ଶ୍ରୀମଦ୍ ଭାଗବତ ମହାପୁରାଣ
ଓଁ ନମୋ ଭଗବତେ ବାସୁଦେବାୟ
ଦ୍ବିତୀୟ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
ସୃଷ୍ଟି-ବର୍ଣ୍ଣନ
ନାରଦ ଉବାଚ
ଦେବଦେବ ନମସ୍ତେଽସ୍ତୁ ଭୂତଭାବନ ପୂର୍ୱଜ
।
ତଦ୍ୱିଜାନୀହି ଯଜ୍ଜ୍ଞାନମାତ୍ମତତ୍ତ୍ୱନିଦର୍ଶନମ୍
॥ ୧॥
ନାରଦ ପଚାରିଲେ – ପିତାଜୀ ! ଆପଣ କେବଳ
ମୋର ହିଁ ନୁହଁନ୍ତି, ସମସ୍ତଙ୍କର ପିତା ଅଟନ୍ତି; ସମସ୍ତ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଆପଣ ସୃଷ୍ଟିକର୍ତ୍ତା ଅଟନ୍ତି | ଆପଣଙ୍କୁ ମୋର
ପ୍ରଣାମ | ଆପଣ ମୋତେ ସେହି ଜ୍ଞାନ ପ୍ରଦାନ କରନ୍ତୁ ଯଦ୍ବାରା ଆତ୍ମତତ୍ତ୍ବର ସାକ୍ଷାତକାର
ହୋଇଥାଏ |
ଯଦ୍ରୂପଂ ଯଦଧିଷ୍ଠାନଂ ଯତଃ ସୃଷ୍ଟମିଦଂ
ପ୍ରଭୋ ।
ଯତ୍ସଂସ୍ଥଂ ଯତ୍ପରଂ ଯଚ୍ଚ ତତ୍ତତ୍ତ୍ୱଂ
ବଦ ତତ୍ତ୍ୱତଃ ॥ ୨॥
ପିତାଜୀ ! ଏହି ସଂସାରର ଲକ୍ଷଣ କ’ଣ ? ଏହାର ଆଧାର କ’ଣ ? ଏହାକୁ କିଏ ନିର୍ମାଣ କରିଛି ?
ଏହାର ପ୍ରଳୟ କେଉଁଠାରେ ହୁଏ ? ଏହା କାହାର ଅଧୀନସ୍ତ ଅଟେ ? ବାସ୍ତବରେ ଏହା କେଉଁ ପ୍ରକାରର
ବସ୍ତୁ ଅଟେ? ଏହି ସବୁ ତତ୍ତ୍ବର ବର୍ଣ୍ଣନା କରନ୍ତୁ |
ସର୍ୱଂ ହ୍ୟେତଦ୍ଭବାନ୍ ବେଦ
ଭୂତଭବ୍ୟଭବତ୍ପ୍ରଭୁଃ ।
କରାମଲକବଦ୍ୱିଶ୍ୱଂ ବିଜ୍ଞାନାବସିତଂ ତବ
॥ ୩॥
ଆପଣ ତ ସବୁ କିଛି ଜାଣନ୍ତି; ଯାହା କିଛି ହୋଇସାରିଛି, ହେଉଛି ଏବଂ ହେବ, ସେହି ସବୁର ସ୍ବାମୀ ଆପଣ ଅଟନ୍ତି |
ଏହି ସାରା ସଂସାର ହାତ ପାପୁଲିରେ ଧାରଣ କରିଥିବା ଅଁଳାକୋଳି ପରି ଆପଣଙ୍କ ଜ୍ଞାନ-ଦୃଷ୍ଟି
ଅନ୍ତର୍ଗତ ହିଁ ଅଟେ |
ଯଦ୍ୱିଜ୍ଞାନୋ ଯଦାଧାରୋ ଯତ୍ପରସ୍ତ୍ୱଂ
ଯଦାତ୍ମକଃ ।
ଏକଃ ସୃଜସି ଭୂତାନି ଭୂତୈରେବାତ୍ମମାୟଯା
॥ ୪॥
ପିତାଜୀ ! ଆପଣଙ୍କୁ ଏହି ଜ୍ଞାନ
କେଉଁଠାରୁ ମିଳିଛି ? ଆପଣ କାହା ଆଧାରରେ ସ୍ଥିତ ଅଟନ୍ତି ? ଆପଣଙ୍କର ସ୍ବାମୀ କିଏ ? ଆପଣଙ୍କର
ସ୍ବରୂପ କ’ଣ ? ଆପଣ ଏକାକୀ ହିଁ ନିଜ ମାୟାରେ ପଞ୍ଚଭୂତ ଦ୍ବାରା ପ୍ରାଣୀମାନଙ୍କୁ
ସୃଷ୍ଟି କରିଥାଆନ୍ତି, ଏହା କେତେ ଅଦ୍ଭୁତ ଅଟେ |
ଆତ୍ମନ୍ ଭାବୟସେ ତାନି ନ ପରାଭାବୟନ୍
ସ୍ୱୟମ୍ ।
ଆତ୍ମଶକ୍ତିମବଷ୍ଟଭ୍ୟ
