ଶ୍ରୀମଦ୍ ଭାଗବତ ମହାପୁରାଣ
॥
ଓଁ ନମୋ ଭଗବତେ
ବାସୁଦେବାୟ ॥
॥
ଚତୁର୍ଥ ସ୍କନ୍ଧ ॥
ବିଂଶ ଅଧ୍ୟାୟ
ମହାରାଜ ପୃଥୁଙ୍କ ଯଜ୍ଞଶାଳାରେ ଶ୍ରୀବିଷ୍ଣୁ ଭଗବାନଙ୍କର ପ୍ରାଦୁର୍ଭାବ
ମୈତ୍ରେୟ ଉବାଚ
ଭଗବାନପି ବୈକୁଣ୍ଠଃ ସାକଂ ମଘବତା ବିଭୁଃ ।
ଯଜ୍ଞୈର୍ୟଜ୍ଞପତିସ୍ତୁଷ୍ଟୋ ଯଜ୍ଞଭୁକ୍ ତମଭାଷତ ॥ ୧॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ମହାରାଜ ପୃଥୁଙ୍କର ଅନେଶ୍ବତଟି
ଯଜ୍ଞାନୁଷ୍ଠାନ ଦ୍ବାରା ଯଜ୍ଞଭୋକ୍ତା ଯଜ୍ଞେଶ୍ବର ଭଗବାନ ବିଷ୍ଣୁ ବହୁତ ସନ୍ତୁଷ୍ଟ ହେଲେ | ସେ
ଇନ୍ଦ୍ରଙ୍କ ସହିତ ସେଠାରେ ଉପସ୍ଥିତ ହୋଇ ରାଜାଙ୍କୁ କହିଲେ -
ଶ୍ରୀଭଗବାନୁବାଚ
ଏଷ ତେଽକାର୍ଷୀଦ୍ଭଙ୍ଗଂ ହୟମେଧଶତସ୍ୟ ହ ।
କ୍ଷମାପୟତ ଆତ୍ମାନମମୁଷ୍ୟ କ୍ଷନ୍ତୁମର୍ହସି ॥ ୨॥
ଶ୍ରୀଭଗବାନ କହିଲେ – ରାଜନ୍ ! ଇନ୍ଦ୍ର ତୁମର ଏକଶତ ଅଶ୍ବମେଧ-ଯଜ୍ଞ
ପୂର୍ଣ୍ଣ କରିବାର ସଂକଳ୍ପରେ ବିଘ୍ନ ଉତ୍ପନ୍ନ କରିଛନ୍ତି | ଏବେ ସେ ତୁମଠାରୁ କ୍ଷମା-ଭିକ୍ଷା
କରୁଛନ୍ତି, ତୁମେ ତାଙ୍କୁ କ୍ଷମା
କରିଦିଅ |
ସୁଧିୟଃ ସାଧବୋ ଲୋକେ ନରଦେବ ନରୋତ୍ତମାଃ ।
ନାଭିଦ୍ରୁହ୍ୟନ୍ତି ଭୂତେଭ୍ୟୋ ଯର୍ହି ନାତ୍ମା କଲେବରମ୍ ॥ ୩॥
ହେ ନରଦେବ ! ଯେଉଁ ଶ୍ରେଷ୍ଠ ମାନବ ସାଧୁ ଏବଂ ସଦବୁଦ୍ଧିସମ୍ପନ୍ନ
ଅଟନ୍ତି, ସେମାନେ ଅନ୍ୟ ଜୀବ
ପ୍ରତି ଦ୍ରୋହ କରନ୍ତି ନାହିଁ; କାରଣ ଏହି ଶରୀର ଆତ୍ମା
ନୁହେଁ |
ପୁରୁଷା ଯଦି ମୁହ୍ୟନ୍ତି ତ୍ୱାଦୃଶା ଦେବମାୟଯା ।
ଶ୍ରମ ଏବ ପରଂ ଜାତୋ ଦୀର୍ଘୟା ବୃଦ୍ଧସେବୟା ॥ ୪॥
ତୁମ ପରି ଲୋକମାନେ ବି ଯଦି ମୋ ମାୟାରେ ମୋହିତ ହୋଇଯିବେ, ତେବେ ଜାଣିବାକୁ ହେବ ଯେ ବହୁଦିନ ଧରି ସେମାନଙ୍କ ଦ୍ବାରା କରାଯାଇ
ଥିବା ଜ୍ଞାନୀଜନଙ୍କର ସେବା କେବଳ ଶ୍ରମ ମାତ୍ର ହିଁ ଥିଲା |
ଅତଃ କାୟମିମଂ ବିଦ୍ୱାନବିଦ୍ୟାକାମକର୍ମଭିଃ ।
ଆରବ୍ଧ ଇତି ନୈବାସ୍ମିନ୍ ପ୍ରତିବୁଦ୍ଧୋଽନୁଷଜ୍ଜତେ ॥ ୫॥
ଜ୍ଞାନବାନ ପୁରୁଷ ଏହି ଶରୀରକୁ ଅବିଦ୍ୟା, ବାସନା ଏବଂ କର୍ମର ପିତୁଳା ଜ୍ଞାନ କରି ତହିଁରେ ଆସକ୍ତ ହୁଅନ୍ତି
ନାହିଁ |
ଅସଂସକ୍ତଃ ଶରୀରେଽସ୍ମିନ୍ନମୁନୋତ୍ପାଦିତେ ଗୃହେ ।
ଅପତ୍ୟେ ଦ୍ରବିଣେ ବାପି କଃ କୁର୍ୟାନ୍ମମତାଂ ବୁଧଃ ॥ ୬॥
ଏହିପରି ଭାବରେ ଯିଏ ଏହି ଶରୀରରେ ହିଁ ଆସକ୍ତ ନୁହଁନ୍ତି, ସେହି ବିବେକୀ ପୁରୁଷ ଭଲା ଶରୀରରୁ ଉତ୍ପନ୍ନ ଗୃହ, ପୁତ୍ର ଏବଂ ଧନ ଆଦିରେ କିପରି ମମତା ରଖିବେ |
