ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଷଷ୍ଠ ସ୍କନ୍ଧ ॥
ଅଷ୍ଟାଦଶ ଅଧ୍ୟାୟ
ଅଦିତି ଏବଂ ଦିତିଙ୍କର ସନ୍ତାନ ତଥା ମରୁତ୍ ଗଣଙ୍କର ଉତ୍ପତ୍ତି
ଶ୍ରୀଶୁକ ଉବାଚ
ପୃଶ୍ନିସ୍ତୁ ପତ୍ନୀ ସବିତୁଃ ସାବିତ୍ରୀଂ ବ୍ୟାହୃତିଂ ତ୍ରୟୀମ୍ ।
ଅଗ୍ନିହୋତ୍ରଂ ପଶୁଂ ସୋମଂ ଚାତୁର୍ମାସ୍ୟଂ ମହାମଖାନ୍ ॥ ୧॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ସବିତାଙ୍କର ପତ୍ନୀ
ପୃଶ୍ନିଙ୍କ ଗର୍ଭରୁ ଆଠଟି ସନ୍ତାନ ଉତ୍ପନ୍ନ ହେଲେ – ସାବିତ୍ରୀ, ବ୍ୟାହୃତି, ତ୍ରୟୀ, ଅଗ୍ନିହୋତ୍ର, ପଶୁ, ସୋମ, ଚାତୁର୍ମାସ୍ୟ ଏବଂ ପଞ୍ଚମହାଯଜ୍ଞ |
ସିଦ୍ଧିର୍ଭଗସ୍ୟ ଭାର୍ୟାଙ୍ଗ ମହିମାନଂ ବିଭୁଂ ପ୍ରଭୁମ୍ ।
ଆଶିଷଂ ଚ ବରାରୋହାଂ କନ୍ୟାଂ ପ୍ରାସୂତ ସୁବ୍ରତାମ୍ ॥ ୨॥
ଭଗଙ୍କ ପତ୍ନୀ ସିଦ୍ଧି ମହିମା, ବିଭୁ ଏବଂ ପ୍ରଭୁ –
ଏହି ତିନି ପୁତ୍ର ଏବଂ ଆଶିଷ୍ ନାମଧାରୀ ଏକ କନ୍ୟା ଉତ୍ପନ୍ନ କରିଥିଲେ | ଏହି କନ୍ୟା ଅତ୍ୟନ୍ତ
ସୁନ୍ଦରୀ ଏବଂ ସଦାଚାରିଣୀ ଥିଲେ |
ଧାତୁଃ କୁହୂଃ ସିନୀବାଲୀ ରାକା ଚାନୁମତିସ୍ତଥା ।
ସାୟଂ ଦର୍ଶମଥ ପ୍ରାତଃ ପୂର୍ଣମାସମନୁକ୍ରମାତ୍ ॥ ୩॥
ଧାତାଙ୍କର ଚାରି ପତ୍ନୀ ଥିଲେ – କୁହୂ, ସିନୀବାଲୀ, ରାକା ଏବଂ ଅନୁମତି
| ସେମାନଙ୍କଠାରୁ କ୍ରମଶଃ ସାୟଂ, ଦର୍ଶ, ପ୍ରାତଃ
ଏବଂ ପୂର୍ଣ୍ଣମାସ – ଏହି ଚାରି ପୁତ୍ର ହେଲେ |
ଅଗ୍ନୀନ୍ ପୁରୀଷ୍ୟାନାଧତ୍ତ କ୍ରିୟାୟାଂ ସମନନ୍ତରଃ ।
ଚର୍ଷଣୀ ବରୁଣସ୍ୟାସୀଦ୍ୟସ୍ୟାଂ ଜାତୋ ଭୃଗୁଃ ପୁନଃ ॥ ୪॥
ଧାତାଙ୍କର କନିଷ୍ଠ ଭ୍ରାତା ବିଧାତାଙ୍କର ପତ୍ନୀ ଥିଲେ କ୍ରିୟା | ତାଙ୍କଠାରୁ
ପୁରୀଷ୍ୟ ନାମରେ ପଞ୍ଚ ଅଗ୍ନିଙ୍କର ଉତ୍ପତ୍ତି ହେଲା | ବରୁଣଙ୍କର ପତ୍ନୀଙ୍କ ନାମ ଥିଲା ଚର୍ଷଣୀ
| ତାଙ୍କଠାରୁ ଭୃଗୁ ପୁନଃ ଜନ୍ମ ଗ୍ରହଣ କଲେ | ତା’ ପୂର୍ବରୁ ସେ
ବ୍ରହ୍ମାଙ୍କର ପୁତ୍ର ଥିଲେ |
ବାଲ୍ମୀକିଶ୍ଚ ମହାୟୋଗୀ ବଲ୍ମୀକାଦଭବତ୍କିଲ ।
ଅଗସ୍ତ୍ୟଶ୍ଚ ବସିଷ୍ଠଶ୍ଚ ମିତ୍ରାବରୁଣୟୋରୃଷୀ ॥ ୫॥
ରେତଃ ସିଷିଚତୁଃ କୁମ୍ଭେ ଉର୍ୱଶ୍ୟାଃ ସନ୍ନିଧୌ ଦ୍ରୁତମ୍ ।
ରେବତ୍ୟାଂ ମିତ୍ର ଉତ୍ସର୍ଗମରିଷ୍ଟଂ ପିପ୍ପଲଂ ବ୍ୟଧାତ୍ ॥ ୬॥
ମହାଯୋଗୀ ବାଲ୍ମୀକି ମଧ୍ୟ ବରୁଣଙ୍କର ପୁତ୍ର ଥିଲେ | ବଲ୍ମୀକରୁ
ଉତ୍ପନ୍ନ ହୋଇଥିବା କାରଣରୁ ତାଙ୍କର ନାମ ବାଲ୍ମୀକି ଥିଲା | ଉର୍ବଶୀଙ୍କୁ ଦେଖି ମିତ୍ର ଏବଂ
ବରୁଣ ଉଭୟଙ୍କର ବୀର୍ଯ୍ୟ ସ୍ଖଳିତ ହୋଇଥିଲା ତାହାକୁ ସେମାନେ ଗୋଟିଏ ଘଟରେ ରଖି ଦେଇଥିଲେ |
ସେଥିରୁ ମୁନିବର ଅଗସ୍ତ୍ୟ ଏବଂ ବଶିଷ୍ଠ ଜନ୍ମ ଗ୍ରହଣ କଲେ | ମିତ୍ରଙ୍କର ପତ୍ନୀ ରେବତୀ ଥିଲେ |
ତାଙ୍କର ତିନୋଟି ପୁତ୍ର ହେଲେ – ଉତ୍ସର୍ଗ, ଅରିଷ୍ଟ ଏବଂ
ପିପ୍ପଳ |
ପୌଲୋମ୍ୟାମିନ୍ଦ୍ର ଆଧତ୍ତ ତ୍ରୀନ୍ ପୁତ୍ରାନିତି ନଃ ଶ୍ରୁତମ୍ ।
ଜୟନ୍ତମୃଷଭଂ ତାତ ତୃତୀୟଂ ମୀଢୁଷଂ ପ୍ରଭୁଃ ॥ ୭॥
ପ୍ରିୟ ପରୀକ୍ଷିତ ! ପୁଲୋମନନ୍ଦିନୀ ଶଚୀ ଦେବରାଜ ଇନ୍ଦ୍ରଙ୍କର ପତ୍ନୀ ଥିଲେ | ମୁଁ ଯାହା
ଶୁଣିଛି, ସେ ତିନୋଟି ପୁତ୍ର ଉତ୍ପନ୍ନ କରିଥିଲେ – ଜୟନ୍ତ, ଋଷଭ ଏବଂ ମୀଢବାନ୍ |
ଉରୁକ୍ରମସ୍ୟ ଦେବସ୍ୟ ମାୟାବାମନରୂପିଣଃ ।
କୀର୍ତୌ ପତ୍ନ୍ୟାଂ ବୃହଚ୍ଛ୍ଲୋକସ୍ତସ୍ୟାସନ୍ ସୌଭଗାଦୟଃ ॥ ୮॥
ସ୍ବୟଂ ଭଗବାନ ବିଷ୍ଣୁ ହିଁ ( ବଳିଙ୍କ ପ୍ରତି ଅନୁଗ୍ରହ କରି ଇନ୍ଦ୍ରଙ୍କର
ରାଜ୍ୟ ଫେରାଇ ଆଣିବା ପାଇଁ) ମାୟାରେ ବାମନ (ଉପେନ୍ଦ୍ର) ରୂପରେ ଅବତୀର୍ଣ୍ଣ ହୋଇଥିଲେ | ସେ
ତିନି ପାଦ ଭୂମି ମାଗି ତିନି ଲୋକକୁ ଅଧିକାର କରି ନେଇଥିଲେ | ତାଙ୍କର ପତ୍ନୀଙ୍କ ନାମ କୀର୍ତ୍ତି
ଥିଲା | ତାଙ୍କଠାରୁ ବୃହଚ୍ଛ୍ଲୋକ ନାମକ ପୁତ୍ର ଜାତ ହୋଇଥିଲା | ତାଙ୍କଠାରୁ ସୌଭାଗ ଆଦି ଅନେକ
ସନ୍ତାନ ଉତ୍ପନ୍ନ ହୋଇଥିଲେ |
ତତ୍କର୍ମଗୁଣବୀର୍ୟାଣି କାଶ୍ୟପସ୍ୟ ମହାତ୍ମନଃ ।
ପଶ୍ଚାଦ୍ୱକ୍ଷ୍ୟାମହେଽଦିତ୍ୟାଂ ଯଥା ବାବତତାର ହ ॥ ୯॥
କଶ୍ୟପନନ୍ଦନ ଭଗବାନ ବାମନ ମାତା ଅଦିତିଙ୍କ ଗର୍ଭରୁ କାହିଁକି ଜନ୍ମ
ଗ୍ରହଣ କରିଥିଲେ ଏବଂ ଏହି ଅବତାରରେ ସେ କେଉଁ କେଉଁ ଗୁଣ, ଲୀଳା ଏବଂ
ପରାକ୍ରମ ପ୍ରକଟ କରିଥିଲେ – ଏହାର ବର୍ଣ୍ଣନ ମୁଁ ଆଗକୁ (ଅଷ୍ଟମ ସ୍କନ୍ଧରେ) କରିବି |
ଅଥ କଶ୍ୟପଦାୟାଦାନ୍ ଦୈତେୟାନ୍ କୀର୍ତୟାମି ତେ ।
