ଶ୍ରୀମଦ୍ ଭାଗବତ
ମହାପୁରାଣ
॥ ଓଁ ନମୋ ଭଗବତେ
ବାସୁଦେବାୟ ॥
॥ ଅଷ୍ଟମ ସ୍କନ୍ଧ ॥
ପଞ୍ଚଦଶ ଅଧ୍ୟାୟ
ରାଜା ବଳିଙ୍କର ସ୍ବର୍ଗ-ବିଜୟ
ରାଜୋବାଚ
ବଲେଃ ପଦତ୍ରୟଂ
ଭୂମେଃ କସ୍ମାଦ୍ଧରିରୟାଚତ ।
ଭୂତ୍ୱେଶ୍ୱରଃ
କୃପଣବଲ୍ଲବ୍ଧାର୍ଥୋଽପି ବବନ୍ଧ ତମ୍ ॥ ୧॥
ରାଜା ପରୀକ୍ଷିତ
ପଚାରିଲେ – ଭଗବନ୍ ! ଶ୍ରୀହରି ସ୍ବୟଂ ହିଁ ସମସ୍ତଙ୍କର ସ୍ବାମୀ ଅଟନ୍ତି | ତେଣୁ ସେ ଦୀନ-ହୀନ
ପରି ରାଜା ବଳିଙ୍କଠାରୁତିନି ପାଦ ଭୂମି କାହିଁକି ମାଗିଲେ ତଥା ସେ ଯାହା ଇଚ୍ଛା କରୁଥିଲେ, ସବୁକିଛି ପ୍ରାପ୍ତ କରିବା ପରେ ମଧ୍ୟ ବଳିଙ୍କୁ
କାହିଁକି ବନ୍ଦୀ କଲେ ?
ଏତଦ୍ୱେଦିତୁମିଚ୍ଛାମୋ
ମହତ୍କୌତୂହଲଂ ହି ନଃ ।
ଯଜ୍ଞେଶ୍ୱରସ୍ୟ
ପୂର୍ଣସ୍ୟ ବନ୍ଧନଂ ଚାପ୍ୟନାଗସଃ ॥ ୨॥
ଏହି ବିଷୟକୁ ନେଇ
ମୋ ହୃଦୟରେ ପ୍ରବଳ କୌତୁହଳ ଜାତ ହୋଇଛି ଯେ ସ୍ବୟଂ ପରିପୂର୍ଣ୍ଣ ଯଜ୍ଞେଶ୍ବର ଭଗବାନଙ୍କ ଦ୍ବାରା
ଯାଚନା ଏବଂ ନିରପରାଧର ବନ୍ଧନ – ଏହି ଉଭୟ କାର୍ଯ୍ୟ କିପରି ସମ୍ଭବ ହେଲା ? ଏହା ମୁଁ ଜାଣିବାକୁ
ଇଚ୍ଛା କରୁଛି |
ଶ୍ରୀଶୁକ ଉବାଚ
ପରାଜିତଶ୍ରୀରସୁଭିଶ୍ଚ
ହାପିତୋ
ହୀନ୍ଦ୍ରେଣ ରାଜନ୍
ଭୃଗୁଭିଃ ସ ଜୀବିତଃ ।
ସର୍ୱାତ୍ମନା
ତାନଭଜଦ୍ଭୃଗୂନ୍ ବଲିଃ
ଶିଷ୍ୟୋ
ମହାତ୍ମାର୍ଥନିବେଦନେନ ॥ ୩॥
ବଳିଙ୍କୁ ପରାଜିତ
କରି ଇନ୍ଦ୍ର ତାଙ୍କର ସମସ୍ତ ସମ୍ପତ୍ତି ସହିତ ପ୍ରାଣ ମଧ୍ୟ ହରଣ କରିନେବା ପରେ ଭୃଗୁନନ୍ଦନ
ଶୁକ୍ରାଚାର୍ଯ୍ୟ ବଳିଙ୍କୁ ନିଜ ସଞ୍ଜୀବନୀ ବିଦ୍ୟାରେ ଜୀବିତ କରିଦେଲେ | ଏହାପରେ
ଶୁକ୍ରାଚାର୍ଯ୍ୟଙ୍କର ଶିଷ୍ୟ ମହାତ୍ମା ବଳି ନିଜର ସର୍ବସ୍ବ ଗୁରୁ ଚରଣରେ ଅର୍ପଣ କରିଦେଲେ ଏବଂ
ତନ-ମନ ଲଗାଇ ଗୁରୁଜୀଙ୍କ ସହିତ ସମସ୍ତ ଭୃଗୁବଂଶୀ ବ୍ରାହ୍ମଣମାନଙ୍କର ସେବା କରିବାରେ ଲାଗିଲେ |
ତଂ ବ୍ରାହ୍ମଣା
ଭୃଗବଃ ପ୍ରୀୟମାଣା
ଅୟାଜୟନ୍
ବିଶ୍ୱଜିତା ତ୍ରିଣାକମ୍ ।
ଜିଗୀଷମାଣଂ
ବିଧିନାଭିଷିଚ୍ୟ
ମହାଭିଷେକେଣ
ମହାନୁଭାବାଃ ॥ ୪॥
ତଦ୍ବାରା
ପ୍ରଭାବଶାଳୀ ଭୃଗୁବଂଶୀ ବ୍ରାହ୍ମଣମାନେ ତାଙ୍କ ଉପରେ ବହୁତ ପ୍ରସନ୍ନ ହେଲେ | ସେମାନେ
ସ୍ବର୍ଗ-ପ୍ରାପ୍ତି ଇଚ୍ଛା କରୁଥିବା ବଳିଙ୍କର ମହାଭିଷେକ ବିଧିରେ ଅଭିଷେକ କରାଇ ତାଙ୍କ ଦ୍ବାରା