ଏକଃ ଶୁଦ୍ଧଃ ସ୍ୱୟଞ୍ଜ୍ୟୋତିର୍ନିର୍ଗୁଣୋଽସୌ ଗୁଣାଶ୍ରୟଃ ।
ସର୍ୱଗୋଽନାବୃତଃ ସାକ୍ଷୀ ନିରାତ୍ମାଽଽତ୍ମାଽଽତ୍ମନଃପରଃ ॥ ୭॥
ଏହି ଆତ୍ମା ଏକ, ଶୁଦ୍ଧ, ସ୍ବୟଂପ୍ରକାଶ, ନିର୍ଗୁଣ, ଗୁଣମାନଙ୍କର ଆଶ୍ରୟ,
ସର୍ବବ୍ୟାପକ, ଆବରଣଶୂନ୍ୟ, ସମସ୍ତଙ୍କର ସାକ୍ଷୀ ଏବଂ ଅନ୍ୟ ଆତ୍ମାରୁ ରହିତ ଅଟେ; ଅତଏବ ଶରୀରଠାରୁ ଭିନ୍ନ ଅଟେ |
ଯ ଏବଂ ସନ୍ତମାତ୍ମାନମାତ୍ମସ୍ଥଂ ବେଦ ପୂରୁଷଃ ।
ନାଜ୍ୟତେ ପ୍ରକୃତିସ୍ଥୋଽପି ତଦ୍ଗୁଣୈଃ ସ ମୟି ସ୍ଥିତଃ ॥ ୮॥
ଯେଉଁ ପୁରୁଷ ଏହି ଦେହସ୍ଥିତ ଆତ୍ମାକୁ ଶରୀରଠାରୁ ଭିନ୍ନ ରୂପେ
ଜାଣନ୍ତି, ସେ ପ୍ରକୃତି ସହିତ
ସମ୍ବନ୍ଧ ରଖି ମଧ୍ୟ ପ୍ରାକୃତିକ ଗୁଣରେ ଲିପ୍ତ ହୁଅନ୍ତି ନାହିଁ; କାରଣ ତାଙ୍କର ସ୍ଥିତି
ପରମାତ୍ମାଙ୍କଠାରେ, ଅର୍ଥାତ୍ ମୋଠାରେ
ରହିଥାଏ |
ଯଃ ସ୍ୱଧର୍ମେଣ ମାଂ ନିତ୍ୟଂ ନିରାଶୀଃ ଶ୍ରଦ୍ଧୟାନ୍ୱିତଃ ।
ଭଜତେ ଶନକୈସ୍ତସ୍ୟ ମନୋ ରାଜନ୍ ପ୍ରସୀଦତି ॥ ୯॥
ରାଜନ୍ ! ଯେଉଁ ପୁରୁଷ କୌଣସି ପ୍ରକାରର କାମନା ନ ରଖି ନିଜ
ବର୍ଣ୍ଣାଶ୍ରମ ଧର୍ମ ଦ୍ବାରା ନିତ୍ୟପ୍ରତି ଶ୍ରଦ୍ଧାପୂର୍ବକ ମୋର ଆରାଧନା କରନ୍ତି, ସେମାନଙ୍କର ଚିତ୍ତ ଧୀରେ-ଧୀରେ ଶୁଦ୍ଧ ହୋଇଯାଏ |
ପରିତ୍ୟକ୍ତଗୁଣଃ ସମ୍ୟଗ୍ଦର୍ଶନୋ ବିଶଦାଶୟଃ ।
ଶାନ୍ତିଂ ମେ ସମବସ୍ଥାନଂ ବ୍ରହ୍ମକୈବଲ୍ୟମଶ୍ନୁତେ ॥ ୧୦॥
ଚିତ୍ତ ଶୁଦ୍ଧ ହୋଇଯିବା ପରେ ତାଙ୍କର ବିଷୟ ସହିତ ସମ୍ବନ୍ଧ ରହେନାହିଁ
ତଥା ତାଙ୍କର ତତ୍ତ୍ବଜ୍ଞାନ ପ୍ରାପ୍ତି ହୋଇଯାଏ | ତାପରେ ସେ ମୋର ସମତାରୂପ ସ୍ଥିତିକୁ ପ୍ରାପ୍ତ
ହୋଇଯାଆନ୍ତି | ଏହା ହିଁ ପରମ ଶାନ୍ତି, ବ୍ରହ୍ମ ଅଥବା
କୈବଲ୍ୟ ଅଟେ |
ଉଦାସୀନମିବାଧ୍ୟକ୍ଷଂ ଦ୍ରବ୍ୟଜ୍ଞାନକ୍ରିୟାତ୍ମନାମ୍ ।
କୂଟସ୍ଥମିମମାତ୍ମାନଂ ଯୋ ବେଦାପ୍ନୋତି ଶୋଭନମ୍ ॥ ୧୧॥
ଯେଉଁ ପୁରୁଷ ଏହା ଜାଣିଥାଆନ୍ତି ଯେ ଶରୀର, ଜ୍ଞାନ, କ୍ରିୟା ଏବଂ ମନର
ସାକ୍ଷୀ ହୋଇ ମଧ୍ୟ କୂଟସ୍ଥ ଆତ୍ମା ସେହିସବୁ ଠାରୁ ନିର୍ଲିପ୍ତ ହିଁ ରହିଥାଏ, ସେ କଲ୍ୟାଣମୟ ମୋକ୍ଷପଦ ପ୍ରାପ୍ତ କରିନିଅନ୍ତି |
ଭିନ୍ନସ୍ୟ ଲିଙ୍ଗସ୍ୟ ଗୁଣପ୍ରବାହୋ
ଦ୍ରବ୍ୟକ୍ରିୟାକାରକଚେତନାଽଽତ୍ମନଃ ।
ଦୃଷ୍ଟାସୁ ସମ୍ପତ୍ସୁ ବିପତ୍ସୁ ସୂରୟୋ
ନ ବିକ୍ରିୟନ୍ତେ ମୟି ବଦ୍ଧସୌହୃଦାଃ ॥ ୧୨॥