ଊର୍ଣନାଭିରିବାକ୍ଲମଃ ॥ ୫॥
ବୁଢ଼ିଆଣୀ ଅନାୟାସ ନିଜ ମୁହଁରୁ ଜାଲ
କାଢି ନିଜେ ତା’ ଉପରେ ବିଚରଣ କରିବା ପରି ଆପଣ ନିଜ ଶକ୍ତିକୁ ଆଶ୍ରୟ କରି ଜୀବକୁ ନିଜ
ଭିତରୁ ଉତ୍ପନ୍ନ କରନ୍ତି, ତଥାପି ଆପଣଙ୍କଠାରେ କୌଣସି ବିକାର ନ
ଥାଏ |
ନାହଂ ବେଦ ପରଂ ହ୍ୟସ୍ମିନ୍ ନାପରଂ ନ
ସମଂ ବିଭୋ ।
ମରୂପଗୁଣୈର୍ଭାବ୍ୟଂ
ସଦସତ୍କିଞ୍ଚିଦନ୍ୟତଃ ॥ ୬॥
ଜଗତରେ ନାମ, ରୂପ ଓ ଗୁଣ ଦ୍ବାରା ଯାହା ସବୁ ଜ୍ଞାତ, ତନ୍ମଧ୍ୟରେ ଏପରି କୌଣସି ସତ୍, ଅସତ୍, ଉତ୍ତମ, ମଧ୍ୟମ ବା ଅଧମ ପଦାର୍ଥ ନାହିଁ, ଯାହା ଆପଣଙ୍କ ଅତିରିକ୍ତ ଅନ୍ୟ କାହାଠାରୁ ଉତ୍ପନ୍ନ ହୋଇଛି |
ସ ଭବାନଚରଦ୍ଘୋରଂ ଯତ୍ତପଃ ସୁସମାହିତଃ ।
ତେନ ଖେଦୟସେ ନସ୍ତ୍ୱଂ ପରାଶଙ୍କାଂ
ପ୍ରୟଚ୍ଛସି ॥ ୭॥
ଏହିରୂପେ ସମସ୍ତଙ୍କର ଈଶ୍ବର ହୋଇ ମଧ୍ୟ
ଆପଣ ଏକାଗ୍ର ଚିତ୍ତରେ ଘୋର ତପସ୍ୟା କରିଥିଲେ – ଏହି ବିଷୟକୁ ନେଇ ମୋହ ସହିତ ମୋ ମନରେ ବହୁତ ବଡ
ଶଙ୍କା ମଧ୍ୟ ଉତ୍ପନ୍ନ ହେଉଛି ଯେ ଆପଣଙ୍କଠାରୁ ବଡ ଆଉ କିଏ ଅଛନ୍ତି କି ?
ଏତନ୍ମେ ପୃଚ୍ଛତଃ ସର୍ୱଂ ସର୍ୱଜ୍ଞ
ସକଲେଶ୍ୱର ।
ବିଜାନୀହି ଯଥୈବେଦମହଂ
ବୁଧ୍ୟେଽନୁଶାସିତଃ ॥ ୮॥
ପିତାଜୀ ! ଆପଣ ସର୍ବଜ୍ଞ ଏବଂ
ସର୍ବେଶ୍ବର ଅଟନ୍ତି | ମୁଁ ଯାହା ପଚାରୁଛି, ଆପଣ କୃପା କରି ତାହା ମୋତେ ଏପରି
ଭାବରେ ବୁଝାଇ କହନ୍ତୁ ଯେପରି କି ଆପଣଙ୍କର ଉପଦେଶକୁ ମୁଁ ଠିକ୍ ଠିକ୍ ବୁଝିପାରିବି |
ବ୍ରହ୍ମୋବାଚ
ସମ୍ୟକ୍କାରୁଣିକସ୍ୟେଦଂ ବତ୍ସ ତେ
ବିଚିକିତ୍ସିତମ୍ ।
ଯଦହଂ ଚୋଦିତଃ ସୌମ୍ୟ
ଭଗବଦ୍ୱୀର୍ୟଦର୍ଶନେ ॥ ୯॥
ବ୍ରହ୍ମା କହିଲେ – ପୁତ୍ର ନାରଦ ! ଜୀବ
ପ୍ରତି କରୁଣା ଭାବଯୁକ୍ତ ହୋଇ ତୁମେ ବହୁତ ସୁନ୍ଦର ପ୍ରଶ୍ନ ପଚାରିଛ; କାରଣ ଏହାଦ୍ବାରା
ଭଗବାନଙ୍କ ଗୁଣର ବର୍ଣ୍ଣନା କରିବାର ପ୍ରେରଣା ମୋତେ ପ୍ରାପ୍ତ ହୋଇଛି |
ନାନୃତଂ ତବ ତଚ୍ଚାପି ଯଥା ମାଂ
ପ୍ରବ୍ରବୀଷି ଭୋଃ ।
ଅବିଜ୍ଞାୟ ପରଂ ମତ୍ତ ଏତାବତ୍ତ୍ୱଂ ଯତୋ
ହି ମେ ॥ ୧୦॥
ତୁମେ ମୋ ବିଷୟରେ ଯାହା ସବୁ କହିଲ,
ତୁମର ସେହି କଥନ ମଧ୍ୟ ଅସତ୍ୟ ନୁହେଁ; କାରଣ ଯେପର୍ଯ୍ୟନ୍ତ ତୁମେ ମୋ ଠାରୁ
