Posts

Showing posts from April, 2026
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ନବମ ସ୍କନ୍ଧ ॥ ତ୍ରୟୋଦଶ ଅଧ୍ୟାୟ ରାଜା ନିମିଙ୍କ ବଂଶର ବର୍ଣ୍ଣନ   ଶ୍ରୀଶୁକ ଉବାଚ ନିମିରିକ୍ଷ୍ୱାକୁତନୟୋ ବସିଷ୍ଠମବୃତର୍ତ୍ୱିଜମ୍ । ଆରଭ୍ୟ ସତ୍ରଂ ସୋଽପ୍ୟାହ ଶକ୍ରେଣ ପ୍ରାଗ୍ୱୃତୋଽସ୍ମି ଭୋଃ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଈକ୍ଷାକୁଙ୍କର ପୁତ୍ର ଥିଲେ ନିମି | ସେ ଯଜ୍ଞ ଆରମ୍ଭ କରିବା ନିମନ୍ତେ ମହର୍ଷି ବସିଷ୍ଠଙ୍କୁ ଋତ୍ବିଜ ରୂପରେ ବରଣ କଲେ | କିନ୍ତୁ ବସିଷ୍ଠ ମୁନି କହିଲେ – ରାଜନ୍ ! ଇନ୍ଦ୍ର ନିଜ ଯଜ୍ଞ ନିମନ୍ତେ ମୋତେ ପୂର୍ବରୁ ବରଣ କରି ସାରିଛନ୍ତି | ତଂ ନିର୍ୱର୍ତ୍ୟାଗମିଷ୍ୟାମି ତାବନ୍ମାଂ ପ୍ରତିପାଲୟ । ତୂଷ୍ଣୀମାସୀଦ୍ଗୃହପତିଃ ସୋଽପୀନ୍ଦ୍ରସ୍ୟାକରୋନ୍ମଖମ୍ ॥ ୨॥ ମୁଁ ତାଙ୍କ ଯଜ୍ଞ ପୂରା କରିବା ପରେ ତୁମ ପାଖକୁ ଆସିବି | ସେତେଦିନ ତୁମେ ମୋର ପ୍ରତୀକ୍ଷା କର |’ ଏକଥା ଶୁଣି ରାଜା ନିମି ଚୁପ୍ ରହିଲେ ଏବଂ ଇନ୍ଦ୍ରଙ୍କର ଯଜ୍ଞ ସମାପନ କରିବା ପାଇଁ ବସିଷ୍ଠ ମୁନି ଚାଲିଗଲେ | ନିମିଶ୍ଚଲମିଦଂ ବିଦ୍ୱାନ୍ ସତ୍ରମାରଭତାତ୍ମବାନ୍ । ଋତ୍ୱିଗ୍ଭିରପରୈସ୍ତାବନ୍ନାଗମଦ୍ୟାବତା ଗୁରୁଃ ॥ ୩॥ ବିଚାରବାନ୍ ନିମି ଚିନ୍ତା କଲେ ଯେ ଜୀବନ ତ କ୍ଷଣଭଙ୍ଗୁର ଅଟେ , ତେଣୁ ଶୁଭକର୍ମ କରିବାରେ ବିଳମ୍ବ ଉଚିତ୍ ନୁହେଁ | ଏହିପରି ଚିନ୍ତା କରି ସେ ଯଜ୍ଞ ଆରମ୍ଭ କରିଦେଲେ | ଗୁରୁ ବସିଷ୍ଠ ଫେରିବାକୁ ଅପେକ୍ଷା...