ରାଜନ୍ ! ଗୁଣପ୍ରବାହରୂପ ଆବାହଗମନ ତ ଭୂତ, ଇନ୍ଦ୍ରିୟ, ଇନ୍ଦ୍ରିୟାଭିମାନୀ
ଦେବତା ଏବଂ ଚିଦାଭାସ – ଏହି ସବୁର ସମଷ୍ଟିରୂପ ପରିଚ୍ଛିନ୍ନ ଲିଙ୍ଗଶରୀରର ହିଁ ହୋଇଥାଏ;
ସର୍ବସାକ୍ଷୀ ଆତ୍ମା ସହିତ ଏହାର କୌଣସି ସମ୍ବନ୍ଧ ନାହିଁ | ମୋଠାରେ ଦୃଢ ଅନୁରାଗ ରଖିଥିବା
ବୁଦ୍ଧିମାନ ପୁରୁଷ ସମ୍ପତ୍ତି ଏବଂ ବିପତ୍ତି ପ୍ରାପ୍ତ ହେଲେ କେବେ ହର୍ଷ-ଶୋକାଦି ବିକାରର
ବଶୀଭୂତ ହୁଅନ୍ତି ନାହିଁ |
ସମଃ ସମାନୋତ୍ତମମଧ୍ୟମାଧମଃ
ସୁଖେ ଚ ଦୁଃଖେ ଚ ଜିତେନ୍ଦ୍ରିୟାଶୟଃ ।
ମୟୋପକୢପ୍ତାଖିଲଲୋକସଂୟୁତୋ
ବିଧତ୍ସ୍ୱ ବୀରାଖିଲଲୋକରକ୍ଷଣମ୍ ॥ ୧୩॥
ସେଥିପାଇଁ ହେ ବୀରବର ! ତୁମେ ଉତ୍ତମ, ମଧ୍ୟମ ଏବଂ ଅଧମ ପୁରୁଷଙ୍କ ପ୍ରତି ସମଭାବ ରଖି ସୁଖ-ଦୁଃଖକୁ ଏକାପରି
ମନେକର ତଥା ମନ ଏବଂ ଇନ୍ଦ୍ରିୟମାନଙ୍କୁ ଜୟ କରି ମୋ ଦ୍ବାରା ଯୋଗାଇ ଦିଆ ଯାଇଥିବା ମନ୍ତ୍ରୀ ଆଦି
ସମସ୍ତ ରାଜକୀୟ ପୁରୁଷଙ୍କ ସହାୟତାରେ ସମ୍ପୂର୍ଣ୍ଣ ଲୋକର ରକ୍ଷା କର |
ଶ୍ରେୟଃ ପ୍ରଜାପାଲନମେବ ରାଜ୍ଞୋ
ଯତ୍ସାମ୍ପରାୟେ ସୁକୃତାତ୍ଷଷ୍ଠମଂଶମ୍ ।
ହର୍ତାନ୍ୟଥା ହୃତପୁଣ୍ୟଃ ପ୍ରଜାନା-
ମରକ୍ଷିତା କରହାରୋଽଘମତ୍ତି ॥ ୧୪॥
ରାଜାର କଲ୍ୟାଣ ପ୍ରଜାପାଳନରେ ହିଁ ନିହିତ ଅଟେ | ଏହା ଦ୍ବାରା
ତାଙ୍କୁ ପରଲୋକରେ ପ୍ରଜାଙ୍କ ପୁଣ୍ୟର ଛଅ ଭାଗ୍ୟ ପୁଣ୍ୟ ମିଳିଥାଏ | ବିପରୀତ ପକ୍ଷରେ, ଯେଉଁ ରାଜା ପ୍ରଜାଙ୍କର ରକ୍ଷା କରିବା ଦୂରରେ ଥାଉ, ସେମାନଙ୍କଠାରୁ କର ଅସୁଲ କରିବାରେ ଲାଗିଥାଆନ୍ତି, ତାଙ୍କର ସବୁ ପୁଣ୍ୟ ପ୍ରଜାମାନେ ଛଡାଇ ନିଅନ୍ତି ଏବଂ ପ୍ରତିବଦଳରେ
ପ୍ରଜାମାନଙ୍କର ସବୁ ପାପରେ ରାଜାଙ୍କୁ ଭାଗୀଦାର ହେବାକୁ ପଡିଥାଏ |
ଏବଂ ଦ୍ୱିଜାଗ୍ର୍ୟାନୁମତାନୁବୃତ୍ତ-
ଧର୍ମପ୍ରଧାନୋଽନ୍ୟତମୋଽବିତାସ୍ୟାଃ ।
ହ୍ରସ୍ୱେନ କାଲେନ ଗୃହୋପୟାତାନ୍
ଦ୍ରଷ୍ଟାସି ସିଦ୍ଧାନନୁରକ୍ତଲୋକଃ ॥ ୧୫॥
ଏପରି ବିଚାର କରି ତୁମେ ଯଦି ଶ୍ରେଷ୍ଠ ବ୍ରାହ୍ମଣମାନଙ୍କର ସମ୍ମତି
ଏବଂ ପୂର୍ବ ପରମ୍ପରାରୁ ପ୍ରାପ୍ତ ଧର୍ମକୁ ହିଁ ମୁଖ୍ୟ ରୂପରେ ଆପଣାର କରିନେବ ଏବଂ କେଉଁଠାରେ
ଆସକ୍ତି ନ ରଖି ନ୍ୟାୟପୂର୍ବକ ପୃଥିବୀର ପାଳନ କରିବ,
ତେବେ ସମସ୍ତେ ତୁମକୁ ଭଲ ପାଇବେ ଏବଂ ଅଳ୍ପ କିଛି ଦିନରେ ତୁମେ ଘରେ ବସି ସନକାଦି ସିଦ୍ଧମାନଙ୍କର
ଦର୍ଶନ କରିବ |
ବରଂ ଚ ମତ୍କଞ୍ଚନ ମାନବେନ୍ଦ୍ର