ଯତ୍ର ଭାଗବତଃ ଶ୍ରୀମାନ୍ ପ୍ରହ୍ଲାଦୋ ବଲିରେବ ଚ ॥ ୧୦॥
ପ୍ରିୟ ପରୀକ୍ଷିତ ! ଏବେ ମୁଁ କଶ୍ୟପ ମୁନିଙ୍କର ଦ୍ବିତୀୟ ପତ୍ନୀ
ଦିତିଙ୍କଠାରୁ ଉତ୍ପନ୍ନ ହୋଇଥିବା ସନ୍ତାନ-ପରମ୍ପରାର ବର୍ଣ୍ଣନା କରିବି, ଯାହା ଅନ୍ତର୍ଗତ ଭଗବାନଙ୍କର ପ୍ରିୟ ଭକ୍ତ ପ୍ରହ୍ଲାଦ ଏବଂ ବଳିଙ୍କର
ଜନ୍ମ ହୋଇଥିଲା |
ଦିତେର୍ଦ୍ୱାବେବ ଦାୟାଦୌ ଦୈତ୍ୟଦାନବବନ୍ଦିତୌ ।
ହିରଣ୍ୟକଶିପୁର୍ନାମ ହିରଣ୍ୟାକ୍ଷଶ୍ଚ କୀର୍ତିତୌ ॥ ୧୧॥
ଦିତିଙ୍କର ଦୈତ୍ୟ ଏବଂ ଦାନବମାନଙ୍କର ବନ୍ଦନୀୟ ଦୁଇ ପୁତ୍ର ହେଲେ –
ହିରଣ୍ୟକଶିପୁ ଏବଂ ହିରଣ୍ୟାକ୍ଷ | ଏମାନଙ୍କ ବିଷୟରେ ମୁଁ ତୁମକୁ ସଂକ୍ଷେପରେ (ତୃତୀୟ
ସ୍କନ୍ଧରେ) ଶୁଣାଇଛି |
ହିରଣ୍ୟକଶିପୋର୍ଭାର୍ୟା କୟାଧୁର୍ନାମ ଦାନବୀ ।
ଜମ୍ଭସ୍ୟ ତନୟା ଦତ୍ତା ସୁଷୁବେ ଚତୁରଃ ସୁତାନ୍ ॥ ୧୨॥
ସଂହ୍ଲାଦଂ ପ୍ରାଗନୁହ୍ଲାଦଂ ହ୍ଲାଦଂ ପ୍ରହ୍ଲାଦମେବ ଚ ।
ତତ୍ସ୍ୱସା ସିଂହିକା ନାମ ରାହୁଂ ବିପ୍ରଚିତୋଽଗ୍ରହୀତ୍ ॥ ୧୩॥
ଦାନବୀ କୟାଧୁ ହିରଣ୍ୟକଶିପୁଙ୍କର ପତ୍ନୀ ଥିଲେ | ପିତା ଜମ୍ଭ ତାଙ୍କର
ବିବାହ ହିରଣ୍ୟକଶିପୁ ସହିତ କରି ଦେଇଥିଲେ | କୟାଧୁଙ୍କର ଚାରି ପୁତ୍ର ଥିଲେ – ସଂହ୍ଲାଦ,
ଅନୁହ୍ଲାଦ, ହ୍ଲାଦ ଏବଂ ପ୍ରହ୍ଲାଦ | ଏମାନଙ୍କର ସିଂହିକା ନାମରେ ଗୋଟିଏ ଭଉଣୀ ମଧ୍ୟ ଥିଲା |
ତାହାର ବିବାହ ବିପ୍ରଚିତ୍ତି ନାମକ ଦାନବ ସହିତ ହୋଇଥିଲା ଏବଂ ସେମାନଙ୍କଠାରୁ ରାହୁ ନାମକ
ପୁତ୍ରର ଉତ୍ପତ୍ତି ହେଲା |
ଶିରୋଽହରଦ୍ୟସ୍ୟ ହରିଶ୍ଚକ୍ରେଣ ପିବତୋଽମୃତମ୍ ।
ସଂହ୍ଲାଦସ୍ୟ କୃତିର୍ଭାର୍ୟାସୂତ ପଞ୍ଚଜନଂ ତତଃ ॥ ୧୪॥
ଇଏ ସେହି ରାହୁ ଅଟେ, ଯାହାର ସିର
ଅମୃତପାନ ସମୟରେ ମୋହିନୀ ରୂପଧାରୀ ଭଗବାନ ଚକ୍ରରେ ଛେଦନ କରିଥିଲେ | ସଂହ୍ଲାଦଙ୍କର ପତ୍ନୀ ଥିଲେ
କୃତି, ଯାହାଠାରୁ ପଞ୍ଚଜନ ନାମକ ପୁତ୍ର ଉତ୍ପନ୍ନ ହେଲା |
ହ୍ଲାଦସ୍ୟ ଧମନିର୍ଭାର୍ୟାସୂତ ବାତାପିମିଲ୍ୱଲମ୍ ।
ଯୋଽଗସ୍ତ୍ୟାୟ ତ୍ୱତିଥୟେ ପେଚେ ବାତାପିମିଲ୍ୱଲଃ ॥ ୧୫॥
ହ୍ଲାଦଙ୍କର ପତ୍ନୀ ଧମନିଙ୍କଠାରୁ ଦୁଇଟି ପୁତ୍ର ଉତ୍ପନ୍ନ ହେଲେ –
ବାତାପି ଏବଂ ଇଲ୍ବଳ | ଏହି ଇଲ୍ବଳ ହିଁ ମହର୍ଷି ଅଗସ୍ତ୍ୟଙ୍କର ଆତିଥ୍ୟ କରିବାକୁ ଯାଇ
ବାତାପିଙ୍କୁ ରାନ୍ଧି ତାଙ୍କୁ ଭୋଜନ କରାଇ ଥିଲେ |
ଅନୁହ୍ଲାଦସ୍ୟ ସୂର୍ମ୍ୟାୟାଂ ବାଷ୍କଲୋ ମହିଷସ୍ତଥା ।
ବିରୋଚନସ୍ତୁ ପ୍ରାହ୍ଲାଦିର୍ଦେବ୍ୟାସ୍ତସ୍ୟାଭବଦ୍ବଲିଃ ॥ ୧୬॥
ଅନୁହ୍ଲାଦଙ୍କର ପତ୍ନୀ ସୂର୍ମ୍ୟାଙ୍କଠାରୁ ଦୁଇ ପୁତ୍ର ଜାତ ହେଲେ –
ବାଷ୍କଳ ଏବଂ ମହିଷାସୁର | ବିରୋଚନ ପ୍ରହ୍ଲାଦଙ୍କର ପୁତ୍ର ଥିଲେ, ଯାହାଙ୍କ ପତ୍ନୀ ଦେବୀଙ୍କ ଗର୍ଭରୁ ଦୈତ୍ୟରାଜ ବଳିଙ୍କର ଜନ୍ମ
ହୋଇଥିଲା |
ବାଣଜ୍ୟେଷ୍ଠଂ ପୁତ୍ରଶତମଶନାୟାଂ ତତୋଽଭବତ୍ ।
ତସ୍ୟାନୁଭାବଂ ସୁଶ୍ଲୋକ୍ୟାଃ ପଶ୍ଚାଦେବାଭିଧାସ୍ୟତେ ॥ ୧୭॥
ବଳିଙ୍କର ପତ୍ନୀ ଅଶନାଙ୍କଠାରୁ ବାଣ ଆଦି ଶହେ ପୁତ୍ର ଜାତ ହେଲେ |
ଦୈତ୍ୟରାଜ ବଳିଙ୍କର ମହିମା ଗାୟନ ଯୋଗ୍ୟ ଅଟେ, ଯାହା ମୁଁ ଆଗକୁ
(ଅଷ୍ଟମ ସ୍କନ୍ଧରେ) ଶୁଣାଇବି |
ବାଣ ଆରାଧ୍ୟ ଗିରିଶଂ ଲେଭେ ତଦ୍ଗଣମୁଖ୍ୟତାମ୍ ।
ଯତ୍ପାର୍ଶ୍ୱେ ଭଗବାନାସ୍ତେ ହ୍ୟଦ୍ୟାପି ପୁରପାଲକଃ ॥ ୧୮॥
ବଳିଙ୍କର ପୁତ୍ର ବାଣାସୁର ଭଗବାନ ଶଂକରଙ୍କର ଆରାଧନା କରି ତାଙ୍କ
ଗଣମାନଙ୍କର ମୁଖିଆ ହୋଇଗଲେ | ଆଜି ମଧ୍ୟ ଭଗବାନ ଶଂକର ତାକୁ ସୁରକ୍ଷା ପ୍ରଦାନ କରିବା ପାଇଁ ତା’ର ପାଖେ ପାଖେ ରହିଛନ୍ତି |
ମରୁତଶ୍ଚ ଦିତେଃ ପୁତ୍ରାଶ୍ଚତ୍ୱାରିଂଶନ୍ନବାଧିକାଃ ।
ତ ଆସନ୍ନପ୍ରଜାଃ ସର୍ୱେ ନୀତା ଇନ୍ଦ୍ରେଣ ସାତ୍ମତାମ୍ ॥ ୧୯॥
ହିରଣ୍ୟକଶିପୁ ଏବଂ ହିରଣ୍ୟାକ୍ଷ ବ୍ୟତିତ ଦିତିଙ୍କର ଆହୁରି ଅଣଚାଶ
ପୁତ୍ର ଥିଲେ, ଯେଉଁମାନଙ୍କୁ ମରୁଦ୍ଗଣ କୁହାଯାଏ | ଏମାନେ ସମସ୍ତେ
ନିଃସନ୍ତାନ ଥିଲେ | ଦେବରାଜ ଇନ୍ଦ୍ର ଏମାନଙ୍କୁ ନିଜ ପରି ଦେବତା କରିଦେଲେ |
ରାଜୋବାଚ
କଥଂ ତ ଆସୁରଂ ଭାବମପୋହ୍ୟୌତ୍ପତ୍ତିକଂ ଗୁରୋ ।
ଇନ୍ଦ୍ରେଣ ପ୍ରାପିତାଃ ସାତ୍ମ୍ୟଂ କିଂ ତତ୍ସାଧୁ କୃତଂ ହି ତୈଃ ॥ ୨୦॥
ରାଜା ପରୀକ୍ଷିତ ପଚାରୁଛନ୍ତି – ଭଗବନ୍ ! ମରୁଦ୍ଗଣ ଏପରି କି
ସତ୍-କର୍ମ କରିଥିଲେ ଯେ ସେମାନେ ନିଜର ଜନ୍ମଜାତ ଅସୁରୋଚିତ ଭାବ ତ୍ୟାଗ କଲେ ଏବଂ ଦେବରାଜ
ଇନ୍ଦ୍ର ସେମାନଙ୍କୁ ଦେବତା କରିନେଲେ ?
