ସବୁ ଭୋଗସାମଗ୍ରୀ ଥିଲା, ଯାହା ପାଇଁ ଦେବତାମାନେ ମଧ୍ୟ ଲାଳାୟିତ ଥିଲେ | କିନ୍ତୁ
କ୍ଷୁଧାର୍ତ୍ତ ମନୁଷ୍ୟକୁ ଭୋଜନ ଅତିରିକ୍ତ ଅନ୍ୟ କିଛି ଭଲ ନ ଲାଗିବା ପରି, ଭଗବାନଙ୍କ ବ୍ୟତିତ ଅନ୍ୟ କୌଣସି ବସ୍ତୁ ତାଙ୍କୁ ସୁଖ ଦେଉ ନ ଥିଲା |
ମାତୁର୍ଗର୍ଭଗତୋ ବୀରସ୍ସ ତଦା ଭୃଗୁନନ୍ଦନ ।
ଦଦର୍ଶ ପୁରୁଷଂ କଞ୍ଚିଦ୍ଦହ୍ୟମାନୋଽସ୍ତ୍ରତେଜସା ॥ ୭॥
ହେ ଶୌନକ ! ଉତ୍ତରାଙ୍କ ଗର୍ଭସ୍ଥିତ ବୀର ଶିଶୁ ପରୀକ୍ଷିତ, ଯେତେବେଳେ
ଅଶ୍ବତ୍ଥାମାଙ୍କ ବ୍ରହ୍ମାସ୍ତ୍ରର ତେଜରେ ଦଗ୍ଧ ହେବାରେ ଲାଗିଥିଲେ, ସେତେବେଳେ ନିଜ ଚକ୍ଷୁ ସମ୍ମୁଖରେ ସେ ଜଣେ ଜ୍ୟୋତିର୍ମୟ ପୁରୁଷଙ୍କୁ
ଦେଖିବାକୁ ପାଇଲେ |
ଅଙ୍ଗୁଷ୍ଠମାତ୍ରମମଲଂ ସ୍ଫୁରତ୍ପୁରଟମୌଲିନମ୍ ।
ଅପୀଚ୍ୟଦର୍ଶନଂ ଶ୍ୟାମଂ ତଡିଦ୍ୱାସସମଚ୍ୟୁତମ୍ ॥ ୮॥
ଶ୍ରୀମଦ୍ଦୀର୍ଘଚତୁର୍ବାହୁଂ ତପ୍ତକାଞ୍ଚନକୁଣ୍ଡଲମ୍ ।
କ୍ଷତଜାକ୍ଷଂ ଗଦାପାଣିମାତ୍ମନଃ ସର୍ୱତୋ ଦିଶମ୍ ।
ପରିଭ୍ରମନ୍ତମୁଲ୍କାଭାଂ ଭ୍ରାମୟନ୍ତଂ ଗଦାଂ ମୁହୁଃ ॥ ୯॥
ଆକାରରେ ସେ ଅଙ୍ଗୁଳି ପରି ଅତି ଛୋଟ ଥିଲେ, କିନ୍ତୁ ତାଙ୍କର ସ୍ବରୂପ ଅତ୍ୟନ୍ତ ନିର୍ମଳ ଥିଲା | ସୁନ୍ଦର ଶ୍ୟାମ
ଶରୀରରେ ସେ ବିଦ୍ୟୁତ୍ ପରି ଝଟକୁଥିବା ପୀତାମ୍ବର ଧାରଣ କରିଥିଲେ, ତାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଝଲମଲ ହେଉଥିଲା | ସେହି
ନିର୍ବିକାର ପୁରୁଷଙ୍କର ଅତି ସୁନ୍ଦର ଏବଂ ସୁଦୀର୍ଘ ଚାରୋଟି ଭୁଜ ଥିଲା | କର୍ଣ୍ଣରେ ସେ ତପ୍ତ
କାଞ୍ଚନର ସୁନ୍ଦର କୁଣ୍ଡଳ ଧାରଣ କରିଥିଲେ, ଆଖିରେ ତାଙ୍କର