ବୃଣୀଷ୍ୱ ତେଽହଂ ଗୁଣଶୀଲୟନ୍ତ୍ରିତଃ ।
ନାହଂ ମଖୈର୍ୱୈ ସୁଲଭସ୍ତପୋଭି-
ର୍ୟୋଗେନ ବା ଯତ୍ସମଚିତ୍ତବର୍ତୀ ॥ ୧୬॥
ହେ ରାଜନ୍ ! ତୁମେ ନିଜର ଗୁଣ ଏବଂ ସ୍ବଭାବରେ ମୋତେ ବଶୀଭୂତ କରିନେଇଛ
| ତେଣୁ ତୁମର ଯାହା ଇଚ୍ଛା, ମୋଠାରୁ ସେହି ବର
ମାଗି ନିଅ | କ୍ଷମା ଆଦି ଗୁଣରେ ରହିତ ଯଜ୍ଞ, ତପ ଅଥବା ଯୋଗ
ଦ୍ବାରା ମୋତେ ପ୍ରାପ୍ତ କରିବା ସହଜ ନୁହେଁ, ମୁଁ ତ ସେମାନଙ୍କ
ହୃଦୟରେ ନିବାସ କରିଥାଏ ଯେଉଁମାନଙ୍କର ଚିତ୍ତରେ ସମତା ଥାଏ |
ମୈତ୍ରେୟ ଉବାଚ
ସ ଇତ୍ଥଂ ଲୋକଗୁରୁଣା ବିଷ୍ୱକ୍ସେନେନ ବିଶ୍ୱଜିତ୍ ।
ଅନୁଶାସିତ ଆଦେଶଂ ଶିରସା ଜଗୃହେ ହରେଃ ॥ ୧୭॥
ମୈତ୍ରେୟ କହୁଛନ୍ତି – ହେ ବିଦୁର ! ସର୍ବଲୋକଗୁରୁ ଶ୍ରୀହରିଙ୍କର
ଉପଦେଶକୁ ଜଗତ୍-ବିଜୟୀ ମହାରାଜ ପୃଥୁ ଆଜ୍ଞା ମନେକରି ଶିରୋଧାର୍ଯ୍ୟ କଲେ |
ସ୍ପୃଶନ୍ତଂ ପାଦୟୋଃ ପ୍ରେମ୍ଣା ବ୍ରୀଡିତଂ ସ୍ୱେନ କର୍ମଣା ।
ଶତକ୍ରତୁଂ ପରିଷ୍ୱଜ୍ୟ ବିଦ୍ୱେଷଂ ବିସସର୍ଜ ହ ॥ ୧୮॥
ଦେବରାଜ ଇନ୍ଦ୍ର ନିଜର କର୍ମକୁ ନେଇ ଲଜ୍ୟା ଅନୁଭବ କରି ତାଙ୍କ ଚରଣରେ
ଅବନତ ହେବାକୁ ଯାଉଥିବା ବେଳେ ସେ ତାଙ୍କୁ ପ୍ରେମପୂର୍ବକ ହୃଦୟଲଗ୍ନ କରିନେଲେ ଏବଂ ସବୁ
ମନୋମାଳିନ୍ୟ ଦୂର କରିଦେଲେ |
ଭଗବାନଥ ବିଶ୍ୱାତ୍ମା ପୃଥୁନୋପହୃତାର୍ହଣଃ ।
ସମୁଜ୍ଜିହାନୟା ଭକ୍ତ୍ୟା ଗୃହୀତଚରଣାମ୍ବୁଜଃ ॥ ୧୯॥
ତାପରେ ମହାରାଜ ପୃଥୁ ଭକ୍ତବତ୍ସଳ ବିଶ୍ବାତ୍ମା ଭଗବାନଙ୍କର ପୂଜନ କଲେ
ଏବଂ କ୍ଷଣ-କ୍ଷଣ ହୃଦୟରେ ଉଦବେଳିତ ଭକ୍ତିଭାବରେ ନିମଗ୍ନ ହୋଇ ପ୍ରଭୁଙ୍କର ଚରଣକମଳକୁ ଆଲିଙ୍ଗନ
କରିନେଲେ |
ପ୍ରସ୍ଥାନାଭିମୁଖୋଽପ୍ୟେନମନୁଗ୍ରହବିଲମ୍ବିତଃ ।
ପଶ୍ୟନ୍ ପଦ୍ମପଲାଶାକ୍ଷୋ ନ ପ୍ରତସ୍ଥେ ସୁହୃତ୍ସତାମ୍ ॥ ୨୦॥
ଶ୍ରୀହରି ସେଠାରୁ ପ୍ରସ୍ଥାନ କରିବାକୁ ଇଚ୍ଛା କରୁଥିଲେ, କିନ୍ତୁ ପୃଥୁଙ୍କ ପ୍ରତି ତାଙ୍କର ବାତ୍ସଲ୍ୟଭାବ ତାଙ୍କୁ ସେଠାରୁ
ଯିବାକୁ ଦେଲାନାହିଁ | ସେ ନିଜ କମଳଦଳ ସଦୃଶ ନେତ୍ରରେ ତାଙ୍କ ଆଡକୁ ଚାହିଁ ରହିଲେ, ସେଠାରୁ ଯାଇ ପାରିଲେ ନାହିଁ |
ସ ଆଦିରାଜୋ ରଚିତାଞ୍ଜଲିର୍ହରିଂ
ବିଲୋକିତୁଂ ନାଶକଦଶ୍ରୁଲୋଚନଃ ।
ନ କିଞ୍ଚନୋବାଚ ସ ବାଷ୍ପବିକ୍ଲବୋ
ହୃଦୋପଗୁହ୍ୟାମୁମଧାଦବସ୍ଥିତଃ ॥ ୨୧॥
ଆଦିରାଜ ମହାରାଜ ପୃଥୁଙ୍କର ନେତ୍ରରେ ଜଳ ଭରିଯାଇଥିବା କାରଣରୁ ସେ
ଭଗବାନଙ୍କର ଭଲ ଭାବରେ ଦର୍ଶନ କରିପାରିଲେ ନାହିଁ
