ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ଚତୁର୍ଥ ସ୍କନ୍ଧ ॥ ଏକବିଂଶ ଅଧ୍ୟାୟ ମହାରାଜ ପୃଥୁଙ୍କର ନିଜ ପ୍ରଜାଙ୍କୁ ଉପଦେଶ ମୈତ୍ରେୟ ଉବାଚ ମୌକ୍ତିକୈଃ କୁସୁମସ୍ରଗ୍ଭିର୍ଦୁକୂଲୈଃ ସ୍ୱର୍ଣତୋରଣୈଃ । ମହାସୁରଭିଭିର୍ଧୂପୈର୍ମଣ୍ଡିତଂ ତତ୍ର ତତ୍ର ବୈ ॥ ୧॥ ମୈତ୍ରେୟ ମୁନି କହୁଛନ୍ତି – ହେ ବିଦୁର ! ସେହି ସମୟରେ ମହାରାଜ ପୃଥୁଙ୍କର ନଗର ମୋତିଝରା , ପୁଷ୍ପମାଲ୍ୟ , ରଙ୍ଗ-ବେରଙ୍ଗ ବସ୍ତ୍ର , ସୁବର୍ଣ୍ଣ ଫାଟକ ଏବଂ ଅତ୍ୟନ୍ତ ସୁଗନ୍ଧିତ ଧୂପ ଦ୍ବାରା ସୁଶୋଭିତ ଥିଲା | ଚନ୍ଦନାଗୁରୁତୋୟାର୍ଦ୍ରରଥ୍ୟାଚତ୍ୱରମାର୍ଗବତ୍ । ପୁଷ୍ପାକ୍ଷତଫଲୈସ୍ତୋକ୍ମୈର୍ଲାଜୈରର୍ଚିର୍ଭିରର୍ଚିତମ୍ ॥ ୨॥ ତାହାର ଗଳି, ଛକ ଏବଂ ସଡକମାନଙ୍କରେ ଚନ୍ଦନ ଏବଂ ଅଗୁର ଜଳ ସିଞ୍ଚନ କରାଯାଇ ଥିଲା ତଥା ତାହାକୁ ପୁଷ୍ପ , ଅକ୍ଷତ , ଫଳ , ଯବାଙ୍କୁର , ଖୀଳ ଏବଂ ଦୀପକ ଆଦି ମାଙ୍ଗଳିକ ଦ୍ରବ୍ୟରେ ସଜ୍ଜିତ କରାଯାଇ ଥିଲା | ସବୃନ୍ଦୈଃ କଦଲୀସ୍ତମ୍ଭୈଃ ପୂଗପୋତୈଃ ପରିଷ୍କୃତମ୍ । ତରୁପଲ୍ଲବମାଲାଭିଃ ସର୍ୱତଃ ସମଲଙ୍କୃତମ୍ ॥ ୩॥ ସ୍ଥାନେ-ସ୍ଥାନେ ରଖା ଯାଇଥିବା ଫଳ-ଫୁଲ ଗୁଚ୍ଛରେ ଶୋଭିତ କଦଳୀ ଏବଂ ଗୁବା ବୃକ୍ଷର ଖମ୍ଭରେ ତାହା ଅତ୍ୟନ୍ତ ମନୋହର ଦେଖାଯାଉ ଥିଲା ତଥା ସର୍ବତ୍ର ତାହା ଆମ୍ରପଲ୍ଲବର ତୋରଣରେ ବିଭୂଷିତ ଥିଲା | ପ୍ରଜାସ୍ତଂ ଦୀପବଲିଭିଃ ସମ୍ଭୃତାଶେଷମଙ୍ଗଲୈଃ ...