ଲାଲିମା ଥିଲା | ଗୋଟିଏ ହାତରେ ଅଗ୍ନି ପରି ତେଜୀୟାନ ଗଦା ଧାରଣ କରି ସେ ତାହାକୁ ଘୂରାଇବାରେ
ଲାଗିଥିଲେ ଏବଂ ନିଜେ ଶିଶୁର ଚତୁର୍ପାର୍ଶ୍ବରେ ଘୂରି ବୁଲୁଥିଲେ |
ଅସ୍ତ୍ରତେଜଃ ସ୍ୱଗଦୟା ନୀହାରମିବ ଗୋପତିଃ ।
ବିଧମନ୍ତଂ ସନ୍ନିକର୍ଷେ ପର୍ୟୈକ୍ଷତ କ ଇତ୍ୟସୌ ॥ ୧୦॥
ସୂର୍ଯ୍ୟ ନିଜ କିରଣ ଦ୍ବାରା କୁହୁଡିକୁ ନିଃଶେଷ କରିଦେବା ପରି ସେହି
ଗଦା କ୍ରମଶଃ ବ୍ରହ୍ମାସ୍ତ୍ରର ତେଜକୁ ଶାନ୍ତ କରିବାରେ ଲାଗିଲା | ସେହି ପୁରୁଷଙ୍କୁ ନିଜ ସମୀପରେ
ଦେଖି ଗର୍ଭସ୍ଥ ଶିଶୁଟି ବିଚାର କରିବାରେ ଲାଗିଲା ଇଏ କିଏ ହୋଇଥିବେ |
ବିଧୂୟ ତଦମେୟାତ୍ମା ଭଗବାନ୍ ଧର୍ମଗୁବ୍ୱିଭୁଃ ।
ମିଷତୋ ଦଶମାସ୍ୟସ୍ୟ ତତ୍ରୈବାନ୍ତର୍ଦଧେ ହରିଃ ॥ ୧୧॥
ଏହିପ୍ରକାରେ ଦଶ ମାସର ସେହି ଗର୍ଭସ୍ଥ ଶିଶୁ ସମ୍ମୁଖରେ ଧର୍ମରକ୍ଷକ
ଅପ୍ରମେୟ ଭଗବାନ ଶ୍ରୀକୃଷ୍ଣ ବ୍ରହ୍ମାସ୍ତ୍ରର ତେଜକୁ ଶାନ୍ତ କରି ସେହିଠାରେ ହିଁ ଅନ୍ତର୍ଧାନ
ହୋଇଗଲେ |
ତତଃ ସର୍ୱଗୁଣୋଦର୍କେ ସାନୁକୂଲଗ୍ରହୋଦୟେ ।
ଜଜ୍ଞେ ବଂଶଧରଃ ପାଣ୍ଡୋର୍ଭୂୟଃ ପାଣ୍ଡୁରିବୌଜସା ॥ ୧୨॥
ତଦନନ୍ତର ଅନୁକୂଳ ଗ୍ରହମାନଙ୍କର ଉଦୟ ହେବା ଯୋଗୁଁ ସମସ୍ତ ସଦଗୁଣକୁ
ବିକସିତ କରୁଥିବା ଶ୍ରେଷ୍ଠ ସମୟରେ ପାଣ୍ଡୁଙ୍କର ବଂଶଧର ପରୀକ୍ଷିତ ଜନ୍ମ ଲାଭ କଲେ |
ତସ୍ୟ ପ୍ରୀତମନା ରାଜା ବିପ୍ରୈର୍ଧୌମ୍ୟକୃପାଦିଭିଃ ।
ଜାତକଂ କାରୟାମାସ ବାଚୟିତ୍ୱା ଚ ମଙ୍ଗଲମ୍ ॥ ୧୩॥
ପୌତ୍ର-ଜନ୍ମ ବିଷୟକ ସମ୍ବାଦ ଶୁଣି ରାଜା ଯୁଧିଷ୍ଠିରଙ୍କର ମନ ଅତି
ପ୍ରସନ୍ନ ହେଲା | ସେ ଧୌମ୍ୟ, କୃପାଚାର୍ଯ୍ୟ ଆଦି