ଇମେ ଶ୍ରଦ୍ଦଧତେ ବ୍ରହ୍ମନ୍ନୃଷୟୋ ହି ମୟା ସହ ।
ପରିଜ୍ଞାନାୟ ଭଗବଂସ୍ତନ୍ନୋ ବ୍ୟାଖ୍ୟାତୁମର୍ହସି ॥ ୨୧॥
ବ୍ରହ୍ମନ୍ ! ମୋ ସହିତ ଏଠାରେ ଉପସ୍ଥିତ ଅନ୍ୟ ସମସ୍ତେ ମଧ୍ୟ ଏହା
ଜାଣିବାକୁ ଉତ୍ସୁକ ଅଟନ୍ତି | ତେଣୁ କୃପା-ପୂର୍ବକ ବିସ୍ତାରତଃ ଏହାର ବର୍ଣ୍ଣନା କରନ୍ତୁ |
ସୂତ ଉବାଚ
ତଦ୍ୱିଷ୍ଣୁରାତସ୍ୟ ସ ବାଦରାୟଣି-
ର୍ୱଚୋ ନିଶମ୍ୟାଦୃତମଲ୍ପମର୍ଥବତ୍ ।
ସଭାଜୟନ୍ ସନ୍ନିଭୃତେନ ଚେତସା
ଜଗାଦ ସତ୍ରାୟଣ ସର୍ୱଦର୍ଶନଃ ॥ ୨୨॥
ଶ୍ରୀସୂତ ମହାଶୟ କହୁଛନ୍ତି – ହେ ଶୌନକ ! ରାଜା ପରୀକ୍ଷିତଙ୍କର
ପ୍ରଶ୍ନ ସ୍ବଳ୍ପ ଶବ୍ଦରେ ଅତ୍ୟନ୍ତ ସାରଗର୍ଭକ ଥିଲା | ସେଥିପାଇଁ ସର୍ବଜ୍ଞ ଶ୍ରୀଶୁକଦେବ ପରମହଂସ
ପ୍ରସନ୍ନ ଚିତ୍ତରେ ତାଙ୍କର ଅଭିନନ୍ଦନ କରି ଏହିପରି କହିଲେ -
ଶ୍ରୀଶୁକ ଉବାଚ
ହତପୁତ୍ରା ଦିତିଃ ଶକ୍ରପାର୍ଷ୍ଣିଗ୍ରାହେଣ ବିଷ୍ଣୁନା ।
ମନ୍ୟୁନା ଶୋକଦୀପ୍ତେନ ଜ୍ୱଲନ୍ତୀ ପର୍ୟଚିନ୍ତୟତ୍ ॥ ୨୩॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଭଗବାନ ବିଷ୍ଣୁ ଇନ୍ଦ୍ରଙ୍କର
ପକ୍ଷ ନେଇ ଦିତିଙ୍କର ଦୁଇ ପୁତ୍ର ହିରଣ୍ୟକଶିପୁ ଏବଂ ହିରଣ୍ୟାକ୍ଷର ବଧ କଲେ | ତେଣୁ ଶୋକାଗ୍ନିର
ଉଦ୍ଦୀପ୍ତ କ୍ରୋଧରେ ଜର୍ଜରିତ ହୋଇ ଦିତି ଏହିପରି ବିଚାର କଲେ |
କଦା ନୁ ଭ୍ରାତୃହନ୍ତାରମିନ୍ଦ୍ରିୟାରାମମୁଲ୍ବଣମ୍ ।
ଅକ୍ଲିନ୍ନହୃଦୟଂ ପାପଂ ଘାତୟିତ୍ୱା ଶୟେ ସୁଖମ୍ ॥ ୨୪॥
‘ବାସ୍ତବରେ ଇନ୍ଦ୍ର ଅତ୍ୟନ୍ତ ବିଷୟୀ, କ୍ରୂର ଏବଂ ନିର୍ଦ୍ଦୟୀ ଅଟେ | ହେ ଭଗବାନ ! ସେ ନିଜ ଭାଈମାନଙ୍କର
ହିଁ ହତ୍ୟା କରାଇଲା ! ସେହି ଦିନ କେବେ ଆସିବ, ଯେଉଁଦିନ ମୁଁ ତାର
ନିଧନ କରାଇ ଆରାମରେ ଶୋଇବି |
କୃମିବିଡ୍ଭସ୍ମସଞ୍ଜ୍ଞାସୀଦ୍ୟସ୍ୟେଶାଭିହିତସ୍ୟ ଚ ।
ଭୂତଧ୍ରୁକ୍ ତତ୍କୃତେ ସ୍ୱାର୍ଥଂ କିଂ ବେଦ ନିରୟୋ ଯତଃ ॥ ୨୫॥
ଲୋକେ ରାଜା ଏବଂ ଦେବତାମାନଙ୍କର ଶରୀରକୁ ‘ପ୍ରଭୁ’ କହି ସମ୍ବୋଧିତ କରନ୍ତି, କିନ୍ତୁ ଦିନେ
ତାହା କୀଡା, ବିଷ୍ଠା ଏବଂ ପାଉଁଶ ଗଦାରେ ପରିଣତ ହୋଇଯାଏ |
ସେଥିପାଇଁ ଯେଉଁମାନେ ଅନ୍ୟ ପ୍ରାଣୀକୁ କଷ୍ଟ ଦିଅନ୍ତି, ସେମାନେ ନିଜର
ସ୍ବାର୍ଥ ଏବଂ ପରମାର୍ଥକୁ ଜାଣନ୍ତି ନାହିଁ, କାରଣ ତଦ୍ବାରା
ସେମାନଙ୍କୁ ନର୍କକୁ ଯିବାକୁ ପଡିଥାଏ |
ଆଶାସାନସ୍ୟ ତସ୍ୟେଦଂ ଧ୍ରୁବମୁନ୍ନଦ୍ଧଚେତସଃ ।
ମଦଶୋଷକ ଇନ୍ଦ୍ରସ୍ୟ ଭୂୟାଦ୍ୟେନ ସୁତୋ ହି ମେ ॥ ୨୬॥
ମୁଁ ଭାବୁଛି ଇନ୍ଦ୍ର ନିଜର ଶରୀରକୁ ନିତ୍ୟ ମନେକରି ଉନ୍ମତ୍ତ ହେଉଛି
| ସେ ନିଜ ବିନାଶକୁ ଜାଣେନାହିଁ | ଏବେ ମୁଁ ଏପରି ଉପାୟ କରିବି ଯଦ୍ବାରା ମୋତେ ସେହିପରି ପୁତ୍ର
ପ୍ରାପ୍ତ ହେବେ, ଯେଉଁମାନେ ଇନ୍ଦ୍ରର ଗର୍ବ ଚୂର୍ଣ୍ଣ କରିବେ |’
ଇତି ଭାବେନ ସା ଭର୍ତୁରାଚଚାରାସକୃତ୍ପ୍ରିୟମ୍ ।
ଶୁଶ୍ରୂଷୟାନୁରାଗେଣ ପ୍ରଶ୍ରୟେଣ ଦମେନ ଚ ॥ ୨୭॥
ମନରେ ଏପରି ବିଚାର କରି ଦିତି ସେବା-ଶୁଶ୍ରୂଷା, ବିନୟ-ପ୍ରେମ, ଜିତେନ୍ଦ୍ରିୟତା
ଆଦି ଦ୍ବାରା କଶ୍ୟପ ମୁନିଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କଲେ |
ଭକ୍ତ୍ୟା ପରମୟା ରାଜନ୍ ମନୋଜ୍ଞୈର୍ୱଲ୍ଗୁଭାଷିତୈଃ ।
ମନୋ ଜଗ୍ରାହ ଭାବଜ୍ଞା ସୁସ୍ମିତାପାଙ୍ଗବୀକ୍ଷଣୈଃ ॥ ୨୮॥
ସେ ନିଜ ପତିଦେବଙ୍କ ହୃଦୟର ପ୍ରତ୍ୟେକ ଭାବକୁ ଜାଣୁଥିଲେ ଏବଂ ପରମ
ପ୍ରେମଭାବ, ମନୋହର ଏବଂ ମଧୁର ଭାଷଣ ତଥା ତୀକ୍ଷ୍ଣ କଟାକ୍ଷ
ଦ୍ବାରା ତାଙ୍କର ମନକୁ ନିଜ ପ୍ରତି ଆକର୍ଷିତ କରିବାରେ ଲାଗିଥିଲେ |
ଏବଂ ସ୍ତ୍ରିୟା ଜଡୀଭୂତୋ ବିଦ୍ୱାନପି ବିଦଗ୍ଧୟା ।
ବାଢମିତ୍ୟାହ ବିବଶୋ ନ ତଚ୍ଚିତ୍ରଂ ହି ଯୋଷିତି ॥ ୨୯॥
କଶ୍ୟପ ମୁନି ବହୁତ ବଡ ବିଦ୍ବାନ ଏବଂ ବିଚାରବାନ ହୋଇ ମଧ୍ୟ ଚତୁର
ଦିତିଙ୍କ ସେବାରେ ମୋହିତ ହୋଇଗଲେ ଏବଂ ବିବଶ ହୋଇ ସେ ସ୍ବୀକାର କରିନେଲେ – ‘ମୁଁ ତୁମର ଇଚ୍ଛା
ପୂର୍ଣ୍ଣ କରିବି |’ ସ୍ତ୍ରୀମାନଙ୍କ ପକ୍ଷରେ ଏହା କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ |
ବିଲୋକ୍ୟୈକାନ୍ତଭୂତାନି ଭୂତାନ୍ୟାଦୌ ପ୍ରଜାପତିଃ ।
ସ୍ତ୍ରିୟଂ ଚକ୍ରେ ସ୍ୱଦେହାର୍ଧଂ ଯୟା ପୁଂସାଂ ମତିର୍ହୃତା ॥ ୩୦॥
ସୃଷ୍ଟି ରଚନାର ପ୍ରଭାତ କାଳରେ ବ୍ରହ୍ମାଜୀ ଦେଖିଲେ ସବୁ ଜୀବ ଅସଙ୍ଗ
ରହିଛନ୍ତି, ସେତେବେଳେ ସେ ନିଜ ଅର୍ଦ୍ଧେକ ଶରୀରରୁ ସ୍ତ୍ରୀ-ଶରୀର ରଚନା କଲେ ଏବଂ ସେହି
ସ୍ତ୍ରୀମାନେ ପୁରୁଷର ମତିକୁ ନିଜ ପ୍ରତି ଆକର୍ଷିତ କରିବାରେ ଲାଗିଲେ |
ଏବଂ ଶୁଶ୍ରୂଷିତସ୍ତାତ ଭଗବାନ୍ କଶ୍ୟପଃ ସ୍ତ୍ରିୟା ।
ପ୍ରହସ୍ୟ ପରମପ୍ରୀତୋ ଦିତିମାହାଭିନନ୍ଦ୍ୟ ଚ ॥ ୩୧॥
ହଁ, ଆମର କଥା ଏହିଠାରେ
ରହିଥିଲା ଯେ ଦିତି ଭଗବାନ କଶ୍ୟପଙ୍କର ବହୁତ ସେବା କଲେ | ସେଥିରେ ପ୍ରସନ୍ନ ହୋଇ କଶ୍ୟପ ମୁନି
ଦିତିଙ୍କର ଅଭିନନ୍ଦନ କରି ହସି ହସି ତାଙ୍କୁ କହିଲେ -
କଶ୍ୟପ ଉବାଚ
ବରଂ ବରୟ ବାମୋରୁ ପ୍ରୀତସ୍ତେଽହମନିନ୍ଦିତେ ।
ସ୍ତ୍ରିୟା ଭର୍ତରି ସୁପ୍ରୀତେ କଃ କାମ ଇହ ଚାଗମଃ ॥ ୩୨॥
କଶ୍ୟପ ମୁନି କହିଲେ – ଅନିନ୍ଦ୍ୟସୁନ୍ଦରୀ ପ୍ରିୟେ ! ମୁଁ ତୁମ ପ୍ରତି
ଅତ୍ୟନ୍ତ ପ୍ରସନ୍ନ ହୋଇଛି | ତୁମର ଯାହା ଇଚ୍ଛା, ମୋଠାରୁ ମାଗି ନିଅ
| ପତିକୁ ପ୍ରସନ୍ନ କରିପାରିଲେ ପତ୍ନୀ ପାଇଁ ଲୋକ-ପରଲୋକର କେଉଁ ଅଭୀଷ୍ଟ ବସ୍ତୁ ଅବା ଦୁର୍ଲଭ
ଅଟେ !
