Posts

Showing posts from July, 2024
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ପଞ୍ଚମ ସ୍କନ୍ଧ ॥ ଦ୍ବିତୀୟ ଅଧ୍ୟାୟ ଆଗ୍ନୀଧ୍ନ - ଚରିତ୍ର   ଶ୍ରୀଶୁକ ଉବାଚ ଏବଂ ପିତରି ସମ୍ପ୍ରବୃତ୍ତେ ତଦନୁଶାସନେ ବର୍ତମାନ ଆଗ୍ନୀଧ୍ରୋ ଜମ୍ବୂଦ୍ୱୀପୌକସଃ ପ୍ରଜା ଔରସବଦ୍ଧର୍ମାବେକ୍ଷମାଣଃ ପର୍ୟଗୋପାୟତ୍ ॥ ୧॥ ଶ୍ରୀଶୁକଦେବ କହୁଛନ୍ତି – ପିତା ପ୍ରିୟବ୍ରତଙ୍କୁ ଏହିପରି ଭାବରେ ତପସ୍ୟାରେ ସଂଲଗ୍ନ ରହିବା ଦେଖି ରାଜା ଆଗ୍ନୀଧ୍ନ ତାଙ୍କ ଆଜ୍ଞା ଅନୁସରଣ କରି ଜମ୍ବୂଦ୍ବୀପର ପ୍ରଜାମାନଙ୍କୁ ଧର୍ମାନୁସାରେ ପୁତ୍ରବତ୍ ପାଳନ କରିବାରେ ଲାଗିଲେ | ସ ଚ କଦାଚିତ୍ପିତୃଲୋକକାମଃ ସୁରବରବନିତାକ୍ରୀଡାଚଲଦ୍ରୋଣ୍ୟାଂ ଭଗବନ୍ତଂ ବିଶ୍ୱସୃଜାଂ ପତିମାଭୃତପରିଚର୍ୟୋପକରଣ ଆତ୍ମୈକାଗ୍ର୍ୟେଣ ତପସ୍ୱ୍ୟାରାଧୟାମ୍ବଭୂବ ॥ ୨॥ ଥରେ ସେ ପିତୃଲୋକର କାମନାରେ ସତ୍-ପୁତ୍ରପ୍ରାପ୍ତି ନିମନ୍ତେ ପୂଜାର ଆୟୋଜନ କରି ସୁରସୁନ୍ଦରୀମାନଙ୍କର କ୍ରୀଡାସ୍ଥଳୀ ମନ୍ଦରାଚଳର ଏକ ଘାଟିକୁ ଗଲେ ଏବଂ ତପସ୍ୟାରେ ତତ୍ପର ହୋଇ ଏକାଗ୍ର ଚିତ୍ତରେ ପ୍ରଜାପତିମାନଙ୍କର ପତି ବ୍ରହ୍ମାଜୀଙ୍କର ଆରାଧନା କରିବାରେ ଲାଗିଲେ | ତଦୁପଲଭ୍ୟ ଭଗବାନାଦିପୁରୁଷଃ ସଦସି ଗାୟନ୍ତୀଂ ପୂର୍ୱଚିତ୍ତିଂ ନାମାପ୍ସରସମଭିୟାପୟାମାସ ॥ ୩॥ ଆଦିଦେବ ଭଗବାନ ବ୍ରହ୍ମାଜୀ ତାଙ୍କର ଅଭିଳାଷକୁ ଜାଣି ନିଜ ସଭାର ଗାୟିକା ପୂର୍ବଚିତି ନାମ୍ନୀ ଅପସରାଙ୍କୁ ତାଙ୍କ ନିକଟକୁ ପ୍ରେରଣ କଲେ | ସା ଚ...
Image
  ଶ୍ରୀମଦ୍ ଭାଗବତ ମହାପୁରାଣ ॥ ଓଁ ନମୋ ଭଗବତେ ବାସୁଦେବାୟ ॥ ॥ ପଞ୍ଚମସ୍କନ୍ଧଃ ॥ ପ୍ରଥମ ଅଧ୍ୟାୟ ପ୍ରିୟବ୍ରତ - ଚରିତ୍ର   ରାଜୋବାଚ ପ୍ରିୟବ୍ରତୋ ଭାଗବତ ଆତ୍ମାରାମଃ କଥଂ ମୁନେ । ଗୃହେଽରମତ ଯନ୍ମୂଲଃ କର୍ମବନ୍ଧଃ ପରାଭବଃ ॥ ୧॥ ରାଜା ପରୀକ୍ଷିତ ପଚାରିଲେ – ହେ ମୁନିବର ! ମହାରାଜ ପ୍ରିୟବ୍ରତ ତ ବହୁତ ବଡ ଭଗବତ୍-ଭକ୍ତ ଏବଂ ଆତ୍ମାରାମ ଥିଲେ | ତାଙ୍କର ଗୃହସ୍ଥାଶ୍ରମରେ କିପରି ରୁଚି ହେଲା, ଯହିଁରେ ଜଡିତ ହୋଇ ମନୁଷ୍ୟର ସ୍ବରୂପ-ବିସ୍ମୃତି ହୋଇଯାଏ ଏବଂ ସେ କର୍ମବନ୍ଧନରେ ବାନ୍ଧି ହୋଇଯାଏ ? ନ ନୂନଂ ମୁକ୍ତସଙ୍ଗାନାଂ ତାଦୃଶାନାଂ ଦ୍ୱିଜର୍ଷଭ । ଗୃହେଷ୍ୱଭିନିବେଶୋଽୟଂ ପୁଂସାଂ ଭବିତୁମର୍ହତି ॥ ୨॥ ହେ ବିପ୍ରବର ! ସେମାନଙ୍କ ପରି ନିଃସଙ୍ଗ ମହାପୁରୁଷମାନଙ୍କର ଗୃହସ୍ଥାଶ୍ରମରେ ଏହିପରି ଅଭିନିବେଶ ନିଶ୍ଚିତ ଭାବରେ ଉଚିତ୍ ନୁହେଁ | ମହତାଂ ଖଲୁ ବିପ୍ରର୍ଷେ ଉତ୍ତମଶ୍ଲୋକପାଦୟୋଃ । ଛାୟାନିର୍ୱୃତଚିତ୍ତାନାଂ ନ କୁଟୁମ୍ବେ ସ୍ପୃହା ମତିଃ ॥ ୩॥ ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ଯେଉଁମାନଙ୍କର ଚିତ୍ତ ପୁଣ୍ୟକୀର୍ତ୍ତି ଶ୍ରୀହରିଙ୍କ ଚରଣର ଶୀତଳ ଛାୟାର ଆଶ୍ରୟ ଗ୍ରହଣ କରି ଶାନ୍ତ ହୋଇଯାଇ ଥାଏ , ସେହି ମହାପୁରୁଷମାନଙ୍କର କୁଟୁମ୍ଵାଦିରେ କେବେ ଆସକ୍ତି ହୁଏନାହିଁ | ସଂଶୟୋଽୟଂ ମହାନ୍ ବ୍ରହ୍ମନ୍ ଦାରାଗାରସୁତାଦିଷୁ । ସକ୍ତସ୍ୟ ଯତ୍ସିଦ୍ଧିରଭୂତ୍କୃଷ୍ଣେ ଚ ମତିରଚ୍ୟୁତା ॥ ୪॥...