Posts

Showing posts from March, 2026
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ନବମ ସ୍କନ୍ଧ ॥ ଏକାଦଶ ଅଧ୍ୟାୟ ଭଗବାନ ଶ୍ରୀରାମଙ୍କ ଶେଷ ଲୀଳାର ବର୍ଣ୍ଣନ   ଶ୍ରୀଶୁକ ଉବାଚ ଭଗବାନାତ୍ମନାଽଽତ୍ମାନଂ ରାମ ଉତ୍ତମକଲ୍ପକୈଃ । ସର୍ୱଦେବମୟଂ ଦେବମୀଜ ଆଚାର୍ୟବାନ୍ ମଖୈଃ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଗୁରୁ ବସିଷ୍ଠଙ୍କୁ ଆଚାର୍ଯ୍ୟ କରି ଭଗବାନ ଶ୍ରୀରାମ ସ୍ବୟଂ ହିଁ ଉତ୍ତମ ସାମଗ୍ରୀଯୁକ୍ତ ଯଜ୍ଞ ଦ୍ବାରା ନିଜ ସର୍ବଦେବସ୍ବରୂପ ସ୍ବୟଂପ୍ରକାଶ ଆତ୍ମାର ଯଜନ କଲେ | ହୋତ୍ରେଽଦଦାଦ୍ଦିଶଂ ପ୍ରାଚୀଂ ବ୍ରହ୍ମଣେ ଦକ୍ଷିଣାଂ ପ୍ରଭୁଃ । ଅଧ୍ୱର୍ୟବେ ପ୍ରତୀଚୀଂ ଚ ଉଦୀଚୀଂ ସାମଗାୟ ସଃ ॥ ୨॥ ସେ ହୋତାଙ୍କୁ ପୂର୍ବ ଦିଗ , ବ୍ରହ୍ମାଙ୍କୁ ଦକ୍ଷିଣ , ଅଧ୍ବର୍ୟୁଙ୍କୁ ପଶ୍ଚିମ ଏବଂ ଉଦଗାତାଙ୍କୁ ଉତ୍ତର ଦିଗ ପ୍ରଦାନ କଲେ | ଆଚାର୍ୟାୟ ଦଦୌ ଶେଷାଂ ଯାବତୀ ଭୂସ୍ତଦନ୍ତରା । ମନ୍ୟମାନ ଇଦଂ କୃତ୍ସ୍ନଂ ବ୍ରାହ୍ମଣୋଽର୍ହତି ନିଃସ୍ପୃହଃ ॥ ୩॥ ମଧ୍ୟଭାଗରେ ରହିଥିବା ସମସ୍ତ ଭୂମି ସେ ନିଜ ଆଚାର୍ଯ୍ୟଙ୍କୁ ପ୍ରଦାନ କଲେ | ତାଙ୍କର ନିଶ୍ଚୟ ଏହା ଥିଲା ଯେ ସମ୍ପୂର୍ଣ୍ଣ ଭୂମଣ୍ଡଳର ଅଧିକାରୀ ଏକମାତ୍ର ନିଃସ୍ପୃହ ବ୍ରାହ୍ମଣ ହିଁ ଅଟନ୍ତି | ଇତ୍ୟଯଂ ତଦଲଙ୍କାରବାସୋଭ୍ୟାମବଶେଷିତଃ । ତଥା ରାଜ୍ଞ୍ୟପି ବୈଦେହୀ ସୌମଙ୍ଗଲ୍ୟାବଶେଷିତା ॥ ୪॥ ଏହିପରି ଭାବରେ ସମ୍ପୂର୍ଣ୍ଣ ଭୂମଣ୍ଡଳ ଦାନ କରି ସେ ନିଜ ଶରୀରର ବ...