ପତିରେବ ହି ନାରୀଣାଂ ଦୈବତଂ ପରମଂ ସ୍ମୃତମ୍ ।
ମାନସଃ ସର୍ୱଭୂତାନାଂ ବାସୁଦେବଃ ଶ୍ରିୟଃ ପତିଃ ॥ ୩୩॥
ଶାସ୍ତ୍ରମାନଙ୍କରେ ଏହା ସ୍ପଷ୍ଟ କରି ଦିଆଯାଇଛି ଯେ ପତି ହିଁ
ସ୍ତ୍ରୀମାନଙ୍କର ପରମାରାଧ୍ୟ ଇଷ୍ଟଦେବ ଅଟନ୍ତି | ପ୍ରିୟେ ! ଲକ୍ଷ୍ମୀପତି ଭଗବାନ ବାସୁଦେବ ହିଁ
ସମସ୍ତ ପ୍ରାଣୀଙ୍କ ହୃଦୟରେ ବିରାଜମାନ |
ସ ଏବ ଦେବତାଲିଙ୍ଗୈର୍ନାମରୂପବିକଲ୍ପିତୈଃ ।
ଇଜ୍ୟତେ ଭଗବାନ୍ ପୁମ୍ଭିଃ ସ୍ତ୍ରୀଭିଶ୍ଚ ପତିରୂପଧୃକ୍ ॥ ୩୪॥
ବିଭିନ୍ନ ଦେବତାଙ୍କ ରୂପରେ ନାମ ଏବଂ ରୂପ ଭେଦରେ ତାଙ୍କର ହିଁ
କଳ୍ପନା କରାଯାଇ ଥାଏ | ସବୁ ପୁରୁଷ – କିଏ କେଉଁ ଦେବତାଙ୍କର ଉପାସନା କରୁଥିଲେ ବି – ତାଙ୍କର
ହିଁ ଉପାସନା କରନ୍ତି | ଠିକ୍ ସେହିପରି, ସ୍ତ୍ରୀମାନଙ୍କ
ପାଇଁ ଭଗବାନ ପତିରୂପ ଧାରଣ କରିଥାଆନ୍ତି, ସେମାନେ ସେହି
ରୂପରେ ତାଙ୍କର ପୂଜା କରନ୍ତି |
ତସ୍ମାତ୍ପତିବ୍ରତାନାର୍ୟଃ ଶ୍ରେୟସ୍କାମାଃ ସୁମଧ୍ୟମେ ।
ଯଜନ୍ତେଽନନ୍ୟଭାବେନ ପତିମାତ୍ମାନମୀଶ୍ୱରମ୍ ॥ ୩୫॥
ସେଥିପାଇଁ ପ୍ରିୟେ ! ନିଜର କଲ୍ୟାଣ ଇଚ୍ଛା କରୁଥିବା ପତିବ୍ରତା
ସ୍ତ୍ରୀମାନେ ଅନନ୍ୟ ପ୍ରେମଭାବରେ ନିଜ ପତିଦେବଙ୍କର ହିଁ ପୂଜା କରନ୍ତି; କାରଣ ପତିଦେବ ହିଁ
ସେମାନଙ୍କର ପରମ ପ୍ରିୟତମ ଆତ୍ମା ଏବଂ ଈଶ୍ବର ଅଟନ୍ତି |
ସୋଽହଂ ତ୍ୱୟାର୍ଚିତୋ ଭଦ୍ରେ ଈଦୃଗ୍ଭାବେନ ଭକ୍ତିତଃ ।
ତତ୍ତେ ସମ୍ପାଦୟେ କାମମସତୀନାଂ ସୁଦୁର୍ଲଭମ୍ ॥ ୩୬॥
କଲ୍ୟାଣୀ ! ତୁମେ ଅତ୍ୟନ୍ତ ପ୍ରେମଭାବରେ, ଭକ୍ତିରେ ମୋର ସେହିପରି ସେବା କରିଅଛ | ଏବେ ମୁଁ ତୁମର ସବୁ ଅଭିଳାଷ
ପୂର୍ଣ୍ଣ କରିବି | ଅସତୀମାନଙ୍କର ଜୀବନରେ ଏହା ଅତ୍ୟନ୍ତ ଦୁର୍ଲଭ ଅଟେ |
ଦିତିରୁବାଚ
ବରଦୋ ଯଦି ମେ ବ୍ରହ୍ମନ୍ ପୁତ୍ରମିନ୍ଦ୍ରହଣଂ ବୃଣେ ।
ଅମୃତ୍ୟୁଂ ମୃତପୁତ୍ରାହଂ ଯେନ ମେ ଘାତିତୌ ସୁତୌ ॥ ୩୭॥
ଦିତି କହିଲେ – ବ୍ରହ୍ମନ୍ ! ବିଷ୍ଣୁଙ୍କ ହାତରେ ମୋର ଦୁଇ ପୁତ୍ରଙ୍କର
ନିଧନ କରାଇ ଇନ୍ଦ୍ର ମୋତେ ପୁତ୍ରହୀନା କରିଦେଲେ | ସେଥିପାଇଁ ଆପଣ ଯଦି ମୋତେ ମୋର ଅଭିଳଷିତ ବର
ଦେବାକୁ ଇଚ୍ଛା କରୁଛନ୍ତି, ତେବେ ମୋତେ ଏପରି
ଏକ ଅମର ପୁତ୍ର ଦିଅନ୍ତୁ, ଯିଏ କି
ଇନ୍ଦ୍ରଙ୍କୁ ମାରିପାରିବ |
ନିଶମ୍ୟ ତଦ୍ୱଚୋ ବିପ୍ରୋ ବିମନାଃ ପର୍ୟତପ୍ୟତ ।
ଅହୋ ଅଧର୍ମଃ ସୁମହାନଦ୍ୟ ମେ ସମୁପସ୍ଥିତଃ ॥ ୩୮॥
ପରୀକ୍ଷିତ ! ଦିତିଙ୍କର କଥା ଶୁଣି କଶ୍ୟପ ମୁନି ଅତୀବ କ୍ଷୁଣ୍ଣ ହୋଇ
ପଶ୍ଚାତାପ କରିବାରେ ଲାଗିଲେ | ସେ ମନେ-ମନେ କହିବାରେ ଲାଗିଲେ – ହାୟ ! ଆଜି ମୋ ଜୀବନରେ ବହୁତ
ବଡ ଅଧର୍ମର ଅବସର ଆଗତ ହୋଇଛି |
ଅହୋ ଅଦ୍ୟେନ୍ଦ୍ରିୟାରାମୋ ଯୋଷିନ୍ମୟ୍ୟେହ ମାୟଯା ।
ଗୃହୀତଚେତାଃ କୃପଣଃ ପତିଷ୍ୟେ ନରକେ ଧ୍ରୁବମ୍ ॥ ୩୯॥
ଦେଖ ! ଏବେ ମୁଁ ଇନ୍ଦ୍ରିୟ-ବିଷୟରେ ସୁଖ ମାନିବାରେ ଲାଗିଛି | ଏହି
ସ୍ତ୍ରୀରୂପିଣୀ ମାୟା ମୋର ଚିତ୍ତକୁ ବଶୀଭୂତ କରିନେଇଛି | ହାୟ -ହାୟ ! ମୋର ଅବସ୍ଥା କିପରି
ଦୀନ-ହୀନ ହୋଇଯାଇଛି | ମୁଁ ନିଶ୍ଚିତଭାବରେ ନର୍କଗାମୀ ହେବି |
କୋଽତିକ୍ରମୋଽନୁବର୍ତନ୍ତ୍ୟାଃ ସ୍ୱଭାବମିହ ଯୋଷିତଃ ।
ଧିଙ୍ ମାଂ ବତାବୁଧଂ ସ୍ୱାର୍ଥେ ଯଦହଂ ତ୍ୱଜିତେନ୍ଦ୍ରିୟଃ ॥ ୪୦॥
ଏହି ସ୍ତ୍ରୀର କୌଣସି ଦୋଷ ନାହିଁ, କାରଣ ସେ ନିଜ
ଜନ୍ମଜାତ ସ୍ବଭାବର ଅନୁସରଣ କରିଛି | ସବୁ ଦୋଷ ମୋର ଅଟେ, ଯିଏ ନିଜ
ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ରଖି ପାରିଲା ନାହିଁ, ନିଜର ବାସ୍ତବ
ସ୍ବାର୍ଥ ଏବଂ ପରମାର୍ଥକୁ ବୁଝିପାରିଲା ନାହିଁ | ମୋ ପରି ମୂଢକୁ ବାରମ୍ବାର ଧିକ୍କାର |
ଶରତ୍ପଦ୍ମୋତ୍ସବଂ ବକ୍ତ୍ରଂ ବଚଶ୍ଚ ଶ୍ରବଣାମୃତମ୍ ।
ହୃଦୟଂ କ୍ଷୁରଧାରାଭଂ ସ୍ତ୍ରୀଣାଂ କୋ ବେଦ ଚେଷ୍ଟିତମ୍ ॥ ୪୧॥
ସତରେ, ସ୍ତ୍ରୀମାନଙ୍କର
ଚରିତ୍ରକୁ କିଏ ବୁଝିବ | ସେମାନଙ୍କର ମୁଖ ଶରତ ଋତୁର ପ୍ରସ୍ଫୁଟିତ କମଳ ସଦୃଶ ଅଟେ, ବାଣୀ ଅମୃତ ତୁଲ୍ୟ ମଧୁର ଅଟେ | କିନ୍ତୁ ହୃଦୟ ଛୁରୀର ଧାର ପରି
