॥ ଓଁ ନମୋ ଭଗବତେ ବାସୁଦେବାୟ ॥ ଶ୍ରୀମଦ୍ ଭାଗବତ ମହାପୁରାଣ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ହିରଣ୍ୟକଶିପୁ ଦ୍ବାରା ପ୍ରହ୍ଲାଦ-ବଧ ନିମନ୍ତେ ପ୍ରଯତ୍ନ ନାରଦ ଉବାଚ ପୌରୋହିତ୍ୟାୟ ଭଗବାନ୍ ବୃତଃ କାବ୍ୟଃ କିଲାସୁରୈଃ । ଷଣ୍ଡାମର୍କୌ ସୁତୌ ତସ୍ୟ ଦୈତ୍ୟରାଜଗୃହାନ୍ତିକେ ॥ ୧॥ ତୌ ରାଜ୍ଞା ପ୍ରାପିତଂ ବାଲଂ ପ୍ରହ୍ଲାଦଂ ନୟକୋବିଦମ୍ । ପାଠୟାମାସତୁଃ ପାଠ୍ୟାନନ୍ୟାଂଶ୍ଚାସୁରବାଲକାନ୍ ॥ ୨॥ ଦେବର୍ଷି ନାରଦ କହୁଛନ୍ତି – ଯୁଧିଷ୍ଠିର ! ଦୈତ୍ୟମାନେ ଭଗବାନ ଶ୍ରୀଶୁକ୍ରାଚାର୍ଯ୍ୟଙ୍କୁ ନିଜର ପୁରୋହିତ ନିଯୁକ୍ତ କରିଥିଲେ | ତାଙ୍କର ଦୁଇ ପୁତ୍ର ଶଣ୍ଡ ଏବଂ ଅମର୍କ ରାଜମହଲ ପାଖରେ ରହି ହିରଣ୍ୟକଶିପୁଙ୍କର ନୀତିନିପୁଣ ପୁତ୍ର ପ୍ରହ୍ଲାଦ ତଥା ଅନ୍ୟ ପଠନଯୋଗ୍ୟ ଦୈତ୍ୟ-ବାଳକଙ୍କୁ ରାଜନୀତି , ଅର୍ଥନୀତି ଆଦିର ଶିକ୍ଷା ପ୍ରଦାନ କରୁଥିଲେ | ଯତ୍ତତ୍ର ଗୁରୁଣା ପ୍ରୋକ୍ତଂ ଶୁଶ୍ରୁବେଽନୁପପାଠ ଚ । ନ ସାଧୁ ମନସା ମେନେ ସ୍ୱପରାସଦ୍ଗ୍ରହାଶ୍ରୟମ୍ ॥ ୩॥ ଗୁରୁଜୀଙ୍କ ଦ୍ବାରା ପ୍ରଦତ୍ତ ବିଦ୍ୟାକୁ ପ୍ରହ୍ଲାଦ ଶୁଣୁଥିଲେ , ମନେ ରଖୁଥିଲେ ଏବଂ ସଠିକ୍ ଭାବରେ ତାହା ଗୁରୁଜୀଙ୍କୁ ମଧ୍ୟ ଶୁଣାଇ ଦେଉଥିଲେ | କିନ୍ତୁ ତାହା ତାଙ୍କୁ ଭଲ ଲାଗୁ ନ ଥିଲା ; କାରଣ ସେହି ପାଠର ମୂଳ ଆଧାର ଥିଲା ଆପଣା-ପରର ମିଥ୍ୟା ଆଗ୍ରହ | ଏକଦାସୁରରାଟ୍ ପୁତ୍ରମଙ୍କମାରୋପ୍ୟ ପାଣ୍ଡବ । ପପ୍ରଚ୍ଛ କଥ୍ୟତାଂ ବତ୍ସ ମନ୍ୟତେ...