ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ଏକବିଂଶ ଅଧ୍ୟାୟ
ମହାରାଜ ପୃଥୁଙ୍କର ନିଜ ପ୍ରଜାଙ୍କୁ ଉପଦେଶ
ମୈତ୍ରେୟ ଉବାଚ
ମୌକ୍ତିକୈଃ କୁସୁମସ୍ରଗ୍ଭିର୍ଦୁକୂଲୈଃ ସ୍ୱର୍ଣତୋରଣୈଃ ।
ମହାସୁରଭିଭିର୍ଧୂପୈର୍ମଣ୍ଡିତଂ ତତ୍ର ତତ୍ର ବୈ ॥ ୧॥
ମୈତ୍ରେୟ ମୁନି କହୁଛନ୍ତି – ହେ ବିଦୁର ! ସେହି ସମୟରେ ମହାରାଜ
ପୃଥୁଙ୍କର ନଗର ମୋତିଝରା, ପୁଷ୍ପମାଲ୍ୟ, ରଙ୍ଗ-ବେରଙ୍ଗ ବସ୍ତ୍ର,
ସୁବର୍ଣ୍ଣ ଫାଟକ ଏବଂ ଅତ୍ୟନ୍ତ ସୁଗନ୍ଧିତ ଧୂପ ଦ୍ବାରା ସୁଶୋଭିତ ଥିଲା |
ଚନ୍ଦନାଗୁରୁତୋୟାର୍ଦ୍ରରଥ୍ୟାଚତ୍ୱରମାର୍ଗବତ୍ ।
ପୁଷ୍ପାକ୍ଷତଫଲୈସ୍ତୋକ୍ମୈର୍ଲାଜୈରର୍ଚିର୍ଭିରର୍ଚିତମ୍ ॥ ୨॥
ତାହାର ଗଳି, ଛକ ଏବଂ ସଡକମାନଙ୍କରେ ଚନ୍ଦନ ଏବଂ ଅଗୁର ଜଳ ସିଞ୍ଚନ
କରାଯାଇ ଥିଲା ତଥା ତାହାକୁ ପୁଷ୍ପ, ଅକ୍ଷତ, ଫଳ, ଯବାଙ୍କୁର, ଖୀଳ ଏବଂ ଦୀପକ ଆଦି ମାଙ୍ଗଳିକ ଦ୍ରବ୍ୟରେ ସଜ୍ଜିତ କରାଯାଇ ଥିଲା |
ସବୃନ୍ଦୈଃ କଦଲୀସ୍ତମ୍ଭୈଃ ପୂଗପୋତୈଃ ପରିଷ୍କୃତମ୍ ।
ତରୁପଲ୍ଲବମାଲାଭିଃ ସର୍ୱତଃ ସମଲଙ୍କୃତମ୍ ॥ ୩॥
ସ୍ଥାନେ-ସ୍ଥାନେ ରଖା ଯାଇଥିବା ଫଳ-ଫୁଲ ଗୁଚ୍ଛରେ ଶୋଭିତ କଦଳୀ ଏବଂ
ଗୁବା ବୃକ୍ଷର ଖମ୍ଭରେ ତାହା ଅତ୍ୟନ୍ତ ମନୋହର ଦେଖାଯାଉ ଥିଲା ତଥା ସର୍ବତ୍ର ତାହା ଆମ୍ରପଲ୍ଲବର
ତୋରଣରେ ବିଭୂଷିତ ଥିଲା |
ପ୍ରଜାସ୍ତଂ ଦୀପବଲିଭିଃ ସମ୍ଭୃତାଶେଷମଙ୍ଗଲୈଃ ।
ଅଭୀୟୁର୍ମୃଷ୍ଟକନ୍ୟାଶ୍ଚ ମୃଷ୍ଟକୁଣ୍ଡଲମଣ୍ଡିତାଃ ॥ ୪॥
ମହାରାଜ ଯେତେବେଳେ ନଗରରେ ପ୍ରବେଶ କଲେ, ସେତେବେଳେ ଦୀପ, ଉପହାର ଏବଂ
ଅନ୍ୟାନ୍ୟ ମାଙ୍ଗଳିକ ସାମଗ୍ରୀ ହାତରେ ଧରି ପ୍ରଜାଜନ ତଥା ମନୋହର କୁଣ୍ଡଳ ଆଦିରେ ସୁଶୋଭିତ
ସୁନ୍ଦରୀ କନ୍ୟାମାନେ ତାଙ୍କର ଅଭିବାଦନ କରିଥିଲେ |
ଶଙ୍ଖଦୁନ୍ଦୁଭିଘୋଷେଣ ବ୍ରହ୍ମଘୋଷେଣ ଚର୍ତ୍ୱିଜାମ୍ ।
ବିବେଶ ଭବନଂ ବୀରଃ ସ୍ତୂୟମାନୋ ଗତସ୍ମୟଃ ॥ ୫॥
ଶଂଖ ଏବଂ ଦୁନ୍ଦୁଭି ଆଦି ବାଦ୍ୟ ବାଜି ଉଠିଲା, ଋତ୍ବିଜମାନେ ବେଦଧ୍ବନି କରିବାରେ ଲାଗିଲେ, ବନ୍ଦୀଜନ ସ୍ତୁତିଗାନ ଆରମ୍ଭ କରିଦେଲେ; କିନ୍ତୁ ଏସବୁ ଦେଖି-ଶୁଣି ମଧ୍ୟ ରାଜାଙ୍କର କିଂଚିତ୍ ବି ଅହଂକାର
ହେଲା ନାହିଁ | ଏହିପରି ଭାବରେ ବୀରବର ପୃଥୁ ରାଜମହଲରେ ପ୍ରବେଶ କଲେ |
ପୂଜିତଃ ପୂଜୟାମାସ ତତ୍ର ତତ୍ର ମହାୟଶାଃ ।
ପୌରାଞ୍ଜାନପଦାଂସ୍ତାଂସ୍ତାନ୍ ପ୍ରୀତଃ ପ୍ରିୟବରପ୍ରଦଃ ॥ ୬॥
ମାର୍ଗରେ ଯେଉଁଠାରେ-ଯେଉଁଠାରେ ପୁରବାସୀ ଏବଂ ଦେଶବାସୀମାନେ ତାଙ୍କୁ
ଅଭିନନ୍ଦନ ଜଣାଉଥିଲେ, ପରମ ଯଶସ୍ବୀ ମହାରାଜ
ପ୍ରସନ୍ନତାପୂର୍ବକ ସେମାନଙ୍କୁ ଅଭୀଷ୍ଟ ବର ପ୍ରଦାନ କରି ସନ୍ତୁଷ୍ଟ କରିଥିଲେ |
ସ ଏବମାଦୀନ୍ୟନବଦ୍ୟଚେଷ୍ଟିତଃ
କର୍ମାଣି ଭୂୟାଂସି ମହାନ୍ ମହତ୍ତମଃ ।
କୁର୍ୱନ୍ ଶଶାସାବନିମଣ୍ଡଲଂ ଯଶଃ
ସ୍ଫୀତଂ ନିଧାୟାରୁରୁହେ ପରଂ ପଦମ୍ ॥ ୭॥
ମହାରାଜ ପୃଥୁ ମହାପୁରୁଷ ଏବଂ ସମସ୍ତଙ୍କର ପୂଜନୀୟ ଥିଲେ | ଏହିପରି
ଅନେକ ଉଦାର କର୍ମ କରି ସେ ପୃଥିବୀକୁ ଶାସନ କଲେ ଏବଂ ଶେଷରେ ନିଜର ବିପୁଳ ଯଶ ବିସ୍ତାର କରି ସେ
ଭଗବାନଙ୍କର ପରମପଦ ପ୍ରାପ୍ତ କରିଥିଲେ |
