ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ତୃତୀୟ ସ୍କନ୍ଧ ॥ ଦ୍ବିତୀୟ ଅଧ୍ୟାୟ ଉଦ୍ଧବଙ୍କ ଦ୍ବାରା ଭଗବାନଙ୍କ ବାଳଲୀଳାର ବର୍ଣ୍ଣନ ଶ୍ରୀଶୁକ ଉବାଚ ଇତି ଭାଗବତଃ ପୃଷ୍ଟଃ କ୍ଷତ୍ତ୍ରା ବାର୍ତାଂ ପ୍ରିୟାଶ୍ରୟାମ୍ । ପ୍ରତିବକ୍ତୁଂ ନ ଚୋତ୍ସେହ ଔତ୍କଣ୍ଠ୍ୟାତ୍ସ୍ମାରିତେଶ୍ୱରଃ ॥ ୧॥ ଶ୍ରୀ ଶୁକଦେବ କହୁଛନ୍ତି – ବିଦୁରଜୀ ଯେତେବେଳେ ପରମ ଭକ୍ତ ଉଦ୍ଧବଙ୍କୁ ତାଙ୍କର ପ୍ରିୟତମ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ସମ୍ବନ୍ଧିତ ବିଷୟ ପଚାରିଲେ , ସେତେବେଳେ ନିଜ ପ୍ରଭୁଙ୍କ ସ୍ମରଣରେ ହୃଦୟରେ ଆବେଗ ବୃଦ୍ଧି ଲାଭ କରିବା କାରଣରୁ ଉଦ୍ଧବ କୌଣସି ଉତ୍ତର ଦେଇ ପାରି ନ ଥିଲେ | ଯଃ ପଞ୍ଚହାୟନୋ ମାତ୍ରା ପ୍ରାତରାଶାୟ ଯାଚିତଃ । ତନ୍ନୈଚ୍ଛଦ୍ରଚୟନ୍ୟସ୍ୟ ସପର୍ୟାଂ ବାଲଲୀଲୟା ॥ ୨॥ ତାଙ୍କର ବୟସ ଯେତେବେଳେ ମାତ୍ର ପାଞ୍ଚ ବର୍ଷର ଥିଲା , ସେତେବେଳେ ଖେଳରେ ହିଁ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ଗଢି ତାଙ୍କର ସେବା-ପୂଜାରେ ସେ ଏପରି ତନ୍ମୟ ରହୁଥିଲେ ଯେ ମା ’ ଖାଇବାକୁ ଡାକିଲେ ବି ସେ ଖେଳ ଛାଡି ଯାଉ ନ ଥିଲେ | ସ କଥଂ ସେବୟା ତସ୍ୟ କାଲେନ ଜରସଂ ଗତଃ । ପୃଷ୍ଟୋ ବାର୍ତାଂ ପ୍ରତିବ୍ରୂୟାଦ୍ଭର୍ତୁଃ ପାଦାବନୁସ୍ମରନ୍ ॥ ୩॥ ଏବେ ତ ଦୀର୍ଘକାଳ ତାଙ୍କ ସେବାରେ ରହି ସେ ବୃଦ୍ଧ ହେବାକୁ ବସିଲେଣି | ତେଣୁ ବିଦୁରଜୀଙ୍କର ପ୍ରଶ୍ନ ଶୁଣି ନିଜ ପ୍ରିୟତମ ପ୍ରଭୁଙ୍କ ଚରଣକମଳର ସ୍ମରଣରେ ତାଙ...