କି କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିବା କାରଣରୁ କିଛି କହି ମଧ୍ୟ ପାରିଲେ ନାହିଁ | ଭଗବାନଙ୍କୁ
ହୃଦୟଲଗ୍ନ କରି ସ୍ଥାଣୁବତ୍ ଠିଆ ହୋଇ ରହିଲେ |
ଅଥାବମୃଜ୍ୟାଶ୍ରୁକଲା ବିଲୋକୟ-
ନ୍ନତୃପ୍ତଦୃଗ୍ଗୋଚରମାହ ପୂରୁଷମ୍ ।
ପଦା ସ୍ପୃଶନ୍ତଂ କ୍ଷିତିମଂସ ଉନ୍ନତେ
ବିନ୍ୟସ୍ତହସ୍ତାଗ୍ରମୁରଙ୍ଗବିଦ୍ୱିଷଃ ॥ ୨୨॥
ପ୍ରଭୁ ନିଜ ଚରଣକମଳରେ ପୃଥିବୀକୁ ସ୍ପର୍ଶ କରି ଠିଆ ହୋଇଥିଲେ;
ତାଙ୍କର କରାଗ୍ରଭାଗ ଗରୁଡ଼ଙ୍କ କାନ୍ଧ ଉପରେ ରହିଥିଲା | ମହାରାଜ ପୃଥୁ ନିଜ ନେତ୍ରର ଅଶ୍ରୁ
ପୋଛି ଅତୃପ୍ତ ଦୃଷ୍ଟିରେ ତାଙ୍କ ଆଡକୁ ଚାହିଁ ଏହିପରି କହିବାରେ ଲାଗିଲେ |
ପୃଥୁରୁବାଚ
ବରାନ୍ୱିଭୋ ତ୍ୱଦ୍ୱରଦେଶ୍ୱରାଦ୍ବୁଧଃ
କଥଂ ବୃଣୀତେ ଗୁଣବିକ୍ରିୟାତ୍ମନାମ୍ ।
ଯେ ନାରକାଣାମପି ସନ୍ତି ଦେହିନାଂ
ତାନୀଶ କୈବଲ୍ୟପତେ ବୃଣେ ନ ଚ ॥ ୨୩॥
ମହାରାଜ ପୃଥୁ କହିଲେ – ମୋକ୍ଷପତି ପ୍ରଭୁ ! ଆପଣ ତ ବରଦାୟକ ବ୍ରହ୍ମା
ଆଦି ଦେବତାମାନଙ୍କୁ ମଧ୍ୟ ବର ଦେବାକୁ ସମର୍ଥ | ତେଣୁ କୌଣସି ବୁଦ୍ଧିମାନ ପୁରୁଷ ଆପଣଙ୍କଠାରୁ
ଦେହାଭିମାନୀମାନଙ୍କର ଭୋଗ-ଯୋଗ୍ୟ ବିଷୟ କାହିଁକି ମାଗିବେ ? ତାହା ତ ନାରକୀୟ ଜୀବଙ୍କୁ ମଧ୍ୟ
ମିଳୁଥାଏ | ତେଣୁ ସେହି ସବୁ ତୁଚ୍ଛ ବିଷୟ ମୁଁ ଆପଣଙ୍କଠାରୁ ମାଗୁନାହିଁ |
ନ କାମୟେ ନାଥ ତଦପ୍ୟହଂ କ୍ୱଚି-
ନ୍ନ ଯତ୍ର ଯୁଷ୍ମଚ୍ଚରଣାମ୍ବୁଜାସବଃ ।
ମହତ୍ତମାନ୍ତର୍ହୃଦୟାନ୍ମୁଖଚ୍ୟୁତୋ
ବିଧତ୍ସ୍ୱ କର୍ଣାୟୁତମେଷ ମେ ବରଃ ॥ ୨୪॥
ମୋର ତ ସେହି ମୋକ୍ଷପଦର ଇଚ୍ଛା ମଧ୍ୟ ନାହିଁ ଯହିଁରେ ମହାପୁରୁଷଙ୍କ
ହୃଦୟରୁ ସେମାନଙ୍କ ମୁଖ ମାଧ୍ୟମରେ ନିଃସୃତ ଆପଣଙ୍କ ଚରଣକମଳର ମକରନ୍ଦ ନ ଥାଏ – ଆପଣଙ୍କ
କୀର୍ତ୍ତି-କଥା ଶ୍ରବଣ କରିବାର ସୁଖ ମିଳି ନ ଥାଏ | ମୋର କେବଳ ଏତିକି ମାଗୁଣି, ଆପଣ ମୋତେ ଦଶ ହଜାର କାନ ଦିଅନ୍ତୁ, ଯଦ୍ବାରା ମୁଁ ଆପଣଙ୍କ ଲୀଳା-କଥାର ଶ୍ରବଣ ନିରନ୍ତର କରିପାରିବି |
ସ ଉତ୍ତମଶ୍ଲୋକମହନ୍ମୁଖଚ୍ୟୁତୋ
ଭବତ୍ପଦାମ୍ଭୋଜସୁଧାକଣାନିଲଃ ।
ସ୍ମୃତିଂ ପୁନର୍ୱିସ୍ମୃତତତ୍ତ୍ୱବର୍ତ୍ମନାଂ
କୁୟୋଗିନାଂ ନୋ ବିତରତ୍ୟଲଂ ବରୈଃ ॥ ୨୫॥
ପୁଣ୍ୟକୀର୍ତ୍ତି ପ୍ରଭୁ ! ଆପଣଙ୍କ ଚରଣକମଳ-ମକରନ୍ଦରୂପୀ ଅମୃତ-କଣ