ସୂତ ଉବାଚ
ତଦାଦିରାଜସ୍ୟ ଯଶୋ ବିଜୃମ୍ଭିତଂ
ଗୁଣୈରଶେଷୈର୍ଗୁଣବତ୍ସଭାଜିତମ୍ ।
କ୍ଷତ୍ତା ମହାଭାଗବତଃ ସଦସ୍ପତେ
କୌଷାରବିଂ ପ୍ରାହ ଗୃଣନ୍ତମର୍ଚୟନ୍ ॥ ୮॥
ସୂତ କହୁଛନ୍ତି – ହେ ମୁନିବର ଶୌନକ ! ଏହିପରି ଭାବରେ ମୈତ୍ରେୟ
ମୁନିଙ୍କ ଶ୍ରୀମୁଖରୁ ଆଦିରାଜ ପୃଥୁଙ୍କର ଅନେକ ପ୍ରକାର ଗୁଣରେ ସମ୍ପନ୍ନ ଏବଂ ଗୁଣୀଜନମାନଙ୍କ
ଦ୍ବାରା ପ୍ରଶଂସିତ ବିସ୍ତୃତ ସୁଯଶ ଶ୍ରବଣ କରି ବିଦୁର ତାଙ୍କର ଅଭିନନ୍ଦନ କରି କହିଲେ -
ବିଦୁର ଉବାଚ
ସୋଽଭିଷିକ୍ତଃ ପୃଥୁର୍ୱିପ୍ରୈର୍ଲବ୍ଧାଶେଷସୁରାର୍ହଣଃ ।
ବିଭ୍ରତ୍ସ ବୈଷ୍ଣବଂ ତେଜୋ ବାହ୍ୱୋର୍ୟାଭ୍ୟାଂ ଦୁଦୋହ ଗାମ୍ ॥ ୯॥
ବିଦୁର କହିଲେ – ବ୍ରହ୍ମନ୍ ! ବ୍ରାହ୍ମଣମାନେ ପୃଥୁଙ୍କର ଅଭିଷେକ କଲେ
| ସମସ୍ତ ଦେବତା ତାଙ୍କୁ ଉପହାର ପ୍ରଦାନ କଲେ | ସେ ନିଜ ଭୁଜରେ ବୈଷ୍ଣବ ତେଜକୁ ଧାରଣ କଲେ ଏବଂ
ତଦ୍ବାରା ପୃଥିବୀର ଦୋହନ କଲେ |
କୋ ନ୍ୱସ୍ୟ କୀର୍ତିଂ ନ ଶୃଣୋତ୍ୟଭିଜ୍ଞୋ
ଯଦ୍ୱିକ୍ରମୋଚ୍ଛିଷ୍ଟମଶେଷଭୂପାଃ ।
ଲୋକାଃ ସପାଲା ଉପଜୀବନ୍ତି କାମ-
ମଦ୍ୟାପି ତନ୍ମେ ବଦ କର୍ମ ଶୁଦ୍ଧମ୍ ॥ ୧୦॥
ତାଙ୍କର ସେହି ପରାକ୍ରମର ଉଚ୍ଛିଷ୍ଟରୂପ ବିଷୟଭୋଗ ଦ୍ବାରା ହିଁ ଆଜି
ମଧ୍ୟ ସମସ୍ତ ରାଜା ତଥା ଲୋକପାଳଙ୍କ ସହିତ ସମ୍ପୂର୍ଣ୍ଣ ଲୋକ ଇଚ୍ଛାନୁସାରେ ଜୀବନ-ନିର୍ବାହ
କରୁଛନ୍ତି | ତେଣୁ କେଉଁ ବୁଦ୍ଧିମାନ ବ୍ୟକ୍ତି ଭଲା ତାଙ୍କର ପବିତ୍ର କୀର୍ତ୍ତି ଶୁଣିବାକୁ
ଇଚ୍ଛା ନ କରିବ ? ଆପଣ ମୋତେ ତାଙ୍କର ଆଉ କିଛି ପବିତ୍ର ଚରିତ୍ର ଶୁଣାନ୍ତୁ |
ମୈତ୍ରେୟ ଉବାଚ
ଗଙ୍ଗାୟମୁନୟୋର୍ନଦ୍ୟୋରନ୍ତରା କ୍ଷେତ୍ରମାବସନ୍ ।
ଆରବ୍ଧାନେବ ବୁଭୁଜେ ଭୋଗାନ୍ ପୁଣ୍ୟଜିହାସୟା ॥ ୧୧॥
ମୈତ୍ରେୟ କହୁଛନ୍ତି – ହେ ସାଧୁଶ୍ରେଷ୍ଠ ବିଦୁର ! ମହାରାଜ ପୃଥୁ ଗଙ୍ଗା
ଓ ଯମୁନା ମଧ୍ୟବର୍ତ୍ତୀ ଦେଶରେ ନିବାସ କରି ନିଜ ପୁଣ୍ୟକର୍ମ କ୍ଷୟ ଇଚ୍ଛାରେ ପ୍ରାରବ୍ଧବଶ
ପ୍ରାପ୍ତ ହୋଇଥିବା ଭୋଗକୁ ହିଁ ଭୋଗ କରୁଥିଲେ |
ସର୍ୱତ୍ରାସ୍ଖଲିତାଦେଶଃ ସପ୍ତଦ୍ୱୀପୈକଦଣ୍ଡଧୃକ୍ ।
ଅନ୍ୟତ୍ର ବ୍ରାହ୍ମଣକୁଲାଦନ୍ୟତ୍ରାଚ୍ୟୁତଗୋତ୍ରତଃ ॥ ୧୨॥
ବ୍ରାହ୍ମଣବଂଶ ଏବଂ ଭଗବାନଙ୍କ ସମ୍ବନ୍ଧୀ ବିଷ୍ଣୁଭକ୍ତଙ୍କ ବ୍ୟତିତ
ତାଙ୍କର ସପ୍ତଦ୍ବୀପନିବାସୀ ସବୁ ପୁରୁଷଙ୍କ ଉପରେ ଅଖଣ୍ଡ ଏବଂ ଅବାଧ ଶାସନ ଥିଲା |
ଏକଦାଽଽସୀନ୍ମହାସତ୍ରଦୀକ୍ଷା ତତ୍ର ଦିବୌକସାମ୍ ।
ସମାଜୋ ବ୍ରହ୍ମର୍ଷୀଣାଂ ଚ ରାଜର୍ଷୀଣାଂ ଚ ସତ୍ତମ ॥ ୧୩॥
ଥରେ ସେ ଏକ ମହାସତ୍ରର ଦୀକ୍ଷା ଗ୍ରହଣ କଲେ | ସେହି ସମୟରେ ସେଠାରେ ଦେବତା, ବ୍ରହ୍ମର୍ଷି ଏବଂ ରାଜର୍ଷିମାନଙ୍କର ଏକ ବିଶାଳ ସମାଜ ଏକତ୍ରିତ
ହୋଇଥିଲା |
ତସ୍ମିନ୍ନର୍ହତ୍ସୁ ସର୍ୱେଷୁ ସ୍ୱର୍ଚିତେଷୁ ଯଥାର୍ହତଃ ।
ଉତ୍ଥିତଃ ସଦସୋ ମଧ୍ୟେ ତାରାଣାମୁଡୁରାଡିବ ॥ ୧୪॥
ସେହି ସମାଜରେ ମହାରାଜ ପୃଥୁ ସମସ୍ତ ପୂଜନୀୟ ଅତିଥିମାନଙ୍କର
ଯଥାଯୋଗ୍ୟ ସତ୍କାର କଲେ ଏବଂ ତାପରେ ନକ୍ଷତ୍ରମଣ୍ଡଳରେ ଶୋଭା ପାଉଥିବା ଚନ୍ଦ୍ରମା ପରି ସେହି ସଭା
ମଝିରେ ଠିଆ ହୋଇଗଲେ |
ପ୍ରାଂଶୁଃ ପୀନାୟତଭୁଜୋ ଗୌରଃ କଞ୍ଜାରୁଣେକ୍ଷଣଃ ।
