ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଷଷ୍ଠ ସ୍କନ୍ଧ ॥
ଉନବିଂଶ ଅଧ୍ୟାୟ
ପୁଂସବନ-ବ୍ରତର ବିଧି
ରାଜୋବାଚ
ବ୍ରତଂ ପୁଂସବନଂ ବ୍ରହ୍ମନ୍ ଭବତା ଯଦୁଦୀରିତମ୍ ।
ତସ୍ୟ ବେଦିତୁମିଚ୍ଛାମି ଯେନ ବିଷ୍ଣୁଃ ପ୍ରସୀଦତି ॥ ୧॥
ରାଜା ପରୀକ୍ଷିତ ପଚାରୁଛନ୍ତି – ଭଗବନ୍ ! ଆପଣ ଏବେ ଯେଉଁ ପୁଂସବନ
ବ୍ରତ ବିଷୟରେ କହିଲେ, ଯଦ୍ବାରା ଭଗବାନ
ବିଷ୍ଣୁ ପ୍ରସନ୍ନ ହୋଇଯାଆନ୍ତି, ମୁଁ ତାହାର ବିଧି
ବିଷୟରେ ଜାଣିବାକୁ ଇଚ୍ଛା କରୁଛି |
ଶ୍ରୀଶୁକ ଉବାଚ
ଶୁକ୍ଲେ ମାର୍ଗଶିରେ ପକ୍ଷେ ଯୋଷିଦ୍ଭର୍ତୁରନୁଜ୍ଞୟା ।
ଆରଭେତ ବ୍ରତମିଦଂ ସାର୍ୱକାମିକମାଦିତଃ ॥ ୨॥
ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଏହି ପୁଂସବନ ବ୍ରତ ସମସ୍ତ
କାମନାର ପୂର୍ତ୍ତି କରାଇ ଥାଏ | ସ୍ତ୍ରୀମାନେ
ନିଜ ପତିଦେବଙ୍କର ଆଜ୍ଞା ନେଇ ମାର୍ଗଶୀର ଶୁକ୍ଲ ପ୍ରତିପଦାଠାରୁ ଏହି ବ୍ରତ ଆରମ୍ଭ
କରନ୍ତି |
ନିଶମ୍ୟ ମରୁତାଂ ଜନ୍ମ ବ୍ରାହ୍ମଣାନନୁମନ୍ତ୍ର୍ୟ ଚ ।
ସ୍ନାତ୍ୱା ଶୁକ୍ଲଦତୀ ଶୁକ୍ଲେ ବସୀତାଲଙ୍କୃତାମ୍ବରେ ।
ପୂଜୟେତ୍ପ୍ରାତରାଶାତ୍ପ୍ରାଗ୍ଭଗବନ୍ତଂ ଶ୍ରିୟା ସହ ॥ ୩॥
ସର୍ବପ୍ରଥମେ ମରୁଦ୍ଗଣଙ୍କର ଜନ୍ମକଥା ଶୁଣି ବ୍ରାହ୍ମଣଙ୍କଠାରୁ ଆଜ୍ଞା
ନେବେ | ତାପରେ ପ୍ରତିଦିନ ସକାଳେ ଦାନ୍ତ ଘଷିବା ପରେ ସ୍ନାନ କରି ଦୁଇଟି ଶ୍ବେତ ବସ୍ତ୍ର ଧାରଣ
କରିବା ସହିତ ଆଭୂଷଣ ଆଦି ମଧ୍ୟ ଧାରଣ କରିବେ | ପ୍ରାତଃକାଳରେ କିଛି ବି ଖାଇବା ପୂର୍ବରୁ ଭଗବାନ
ଲକ୍ଷ୍ମୀ-ନାରାୟଣଙ୍କର ପୂଜା କରିବେ |
ଅଲଂ ତେ ନିରପେକ୍ଷାୟ ପୂର୍ଣକାମ ନମୋଽସ୍ତୁ ତେ ।
ମହାବିଭୂତିପତୟେ ନମଃ ସକଲସିଦ୍ଧୟେ ॥ ୪॥
ଏପରି ପ୍ରାର୍ଥନା କରିବେ – ପ୍ରଭୁ ! ଆପଣ ପୂର୍ଣ୍ଣକାମ ଅଟନ୍ତି |