ବ୍ରାହ୍ମଣମାନଙ୍କ ଦ୍ବାରା ତାଙ୍କର ମଙ୍ଗଳବାଚନ ଏବଂ ଜାତ-କର୍ମ ସଂସ୍କାର କରାଇଲେ |
ହିରଣ୍ୟଂ ଗାଂ ମହୀଂ ଗ୍ରାମାନ୍ ହସ୍ତ୍ୟଶ୍ୱାନ୍ ନୃପତିର୍ୱରାନ୍ ।
ପ୍ରାଦାତ୍ସ୍ୱନ୍ନଂ ଚ ବିପ୍ରେଭ୍ୟଃ ପ୍ରଜାତୀର୍ଥେ ସ ତୀର୍ଥବିତ୍ ॥
୧୪॥
ମହାରାଜ ଯୁଧିଷ୍ଠିରଙ୍କୁ ଦାନର ଉପଯୁକ୍ତ ସମୟ ବିଷୟରେ ଜ୍ଞାତ ଥିଲା |
ସେ ପ୍ରଜାତୀର୍ଥ କାଳରେ ଅର୍ଥାତ୍ ନାଡି କଟା ହେବା ପୂର୍ବରୁ ବ୍ରାହ୍ମଣମାନଙ୍କୁ ସୁବର୍ଣ୍ଣ,
ଗାଭୀ, ଜମି, ଗ୍ରାମ, ଉତ୍ତମ ଜାତିର ହାଥୀ-ଘୋଡା ଏବଂ ଉତ୍ତମ ଅନ୍ନ ଦାନ ଦେଲେ |
ତମୂଚୁର୍ବ୍ରାହ୍ମଣାସ୍ତୁଷ୍ଟା ରାଜାନଂ ପ୍ରଶ୍ରୟାନ୍ୱିତମ୍ ।
ଏଷ ହ୍ୟସ୍ମିନ୍ ପ୍ରଜାତନ୍ତୌ ପୁରୂଣାଂ ପୌରବର୍ଷଭ ॥ ୧୫॥
ଦୈବେନାପ୍ରତିଘାତେନ ଶୁକ୍ଲେ ସଂସ୍ଥାମୁପେୟୁଷି ।
ରାତୋ ବୋଽନୁଗ୍ରହାର୍ଥାୟ ବିଷ୍ଣୁନା ପ୍ରଭବିଷ୍ଣୁନା ॥ ୧୬॥
ତସ୍ମାନ୍ନାମ୍ନା ବିଷ୍ଣୁରାତ ଇତି ଲୋକେ ବୃହଚ୍ଛ୍ରବାଃ ।
ଭବିଷ୍ୟତି ନ ସନ୍ଦେହୋ ମହାଭାଗବତୋ ମହାନ୍ ॥ ୧୭॥
ସେଥିପାଇଁ ଏହାର ନାମ ବିଷ୍ଣୁରାତ ରଖାଯିବ | ସଂସାରରେ ଏହି ବାଳକ
ନିଃସନ୍ଦେହରେ ଅତ୍ୟନ୍ତ ଯଶସ୍ବୀ ହେବ, ଭଗବାନଙ୍କର ପରମ
ଭକ୍ତ ଏବଂ ମହାପୁରୁଷ ହେବ |
ଯୁଧିଷ୍ଠିର ଉବାଚ
ଅପ୍ୟେଷ ବଂଶ୍ୟାନ୍ ରାଜର୍ଷୀନ୍ ପୁଣ୍ୟଶ୍ଲୋକାନ୍ ମହାତ୍ମନଃ ।
ଅନୁବର୍ତିତା ସ୍ୱିଦ୍ୟଶସା ସାଧୁବାଦେନ ସତ୍ତମାଃ ॥ ୧୮॥
ଯୁଧିଷ୍ଠିର ପଚାରିଲେ – ହେ ମହାଶୟ ! ଏହି ବାଳକ କ’ଣ ନିଜର ଉଜ୍ବଳ ଯଶରେ ଆମ ବଂଶର ପବିତ୍ରକୀର୍ତ୍ତି ମହାତ୍ମା
ରାଜର୍ଷିମାନଙ୍କର ଅନୁସରଣ କରିବେ ?