ସୁନାସଃ ସୁମୁଖଃ ସୌମ୍ୟଃ ପୀନାଂସଃ ସୁଦ୍ୱିଜସ୍ମିତଃ ॥ ୧୫॥
ତାଙ୍କର ସୁଉଚ୍ଚ ବପୁ,
ବିଶାଳ ଭୁଜ, ଗୌରବର୍ଣ୍ଣ, କମଳ ସଦୃଶ ସୁନ୍ଦର ଏବଂ ଅରୁଣ ନେତ୍ର, ତୀକ୍ଷ୍ଣ ନାସିକା,
ମନୋହର ମୁଖ, ସୌମ୍ୟ ସ୍ବରୂପ, ଉନ୍ନତ ସ୍କନ୍ଧ ଏବଂ ସ୍ମିତହାସ୍ୟଯୁକ୍ତ ସୁନ୍ଦର ଦନ୍ତପଂକ୍ତି ତାଙ୍କର
ବ୍ୟକ୍ତିତ୍ବକୁ ଅତିଶୟ ଶୋଭନୀୟ କରୁଥିଲା |
ବ୍ୟୂଢବକ୍ଷା ବୃହଚ୍ଛ୍ରୋଣିର୍ୱଲିବଲ୍ଗୁଦଲୋଦରଃ ।
ଆବର୍ତନାଭିରୋଜସ୍ୱୀ କାଞ୍ଚନୋରୁରୁଦଗ୍ରପାତ୍ ॥ ୧୬॥
ତାଙ୍କର ବକ୍ଷସ୍ଥଳ ପ୍ରସସ୍ଥ,
କଟିଦେଶର ପୃଷ୍ଠଭାଗ ସ୍ଥୂଳ ଥିଲା | ଅଶ୍ବତ୍ଥ ପତ୍ର ସଦୃଶ ତାଙ୍କର ସୁଢ଼ଳ ଉଦରରେ ଭାଙ୍ଗ ସୃଷ୍ଟି
ହୋଇ ଆହୁରି ସୁନ୍ଦର ଦେଖା ଯାଉଥିଲା | ନାଭି ଭଅଁର ପରି ଗଭୀର ଥିଲା, ଶରୀର ତେଜସ୍ବୀ ଥିଲା, ଜଂଘ ସୁବର୍ଣ୍ଣ ପରି ଦେଦୀପ୍ୟମାନ ଥିଲା ତଥା
ପାଦର ପଂଝା ଉନ୍ନତ ଥିଲା |
ସୂକ୍ଷ୍ମବକ୍ରାସିତସ୍ନିଗ୍ଧମୂର୍ଧଜଃ କମ୍ବୁକନ୍ଧରଃ ।
ମହାଧନେ ଦୁକୂଲାଗ୍ର୍ୟେ ପରିଧାୟୋପବୀୟ ଚ ॥ ୧୭॥
ତାଙ୍କର କେଶ କୋମଳ,
କୁଞ୍ଚିତ, କଳା ଏବଂ ଚିକ୍କଣ
ଥିଲା; ଗ୍ରୀବା ଶଂଖ ପରି ସୁଢ଼ଳ ତଥା ରେଖାଯୁକ୍ତ ଥିଲା ଏବଂ ସେ ଉତ୍ତମ ବହୁମୂଲ୍ୟ ବସ୍ତ୍ର
ପରିଧାନ କରିବା ସହିତ ସେହିପରି ମୂଲ୍ୟବାନ ଚଦରରେ ନିଜ ଶରୀରକୁ ଆବୃତ କରି ରଖିଥିଲେ |
ବ୍ୟଞ୍ଜିତାଶେଷଗାତ୍ରଶ୍ରୀର୍ନିୟମେ ନ୍ୟସ୍ତଭୂଷଣଃ ।
କୃଷ୍ଣାଜିନଧରଃ ଶ୍ରୀମାନ୍ କୁଶପାଣିଃ କୃତୋଚିତଃ ॥ ୧୮॥
ଦୀକ୍ଷାର ନିୟମ ଅନୁସାରେ ସେ ଶରୀରରୁ ସମସ୍ତ ଆଭୂଷଣ ଉତାରି ଦେଇଥଲେ, ଯାହା ଫଳରେ ତାଙ୍କ ଶରୀରର ଅଙ୍ଗ-ପ୍ରତ୍ୟଙ୍ଗର ଶୋଭା ନିଜର
ସ୍ବାଭାବିକ ରୂପରେ ସ୍ପଷ୍ଟ ଝଲକି ଉଠୁଥିଲା | ସେ ଶରୀରରେ କୃଷ୍ଣମୃଗଚର୍ମ ଏବଂ ହାତରେ କୁଶ ଧାରଣ
କରିଥିଲେ | ତଦ୍ବାରା ତାଙ୍କ ଶରୀରର କାନ୍ତି ଆହୁରି ବୃଦ୍ଧି ପାଉଥିଲା | ସେ ନିଜର ସମସ୍ତ
ନିତ୍ୟକୃତ୍ୟ ଯଥାବିଧି ସମ୍ପନ୍ନ କରି ସାରିଥିଲେ |
ଶିଶିରସ୍ନିଗ୍ଧତାରାକ୍ଷଃ ସମୈକ୍ଷତ ସମନ୍ତତଃ ।
ଊଚିବାନିଦମୁର୍ୱୀଶଃ ସଦଃ ସଂହର୍ଷୟନ୍ନିବ ॥ ୧୯॥
ରାଜା ପୃଥୁ ସମ୍ପୂର୍ଣ୍ଣ ସଭାକୁ ହର୍ଷିତ କରି ନିଜର ଶୀତଳ ଏବଂ ସ୍ନେହପୂର୍ଣ୍ଣ
ନେତ୍ରରେ ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲେ ଏବଂ ତାପରେ ନିଜର ବକ୍ତବ୍ୟ ଆରମ୍ଭ କଲେ |
ଚାରୁଚିତ୍ରପଦଂ ଶ୍ଲକ୍ଷ୍ଣଂ ମୃଷ୍ଟଂ ଗୂଢମବିକ୍ଲବମ୍ ।
ସର୍ୱେଷାମୁପକାରାର୍ଥଂ ତଦା ଅନୁବଦନ୍ନିବ ॥ ୨୦॥
ତାଙ୍କର ଭାଷଣ ଅତ୍ୟନ୍ତ ସୁନ୍ଦର,
ବିଚିତ୍ର ପଦ୍ୟାବଳୀରେ ଯୁକ୍ତ, ସ୍ପଷ୍ଟ, ମଧୁର, ଗମ୍ଭୀର ଏବଂ ନିଃସଶଂକ
ଥିଲା | ମନେ ହେଉଥିଲା ସତେ ଯେପରି ସେ ସମସ୍ତଙ୍କର ଉପକାର କରିବା ନିମନ୍ତେ ନିଜ ଅନୁଭବର ହିଁ
ଅନୁବାଦ କରୁଛନ୍ତି |
ରାଜୋବାଚ
ସଭ୍ୟାଃ ଶୃଣୁତ ଭଦ୍ରଂ ବଃ ସାଧବୋ ଯ ଇହାଗତାଃ ।
ସତ୍ସୁ ଜିଜ୍ଞାସୁଭିର୍ଧର୍ମମାବେଦ୍ୟଂ ସ୍ୱମନୀଷିତମ୍ ॥ ୨୧॥
ରାଜା ପୃଥୁ କହିଲେ – ସଜ୍ଜନ ମହାନୁଭବ ! ଆପଣମାନଙ୍କର କଲ୍ୟାଣ ହେଉ |
ଆପଣମାନଙ୍କ ପରି ମହାପୁରୁଷ, ଯେଉଁମାନେ ଏଠାରେ
ଉପସ୍ଥିତ ଅଛନ୍ତି, ମୋର ପ୍ରାର୍ଥନା