ଅତଏବ ଆପଣଙ୍କର କାହାଠାରୁ କିଛି ଦେବା-ନେବାର ଆବଶ୍ୟକତା ନ ଥାଏ | ଆପଣ ସମସ୍ତ ବିଭୂତିଙ୍କର
ସ୍ବାମୀ ସକଳସିଦ୍ଧିସ୍ବରୂପ ଅଟନ୍ତି | ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି |
ଯଥା ତ୍ୱଂ କୃପୟା ଭୂତ୍ୟା ତେଜସା ମହିମୌଜସା ।
ଜୁଷ୍ଟ ଈଶ ଗୁଣୈଃ ସର୍ୱୈସ୍ତତୋଽସି ଭଗବାନ୍ ପ୍ରଭୁଃ ॥ ୫॥
ହେ ମୋର ଆରାଧ୍ୟଦେବ ! ଆପଣ କୃପା, ବିଭୂତି, ତେଜ, ମହିମା ଏବଂ
ବୀର୍ଯ୍ୟ ଆଦି ସମସ୍ତ ଗୁଣରେ ନିତ୍ୟଯୁକ୍ତ ଅଟନ୍ତି | ଏହିସବୁ ଭଗ ବା ଐଶ୍ବର୍ଯ୍ୟରେ ନିତ୍ୟଯୁକ୍ତ
ରହିଥିବା କାରଣରୁ ଆପଣଙ୍କୁ ଭଗବାନ କହନ୍ତି | ଆପଣ ସର୍ବଶକ୍ତିମାନ ଅଟନ୍ତି |
ବିଷ୍ଣୁପତ୍ନି ମହାମାୟେ ମହାପୁରୁଷଲକ୍ଷଣେ ।
ପ୍ରୀୟେଥା ମେ ମହାଭାଗେ ଲୋକମାତର୍ନମୋଽସ୍ତୁ ତେ ॥ ୬॥
ହେ ମାତା ଲକ୍ଷ୍ମୀ ! ଆପଣ ଭଗବାନଙ୍କର ଅର୍ଦ୍ଧାଙ୍ଗିନୀ ଏବଂ
ମହାମାୟାସ୍ବରୂପିଣୀ ଅଟନ୍ତି | ଭଗବାନଙ୍କର ସମସ୍ତ ଗୁଣ ଆପଣଙ୍କଠାରେ ନିବାସ କରନ୍ତି | ମହାଭାଗ୍ୟବତୀ
ଜଗନ୍ମାତା ! ଆପଣ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ | ମୁଁ ଆପଣଙ୍କୁ ନମସ୍କାର କରୁଛି |
ଓଂ ନମୋ ଭଗବତେ ମହାପୁରୁଷାୟ ମହାନୁଭାବାୟ
ମହାବିଭୂତିପତୟେ ସହ ମହାବିଭୂତିଭିର୍ବଲିମୁପ-
ହରାଣୀତି ଅନେନାହରହର୍ମନ୍ତ୍ରେଣ ବିଷ୍ଣୋରାବାହନା-
ର୍ଘ୍ୟପାଦ୍ୟୋପସ୍ପର୍ଶନସ୍ନାନବାସୌପବୀତବିଭୂଷଣ-
ଗନ୍ଧପୁଷ୍ପଧୂପଦୀପୋପହାରାଦ୍ୟୁପଚାରାଂଶ୍ଚ
ସମାହିତୋପାହରେତ୍ ॥ ୭॥
ପରୀକ୍ଷିତ ! ଏହିପରି ସ୍ତୁତି କରି ଏକାଗ୍ର ଚିତ୍ତରେ ‘ଓଁ ନମୋ ଭଗବତେ
ମହାପୁରୁଷାୟ ମହାନୁଭାବାୟ ମହାବିଭୂତିପତୟେ ସହ ମହାବିଭୂତିଭିର୍ବଳିମୁପହରାଣି |’ –
‘ଅହଂକାରସ୍ବରୂପ, ମହାନୁଭାବ, ସମସ୍ତ