ବିଶ୍ବଜିତ୍ ନାମକ ଯଜ୍ଞ କରାଇଲେ |
ତତୋ ରଥଃ
କାଞ୍ଚନପଟ୍ଟନଦ୍ଧୋ
ହୟାଶ୍ଚ
ହର୍ୟଶ୍ୱତୁରଙ୍ଗବର୍ଣାଃ ।
ଧ୍ୱଜଶ୍ଚ ସିଂହେନ
ବିରାଜମାନୋ
ହୁତାଶନାଦାସ
ହବିର୍ଭିରିଷ୍ଟାତ୍ ॥ ୫॥
ଯଜ୍ଞ-ବିଧି
ଅନ୍ତର୍ଗତ ହବିଷ୍ୟ ଦ୍ବାରା ଯେତେବେଳେ ଅଗ୍ନିଦେବତାଙ୍କର ପୂଜା କରାଗଲା, ସେତେବେଳେ ଯଜ୍ଞକୁଣ୍ଡ ମଧ୍ୟରୁ ସୁବର୍ଣ୍ଣ ଚାଦରରେ
ଆବୃତ ଏକ ଅତି ସୁନ୍ଦର ରଥ ବାହାରିଲା | ପୁନଶ୍ଚ ଇନ୍ଦ୍ରଙ୍କର ଅଶ୍ବ ସଦୃଶ ସବୁଜ ରଙ୍ଗର ଏକ ଅଶ୍ବ
ଏବଂ ରଥ ଉପରେ ଲଗାଇବା ପାଇଁ ସିଂହ ଚିହ୍ନ ଯୁକ୍ତ ଏକ ଧ୍ବଜା ବାହାରିଲା |
ଧନୁଶ୍ଚ ଦିବ୍ୟଂ
ପୁରଟୋପନଦ୍ଧଂ
ତୂଣାବରିକ୍ତୌ କବଚଂ
ଚ ଦିବ୍ୟମ୍ ।
ପିତାମହସ୍ତସ୍ୟ ଦଦୌ
ଚ ମାଲା-
ମମ୍ଲାନପୁଷ୍ପାଂ
ଜଲଜଂ ଚ ଶୁକ୍ରଃ ॥ ୬॥
ତା ସହିତ
ସ୍ବର୍ଣ୍ଣମଣ୍ଡିତ ଏକ ଦିବ୍ୟ ଧନୁ, କେବେ ଖାଲି ହେଉ ନ
ଥିବା ଦୁଇଟି ଅକ୍ଷୟ ତୁଣୀର ଏବଂ ଦିବ୍ୟ କବଚ ମଧ୍ୟ ପ୍ରକଟ ହେଲା | ତାଙ୍କର ପିତାମହ ପ୍ରହ୍ଲାଦ
ତାଙ୍କୁ ଏପରି ଏକ ମାଳ ଦେଲେ ଯାହାର ଫୁଲ କେବେ ମଳୀନ ହେଉ ନ ଥିଲା | ଶୁକ୍ରାଚାର୍ଯ୍ୟ ତାଙ୍କୁ
ଏକ ଶଂଖ ଦେଲେ |
ଏବଂ ସ
ବିପ୍ରାର୍ଜିତୟୋଧନାର୍ଥଃ
ତୈଃ
କଲ୍ପିତସ୍ୱସ୍ତ୍ୟଯନୋଽଥ ବିପ୍ରାନ୍ ।
ପ୍ରଦକ୍ଷିଣୀକୃତ୍ୟ
କୃତପ୍ରଣାମଃ
ପ୍ରହ୍ଲାଦମାମନ୍ତ୍ର୍ୟ
ନମଶ୍ଚକାର ॥ ୭॥
ଏହିପରି ଭାବରେ
ବ୍ରାହ୍ମଣମାନଙ୍କ କୃପାରୁ ଯୁଦ୍ଧ-ସାମଗ୍ରୀ ପ୍ରାପ୍ତ କରି ସେମାନଙ୍କ ଦ୍ବାରା ସ୍ବସ୍ତିବାଚନ
ହେବା ପରେ ରାଜା ବଳି ସେହି ବ୍ରାହ୍ମଣମାନଙ୍କର ପ୍ରଦକ୍ଷଣା କଲେ ଏବଂ ସେମାନଙ୍କୁ ନମସ୍କାର କଲେ
| ତତ୍ପଶ୍ଚାତ୍ ସେ ପ୍ରହ୍ଲାଦଙ୍କର ସମ୍ଭାଷଣ କରି ତାଙ୍କ ଚରଣରେ ନମସ୍କାର କଲେ |
ଅଥାରୁହ୍ୟ ରଥଂ
ଦିବ୍ୟଂ ଭୃଗୁଦତ୍ତଂ ମହାରଥଃ ।
ସୁସ୍ରଗ୍ଧରୋଽଥ
ସନ୍ନହ୍ୟ ଧନ୍ୱୀ ଖଡ୍ଗୀ ଧୃତେଷୁଧିଃ ॥ ୮॥
ତାପରେ ସେ
ଭୃଗୁବଂଶୀ ବ୍ରାହ୍ମଣଙ୍କ ଦ୍ବାରା ପ୍ରଦତ୍ତ ରଥ ଆରୋହଣ କଲେ | ମହାରଥୀ ରାଜା ବଳି ଯେତେବେଳେ କବଚ
ଧାରଣ କରି ଧନୁ, ତରବାରୀ, ତୁଣୀର ଆଦି ଶସ୍ତ୍ର ଗ୍ରହଣ କଲେ ଏବଂ ପିତାମହଙ୍କ