ଉର୍ଦ୍ଧ୍ବରେ ଥିବା ତତ୍ତ୍ବ, ଯିଏ କି ସ୍ବୟଂ ଭଗବାନ ଅଟନ୍ତି, ତାଙ୍କୁ ନ ଜାଣିଛ, ସେପର୍ଯ୍ୟନ୍ତ ସବୁକିଛି ମୋର ପ୍ରଭାବ ପରି ପ୍ରତୀତ ହୋଇଥାଏ |
ଯେନ ସ୍ୱରୋଚିଷା ବିଶ୍ୱଂ ରୋଚିତଂ
ରୋଚୟାମ୍ୟହମ୍ ।
ଯଥାର୍କୋଽଗ୍ନିର୍ୟଥା ସୋମୋ
ଯଥର୍କ୍ଷଗ୍ରହତାରକାଃ ॥ ୧୧॥
ଯେପରି ସୂର୍ଯ୍ୟ, ଅଗ୍ନି, ଚନ୍ଦ୍ରମା, ଗ୍ରହ, ନକ୍ଷତ୍ର ଏବଂ ତାରା ତାଙ୍କ ପ୍ରକାଶରେ ପ୍ରକାଶିତ ହୋଇ ଜଗତରେ
ପ୍ରକାଶ ପରିବ୍ୟାପ୍ତ କରିଥାଆନ୍ତି, ସେହିପରି ମୁଁ ମଧ୍ୟ ସେହି
ସ୍ବୟଂପ୍ରକାଶ ଭଗବାନଙ୍କର ଚିନ୍ମୟ ପ୍ରକାଶରେ ପ୍ରକାଶିତ ହୋଇ ସଂସାରକୁ ପ୍ରକାଶିତ କରୁଛି |
ତସ୍ମୈ ନମୋ ଭଗବତେ ବାସୁଦେବାୟ ଧୀମହି ।
ଯନ୍ମାୟଯା ଦୁର୍ଜୟଯା ମାଂ ବ୍ରୁବନ୍ତି
ଜଗଦ୍ଗୁରୁମ୍ ॥ ୧୨॥
ସେହି ବାସୁଦେବ ଭଗବାନଙ୍କର ମୁଁ ବନ୍ଦନା
କରୁଛି ଏବଂ ଧ୍ୟାନ ମଧ୍ୟ କରୁଛି, ଯାହାର ଦୁର୍ଜୟ ମାୟାରେ ମୋହିତ ହୋଇ
ଲୋକେ ମୋତେ ଜଗଦଗୁରୁ କହନ୍ତି |
ବିଲଜ୍ଜମାନୟା ଯସ୍ୟ
ସ୍ଥାତୁମୀକ୍ଷାପଥେଽମୁୟା ।
ବିମୋହିତା ବିକତ୍ଥନ୍ତେ ମମାହମିତି
ଦୁର୍ଧିୟଃ ॥ ୧୩॥
ଏହି ମାୟା ତ ତାଙ୍କର ଦୃଷ୍ଟି ସମ୍ମୁଖରେ
ରହିପାରେ ନାହିଁ; ଲଜ୍ଜାବଶତଃ ଲମ୍ପ ମାରି ଦୂରକୁ ଚାଲିଯାଏ | କିନ୍ତୁ ସଂସାରର
ଅଜ୍ଞାନୀ ମନୁଷ୍ୟ ତାହା ଦ୍ବାରା ମୋହିତ ହୋଇ ‘ଏହା ମୁଁ ଅଟେ, ଏହା ମୋର ଅଟେ’ ଏହିପରି ପ୍ରଳାପ କରିବାରେ
ଲାଗିଥାଆନ୍ତି |
ଦ୍ରବ୍ୟଂ କର୍ମ ଚ କାଲଶ୍ଚ ସ୍ୱଭାବୋ ଜୀବ
ଏବ ଚ ।
ବାସୁଦେବାତ୍ପରୋ ବ୍ରହ୍ମନ୍ ନ
ଚାନ୍ୟୋଽର୍ଥୋଽସ୍ତି ତତ୍ତ୍ୱତଃ ॥ ୧୪॥
ହେ ଭଗବତ୍-ସ୍ବରୂପ ନାରଦ ! ଦ୍ରବ୍ୟ, କର୍ମ, କାଳ, ସ୍ବଭାବ ଏବଂ ଜୀବ – ବାସ୍ତବରେ
ଭଗବାନଙ୍କଠାରୁ ପୃଥକ୍ ଅନ୍ୟ କୌଣସି ବି ବସ୍ତୁ ନାହିଁ |
ନାରାୟଣପରା ବେଦା ଦେବା ନାରାୟଣାଙ୍ଗଜାଃ
।
ନାରାୟଣପରା ଲୋକା ନାରାୟଣପରା ମଖାଃ ॥
୧୫॥
ବେଦ ନାରାୟଣ ପରାୟଣ ଅଟେ | ଦେବତାମାନେ ନାରାୟଣଙ୍କ
ଅଙ୍ଗରେ ହିଁ କଳ୍ପିତ ଅଟନ୍ତି | ସମସ୍ତ ଯଜ୍ଞର ଉଦ୍ଦେଶ୍ୟ ନାରାୟଣଙ୍କର ପ୍ରସନ୍ନତା ହିଁ ଅଟେ
ତଥା ତଦ୍ବାରା ଯେଉଁ ଲୋକର ପ୍ରାପ୍ତି ହୋଇଥାଏ, ସେହି ସବୁ ଲୋକ ମଧ୍ୟ ନାରାୟଣଙ୍କଠାରେ
କଳ୍ପିତ ଅଟନ୍ତି |
