Posts

Showing posts from February, 2025
Image
  ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ଶ୍ରୀମଦ୍ ଭାଗବତ ମହାପୁରାଣ ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ନୃସିଂହଭଗବାନଙ୍କର ପ୍ରାଦୁର୍ଭାବ , ହିରଣ୍ୟକଶିପୁ ବଧ ଏବଂ ବ୍ରହ୍ମାଦି ଦେବତାଙ୍କ ଦ୍ବାରା ଭଗବାନଙ୍କର ସ୍ତୁତି   ନାରଦ ଉବାଚ ଅଥ ଦୈତ୍ୟସୁତାଃ ସର୍ୱେ ଶ୍ରୁତ୍ୱା ତଦନୁବର୍ଣିତମ୍ । ଜଗୃହୁର୍ନିରବଦ୍ୟତ୍ୱାନ୍ନୈବ ଗୁର୍ୱନୁଶିକ୍ଷିତମ୍ ॥ ୧॥ ଦେବର୍ଷି ନାରଦ କହିଲେ – ପ୍ରହ୍ଲାଦଙ୍କର ପ୍ରବଚନ ଶୁଣି ଦୈତ୍ୟବାଳକମାନେ , ନିର୍ଦ୍ଦୋଷ ହୋଇଥିବା କାରଣରୁ ତତକ୍ଷଣାତ୍ ତାଙ୍କର ଉପଦେଶ ଗ୍ରହଣ କରିନେଲେ | ଗୁରୁଜୀଙ୍କର ଦୂଷିତ ଶିକ୍ଷା ପ୍ରତି ସେମାନେ ଆଉ ଧ୍ୟାନ ଦେଲେ ନାହିଁ | ଅଥାଚାର୍ୟସୁତସ୍ତେଷାଂ ବୁଦ୍ଧିମେକାନ୍ତସଂସ୍ଥିତାମ୍ । ଆଲକ୍ଷ୍ୟ ଭୀତସ୍ତ୍ୱରିତୋ ରାଜ୍ଞ ଆବେଦୟଦ୍ୟଥା ॥ ୨॥ ଗୁରୁଜୀ ଯେତେବେଳେ ଦେଖିଲେ ସବୁ ବିଦ୍ୟାର୍ଥୀଙ୍କର ବୁଦ୍ଧି ଏକମାତ୍ର ଭଗବାନଙ୍କଠାରେ ସ୍ଥିର ହୋଇଯାଇଛି , ସେତେବେଳେ ସେମାନେ ଅତିଶୟ ଭୟଭୀତ ହୋଇ ହିରଣ୍ୟକଶିପୁଙ୍କ ପାଖକୁ ଯାଇ ନିବେଦନ କଲେ | ଶ୍ରୁତ୍ୱା ତଦପ୍ରିୟଂ ଦୈତ୍ୟୋ ଦୁଃସହଂ ତନୟାନୟମ୍ । କୋପାବେଶଚଲଦ୍ଗାତ୍ରଃ ପୁତ୍ରଂ ହନ୍ତୁଂ ମନୋ ଦଧେ ॥ ୩॥ ନିଜ ପୁତ୍ର ପ୍ରହ୍ଲାଦର ଏହି ଅସହ୍ୟ ଏବଂ ଅପ୍ରିୟ ଅନୀତି ବିଷୟରେ ଜାଣି କ୍ରୋଧରେ ତା ’ ର ଶରୀର ଥରି ଉଠିଲା | ଶେଷରେ ସେ ଏହା ନିଶ୍ଚୟ କଲା ଯେ ପ୍ରହ୍ଲାଦକୁ ସେ ଏବେ ନିଜ ହାତରେ ମାରିବ | କ୍ଷ...