ଦ୍ବାରା ପ୍ରଦତ୍ତ ମାଳା ଧାରଣ କଲେ, ସେତେବେଳେ ତାଙ୍କର
ଶୋଭା ଅପୂର୍ବ ଥିଲା |
ହେମାଙ୍ଗଦଲସଦ୍ବାହୁଃ
ସ୍ଫୁରନ୍ମକରକୁଣ୍ଡଲଃ ।
ରରାଜ ରଥମାରୂଢୋ
ଧିଷ୍ଣ୍ୟସ୍ଥ ଇବ ହବ୍ୟବାଟ୍ ॥ ୯॥
ତାଙ୍କ ଭୁଜରେ
ସୁବର୍ଣ୍ଣ ବାଜୁବନ୍ଧ ଏବଂ କାନରେ ମକରାକୃତି କୁଣ୍ଡଳ ଝଲମଲ ହେଉଥିଲା | ସେହି କାରଣରୁ ସେ ରଥ
ଉପରେ ବସି ଏପରି ସୁଶୋଭିତ ହେଉଥିଲେ ସତେ ଯେପରି ଅଗ୍ନିକୁଣ୍ଡରେ ଅଗ୍ନି ପ୍ରଜ୍ବଳିତ ହେଉଛି |
ତୁଲ୍ୟୈଶ୍ୱର୍ୟବଲଶ୍ରୀଭିଃ
ସ୍ୱୟୂଥୈର୍ଦୈତ୍ୟଯୂଥପୈଃ ।
ପିବଦ୍ଭିରିବ ଖଂ
ଦୃଗ୍ଭିର୍ଦହଦ୍ଭିଃ ପରିଧୀନିବ ॥ ୧୦॥
ତାଙ୍କ ସହିତ
ଐଶ୍ବର୍ଯ୍ୟ, ବଳ ଏବଂ ବିଭୂତିରେ ତାଙ୍କ ସମକକ୍ଷ ଦୈତ୍ୟସେନାପତିମାନେ ନିଜ-ନିଜ ସେନାଙ୍କୁ ନେଇ
ଚାଲିଥିଲେ | ସେମାନଙ୍କୁ ଦେଖିଲେ ମନେ ହେଉଥିଲା ସତେ ଯେପରି ସେମାନେ ଆକାଶକୁ ପିଇ ଯିବେ ଏବଂ
ନିଜର କ୍ରୋଧ-ପ୍ରଜ୍ବଳିତ ନେତ୍ରରେ ସମସ୍ତ ଦିଶାକୁ, କ୍ଷିତିଜମାନଙ୍କୁ
ଭସ୍ମ କରିଦେବେ |
ବୃତୋ ବିକର୍ଷନ୍
ମହତୀମାସୁରୀଂ ଧ୍ୱଜିନୀଂ ବିଭୁଃ ।
ଯୟାବିନ୍ଦ୍ରପୁରୀଂ
ସ୍ୱୃଦ୍ଧାଂ କମ୍ପୟନ୍ନିବ ରୋଦସୀ ॥ ୧୧॥
ରାଜା ବଳି ଏହି
ବିଶାଳ ଆସୁରୀ ସେନାକୁ ଯୁଦ୍ଧ ନିମନ୍ତେ ପ୍ରେରିତ କଲେ ତଥା ଆକାଶ ଏବଂ ଅନ୍ତରୀକ୍ଷକୁ ପ୍ରକମ୍ପିତ
କରି ସକଳ ଐଶ୍ବର୍ଯ୍ୟରେ ପରିପୂର୍ଣ୍ଣ ଇନ୍ଦ୍ରପୁରୀ ଅମରାବତୀ ଉପରେ ଆକ୍ରମଣ କଲେ |
ରମ୍ୟାମୁପବନୋଦ୍ୟାନୈଃ
ଶ୍ରୀମଦ୍ଭିର୍ନନ୍ଦନାଦିଭିଃ ।
କୂଜଦ୍ୱିହଙ୍ଗମିଥୁନୈର୍ଗାୟନ୍ମତ୍ତମଧୁବ୍ରତୈଃ
॥ ୧୨॥
ଦେବତାମାନଙ୍କର
ରାଜଧାନୀ ଅମରାବତୀରେ ସୁନ୍ଦର-ସୁନ୍ଦର ନନ୍ଦନବନ ଆଦି ଉଦ୍ୟାନ ଏବଂ ଉପବନ ରହିଛି | ସେହି ଉଦ୍ୟାନ
ଏବଂ ଉପବନମାନଙ୍କରେ ହଳ-ହଳ ହୋଇ ପକ୍ଷୀମାନେ ମଧୁର କଳରବ କରୁଥାଆନ୍ତି | ମଧୁଲୋଭୀ ଭ୍ରମରମାନେ
ଗୁଣୁଗୁଣୁ ଗୁଞ୍ଜରଣ କରୁଥାଆନ୍ତି |
ପ୍ରବାଲଫଲପୁଷ୍ପୋରୁଭାରଶାଖାମରଦ୍ରୁମୈଃ
।
ହଂସସାରସଚକ୍ରାହ୍ୱକାରଣ୍ଡବକୁଲାକୁଲାଃ
।
ନଲିନ୍ୟୋ ଯତ୍ର
କ୍ରୀଡନ୍ତି ପ୍ରମଦାଃ ସୁରସେବିତାଃ ॥ ୧୩॥
ଲାଲ-ଲାଲ ନବପଲ୍ଲବ, ଫଳ ଏବଂ ପୁଷ୍ପରେ କଳ୍ପବୃକ୍ଷର ଶାଖା ଭରପୂର ରହିଥାଏ |