ବହନ କରି ମହାପୁରୁଷମାନଙ୍କ ମୁଖରୁ ଯେଉଁ ବାୟୁ ନିର୍ଗତ ହୋଇଥାଏ, ସେଥିରେ ଏତେ ଶକ୍ତି ଥାଏ ଯେ ତତ୍ତ୍ବ ବିସ୍ମୃତ ହୋଇଯାଇ ଥିବା
ଆମ୍ଭମାନଙ୍କ ପରି କୁଯୋଗୀମାନଙ୍କୁ ତାହା ପୁନଃ ତତ୍ତ୍ବଜ୍ଞାନ କରାଇ ଦିଏ | ଅତଏବ ଅନ୍ୟ କୌଣସି ବରର
ଆବଶ୍ୟକତା ମୋର ନାହିଁ |
ଯଶଃ ଶିବଂ ସୁଶ୍ରବ ଆର୍ୟସଙ୍ଗମେ
ଯଦୃଚ୍ଛୟା ଚୋପଶୃଣୋତି ତେ ସକୃତ୍ ।
କଥଂ ଗୁଣଜ୍ଞୋ ବିରମେଦ୍ୱିନା ପଶୁଂ
ଶ୍ରୀର୍ୟତ୍ପ୍ରବବ୍ରେ ଗୁଣସଙ୍ଗ୍ରହେଚ୍ଛୟା ॥ ୨୬॥
କୀର୍ତ୍ତିମାନ ପ୍ରଭୁ ! ଦୈବବଶ ସତସଂଗରେ ଆପଣଙ୍କ ମଙ୍ଗଳମୟ ସୁଯଶର
ଶ୍ରବଣ ଥରେ ମାତ୍ର କରି କୌଣସି ପଶୁବୁଦ୍ଧି ପୁରୁଷ ହୁଏତ ତୃପ୍ତ ହୋଇଯାଇ ପାରେ, କିନ୍ତୁ ଗୁଣଗ୍ରାହୀ ପୁରୁଷ ସନ୍ତୁଷ୍ଟ ହେବେ କିପରି ? ସବୁ ପ୍ରକାର
ପୁରୁଷାର୍ଥ ସିଦ୍ଧି ନିମନ୍ତେ ଆରାଧିତା ସ୍ବୟଂ ଲକ୍ଷ୍ମୀଦେବୀ ମଧ୍ୟ ସର୍ବଦା ଆପଣଙ୍କର ସୁଯଶ
ଶ୍ରବଣ କରିବାକୁ ଲାଳାୟିତ ରହିଥାଆନ୍ତି |
ଅଥାଭଜେ ତ୍ୱାଖିଲପୂରୁଷୋତ୍ତମଂ
ଗୁଣାଲୟଂ ପଦ୍ମକରେବ ଲାଲସଃ ।
ଅପ୍ୟାବୟୋରେକପତିସ୍ପୃଧୋଃ କଲି-
ର୍ନ ସ୍ୟାତ୍କୃତତ୍ୱଚ୍ଚରଣୈକତାନୟୋଃ ॥ ୨୭॥
ହେ ସର୍ବଗୁଣଧାମ ପୁରୁଷୋତ୍ତମ ପ୍ରଭୁ ! ଲକ୍ଷ୍ମୀଦେବୀଙ୍କ ପରି ମୁଁ
ମଧ୍ୟ ଅତ୍ୟନ୍ତ ଉତ୍ସୁକତାରେ ଆପଣଙ୍କର ସେବା କରିବାକୁ ଇଚ୍ଛା କରୁଛି | କିନ୍ତୁ ଏପରି ନ ହେଉ ଯେ
ଜଣେ ପତିଙ୍କର ସେବା ପ୍ରାପ୍ତ କରିବା ପ୍ରତିଯୋଗିତାରେ ଆପଣଙ୍କ ଚରଣରେ ମନକୁ ଏକାଗ୍ର କରିଥିବା
ଆମ ଦୁହିଁଙ୍କ ମଧ୍ୟରେ କଳହ ଉତ୍ପନ୍ନ ହୋଇଯିବ |
ଜଗଜ୍ଜନନ୍ୟାଂ ଜଗଦୀଶ ବୈଶସଂ
ସ୍ୟାଦେବ ଯତ୍କର୍ମଣି ନଃ ସମୀହିତମ୍ ।
କରୋଷି ଫଲ୍ଗ୍ୱପ୍ୟୁରୁ ଦୀନବତ୍ସଲଃ
ସ୍ୱ ଏବ ଧିଷ୍ଣ୍ୟେଽଭିରତସ୍ୟ କିଂ ତୟା ॥ ୨୮॥
ହେ ଜଗଦୀଶ୍ବର ! ଜଗଜ୍ଜନନୀ ଲକ୍ଷ୍ମୀଦେବୀଙ୍କ ହୃଦୟରେ ତ ମୋ ପ୍ରତି
ବିରୋଧଭାବ ନିଶ୍ଚୟ ଉତ୍ପନ୍ନ ହେବ, କାରଣ ଆପଣଙ୍କର ଯେଉଁ
ସେବାକାର୍ଯ୍ୟରେ ତାଙ୍କର ଅନୁରାଗ ରହିଛି, ମୁଁ ତାହା ନିମନ୍ତେ
ଲାଳାୟିତ ରହିଛି | କିନ୍ତୁ ଆପଣ ତ ଦୀନମାନଙ୍କ ପ୍ରତି ଦୟାଶୀଳ ଅଟନ୍ତି; ସେମାନଙ୍କର ତୁଚ୍ଛ ସେବାକୁ ମଧ୍ୟ ଆପଣ ବହୁତ ମହତ୍ତ୍ବ ଦେଇଥାଆନ୍ତି
| ତେଣୁ ମୁଁ ଆଶା କରୁଛି, ଆମ ଦୁହିଁଙ୍କ
ଝଗଡାରେ ଆପଣ ମୋର ହିଁ ପକ୍ଷ ନେବେ | ଆପଣ ତ ନିଜ ସ୍ବରୂପରେ ହିଁ ରମଣ କରନ୍ତି; ତେଣୁ ଆପଣଙ୍କ ପାଇଁ ଭଲା ଲକ୍ଷ୍ମୀଦେବୀଙ୍କର କ’ଣ ଆବଶ୍ୟକତା ରହିଛି ?
