ଶ୍ରୀମଦ୍ ଭାଗବତ ମହାପୁରାଣ ଓଁ ନମୋ ଭଗବତେ ବାସୁଦେବାୟ ଦ୍ବିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ ଧ୍ୟାନ - ବିଧି ଏବଂ ଭଗବାନଙ୍କ ବିରାଟ ସ୍ବରୂପର ବର୍ଣ୍ଣନ ଶ୍ରୀଶୁକ ଉବାଚ ବରୀୟାନେଷ ତେ ପ୍ରଶ୍ନଃ କୃତୋ ଲୋକହିତଂ ନୃପ । ଆତ୍ମବିତ୍ସମ୍ମତଃ ପୁଂସାଂ ଶ୍ରୋତବ୍ୟାଦିଷୁ ଯଃ ପରଃ ॥ ୧॥ ଶ୍ରୀ ଶୁକଦେବ କହୁଛନ୍ତି – ହେ ପରୀକ୍ଷିତ ! ଲୋକହିତ ଉଦ୍ଦେଶ୍ୟରେ ତୁମେ ଏହି ଯେଉଁ ପ୍ରଶ୍ନ ପଚାରି ଅଛ, ତାହା ଅତି ଉତ୍ତମ ଅଟେ | ମନୁଷ୍ୟ ନିମନ୍ତେ ଯେତେ ସବୁ ବିଷୟ ଶ୍ରବଣ , ସ୍ମରଣ ଏବଂ କୀର୍ତ୍ତନ ଯୋଗ୍ୟ ଅଟେ , ତନ୍ମଧ୍ୟରେ ଏହା ସର୍ବଶ୍ରେଷ୍ଠ ଅଟେ | ଆତ୍ମଜ୍ଞାନୀ ପୁରୁଷ ଏପରି ପ୍ରଶ୍ନର ବହୁତ ଆଦର କରିଥାଆନ୍ତି | ଶ୍ରୋତବ୍ୟାଦୀନି ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ରଶଃ । ଅପଶ୍ୟତାମାତ୍ମତତ୍ତ୍ୱଂ ଗୃହେଷୁ ଗୃହମେଧିନାମ୍ ॥ ୨॥ ହେ ରାଜେନ୍ଦ୍ର ! ଯେଉଁ ଗୃହସ୍ଥ ପୁରୁଷ ଗୃହର କର୍ମଜଞ୍ଜାଳରେ ଛନ୍ଦି ହୋଇ ରହିଥାଆନ୍ତି , ନିଜର ସ୍ଵରୂପକୁ ଜାଣନ୍ତି ନାହିଁ , ସେମାନଙ୍କ ପାଇଁ କହିବାକୁ-ଶୁଣିବାକୁ , ଭାବିବାକୁ-କରିବାକୁ ହଜାର ହଜାର ବିଷୟ ରହିଛି | ନିଦ୍ରୟା ହ୍ରିୟତେ ନକ୍ତଂ ବ୍ୟବାୟେନ ଚ ବା ବୟଃ । ଦିବା ଚାର୍ଥେହୟା ରାଜନ୍ କୁଟୁମ୍ବଭରଣେନ ବା ॥ ୩॥ ସେମାନଙ୍କର ସମ୍ପୂର୍ଣ୍ଣ ଆୟୁ ଏହିପରି ବୃଥାରେ ହିଁ ଅତିବାହିତ ହୋଇଯାଏ – ରାତି ନିଦ୍ରାରେ ବା ସ୍ତ୍ରୀ-ସଙ୍ଗରେ ଏବଂ ଦିନ ଧନ ପାଇଁ ହାୟ-ହାୟରେ ବା କୁଟୁମ୍ବ ଭରଣ-ପୋଷଣରେ ଅତିବାହିତ...