ସେଠାରେ ଥିବା ସରୋବରରେ ହଂସ, ସାରସ, ଚକୁଆ ଏବଂ ବତକମାନଙ୍କର ଭିଡ ଲାଗି ରହିଥାଏ | ସେଥିରେ
ଦେବତାମାନଙ୍କ ଦ୍ବାରା ସମ୍ମାନିତା ଦେବାଙ୍ଗନାମାନେ ଜଳକ୍ରୀଡା କରୁଥାଆନ୍ତି |
ଆକାଶଗଙ୍ଗୟା
ଦେବ୍ୟା ବୃତାଂ ପରିଖଭୂତୟା ।
ପ୍ରାକାରେଣାଗ୍ନିବର୍ଣେନ
ସାଟ୍ଟାଲେନୋନ୍ନତେନ ଚ ॥ ୧୪॥
ଜ୍ୟୋତିର୍ମୟ
ଆକାଶଗଙ୍ଗା ଖାଈ ସଦୃଶ ଚତୁର୍ଦ୍ଦିଗରୁ ଅମରାବତୀକୁ ଘେରି ରହିଛି | ତାହାର ଚତୁର୍ପାର୍ଶ୍ବରେ
ବହୁତ ଉଚ୍ଚ ସୁବର୍ଣ୍ଣର ପ୍ରାଚୀରବନ୍ଧ ରହିଛି, ଯହିଁରେ
ସ୍ଥାନେ-ସ୍ଥାନେ ବଡ-ବଡ ଛାତ ମଧ୍ୟ ରହିଛି |
ରୁକ୍ମପଟ୍ଟକପାଟୈଶ୍ଚ
ଦ୍ୱାରୈଃ ସ୍ଫଟିକଗୋପୁରୈଃ ।
ଜୁଷ୍ଟାଂ
ବିଭକ୍ତପ୍ରପଥାଂ ବିଶ୍ୱକର୍ମବିନିର୍ମିତାମ୍ ॥ ୧୫॥
ସେହି ପୁରୀର
ପ୍ରତ୍ୟେକ ଦ୍ବାରଦେଶରେ ସୁବର୍ଣ୍ଣ କବାଟ ଲାଗିଛି ଏବଂ ନଗରର ବାହ୍ୟ ଫାଟକ ସ୍ଫଟିକମଣିରେ
ନିର୍ମିତ ହୋଇଛି | ସେଥିରେ ବଡ-ବଡ ରାଜମାର୍ଗ ରହିଛି | ସ୍ବୟଂ ବିଶ୍ବକର୍ମା ସେହି ପୁରୀର
ନିର୍ମାଣ କରିଛନ୍ତି |
ସଭାଚତ୍ୱରରଥ୍ୟାଢ୍ୟାଂ
ବିମାନୈର୍ନ୍ୟର୍ବୁଦୈର୍ୱୃତାମ୍ ।
ଶୃଙ୍ଗାଟକୈର୍ମଣିମୟୈର୍ୱଜ୍ରବିଦ୍ରୁମବେଦିଭିଃ
॥ ୧୬॥
ସଭାସ୍ଥଳ, ଖେଳ ଚଉତରା ଏବଂ ରଥ ଚାଲିବା ପାଇଁ ପ୍ରଶସ୍ତ
ମାର୍ଗମାନଙ୍କରେ ତାହା ଶୋଭାୟମାନ | ଦଶ କୋଟି ବିମାନ ସେଠାରେ ସର୍ବଦା ବିଦ୍ୟମାନ ରହିଥାଆନ୍ତି |
ସେଠାରେ ମଣି-ନିର୍ମିତ ବଡ-ବଡ ଛକ ଏବଂ ହୀରା ଓ ପ୍ରବାଳର ଅନେକ ବେଦି ରହିଛି |
ଯତ୍ର
ନିତ୍ୟବୟୋରୂପାଃ ଶ୍ୟାମା ବିରଜବାସସଃ ।
ଭ୍ରାଜନ୍ତେ
ରୂପବନ୍ନାର୍ୟୋ ହ୍ୟର୍ଚିର୍ଭିରିବ ବହ୍ନୟଃ ॥ ୧୭॥
ସେଠାରେ
ସ୍ତ୍ରୀମାନେ ସର୍ବଦା ଷୋଳବର୍ଷୀୟା ରହନ୍ତି, ସେମାନଙ୍କର ଯୌବନ
ଏବଂ ସୌନ୍ଦର୍ଯ୍ୟ ସ୍ଥିର ରହେ | ନିର୍ମଳ ବସ୍ତ୍ର ପରିଧାନ କରି ନିଜ ରୂପଛଟାରେ ସେମାନେ ଅଗ୍ନିର
ଜ୍ବାଳା ସଦୃଶ ଦେଦୀପ୍ୟମାନ ଦେଖା ଯାଉଥାଆନ୍ତି |
ସୁରସ୍ତ୍ରୀକେଶବିଭ୍ରଷ୍ଟନବସୌଗନ୍ଧିକସ୍ରଜାମ୍
।
ଯତ୍ରାମୋଦମୁପାଦାୟ
ମାର୍ଗ ଆବାତି ମାରୁତଃ ॥ ୧୮॥
ଦେବାଙ୍ଗନାମାନଙ୍କର
ବେଣୀରୁ ଖସି ପଡିଥିବା ସୁଗନ୍ଧିତ ପୁଷ୍ପର ମହକକୁ ବହନ କରି ସେଠାରେ ମୃଦୁ-ମନ୍ଦ ବାୟୁ ପ୍ରବାହିତ
ହେଉଥାଏ |