ଶୁଣନ୍ତୁ – ଜିଜ୍ଞାସୁ ପୁରୁଷ ସନ୍ଥ-ସମାଜରେ ନିଜ ନିର୍ଣ୍ଣୟର ନିବେଦନ କରିବା ଉଚିତ୍ |
ଅହଂ ଦଣ୍ଡଧରୋ ରାଜା ପ୍ରଜାନାମିହ ଯୋଜିତଃ ।
ରକ୍ଷିତା ବୃତ୍ତିଦଃ ସ୍ୱେଷୁ ସେତୁଷୁ ସ୍ଥାପିତା ପୃଥକ୍ ॥ ୨୨॥
ଏହି ଲୋକରେ ମୋତେ ପ୍ରଜାଜନଙ୍କର ଶାସନ, ସେମାନଙ୍କର ରକ୍ଷା,
ସେମାନଙ୍କର ଆଜୀବିକାର ପ୍ରବନ୍ଧ କରିବା ତଥା ସେମାନଙ୍କୁ ନିଜ ନିଜ ମର୍ଯ୍ୟାଦାରେ ରଖିବା
ନିମନ୍ତେ ରାଜା ରୂପେ ନିଯୁକ୍ତ କରାଯାଇଛି |
ତସ୍ୟ ମେ ତଦନୁଷ୍ଠାନାଦ୍ୟାନାହୁର୍ବ୍ରହ୍ମବାଦିନଃ ।
ଲୋକାଃ ସ୍ୟୁଃ କାମସନ୍ଦୋହା ଯସ୍ୟ ତୁଷ୍ୟତି ଦିଷ୍ଟଦୃକ୍ ॥ ୨୩॥
ତେଣୁ ଏହାର ଯଥାବତ୍ ପାଳନ କରିବା ଦ୍ବାରା ମୋତେ ସେହି ମନୋରଥ
ପୂର୍ତ୍ତିକାରୀ ଲୋକ ପ୍ରାପ୍ତ ହେବା ଉଚିତ୍, ଯାହା ବେଦବାଦୀ
ମୁନିମାନଙ୍କ ମତାନୁସାରେ ସମ୍ପୂର୍ଣ୍ଣ କର୍ମର ସାକ୍ଷୀ ଶ୍ରୀହରିଙ୍କୁ ପ୍ରସନ୍ନ କରିବା ଦ୍ବାରା
ମିଳିଥାଏ |
ଯ ଉଦ୍ଧରେତ୍କରଂ ରାଜା ପ୍ରଜା ଧର୍ମେଷ୍ୱଶିକ୍ଷୟନ୍ ।
ପ୍ରଜାନାଂ ଶମଲଂ ଭୁଙ୍କ୍ତେ ଭଗଂ ଚ ସ୍ୱଂ ଜହାତି ସଃ ॥ ୨୪॥
ଯେଉଁ ରାଜା ପ୍ରଜାଙ୍କୁ ଧର୍ମମାର୍ଗର ଶିକ୍ଷା ନ ଦେଇ କେବଳ
ସେମାନଙ୍କଠାରୁ କର ଆଦାୟ କରିବାରେ ଲାଗିଥାଆନ୍ତି,
ସେ ପ୍ରଜାମାନଙ୍କର ପାପରେ ଭାଗୀଦାର ହେବା ସହିତ ନିଜର ସମସ୍ତ ଐଶ୍ବର୍ଯ୍ୟ ହରାଇ ବସନ୍ତି |
ତତ୍ପ୍ରଜା ଭର୍ତୃପିଣ୍ଡାର୍ଥଂ ସ୍ୱାର୍ଥମେବାନସୂୟବଃ ।
କୁରୁତାଧୋକ୍ଷଜଧିୟସ୍ତର୍ହି ମେଽନୁଗ୍ରହଃ କୃତଃ ॥ ୨୫॥
ଅତଏବ ହେ ପ୍ରିୟ ପ୍ରଜାଜନ ! ଆପଣମାନେ ପରଲୋକରେ ନିଜ ରାଜାଙ୍କର
ହିତାର୍ଥେ ପରସ୍ପର ଦୋଷଦୃଷ୍ଟି ତ୍ୟାଗ କରି ହୃଦୟରେ ଭଗବାନଙ୍କର ଚିନ୍ତନ ଅବ୍ୟାହତ ରଖି ନିଜ-ନିଜର
କର୍ତ୍ତବ୍ୟ ପାଳନ କରନ୍ତୁ; କାରଣ ଏହାଦ୍ବାରା ଆପଣ ନିଜର ସ୍ବାର୍ଥ ସିଦ୍ଧ କରିବା ସହିତ ମୋ
ପ୍ରତି ମଧ୍ୟ ବହୁତ ବଡ ଅନୁଗ୍ରହ କରିବେ |
ଯୂୟଂ ତଦନୁମୋଦଧ୍ୱଂ ପିତୃଦେବର୍ଷୟୋଽମଲାଃ ।
କର୍ତୁଃ ଶାସ୍ତୁରନୁଜ୍ଞାତୁସ୍ତୁଲ୍ୟଂ ଯତ୍ପ୍ରେତ୍ୟ ତତ୍ଫଲମ୍ ॥ ୨୬॥
ବିଶୁଦ୍ଧଚିତ୍ତ ଦେବତା,
ପିତୃପୁରୁଷ ଓ ମହର୍ଷିଗଣ ! ଆପଣମାନେ ମଧ୍ୟ ମୋର ଏହି ପ୍ରାର୍ଥନାର ଅନୁମୋଦନ କରନ୍ତୁ; କାରଣ
କର୍ମ ଯାହା ବି ହୋଇଥାଉ, ମୃତ୍ୟୁ ପରେ ତାହାର
ଫଳ କର୍ମର କର୍ତ୍ତା, ଉପଦେଷ୍ଟା ଏବଂ
ସମର୍ଥକଙ୍କୁ ସମାନ ମାତ୍ରାରେ ମିଳିଥାଏ |
ଅସ୍ତି ଯଜ୍ଞପତିର୍ନାମ କେଷାଞ୍ଚିଦର୍ହସତ୍ତମାଃ ।
ଇହାମୁତ୍ର ଚ ଲକ୍ଷ୍ୟନ୍ତେ ଜ୍ୟୋତ୍ସ୍ନାବତ୍ୟଃ କ୍ୱଚିଦ୍ଭୁବଃ ॥ ୨୭॥
ମାନନୀୟ ସଜ୍ଜନଗଣ ! କେହି କେହି ଶ୍ରେଷ୍ଠ ମହାନୁଭବଙ୍କ ମତରେ ତ
କର୍ମର ଫଳଦାୟକ ଭଗବାନ ଯଜ୍ଞପତି ହିଁ ଅଟନ୍ତି;
କାରଣ ଇହଲୋକ ଏବଂ ପରଲୋକ ଉଭୟ ସ୍ଥାନରେ ହିଁ କୌଣସି-କୌଣସି ଶରୀର ଅତ୍ୟନ୍ତ ତେଜୋମୟ
ଦେଖାଯାଆନ୍ତି |
ମନୋରୁତ୍ତାନପାଦସ୍ୟ ଧ୍ରୁବସ୍ୟାପି ମହୀପତେଃ ।
ପ୍ରିୟବ୍ରତସ୍ୟ ରାଜର୍ଷେରଙ୍ଗସ୍ୟାସ୍ମତ୍ପିତୁଃ ପିତୁଃ ॥ ୨୮॥
ଈଦୃଶାନାମଥାନ୍ୟେଷାମଜସ୍ୟ ଚ ଭବସ୍ୟ ଚ ।
ପ୍ରହ୍ଲାଦସ୍ୟ ବଲେଶ୍ଚାପି କୃତ୍ୟମସ୍ତି ଗଦାଭୃତା ॥ ୨୯॥
ଦୌହିତ୍ରାଦୀନ୍ ଋତେ ମୃତ୍ୟୋଃ ଶୋଚ୍ୟାନ୍ ଧର୍ମବିମୋହିତାନ୍ ।