ବ୍ରାହ୍ମଣା ଊଚୁଃ
ପାର୍ଥ ପ୍ରଜାବିତା ସାକ୍ଷାଦିକ୍ଷ୍ୱାକୁରିବ ମାନବଃ ।
ବ୍ରହ୍ମଣ୍ୟଃ ସତ୍ୟସନ୍ଧଶ୍ଚ ରାମୋ ଦାଶରଥିର୍ୟଥା ॥ ୧୯॥
ବ୍ରାହ୍ମଣମାନେ କହିଲେ – ହେ ଧର୍ମରାଜ ! ଏହି ବାଳକ ମନୁପୁତ୍ର
ଇକ୍ଷ୍ଵାକୁଙ୍କ ପରି ପ୍ରଜାପାଳକ ହେବେ ଏବଂ ଦଶରଥନନ୍ଦନ ଶ୍ରୀରାମଙ୍କ ପରି ବ୍ରାହ୍ମଣଭକ୍ତ ତଥା
ସତ୍ୟପ୍ରତିଜ୍ଞ ହେବେ |
ଏଷ ଦାତା ଶରଣ୍ୟଶ୍ଚ ଯଥା ହ୍ୟୌଶୀନରଃ ଶିବିଃ ।
ଯଶୋ ବିତନିତା ସ୍ୱାନାଂ ଦୌଷ୍ୟନ୍ତିରିବ ଯଜ୍ୱନାମ୍ ॥ ୨୦॥
ଉଶୀନର-ନରେଶ ଶିବିଙ୍କ ପରି ଦାତା ଏବଂ ଶରଣାଗତ-ବତ୍ସଳ ହେବେ ଏବଂ
ଯାଜ୍ଞିକମାନଙ୍କ ମଧ୍ୟରେ ଦୁଷ୍ୟନ୍ତ-ପୁତ୍ର ଭରତଙ୍କ ପରି ନିଜ ବଂଶର ଯଶ ପରିବ୍ୟାପ୍ତ କରିବେ |
ଧନ୍ୱିନାମଗ୍ରଣୀରେଷ ତୁଲ୍ୟଶ୍ଚାର୍ଜୁନୟୋର୍ଦ୍ୱୟୋଃ ।
ହୁତାଶ ଇବ ଦୁର୍ଧର୍ଷଃ ସମୁଦ୍ର ଇବ ଦୁସ୍ତରଃ ॥ ୨୧॥
ଧନୁର୍ଧରମାନଙ୍କ ମଧ୍ୟରେ ସେ ନିଜ ପିତାମହ ଅର୍ଜୁନଙ୍କ ସମତୁଲ୍ୟ
ଅଗ୍ରଗଣ୍ୟ ହେବେ | ସେ ଅଗ୍ନିଙ୍କ ପରି ଦୁର୍ଧର୍ଷ ଏବଂ ସମୁଦ୍ର ପରି ଦୁସ୍ତର ହେବେ |
ମୃଗେନ୍ଦ୍ର ଇବ ବିକ୍ରାନ୍ତୋ ନିଷେବ୍ୟୋ ହିମବାନିବ ।
ତିତିକ୍ଷୁର୍ୱସୁଧେବାସୌ ସହିଷ୍ଣୁଃ ପିତରାବିବ ॥ ୨୨॥
ସେ ସିଂହ ପରି ପରାକ୍ରମୀ,
ହିମାଚଳ ସଦୃଶ ଯୋଗ୍ୟ ଆଶ୍ରୟ, ପୃଥିବୀ ସଦୃଶ
ତିତିକ୍ଷୁ ଏବଂ ମାତା-ପିତାଙ୍କ ସମାନ ସହନଶୀଳ ହେବେ |
ପିତାମହସମଃ ସାମ୍ୟେ ପ୍ରସାଦେ ଗିରିଶୋପମଃ ।
ଆଶ୍ରୟଃ ସର୍ୱଭୂତାନାଂ ଯଥା ଦେବୋ ରମାଶ୍ରୟଃ ॥ ୨୩॥
ତାଙ୍କଠାରେ ପିତାମହ ବ୍ରହ୍ମାଙ୍କ ପରି ସମତା ରହିବ, ଭଗବାନ ଶଂକରଙ୍କ ପରି ସେ କୃପାଳୁ ହେବେ ଏବଂ ସମ୍ପୂର୍ଣ୍ଣ ପ୍ରାଣୀକୁ