ହେମଜାଲାକ୍ଷନିର୍ଗଚ୍ଛଦ୍ଧୂମେନାଗୁରୁଗନ୍ଧିନା
।
ପାଣ୍ଡୁରେଣ
ପ୍ରତିଚ୍ଛନ୍ନମାର୍ଗେ ଯାନ୍ତି ସୁରପ୍ରିୟାଃ ॥ ୧୯॥
ସୁନେଲି ଝରକା ବାଟ
ଦେଇ ଅଗରବତୀର ସୁଗନ୍ଧଯୁକ୍ତ ଶୁଭ୍ର ଧୂଆଁ ବାହାରକୁ ଆସି ସମ୍ପୂର୍ଣ୍ଣ ମାର୍ଗକୁ ଭରି ଦେଉଥିଲା |
ସେହି ମାର୍ଗରେ ଦେବାଙ୍ଗନାମାନେ ଆତଯାତ କରୁଥିଲେ |
ମୁକ୍ତାବିତାନୈର୍ମଣିହେମକେତୁଭି-
ର୍ନାନାପତାକାବଲଭୀଭିରାବୃତାମ୍
।
ଶିଖଣ୍ଡିପାରାବତଭୃଙ୍ଗନାଦିତାଂ
ବୈମାନିକସ୍ତ୍ରୀକଲଗୀତମଙ୍ଗଲାମ୍
॥ ୨୦॥
ସ୍ଥାନେ-ସ୍ଥାନେ
ମୋତିମାନଙ୍କର ଝାଲରରେ ସଜ୍ଜିତ ଚାନ୍ଦୁଆ ଟଣା ହୋଇଥିଲା | ସୁବର୍ଣ୍ଣର ମଣିମୟ ପତାକା ଉଡୁଥିଲା |
ଦୋତାଲା ବାରଣ୍ଡାରେ ଅନେକ ଛୋଟ ଛୋଟ ପତାକା ଉଡୁଥିଲା | ମୟୂର, କପୋତ ଏବଂ ଭ୍ରମରମାନେ ମଧୁର ଗାନ କରୁଥିଲେ |
ଦେବାଙ୍ଗନାମାନଙ୍କର ମଧୁର ସଙ୍ଗୀତର ମୂର୍ଚ୍ଛନାରେ ସର୍ବତ୍ର ମଙ୍ଗଳ ହିଁ ବ୍ୟାପ୍ତ ରହୁଥିଲା |
ମୃଦଙ୍ଗଶଙ୍ଖାନକଦୁନ୍ଦୁଭିସ୍ୱନୈଃ
ସତାଲବୀଣାମୁରଜର୍ଷ୍ଟିବେଣୁଭିଃ
।
ନୃତ୍ୟୈଃ
ସବାଦ୍ୟୈରୁପଦେବଗୀତକୈ-
ର୍ମନୋରମାଂ
ସ୍ୱପ୍ରଭୟା ଜିତପ୍ରଭାମ୍ ॥ ୨୧॥
ମୃଦଙ୍ଗ, ଶଂଖ, ନାଗରା, ଢୋଲ, ବୀଣା, ବଂଶୀ, ଗିନି ଏବଂ ଝାଁଜ
ବାଜିବାରେ ଲାଗିଥିଲା | ସେହି ବାଦ୍ୟ ତାଳରେ ଗନ୍ଧର୍ବମାନେ ଗାୟନ କରୁଥିଲେ ଏବଂ ଅପ୍ସରାମାନେ
ନୃତ୍ୟ କରୁଥିଲେ | ତଦ୍ବାରା ଅମରାବତୀ ଏପରି ମନୋହର ପ୍ରତୀତ ହେଉଥିଲା ଯେ ମନେ ହେଉଥିଲା ସତେ
ଯେପରି ନିଜ ଛଟାରେ ସେ ଛଟାର ଅଧିଷ୍ଠାତ୍ରୀ ଦେବୀଙ୍କୁ ହିଁ ପରାସ୍ତ କରିଦେଇଛି |
ଯାଂ ନ
ବ୍ରଜନ୍ତ୍ୟଧର୍ମିଷ୍ଠାଃ ଖଲା ଭୂତଦ୍ରୁହଃ ଶଠାଃ ।
ମାନିନଃ କାମିନୋ
ଲୁବ୍ଧା ଏଭିର୍ହୀନା ବ୍ରଜନ୍ତି ଯତ୍ ॥ ୨୨॥
ସେହି ପୁରୀକୁ
ଅଧର୍ମୀ, ଦୁଷ୍ଟ, ଜୀବଦ୍ରୋହୀ, ଠକ, ମାନୀ, କାମୀ ଏବଂ ଲୋଭୀ ଯାଇପାରନ୍ତି ନାହିଁ |
ଯେଉଁମାନେ ସେହି ସବୁ ଦୋଷରହିତ ଅଟନ୍ତି, କେବଳ ସେମାନେ ହିଁ
ସେଠାକୁ ଯାଆନ୍ତି |
ତାଂ ଦେବଧାନୀଂ ସ
ବରୂଥିନୀପତି-
ର୍ବହିଃ
ସମନ୍ତାଦ୍ରୁରୁଧେ ପୃତନ୍ୟଯା ।
ଆଚାର୍ୟଦତ୍ତଂ ଜଲଜଂ
ମହାସ୍ୱନଂ
ଦଧ୍ମୌ ପ୍ରୟୁଞ୍ଜନ୍
ଭୟମିନ୍ଦ୍ରୟୋଷିତାମ୍ ॥ ୨୩॥
ଅସୁରମାନଙ୍କର
