ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ନବମ ସ୍କନ୍ଧ ॥ ଷଷ୍ଠ ଅଧ୍ୟାୟ ଈକ୍ଷାକୁଙ୍କ ବଂଶର ବର୍ଣ୍ଣନ , ମାନ୍ଧାତା ଏବଂ ସୌଭରି ଋଷିଙ୍କ କଥା ଶ୍ରୀଶୁକ ଉବାଚ ବିରୂପଃ କେତୁମାନ୍ ଶମ୍ଭୁରମ୍ବରୀଷସୁତାସ୍ତ୍ରୟଃ । ବିରୂପାତ୍ପୃଷଦଶ୍ୱୋଽଭୂତ୍ତତ୍ପୁତ୍ରସ୍ତୁ ରଥୀତରଃ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପରୀକ୍ଷିତ ! ଅମ୍ବରୀଷଙ୍କର ତିନି ପୁତ୍ର ଥିଲେ – ବିରୂପ , କେତୁମାନ୍ , ଏବଂ ଶମ୍ଭୁ | ବିରୂପଙ୍କଠାରୁ ପୃଷଦଶ୍ବ ଏବଂ ତାଙ୍କଠାରୁ ରଥୀତର ହେଲେ | ରଥୀତରସ୍ୟାପ୍ରଜସ୍ୟ ଭାର୍ୟାୟାଂ ତନ୍ତବେଽର୍ଥିତଃ । ଅଙ୍ଗିରା ଜନୟାମାସ ବ୍ରହ୍ମବର୍ଚସ୍ୱିନଃ ସୁତାନ୍ ॥ ୨॥ ରଥୀତର ସନ୍ତାନହୀନ ଥିଲେ | ବଂଶରକ୍ଷା ନିମନ୍ତେ ସେ ଅଙ୍ଗିରା ଋଷିଙ୍କୁ ପ୍ରାର୍ଥନା କରିବାରୁ , ଅଙ୍ଗିରା ତାଙ୍କ ପତ୍ନୀଙ୍କଠାରୁ ବ୍ରହ୍ମତେଜରେ ସମ୍ପନ୍ନ ଅନେକ ପୁତ୍ର ଉତ୍ପନ୍ନ କଲେ | ଏତେ କ୍ଷେତ୍ରେ ପ୍ରସୂତା ବୈ ପୁନସ୍ତ୍ୱାଙ୍ଗିରସାଃ ସ୍ମୃତାଃ । ରଥୀତରାଣାଂ ପ୍ରବରାଃ କ୍ଷତ୍ରୋପେତା ଦ୍ୱିଜାତୟଃ ॥ ୩॥ ଯଦିଓ ସେମାନେ ସମସ୍ତେ ରଥୀତରଙ୍କ ପତ୍ନୀଙ୍କଠାରୁ ଉତ୍ପନ୍ନ ହୋଇଥିଲେ , ସେଥିପାଇଁ ସେମାନଙ୍କର ଗୋତ୍ର ରଥୀତରଙ୍କ ଗୋତ୍ର ଅନୁସାରେ ହେବା ସମୀଚିନ ଥିଲା , ତଥାପି ସେମାନେ ଆଙ୍ଗିରସ ହିଁ ବୋଲାଇଲେ | ଏମାନେ ହିଁ ରଥୀତର କୁଳର ସର୍ବଶ୍ରେଷ୍ଠ ପୁରୁଷ ହେଲେ ; କାରଣ ଏମାନେ କ୍ଷେତ୍ରୋପେତ ବ୍...