ବର୍ଗସ୍ୱର୍ଗାପବର୍ଗାଣାଂ ପ୍ରାୟେଣୈକାତ୍ମ୍ୟହେତୁନା ॥ ୩୦॥
ମନୁ, ଉତ୍ତାନପାଦ, ମହୀପତି ଧ୍ରୁବ, ରାଜର୍ଷି ପ୍ରିୟବ୍ରତ, ମୋର ପିତାମହ ଅଙ୍ଗ ତଥା ବ୍ରହ୍ମା, ଶିବ, ପ୍ରହଲ୍ଲାଦ, ବଳି ଏବଂ ସେହି କକ୍ଷର ଅନ୍ୟାନ୍ୟ ମହାନୁଭବଙ୍କ ମତରେ ତ
ଧର୍ମ-ଅର୍ଥ-କାମ-ମୋକ୍ଷରୂପ ଚତୁର୍ବଗ ତଥା ସ୍ବର୍ଗ ଏବଂ ଅପବର୍ଗର ସ୍ବାଧୀନ ନିୟାମକ, କର୍ମଫଳଦାୟକ ରୂପେ ଭଗବାନ ଗଦାଧରଙ୍କର ହିଁ ଆବଶ୍ୟକତା ରହିଥାଏ |
ଏହି ବିଷୟରେ କେବଳ ମୃତ୍ୟୁର ସହୋଦର ବେନ ଆଦି କେତେକ ଶୋଚନୀୟ ଏବଂ ଧର୍ମବିମୂଢ଼ ଲୋକଙ୍କର ହିଁ
ମତଭେଦ ରହିଛି, ଯାହାର କୌଣସି ବିଶେଷ ମହତ୍ତ୍ବ ନାହିଁ |
ଯତ୍ପାଦସେବାଭିରୁଚିସ୍ତପସ୍ୱିନା-
ମଶେଷଜନ୍ମୋପଚିତଂ ମଲଂ ଧିୟଃ ।
ସଦ୍ୟଃ କ୍ଷିଣୋତ୍ୟନ୍ୱହମେଧତୀ ସତୀ
ଯଥା ପଦାଙ୍ଗୁଷ୍ଠବିନିଃସୃତା ସରିତ୍ ॥ ୩୧॥
ବିନିର୍ଧୁତାଶେଷମନୋମଲଃ ପୁମା-
ନସଙ୍ଗବିଜ୍ଞାନବିଶେଷବୀର୍ୟବାନ୍ ।
ଯଦଙ୍ଘ୍ରିମୂଲେ କୃତକେତନଃ ପୁନ-
ର୍ନ ସଂସୃତିଂ କ୍ଲେଶବହାଂ ପ୍ରପଦ୍ୟତେ ॥ ୩୨॥
ତମେବ ଯୂୟଂ ଭଜତାତ୍ମବୃତ୍ତିଭି-
ର୍ମନୋବଚଃକାୟଗୁଣୈଃ ସ୍ୱକର୍ମଭିଃ ।
ଅମାୟିନଃ କାମଦୁଘାଙ୍ଘ୍ରିପଙ୍କଜଂ
ଯଥାଧିକାରାବସିତାର୍ଥସିଦ୍ଧୟଃ ॥ ୩୩॥
ଯାହାର ଚରଣକମଳର ସେବା ନିମନ୍ତେ ନିରନ୍ତର ବୃଦ୍ଧିଲାଭ କରୁଥିବା
ଅଭିଳାଷ, ତାଙ୍କ ଚରଣନଖରୁ
ନିଃସୃତ ଗଙ୍ଗାଙ୍କ ପରି, ସଂସାରତାପରେ ସଂତପ୍ତ
ଜୀବର ସମସ୍ତ ଜନ୍ମର ସଂଚିତ ମନୋମଳକୁ ତତ୍କାଳ ନଷ୍ଟ କରିଦିଏ; ଯାହାର ଚରଣତଳର ଆଶ୍ରୟ ଗ୍ରହଣ କରି
ପୁରୁଷ ନିଜର ସବୁ ପ୍ରକାରର ମାନସିକ ଦୋଷକୁ ଧୌତ କରିଦିଏ ତଥା ବୈରାଗ୍ୟ ଏବଂ
ତତ୍ତ୍ବସାକ୍ଷାତକାରରୂପ ବଳ ପ୍ରାପ୍ତ କରି ପୁନର୍ବାର ଦୁଃଖମୟ ସଂସାରଚକ୍ରରେ ପଡି ନ ଥାଏ ଏବଂ ଯାହାର
ଚରଣକମଳ ସବୁ ପ୍ରକାର କାମନାର ପୂର୍ତ୍ତି କରାଇ ଥାଏ – ସେହି ପ୍ରଭୁଙ୍କର ଆପଣମାନେ ନିଜ-ନିଜ
ଆଜୀବିକା ଉପଯୋଗୀ ବର୍ଣ୍ଣାଶ୍ରମୋଚିତ ଅଧ୍ୟାପନାଦି କର୍ମ ତଥା ଧ୍ୟାନ-ସ୍ତୁତି-ପୂଜା ଆଦି ମାନସିକ, ବାଚିକ ଏବଂ ଶାରୀରିକ କ୍ରିୟା ଦ୍ବାରା ଭଜନ କରନ୍ତୁ | ହୃଦୟରେ
କୌଣସି ପ୍ରକାରର କପଟ ରଖନ୍ତୁ ନାହିଁ ତଥା ଏହି ବିଶ୍ବାସ ରଖନ୍ତୁ ଯେ ନିଜ-ନିଜ ଅଧିକାର ଅନୁସାରେ
ଆମକୁ ଏହାର ଫଳ ନିଶ୍ଚୟ ମିଳିବ |
ଅସାବିହାନେକଗୁଣୋଽଗୁଣୋଽଧ୍ୱରଃ
ପୃଥଗ୍ୱିଧଦ୍ରବ୍ୟଗୁଣକ୍ରିୟୋକ୍ତିଭିଃ ।
ସମ୍ପଦ୍ୟତେଽର୍ଥାଶୟଲିଙ୍ଗନାମଭି-
ର୍ୱିଶୁଦ୍ଧବିଜ୍ଞାନଘନଃ ସ୍ୱରୂପତଃ ॥ ୩୪॥
ଭଗବାନ ସ୍ବରୂପତଃ ବିଶୁଦ୍ଧ ବିଜ୍ଞାନଧନ ଏବଂ ସମସ୍ତ ବିଶେଷଣ ରହିତ
ଅଟନ୍ତି | ତଥାପି କର୍ମମାର୍ଗରେ ଯେଉଁ ଧାନ ଆଦି ବିବିଧ ଦ୍ରବ୍ୟ, ଶୁକ୍ଲାଦି ଗୁଣ, ଅବଘାତ (କୁଟିବା) ଆଦି କ୍ରିୟା ଏବଂ ମନ୍ତ୍ର ଦ୍ବାରା ଓ ଅର୍ଥ, ଆଶୟ
(ସଂକଳ୍ପ), ଲିଙ୍ଗ (ପଦାର୍ଥ ଶକ୍ତି) ତଥା ଜ୍ୟୋତିଷ୍ଟୋମ ଆଦି ନାମରେ ସମ୍ପନ୍ନ ହେଉଥିବା, ଅନେକ
ବିଶେଷଣଯୁକ୍ତ ଯଜ୍ଞ ରୂପରେ ସେ ପ୍ରକାଶିତ ହୋଇଥାଆନ୍ତି |
ପ୍ରଧାନକାଲାଶୟଧର୍ମସଙ୍ଗ୍ରହେ
ଶରୀର ଏଷ ପ୍ରତିପଦ୍ୟ ଚେତନାମ୍ ।
କ୍ରିୟାଫଲତ୍ୱେନ ବିଭୁର୍ୱିଭାବ୍ୟତେ