ସ୍ବାମୀ ରାଜା ବଳି ନିଜର ବିଶାଳ ସେନା ଦ୍ବାରା ଅମରାବତୀକୁ ବାହାରୁ ଚତୁର୍ଦ୍ଦିଗରୁ ଘେରି ନେଲେ
ଏବଂ ଇନ୍ଦ୍ରପତ୍ନୀମାନଙ୍କ ହୃଦୟରେ ଭୟର ସଞ୍ଚାର କରାଇ ସେ ଗୁରୁ ଶୁକ୍ରାଚାର୍ଯ୍ୟ ଦେଇଥିବା
ମହାନ୍ ଶଂଖର ନିନାଦ କଲେ | ସେହି ଶଂଖଧ୍ବନି ସର୍ବତ୍ର ପରିବ୍ୟାପ୍ତ ହେଲା |
ମଘବାଂସ୍ତମଭିପ୍ରେତ୍ୟ
ବଲେଃ ପରମମୁଦ୍ୟମମ୍ ।
ସର୍ୱଦେବଗଣୋପେତୋ
ଗୁରୁମେତଦୁବାଚ ହ ॥ ୨୪॥
ଇନ୍ଦ୍ର ଦେଖିଲେ
ବଳି ବ୍ୟାପକ ପ୍ରସ୍ତୁତି ସହ ଯୁଦ୍ଧ କରିବାକୁ ଆସିଛନ୍ତି | ତେଣୁ ସେ ସବୁ ଦେବତାଙ୍କ ସହିତ ନିଜ
ଗୁରୁ ବୃହଷ୍ପତିଙ୍କ ପାଖକୁ ଗଲେ ଏବଂ ତାଙ୍କୁ କହିଲେ -
ଭଗବନ୍ନୁଦ୍ୟମୋ
ଭୂୟାନ୍ ବଲେର୍ନଃ ପୂର୍ୱବୈରିଣଃ ।
ଅବିଷହ୍ୟମିମଂ
ମନ୍ୟେ କେନାସୀତ୍ତେଜସୋର୍ଜିତଃ ॥ ୨୫॥
ଭଗବନ୍ ! ମୋର
ପୁରାତନ ଶତ୍ରୁ ବଳି ଏଥର ବ୍ୟାପକ ପ୍ରସ୍ତୁତି ସହ ଯୁଦ୍ଧ କରିବାକୁ ଆସିଛନ୍ତି | ମୋର ମନେ ହେଉଛି
ଆମେ ତାଙ୍କର ସାମନା କରିପାରିବୁ ନାହିଁ | କେଜାଣି କେଉଁ ଶକ୍ତି ବଳରେ ତାଙ୍କର ଏତେ ବେଶୀ
ଅଭିବୃଦ୍ଧି ହୋଇଗଲା |
ନୈନଂ କଶ୍ଚିତ୍କୁତୋ
ବାପି ପ୍ରତିବ୍ୟୋଢୁମଧୀଶ୍ୱରଃ ।
ପିବନ୍ନିବ
ମୁଖେନେଦଂ ଲିହନ୍ନିବ ଦିଶୋ ଦଶ ।
ଦହନ୍ନିବ ଦିଶୋ
ଦୃଗ୍ଭିଃ ସମ୍ବର୍ତାଗ୍ନିରିବୋତ୍ଥିତଃ ॥ ୨୬॥
ମୋର ମନେ ହେଉଛି
ଏହି ସମୟରେ କେହି ମଧ୍ୟ ବଳିଙ୍କୁ ରୋକି ପାରିବେ ନାହିଁ | ସେମାନେ ପ୍ରଳୟ କାଳର ଅଗ୍ନି ପରି
ବୃଦ୍ଧି ଲାଭ କରିଛନ୍ତି ଏବଂ ଯାହା ଜଣାପଡୁଛି ମୁଖରେ ସେମାନେ ଏହି ବିଶ୍ବକୁ ପିଇଯିବେ, ଜିଭରେ
ଦଶ ଦିଶାକୁ ଚାଟିଯିବେ ଏବଂ ନେତ୍ରଜ୍ବାଳାରେ ଦିଶାମାନଙ୍କୁ ଭସ୍ମ କରିଦେବେ |
ବ୍ରୂହି
କାରଣମେତସ୍ୟ ଦୁର୍ଧର୍ଷତ୍ୱସ୍ୟ ମଦ୍ରିପୋଃ ।
ଓଜଃ ସହୋ ବଲଂ ତେଜୋ
ଯତ ଏତତ୍ସମୁଦ୍ୟମଃ ॥ ୨୭॥
ଆପଣ କୃପା କରି
ମୋତେ କହନ୍ତୁ ଯେ ମୋ ଶତ୍ରୁର ଏପରି ଅଭିବୃଦ୍ଧି, ଯାହାର କୌଣସି
ପ୍ରକାରେ ପ୍ରତିରୋଧ କରିହେବ ନାହିଁ, ତାହାର କାରଣ କ’ଣ ? ଏହାର ଶରୀର, ମନ ଏବଂ
ଇନ୍ଦ୍ରିୟରେ ଏତେ ବେଶୀ ବଳ ଏବଂ ତେଜ କିପରି ଆସିଗଲା ଯେ ଇଏ ଏତେ ବେଶୀ ପ୍ରସ୍ତୁତିର ସହ ଆମ
ଉପରେ ଆକ୍ରମଣ କଲା ?