ତୀକ୍ଷ୍ଣ ଅଟେ |
ନ ହି କଶ୍ଚିତ୍ପ୍ରିୟଃ ସ୍ତ୍ରୀଣାମଞ୍ଜସା ସ୍ୱାଶିଷାତ୍ମନାମ୍ ।
ପତିଂ ପୁତ୍ରଂ ଭ୍ରାତରଂ ବା ଘ୍ନନ୍ତ୍ୟର୍ଥେ ଘାତୟନ୍ତି ଚ ॥ ୪୨॥
ଏଥିରେ ସନ୍ଦେହ ନାହିଁ ଯେ ସ୍ତ୍ରୀମାନେ ଲାଳସାର କାଠକଣ୍ଢେଇ ଅଟନ୍ତି |
ବାସ୍ତବରେ ସେମାନେ କାହାକୁ ପ୍ରେମ କରନ୍ତି ନାହିଁ | ସ୍ବାର୍ଥବଶ ସେମାନେ ନିଜର ପତି, ପୁତ୍ର, ଭାଈଙ୍କୁ ମଧ୍ୟ
ମାରି ଦେଇ ପାରନ୍ତି |
ପ୍ରତିଶ୍ରୁତଂ ଦଦାମୀତି ବଚସ୍ତନ୍ନ ମୃଷା ଭବେତ୍ ।
ବଧଂ ନାର୍ହତି ଚେନ୍ଦ୍ରୋଽପି ତତ୍ରେଦମୁପକଲ୍ପତେ ॥ ୪୩॥
ଏବେ ତ ମୁଁ ବଚନ ଦେଇସାରିଛି ଯେ ଯାହା ତୁମେ ମାଗିବ ମୁଁ ଦେବି | ମୋର
ବଚନ ଅସତ୍ୟ ହେବନାହିଁ | କିନ୍ତୁ ଇନ୍ଦ୍ର ମଧ୍ୟ ବଧ-ଯୋଗ୍ୟ ନୁହେଁ | ଠିକ୍ ଅଛି, ଏହି ବିଷୟରେ ମୁଁ ଏପରି ଯୁକ୍ତି କରିବି |
ଇତି ସଞ୍ଚିନ୍ତ୍ୟ ଭଗବାନ୍ ମାରୀଚଃ କୁରୁନନ୍ଦନ ।
ଉବାଚ କିଞ୍ଚିତ୍କୁପିତ ଆତ୍ମାନଂ ଚ ବିଗର୍ହୟନ୍ ॥ ୪୪॥
ପ୍ରିୟ ପରୀକ୍ଷିତ ! ଏହିପରି ଭାବରେ ମନେ-ମନେ ନିଜର ଭର୍ତ୍ସନା କରି ସର୍ବସମର୍ଥ
କଶ୍ୟପ ମୁନି ଉଭୟ କଥା ରକ୍ଷା କରିବାର ଉପାୟ ବିଷୟରେ ବିଚାର କଲେ ଏବଂ ସାମାନ୍ୟ ରୁଷ୍ଟ ହୋଇ
ଦିତିଙ୍କୁ କହିଲେ -
କଶ୍ୟପ ଉବାଚ
ପୁତ୍ରସ୍ତେ ଭବିତା ଭଦ୍ରେ ଇନ୍ଦ୍ରହା ଦେବବାନ୍ଧବଃ ।
ସମ୍ବତ୍ସରଂ ବ୍ରତମିଦଂ ଯଦ୍ୟଞ୍ଜୋ ଧାରୟିଷ୍ୟସି ॥ ୪୫॥
କଶ୍ୟପ ମୁନି କହିଲେ – କଲ୍ୟାଣୀ ! ମୋ ଦ୍ବାରା ନିର୍ଦ୍ଦେଶିତ ବ୍ରତ
ଯଦି ତୁମେ ବିଧିପୂର୍ବକ ଏକ ବର୍ଷ ପାଳନ କରିବ, ତେବେ ତୁମକୁ
ଇନ୍ଦ୍ରକୁ ମାରିବାକୁ ସକ୍ଷମ ପୁତ୍ର ପ୍ରାପ୍ତ ହେବ | କିନ୍ତୁ ନିୟମରେ ଯଦି ସାମାନ୍ୟ ମାତ୍ର
ତ୍ରୁଟି ରହିଯିବ, ତେବେ ସେହି ପୁତ୍ର ଦେବତାମାନଙ୍କର ମିତ୍ର ହୋଇଯିବ |
ଦିତିରୁବାଚ
ଧାରୟିଷ୍ୟେ ବ୍ରତଂ ବ୍ରହ୍ମନ୍ ବ୍ରୂହି କାର୍ୟାଣି ଯାନି ମେ ।
ଯାନି ଚେହ ନିଷିଦ୍ଧାନି ନ ବ୍ରତଂ ଘ୍ନନ୍ତି ଯାନି ତୁ ॥ ୪୬॥
ଦିତି କହିଲେ – ବ୍ରହ୍ମନ୍ ! ମୁଁ ସେହି ବ୍ରତ ପାଳନ କରିବି | ଆପଣ
କହନ୍ତୁ, ସେଥିପାଇଁ ମୋତେ କ’ଣ କ’ଣ କରିବାକୁ ପଡିବ, କେଉଁ କର୍ମ ମୋତେ ତ୍ୟାଗ କରିବାକୁ ପଡିବ ଏବଂ କେଉଁ କର୍ମ କରିବା
ଦ୍ବାରା ମୋର ବ୍ରତ ଭଙ୍ଗ ହେବ ନାହିଁ |
କଶ୍ୟପ ଉବାଚ
ନ ହିଂସ୍ୟାଦ୍ଭୂତଜାତାନି ନ ଶପେନ୍ନାନୃତଂ ବଦେତ୍ ।
ନ ଛିନ୍ଦ୍ୟାନ୍ନଖରୋମାଣି ନ ସ୍ପୃଶେଦ୍ୟଦମଙ୍ଗଲମ୍ ॥ ୪୭॥
କଶ୍ୟପ ମୁନି ଉତ୍ତର ଦେଲେ – ପ୍ରିୟେ ! ଏହି ବ୍ରତ ପାଳନ କରିବାକୁ
ହେଲେ ମନ, ବାଣୀ ଏବଂ କ୍ରିୟାରେ କୌଣସି ପ୍ରାଣୀକୁ କଷ୍ଟ
ଦେବନାହିଁ , କାହାକୁ ଗାଳି ଅଥବା ଶାପ ଦେବନାହିଁ, ମିଛ କହିବ ନାହିଁ
, ନଖ କିମ୍ବା କେଶ କାଟିବ ନାହିଁ ଏବଂ କୌଣସି ଅଶୁଭ ବସ୍ତୁକୁ ସ୍ପର୍ଶ ସୁଦ୍ଧା କରିଵ ନାହିଁ |
ନାପ୍ସୁ ସ୍ନାୟାନ୍ନ କୁପ୍ୟେତ ନ ସମ୍ଭାଷେତ ଦୁର୍ଜନୈଃ ।
ନ ବସୀତାଧୌତବାସଃ ସ୍ରଜଂ ଚ ବିଧୃତାଂ କ୍ୱଚିତ୍ ॥ ୪୮॥
ଜଳ ମଧ୍ୟରେ ପ୍ରବେଶ କରି ସ୍ନାନ କରିବ ନାହିଁ, କ୍ରୋଧ କରିବ ନାହିଁ, ଦୁର୍ଜନଙ୍କ ସହିତ କଥାବାର୍ତ୍ତା କରିବ ନାହିଁ, ଅଧୁଆ ବସ୍ତ୍ର ପରିଧାନ କରିବ ନାହିଁ ଏବଂ କାହାର ଗଳାର ମାଳ ପିନ୍ଧିଵ
ନାହିଁ |
ନୋଚ୍ଛିଷ୍ଟଂ ଚଣ୍ଡିକାନ୍ନଂ ଚ ସାମିଷଂ ବୃଷଲାହୃତମ୍ ।
ଭୁଞ୍ଜୀତୋଦକ୍ୟଯା ଦୃଷ୍ଟଂ ପିବେଦଞ୍ଜଲିନା ତ୍ୱପଃ ॥ ୪୯॥
କାହାର ଉଚ୍ଛିଷ୍ଟ ଭୋଜନ କରିବ ନାହିଁ, ଭଦ୍ରକାଳୀଙ୍କର ପ୍ରସାଦ ବା ମାଂସଯୁକ୍ତ ଅନ୍ନ ଭକ୍ଷଣ କରିବ ନାହିଁ, କୌଣସି ଶୂଦ୍ର ବା ରଜସ୍ବଳା ସ୍ତ୍ରୀର ଦୃଷ୍ଟି ପଡିଥିବା ଅନ୍ନ ଭୋଜନ
କରିବ ନାହିଁ ଏବଂ ଅଞ୍ଜଳିରେ ଜଳପାନ କରିବ ନାହିଁ |
ନୋଚ୍ଛିଷ୍ଟାସ୍ପୃଷ୍ଟସଲିଲା ସନ୍ଧ୍ୟାୟାଂ ମୁକ୍ତମୂର୍ଧଜା ।
ଅନର୍ଚିତାସଂୟତବାକ୍ ନାସମ୍ବୀତା ବହିଶ୍ଚରେତ୍ ॥ ୫୦॥