ଭଜନ୍ତ୍ୟଥ ତ୍ୱାମତ ଏବ ସାଧବଃ
ବ୍ୟୁଦସ୍ତମାୟାଗୁଣବିଭ୍ରମୋଦୟମ୍ ।
ଭବତ୍ପଦାନୁସ୍ମରଣାଦୃତେ ସତାଂ
ନିମିତ୍ତମନ୍ୟଦ୍ଭଗବନ୍ ନ ବିଦ୍ମହେ ॥ ୨୯॥
ସେଥିପାଇଁ ନିଷ୍କାମ ମହାତ୍ମାମାନେ ଜ୍ଞାନ ପ୍ରାପ୍ତ କରିବା ପରେ ମଧ୍ୟ
ଆପଣଙ୍କର ଭଜନ କରନ୍ତି | ଆପଣ ମାୟାର କାର୍ଯ୍ୟ ଅହଂକାରାଦିରୁ ସମ୍ପୂର୍ଣ୍ଣ ମୁକ୍ତ ଅଟନ୍ତି |
ଭଗବନ୍ ! ମୋ ଦୃଷ୍ଟିରେ ଆପଣଙ୍କ ଚରଣକମଳର ନିରନ୍ତର ଚିନ୍ତନ ଅତିରିକ୍ତ ସତ୍-ପୁରୁଷମାନଙ୍କର
ଅନ୍ୟ କୌଣସି ପ୍ରୟୋଜନ ନାହିଁ |
ମନ୍ୟେ ଗିରଂ ତେ ଜଗତାଂ ବିମୋହିନୀଂ
ବରଂ ବୃଣୀଷ୍ୱେତି ଭଜନ୍ତମାତ୍ଥ ଯତ୍ ।
ବାଚା ନୁ ତନ୍ତ୍ୟା ଯଦି ତେ ଜନୋଽସିତଃ
କଥଂ ପୁନଃ କର୍ମ କରୋତି ମୋହିତଃ ॥ ୩୦॥
ମୁଁ ମଧ୍ୟ କୌଣସି ଇଚ୍ଛା ନ ରଖି ଆପଣଙ୍କର ଭଜନ କରୁଛି | ଆପଣ ମୋତେ
ବର ମାଗିବା ପାଇଁ ଯାହା କହିଲେ, ଆପଣଙ୍କର ସେହି
ବାଣୀକୁ ମୁଁ ସାଂସାରିକ ମୋହ ଉତ୍ପନ୍ନକାରୀ ମନେ କରୁଛି | କେବଳ ସେତିକି ନୁହେଁ, ଆପଣଙ୍କ ବେଦରୂପା ବାଣୀ ବି ତ ଜଗତକୁ ମୋହରେ ବାନ୍ଧି ରଖିଛି | ସେହି
ବେଦରୂପ ରସିରେ ବାନ୍ଧି ହୋଇ ନ ଥିଲେ, ଲୋକେ ମୋହବଶ ସକାମ
କର୍ମ କାହିଁକି କରନ୍ତେ ?
ତ୍ୱନ୍ମାୟଯାଦ୍ଧା ଜନ ଈଶ ଖଣ୍ଡିତୋ
ଯଦନ୍ୟଦାଶାସ୍ତ ଋତାତ୍ମନୋଽବୁଧଃ ।
ଯଥା ଚରେଦ୍ବାଲହିତଂ ପିତା ସ୍ୱୟଂ
ତଥା ତ୍ୱମେବାର୍ହସି ନଃ ସମୀହିତୁମ୍ ॥ ୩୧॥
ପ୍ରଭୁ ! ଆପଣଙ୍କ ମାୟାରେ ହିଁ ମନୁଷ୍ୟ ନିଜର ବାସ୍ତବ ସ୍ଵରୂପକୁ
ଭୁଲି, ଆପଣଙ୍କ ପ୍ରତି
ବିମୁଖ ହୋଇ ଅଜ୍ଞାନବଶ ଅନ୍ୟ ସ୍ତ୍ରୀ-ପୁତ୍ର ଆଦିଙ୍କର ଇଚ୍ଛା କରିଥାଏ | ତଥାପି ପିତା ଯେପରି
ପୁତ୍ରର ପ୍ରାର୍ଥନାକୁ ଅପେକ୍ଷା ନ କରି ତା’ର କଲ୍ୟାଣ
କରିଥାଆନ୍ତି, ସେହିପରି ଆପଣ ମଧ୍ୟ
ଆମର ଇଚ୍ଛା ପ୍ରତି ଦୃଷ୍ଟି ନ ଦେଇ ଆମର କଲ୍ୟାଣ ନିମନ୍ତେ ନିଜ ତରଫରୁ ପ୍ରଯତ୍ନ କରନ୍ତୁ |
ମୈତ୍ରେୟ ଉବାଚ
ଇତ୍ୟାଦିରାଜେନ ନୁତଃ ସ ବିଶ୍ୱଦୃକ୍-
ତମାହ ରାଜନ୍ ମୟି ଭକ୍ତିରସ୍ତୁ ତେ ।
ଦିଷ୍ଟ୍ୟେଦୃଶୀ ଧୀର୍ମୟି ତେ କୃତା ଯୟା
ମାୟାଂ ମଦୀୟାଂ ତରତି ସ୍ମ ଦୁସ୍ତ୍ୟଜାମ୍ ॥ ୩୨॥
ତତ୍ତ୍ୱଂ କୁରୁ ମୟାଽଽଦିଷ୍ଟମପ୍ରମତ୍ତଃ ପ୍ରଜାପତେ ।
ମଦାଦେଶକରୋ ଲୋକଃ ସର୍ୱତ୍ରାପ୍ନୋତି ଶୋଭନମ୍ ॥ ୩୩॥
ମୈତ୍ରେୟ କହୁଛନ୍ତି – ଆଦିରାଜ ପୃଥୁ ଏହିପରି ସ୍ତୁତି କରିବାରୁ
ସର୍ବସାକ୍ଷୀ ଶ୍ରୀହରି ତାଙ୍କୁ କହିଲେ, ରାଜନ୍ ! ତୁମର ମୋ ପ୍ରତି ଭକ୍ତି ଅତୁଟ ରହୁ | ତୁମର