ଆଶ୍ରୟ ଦାନ କରିବାରେ ସେ ଲକ୍ଷ୍ମୀପତି ଭଗବାନ ବିଷ୍ଣୁଙ୍କ ସମତୁଲ୍ୟ ହେବେ |
ସର୍ୱସଦ୍ଗୁଣମାହାତ୍ମ୍ୟେ ଏଷ କୃଷ୍ଣମନୁବ୍ରତଃ ।
ରନ୍ତିଦେବ ଇବୋଦାରୋ ଯୟାତିରିବ ଧାର୍ମିକଃ ॥ ୨୪॥
ସମସ୍ତ ସଦଗୁଣ ଧାରଣ କରିବାରେ ଶ୍ରୀକୃଷ୍ଣଙ୍କର ଅନୁଯାୟୀ ହେବେ |
ରନ୍ତିଦେବଙ୍କ ପରି ସେ ଉଦାର ଏବଂ ଯଯାତିଙ୍କ ପରି ସେ ଧାର୍ମିକ ହେବେ |
ଧୃତ୍ୟା ବଲିସମଃ କୃଷ୍ଣେ ପ୍ରହ୍ଲାଦ ଇବ ସଦ୍ଗ୍ରହଃ ।
ଆହର୍ତୈଷୋଽଶ୍ୱମେଧାନାଂ ବୃଦ୍ଧାନାଂ ପର୍ୟୁପାସକଃ ॥ ୨୫॥
ଧୈର୍ଯ୍ୟରେ ବଳୀଙ୍କ ସଦୃଶ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଦୃଢ
ନିଷ୍ଠାରେ ପ୍ରହ୍ଲ୍ଲାଦଙ୍କ ସଦୃଶ ହେବେ | ସେ ଅନେକ ଅଶ୍ବମେଧ ଯଜ୍ଞ କରିବେ ଏବଂ ବୃଦ୍ଧମାନଙ୍କର
ସେବକ ହେବେ |
ରାଜର୍ଷୀଣାଂ ଜନୟିତା ଶାସ୍ତା ଚୋତ୍ପଥଗାମିନାମ୍ ।
ନିଗ୍ରହୀତା କଲେରେଷ ଭୁବୋ ଧର୍ମସ୍ୟ କାରଣାତ୍ ॥ ୨୬॥
ଏହାଙ୍କ ପୁତ୍ର ରାଜର୍ଷି ହେବେ | ମର୍ଯ୍ୟାଦା ଉଲଂଘନ କରୁଥିବା
ବ୍ୟକ୍ତିଙ୍କୁ ଇଏ ଦଣ୍ଡ ଦେବେ | ପୃଥିବୀ ମାତା ଏବଂ ଧର୍ମର ରକ୍ଷା
ନିମନ୍ତେ ଇଏ କଳିଯୁଗକୁ ମଧ୍ୟ ଦମନ କରିବେ |
ତକ୍ଷକାଦାତ୍ମନୋ ମୃତ୍ୟୁଂ ଦ୍ୱିଜପୁତ୍ରୋପସର୍ଜିତାତ୍ ।
ପ୍ରପତ୍ସ୍ୟତ ଉପଶ୍ରୁତ୍ୟ ମୁକ୍ତସଙ୍ଗଃ ପଦଂ ହରେଃ ॥ ୨୭॥
ବ୍ରାହ୍ମଣକୁମାରଙ୍କ ଅଭିଶାପରେ ତକ୍ଷକ ଦଂଶନରେ ତାଙ୍କର ମୃତ୍ୟୁ ହେବ
ଜାଣି ସେ ସମସ୍ତ ଆସକ୍ତି ତ୍ୟାଗ କରି ଭଗବାନଙ୍କ ଚରଣର ଶରଣ ଗ୍ରହଣ କରିବେ |
ଜିଜ୍ଞାସିତାତ୍ମୟାଥାତ୍ମ୍ୟୋ ମୁନେର୍ୱ୍ୟାସସୁତାଦସୌ ।
ହିତ୍ୱେଦଂ ନୃପ ଗଙ୍ଗାୟାଂ ଯାସ୍ୟତ୍ୟଦ୍ଧାକୁତୋଭୟମ୍ ॥ ୨୮॥
ହେ ରାଜନ୍ ! ବ୍ୟାସନନ୍ଦନ ଶୁକଦେବଙ୍କଠାରୁ ସେ ଆତ୍ମାର ଯଥାର୍ଥ