ଅଇଁଠା ମୁହଁରେ, ଆଚମନ ନ କରି, ସନ୍ଧ୍ୟା କାଳରେ, ବାଳ ଖୋଲି, ଶୃଂଗାର ନ କରି, ବାଣୀକୁ ସଂଯମିତ ନ
କରି ଏବଂ ଶରୀରକୁ ଚାଦରରେ ଆବୃତ ନ କରି ଘରୁ ବାହାରକୁ ଯିବ ନାହିଁ |
ନାଧୌତପାଦାପ୍ରୟତା ନାର୍ଦ୍ରପାଦା ଉଦକ୍ଶିରାଃ ।
ଶୟୀତ ନାପରାଙ୍ନାନ୍ୟୈର୍ନ ନଗ୍ନା ନ ଚ ସନ୍ଧ୍ୟଯୋଃ ॥ ୫୧॥
ପାଦ ନ ଧୋଇ, ଓଦା ପାଦରେ, ଉତ୍ତର ବା ପଶ୍ଚିମକୁ ମୁଣ୍ଡ କରି, ନଗ୍ନାବସ୍ଥାରେ ତଥା ସକାଳ-ସନ୍ଧ୍ୟାରେ ଶୋଇବ ନାହିଁ |
ଧୌତବାସା ଶୁଚିର୍ନିତ୍ୟଂ ସର୍ୱମଙ୍ଗଲସଂୟୁତା ।
ପୂଜୟେତ୍ପ୍ରାତରାଶାତ୍ପ୍ରାଗ୍ଗୋବିପ୍ରାଞ୍ଶ୍ରିୟମଚ୍ୟୁତମ୍ ॥ ୫୨॥
ଏହିପରି ଭାବରେ ଏହିସବୁ ନିଷିଦ୍ଧ କର୍ମକୁ ତ୍ୟାଗ କରି ସର୍ବଦା
ପବିତ୍ର ରହିବ, ଧୌତ ବସ୍ତ୍ର ଧାରଣ କରିବ ଏବଂ ସମସ୍ତ ସୌଭାଗ୍ୟର
ଚିହ୍ନରେ ସୁସଜ୍ଜିତ ରହିବ | ପ୍ରାତଃକାଳରେ ଗ୍ରାସ ଗ୍ରହଣ କରିବା ପୂର୍ବରୁ ଗୋ, ବ୍ରାହ୍ମଣ, ଲକ୍ଷ୍ମୀ ଏବଂ
ଭଗବାନ ନାରାୟଣଙ୍କର ପୂଜା କରିବ |
ସ୍ତ୍ରିୟୋ ବୀରବତୀଶ୍ଚାର୍ଚେତ୍ସ୍ରଗ୍ଗନ୍ଧବଲିମଣ୍ଡନୈଃ ।
ପତିଂ ଚାର୍ଚ୍ୟୋପତିଷ୍ଠେତ ଧ୍ୟାୟେତ୍କୋଷ୍ଠଗତଂ ଚ ତମ୍ ॥ ୫୩॥
ତତ୍ପଶ୍ଚାତ୍ ପୁଷ୍ପମାଳ, ଚନ୍ଦନ ଆଦି
ସୁଗନ୍ଧିତ ଦ୍ରବ୍ୟ, ନୈବେଦ୍ୟ ଏବଂ ଆଭୂଷଣ ଆଦି ଦ୍ବାରା ସୌଭାଗ୍ୟବତୀ ସ୍ତ୍ରୀମାନଙ୍କର ପୂଜା କରିବ
ତଥା ପତିଙ୍କର ପୂଜା କରି ତାଙ୍କ ସେବାରେ ସଂଲଗ୍ନ ରୁହ ଏବଂ ଏପରି ଭାବନା ରଖ ଯେ ପତିଙ୍କର ତେଜ
ତୁମ ଗର୍ଭରେ ସ୍ଥିତ ରହିଛି |
ସାମ୍ବତ୍ସରଂ ପୁଂସବନଂ ବ୍ରତମେତଦବିପ୍ଲୁତମ୍ ।
ଧାରୟିଷ୍ୟସି ଚେତ୍ତୁଭ୍ୟଂ ଶକ୍ରହା ଭବିତା ସୁତଃ ॥ ୫୪॥
ପ୍ରିୟେ ! ଏହି ବ୍ରତର ନାମ ‘ପୁଂସବନ’ ଅଟେ | ତୁମେ ଯଦି ଏକ ବର୍ଷ
ଯାଏଁ ଏହି ବ୍ରତ ତ୍ରୁଟିରହିତ ଭାବରେ ପାଳନ କରିପାରିବ, ତେବେ ତୁମ ଗର୍ଭରୁ
ଇନ୍ଦ୍ରଘାତୀ ପୁତ୍ର ଉତ୍ପନ୍ନ ହେବ |
ବାଢମିତ୍ୟଭିପ୍ରେତ୍ୟାଥ ଦିତୀ ରାଜନ୍ ମହାମନାଃ ।
କଶ୍ୟପାଦ୍ଗର୍ଭମାଧତ୍ତ ବ୍ରତଂ ଚାଞ୍ଜୋ ଦଧାର ସା ॥ ୫୫॥
ପରୀକ୍ଷିତ ! ଦିତି ଅତ୍ୟନ୍ତ ମନସ୍ବିନୀ ଏବଂ ଦୃଢନିଶ୍ଚୟୀ ଥିଲେ | ସେ
‘ଠିକ୍ ଅଛି’ କହି ତାଙ୍କର ଆଜ୍ଞା ସ୍ବୀକାର କରିନେଲେ | ଏବେ ନିଜ
ଗର୍ଭରେ ଭଗବାନ କଶ୍ୟପଙ୍କର ବୀର୍ଯ୍ୟ ଏବଂ ଜୀବନରେ ତାଙ୍କ ନିର୍ଦ୍ଦେଶିତ ବ୍ରତ ଧାରଣ କରି ଦିତି
ଅନାୟାସରେ ସବୁ ନିୟମ ପାଳନ କରିବାରେ ଲାଗିଲେ |
ମାତୃଷ୍ୱସୁରଭିପ୍ରାୟମିନ୍ଦ୍ର ଆଜ୍ଞାୟ ମାନଦ ।
ଶୁଶ୍ରୂଷଣେନାଶ୍ରମସ୍ଥାଂ ଦିତିଂ ପର୍ୟଚରତ୍କବିଃ ॥ ୫୬॥
ପ୍ରିୟ ପରୀକ୍ଷିତ ! ନିଜ ମାଉସୀ ଦିତିଙ୍କର ଅଭିପ୍ରାୟ ଜାଣି ଦେବରାଜ
ଇନ୍ଦ୍ର ବେଶ ବଦଳାଇ ତାଙ୍କ ଆଶ୍ରମକୁ ଆସିଲେ ଏବଂ ସେଠାରେ ତାଙ୍କର ସେବା କରିବାରେ ଲାଗିଲେ |
ନିତ୍ୟଂ ବନାତ୍ସୁମନସଃ ଫଲମୂଲସମିତ୍କୁଶାନ୍ ।
ପତ୍ରାଙ୍କୁରମୃଦୋଽପଶ୍ଚ କାଲେ କାଲ ଉପାହରତ୍ ॥ ୫୭॥
ପ୍ରତିଦିନ ସେ ବଣରୁ ଫୁଲ-ଫଳ, କନ୍ଦ-ମୂଳ, ସମିଧା, କୁଶ, ପତ୍ର, ଦୂବ, ମାଟି ଏବଂ ଜଳ ଆଣି ତାଙ୍କ ସେବାରେ ସମର୍ପିତ କରୁଥିଲେ |
ଏବଂ ତସ୍ୟା ବ୍ରତସ୍ଥାୟା ବ୍ରତଚ୍ଛିଦ୍ରଂ ହରିର୍ନୃପ ।
ପ୍ରେପ୍ସୁଃ ପର୍ୟଚରଜ୍ଜିହ୍ମୋ ମୃଗହେବ ମୃଗାକୃତିଃ ॥ ୫୮॥
ରାଜନ୍ ! ଶିକାରୀ ଯେପରି ହରିଣକୁ ମାରିବା ପାଇଁ ହରିଣ ବେଶରେ ତା’ ପାଖକୁ ଯାଇଥାଏ, ସେହିପରି ଦେବରାଜ
ଇନ୍ଦ୍ର କପଟ-ବେଶ ଧାରଣ କରି ବ୍ରତପରାୟଣା ଦିତିଙ୍କ ବ୍ରତରେ ତ୍ରୁଟି ଧରିବା ପାଇଁ ତାଙ୍କର ସେବା
କରିବାରେ ଲାଗିଲେ |
ନାଧ୍ୟଗଚ୍ଛଦ୍ୱ୍ରତଚ୍ଛିଦ୍ରଂ ତତ୍ପରୋଽଥ ମହୀପତେ ।
ଚିନ୍ତାଂ ତୀବ୍ରାଂ ଗତଃ ଶକ୍ରଃ କେନ ମେ ସ୍ୟାଚ୍ଛିବଂ ତ୍ୱିହ ॥ ୫୯॥
ସର୍ବଦା ତୀକ୍ଷ୍ଣ ଦୃଷ୍ଟି ରଖିବା ସତ୍ତ୍ବେ ବି ସେ ତାଙ୍କ ବ୍ରତରେ
କୌଣସି ତ୍ରୁଟି ଲକ୍ଷ୍ୟ କରିପାରିଲେ ନାହିଁ, ତଥାପି ସେ ସେବା
କରିଚାଲିଲେ | ଏବେ ଇନ୍ଦ୍ର ଚିନ୍ତାରେ ପଡି ବିଚାର କରିବାରେ ଲାଗିଲେ – ଏବେ କେଉଁ ଉପାୟରେ ମୁଁ
ନିଜର କଲ୍ୟାଣ କରିପାରିବି ?