ନାରାୟଣପରୋ ଯୋଗୋ ନାରାୟଣପରଂ ତପଃ ।
ନାରାୟଣପରଂ ଜ୍ଞାନଂ ନାରାୟଣପରା ଗତିଃ ॥
୧୬॥
ସବୁ ପ୍ରକାର ଯୋଗର ଉଦ୍ଦେଶ୍ୟ
ନାରାୟଣଙ୍କର ପ୍ରାପ୍ତି ହିଁ ଅଟେ | ସମସ୍ତ ତପସ୍ୟା ନାରାୟଣଙ୍କ ପ୍ରତି ହିଁ ଲକ୍ଷିତ | ଜ୍ଞାନ
ଦ୍ବାରା ମଧ୍ୟ ନାରାୟଣଙ୍କର ଜ୍ଞାନ ହିଁ ପ୍ରାପ୍ତ ହୋଇଥାଏ | ସମସ୍ତ ସାଧ୍ୟ-ସାଧନର ପର୍ଯ୍ୟାବସାନ
ଭଗବାନ ନାରାୟଣଙ୍କଠାରେ ହିଁ ହୋଇଥାଏ |
ତସ୍ୟାପି ଦ୍ରଷ୍ଟୁରୀଶସ୍ୟ
କୂଟସ୍ଥସ୍ୟାଖିଲାତ୍ମନଃ ।
ସୃଜ୍ୟଂ ସୃଜାମି
ସୃଷ୍ଟୋଽହମୀକ୍ଷୟୈବାଭିଚୋଦିତଃ ॥ ୧୭॥
ସେ ଦ୍ରଷ୍ଟା ହୋଇ ମଧ୍ୟ ଈଶ୍ବର ଅଟନ୍ତି, ସ୍ବାମୀ ଅଟନ୍ତି; ନିର୍ବିକାର ହୋଇ ମଧ୍ୟ ସର୍ବସ୍ବରୂପ
ଅଟନ୍ତି | ସେ ହିଁ ମୋତେ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ଦୃଷ୍ଟିରେ ପ୍ରେରିତ ହୋଇ ତାଙ୍କ ଇଚ୍ଛା
ଅନୁସାରେ ମୁଁ ସୃଷ୍ଟି-ରଚନା କରିଥାଏ |
ସତ୍ତ୍ୱଂ ରଜସ୍ତମ ଇତି ନିର୍ଗୁଣସ୍ୟ
ଗୁଣାସ୍ତ୍ରୟଃ ।
ସ୍ଥିତିସର୍ଗନିରୋଧେଷୁ ଗୃହୀତା ମାୟଯା
ବିଭୋଃ ॥ ୧୮॥
ଭଗବାନ ମାୟା-ଗୁଣରହିତ ଅନନ୍ତ ଅଟନ୍ତି |
ସୃଷ୍ଟି, ସ୍ଥିତି, ପ୍ରଳୟ ହେତୁ ସତ୍ତ୍ବଗୁଣ, ରଜୋଗୁଣ ଏବଂ ତମୋଗୁଣ – ମାୟାର ଏହି ତିନିଗୁଣ ତାଙ୍କ ଦ୍ବାରା ସ୍ବୀକୃତ |
କାର୍ୟକାରଣକର୍ତୃତ୍ୱେ
ଦ୍ରବ୍ୟଜ୍ଞାନକ୍ରିୟାଶ୍ରୟାଃ ।
ବଧ୍ନନ୍ତି ନିତ୍ୟଦା ମୁକ୍ତଂ ମାୟିନଂ
ପୁରୁଷଂ ଗୁଣାଃ ॥ ୧୯॥
ଏହି ତିନି ଗୁଣ ହିଁ ଦ୍ରବ୍ୟ, ଜ୍ଞାନ ଓ
କ୍ରିୟାର ଆଶ୍ରୟ ଗ୍ରହଣ କରି ମାୟାତୀତ ନିତ୍ୟମୁକ୍ତ ପୁରୁଷଙ୍କୁ ମାୟାରେ ସ୍ଥିତ ରହିବା ପରି
କାର୍ଯ୍ୟ, କାରଣ ଓ କର୍ତ୍ତାପଣର ଅଭିମାନରେ ବାନ୍ଧି ନେଇଥାଏ |
ସ ଏଷ
ଭଗବାଂଲ୍ଲିଙ୍ଗୈସ୍ତ୍ରିଭିରେଭିରଧୋକ୍ଷଜଃ ।
ସ୍ୱଲକ୍ଷିତଗତିର୍ବ୍ରହ୍ମନ୍ ସର୍ୱେଷାଂ
ମମ ଚେଶ୍ୱରଃ ॥ ୨୦॥
ହେ ନାରଦ ! ଗୁଣର ଏହି ତିନୋଟି ଆବରଣରେ
ଭଗବାନ ନିଜ ସ୍ଵରୂପକୁ ପୂର୍ଣ୍ଣତଃ ଆବୃତ କରି ରଖିଥାଆନ୍ତି; ସେଥିପାଇଁ ସାଧାରଣ ମନୁଷ୍ୟ ତାଙ୍କୁ ଜାଣିପାରନ୍ତି ନାହିଁ | ସାରା ସଂସାରର ଏବଂ ମୋର ମଧ୍ୟ
ଏକମାତ୍ର ସ୍ବାମୀ ସେ ହିଁ ଅଟନ୍ତି |
କାଲଂ କର୍ମ ସ୍ୱଭାବଂ ଚ ମାୟେଶୋ ମାୟଯା ସ୍ୱୟା
।