ମହାବିଭୂତିମାନଙ୍କର ସ୍ବାମୀ ଭଗବାନ ପୁରୁଷୋତ୍ତମଙ୍କୁ ଏବଂ ତାଙ୍କର ମହାବିଭୂତିମାନଙ୍କୁ ମୁଁ
ନମସ୍କାର କରୁଛି ଏବଂ ଏହି ପୂଜୋପହାର ସାମଗ୍ରୀ ତାଙ୍କଠାରେ ସମର୍ପଣ କରୁଛି’ – ଏହି ମନ୍ତ୍ର ଦ୍ବାରା ପ୍ରତିଦିନ ସ୍ଥିର ଚିତ୍ତରେ
ବିଷ୍ଣୁଭଗବାନଙ୍କର ଆବାହନ, ଅର୍ଘ୍ୟ, ପାଦ୍ୟ, ଆଚମନ, ସ୍ନାନ, ବସ୍ତ୍ର, ଯଜ୍ଞୋପବୀତ, ଆଭୂଷଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ ଏବଂ ନୈବେଦ୍ୟ
ଆଦି ନିବେଦନ କରି ପୂଜନ କରିବେ |
ହବିଃଶେଷଂ ତୁ ଜୁହୁୟାଦନଲେ ଦ୍ୱାଦଶାହୁତୀଃ ।
ଓଂ ନମୋ ଭଗବତେ ମହାପୁରୁଷାୟ ମହାବିଭୂତିପତୟେ
ସ୍ୱାହେତି ॥ ୮॥
ଅବଶିଷ୍ଟ ନୈବେଦ୍ୟକୁ ‘ଔଁ ନମୋ ଭଗବତେ ମହାପୁରୁଷାୟ ମହାବିଭୂତିପତୟେ
ସ୍ବାହା’ | ‘ ମହାନ୍ ଐଶ୍ବର୍ଯ୍ୟର ଅଧିପତି ଭଗବାନ
ପୁରୁଷୋତ୍ତମଙ୍କୁ ନମସ୍କାର | ମୁଁ ତାଙ୍କ ଉଦ୍ଦେଶ୍ୟରେ ଏହି ହବିଷ୍ୟର ହୋମ କରୁଛି’ – ଏହି ମନ୍ତ୍ର ଗାନ କରି ଅଗ୍ନିରେ ଦ୍ବାଦଶ ବାର ଆହୂତି ଦେବେ |
ଶ୍ରିୟଂ ବିଷ୍ଣୁଂ ଚ ବରଦାବାଶିଷାଂ ପ୍ରଭବାବୁଭୌ ।
ଭକ୍ତ୍ୟା ସମ୍ପୂଜୟେନ୍ନିତ୍ୟଂ ଯଦୀଚ୍ଛେତ୍ସର୍ୱସମ୍ପଦଃ ॥ ୯॥
ପରୀକ୍ଷିତ ! ଯେଉଁମାନେ ସବୁ ପ୍ରକାରର ସମ୍ପତ୍ତି ପ୍ରାପ୍ତ କରିବାକୁ
ଚାହାଁନ୍ତି, ସେମାନେ ପ୍ରତିଦିନ ଭକ୍ତିଭାବରେ ଭଗବାନ
ଲକ୍ଷ୍ମୀନାରାୟଣଙ୍କର ପୂଜା କରିବା ଉଚିତ୍; କାରଣ ବାସ୍ତବରେ ସେ ଦୁହେଁ ହିଁ ସମସ୍ତ ଅଭିଳାଷ
ପୂର୍ଣ୍ଣ କରୁଥିବା ଶ୍ରେଷ୍ଠ ବରଦାନୀ ଅଟନ୍ତି |
ପ୍ରଣମେଦ୍ଦଣ୍ଡବଦ୍ଭୂମୌ ଭକ୍ତିପ୍ରହ୍ୱେଣ ଚେତସା ।
ଦଶବାରଂ ଜପେନ୍ମନ୍ତ୍ରଂ ତତଃ ସ୍ତୋତ୍ରମୁଦୀରୟେତ୍ ॥ ୧୦॥
ଏହାପରେ ଭକ୍ତିଭାବଯୁକ୍ତ ହୋଇ ନମ୍ରତା ପୂର୍ବକ ଭଗବାନଙ୍କୁ ସାଷ୍ଟାଂଗ
ପ୍ରଣାମ କରିବେ | ପୂର୍ବୋକ୍ତ ମନ୍ତ୍ରକୁ ଦଶ ଥର ଜପ କରିବେ ଏବଂ ତାପରେ ଏହି ସ୍ତୋତ୍ର ପାଠ