ସ୍ବରୂପ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ କରିବେ ଏବଂ ଶେଷରେ ଗଙ୍ଗାକୂଳରେ ନିଜ ଶରୀର ତ୍ୟାଗ କରି
ନିଶ୍ଚିତ ଭାବରେ ଅଭୟପଦ ପ୍ରାପ୍ତ କରିବେ |
ଇତି ରାଜ୍ଞ ଉପାଦିଶ୍ୟ ବିପ୍ରା ଜାତକକୋବିଦାଃ ।
ଲବ୍ଧାପଚିତୟଃ ସର୍ୱେ ପ୍ରତିଜଗ୍ମୁଃ ସ୍ୱକାନ୍ ଗୃହାନ୍ ॥ ୨୯॥
ଜ୍ୟୋତିଷଶାସ୍ତ୍ର ବିଶେଷଜ୍ଞ ବ୍ରାହ୍ମଣମାନେ ରାଜା ଯୁଧିଷ୍ଠିରଙ୍କୁ
ଏହିପରି ଭାବରେ ବାଳକର ଜନ୍ମ-ଲଗ୍ନ ଫଳ ବିଷୟରେ କହି,
ଭେଟ-ପୂଜା ସ୍ବୀକାର କରି ନିଜ ନିଜ ଘରକୁ ଚାଲିଗଲେ |
ସ ଏଷ ଲୋକେ ବିଖ୍ୟାତଃ ପରୀକ୍ଷିଦିତି ଯତ୍ପ୍ରଭୁଃ ।
ଗର୍ଭେ ଦୃଷ୍ଟମନୁଧ୍ୟାୟନ୍ ପରୀକ୍ଷେତ ନରେଷ୍ୱିହ ॥ ୩୦॥
ସ ରାଜପୁତ୍ରୋ ବବୃଧେ ଆଶୁ ଶୁକ୍ଲ ଇବୋଡୁପଃ ।
ଆପୂର୍ୟମାଣଃ ପିତୃଭିଃ କାଷ୍ଠାଭିରିବ ସୋଽନ୍ୱହମ୍ ॥ ୩୧॥
ଶୁକ୍ଲପକ୍ଷରେ ଚନ୍ଦ୍ରମା ପ୍ରତିଦିନ ନିଜ ପୂର୍ଣ୍ଣକଳାରେ ବୃଦ୍ଧି ଲାଭ
କରିବା ପରି ରାଜକୁମାର ନିଜ ଗୁରୁଜନମାନଙ୍କର ଲାଳନ-ପାଳନରେ କ୍ରମଶଃ ବୃଦ୍ଧି ଲାଭ କରି ଅତି
ଶୀଘ୍ର ପରିପକ୍ବତା ହାସଲ କରିଥିଲେ |
ଯକ୍ଷ୍ୟମାଣୋଽଶ୍ୱମେଧେନ ଜ୍ଞାତିଦ୍ରୋହଜିହାସୟା ।
ରାଜାଲବ୍ଧଧନୋ ଦଧ୍ୟାବନ୍ୟତ୍ର କରଦଣ୍ଡୟୋଃ ॥ ୩୨॥
ଏହି ସମୟରେ ସ୍ବଜନ-ବଧର ପ୍ରାୟଶ୍ଚିତ କରିବା ପାଇଁ ରାଜା ଯୁଧିଷ୍ଠିର
ଅଶ୍ବମେଧ ଯଜ୍ଞ ଦ୍ବାରା ଭଗବାନଙ୍କର ଆରାଧନା କରିବାକୁ ବିଚାର କଲେ | କିନ୍ତୁ ସେଥିପାଇଁ
ଆବଶ୍ୟକୀୟ ଧନ-ରାଶି ଭାବରେ ରାଜକୋଷରେ କେବଳ ପ୍ରଜାଗଣଙ୍କଠାରୁ ଆଦାୟ କରାଯାଇଥିବା କର ଏବଂ
ଜୋରିମାନା ଗଚ୍ଛିତ ରହିଥିବା ଦେଖି ସେ ଚିନ୍ତାରେ ପଡିଗଲେ |
ତଦଭିପ୍ରେତମାଲକ୍ଷ୍ୟ ଭ୍ରାତରୋଽଚ୍ୟୁତଚୋଦିତାଃ