ଆତ୍ମନ୍ ଯଦୃଚ୍ଛୟା ପ୍ରାପ୍ତଂ
ବିବୁଭୂଷୁରୁପାଦଦେ ॥ ୨୧॥
ମାୟାପତି ଭଗବାନ ଏକରୁ ଅନେକ ହେବାର
ଇଚ୍ଛାରେ ନିଜ ମାୟାରେ ନିଜ ସ୍ବରୂପରେ ସ୍ବୟଂ ପ୍ରାପ୍ତ କାଳ, କର୍ମ ଏବଂ ସ୍ବଭାବକୁ ସ୍ବୀକାର କରିନେଲେ |
କାଲାଦ୍ଗୁଣବ୍ୟତିକରଃ ପରିଣାମଃ
ସ୍ୱଭାବତଃ ।
କର୍ମଣୋ ଜନ୍ମ ମହତଃ ପୁରୁଷାଧିଷ୍ଠିତାଦଭୂତ୍
॥ ୨୨॥
ଭଗବାନଙ୍କ ଶକ୍ତିରେ ହିଁ କାଳ
ତ୍ରିଗୁଣରେ କ୍ଷୋଭ ଉତ୍ପନ୍ନ କଲା, ସ୍ବଭାବ ସେମାନଙ୍କୁ ରୂପାନ୍ତରିତ
କରିଦେଲା ଏବଂ କର୍ମ ମହତ୍-ତତ୍ତ୍ବକୁ ଜନ୍ମ ଦେଲା |
ମହତସ୍ତୁ
ବିକୁର୍ୱାଣାଦ୍ରଜଃସତ୍ତ୍ୱୋପବୃଂହିତାତ୍ ।
ତମଃପ୍ରଧାନସ୍ତ୍ୱଭବଦ୍ଦ୍ରବ୍ୟଜ୍ଞାନକ୍ରିୟାତ୍ମକଃ
॥ ୨୩॥
ରଜୋଗୁଣ ଏବଂ ସତ୍ତ୍ବଗୁଣ ବୃଦ୍ଧି ହେବା
ଯୋଗୁଁ ମହତ୍-ତତ୍ତ୍ବରେ ଯେଉଁ ବିକାର ଜାତ ହେଲା, ତହିଁରୁ ଜ୍ଞାନ, କ୍ରିୟା ଏବଂ ଦ୍ରବ୍ୟରୂପ ତମଃପ୍ରଧାନ
ବିକାର ଉତ୍ପନ୍ନ ହେଲା |
ସୋଽହଙ୍କାର ଇତି ପ୍ରୋକ୍ତୋ ବିକୁର୍ୱନ୍
ସମଭୂତ୍ତ୍ରିଧା ।
ବୈକାରିକସ୍ତୈଜସଶ୍ଚ ତାମସଶ୍ଚେତି
ଯଦ୍ଭିଦା ।
ଦ୍ରବ୍ୟଶକ୍ତିଃ
କ୍ରିୟାଶକ୍ତିର୍ଜ୍ଞାନଶକ୍ତିରିତି ପ୍ରଭୋ ॥ ୨୪॥
ତାହା ଅହଂକାର ବୋଲାଇଲା ଏବଂ ବିକାର
ପ୍ରାପ୍ତ ହୋଇ ତାହା ତିନି ପ୍ରକାରରେ ବିଭକ୍ତ ହୋଇଗଲା – ବୈକାରିକ, ତୈଜସ୍, ଏବଂ ତାମସ | ସେମାନେ କ୍ରମଶଃ ଜ୍ଞାନଶକ୍ତି, କ୍ରିୟାଶକ୍ତି, ଏବଂ ଦ୍ରବ୍ୟଶକ୍ତିପ୍ରଧାନ ଅଟନ୍ତି |
ତାମସାଦପି
ଭୂତାଦେର୍ୱିକୁର୍ୱାଣାଦଭୂନ୍ନଭଃ ।
ତସ୍ୟ ମାତ୍ରା ଗୁଣଃ ଶବ୍ଦୋ ଲିଙ୍ଗଂ
ଯଦ୍ଦ୍ରଷ୍ଟୃଦୃଶ୍ୟଯୋଃ ॥ ୨୫॥
ପଞ୍ଚମହାଭୂତର କାରଣରୂପ ତାମସ ଅହଂକାରରେ
ବିକାର ଜାତ ହେବା ଫଳରେ ତହିଁରୁ ଆକାଶ ଉତ୍ପତ୍ତି ଲାଭ କଲା | ଆକାଶର ତନ୍ମାତ୍ରା ଏବଂ ଗୁଣ ଶବ୍ଦ
ଅଟେ | ଏହି ଶବ୍ଦ ଦ୍ବାରା ହିଁ ଦ୍ରଷ୍ଟା ଓ ଦୃଶ୍ୟର ବୋଧ ହୋଇଥାଏ |
ନଭସୋଽଥ
ବିକୁର୍ୱାଣାଦଭୂତ୍ସ୍ପର୍ଶଗୁଣୋଽନିଲଃ ।
ପରାନ୍ୱୟାଚ୍ଛବ୍ଦବାଂଶ୍ଚ ପ୍ରାଣ ଓଜଃ
ସହୋ ବଲମ୍ ॥ ୨୬॥
ଆକାଶରେ ବିକାର ଜାତ ହୋଇ ତହିଁରୁ ବାୟୁର
ଉତ୍ପତ୍ତି ହେଲା, ଏହାର ଗୁଣ ସ୍ପର୍ଶ ଅଟେ | ନିଜ କାରଣର ଗୁଣ ଏଥିରେ ରହିଥିବାରୁ ଏହା