କରିବେ -
ଯୁବାଂ ତୁ ବିଶ୍ୱସ୍ୟ ବିଭୂ ଜଗତଃ କାରଣଂ ପରମ୍ ।
ଇୟଂ ହି ପ୍ରକୃତିଃ ସୂକ୍ଷ୍ମା ମାୟାଶକ୍ତିର୍ଦୁରତ୍ୟଯା ॥ ୧୧॥
ହେ ଲକ୍ଷ୍ମୀନାରାୟଣ ! ଆପଣ ଦୁହେଁ ସର୍ବବ୍ୟାପକ ଏବଂ ସମ୍ପୂର୍ଣ୍ଣ
ଚରାଚର ଜଗତର ଅନ୍ତିମ କାରଣ ଅଟନ୍ତି – କେହି ଆପଣଙ୍କର କାରଣ ନୁହଁନ୍ତି | ଭଗବନ୍ ! ମାତା
ଲକ୍ଷ୍ମୀ ଆପଣଙ୍କର ମାୟାଶକ୍ତି ଅଟନ୍ତି; ସେ ହିଁ ସ୍ବୟଂ
ଅବ୍ୟକ୍ତ ପ୍ରକୃତି ଅଟନ୍ତି | ତାଙ୍କୁ ଜାଣିବା ଅତ୍ୟନ୍ତ କଠିନ ଅଟେ |
ତସ୍ୟା ଅଧୀଶ୍ୱରଃ ସାକ୍ଷାତ୍ତ୍ୱମେବ ପୁରୁଷଃ ପରଃ ।
ତ୍ୱଂ ସର୍ୱୟଜ୍ଞ ଇଜ୍ୟେୟଂ କ୍ରିୟେୟଂ ଫଲଭୁଗ୍ଭବାନ୍ ॥ ୧୨॥
ପ୍ରଭୁ ! ଆପଣ ହିଁ ଏହି ମହାମାୟାଙ୍କର ଅଧୀଶ୍ବର ସ୍ବୟଂ ପରମପୁରୁଷ
ଅଟନ୍ତି | ଆପଣ ସମସ୍ତ ଯଜ୍ଞ ଏବଂ ଇଏ ସମସ୍ତ ଯଜ୍ଞ-କ୍ରିୟା ଅଟନ୍ତି | ଆପଣ ଫଳର ଭୋକ୍ତା ଏବଂ ଇଏ
ଫଳ ଉତ୍ପନ୍ନକାରୀ କ୍ରିୟା ଅଟନ୍ତି |
ଗୁଣବ୍ୟକ୍ତିରିୟଂ ଦେବୀ ବ୍ୟଞ୍ଜକୋ ଗୁଣଭୁଗ୍ଭବାନ୍ ।
ତ୍ୱଂ ହି ସର୍ୱଶରୀର୍ୟାତ୍ମା ଶ୍ରୀଃ ଶରୀରେନ୍ଦ୍ରିୟାଶୟା ।
ନାମରୂପେ ଭଗବତୀ ପ୍ରତ୍ୟଯସ୍ତ୍ୱମପାଶ୍ରୟଃ ॥ ୧୩॥
ମାତା ଲକ୍ଷ୍ମୀ ତ୍ରିଗୁଣର ଅଭିବ୍ୟକ୍ତି ଅଟନ୍ତି ଏବଂ ଆପଣ ତାଙ୍କୁ
ବ୍ୟକ୍ତ କରୁଥିବା ତାଙ୍କର ଭୋକ୍ତା ଅଟନ୍ତି | ଆପଣ ପ୍ରାଣୀମାନଙ୍କର ଆତ୍ମା ଅଟନ୍ତି ଏବଂ
ଲକ୍ଷ୍ମୀ ଦେବୀ ସେମାନଙ୍କର ଶରୀର, ଇନ୍ଦ୍ରିୟ ଓ
ଅନ୍ତଃକରଣ ଅଟନ୍ତି | ମାତା ଲକ୍ଷ୍ମୀ ନାମ ଓ ରୂପ ଅଟନ୍ତି ଏବଂ ଆପଣ ନାମ-ରୂପ ଉଭୟର ପ୍ରକାଶକ
ତଥା ଆଧାର ଅଟନ୍ତି |
ଯଥା ଯୁବାଂ ତ୍ରିଲୋକସ୍ୟ ବରଦୌ ପରମେଷ୍ଠିନୌ ।
ତଥା ମ ଉତ୍ତମଶ୍ଲୋକ ସନ୍ତୁ ସତ୍ୟା ମହାଶିଷଃ ॥ ୧୪॥
ପ୍ରଭୁ ! ଆପଣଙ୍କର କୀର୍ତ୍ତି ପବିତ୍ର ଅଟେ | ଆପଣ ଦୁହେଁ ତ୍ରିଲୋକୀର