ଯଥାନଲୋ ଦାରୁଷୁ ତଦ୍ଗୁଣାତ୍ମକଃ ॥ ୩୫॥
ଏକ ହିଁ ଅଗ୍ନି ଯେପରି ଭିନ୍ନ ଭିନ୍ନ କାଷ୍ଠରେ ଭିନ୍ନ ଭିନ୍ନ ଆକାରରେ
ପ୍ରତିଭାସିତ ହୋଇଥାଏ, ସେହିପରି ସେହି
ସର୍ବବ୍ୟାପକ ପ୍ରଭୁ ପରମାନନ୍ଦସ୍ବରୂପ ହୋଇ ମଧ୍ୟ ପ୍ରକୃତି,
କାଳ, ବାସନା ଏବଂ
ଅଦୃଷ୍ଟରୁ ଉତ୍ପନ୍ନ ଶରୀରରେ ବିଷୟାକାର ହୋଇଥିବା ବୁଦ୍ଧିରେ ସ୍ଥିତ ରହି ସେହି ଯଜ୍ଞ-ଯାଗାଦି
କ୍ରିୟାମାନଙ୍କର ଫଳରୂପରେ ଅନେକ ପ୍ରକାରରେ ପ୍ରତୀତ ହୋଇଥାଆନ୍ତି |
ଅହୋ ମମାମୀ ବିତରନ୍ତ୍ୟନୁଗ୍ରହଂ
ହରିଂ ଗୁରୁଂ ଯଜ୍ଞଭୁଜାମଧୀଶ୍ୱରମ୍ ।
ସ୍ୱଧର୍ମୟୋଗେନ ଯଜନ୍ତି ମାମକା
ନିରନ୍ତରଂ କ୍ଷୋଣିତଲେ ଦୃଢବ୍ରତାଃ ॥ ୩୬॥
ଆହା ! ଏହି ପୃଥିବୀପୃଷ୍ଠରେ ମୋର ଯେଉଁ ପ୍ରଜାମାନେ
ଯଜ୍ଞଭୋକ୍ତାମାନଙ୍କର ଅଧୀଶ୍ବର ସର୍ବଗୁରୁ ଶ୍ରୀହରିଙ୍କର ଏକନିଷ୍ଠ ଭାବରେ ନିଜ-ନିଜ ଧର୍ମ
ଦ୍ବାରା ନିରନ୍ତର ପୂଜନ କରନ୍ତି, ସେମାନେ ମୋ ପ୍ରତି
ଅଶେଷ କୃପା କରନ୍ତି |
ମା ଜାତୁ ତେଜଃ ପ୍ରଭବେନ୍ମହର୍ଦ୍ଧିଭି-
ସ୍ତିତିକ୍ଷୟା ତପସା ବିଦ୍ୟଯା ଚ ।
ଦେଦୀପ୍ୟମାନେଽଜିତଦେବତାନାଂ
କୁଲେ ସ୍ୱୟଂ ରାଜକୁଲାଦ୍ଦ୍ୱିଜାନାମ୍ ॥ ୩୭॥
ସହନଶୀଳତା, ତପସ୍ୟା ଏବଂ ଜ୍ଞାନ
ଆଦି ବିଶିଷ୍ଟ ଗୁଣ ଯୋଗୁଁ ବୈଷ୍ଣବ ଏବଂ ବ୍ରାହ୍ମଣମାନଙ୍କର ବଂଶ ସ୍ବଭାବତଃ ଉଜ୍ଜ୍ବଳ ଅଟେ |
ସେମାନଙ୍କୁ ରାଜକୁଳର ତେଜ, ଧନ, ଐଶ୍ବର୍ଯ୍ୟ ଆଦି ସମୃଦ୍ଧି ଦ୍ବାରା ପ୍ରଭାବିତ କରିବା ଉଚିତ୍ ନୁହେଁ
|
ବ୍ରହ୍ମଣ୍ୟଦେବଃ ପୁରୁଷଃ ପୁରାତନୋ
ନିତ୍ୟଂ ହରିର୍ୟଚ୍ଚରଣାଭିବନ୍ଦନାତ୍ ।
ଅବାପ ଲକ୍ଷ୍ମୀମନପାୟିନୀଂ ଯଶୋ
ଜଗତ୍ପବିତ୍ରଂ ଚ ମହତ୍ତମାଗ୍ରଣୀଃ ॥ ୩୮॥
ବ୍ରହ୍ମାଦି ସମସ୍ତ ମହାପୁରୁଷଙ୍କ ମଧ୍ୟରେ ଅଗ୍ରଗଣ୍ୟ, ବ୍ରାହ୍ମଣଭକ୍ତ, ପୁରାଣପୁରୁଷ ଶ୍ରୀହରି ମଧ୍ୟ ନିରନ୍ତର ସେମାନଙ୍କ ଚରଣର ବନ୍ଦନା କରି
ଅବିଚଳ ଲକ୍ଷ୍ମୀ ଏବଂ ସଂସାରକୁ ପବିତ୍ର କରୁଥିବା କୀର୍ତ୍ତି ପ୍ରାପ୍ତ କରିଥାଆନ୍ତି |
ଯତ୍ସେବୟାଶେଷଗୁହାଶୟଃ ସ୍ୱରାଡ୍
ବିପ୍ରପ୍ରିୟସ୍ତୁଷ୍ୟତି କାମମୀଶ୍ୱରଃ ।
ତଦେବ ତଦ୍ଧର୍ମପରୈର୍ୱିନୀତୈଃ
ସର୍ୱାତ୍ମନା ବ୍ରହ୍ମକୁଲଂ ନିଷେବ୍ୟତାମ୍ ॥ ୩୯॥
ଆପଣମାନେ ଭଗବାନଙ୍କର ଲୋକସଂଗ୍ରହରୂପ ଧର୍ମର ପାଳନକାରୀ ଅଟନ୍ତି ଏବଂ
ସର୍ବାନ୍ତର୍ଯ୍ୟାମୀ ସ୍ବୟଂପ୍ରକାଶ ବ୍ରାହ୍ମଣପ୍ରିୟ ଶ୍ରୀହରି ବିପ୍ରବଂଶର ସେବାରେ ହିଁ ପରମ
ସନ୍ତୁଷ୍ଟ ହୋଇଥାଆନ୍ତି, ତେଣୁ ଆପଣମାନେ
ସମସ୍ତେ ସବୁ ପ୍ରକାରରେ ବିନୟପୂର୍ବକ ବ୍ରାହ୍ମଣକୁଳର ସେବା କରିବା ଉଚିତ୍ |
ପୁମାନ୍ ଲଭେତାନତିବେଲମାତ୍ମନଃ
ପ୍ରସୀଦତୋଽତ୍ୟନ୍ତଶମଂ ସ୍ୱତଃ ସ୍ୱୟମ୍ ।
ଯନ୍ନିତ୍ୟସମ୍ବନ୍ଧନିଷେବୟା ତତଃ
ପରଂ କିମତ୍ରାସ୍ତି ମୁଖଂ ହବିର୍ଭୁଜାମ୍ ॥ ୪୦॥
ଏମାନଙ୍କର ନିତ୍ୟ ସେବା କରିବା ଦ୍ବାରା ଶୀଘ୍ର ହିଁ ଚିତ୍ତ ଶୁଦ୍ଧ
ହୋଇଯାଉଥିବା କାରଣରୁ ମନୁଷ୍ୟ ସ୍ବତଃ (ଜ୍ଞାନ ଏବଂ ଅଭ୍ୟାସ ବିନା ହିଁ) ପରମ ଶାନ୍ତିରୂପ ମୋକ୍ଷ
ପ୍ରାପ୍ତ କରିନିଏ | ତେଣୁ ସଂସାରରେ ସେହି ବ୍ରାହ୍ମଣମାନଙ୍କ ବ୍ୟତିତ ଆଉ କିଏ ଅବା ହବିଷ୍ୟଭୋଜୀ
ଦେବତାମାନଙ୍କର ମୁଖ ହୋଇପାରିବ ?