ଶବ୍ଦଯୁକ୍ତ ମଧ୍ୟ ଅଟେ | ଇନ୍ଦ୍ରିୟମାନଙ୍କରେ ସ୍ଫୁର୍ତ୍ତି, ଶରୀରରେ ଜୀବନୀଶକ୍ତି, ଓଜ ଏବଂ ବଳ ଏହାର ରୂପ ଅଟେ |
ବାୟୋରପି
ବିକୁର୍ୱାଣାତ୍କାଲକର୍ମସ୍ୱଭାବତଃ ।
ଉଦପଦ୍ୟତ ତେଜୋ ବୈ
ରୂପବତ୍ସ୍ପର୍ଶଶବ୍ଦବତ୍ ॥ ୨୭॥
କାଳ, କର୍ମ ଏବଂ ସ୍ବଭାବ ଦ୍ବାରା ବାୟୁରେ ମଧ୍ୟ ବିକାର ଜାତ ହୁଏ, ଯହିଁରୁ ତେଜ ଉତ୍ପତ୍ତି ଲାଭ
କରେ | ଏହାର ପ୍ରଧାନ ଗୁଣ ରୂପ ଅଟେ | ତା’ ସହିତ ଏହାର କାରଣ ଆକାଶ ଏବଂ ବାୟୁର
ଗୁଣ ଶବ୍ଦ ଏବଂ ସ୍ପର୍ଶ ମଧ୍ୟ ଏଥିରେ ରହିଥାଏ |
ତେଜସସ୍ତୁ ବିକୁର୍ୱାଣାଦାସୀଦମ୍ଭୋ
ରସାତ୍ମକମ୍ ।
ରୂପବତ୍ସ୍ପର୍ଶବଚ୍ଚାମ୍ଭୋ ଘୋଷବଚ୍ଚ
ପରାନ୍ୱୟାତ୍ ॥ ୨୮॥
ତେଜ ବିକାର ପ୍ରାପ୍ତ ହୋଇ ଜଳର
ଉତ୍ପତ୍ତି ହେଲା | ଏହାର ଗୁଣ ରସ ଅଟେ; କାରଣ-ତତ୍ତ୍ବର ଗୁଣ ଶବ୍ଦ, ସ୍ପର୍ଶ ଏବଂ ରୂପ ମଧ୍ୟ ଏଥିରେ ରହିଥାଏ |
ବିଶେଷସ୍ତୁ ବିକୁର୍ୱାଣାଦମ୍ଭସୋ
ଗନ୍ଧବାନଭୂତ୍ ।
ପରାନ୍ୱୟାଦ୍ରସସ୍ପର୍ଶଶବ୍ଦରୂପଗୁଣାନ୍ୱିତଃ
॥ ୨୯॥
ଜଳର ବିକାରରୁ ପୃଥିବୀର ଉତ୍ପତ୍ତି ହେଲା,
ଯାହାର ଗୁଣ ଗନ୍ଧ ଅଟେ | କାରଣର ଗୁଣ କାର୍ଯ୍ୟରେ ଆସିଥାଏ – ଏହି ନ୍ୟାୟରେ ଶବ୍ଦ, ସ୍ପର୍ଶ, ରୂପ, ରସ – ଏହି ଚାରି ଗୁଣ ମଧ୍ୟ ଏଥିରେ
ବିଦ୍ୟମାନ ଅଟେ |
ବୈକାରିକାନ୍ମନୋ ଜଜ୍ଞେ ଦେବା ବୈକାରିକା
ଦଶ ।
ଦିଗ୍ୱାତାର୍କପ୍ରଚେତୋଽଶ୍ୱିବହ୍ନୀନ୍ଦ୍ରୋପେନ୍ଦ୍ରମିତ୍ରକାଃ
॥ ୩୦॥
ବୈକାରିକ ଅହଂକାରରୁ ମନ ଏବଂ
ଇନ୍ଦ୍ରିୟମାନଙ୍କର ଅଧିଷ୍ଠାତୃ ଦେବତାମାନଙ୍କର ଉତ୍ପତ୍ତି ହେଲା | ସେମାନଙ୍କର ନାମ – ଦିଶା, ବାୟୁ, ସୂର୍ଯ୍ୟ, ବରୁଣ, ଅଶ୍ବିନୀକୁମାର, ଅଗ୍ନି, ଇନ୍ଦ୍ର, ବିଷ୍ଣୁ, ମିତ୍ର ଏବଂ ପ୍ରଜାପତି |
ତୈଜସାତ୍ତୁ ବିକୁର୍ୱାଣାଦିନ୍ଦ୍ରିୟାଣି
ଦଶାଭବନ୍ ।
ଜ୍ଞାନଶକ୍ତିଃ କ୍ରିୟାଶକ୍ତିର୍ବୁଦ୍ଧିଃ
ପ୍ରାଣଶ୍ଚ ତୈଜସୌ ।
ଶ୍ରୋତ୍ରଂ ତ୍ୱଗ୍ଘ୍ରାଣଦୃଗ୍ଜିହ୍ୱା
ବାଗ୍ଦୋର୍ମେଢ୍ରାଙ୍ଘ୍ରିପାୟବଃ ॥ ୩୧॥
ତୈଜସ୍ ଅହଂକାରର ବିକାରରୁ ଶ୍ରୋତ୍ର, ତ୍ବଚା, ନେତ୍ର, ଜିହ୍ବା ଓ ଘ୍ରାଣ – ଏହି ପଞ୍ଚ
ଜ୍ଞାନେନ୍ଦ୍ରିୟ ଏବଂ ବାକ୍, ହସ୍ତ, ପାଦ, ଗୁଦା ଓ ଜନନେନ୍ଦ୍ରିୟ – ଏହି ପଞ୍ଚ କର୍ମେନ୍ଦ୍ରିୟ ଉତ୍ପନ୍ନ ହେଲେ
