॥ ଓଁ ନମୋ ଭଗବତେ ବାସୁଦେବାୟ ॥ ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ରୀକୃଷ୍ଣଙ୍କର ଦ୍ବାରକା ଗମନ ଶୌନକ ଉବାଚ ହତ୍ୱା ସ୍ୱରିକ୍ଥସ୍ପୃଧ ଆତତାୟିନୋ ଯୁଧିଷ୍ଠିରୋ ଧର୍ମଭୃତାଂ ବରିଷ୍ଠଃ । ସହାନୁଜୈଃ ପ୍ରତ୍ୟବରୁଦ୍ଧଭୋଜନଃ କଥଂ ପ୍ରବୃତ୍ତଃ କିମକାରଷୀତ୍ତତଃ ॥ ୧॥ ଶୌନକ ପଚାରିଲେ – ନିଜର ପୈତୃକ ସମ୍ପତ୍ତିକୁ ଛଡାଇ ନେବା ପାଇଁ ଇଚ୍ଛା କରୁଥିବା ଆତତାୟୀମାନଙ୍କୁ ବିନାଶ କରିବା ପରେ ଧାର୍ମିକଶିରୋମଣି ମହାରାଜ ଯୁଧିଷ୍ଠିର , ଯାହାର ଭୋଗ କରିବାର କୌଣସି ଲାଳସା ହିଁ ନ ଥିଲା , କିପରି ଭାବରେ ନିଜ ଭାଇମାନଙ୍କ ସହିତ ରାଜ୍ୟ ଶାସନ କଲେ ଏବଂ ସେ କ ’ ଣ କ ’ ଣ କାମ କଲେ ? ସୂତ ଉବାଚ ବଂଶଂ କୁରୋର୍ୱଂଶଦବାଗ୍ନିନିର୍ହୃତଂ ସଂରୋହୟିତ୍ୱା ଭବଭାବନୋ ହରିଃ । ନିବେଶୟିତ୍ୱା ନିଜରାଜ୍ୟ ଈଶ୍ୱରୋ ଯୁଧିଷ୍ଠିରଂ ପ୍ରୀତମନା ବଭୂବ ହ ॥ ୨॥ ସୂତ ମୁନି କହିଲେ – ସମ୍ପୂର୍ଣ୍ଣ ସୃଷ୍ଟିର ସଂରକ୍ଷକ ଭଗବାନ ଶ୍ରୀହରି , ପରସ୍ପର କଳହାଗ୍ନିରେ ଦଗ୍ଧ କୁରୁବଂଶକୁ ପୁନଃ ଅଂକୁରିତ କରିବା ପରେ ଯୁଧିଷ୍ଠିରଙ୍କୁ ରାଜସିଂହାସନରେ ଅଭିଷିକ୍ତ କରାଇ ଅତ୍ୟନ୍ତ ପ୍ରସନ୍ନ ହେଲେ | ନିଶମ୍ୟ ଭୀଷ୍ମୋକ୍ତମଥାଚ୍ୟୁତୋକ୍ତଂ ପ୍ରବୃତ୍ତବିଜ୍ଞାନବିଧୂତବିଭ୍ରମଃ । ଶଶାସ ଗାମିନ୍ଦ୍ର ଇବାଜିତାଶ୍ରୟଃ ପରିଧ୍ୟୁପାନ୍ତାମନୁଜାନୁବର୍ତିତଃ ॥ ୩॥ ଭୀଷ୍ମପିତାମହ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ଉପଦେଶ ...