ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଷଷ୍ଠ ସ୍କନ୍ଧ ॥ ଉନବିଂଶ ଅଧ୍ୟାୟ ପୁଂସବନ - ବ୍ରତର ବିଧି ରାଜୋବାଚ ବ୍ରତଂ ପୁଂସବନଂ ବ୍ରହ୍ମନ୍ ଭବତା ଯଦୁଦୀରିତମ୍ । ତସ୍ୟ ବେଦିତୁମିଚ୍ଛାମି ଯେନ ବିଷ୍ଣୁଃ ପ୍ରସୀଦତି ॥ ୧॥ ରାଜା ପରୀକ୍ଷିତ ପଚାରୁଛନ୍ତି – ଭଗବନ୍ ! ଆପଣ ଏବେ ଯେଉଁ ପୁଂସବନ ବ୍ରତ ବିଷୟରେ କହିଲେ , ଯଦ୍ବାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଯାଆନ୍ତି , ମୁଁ ତାହାର ବିଧି ବିଷୟରେ ଜାଣିବାକୁ ଇଚ୍ଛା କରୁଛି | ଶ୍ରୀଶୁକ ଉବାଚ ଶୁକ୍ଲେ ମାର୍ଗଶିରେ ପକ୍ଷେ ଯୋଷିଦ୍ଭର୍ତୁରନୁଜ୍ଞୟା । ଆରଭେତ ବ୍ରତମିଦଂ ସାର୍ୱକାମିକମାଦିତଃ ॥ ୨॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଏହି ପୁଂସବନ ବ୍ରତ ସମସ୍ତ କାମନାର ପୂର୍ତ୍ତି କରାଇ ଥାଏ | ସ୍ତ୍ରୀମାନେ ନିଜ ପତିଦେବଙ୍କର ଆଜ୍ଞା ନେଇ ମାର୍ଗଶୀର ଶୁକ୍ଲ ପ୍ରତିପଦାଠାରୁ ଏହି ବ୍ରତ ଆରମ୍ଭ କରନ୍ତି | ନିଶମ୍ୟ ମରୁତାଂ ଜନ୍ମ ବ୍ରାହ୍ମଣାନନୁମନ୍ତ୍ର୍ୟ ଚ । ସ୍ନାତ୍ୱା ଶୁକ୍ଲଦତୀ ଶୁକ୍ଲେ ବସୀତାଲଙ୍କୃତାମ୍ବରେ । ପୂଜୟେତ୍ପ୍ରାତରାଶାତ୍ପ୍ରାଗ୍ଭଗବନ୍ତଂ ଶ୍ରିୟା ସହ ॥ ୩॥ ସର୍ବପ୍ରଥମେ ମରୁଦ୍ଗଣଙ୍କର ଜନ୍ମକଥା ଶୁଣି ବ୍ରାହ୍ମଣଙ୍କଠାରୁ ଆଜ୍ଞା ନେବେ | ତାପରେ ପ୍ରତିଦିନ ସକାଳେ ଦାନ୍ତ ଘଷିବା ପରେ ସ୍ନାନ କରି ଦୁଇଟି ଶ୍ବେତ ବସ୍ତ୍ର ଧାରଣ କରିବା ସହିତ ଆଭୂଷଣ ଆଦି ମଧ୍ୟ ଧାରଣ କରିବେ | ପ୍ରାତଃକାଳ...