| ତା’ ସହିତ ଜ୍ଞାନଶକ୍ତିରୂପ ବୁଦ୍ଧି ଏବଂ କ୍ରିୟାଶକ୍ତିରୂପ ପ୍ରାଣ ମଧ୍ୟ
ଏହି ତୈଜସ୍ ଅହଂକାରରୁ ଉତ୍ପନ୍ନ ହୋଇଥାଆନ୍ତି |
ଯଦୈତେଽସଙ୍ଗତା ଭାବା
ଭୂତେନ୍ଦ୍ରିୟମନୋଗୁଣାଃ ।
ଯଦାୟତନନିର୍ମାଣେ ନ
ଶେକୁର୍ବ୍ରହ୍ମବିତ୍ତମ ॥ ୩୨॥
ହେ ଶ୍ରେଷ୍ଠ ବ୍ରହ୍ମବିତ୍ ! ଯେଉଁ
ସମୟରେ ଏହି ପଞ୍ଚଭୂତ, ଇନ୍ଦ୍ରିୟ, ମନ, ଏବଂ ସତ୍ତ୍ବ ଆଦି ତ୍ରିଗୁଣ ପରସ୍ପର ସଂଗଠିତ ନ ଥିଲେ, ସେହି ସମୟରେ ସେମାନେ ନିଜେ ରହିବା ପାଇଁ ଏହି ଭୋଗରୂପ ଶରୀର ରଚନା କରିପାରି ନ ଥିଲେ |
ତଦା ସଂହତ୍ୟ ଚାନ୍ୟୋନ୍ୟଂ
ଭଗବଚ୍ଛକ୍ତିଚୋଦିତାଃ ।
ସଦସତ୍ତ୍ୱମୁପାଦାୟ ଚୋଭୟଂ
ସସୃଜୁର୍ହ୍ୟଦଃ ॥ ୩୩॥
ଭଗବାନ ଯେତେବେଳେ ସେମାନଙ୍କୁ ନିଜ
ଶକ୍ତିରେ ପ୍ରେରିତ କଲେ, ସେତେବେଳେ ସେହି ସବୁ ତତ୍ତ୍ବ ପରସ୍ପର
ମିଳିତ ହେଲେ ଏବଂ ପରସ୍ପର ମଧ୍ୟରେ କାର୍ଯ୍ୟ-କାରଣଭାବ ସ୍ବୀକାର କରି ବ୍ୟଷ୍ଟି-ସମଷ୍ଟିରୂପ ଉଭୟ
ପିଣ୍ଡ ଓ ବ୍ରହ୍ମାଣ୍ଡର ରଚନା କଲେ |
ବର୍ଷପୂଗସହସ୍ରାନ୍ତେ ତଦଣ୍ଡମୁଦକେଶୟମ୍
।
କାଲକର୍ମସ୍ୱଭାବସ୍ଥୋ ଜୀବୋଽଜୀବମଜୀବୟତ୍
॥ ୩୪॥
ସେହି ବ୍ରହ୍ମାଣ୍ଡରୂପ ଅଣ୍ଡା ଏକ ସହସ୍ର
ବର୍ଷଯାଏଁ ନିର୍ଜୀବରୂପରେ ଜଳରେ ପଡି ରହିଲା | ତାପରେ କାଳ, କର୍ମ ଏବଂ ସ୍ବଭାବ ସ୍ବୀକାର କରିଥିବା ଭଗବାନ ତାହାକୁ ଜୀବିତ କଲେ |
ସ ଏବ ପୁରୁଷସ୍ତସ୍ମାଦଣ୍ଡଂ ନିର୍ଭିଦ୍ୟ
ନିର୍ଗତଃ ।
ସହସ୍ରୋର୍ୱଙ୍ଘ୍ରିବାହ୍ୱକ୍ଷଃ
ସହସ୍ରାନନଶୀର୍ଷବାନ୍ ॥ ୩୫॥
ସେହି ଅଣ୍ଡାକୁ ଫଟାଇ ତନ୍ମଧ୍ୟରୁ ସେହି
ବିରାଟ ପୁରୁଷଙ୍କର ଆବିର୍ଭାବ ହେଲା, ଯାହାର ଜାନୁ, ଚରଣ, ଭୁଜ, ନେତ୍ର, ମୁଖ ଏବଂ ମସ୍ତକ ସହସ୍ର ସଂଖ୍ୟାର ଥିଲା
|
ଯସ୍ୟେହାବୟବୈର୍ଲୋକାନ୍ କଲ୍ପୟନ୍ତି
ମନୀଷିଣଃ ।
କଟ୍ୟାଦିଭିରଧଃ ସପ୍ତ ସପ୍ତୋର୍ଧ୍ୱଂ
ଜଘନାଦିଭିଃ ॥ ୩୬॥
ବିଦ୍ବାନ ପୁରୁଷ ତାଙ୍କର ଅଙ୍ଗମାନଙ୍କରେ
ସମସ୍ତ ଲୋକ ଏବଂ ସେଥିରେ ରହିଥିବା ବସ୍ତୁର କଳ୍ପନା କରନ୍ତି | କଟିଦେଶର ନିମ୍ନଭାଗରେ ଥିବା
ଅଙ୍ଗମାନଙ୍କରେ ସପ୍ତ ପାତାଳ ଏବଂ ଉର୍ଦ୍ଧ୍ବଭାଗରେ ଥିବା ଅଙ୍ଗମାନଙ୍କରେ ସାତ ସ୍ବର୍ଗର କଳ୍ପନା
କରାଯାଇ ଥାଏ |
ପୁରୁଷସ୍ୟ ମୁଖଂ ବ୍ରହ୍ମ କ୍ଷତ୍ରମେତସ୍ୟ