ଅଶ୍ନାତ୍ୟନନ୍ତଃ ଖଲୁ ତତ୍ତ୍ୱକୋବିଦୈଃ
ଶ୍ରଦ୍ଧାହୁତଂ ଯନ୍ମୁଖ ଇଜ୍ୟନାମଭିଃ ।
ନ ବୈ ତଥା ଚେତନୟା ବହିଷ୍କୃତେ
ହୁତାଶନେ ପାରମହଂସ୍ୟପର୍ୟଗୁଃ ॥ ୪୧॥
ଉପନିଷଦର ଜ୍ଞାନପରକ ବଚନର ଏକମାତ୍ର ଜ୍ଞାତା ଭଗବାନ ଅନନ୍ତ,
ଇନ୍ଦ୍ରାଦି ଯଜ୍ଞୀୟ ଦେବତାଙ୍କ ନାମରେ ତତ୍ତ୍ବଜ୍ଞାନୀମାନଙ୍କ ଦ୍ବାରା ବ୍ରାହ୍ମଣମୁଖରେ
ଶ୍ରଦ୍ଧାପୂର୍ବକ ହବନ କରାଯାଉଥିବା ପଦାର୍ଥକୁ ସେ ଯେତେ ଆଗ୍ରହରେ ଗ୍ରହଣ କରିଥାଆନ୍ତି, ସେତିକି ଆଗ୍ରହରେ ସେ ଚେତନାଶୂନ୍ୟ ଅଗ୍ନିରେ ହବନ କରାଯାଉଥିବା
ଦ୍ରବ୍ୟକୁ ଗ୍ରହଣ କରନ୍ତି ନାହିଁ |
ଯଦ୍ବ୍ରହ୍ମ ନିତ୍ୟଂ ବିରଜଂ ସନାତନଂ
ଶ୍ରଦ୍ଧାତପୋମଙ୍ଗଲମୌନସଂୟମୈଃ ।
ସମାଧିନା ବିଭ୍ରତି ହାର୍ଥଦୃଷ୍ଟୟେ
ଯତ୍ରେଦମାଦର୍ଶ ଇବାବଭାସତେ ॥ ୪୨॥
ତେଷାମହଂ ପାଦସରୋଜରେଣୁ-
ମାର୍ୟାବହେୟାଧିକିରୀଟମାୟୁଃ ।
ଯଂ ନିତ୍ୟଦା ବିଭ୍ରତ ଆଶୁ ପାପଂ
ନଶ୍ୟତ୍ୟମୁଂ ସର୍ୱଗୁଣା ଭଜନ୍ତି ॥ ୪୩॥
ହେ ସଭ୍ୟସମାଜ ! ସ୍ବଚ୍ଛ ଦର୍ପଣରେ ପ୍ରତିବିମ୍ବ ସ୍ପଷ୍ଟ ହେଉଥିବା
ପରି, ଯାହା ଦ୍ବାରା
ସମ୍ପୂର୍ଣ୍ଣ ବିଶ୍ବ-ପ୍ରପଞ୍ଚର ସଠିକ୍ ଜ୍ଞାନ ହୋଇଥାଏ,
ସେହି ନିତ୍ୟ, ଶୁଦ୍ଧ, ସନାତନ ବ୍ରହ୍ମ (ବେଦ) କୁ ଯେଉଁମାନେ ପରମାର୍ଥ-ତତ୍ତ୍ବର ଉପଲବଧି
ନିମନ୍ତେ ଶ୍ରଦ୍ଧା, ତପ, ମଙ୍ଗଳମୟ ଆଚରଣ, ସ୍ବାଧ୍ୟାୟବିରୋଧି
ବାର୍ତ୍ତାଳାପ ତ୍ୟାଗ ତଥା ସଂଯମ ଏବଂ ସମାଧି ଅଭ୍ୟାସ ଦ୍ବାରା ଧାରଣ କରିଥାଆନ୍ତି, ସେହି ବ୍ରାହ୍ମଣମାନଙ୍କର ଚରଣକମଳ ଧୂଳିକୁ ମୁଁ ସମଗ୍ର ଆୟୁକାଳ ଧାରଣ
କରିବି; କାରଣ ତାହାକୁ
ସର୍ବଦା ମସ୍ତକରେ ଧାରଣ କରିବା ଦ୍ବାରା ମନୁଷ୍ୟର ସମସ୍ତ ପାପ ତତ୍କାଳ ନଷ୍ଟ ହୋଇଯାଏ ଏବଂ
ସମ୍ପୂର୍ଣ୍ଣ ଗୁଣ ତା’ର ସେବା କରିବାରେ
ଲାଗନ୍ତି |
ଗୁଣାୟନଂ ଶୀଲଧନଂ କୃତଜ୍ଞଂ
ବୃଦ୍ଧାଶ୍ରୟଂ ସମ୍ବୃଣତେଽନୁସମ୍ପଦଃ ।
ପ୍ରସୀଦତାଂ ବ୍ରହ୍ମକୁଲଂ ଗବାଂ ଚ
ଜନାର୍ଦନଃ ସାନୁଚରଶ୍ଚ ମହ୍ୟମ୍ ॥ ୪୪॥
ସେହି ଗୁଣବାନ, ଶୀଳସମ୍ପନ୍ନ,
କୃତଜ୍ଞ ଏବଂ ଗୁରୁଜନମାନଙ୍କର ସେବାକାରୀ ପୁରୁଷ ପାଖକୁ ସବୁ ସମ୍ପଦ ଆପେ ଆପେ ଆସିଯାଏ | ତେଣୁ
ମୋର ତ ଏହି ଅଭିଳାଷ ଯେ ବ୍ରାହ୍ମଣକୁଳ, ଗୋବଂଶ ଏବଂ
ଭକ୍ତମାନଙ୍କ ସହିତ ଶ୍ରୀଭଗବାନ ମୋ ପ୍ରତି ସଦା ପ୍ରସନ୍ନ ରହନ୍ତୁ |
ମୈତ୍ରେୟ ଉବାଚ
ଇତି ବ୍ରୁବାଣଂ ନୃପତିଂ ପିତୃଦେବଦ୍ୱିଜାତୟଃ ।
ତୁଷ୍ଟୁବୁର୍ହୃଷ୍ଟମନସଃ ସାଧୁବାଦେନ ସାଧବଃ ॥ ୪୫॥
ମୈତ୍ରେୟ କହୁଛନ୍ତି – ମହାରାଜ ପୃଥୁଙ୍କର ଏହି ଭାଷଣ ଶୁଣି ଦେବତା, ପିତର ଏବଂ ବ୍ରାହ୍ମଣ ଆଦି ସବୁ ସାଧୁଜନ ଅତ୍ୟନ୍ତ ପ୍ରସନ୍ନ ହେଲେ
ଏବଂ ‘ସାଧୁ’ ‘ସାଧୁ’ କହି ତାଙ୍କର ପ୍ରଶଂସା କରିବାରେ ଲାଗିଲେ |
ପୁତ୍ରେଣ ଜୟତେ ଲୋକାନିତି ସତ୍ୟବତୀ ଶ୍ରୁତିଃ ।
ବ୍ରହ୍ମଦଣ୍ଡହତଃ ପାପୋ ଯଦ୍ୱେନୋଽତ୍ୟତରତ୍ତମଃ ॥ ୪୬॥
ସେମାନେ କହିଲେ, ‘ପୁତ୍ର ଦ୍ବାରା
