ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଷଷ୍ଠ ସ୍କନ୍ଧ ॥ ଅଷ୍ଟାଦଶ ଅଧ୍ୟାୟ ଅଦିତି ଏବଂ ଦିତିଙ୍କର ସନ୍ତାନ ତଥା ମରୁତ୍ ଗଣଙ୍କର ଉତ୍ପତ୍ତି ଶ୍ରୀଶୁକ ଉବାଚ ପୃଶ୍ନିସ୍ତୁ ପତ୍ନୀ ସବିତୁଃ ସାବିତ୍ରୀଂ ବ୍ୟାହୃତିଂ ତ୍ରୟୀମ୍ । ଅଗ୍ନିହୋତ୍ରଂ ପଶୁଂ ସୋମଂ ଚାତୁର୍ମାସ୍ୟଂ ମହାମଖାନ୍ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ସବିତାଙ୍କର ପତ୍ନୀ ପୃଶ୍ନିଙ୍କ ଗର୍ଭରୁ ଆଠଟି ସନ୍ତାନ ଉତ୍ପନ୍ନ ହେଲେ – ସାବିତ୍ରୀ , ବ୍ୟାହୃତି, ତ୍ରୟୀ , ଅଗ୍ନିହୋତ୍ର , ପଶୁ , ସୋମ , ଚାତୁର୍ମାସ୍ୟ ଏବଂ ପଞ୍ଚମହାଯଜ୍ଞ | ସିଦ୍ଧିର୍ଭଗସ୍ୟ ଭାର୍ୟାଙ୍ଗ ମହିମାନଂ ବିଭୁଂ ପ୍ରଭୁମ୍ । ଆଶିଷଂ ଚ ବରାରୋହାଂ କନ୍ୟାଂ ପ୍ରାସୂତ ସୁବ୍ରତାମ୍ ॥ ୨॥ ଭଗଙ୍କ ପତ୍ନୀ ସିଦ୍ଧି ମହିମା , ବିଭୁ ଏବଂ ପ୍ରଭୁ – ଏହି ତିନି ପୁତ୍ର ଏବଂ ଆଶିଷ୍ ନାମଧାରୀ ଏକ କନ୍ୟା ଉତ୍ପନ୍ନ କରିଥିଲେ | ଏହି କନ୍ୟା ଅତ୍ୟନ୍ତ ସୁନ୍ଦରୀ ଏବଂ ସଦାଚାରିଣୀ ଥିଲେ | ଧାତୁଃ କୁହୂଃ ସିନୀବାଲୀ ରାକା ଚାନୁମତିସ୍ତଥା । ସାୟଂ ଦର୍ଶମଥ ପ୍ରାତଃ ପୂର୍ଣମାସମନୁକ୍ରମାତ୍ ॥ ୩॥ ଧାତାଙ୍କର ଚାରି ପତ୍ନୀ ଥିଲେ – କୁହୂ , ସିନୀବାଲୀ , ରାକା ଏବଂ ଅନୁମତି | ସେମାନଙ୍କଠାରୁ କ୍ରମଶଃ ସାୟଂ , ଦର୍ଶ, ପ୍ରାତଃ ଏବଂ ପୂର୍ଣ୍ଣମାସ – ଏହି ଚାରି ପୁତ୍ର ହେଲେ | ଅଗ୍ନୀନ୍ ପୁରୀଷ୍ୟାନାଧତ୍ତ କ୍ରିୟାୟାଂ ସମନନ୍ତର...
Posts
Showing posts from November, 2024