ଚିତ୍ତ ଯେପରି ଭାବରେ ମୋଠାରେ ସଂଲଗ୍ନ ରହିଛି,
ତାହା ବହୁତ ବଡ ସୌଭାଗ୍ୟର କଥା | ଏପରି ହୋଇପାରିଲେ ତ ପୁରୁଷ ଅତି ସହଜରେ ମୋର ମାୟାକୁ ପାର
କରିଯିବ, ଯାହାକୁ ତ୍ୟାଗ
କରିବା ଏବଂ ଯାହାର ବନ୍ଧନରୁ ମୁକ୍ତ ହେବା ଅତ୍ୟନ୍ତ କଠିନ ଅଟେ | ଏବେ ତୁମେ ସାବଧାନ ପୂର୍ବକ
ମୋର ଆଜ୍ଞା ପାଳନ କର | ହେ ପ୍ରଜାପାଳକ ନରେଶ ! ଯେଉଁ ପୁରୁଷ ମୋର ଆଜ୍ଞା ପାଳନ କରନ୍ତି, ତାଙ୍କର ସର୍ବତ୍ର ମଙ୍ଗଳ ହୋଇଥାଏ |
ମୈତ୍ରେୟ ଉବାଚ
ଇତି ବୈନ୍ୟସ୍ୟ ରାଜର୍ଷେଃ ପ୍ରତିନନ୍ଦ୍ୟାର୍ଥବଦ୍ୱଚଃ ।
ପୂଜିତୋଽନୁଗୃହୀତ୍ୱୈନଂ ଗନ୍ତୁଂ ଚକ୍ରେଽଚ୍ୟୁତୋ ମତିମ୍ ॥ ୩୪॥
ହେ ବିଦୁର ! ଏହିପରି ସାରଗର୍ଭିକ ବଚନରେ ଭଗବାନ ମହାରାଜ ପୃଥୁଙ୍କର
ଆଦର କରିଥିଲେ | ତାପରେ ପୃଥୁ ତାଙ୍କର ପୂଜା କଲେ ଏବଂ ଭଗବାନ ତାଙ୍କ ପ୍ରତି ଅଶେଷ କୃପା କରି
ସେଠାରୁ ଯିବା ପାଇଁ ପ୍ରସ୍ତୁତ ହେଲେ |
ଦେବର୍ଷିପିତୃଗନ୍ଧର୍ୱସିଦ୍ଧଚାରଣପନ୍ନଗାଃ ।
କିନ୍ନରାପ୍ସରସୋ ମର୍ତ୍ୟାଃ ଖଗା ଭୂତାନ୍ୟନେକଶଃ ॥ ୩୫॥
ଯଜ୍ଞେଶ୍ୱରଧିୟା ରାଜ୍ଞା ବାଗ୍ୱିତ୍ତାଞ୍ଜଲିଭକ୍ତିତଃ ।
ସଭାଜିତା ଯୟୁଃ ସର୍ୱେ ବୈକୁଣ୍ଠାନୁଗତାସ୍ତତଃ ॥ ୩୬॥
ସେଠାକୁ ଯେଉଁ ଦେବତା,
ଋଷି, ପିତୃପୁରୁଷ, ଗନ୍ଧର୍ବ, ସିଦ୍ଧ, ଚାରଣ, ନାଗ, କିନ୍ନର, ଅପସରା, ମନୁଷ୍ୟ ଏବଂ ପକ୍ଷୀ
ତଥା ଭଗବାନଙ୍କର ପାର୍ଷଦମାନେ ଆଗମନ କରିଥିଲେ,
ମହାରାଜ ପୃଥୁ ସମସ୍ତଙ୍କର ଭଗବଦ୍-ବୁଦ୍ଧିରେ ଭକ୍ତିପୂର୍ବକ ବଚନ ଏବଂ ଧନ ଦ୍ବାରା ଯୋଡହସ୍ତ ହୋଇ
ପୂଜନ କଲେ | ଏହାପରେ ସେମାନେ ନିଜ-ନିଜର ନିବାସସ୍ଥାନକୁ ଚାଲିଗଲେ |
ଭଗବାନପି ରାଜର୍ଷେଃ ସୋପାଧ୍ୟାୟସ୍ୟ ଚାଚ୍ୟୁତଃ ।
ହରନ୍ନିବ ମନୋଽମୁଷ୍ୟ ସ୍ୱଧାମ ପ୍ରତ୍ୟପଦ୍ୟତ ॥ ୩୭॥
ଭଗବାନ ଅଚ୍ୟୁତ ମଧ୍ୟ ରାଜା ପୃଥୁ ଏବଂ ତାଙ୍କ ପୁରୋହିତମାନଙ୍କର
ଚିତ୍ତ ହରଣ କରି ସ୍ବଧାମକୁ ପ୍ରସ୍ଥାନ କଲେ |
ଅଦୃଷ୍ଟାୟ ନମସ୍କୃତ୍ୟ ନୃପଃ ସନ୍ଦର୍ଶିତାତ୍ମନେ ।
ଅବ୍ୟକ୍ତାୟ ଚ ଦେବାନାଂ ଦେବାୟ ସ୍ୱପୁରଂ ଯୟୌ ॥ ୩୮॥
ତଦନନ୍ତର ନିଜ ସ୍ବରୂପ ଦର୍ଶନ କରାଇ ଅନ୍ତର୍ଧାନ ହୋଇଯାଇଥିବା ସେହି
ଅବ୍ୟକ୍ତସ୍ବରୂପ ଭଗବାନଙ୍କୁ ନମସ୍କାର କରି ରାଜା ପୃଥୁ ମଧ୍ୟ ନିଜ ରାଜଧାନୀକୁ ଫେରିଗଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ବିଂଶୋଽଧ୍ୟାୟଃ ॥ ୨୦॥

Comments
Post a Comment