ପିତା ପୁଣ୍ୟଲୋକ ପ୍ରାପ୍ତ କରିଥାଏ – ଏହି ଶ୍ରୁତି ଯଥାର୍ଥ ଅଟେ; ବ୍ରାହ୍ମଣଙ୍କ ଦ୍ବାରା ଶାପଗ୍ରସ୍ତ ହୋଇ ପାପୀ ବେନ ମୃତ୍ୟୁକୁ
ପ୍ରାପ୍ତ ହୋଇଥିଲା; ଏବେ ଏହାଙ୍କ
ପୁଣ୍ୟବଳରେ ତା’ର ନର୍କରୁ ନିସ୍ତାର
ହୋଇଗଲା |
ହିରଣ୍ୟକଶିପୁଶ୍ଚାପି ଭଗବନ୍ନିନ୍ଦୟା ତମଃ ।
ବିବିକ୍ଷୁରତ୍ୟଗାତ୍ସୂନୋଃ ପ୍ରହ୍ଲାଦସ୍ୟାନୁଭାବତଃ ॥ ୪୭॥
ସେହିପରି ହିରଣ୍ୟକଶିପୁ ମଧ୍ୟ ଭଗବାନଙ୍କର ନିନ୍ଦା କରିଥିବା କାରଣରୁ
ନର୍କ ଗତି ପ୍ରାପ୍ତ ହେବାକୁ ଯାଉଥିବା ବେଳେ ନିଜ ପୁତ୍ର ପ୍ରହ୍ଲାଦଙ୍କ ପ୍ରଭାବରୁ ସେଥିରୁ
ନିଷ୍କୃତି ପାଇଗଲା |
ବୀରବର୍ୟ ପିତଃ ପୃଥ୍ୱ୍ୟାଃ ସମାଃ ସଞ୍ଜୀବ ଶାଶ୍ୱତୀଃ ।
ଯସ୍ୟେଦୃଶ୍ୟଚ୍ୟୁତେ ଭକ୍ତିଃ ସର୍ୱଲୋକୈକଭର୍ତରି ॥ ୪୮॥
ବୀରବର ପୃଥୁ ! ଆପଣ ତ ପୃଥିବୀର ପିତା ହିଁ ଅଟନ୍ତି ଏବଂ ସର୍ବଲୋକର
ଏକମାତ୍ର ସ୍ବାମୀ ଶ୍ରୀହରିଙ୍କଠାରେ ଆପଣଙ୍କର ଅବିଚଳ ଭକ୍ତି ରହିଛି, ସେଥିପାଇଁ ଆପଣ ଅନନ୍ତ ବର୍ଷ ଯାଏଁ ଜୀବିତ ରହନ୍ତୁ |
ଅହୋ ବୟଂ ହ୍ୟଦ୍ୟ ପବିତ୍ରକୀର୍ତେ
ତ୍ୱୟୈବ ନାଥେନ ମୁକୁନ୍ଦନାଥାଃ ।
ଯ ଉତ୍ତମଶ୍ଲୋକତମସ୍ୟ ବିଷ୍ଣୋ-
ର୍ବ୍ରହ୍ମଣ୍ୟଦେବସ୍ୟ କଥାଂ ବ୍ୟନକ୍ତି ॥ ୪୯॥
ଆପଣଙ୍କର ସୁଯଶ ଅତ୍ୟନ୍ତ ପବିତ୍ର ଅଟେ; ଆପଣ ଉଦାରକୀର୍ତ୍ତି
ବ୍ରହ୍ମଣ୍ୟଦେବ ଶ୍ରୀହରିଙ୍କ କଥାର ପ୍ରଚାର କରନ୍ତି | ଏହା ଆମ୍ଭମାନଙ୍କର ବହୁତ ବଡ ସୌଭାଗ୍ୟ
ଅଟେ; ଆପଣଙ୍କୁ ନିଜ
ସ୍ବାମୀ ରୂପରେ ପାଇ ଆମେ ସାକ୍ଷାତ୍ ଭଗବାନଙ୍କ ରାଜ୍ୟରେ ବାସ କରୁଥିବା ପରି ମନେକରୁଛୁ |
ନାତ୍ୟଦ୍ଭୁତମିଦଂ ନାଥ ତବାଜୀବ୍ୟାନୁଶାସନମ୍ ।
ପ୍ରଜାନୁରାଗୋ ମହତାଂ ପ୍ରକୃତିଃ କରୁଣାତ୍ମନାମ୍ ॥ ୫୦॥
ସ୍ବାମିନ୍ ! ନିଜ ଆଶ୍ରିତମାନଙ୍କୁ ଏପରି ଶ୍ରେଷ୍ଠ ଉପଦେଶ ଦେବା
ଆପଣଙ୍କ ପାଇଁ କିଛି ଆଶ୍ଚର୍ଯ୍ୟର କଥା ନୁହେଁ;
କାରଣ ନିଜ ପ୍ରଜାଙ୍କଠାରେ ପ୍ରେମ ରଖିବା ତ କରୁଣାମୟ ମହାପୁରୁଷମାନଙ୍କର ସ୍ବଭାବ ହିଁ ଅଟେ |
ଅଦ୍ୟ ନସ୍ତମସଃ ପାରସ୍ତ୍ୱୟୋପାସାଦିତଃ ପ୍ରଭୋ ।
ଭ୍ରାମ୍ୟତାଂ ନଷ୍ଟଦୃଷ୍ଟୀନାଂ କର୍ମଭିର୍ଦୈବସଞ୍ଜ୍ଞିତୈଃ ॥ ୫୧॥
ଆମ୍ଭେମାନେ ପ୍ରାରବ୍ଧବଶ ବିବେକହୀନ ହୋଇ ସଂସାର-ଅରଣ୍ୟରେ ଭ୍ରମିତ
ହେଉଥିଲୁ | ହେ ପ୍ରଭୁ ! ଆଜି ଆପଣ ଆମ୍ଭମାନଙ୍କୁ ସେହି ଅଜ୍ଞାନ-ଅନ୍ଧକାରରୁ ପାର କରିଦେଇଛନ୍ତି
|
ନମୋ ବିବୃଦ୍ଧସତ୍ତ୍ୱାୟ ପୁରୁଷାୟ ମହୀୟସେ ।
ଯୋ ବ୍ରହ୍ମ କ୍ଷତ୍ରମାବିଶ୍ୟ ବିଭର୍ତୀଦଂ ସ୍ୱତେଜସା ॥ ୫୨॥
ଆପଣ ଶୁଦ୍ଧ ସତ୍ତ୍ବମୟ ପରମପୁରୁଷ ଅଟନ୍ତି, ଯିଏ କ୍ଷତ୍ରିୟଜାତିରେ ପ୍ରବିଷ୍ଟ ହୋଇ ବ୍ରାହ୍ମଣମାନଙ୍କର,
ବ୍ରାହ୍ମଣଜାତିରେ ପ୍ରବିଷ୍ଟ ହୋଇ କ୍ଷତ୍ରିୟମାନଙ୍କର ତଥା ଉଭୟ ଜାତିରେ ପ୍ରତିଷ୍ଠିତ ହୋଇ ସମଗ୍ର
ଜଗତର ରକ୍ଷା କରୁଛନ୍ତି | ଆମେ ଆପଣଙ୍କୁ ନମସ୍କାର କରୁଛୁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଏକବିଂଶୋଽଧ୍ୟାୟଃ ॥ ୨୧॥

Comments
Post a Comment