ଗୁରୁରୁବାଚ
ଜାନାମି ମଘବନ୍
ଶତ୍ରୋରୁନ୍ନତେରସ୍ୟ କାରଣମ୍ ।
ଶିଷ୍ୟାୟୋପଭୃତଂ
ତେଜୋ ଭୃଗୁଭିର୍ବ୍ରହ୍ମବାଦିଭିଃ ॥ ୨୮॥
ଦେବଗୁରୁ ବୃହଷ୍ପତି
କହିଲେ – ଇନ୍ଦ୍ର ! ମୁଁ ତୁମ ଶତ୍ରୁ ବଳିର ଉନ୍ନତିର କାରଣ ବିଷୟରେ ଜାଣେ | ବ୍ରହ୍ମବାଦୀ
ଭୃଗୁବଂଶୀମାନେ ନିଜ ଶିଷ୍ୟ ବଳିକୁ ମହାନ୍ ତେଜ ପ୍ରଦାନ କରି ତାକୁ ଶକ୍ତିର ଭଣ୍ଡାର କରି
ଦେଇଛନ୍ତି |
(ଓଜସ୍ୱିନଂ ବଲିଂ
ଜେତୁଂ ନ ସମର୍ଥୋଽସ୍ତି କଶ୍ଚନ ।
ବିଜେଷ୍ୟତି ନ
କୋଽପ୍ୟେନଂ ବ୍ରହ୍ମତେଜଃସମେଧିତମ୍ ॥)
ଭବଦ୍ୱିଧୋ ଭବାନ୍
ବାପି ବର୍ଜୟିତ୍ୱେଶ୍ୱରଂ ହରିଂ
ନାସ୍ୟ ଶକ୍ତଃ ପୁରଃ
ସ୍ଥାତୁଂ କୃତାନ୍ତସ୍ୟ ଯଥା ଜନାଃ ॥ ୨୯॥
ସର୍ବଶକ୍ତିମାନ
ଭଗବାନଙ୍କ ବ୍ୟତିତ ତୁମେ ବା ତୁମ ପରି ଅନ୍ୟ କେହି, କାଳ ସମ୍ମୁଖରେ ପ୍ରାଣୀର ଅବସ୍ଥା ପରି, ବଳି ସମ୍ମୁଖରେ ଠିଆ ମଧ୍ୟ ହୋଇପାରିବ ନାହିଁ |
ତସ୍ମାନ୍ନିଲୟମୁତ୍ସୃଜ୍ୟ
ଯୂୟଂ ସର୍ୱେ ତ୍ରିବିଷ୍ଟପମ୍ ।
ଯାତ କାଲଂ
ପ୍ରତୀକ୍ଷନ୍ତୋ ଯତଃ ଶତ୍ରୋର୍ୱିପର୍ୟଯଃ ॥ ୩୦॥
ତେଣୁ ତୁମ୍ଭେମାନ
ସ୍ବର୍ଗ ଛାଡି କେଉଁଠାରେ ଲୁଚି ଯାଅ ଏବଂ ସେହି ସମୟ ଯାଏଁ ପ୍ରତୀକ୍ଷା କର ଯେପର୍ଯ୍ୟନ୍ତ ତୁମ
ଶତ୍ରୁର ଭାଗ୍ୟଚକ୍ର ଘୂରି ଓଲଟି ନାହିଁ |
ଏଷ ବିପ୍ରବଲୋଦର୍କଃ
ସମ୍ପ୍ରତ୍ୟୂର୍ଜିତବିକ୍ରମଃ ।
ତେଷାମେବାପମାନେନ
ସାନୁବନ୍ଧୋ ବିନଙ୍କ୍ଷ୍ୟତି ॥ ୩୧॥
ଏହି ସମୟରେ
ବ୍ରାହ୍ମଣମାନଙ୍କର ତେଜରେ ବଳିର ଉତ୍ତରୋତ୍ତର ବୃଦ୍ଧି ହେବାରେ ଲାଗିଛି | ତାହାର ଶକ୍ତି ବହୁତ
ବଢି ଯାଇଛି | ଯେତେବେଳେ ସେ ସେହି ବ୍ରାହ୍ମଣମାନଙ୍କର ତିରସ୍କାର କରିବ, ସେତେବେଳେ ସେ ନିଜ ପରିବାର-ପରିକରଙ୍କ ସହ ନଷ୍ଟ
ହୋଇଯିବ |
ଏବଂ
ସୁମନ୍ତ୍ରିତାର୍ଥାସ୍ତେ ଗୁରୁଣାର୍ଥାନୁଦର୍ଶିନା ।
ହିତ୍ୱା
ତ୍ରିବିଷ୍ଟପଂ ଜଗ୍ମୁର୍ଗୀର୍ୱାଣାଃ କାମରୂପିଣଃ ॥ ୩୨॥