ବରଦାନୀ ପରମେଶ୍ବର ଅଟନ୍ତି | ଅତଏବ ଆପଣଙ୍କ କୃପାରୁ ମୋର ଏହି ଉଚ୍ଚ ଆଶା-ଅଭିଳାଷ ପୂର୍ଣ୍ଣ ହେଉ
|
ଇତ୍ୟଭିଷ୍ଟୂୟ ବରଦଂ ଶ୍ରୀନିବାସଂ ଶ୍ରିୟା ସହ ।
ତନ୍ନିଃସାର୍ୟୋପହରଣଂ ଦତ୍ତ୍ୱାଽଽଚମନମର୍ଚୟେତ୍ ॥ ୧୫॥
ପରୀକ୍ଷିତ ! ପରମ ବରଦାନୀ ଭଗବାନ ଲକ୍ଷ୍ମୀନାରାୟଣଙ୍କର ଏହିପରି
ସ୍ତୁତି କରିବା ପରେ ନୈବେଦ୍ୟକୁ ସେଠାରୁ ହଟାଇ ଦେବେ ଏବଂ ଆଚମନ କରି ପୂଜା କରିବେ |
ତତଃ ସ୍ତୁବୀତ ସ୍ତୋତ୍ରେଣ ଭକ୍ତିପ୍ରହ୍ୱେଣ ଚେତସା ।
ଯଜ୍ଞୋଚ୍ଛିଷ୍ଟମବଘ୍ରାୟ ପୁନରଭ୍ୟର୍ଚୟେଦ୍ଧରିମ୍ ॥ ୧୬॥
ତଦନନ୍ତର ଭକ୍ତିଯୁକ୍ତ ହୃଦୟରେ ଭଗବାନଙ୍କର ସ୍ତୁତି କରିବେ ଏବଂ
ଯଜ୍ଞାବଶେଷକୁ ଆଘ୍ରାଣ କରି ପୁଣି ଭଗବାନଙ୍କର ପୂଜା କରିବେ |
ପତିଂ ଚ ପରୟା ଭକ୍ତ୍ୟା ମହାପୁରୁଷଚେତସା ।
ପ୍ରିୟୈସ୍ତୈସ୍ତୈରୁପନମେତ୍ପ୍ରେମଶୀଲଃ ସ୍ୱୟଂ ପତିଃ ।
ବିଭୃୟାତ୍ସର୍ୱକର୍ମାଣି ପତ୍ନ୍ୟା ଉଚ୍ଚାବଚାନି ଚ ॥ ୧୭॥
ଭଗବାନଙ୍କର ପୂଜା କରିବା ପରେ ନିଜ ପତିଙ୍କୁ ସାକ୍ଷାତ ଭଗବାନ ମନେକରି
ପରମ ପ୍ରେମରେ ତାଙ୍କର ପ୍ରିୟ ବସ୍ତୁ ଦ୍ବାରା ତାଙ୍କ ସେବା କରିବେ | ପତିଙ୍କର ମଧ୍ୟ ଏହା
କର୍ତ୍ତବ୍ୟ ଅଟେ ଯେ ସେ ନିଜ ପତ୍ନୀଙ୍କର ପ୍ରିୟ ବସ୍ତୁ ତାଙ୍କୁ ପ୍ରଦାନ କରିବେ ଏବଂ ଛୋଟ-ବଡ
କାମରେ ତାଙ୍କର ସହାୟତା କରିବେ |
କୃତମେକତରେଣାପି ଦମ୍ପତ୍ୟୋରୁଭୟୋରପି ।
ପତ୍ନ୍ୟାଂ କୁର୍ୟାଦନର୍ହାୟାଂ ପତିରେତତ୍ସମାହିତଃ ॥ ୧୮॥
ପରୀକ୍ଷିତ ! ପତି-ପତ୍ନୀଙ୍କ ମଧ୍ୟରୁ କେହି ଜଣେ କୌଣସି କର୍ମ କଲେ, ତାହାର ଫଳ ଉଭୟଙ୍କୁ ମିଳିଥାଏ | ସେଥିପାଇଁ ଏହି ବ୍ରତ କରିବା ପାଇଁ
କୌଣସି କାରଣରୁ (ରଜୋଧର୍ମ ଆଦି ସମୟରେ) ଯଦି ପତ୍ନୀ ଅଯୋଗ୍ୟ ହୋଇଯାଏ, ତେବେ ପୂର୍ଣ୍ଣ ଏକାଗ୍ରତାରେ ପତି ଏହାର ଅନୁଷ୍ଠାନ କରିବା ଆବଶ୍ୟକ |
ବିଷ୍ଣୋର୍ୱ୍ରତମିଦଂ ବିଭ୍ରନ୍ନ ବିହନ୍ୟାତ୍କଥଞ୍ଚନ ।