ବାହବଃ ।
ଊର୍ୱୋର୍ୱୈଶ୍ୟୋ ଭଗବତଃ ପଦ୍ଭ୍ୟାଂ
ଶୂଦ୍ରୋ ବ୍ୟଜାୟତ ॥ ୩୭॥
ସେହି ବିରାଟ ପୁରୁଷଙ୍କର ମୁଖରୁ
ବ୍ରାହ୍ମଣ, ଭୁଜରୁ କ୍ଷତ୍ରିୟ, ଜାନୁରୁ ବୈଶ୍ୟ ଏବଂ ପାଦରୁ ଶୂଦ୍ର ଉତ୍ପନ୍ନ
ହୋଇଛନ୍ତି |
ଭୂର୍ଲୋକଃ କଲ୍ପିତଃ ପଦ୍ଭ୍ୟାଂ
ଭୁବର୍ଲୋକୋଽସ୍ୟ ନାଭିତଃ ।
ହୃଦା ସ୍ୱର୍ଲୋକ ଉରସା ମହର୍ଲୋକୋ
ମହାତ୍ମନଃ ॥ ୩୮॥
ବିରାଟ ପୁରୁଷଙ୍କର ପାଦରୁ କଟି
ପର୍ଯ୍ୟନ୍ତ ସପ୍ତ ପାତାଳ ଏବଂ ଭୂଲୋକର କଳ୍ପନା କରାଯାଇ ଥାଏ; ତାଙ୍କ ନାଭିରେ ଭୂବର୍ଲୋକ, ହୃଦୟରେ ସ୍ବର୍ଲୋକ, ବକ୍ଷ-ସ୍ଥଳରେ
ମହର୍ଲୋକର କଳ୍ପନା କରାଯାଇ ଥାଏ |
ଗ୍ରୀବାୟାଂ ଜନଲୋକଶ୍ଚ ତପୋଲୋକଃ
ସ୍ତନଦ୍ୱୟାତ୍ ।
ମୂର୍ଧଭିଃ ସତ୍ୟଲୋକସ୍ତୁ ବ୍ରହ୍ମଲୋକଃ
ସନାତନଃ ॥ ୩୯॥
ତାଙ୍କ ଗଳାରେ ଜନଲୋକ, ଦୁଇ ସ୍ତନରେ ତପୋଲୋକ, ଏବଂ ମସ୍ତକରେ ବ୍ରହ୍ମାଙ୍କର ନିତ୍ୟ
ନିବାସସ୍ଥାନ ସତ୍ୟଲୋକ କଳ୍ପିତ ଅଟେ |
ତତ୍କଟ୍ୟାଂ ଚାତଲଂ କୢପ୍ତମୂରୁଭ୍ୟାଂ
ବିତଲଂ ବିଭୋଃ ।
ଜାନୁଭ୍ୟାଂ ସୁତଲଂ ଶୁଦ୍ଧଂ ଜଙ୍ଘାଭ୍ୟାଂ
ତୁ ତଲାତଲମ୍ ॥ ୪୦॥
ସେହି ବିରାଟ ପୁରୁଷଙ୍କର କଟିରେ ଅତଳ,
ଉରୁରେ ବିତଳ, ଜାନୁରେ ସୁତଳ ଏବଂ ଜଂଘରେ ତଳାତଳର କଳ୍ପନା କରାଯାଇ ଥାଏ |
ମହାତଲଂ ତୁ ଗୁଲ୍ଫାଭ୍ୟାଂ ପ୍ରପଦାଭ୍ୟାଂ
ରସାତଲମ୍ ।
ପାତାଲଂ ପାଦତଲତ ଇତି ଲୋକମୟଃ ପୁମାନ୍ ॥
୪୧॥
ଗୋଇଠି ଉପରସ୍ଥ ଗଣ୍ଠିରେ ମହାତଳ, ପଞ୍ଜା ଏବଂ ଗୋଇଠିର ମଧ୍ୟଭାଗରେ ରସାତଳ ଏବଂ ପାଦ ତଳିପାରେ ପାତାଳ ଅବସ୍ଥିତ | ଏହି
ପ୍ରକାରେ ବିରାଟ ପୁରୁଷ ସର୍ବଲୋକମୟ ଅଟନ୍ତି |
ଭୂର୍ଲୋକଃ କଲ୍ପିତଃ ପଦ୍ଭ୍ୟାଂ
ଭୁବର୍ଲୋକୋଽସ୍ୟ ନାଭିତଃ ।
ସ୍ୱର୍ଲୋକଃ କଲ୍ପିତୋ ମୂର୍ଧ୍ନା ଇତି ବା
ଲୋକକଲ୍ପନା ॥ ୪୨॥
ବିରାଟ ଭଗବାନଙ୍କର ଅଙ୍ଗରେ ଲୋକମାନଙ୍କର
କଳ୍ପନା ଏପରି ଭାବରେ ମଧ୍ୟ କରାଯାଇ ଥାଏ ଯେ ତାଙ୍କର ଚରଣରେ ପୃଥିବୀ, ନାଭିରେ ଭୁବର୍ଲୋକ ଏବଂ ମସ୍ତକରେ ସ୍ବର୍ଲୋକ ରହିଛି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ
ପାରମହଂସ୍ୟାଂ
ସଂହିତାୟାଂ ଦ୍ୱିତୀୟସ୍କନ୍ଧେ
ପଞ୍ଚମୋଽଧ୍ୟାୟଃ ॥ ୫॥

Comments
Post a Comment