ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ତୃତୀୟ ସ୍କନ୍ଧ ॥ ସପ୍ତବିଂଶ ଅଧ୍ୟାୟ ପ୍ରକୃତି - ପୁରୁଷ ବିବେକରୁ ମୋକ୍ଷ - ପ୍ରାପ୍ତିର ବର୍ଣ୍ଣନ ଶ୍ରୀଭଗବାନୁବାଚ ପ୍ରକୃତିସ୍ଥୋଽପି ପୁରୁଷୋ ନାଜ୍ୟତେ ପ୍ରାକୃତୈର୍ଗୁଣୈଃ । ଅବିକାରାଦକର୍ତୃତ୍ୱାନ୍ନିର୍ଗୁଣତ୍ୱାଜ୍ଜଲାର୍କବତ୍ ॥ ୧॥ ଶ୍ରୀଭଗବାନ କହୁଛନ୍ତି – ହେ ମାତା ! ଜଳରେ ପ୍ରତିବିମ୍ବିତ ସୂର୍ଯ୍ୟ ସହିତ ଯେପରି ଜଳର ଶୀତଳତା , ଚଞ୍ଚଳତା ଆଦି ଗୁଣର କୌଣସି ସମ୍ବନ୍ଧ ନ ଥାଏ , ସେହିପରି ପ୍ରକୃତିର କାର୍ଯ୍ୟ ଶରୀରରେ ସ୍ଥିତ ରହି ମଧ୍ୟ ଆତ୍ମା ବାସ୍ତବରେ ତା’ର ସୁଖ-ଦୁଃଖାଦି ଧର୍ମରେ ଲିପ୍ତ ହୁଏ ନାହିଁ ; କାରଣ ସ୍ବଭାବତଃ ସେ ନିର୍ବିକାର , ଅକର୍ତ୍ତା ଏବଂ ନିର୍ଗୁଣ ଅଟେ | ସ ଏଷ ଯର୍ହି ପ୍ରକୃତେର୍ଗୁଣେଷ୍ୱଭିବିଷଜ୍ଜତେ । ଅହଙ୍କ୍ରିୟାବିମୂଢାତ୍ମା କର୍ତାସ୍ମୀତ୍ୟଭିମନ୍ୟତେ ॥ ୨॥ କିନ୍ତୁ ଯେତେବେଳେ ସେ ହିଁ ପ୍ରାକୃତ ଗୁଣ ସହିତ ନିଜର ସମ୍ବନ୍ଧ ସ୍ଥାପିତ କରିନିଏ , ସେତେବେଳେ ସେ ଅହଂକାର-ମୋହିତ ହୋଇ ‘ମୁଁ କର୍ତ୍ତା ଅଟେ ’ ଏପରି ମନେ କରିବାରେ ଲାଗେ | ତେନ ସଂସାରପଦବୀମବଶୋଽଭ୍ୟେତ୍ୟନିର୍ୱୃତଃ । ପ୍ରାସଙ୍ଗିକୈଃ କର୍ମଦୋଷୈଃ ସଦସନ୍ମିଶ୍ରୟୋନିଷୁ ॥ ୩॥ ସେହି ଅଭିମାନ କାରଣରୁ ସେ ଦେହ ସଂସର୍ଗରେ କରାଯାଉ ଥିବା ପୁଣ୍ୟ-ପାପରୂପ କର୍ମଦୋଷ ଦ୍ବାରା ନିଜର ସ୍ବାଧୀନତା ଏବଂ ଶାନ୍ତି ହରାଇ ବସେ ତଥା ଉ...