ବିପ୍ରାନ୍ ସ୍ତ୍ରିୟୋ ବୀରବତୀଃ ସ୍ରଗ୍ଗନ୍ଧବଲିମଣ୍ଡନୈଃ ।
ଅର୍ଚେଦହରହର୍ଭକ୍ତ୍ୟା ଦେବଂ ନିୟମମାସ୍ଥିତା ॥ ୧୯॥
ଏହା ଭଗବାନ ବିଷ୍ଣୁଙ୍କର ବ୍ରତ ଅଟେ, ତେଣୁ ମଝିରେ ଏହା ବନ୍ଦ ହେବା ଉଚିତ୍ ନୁହେଁ | ବ୍ରତ ନିୟମ ଗ୍ରହଣ
କରିବା ପରେ ପ୍ରତିଦିନ ମାଳା, ଚନ୍ଦନ, ନୈବେଦ୍ୟ ଏବଂ ଆଭୂଷଣ ଆଦି ଦ୍ବାରା ଭକ୍ତିପୂର୍ବକ ବ୍ରାହ୍ମଣ ଏବଂ
ସୁହାଗିନୀ ସ୍ତ୍ରୀମାନଙ୍କର ପୂଜନ କରିବେ ତଥା ଭଗବାନ ବିଷ୍ଣୁଙ୍କର ମଧ୍ୟ ପୂଜା କରିବେ |
ଉଦ୍ୱାସ୍ୟ ଦେବଂ ସ୍ୱେ ଧାମ୍ନି ତନ୍ନିବେଦିତମଗ୍ରତଃ ।
ଅଦ୍ୟାଦାତ୍ମବିଶୁଦ୍ଧ୍ୟର୍ଥଂ ସର୍ୱକାମର୍ଧୟେ ତଥା ॥ ୨୦॥
ତଦନନ୍ତର ଭଗବାନଙ୍କୁ ତାଙ୍କ ନିଜ ଧାମକୁ ପ୍ରସ୍ଥାନ କରିବାକୁ ନିବେଦନ
କରିବେ, ବିସର୍ଜନ କରିବେ ଏବଂ ପୂର୍ବରୁ ତାଙ୍କ ଉଦ୍ଦେଶ୍ୟରେ
ନିବେଦିତ ପ୍ରସାଦକୁ ଗ୍ରହଣ କରିବେ |
ଏତେନ ପୂଜାବିଧିନା ମାସାନ୍ ଦ୍ୱାଦଶ ହାୟନମ୍ ।
ନୀତ୍ୱାଥୋପରମେତ୍ସାଧ୍ୱୀ କାର୍ତିକେ ଚରମେଽହନି ॥ ୨୧॥
ସାଧ୍ବୀ ସ୍ତ୍ରୀମାନେ ଏହି ବିଧିରେ ବାର ମାସ ବା ଏକ ବର୍ଷ ଏହି ବ୍ରତ
ପାଳନ କରି ମାର୍ଗଶୀର ଅମାବାସ୍ୟାରେ ବ୍ରତ ଉଦଯାପନ ସମ୍ବନ୍ଧୀ ଉପବାସ ଏବଂ ପୂଜନ ଆଦି କରିବେ |
ଶ୍ୱୋଭୂତେଽପ ଉପସ୍ପୃଶ୍ୟ କୃଷ୍ଣମଭ୍ୟର୍ଚ୍ୟ ପୂର୍ୱବତ୍ ।
ପୟଃଶୃତେନ ଜୁହୁୟାଚ୍ଚରୁଣା ସହ ସର୍ପିଷା ।
ପାକୟଜ୍ଞବିଧାନେନ ଦ୍ୱାଦଶୈବାହୁତୀଃ ପତିଃ ॥ ୨୨॥
ସେହି ଦିନ ପ୍ରାତଃକାଳରେ ସ୍ନାନ କରି ସେ ପୂର୍ବବତ୍
ବିଷ୍ଣୁଭଗବାନଙ୍କର ପୂଜନ କରିବେ ଏବଂ ତାଙ୍କର ପତି ପାକଯଜ୍ଞ ବିଧିରେ ଘୃତମିଶ୍ରିତ ଖିରିକୁ ବାର
ଥର ଅଗ୍ନିରେ ଆହୂତି ଦେବେ |
ଆଶିଷଃ ଶିରସାଽଽଦାୟ ଦ୍ୱିଜୈଃ ପ୍ରୀତୈଃ ସମୀରିତାଃ ।
ପ୍ରଣମ୍ୟ ଶିରସା ଭକ୍ତ୍ୟା ଭୁଞ୍ଜୀତ ତଦନୁଜ୍ଞୟା ॥ ୨୩॥