ଧନଂ ପ୍ରହୀଣମାଜହ୍ରୁରୁଦୀଚ୍ୟାଂ ଦିଶି ଭୂରିଶଃ ॥ ୩୩॥
ତାଙ୍କର ଅଭିପ୍ରାୟ ବୁଝିପାରି ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେରଣାରେ
ତାଙ୍କ ଭାଇମାନେ ଉତ୍ତର ଦିଗରେ ରାଜା ମରୁତ ଏବଂ ବ୍ରାହ୍ମଣମାନେ ଛାଡି ଯାଇଥିବା ପ୍ରଚୁର ଧନରାଶି
ବୋହି ଆଣିଲେ |
ତେନ ସମ୍ଭୃତସମ୍ଭାରୋ ଧର୍ମପୁତ୍ରୋ ଯୁଧିଷ୍ଠିରଃ ।
ବାଜିମେଧୈସ୍ତ୍ରିଭିର୍ଭୀତୋ ଯଜ୍ଞୈଃ ସମୟଜଦ୍ଧରିମ୍ ॥ ୩୪॥
ତଦ୍ବାରା ଯଜ୍ଞ ସାମଗ୍ରୀ ଏକତ୍ରିତ କରି ଧର୍ମଭୀରୁ ମହାରାଜ
ଯୁଧିଷ୍ଠିର ତିନୋଟି ଅଶ୍ବମେଧ ଯଜ୍ଞ ଦ୍ବାରା ଭଗବାନଙ୍କର ପୂଜା କରିଥିଲେ |
ଆହୂତୋ ଭଗବାନ୍ ରାଜ୍ଞା ଯାଜୟିତ୍ୱା ଦ୍ୱିଜୈର୍ନୃପମ୍ ।
ଉବାସ କତିଚିନ୍ମାସାନ୍ ସୁହୃଦାଂ ପ୍ରିୟକାମ୍ୟଯା ॥ ୩୫॥
ଯୁଧିଷ୍ଠିରଙ୍କର ନିମନ୍ତ୍ରଣରେ ସେଠାରେ ପହଞ୍ଚି ଭଗବାନ
ବ୍ରାହ୍ମଣମାନଙ୍କ ଦ୍ବାରା ଯଜ୍ଞ ସମ୍ପନ୍ନ କରାଇ ନିଜ ସୁହୃଦ ପାଣ୍ଡବମାନଙ୍କର ପ୍ରସନ୍ନତା
ନିମନ୍ତେ କିଛି କାଳ ସେମାନଙ୍କ ସହିତ ରହିଲେ |
ତତୋ ରାଜ୍ଞାଭ୍ୟନୁଜ୍ଞାତଃ କୃଷ୍ଣୟା ସହବନ୍ଧୁଭିଃ ।
ଯୟୌ ଦ୍ୱାରବତୀଂ ବ୍ରହ୍ମନ୍ ସାର୍ଜୁନୋ ଯଦୁଭିର୍ୱୃତଃ ॥ ୩୬॥
ହେ ଶୌନକ ! ତତ୍ପଶ୍ଚାତ୍ ଭାଇମାନଙ୍କ ସହିତ ରାଜା ଯୁଧିଷ୍ଠିର ଏବଂ
ଦ୍ରୌପଦୀଙ୍କଠାରୁ ଅନୁମତି ନେଇ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସହିତ ଯଦୁବଂଶୀମାନଙ୍କ ଗହଣରେ
ଦ୍ବାରିକା ଅଭିମୁଖରେ ପ୍ରସ୍ଥାନ କଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ପରୀକ୍ଷିଜ୍ଜନ୍ମାଦ୍ୟୁତ୍କର୍ଷୋ ନାମ ଦ୍ୱାଦଶୋଽଧ୍ୟାୟଃ
॥ ୧୨॥

Comments
Post a Comment