ଏକଦା ସା ତୁ ସନ୍ଧ୍ୟାୟାମୁଚ୍ଛିଷ୍ଟା ବ୍ରତକର୍ଶିତା ।
ଅସ୍ପୃଷ୍ଟବାର୍ୟଧୌତାଙ୍ଘ୍ରିଃ ସୁଷ୍ୱାପ ବିଧିମୋହିତା ॥ ୬୦॥
ବ୍ରତର ନିୟମ ପାଳନ କରି କରି ଦିତି ଅତ୍ୟନ୍ତ ଦୁର୍ବଳ ହୋଇ ଯାଇଥିଲେ |
ବିଧାତା ମଧ୍ୟ ତାଙ୍କୁ ମୋହାବିଷ୍ଟ କରି ଦେଇଥିଲେ | ସେଥିପାଇଁ ଦିନେ ସାୟଂ କାଳରେ ସେ ଆଚମନ ନ
କରି, ଅଇଁଠା ମୁହଁରେ, ପାଦ ନ ଧୋଇ ଶୋଇବାକୁ ଚାଲିଗଲେ |
ଲବ୍ଧ୍ୱା ତଦନ୍ତରଂ ଶକ୍ରୋ ନିଦ୍ରାପହୃତଚେତସଃ ।
ଦିତେଃ ପ୍ରବିଷ୍ଟ ଉଦରଂ ଯୋଗେଶୋ ଯୋଗମାୟଯା ॥ ୬୧॥
ଯୋଗେଶ୍ବର ଇନ୍ଦ୍ର ଏହାକୁ ଉତ୍ତମ ଅବସର ମନେ କରି ଯୋଗବଳରେ
ତତକ୍ଷଣାତ୍ ଶୋଇ ରହିଥିବା ଦିତିଙ୍କ ଗର୍ଭରେ ପ୍ରବେଶ କରିଗଲେ |
ଚକର୍ତ ସପ୍ତଧା ଗର୍ଭଂ ବଜ୍ରେଣ କନକପ୍ରଭମ୍ ।
ରୁଦନ୍ତଂ ସପ୍ତଧୈକୈକଂ ମା ରୋଦୀରିତି ତାନ୍ ପୁନଃ ॥ ୬୨॥
ସେଠାକୁ ଯାଇ ସେ ସୁବର୍ଣ୍ଣ ପରି ଚମକୁ ଥିବା ଦିତିଙ୍କର ଗର୍ଭକୁ ବଜ୍ର
ଦ୍ବାରା ସାତ ଖଣ୍ଡ କରିଦେଲେ | ଗର୍ଭସ୍ଥ ଶିଶୁ ଯେତେବେଳେ କ୍ରନ୍ଦନ କରିବାରେ ଲାଗିଲା, ସେତେବେଳେ ସେ ‘କାନ୍ଦ ନାହିଁ, କାନ୍ଦ ନାହିଁ’ ଏପରି କହି ସାତ ଖଣ୍ଡର ପ୍ରତ୍ୟେକ ଖଣ୍ଡକୁ ସାତ ଭାଗ କରିଦେଲେ |
ତେ ତମୂଚୁଃ ପାଟ୍ୟମାନାସ୍ତେ ସର୍ୱେ ପ୍ରାଞ୍ଜଲୟୋ ନୃପ ।
ନୋ ଜିଘାଂସସି କିମିନ୍ଦ୍ର ଭ୍ରାତରୋ ମରୁତସ୍ତବ ॥ ୬୩॥
ରାଜନ୍ ! ଇନ୍ଦ୍ର ଯେତେବେଳେ ସେମାନଙ୍କୁ ଖଣ୍ଡ-ବିଖଣ୍ଡିତ କରିବାରେ
ଲାଗିଲେ, ସେତେବେଳେ ସେମାନେ ସମସ୍ତେ ହାତ ଯୋଡି କହିଲେ –
‘ଦେବରାଜ ! ତୁମେ ଆମକୁ କାହିଁକି ମାରୁଅଛ ? ଆମେ ତ ତୁମର ଭାଈ ମରୁଦ୍ଗଣ ଅଟୁ |’
ମା ଭୈଷ୍ଟ ଭ୍ରାତରୋ ମହ୍ୟଂ ଯୂୟମିତ୍ୟାହ କୌଶିକଃ ।
ଅନନ୍ୟଭାବାନ୍ ପାର୍ଷଦାନାତ୍ମନୋ ମରୁତାଂ ଗଣାନ୍ ॥ ୬୪॥
ସେତେବେଳେ ଇନ୍ଦ୍ର ନିଜର ଭାବୀ ଅନନ୍ୟପ୍ରେମୀ ପାର୍ଷଦ ମରୁଦ୍ଗଣଙ୍କୁ
କହିଲେ – ‘ଠିକ୍ ଅଛି, ତୁମ୍ଭେମାନେ ମୋର
ଭାଈ ଅଟ | ଏବେ ତୁମ୍ଭେମାନେ ଡର ନାହିଁ |’
ନ ମମାର ଦିତେର୍ଗର୍ଭଃ ଶ୍ରୀନିବାସାନୁକମ୍ପୟା ।
ବହୁଧା କୁଲିଶକ୍ଷୁଣ୍ଣୋ ଦ୍ରୌଣ୍ୟସ୍ତ୍ରେଣ ଯଥା ଭବାନ୍ ॥ ୬୫॥
ପରୀକ୍ଷିତ ! ଅଶ୍ବତ୍ଥାମାଙ୍କର ବ୍ରହ୍ମାସ୍ତ୍ର ଦ୍ବାରା ଯେପରି ତୁମର
କିଛି ଅନିଷ୍ଟ ହୋଇ ନ ଥିଲା, ସେହିପରି ଭଗବାନ
ଶ୍ରୀହରିଙ୍କ କୃପାରୁ ଦିତିଙ୍କର ସେହି ଗର୍ଭ ବଜ୍ର ଦ୍ବାରା ଖଣ୍ଡ-ବିଖଣ୍ଡିତ ହୋଇ ମଧ୍ୟ ନଷ୍ଟ
ହେଲାନାହିଁ |
ସକୃଦିଷ୍ଟ୍ୱାଽଽଦିପୁରୁଷଂ ପୁରୁଷୋ ଯାତି ସାମ୍ୟତାମ୍ ।
ସମ୍ବତ୍ସରଂ କିଞ୍ଚିଦୂନଂ ଦିତ୍ୟା ଯଦ୍ଧରିରର୍ଚିତଃ ॥ ୬୬॥
ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ | କାରଣ ମନୁଷ୍ୟ ଥରେ
ମାତ୍ର ଭଗବାନ ନାରାୟଣଙ୍କର ଆରାଧନା କରି ତାଙ୍କ ସହିତ ସମାନତା ପ୍ରାପ୍ତ କରିନିଏ; ଦିତି ତ ଏକ ବର୍ଷଠାରୁ ଅଳ୍ପ କିଛିଦିନ କମ୍ ଭଗବାନଙ୍କର ଆରାଧନା
କରିଥିଲେ |
ସଜୂରିନ୍ଦ୍ରେଣ ପଞ୍ଚାଶଦ୍ଦେବାସ୍ତେ ମରୁତୋଽଭବନ୍ ।
ବ୍ୟପୋହ୍ୟ ମାତୃଦୋଷଂ ତେ ହରିଣା ସୋମପାଃ କୃତାଃ ॥ ୬୭॥
ଏବେ ସେହି ଅଣଚାଶ ମରୁଦ୍ଗଣ ଇନ୍ଦ୍ରଙ୍କ ସହିତ ମିଶି ପଚାଶ ହୋଇଗଲେ |
ଇନ୍ଦ୍ର ମଧ୍ୟ ନିଜ ସାବତ ମା’ଙ୍କର ପୁତ୍ରମାନଙ୍କ
ପ୍ରତି ଶତ୍ରୁଭାବ ନ ରଖି ସେମାନଙ୍କୁ ସୋମପାୟୀ ଦେବତା କରିନେଲେ |
ଦିତିରୁତ୍ଥାୟ ଦଦୃଶେ କୁମାରାନନଲପ୍ରଭାନ୍ ।
ଇନ୍ଦ୍ରେଣ ସହିତାନ୍ ଦେବୀ ପର୍ୟତୁଷ୍ୟଦନିନ୍ଦିତା ॥ ୬୮॥
ଦିତିଙ୍କର ଆଖି ଖୋଲିବା ପରେ ସେ ଇନ୍ଦ୍ରଙ୍କ ସହିତ ନିଜର ଅଗ୍ନିତୁଲ୍ୟ
ତେଜସ୍ବୀ ଅଣଚାଶ ପୁତ୍ରଙ୍କୁ ଦେଖିଲେ | ଏଥିରେ ସୁନ୍ଦର ସ୍ବଭାବଯୁକ୍ତା ଦିତି ଅତିଶୟ ପ୍ରସନ୍ନ
ହେଲେ |
ଅଥେନ୍ଦ୍ରମାହ ତାତାହମାଦିତ୍ୟାନାଂ ଭୟାବହମ୍ ।
ଅପତ୍ୟମିଚ୍ଛନ୍ତ୍ୟଚରଂ ବ୍ରତମେତତ୍ସୁଦୁଷ୍କରମ୍ ॥ ୬୯॥
ଇନ୍ଦ୍ରଙ୍କୁ ସମ୍ବୋଧିତ କରି ସେ କହିଲେ – ପୁତ୍ର ! ମୁଁ ଏହି
ଇଚ୍ଛାରେ ଏପରି ଅତ୍ୟନ୍ତ କଠିନ ବ୍ରତ ପାଳନ କରୁଥିଲି ଯେ ମୋ ଗର୍ଭରୁ ଅଦିତିଙ୍କର ପୁତ୍ରମାନଙ୍କୁ
ଭୟଭୀତ କରିପାରୁ ଥିବା ପୁତ୍ର ଉତ୍ପନ୍ନ ହେଉ |
ଏକଃ ସଙ୍କଲ୍ପିତଃ ପୁତ୍ରଃ ସପ୍ତ ସପ୍ତାଭବନ୍ କଥମ୍ ।
ଯଦି ତେ ବିଦିତଂ ପୁତ୍ର ସତ୍ୟଂ କଥୟ ମା ମୃଷା ॥ ୭୦॥