ଏହାପରେ ଯେତେବେଳେ ବ୍ରାହ୍ମଣ ପ୍ରସନ୍ନ ହୋଇ ତାଙ୍କୁ ଆଶୀର୍ବାଦ ଦେବେ, ସେ ଅତି ଆଦରରେ ମସ୍ତକ ଅବନତ କରି ତାହାକୁ ସ୍ବୀକାର କରିବେ |
ଭକ୍ତିଭାବରେ ତାଙ୍କ ଚରଣରେ ମଥା ଲଗାଇ ତାଙ୍କୁ ପ୍ରଣାମ କରିବେ ଏବଂ ତାଙ୍କର ଆଜ୍ଞା ନେଇ ଭୋଜନ
କରିବେ |
ଆଚାର୍ୟମଗ୍ରତଃ କୃତ୍ୱା ବାଗ୍ୟତଃ ସହ ବନ୍ଧୁଭିଃ ।
ଦଦ୍ୟାତ୍ପତ୍ନ୍ୟୈ ଚରୋଃ ଶେଷଂ ସୁପ୍ରଜସ୍ତ୍ୱଂ ସୁସୌଭଗମ୍ ॥ ୨୪॥
ପ୍ରଥମେ ଆଚାର୍ଯ୍ୟଙ୍କୁ ଭୋଜନ ଦେବେ, ତାପରେ ମୌନ ରହି ଭାଈ-ବନ୍ଧୁଙ୍କ
ସହିତ ସ୍ବୟଂ ଭୋଜନ କରିବେ | ଏହାପରେ ହୋମର ଅବଶିଷ୍ଟ ଘୃତମିଶ୍ରିତ ଖିରି ନିଜ ପତ୍ନୀଙ୍କୁ ଦେବେ
| ଏହି ପ୍ରସାଦ ସ୍ତ୍ରୀକୁ ସତ୍-ପୁତ୍ର ଏବଂ ସୌଭାଗ୍ୟ ପ୍ରଦାନ କରିଥାଏ |
ଏତଚ୍ଚରିତ୍ୱା ବିଧିବଦ୍ୱ୍ରତଂ ବିଭୋ-
ରଭୀପ୍ସିତାର୍ଥଂ ଲଭତେ ପୁମାନିହ ।
ସ୍ତ୍ରୀ ତ୍ୱେତଦାସ୍ଥାୟ ଲଭେତ ସୌଭଗଂ
ଶ୍ରିୟଂ ପ୍ରଜାଂ ଜୀବପତିଂ ଯଶୋ ଗୃହମ୍ ॥ ୨୫॥
ପରୀକ୍ଷିତ ! ଯେଉଁ ମନୁଷ୍ୟ ଭଗବାନଙ୍କର ଏହି ପୁଂସବନ-ବ୍ରତର
ବିଧିପୂର୍ବକ ଅନୁଷ୍ଠାନ କରନ୍ତି, ତାଙ୍କୁ ଏହି
ଲୋକରେ ହିଁ ନିଜର ଅଭିଳଷିତ ବସ୍ତୁ ମିଳିଯାଏ | ସ୍ତ୍ରୀମାନେ ଏହି ବ୍ରତ ପାଳନ କରି ସୌଭାଗ୍ୟ, ସମ୍ପତ୍ତି, ସନ୍ତାନ, ଯଶ ଏବଂ ଗୃହ ପ୍ରାପ୍ତ କରିଥାଆନ୍ତି ତଥା ସେମାନଙ୍କର ପତି ଚିରାୟୁ
ହୁଅନ୍ତି |
କନ୍ୟା ଚ ବିନ୍ଦେତ ସମଗ୍ରଲକ୍ଷଣଂ
ବରଂ ତ୍ୱବୀରା ହତକିଲ୍ବିଷା ଗତିମ୍ ।
ମୃତପ୍ରଜା ଜୀବସୁତା ଧନେଶ୍ୱରୀ
ସୁଦୁର୍ଭଗା ସୁଭଗା ରୂପମଗ୍ର୍ୟମ୍ ॥ ୨୬॥
ବିନ୍ଦେଦ୍ୱିରୂପା ବିରୁଜା ବିମୁଚ୍ୟତେ
ଯ ଆମୟାବୀନ୍ଦ୍ରିୟକଲ୍ପଦେହମ୍ ।
ଏତତ୍ପଠନ୍ନଭ୍ୟୁଦୟେ ଚ କର୍ମ-
ଣ୍ୟନନ୍ତତୃପ୍ତିଃ ପିତୃଦେବତାନାମ୍ ॥ ୨୭॥
ଏହି ବ୍ରତର ଅନୁଷ୍ଠାନ କରି କନ୍ୟା ସମସ୍ତ ଶୁଭ ଲକ୍ଷଣଯୁକ୍ତ ପତି