ଗୁରୁ ବୃହଷ୍ପତି
ଦେବତାମାନଙ୍କର ସମସ୍ତ ସ୍ବାର୍ଥ ଏବଂ ପରମାର୍ଥର ଜ୍ଞାତା ଅଟନ୍ତି | ଦେବତାମାନଙ୍କୁ ସେ
ଯେତେବେଳେ ଏପରି ପରାମର୍ଶ ଦେଲେ, ସେତେବେଳେ ସେମାନେ
ସ୍ବେଚ୍ଛାନୁସାରେ ଭିନ୍ନ ରୂପ ଧାରଣ କରି ସ୍ବର୍ଗ ଛାଡି ଚାଲିଗଲେ |
ଦେବେଷ୍ୱଥ
ନିଲୀନେଷୁ ବଲିର୍ୱୈରୋଚନଃ ପୁରୀମ୍ ।
ଦେବଧାନୀମଧିଷ୍ଠାୟ
ବଶଂ ନିନ୍ୟେ ଜଗତ୍ତ୍ରୟମ୍ ॥ ୩୩॥
ଦେବତାମାନେ ଲୁଚି
ପଳାଇବା ପରେ ବିରୋଚନନନ୍ଦନ ବଳି ଅମରାବତୀପୁରୀ ଉପରେ ନିଜର ଅଧିକାର ପ୍ରାପ୍ତ କରିନେଲେ ଏବଂ
ତାପରେ ତିନି ଲୋକକୁ ଜୟ କରିନେଲେ |
ତଂ ବିଶ୍ୱଜୟିନଂ
ଶିଷ୍ୟଂ ଭୃଗବଃ ଶିଷ୍ୟବତ୍ସଲାଃ ।
ଶତେନ
ହୟମେଧାନାମନୁବ୍ରତମୟାଜୟନ୍ ॥ ୩୪॥
ବଳି ବିଶ୍ବବିଜୟୀ
ହୋଇଯିବା ପରେ ଶିଷ୍ୟପ୍ରେମୀ ଭୃଗୁବଂଶୀମାନେ ନିଜ ଅନୁଗତ ଶିଷ୍ୟ ବଳିଙ୍କ ଦ୍ବାରା ଶହେ ଅଶ୍ବମେଧ
ଯଜ୍ଞର ଅନୁଷ୍ଠାନ କରାଇଲେ |
ତତସ୍ତଦନୁଭାବେନ
ଭୁବନତ୍ରୟବିଶ୍ରୁତାମ୍ ।
କୀର୍ତିଂ ଦିକ୍ଷୁ
ବିତନ୍ୱାନଃ ସ ରେଜ ଉଡୁରାଡିବ ॥ ୩୫॥
ସେହି ଯଜ୍ଞ
ପ୍ରଭାବରେ ବଳିଙ୍କର କୀର୍ତ୍ତି-କୌମୁଦୀ ତ୍ରିଲୋକ ବାହାରେ ଦଶ ଦିଶାରେ ପରିବ୍ୟାପ୍ତ ହୋଇଗଲା ଏବଂ
ସେ ନକ୍ଷତ୍ରମାନଙ୍କର ରାଜା ଚନ୍ଦ୍ରମାଙ୍କ ସଦୃଶ ଶୋଭାୟମାନ ହେଲେ |
ବୁଭୁଜେ ଚ ଶ୍ରିୟଂ
ସ୍ୱୃଦ୍ଧାଂ ଦ୍ୱିଜଦେବୋପଲମ୍ଭିତାମ୍ ।
କୃତକୃତ୍ୟମିବାତ୍ମାନଂ
ମନ୍ୟମାନୋ ମହାମନାଃ ॥ ୩୬॥
ବ୍ରାହ୍ମଣ-ଦେବତାଙ୍କର
କୃପାରୁ ପ୍ରାପ୍ତ ସମୃଦ୍ଧ ରାଜ୍ୟଲକ୍ଷ୍ମୀର ଉପଭୋଗ ସେ ଅତ୍ୟନ୍ତ ଉଦାରତାପୂର୍ବକ କରିବାରେ
ଲାଗିଲେ ଏବଂ ନିଜକୁ କୃତକୃତ୍ୟ ଅନୁଭବ କରିବାରେ ଲାଗିଲେ |
ଇତି
ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାମଷ୍ଟମସ୍କନ୍ଧେ
ପଞ୍ଚଦଶୋଽଧ୍ୟାୟଃ ॥ ୧୫॥

Comments
Post a Comment