ମୁଁ କେବଳ ଗୋଟିଏ ପୁତ୍ର ନିମନ୍ତେ ସଂକଳ୍ପ କରିଥିଲି, ତେଣୁ ଏହି ଅଣଚାଶ ଜଣ ପୁତ୍ର କିପରି ଉତ୍ପନ୍ନ ହେଲେ ? ପୁତ୍ର
ଇନ୍ଦ୍ର ! ଏହାର ରହସ୍ୟ ଯଦି ତୁମେ ଜାଣିଛ, ତେବେ ମୋତେ ସତ୍ୟ କଥା କୁହ; ମିଛ କୁହନାହିଁ |’
ଇନ୍ଦ୍ର ଉବାଚ
ଅମ୍ବ ତେଽହଂ ବ୍ୟବସିତମୁପଧାର୍ୟାଗତୋଽନ୍ତିକମ୍ ।
ଲବ୍ଧାନ୍ତରୋଽଚ୍ଛିଦଂ ଗର୍ଭମର୍ଥବୁଦ୍ଧିର୍ନ ଧର୍ମଦୃକ୍ ॥ ୭୧॥
ଇନ୍ଦ୍ର କହିଲେ – ହେ ମାତା ! ତୁମେ ଯେଉଁ ଉଦ୍ଦେଶ୍ୟରେ ବ୍ରତ କରୁଥିଲ, ତାହା ମୁଁ ଜାଣିଥିଲି | ସେଥିପାଇଁ ନିଜ ସ୍ବାର୍ଥ ସିଦ୍ଧି
ଉଦ୍ଦେଶ୍ୟରେ ମୁଁ ସ୍ବର୍ଗ ଛାଡି ତୁମ ପାଖକୁ ଆସିଲି | ମୋ ମନରେ ଟିକିଏ ବି ଧର୍ମ-ଭାବନା ନ ଥିଲା
| ସେଥିପାଇଁ ତୁମର ବ୍ରତ ପାଳନରେ ସାମାନ୍ୟ ତ୍ରୁଟି ହେବା ମାତ୍ରେ ମୁଁ ତୁମର ଗର୍ଭକୁ କାଟି
ଖଣ୍ଡ-ଖଣ୍ଡ କରିଦେଲି |
କୃତ୍ତୋ ମେ ସପ୍ତଧା ଗର୍ଭ ଆସନ୍ ସପ୍ତ କୁମାରକାଃ ।
ତେଽପି ଚୈକୈକଶୋ ବୃକ୍ଣାଃ ସପ୍ତଧା ନାପି ମମ୍ରିରେ ॥ ୭୨॥
ପ୍ରଥମେ ମୁଁ ତାହାକୁ ସାତ ଖଣ୍ଡ କରିଥିଲି | ସେହି ସାତ ଖଣ୍ଡ ସାତୋଟି
ବାଳକର ରୂପ ନେଲେ | ତାପରେ ମୁଁ ପ୍ରତ୍ୟେକ ଖଣ୍ଡକୁ ସାତ-ସାତ ଖଣ୍ଡ କରିଦେଲି | ତଥାପି ମଧ୍ୟ
ସେମାନେ ମଲେନାହିଁ, ବରଂ ଅଣଚାଶ
ହୋଇଗଲେ |
ତତସ୍ତତ୍ପରମାଶ୍ଚର୍ୟଂ ବୀକ୍ଷ୍ୟାଧ୍ୟବସିତଂ ମୟା ।
ମହାପୁରୁଷପୂଜାୟାଃ ସିଦ୍ଧିଃ କାପ୍ୟନୁଷଙ୍ଗିଣୀ ॥ ୭୩॥
ଏହି ପରମ ଆଶ୍ଚର୍ଯ୍ୟମୟୀ ଘଟଣାକୁ ଦେଖି ମୁଁ ନିଶ୍ଚୟ କରିନେଲି ଯେ
ପରମପୁରୁଷ ଭଗବାନଙ୍କ ଆରାଧନାର ଏହା କୌଣସି ସ୍ବାଭାବିକ ସିଦ୍ଧି ଅଟେ |
ଆରାଧନଂ ଭଗବତ ଈହମାନା ନିରାଶିଷଃ ।
ଯେ ତୁ ନେଚ୍ଛନ୍ତ୍ୟପି ପରଂ ତେ ସ୍ୱାର୍ଥକୁଶଲାଃ ସ୍ମୃତାଃ ॥ ୭୪॥
ଯେଉଁମାନେ ନିଷ୍କାମ ଭାବ ରଖି ଭଗବାନଙ୍କର ଆରାଧନା କରନ୍ତି ଏବଂ ଅନ୍ୟ
କୌଣସି ବସ୍ତୁ ତେଣିକି ଥାଉ, ମୋକ୍ଷର ଇଚ୍ଛା ମଧ୍ୟ କରନ୍ତି ନାହିଁ, ସେମାନେ ହିଁ ନିଜର ସ୍ବାର୍ଥ ଓ ପରମାର୍ଥରେ ନିପୁଣ ଅଟନ୍ତି |
ଆରାଧ୍ୟାତ୍ମପ୍ରଦଂ ଦେବଂ ସ୍ୱାତ୍ମାନଂ ଜଗଦୀଶ୍ୱରମ୍ ।
କୋ ବୃଣୀତେ ଗୁଣସ୍ପର୍ଶଂ ବୁଧଃ ସ୍ୟାନ୍ନରକେଽପି ଯତ୍ ॥ ୭୫॥
ଭଗବାନ ଜଗଦୀଶ୍ବର ସମସ୍ତଙ୍କର ଆରାଧ୍ୟଦେବ ଏବଂ ଆତ୍ମା ହିଁ ଅଟନ୍ତି |
ସେ ପ୍ରସନ୍ନ ହେଲେ ନିଜକୁ ମଧ୍ୟ ଦାନ କରିଦିଅନ୍ତି | ସେପରି କ୍ଷେତ୍ରରେ କେଉଁ ବୁଦ୍ଧିମାନ
ପୁରୁଷ ଅବା ତାଙ୍କର ଆରାଧନା କରି ବିଷୟଭୋଗର ବରଦାନ ମାଗିବ ? ହେ ମାତା ! ଏହି ବିଷୟଭୋଗ ତ
ନର୍କରେ ମଧ୍ୟ ମିଳିଥାଏ |
ତଦିଦଂ ମମ ଦୌର୍ଜନ୍ୟଂ ବାଲିଶସ୍ୟ ମହୀୟସି ।
କ୍ଷନ୍ତୁମର୍ହସି ମାତସ୍ତ୍ୱଂ ଦିଷ୍ଟ୍ୟା ଗର୍ଭୋ ମୃତୋତ୍ଥିତଃ ॥ ୭୬॥
ହେ ସ୍ନେହମୟୀ ଜନନୀ ! ତୁମେ ସବୁ ଦୃଷ୍ଟିରୁ ମୋର ପୂଜ୍ୟା ଅଟ |
ମୂର୍ଖତାବଶ ମୁଁ ଏହି ଦୁଷ୍କର୍ମ କରି ବସିଛି | ତୁମେ ମୋର ଅପରାଧ କ୍ଷମା କର | ଏହା ଅତ୍ୟନ୍ତ
ସୌଭାଗ୍ୟର ବିଷୟ ଯେ ତୁମର ଗର୍ଭ ଖଣ୍ଡ-ଖଣ୍ଡ ହୋଇ ଏକ ପ୍ରକାରେ ମରିଯିବା ପରେ ମଧ୍ୟ ପୁନଃ ଜୀବିତ
ହୋଇଯାଇଛି |
ଶ୍ରୀଶୁକ ଉବାଚ
ଇନ୍ଦ୍ରସ୍ତୟାଭ୍ୟନୁଜ୍ଞାତଃ ଶୁଦ୍ଧଭାବେନ ତୁଷ୍ଟୟା ।
ମରୁଦ୍ଭିଃ ସହ ତାଂ ନତ୍ୱା ଜଗାମ ତ୍ରିଦିବଂ ପ୍ରଭୁଃ ॥ ୭୭॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଦେବରାଜ ଇନ୍ଦ୍ରଙ୍କର
ଶୁଦ୍ଧଭାବ ଦେଖି ଦିତି ପ୍ରସନ୍ନ ହୋଇଗଲେ | ମରୁଦ୍ଗଣଙ୍କ ସହିତ ଦେବରାଜ ଇନ୍ଦ୍ର ତାଙ୍କୁ
ନମସ୍କାର କଲେ ଏବଂ ତାଙ୍କଠାରୁ ଆଜ୍ଞା ନେଇ ସ୍ବର୍ଗକୁ ପ୍ରସ୍ଥାନ କଲେ |
ଏବଂ ତେ ସର୍ୱମାଖ୍ୟାତଂ ଯନ୍ମାଂ ତ୍ୱଂ ପରିପୃଚ୍ଛସି ।
ମଙ୍ଗଲଂ ମରୁତାଂ ଜନ୍ମ କିଂ ଭୂୟଃ କଥୟାମି ତେ ॥ ୭୮॥
ରାଜନ୍ ! ଏହି ମରୁଦ୍ଗଣଙ୍କର ଜନ୍ମକଥା ଅତ୍ୟନ୍ତ ମଙ୍ଗଳମୟ ଅଟେ |
ସେହି ବିଷୟରେ ତୁମେ ଯେଉଁ ପ୍ରଶ୍ନ ପଚାରି ଥିଲ, ତାହାର ଉତ୍ତର
ସମଗ୍ରରୂପରେ ମୁଁ ତୁମକୁ ପ୍ରଦାନ କଲି | ଏବେ ତୁମେ ଆଉ କ’ଣ ଶୁଣିବାକୁ ଇଚ୍ଛା
କରୁଛ ?
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ମରୁଦୁତ୍ପତ୍ତିକଥନଂ ନାମ ଅଷ୍ଟାଦଶୋଽଧ୍ୟାୟଃ ॥ ୧୮॥
Comments
Post a Comment