ପ୍ରାପ୍ତ କରେ ଏବଂ ବିଧବାମାନେ ଏହି ବ୍ରତ ଦ୍ବାରା ନିଷ୍ପାପ ହୋଇ ବୈକୁଣ୍ଠକୁ ଗମନ କରନ୍ତି |
ମୃତ ସନ୍ତାନ ପ୍ରସବ କରୁଥିବା ସ୍ତ୍ରୀମାନେ ଏହାର ପ୍ରଭାବରେ ଚିରାୟୁ ପୁତ୍ର ପ୍ରାପ୍ତ କରନ୍ତି |
ଧନବତୀ କିନ୍ତୁ ଅଭାଗିନୀ ସ୍ତ୍ରୀକୁ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ଏବଂ କୁରୂପାକୁ ଶ୍ରେଷ୍ଠ ରୂପ
ମିଳିଯାଏ | ଏହି ବ୍ରତ ପ୍ରଭାବରେ ରୋଗୀ ରୋଗମୁକ୍ତ ହୋଇ ବଳିଷ୍ଠ ଶରୀର ଏବଂ ଶ୍ରେଷ୍ଠ
ଇନ୍ଦ୍ରିୟଶକ୍ତି ପ୍ରାପ୍ତ କରିଥାଏ | ଯେଉଁ ମନୁଷ୍ୟ ମାଙ୍ଗଳିକ ଶ୍ରାଦ୍ଧକର୍ମ ଆଦିରେ ଏହାର ପାଠ
କରନ୍ତି, ତାଙ୍କର ପିତୃପୁରୁଷ ତଥା ଦେବତାମାନେ ଅନନ୍ତ ତୃପ୍ତି
ଲାଭ କରନ୍ତି |
ତୁଷ୍ଟାଃ ପ୍ରୟଚ୍ଛନ୍ତି ସମସ୍ତକାମାନ୍
ହୋମାବସାନେ ହୁତଭୁକ୍ ଶ୍ରୀର୍ହରିଶ୍ଚ ।
ରାଜନ୍ ମହନ୍ମରୁତାଂ ଜନ୍ମ ପୁଣ୍ୟଂ
ଦିତେର୍ୱ୍ରତଂ ଚାଭିହିତଂ ମହତ୍ତେ ॥ ୨୮॥
ସେମାନେ ସନ୍ତୁଷ୍ଟ ହୋଇ ବ୍ରତୀର ସମସ୍ତ ଇଚ୍ଛା ପୂର୍ଣ୍ଣ କରନ୍ତି |
ସର୍ବୋପରି ସମସ୍ତ ଯଜ୍ଞର ଏକମାତ୍ର ଭୋକ୍ତା ଭଗବାନ ଲକ୍ଷ୍ମୀନାରାୟଣ ମଧ୍ୟ ସନ୍ତୁଷ୍ଟ ହୋଇ
ବ୍ରତୀର ସମସ୍ତ ଅଭିଳାଷ ପୂର୍ଣ୍ଣ କରିଥାଆନ୍ତି | ପରୀକ୍ଷିତ ! ମୁଁ ତୁମକୁ ମରୁଦ୍ଗଣଙ୍କର
ଆଦରଣୀୟ ଏବଂ ପୁଣ୍ୟପ୍ରଦ ଜନ୍ମ-କଥା ଶୁଣାଇବା ସହିତ ଦିତିଙ୍କ ଦ୍ବାରା ଅନୁଷ୍ଠିତ ଶ୍ରେଷ୍ଠ
ପୁଂସବନ-ବ୍ରତର ବିଧି ମଧ୍ୟ ବର୍ଣ୍ଣନା କରି ଶୁଣାଇଲି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସକ୍ୟାମଷ୍ଟାଦଶସାହସ୍ର୍ୟାଂ
ପାରମହଂସ୍ୟାଂ ସଂହିତାୟାଂ ଷଷ୍ଠସ୍କନ୍ଧେ ପୁଂସବନବ୍ରତକଥନଂ
ନାମୈକୋନବିଂଶୋଽଧ୍ୟାୟଃ ॥ ୧୯॥
॥ ଇତି ଷଷ୍ଠସ୍କନ୍ଧଃ
ସମାପ୍ତଃ ॥
॥ ଓଁ ତତ୍ସତ୍ ॥

Comments
Post a Comment